diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia187.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia187.txt new file mode 100644 index 0000000000000000000000000000000000000000..739117ff22c4f71b94dfbdc37b9e772052ff2296 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia187.txt @@ -0,0 +1,125 @@ +ଶିଶୁର ବିକାଶ ଓ ଶୈଶବ ଶିକ୍ଷା +ସୂଚନା +ଶିଶୁ ତା’ର ଜୀବନର ପ୍ରଥମ ଆଠ ବର୍ଷରେ , ବିଶେଷ କରି ପ୍ରଥମ ତିନି ବର୍ଷରେ , ପାଇଥିବା ସ୍ନେହ ଓ ଯତ୍ନ ତା’ ଜୀବନ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ସାରା ଜୀବନ ପାଇଁ ତାକୁ ପ୍ରଭାବିତ କରିଥାଏ । +ଜନ୍ମରୁ ହିଁ ଶିଶୁ ଶିଖିବା ଆରମ୍ଭ କରେ । +ଉତ୍ତମ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ସହ ସେ ସ୍ନେହ , ମମତା ଓ ଉଦ୍ଦୀପନା ପାଇଲେ ତା’ର ବୃଦ୍ଧି ଓ ଶିଖିବା କାମ ବେଶ୍ ଜୋରରେ ହୋଇଥାଏ । +ଖେଳିବା ଏବଂ ନିରୀକ୍ଷଣ କରିବା ପାଇଁ ଶିଶୁକୁ ଉତ୍ସାହିତ କରିବା ଉଚିତ । +ଏହା ତା’ର ଶିକ୍ଷାରେ ଏବଂ ସାମାଜିକ , ମାନସିକ , ଆବେଗିକ , ଶାରୀରିକ ତଥା ବୌଦ୍ଧିକ ବିକାଶରେ ସାହାଯ୍ୟ କରେ । +ଶିଶୁମାନେ ତାଙ୍କ ନିକଟରେ ଥିବା ଲୋକଙ୍କର ଚାଲିଚଳଣକୁ ଅନୁକରଣ କରି ଆଚାର ବ୍ୟବହାର ଶିଖନ୍ତି । +ସବୁ ବାପାମା ତଥା ଯତ୍ନକାରୀ ଶିଶୁର ବୃଦ୍ଧି ଓ ବିକାଶର ଅସୁବିଧାକୁ ଦେଖାଉଥିବା ସତର୍କ ସୂଚନାଗୁଡିକୁ ଜାଣିବା ଜରୁରୀ । +ଉପକ୍ରମ +ପିଲାଦିନର ପ୍ରଥମ ଆଠ ବର୍ଷ , ବିଶେଷ କରି ପ୍ରଥମ ତିନି ବର୍ଷ , ବହୁତ ଗୁରୁତ୍ୱପୂର୍ଣ୍ଣ । +ଏହି ସମୟରେ ହିଁ ଭବିଷ୍ୟତର ସ୍ୱାସ୍ଥ୍ୟ , ବୃଦ୍ଧି ଓ ବିକାଶର ମୂଳଦୁଆ ପଡିଥାଏ । +ଅନ୍ୟ ସମୟ ତୁଳନାରେ ଶିଶୁଟି ଏହି ସମୟରେ ବହୁତ ଶୀଘ୍ର ଶିଖିଥାଏ । +ଶିଶୁ ଓ ଛୋଟ ପିଲାମାନଙ୍କୁ ଉପଯୁକ୍ତ ସ୍ନେହ , ମମତା , ଯତ୍ନ , ଉତ୍ସାହ ଓ ମାନସିକ ଉଦ୍ଦୀପନା ତଥା ପୃଷ୍ଟିକର ଖାଦ୍ୟ ଓ ଭଲ ସ୍ୱାସ୍ଥ୍ୟସେବା ମିଳିଲେ , ସେମାନେ ବହୁତ ଶୀଘ୍ର ବିକାଶ ଲାଭ କରନ୍ତି ଓ ବେଶ୍ ଶୀଘ୍ର ଶିଖନ୍ତି । +ସବୁ ପିଲାଙ୍କର ଜନ୍ମର ପଞ୍ଜିକରଣ , ସ୍ୱାସ୍ଥ୍ୟସେବା ଭଲ ପୃଷ୍ଟିକର ଖାଦ୍ୟ , ଶିକ୍ଷା ଏବଂ ବିପଦ , ନିର୍ଯ୍ୟାତନା ତଥା ଭେଦଭାବରୁ ସୁରକ୍ଷା ପାଇବା ପାଇଁ ଅଧିକାର ରହିଛି । +ଏହି ସବୁ ଅଧିକାରକୁ ସମ୍ମାନ ଦେବା , ସୁରକ୍ଷିତ ରଖିବା ଏବଂ ପୂରଣ କରିବା ବାପାମା’ ଓ ସରକାରଙ୍କ ଦାୟିତ୍ଵ । +ଶିଶୁର ବିକାଶ ଓ ଶୈଶବ ଶିକ୍ଷା +ଶିଶୁ ତା’ର ଜୀବନର ପ୍ରଥମ ଆଠ ବର୍ଷରେ , ବିଶେଷ କରି ପ୍ରଥମ ତିନି ବର୍ଷରେ , ପାଇଥିବା ସ୍ନେହ ଓ ଯତ୍ନ ତା’ ଜୀବନ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ସାରା ଜୀବନ ପାଇଁ ତାକୁ ପ୍ରଭାବିତ କରିଥାଏ । +ଜନ୍ମରୁ ହିଁ ଶିଶୁ ଶିଖିବା ଆରମ୍ଭ କରେ । +ଉତ୍ତମ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ସହ ସେ ସ୍ନେହ , ମମତା ଓ ଉଦ୍ଦୀପନା ପାଇଲେ ତା’ର ବୃଦ୍ଧି ଓ ଶିଖିବା କାମ ବେଶ୍ ଜୋରରେ ହୋଇଥାଏ । +ଖେଳିବା ଏବଂ ନିରୀକ୍ଷଣକରିବା ପାଇଁ ଶିଶୁକୁ କରିବା ଉଚିତ । +ଏହା ତା’ର ଶିକ୍ଷାରେ ଏବଂ ସାମାଜିକ , ମାନସିକ , ଆବେଗିକ , ଶାରୀରିକ ତଥା ବୌଦ୍ଧିକ ବିକାଶରେ ସାହାଯ୍ୟ କରେ । +ଶିଶୁମାନେ ତାଙ୍କ ନିକଟରେ ଥିବା ଲୋକଙ୍କର ଚାଲିଚଳଣିକୁ ଅନୁକରଣ କରି ଆଚାର ବ୍ୟବହାର ଶିଖନ୍ତି । +ସବୁ ବାପାମା’ ତଥା ଯତ୍ନକାରୀ ଶିଶୁର ବୃଦ୍ଧି ଓ ବିକାଶର ଅସୁବିଧାକୁ ଦେଖାଉଥିବା ସତର୍କ ସୂଚନାଗୁଡିକ ଜାଣିବା ଜରୁରୀ । +ସୂଚନା +ଶିଶୁ ତା’ର ଜୀବନର ପ୍ରଥମ ଆଠ ବର୍ଷରେ , ବିଶେଷ କରି ପ୍ରଥମ ତିନି ବର୍ଷରେ , ପାଇଥିବା ସ୍ନେହ ଓ ଯତ୍ନ ତା’ ଜୀବନ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏବଂ ସାରା ଜୀବନ ପାଇଁ ତାକୁ ପ୍ରଭାବିତ କରିଥାଏ । +ପ୍ରଥମ ବର୍ଷରେ ମିଳିଥିବା ସ୍ନେହ ଓ ଯତ୍ନ ଶିଶୁର ବିକାଶରେ ବିଶେଷ ସହାୟକ ହୋଇଥାଏ । +ଶିଶୁକୁ ଧରିବା , ଗେଲ କରିବା ଏବଂ ତା ସହିତ କଥା ହେବା ଫଳରେ ତା’ର ବୃଦ୍ଧି ଓ ମାନସିକ ବିକାଶ ଘଟିଥାଏ । +ମା’ର ପାଖେ ପାଖେ ରହିବା ଓ ସ୍ତନ୍ୟପାନ କରିବା ତା’ ମନରେ ସୁରକ୍ଷା ଭାବ ଆଣିଥାଏ । +ଉଭୟ ପୋଷଣ ଓ ଆରାମ ପାଇଁ ଶିଶୁକୁ ସ୍ତନ୍ୟପାନ କରାଇବା ଆବଶ୍ୟକ । +ପୁଅ ଓ ଝିଅଙ୍କ ପାଇଁ ଏକା ପ୍ରକାରର ଶାରୀରିକ , ମାନସିକ , ଆବେଗିକ ତଥା ସାମାଜିକ ଆବଶ୍ୟକତା ରହିଛି । +ଉଭୟଙ୍କର ଶିଖିବାର ଦକ୍ଷତା ସମାନ । +ଆହୁରି ମଧ୍ୟ ସ୍ନେହ , ମମତା ଓ ସ୍ଵୀକୃତି ପାଇଁ ଉଭୟଙ୍କର ଆବଶ୍ୟକତା ଏକାଭଳି । +କାନ୍ଦିବା ହେଉଛି ଶିଶୁର ଆବଶ୍ୟକତା ଜଣାଇବାର ବାଟ । +କାନ୍ଦିବା ସାଙ୍ଗେ ସାଙ୍ଗେ ତାକୁ ଧରି ତ’ ସହ କଥା ହେଲେ ତା’ ଭିତରେ ବିଶ୍ଵାସ ଓ ସୁରକ୍ଷାର ଭାବ ସୃଷ୍ଟି ହୁଏ । +ରକ୍ତହୀନ , ମନ୍ଦପୁଷ୍ଟ ବା ରୋଗିଣା ଶିଶୁମାନେ ସୁସ୍ଥ ଶିଶୁ ତୁଳନାରେ ବେଶୀ ଭୟାଳୁ ଓ ଅଖୁସୀ ହୁଅନ୍ତି । +ଖେଳିବା , ନିରୀକ୍ଷଣ କରିବା ଓ ଅନ୍ୟମାନଙ୍କ ସହ ମିଶିବା ପାଇଁ ତାଙ୍କର ଆଗ୍ରହ ନଥାଏ । +ଏଭଳି ଶିଶୁ ବିଶେଷ ଯତ୍ନ ଦରକାର କରେ । +ଖାଇବା ପାଇଁ ତାଙ୍କୁ ଉତ୍ସାହିତ କରିବା ଜରୁରୀ । +ଶିଶୁଙ୍କର ଆବେଗ ବାସ୍ତବ ଏବଂ ଶକ୍ତିଶାଳୀ ହୋଇଥାଏ । +ଚାହୁଁଥିବା କାମ କରିନପାରିଲେ ବା ଜିନିଷ ନପାଇଲେ , ସେମାନେ ହତାଶ ହୋଇପଡନ୍ତି । +ଶିଶୁମାନେ ସାଧାରଣତଃ ଅଚିହ୍ନା ଲୋକଙ୍କୁ ଓ ଅନ୍ଧାରକୁ ଡରିଥାଆନ୍ତି । +ପିଲାର ପ୍ରତିକ୍ରିୟାକୁ ହସି ଉଡାଇ ଦେଲେ ବା ଏଡାଇ ଗଲେ କିମ୍ବା ସେଥିପାଇଁ ତାକୁ ଦଣ୍ଡ ଦେଲେ , ସେ ଲାଜକୁଳା ହୋଇଯାଏ । +ନିଜର ଭାବ ସେ ଠିକ୍ ପ୍ରକାଶ କରିପାରେ ନାହିଁ । +ଶିଶୁ ତା’ର ମନୋଭାବ ପ୍ରକାଶ କରିବା ବେଳେ ଯତ୍ନକାରୀ ଧୈର୍ଯ୍ୟ ଓ ସହାନୁଭୂତି ଦେଖାଇଲେ ଶିଶୁ ବେଶୀ ଖୁସୀ ଓ ସୁରକ୍ଷିତ ଅନୁଭବ କରିବ ଏବଂ ତା’ର ବିକାଶ ସନ୍ତୁଳିତ ହେବ । +ଶାରୀରିକ ଦଣ୍ଡ ବା ହିଂସା ପ୍ରଦର୍ଶନ କରିବା ଦ୍ଵାରା ଶିଶୁର ବିକାଶରେ ବାଧା ଆସିଥାଏ । +ଦଣ୍ଡ ଦେଲେ ଶିଶୁ ରୋଗରେ ନିଜକୁ ନିଜେ ହିଂସ୍ର ହୋଇଯାଏ । +କ’ଣ କରିବା ଉଚିତ ବା ଅନୁଚିତ ଭଲ ଭାବରେ ବୁଝାଇବା ଏବଂ ଭଲ ଚଳଣି ପାଇଁ ପ୍ରଶଂସା କରିବା ଦ୍ଵାରା ଶିଶୁ ଉତ୍ସାହିତ ହୋଇଥାଏ । +ଫଳରେ ସେ ପରିବାର ଓ ସମାଜର ଜଣେ ଭଲ ଲୋକ ହୋଇପାରେ । +ବାପାମା’ ତଥା ପରିବାରର ଅନ୍ୟ ସମସ୍ତେ ଶିଶୁର ଯତ୍ନ ନେବାରେ ସାମିଲ ହେବା ଆବଶ୍ୟକ । +ବାପାର ଭୂମିକା ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ । +ବାପା ଶିଶୁର ସ୍ନେହ , ମମତା ଓ ଉଦ୍ଦୀପନାର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହୋଇପାରିବେ ଏବଂ ସେ ତା’ ପାଇଁ ଉତ୍ତମ ଶିକ୍ଷା , ଖାଦ୍ୟ ଓ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରିପାରିବେ । +ସେ ପରିବେଶକୁ ନିରାପଦ ଏବଂ ହିଂସାଶୂନ୍ୟ କରିବାରେ ସହଯୋଗ କରିବା ଦରକାର । +ମା’ ଗର୍ଭବତୀ ଥିବାବେଳେ ବା ସ୍ତନ୍ୟପାନ କରାଉଥିବାବେଳେ ବାପା ଘରକାମ କରିବା ଦରକାର । +ଜନ୍ମରୁ ହିଁ ଶିଶୁ ଶିଖିବା ଆରମ୍ଭ କରେ । +ଉତ୍ତମ ଖାଦ୍ୟ ଓ ସ୍ୱାସ୍ଥ୍ୟସେବା ସହ ସେ ସ୍ନେହ , ମମତା ଓ ଉଦ୍ଦୀପନା ପାଇଲେ ତା’ର ବୃଦ୍ଧି ଓ ଶିଖିବା କାମ ବେଶ୍ ଜୋରରେ ହୋଇଥାଏ । +ଜନ୍ମର ଏକ ଘଣ୍ଟା ଭିତରେ ମାଆର ଦେହକୁ ଲାଗି ଶୁଆଇବା ଏବଂ ସ୍ତନ୍ୟପାନ କରାଇବା ଶିଶୁର ବୃଦ୍ଧି ଓ ବିକାଶରେ ସହାୟକ ହୋଇଥାଏ । +ମାଆ ସହ ସମ୍ପର୍କ ମଧ୍ୟ ଏହା ଯୋଡିଥାଏ । +ଶିଶୁଟି ଛୁଇଂବା , ଶୁଣିବା , ସୁଙ୍ଘିବା , ଦେଖିବା ଓ ଚାଖିବାର ଇନ୍ଦ୍ରିୟ ମାଧ୍ୟମରେ ହିଁ ନିଜ ଚାରିପାଖର ଦୁନିଆକୁ ଜାଣିଥାଏ । +ଶିଶୁ ସହ କଥା ହେଲେ , ତାକୁ ଛୁଇଂଲେ ଓ ଗେଲ କଲେ ଏବଂ ସେ ଚିହ୍ନା ମୁହଁ ଦେଖିଲେ , ଚିହ୍ନା ସ୍ଵର ଶୁଣିଲେ ବିଭିନ୍ନ ପ୍ରକାର ଜିନିଷ ଧରିଲେ ତା’ର ମସ୍ତିସ୍କ ବେଶ୍ ଜୋରରେ ବିକଶିତ ହୁଏ । +ଜନ୍ମ ସମୟରୁ ସ୍ନେହ ପାଇଲେ , ନିଜକୁ ସୁରକ୍ଷିତ ମନେ କରୁଥିବା ଶିଶୁ ପାଠରେ ଭଲ କରିଥାଏ ଏବଂ ଜୀବନର ସମସ୍ୟାଗୁଡିକୁ ବେଶ୍ ସହଜରେ ସାମନା କରିପାରେ । +ଜନ୍ମର ପ୍ରଥମ ଛଅ ମାସ କେବଳ ମା’ କ୍ଷୀର ଚାହିଁବା ଅନୁସାରେ ଖାଇବା , ଛଅ ମାସରୁ ଅନ୍ୟ ନିରାପଦ ଓ ପୃଷ୍ଟିକର ଖାଦ୍ୟ ମିଶାଇ ଖାଇବା ଏବଂ ଦୁଇ ବର୍ଷ ବା ଆହୁରି ବେଶୀ ସମୟ ଯାଏଁ ଅନ୍ୟ ଖାଦ୍ୟ ସହ ମା’କ୍ଷୀର ଖାଇବା ଦ୍ଵାରା ପିଲା ପୁଷ୍ଟ ଓ ସୁସ୍ଥ ରହେ । +ଯତ୍ନକାରୀର ସ୍ନେହ ପାଇବାରେ ଓ ତା ସହିତ ସମ୍ପର୍କ ଯୋଡିବାରେ ମଧ୍ୟ ଏହା ସାହାଯ୍ୟ କରେ । +ଶିଶୁର ଶିଖିବା ଓ ବିକାଶ ଲାଭ କରିବାର ସବୁଠାରୁ ବଡ ବାଟ ହେଉଛି ଅନ୍ୟମାନଙ୍କ ସହ ଭାବର ଆଦାନପ୍ରଦାନ କରିବା । +ବାପାମା’ ଓ ଯତ୍ନକାରୀ ଅଧିକ ସମୟ ଶିଶୁ ସହ କଥାବାର୍ତ୍ତା କଲେ ସେ ବେଶ୍ ଶୀଘ୍ର ଶିଖିପାରେ । +ଶିଶୁ ଓ ଛୋଟ ପିଲାମାନଙ୍କ ପାଖରେ ବାପାମା’ ବା ଯତ୍ନକାରୀ କଥା ହେବା , ପଢିବା ବା ଗୀତ ଗାଇବା ଉଚିତ । +ବୁଝିବାର ବୟସ ହୋଇନଥିଲେ ବି ଏହା ତା’ ଭିତରେ ଭାଷା ଜ୍ଞାନ ଓ ଶିଖିବାର ଦକ୍ଷତା ସୃଷ୍ଟି କରିପାରେ । +ଦେଖିବା , ଶୁଣିବା , ଧରିବା , ଖେଳିବା ପାଇଁ ନୂଆ ନୂଆ ଜିନିଷ ଆଣି ଶିଶୁକୁ ଦେବା ଉଚିତ । +ଏହା ତା’ର ଶିକ୍ଷା ଓ ବୃଦ୍ଧିରେ ସହାୟକ ହୋଇଥାଏ । +ଶିଶୁ ଓ ଛୋଟ ପିଲାଙ୍କୁ ଲାମ୍ବା ସମୟ ପାଇଁ ଏକୁଟିଆ ଛାଡିବା ଉଚିତ ନୁହେଁ । +ଏହା ତାଙ୍କର ମାନସିକ ଓ ଶାରୀରିକ ବିକାଶକୁ ଧୀର କରିଦିଏ । +ପୁଅ ପରି ଝିଅର ମଧ୍ୟ ସେହି ଏକା ପରିମାଣର ଖାଦ୍ୟ , ସ୍ନେହ , ଯତ୍ନ ଆଦି ଦରକାର । +ପ୍ରତ୍ୟକ ଶିଶୁ କିଛି ନୂଆ କାମ କଳା ପରେ ବା ନୂଆ କଥା କହିଲା ପରେ ତାକୁ ଉତ୍ସାହିତ ଏବଂ ପ୍ରଶଂସା କରିବା ଆବଶ୍ୟକ । +ଶିଶୁକୁ ପ୍ରଥମେ ତା’ର ମାତୃଭାଷା ଶିଖାଇଲେ ତା’ ଭିତରେ ଚିନ୍ତା କରିବାର ଓ ମନର ଭାବ ପ୍ରକାଶ କରିବାର ଦକ୍ଷତା ବଢିଥାଏ । +ଶିଶୁମାନେ ଗୀତ , ଘର ବିଷୟରେ କଥା , ଖେଳ ଆଦି ମାଧ୍ୟମରେ ସହଜରେ ଏବଂ ଶୀଘ୍ର ଭାଷା ଶିଖିପାରନ୍ତି । +ଠିକ୍ ସମୟରେ ପ୍ରତିରୋଧୀକରଣ (ଇମ୍ୟୁନାଇଜେସନ୍) କରାଇଥିଲେ ଏବଂ ସେ ଉପଯୁକ୍ତ ପୋଷକ ପାଉଥିଲେ ଶିଶୁର ବଞ୍ଚିବାର ସମ୍ଭାବନା ବେଶୀ ହୋଥାଏ । +ଆହୁରି ମଧ୍ୟ ସେ କଥାବାର୍ତ୍ତା କରିବାରେ , ଖେଳିବା ଓ ଶିଖିବାରେ ମନ ଦିଏ । +ଏହା ଫଳରେ ପିଲାର ସ୍ୱାସ୍ଥ୍ୟ ପାଇଁ ପରିବାରର ଖର୍ଚ୍ଚ କମିଠାଏ ଏବଂ ଅସୁସ୍ଥତା କାରଣରୁ ପିଲାକୁ ବିଦ୍ୟାଳୟରେ ଅନୁପସ୍ଥିତ ହେବାକୁ ପଡେ ନାହିଁ । +ଖେଳିବା ଏବଂ ନିରୀକ୍ଷଣ କରିବା ପାଇଁ ଶିଶୁକୁ ଉତ୍ସାହିତ କରିବା ଉଚିତ । +ଏହା ତା’ର ଶିକ୍ଷାରେ ଏବଂ ସାମାଜିକ , ମାନସିକ , ଆବେଗିକ , ଶାରୀରିକ ତଥା ବୌଦ୍ଧିକ ବିକାଶରେ ସାହାଯ୍ୟ କରେ । +ଶିଶୁ ଖେଳେ କାରଣ ଏହା ମଜାଦାର । +କିନ୍ତୁ ଖେଳ ହେଉଛି ଶିଶୁର ଶିଖିବା ଓ ବିକାଶର ମୂଳ ଚାବି । +ଖେଳିବା ଦ୍ଵାରା ପିଲାର ଜ୍ଞାନ ଓ ଅଭିଜ୍ଞତା ବଢେ ଏବଂ ତା’ ଭିତରେ କୌତୁହଳ ଓ ଆତ୍ମବିଶ୍ଵାସ ବଢିଥାଏ । +ନିଜେ କରିବାକୁ ଚେଷ୍ଟା କରି , ଫଳାଫଳର ତୁଳନା କରି , ପ୍ରଶ୍ନ ପଚାରି ଓ ସମସ୍ୟାକୁ ସାମନା କରି ଶିଶୁଟି ଶିଖିଥାଏ । +ଖେଳ ଦ୍ଵାରା ତା’ର ଭାଷା ଓ ଚିନ୍ତା ଶକ୍ତି , ଯୋଜନା , ସଂଗଠନ ଏବଂ ନିସ୍ପତି ନେବା ଆଦିର ବିକାଶ ହୋଇଥାଏ । +ଅକ୍ଷମ ଶିଶୁ ପାଇଁ ଖେଳ ବିଶେଷ ଗୁରୁତ୍ୱପୂର୍ଣ୍ଣ । +ପୁଅ ଝିଅ ଉଭୟେ ଖେଳିବା ପାଇଁ ଏବଂ ପରିବାରର ସମସ୍ତଙ୍କ ସହ କଥାବାର୍ତ୍ତା କରିବା ପାଇଁ ସମାନ ସୁଯୋଗ ପାଇବା ଆବଶ୍ୟକ । +ବାପାଙ୍କ ସହ ଖେଳିବା , କଥାବାର୍ତ୍ତା ହେବା ଫଳରେ ବାପା ଓ ଶିଶୁ ମଧ୍ୟରେ ସମ୍ପର୍କ ଦୃଢ ହୋଇଥାଏ । +ପରିବାରର ଲୋକ ଏବଂ ଅନ୍ୟ ଯତ୍ନକାରୀମାନେ ସ୍ପଷ୍ଟ ନିର୍ଦ୍ଦେଶ ସହ ସରଲା କାମ ଦେଇ , ତା’ର ଖେଳରେ ବାଧା ନଆଣି , ନୂଆ ଖେଳ ଖେଳିବା ପାଇଁ ଜିନିଷ ଦେଇ , ନୂଆ କାମ କରିବା ପାଇଁ ଉତ୍ସାହିତ କରି ଶିଶୁର ଶିଖିବାରେ ସାହାଜ୍ଯ କରିପାରିବେ । +ଶିଶୁକୁ ଖୁବ୍ ନିକଟରୁ ଲକ୍ଷ୍ୟ କରି ତା’ କଥାକୁ ଗ୍ରହଣ କରନ୍ତୁ । +ଶିଶୁ କାହାର ସାହାଯ୍ୟ ନନେଇ କିଛି କରିବାକୁ ଚେଷ୍ଟା କରୁଥିବା ବେଳେ ଯତ୍ନକାରୀ ଧୈର୍ଯ୍ୟର ସହ ଲକ୍ଷ୍ୟ କରିବା ଉଚିତ । +ସେମାନେ ସଫଳତା ପାଇବା ଯାଏଁ ଚେଷ୍ଟା କରି ଶିଖିଥାଆନ୍ତି । +ନିଜ ଉପରେ କିଛି ବିପଦ ଣଆଣି ଯଦି ଶିଶୁ ନିଜେ କିଛି ନୂଆ ଓ କଷ୍ଟକାମ କରୁଥାଏ ତେବେ ଏଥିରେ ତାକୁ ଉତ୍ସାହିତ କରିବା ଶିଶୁର ବିକାଶ ଦିଗରେ ଏକ ସକରାତ୍ମକ ପଦକ୍ଷେପ । +ପ୍ରତ୍ୟକ ଶିଶୁ ତାଙ୍କ ବିକାଶ ସ୍ତର ଅନୁସାରେ ଖେଳିବା ପାଇଁ ବିଭିନ୍ନ ସରଳ ଜିନିଷ ଦରକାର କରିଥା’ନ୍ତି ପାଣି , ବାଲି , କାଗଜ ଡବା , କାଠଖଣ୍ଡ , ପାତ୍ର ଓ ଢାଙ୍କୁଣି ଆଦି ଗୋଟିଏ ଗୋଟିଏ ଭଲ ଖେଳନା । +ଶିଶୁର ଦକ୍ଷତା ନିୟମିତ ବଦଳୁଥାଏ ଏବଂ ନୂଆ ନୂଆ ଦକ୍ଷତାମାନ ବିକଶିତ ହେଉଥାଏ । +ଯତ୍ନକାରୀ ଏଥିପ୍ରତି ଦୃଷ୍ଟି ଦେଇ ଆହୁରି ଶୀଘ୍ର ବିକାଶ ପାଇଁ ସାହାଯ୍ୟ କରିବା ଉଚିତ । +ଶିଶୁମାନେ ତାଙ୍କ ନିକଟରେ ଥିବା ଲୋକଙ୍କର ଚାଲିଚଳଣକୁ ଅନୁକରଣ କରି ଆଚାର ବ୍ୟବହାର ଶିଖନ୍ତି । +ଶିଶୁମାନେ ଅନ୍ୟମାନଙ୍କୁ ଲକ୍ଷ୍ୟ କରି ଓ ନକଲ କରି କାହା ସହ କିପରି କଥାବାର୍ତ୍ତା କରାଯାଏ ତାହା ପିଲାମାନେ ଶିଖନ୍ତି । +କି ପ୍ରକାରର ବ୍ୟବହାରକୁ ଗ୍ରହଣ କରାଯାଏ ବା କରାଯାଏ ନାହିଁ ତାହା ସେମାନେ ଶିଖନ୍ତି । +ବୟସ୍କ ତଥା ବଡ ପିଲାମାନଙ୍କ କାମ ଶିଶୁର ବ୍ୟବହାର ଓ ବ୍ୟକ୍ତିତ୍ଵ ଗଠନରେ ବେଶ୍ ପ୍ରଭାବ ପକାଇଥାଏ । +ପିଲାମାନଙ୍କୁ ଯାହା କରିବାକୁ କୁହାଯାଏ ସେମାନେ ତାହା ନକରି ଅନ୍ୟମାନଙ୍କ କାମକୁ ନକଲ କରନ୍ତି । +ବୟସ୍କମାନେ ବଡ ପାଟିରେ ଚିତ୍କାର କଲେ , ହିଂସ୍ର ବ୍ୟବହାର କଲେ ପିଲା ମଧ୍ୟ ସେହି ପ୍ରକାରର ବ୍ୟବହାର ଶିଖେ । +ଯଦି ବଡମାନେ ଅନ୍ୟକୁ ଦୟା ଓ ସମ୍ମାନ ଦେଖାଇବା ସହ ଧୈର୍ଯ୍ୟପୂର୍ଣ୍ଣ ବ୍ୟବହାର କରନ୍ତି , ତେବେ ଶିଶୁ ମଧ୍ୟ ସେହିଭଳି ବ୍ୟବହାର କରିବା ଶିଖିଥାଏ । +ଶିଶୁ ବାହାନା କରିବାକୁ ଭଲପାଏ । +ଏହାକୁ ପ୍ରୋତ୍ସାହିତ କଲେ ଶିଶୁର କଳ୍ପନା ଶକ୍ତିର ବିକାଶ ଘଟିଥାଏ । +ଏହା ଶିଶୁକୁ ଅନ୍ୟମାନଙ୍କ ବ୍ୟବହାରକୁ ବୁଝିବାରେ ଊ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ । +ସବୁ ବାପାମା ତଥା ଯତ୍ନକାରୀ ଶିଶୁର ବୃଦ୍ଧି ଓ ବିକାଶର ଅସୁବିଧାକୁ ଦେଖାଉଥିବା ସତର୍କ ସୂଚନାଗୁଡିକୁ ଜାଣିବା ଜରୁରୀ । +ବାପାମା’ ଓ ଯତ୍ନକାରୀ ଶିଶୁର ସାଧାରଣ ବିକାଶର ବିଭିନ୍ନ ସୂଚକ ବିଷୟରେ ଜାଣିବା ଦରକାର । +କେତେବେଳେ ସାହାଯ୍ୟ ଖୋଜିବାକୁ ହେବ ଏବଂ ଶାରୀରିକ ବା ମାନସିକ ଦୃଷ୍ଟିରୁ ଅକ୍ଷମ ଇସୁ ପାଇଁ ଏକ ଯତ୍ନଶୀଳ ଓ ସ୍ନେହପୂର୍ଣ୍ଣ ବାତାବରଣ କିପରି ଯୋଗାଇ ହେବ ତାହା ମଧ୍ୟ ସେମାନେ ଜାଣିବା ଜରୁରୀ । +ପ୍ରତି ଶିଶୁର ବୃଦ୍ଧି ଓ ବିକାଶ ଏକା ଧାରାରେ ହୋଇଥାଏ । +କିନ୍ତୁ ସମସ୍ତଙ୍କ ବିକାଶର ବେଗ ଅଲଗା ଅଲଗା ହୋଇଥାଏ । +ତାଙ୍କୁ ଛୁଇଁଲେ , କଥା କହିଲେ ବା କିଛି ଦେଖାଇଲେ ଛୋଟ ପିଲାମାନେ କିଭଳି ପ୍ରତିକ୍ରିୟା ଦେଖାଉଛନ୍ତି ତାହା ଲକ୍ଷ୍ୟ କରି ଶିଶୁର ବିକାଶରେ ଥିବା କୌଣସି ଅସୁବିଧା ବା ତା’ର କିଛି ଅକ୍ଷମତା ବିଷୟରେ ଜାଣିପାରିବେ । +ଶିଶୁର ବିକାଶ ଧୀର ହେଉଥିଲେ ବାପାମା’ ଓ ଯତ୍ନକାରୀ ଖେଳିବା , କଥା ହେବା , ମାଲିସ କରିବା ଆଦି ପାଇଁ ଅଧିକ ସମୟ ଦେବା ଦରକାର । +ଶିଶୁ ଯଦି ଉତ୍ତେଜନା ବା ଯତ୍ନ ପ୍ରତି କୌଣସି ପ୍ରତିକ୍ରିୟା ଦେଖାଉନାହିଁ , ତେବେ ବାପାମାଆ ଓ ଯତ୍ନକାରୀଙ୍କୁ ଅନ୍ୟର ସାହାଯ୍ୟ ନେବାକୁ ପଡିବ । +ଅକ୍ଷମତା ବେଶୀ ବଢିଯିବା ଆଗରୁ ପ୍ରତିକାର ବ୍ୟବସ୍ଥା କରିବା ଦରକାର । +ବାପାମା’ ଓ ଯତ୍ନକାରୀ ଶିଶୁର ଦକ୍ଷତାର ବିକାଶ ପାଇଁ ତାକୁ ଉତ୍ସାହିତ କରିବା ଉଚିତ । +ଅକ୍ଷମ ପୁଅ ବା ଝିଅର ଅଧିକ ସ୍ନେହ ଓ ସୁରକ୍ଷା ଦରକାର । +ଅନ୍ୟ ଶିଶୁଙ୍କ ପରି ଜନ୍ମ ପରେ ଏମାନଙ୍କର ମଧ୍ୟ ପଞ୍ଜିକରଣ ଓ ପ୍ରତିରୋଧିକରଣ , ତାଙ୍କୁ ମା’ କ୍ଷୀର ଓ ପୁଷ୍ଟିକର ଖାଦ୍ୟ ଦେବା , ସବୁ ପ୍ରକାରର ନିର୍ଯ୍ୟାତନା ଓ ହିଂସ୍ରତାଠାରୁ ସୁରକ୍ଷିତ ରଖିବା ଉଚିତ । +ଅକ୍ଷମ ଶିଶୁମାନଙ୍କୁ ଅନ୍ୟ ଶିଶୁମାନଙ୍କ ସହ ମିଶିବା ଓ ଖେଳିବାକୁ ଉତ୍ସାହିତ କରିବା ଉଚିତ । +ମାନମାରି ରହୁଥିବା ବା ଆବେଗକୁ ପ୍ରକାଶ କରିପାରୁ ନଥିବା ଶିଶୁ ଅସ୍ଵାଭାବିକ ବ୍ୟବହାର କରିଥାଏ । +ହଠାତ ସାଙ୍ଗ ନହେବା , ମୁହଁ ଶୁଖାଇବା , ଅଳସୁଆ ହେବା , ସହଯୋଗ ନକରିବା ବା ଦୁଷ୍ଟ ହେବା , ଅଧିକାଂଶ ସମୟରେ କାନ୍ଦିବା , ଅନ୍ୟ ଶିଶୁଙ୍କ ପ୍ରତି ଉଗ୍ର ହୋଇ ଉଠିବା , ସାଙ୍ଗମାନଙ୍କ ସହ ନ ଖେଳି ଏକା ବସିବା ବା ସବୁଦିନିଆ କାର୍ଯ୍ୟକଳାପ ବା ବିଦ୍ୟାଳୟର କାମ ପ୍ରତି ହଠାତ ଆଗ୍ରହ ନ ଦେଖାଇବା ଏବଂ ଭୋକ ଓ ନିଦ କମିଯିବା ଆଦି ଏହାର କିଛି ଉଦାହରଣ । +ବାପାମା’ ପିଲା ସହ କଥା ହେବା ଏବଂ ତା’କଥା ଶୁଣିବା ଆବଶ୍ୟକ । +ପରିସ୍ଥିତି ନ ବଦଳିଲେ ଶିକ୍ଷକ ବା ସ୍ୱାସ୍ଥ୍ୟକର୍ମୀଙ୍କ ସାହାଯ୍ୟ ନେବା ଜରୁରୀ । +ଯଦି ଶିଶୁର ମାନସିକ ବା ଆବେଗଗତ ଅସୁବିଧା ଅଛି ବା ସେ ନିର୍ଯ୍ୟାତନା ସାହି ଆସୁଛି , ତେବେ ଅବସ୍ଥାକୁ ଜଟିଳତାରୁ ବଞ୍ଚାଇବା ପାଇଁ ତାକୁ ପରାମର୍ଶ ଦେବା ଦରକାର । +ଆଧାର :Unicef