From eaeb4478105dc3881f73ada6b4f16884ea564daa Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:55:54 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_16 | 136 ++++++++++++++++++ 1 file changed, 136 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_16 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_16 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_16 new file mode 100644 index 0000000..cfed5bd --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_16 @@ -0,0 +1,136 @@ +ଗୋଟେ ବୋଲି ପୁଅ । +ଘରକୁ ନ ଫେରିବା ଯାଏଁ ବସିଥାଏ ଫାତିମା । +ଚାରିଟାଯାକ ଝିଅ ଯାହାତାହା ଖାଇଦେଇ ଶୋଇବାକୁ ଚାଲିଯାନ୍ତି । +ଶେଯକୁ ଯାଆନ୍ତି ସିନା, ତାଙ୍କୁ ନିଦ ନ ଥାଏ । +ନିଜ ନିଜ ଭିତରେ କେତେ କ’ଣ ବଜର ବଜର ହେଉଥାନ୍ତି । +ଫାତିମା କାନରେ କିଛି ପଡ଼େ, କିଛି ପଡ଼େନା । +ଅତି ବିରକ୍ତ ଲାଗିଲେ ପାଟିକରେ, କିଛି ସମୟ ପାଇଁ ଘରଟା ଶୂନ୍‌ଶାନ୍‌ ହୋଇଯାଏ । +ଶବ୍ଦଗୁଡ଼ା ସତେ ଅବା ଚେମେଣିଆ ସାଜି ଗୁଞ୍ଜି ହୋଇଯାଆନ୍ତି ଚାଳସନ୍ଧିରେ । +ବଡ଼ ଝିଅକୁ ସତର । +ତା ତଳକୁ ପନ୍ଦର । +ତା ତଳ ତେର । +ତା ତଳ ଏଗାର । +ପୁଅ- ଶାମସୁଦ୍ଦିନ, ସ୍ନେହରେ ଫାତିମା ଡାକେ ଶାମା, ନ ବର୍ଷ ଚାରିମାସ । +ଶାମାର ବାପା, ଗାଁର ଗୋଟେ ଲୋକ ସାଙ୍ଗରେ ଅଧିକ ରୋଜଗାର କରିବ ବୋଲି ସୁରଟ ଯାଇଛି, ଛ’ ମାସରୁ ବେଶୀ ହେଲାଣି । +ନା ଟଙ୍କା ଆସୁଚି, ନା ସେ ନିଜେ । +ନା ଚିଠି ଆସୁଚି, ନା କିଛି ଖବର । +ଏଇ ମାସେ ହବ ଫାତିମା ଚାରିଟା ଘର ଧରିଛି । +ବାସନ ମାଜୁଚି, ଲୁଗା କାଚୁଛି । +ଚାରିଘରୁ ପାଇଥିଲା ଛ’ଶ ଟଙ୍କା । +ଗୋଟେ ମାଲିକାଣି ଦେଇଥିଲା ଖୁସିରେ ସେରେ ଚାଉଳ, ପୁରୁଣା ଫ୍ରକ୍‌ । +ଆଉ ଜଣେ ଦେଇଥିଲା ପୁରୁଣା ଶାଢ଼ିଟେ । +ଟୋକାଟା ସ୍କୁଲ ଯାଉଥିଲା । +ଫାତିମାର ଇଚ୍ଛା ଥିଲା, ଯାହା ବି ହଉ, ଟୋକାଟାକୁ କିଛି ପଢ଼େଇବ । +ଝିଅଗୁଡ଼ା ତେଣିକି କିଛି ନ ପଢ଼ିଲେ ନାଇଁ । +ହେଲେ ଆଲ୍ଲାଙ୍କର ଦୟା ହେଲାନି । +ଟୋକାଟା ଦିନେ ଗେହ୍ଲେଇ ହେଇ କହିଲା, ‘ବୁଝିଲ ଅମ୍ମି, ମୁଁ ଆଉ ସ୍କୁଲ ଯିବିନାଇଁ ।’ +: ‘କ’ଣ କରିବୁ?’ +: ‘ଗ୍ୟାରେଜରେ କାମ କରିବି, କାମ ଶିଖିବି, ବଡ଼ହେଲେ ନିଜର ଗ୍ୟାରେଜ୍‌ କରିବି ।’ +ଭିତରେ ଛାତି ଜଳୁଥିଲେ ବି ଫାତିମା କହିଲା, ‘ତୁ ଚାଲ, ଗ୍ୟାରେଜବାଲା ସହ ମୁଁ ପ୍ରଥମେ କଥାବାର୍ତ୍ତା କରି ଆସିବା, ପରେ ଯାହା ହବ ।’ +ଫାତିମା ଗଲା କମାଲୁଦ୍ଦିନ ମିଆଁ ଗ୍ୟାରେଜକୁ । +ତାକୁ ସବୁ କହିଲା । +ପୁଅ ଦେହରେ ଟିପ ନ ଲଗେଇବା ପାଇଁ କଡ଼ା କରି ତାକୁ କହିଲା । +ମାସକୁ କେତେ ଦବ, ସେକଥା ଛିଣ୍ଡାଇଲା । +ହେଲେ ସେକଥା ଉଠିବା ବେଳକୁ କମାଲମିଆଁ କହିଥିଲା, ‘ବେଟା ତ ଏବେ କାମ ଶିଖିବ, ଦବା ନବା କ’ଣ? ଖାଲି ଭଲକରି ଖାଇବାକୁ ଦେବି ।’ +ଗ୍ୟାରେଜରୁ ଆସିବାବେଳେ ଫାତିମା ଶେଷଥର ପାଇଁ ଶାମାର ପାପୁଲି ଦି’ଟାକୁ ଧରି ଦେଖିଥିଲା । +ତା’ ଆଖି ଛଳଛଳ ହୋଇ ଆସିଥିଲା । +ଫୁଲପରି ପାପୁଲି ଦି’ଟା ଆଉ ଫୁଲ ହୋଇ ରହିବ ନାହିଁ । +ଧୀରେ ଧୀରେ ଟାଣ, ପଥର ହୋଇଯିବ । +ନିତି କଳା ହବ । +ଗ୍ୟାରେଜ୍‌ରେ ଯାବତୀୟ ବଜ୍ଜାତ୍‌ କଥା ଶିଖିବ । +ଆଲ୍ଲା-ତୁମେ ହିଁ ବଡ଼ ଲୋକ । +ତୁମର ଇଚ୍ଛା ମହାନ୍‌ । +ଝିଅଗୁଡ଼ାଙ୍କ କଥା ଭାବିଲେ ମୁଣ୍ଡ ଝାଇଁ ଝାଇଁ ହେଇଯାଏ । +ରୋଜଗାର କରୁ ନ କରୁ, ମର୍ଦ୍ଦଟା ଘରେ ଥିଲେ କେତେ ସାହସ ଥାଆନ୍ତା । +ଘରେ ମର୍ଦ୍ଦ ନଥିବା କଥା ଜାଣି ଲୋକମାନେ ଠାରରେ କେତେ କ’ଣ କହୁଛନ୍ତି । +ଏବେ ଗାଁର ଗୋଟେ ଲୋକ ସାଙ୍ଗରେ ଆଲିଗଡ଼ର ଗୋଟେ ମିଆଁ ଆସିଥେଲେ । +ବହୁତ ବୁଝାଇଥିଲା । +ବଡ଼ଝିଅକୁ ସେ ନବ । +ସିଆଡ଼େ ତା’ର ନିକାହ୍‌ ହବ, ବେଗମ ପରି ରହିବ । +ଗାଡ଼ି-ଘୋଡ଼ା ସବୁର ମାଲିକାଣୀ ହବ । +ଫାତିମାର ସାହସ ହେଇ ନଥିଲା । +ଏଣିକି ରାତିରେ ଫାତିମାକୁ ଭଲ ନିଦ ହୁଏ ନାହିଁ । +ରାତିରେ କେତେଥର ନିଦ ଭାଙ୍ଗିଯାଏ । +ସତେ ଯେମିତି ଘର ଚାକିକଡ଼େ କିଏ ଚାଲବୁଲ କରୁଥିବା ପରି ଲାଗେ । +ଜଣକର ନୁହେଁ, ଦୁଉ/ତିନିଜଣଙ୍କର ପାଦ ଶବ୍ଦ ଶୁଭେ । +ପୁଣି ଲାଗେ, ସତେ ଅବା କେହି ଯେମିତି ଖୁବ୍‌ ଧୀରେ, ଫୁସ୍‌-ଫାସ୍‌ ହୋଇ କଥାବାର୍ତ୍ତା ହେଉଛି । +କିଏ? +ଆଲ୍ଲା ହିଁ ଜଗିଛନ୍ତି ମତେ, ମୋ ପୁଅକୁ, ମୋ ଝିଅମାନଙ୍କୁ । +ତୁମେ ସବୁ ଦେଖ ଆଲ୍ଲା, ତୁମେ ହିଁ ସବୁ କରାଉଥାଅ । +ତୁମେ ଆଉ କାହାର ନ ହୁଅ ପଛକେ, ତୁମେ ଗରିବର – ତୁମେ ଅସହାୟର ନିଶ୍ଚୟ । +ସେଇ ଗୋରା ତକ୍‌ତକ୍‌ ସୁନାମୁହାଁ ଟୋକାଟା ଦିନେ କହେ; ‘ଅମ୍ମି, ପୂରା ଗାଡ଼ିଧୁଆ ଶିଖିଗଲିଣି!’ +କେତେଦିନ ପରେ କହେ, ‘ଅମ୍ମି, କ୍ଳଚ୍‌ ତାର ଲଗେଇ ପାରୁଚି ।’ +ପୁଣି କହେ, ‘ଚକା ଖୋଲି ଭିତରକାମ କରୁଚି ଅମ୍ମି ।’ +ସେ କେତେ କଣ କହେ । +ଫାତିମା ଚାରଣା ବୁଝେ, ବାରଣା ବୁଝି ପାରେନା । +ମଝିରେ ମଝିରେ ଦଶଟଙ୍କା, କେବେ କୋଡ଼ିଏ ଟଙ୍କା ଦିଏ । +ମାସ ଶେଷରେ ଦରମା ଟଙ୍କା ଯେତିକି ପାଇଥାଏ, ସବୁତକ ଆଣି ଫାତିମା ହାତରେ ଦିଏ । +ବଡ଼ଝିଅକୁ ଏ ଭିତରେ ପଚିଶ ହେଲାଣି । +ତା ତଳକୁ ତେଇଶ । +ତା ତଳକୁ ଏକୋଇଶ । +ଲୋକ ଆସୁଛନ୍ତି, ଯାଉଛନ୍ତି ନିକାହ ହୋଇପାରୁନାହିଁ । +ଶାମାର ରୋଜଗାର ବଢ଼ୁଛି, ହେଲେ ସେ ତା ସ୍ବପ୍ନର ନିଜର ଗ୍ୟାରେଜ୍‌ କରିପାରି ନାହିଁ । +ଆଲିଗଡ଼, କାନପୁର, ଗାଜିଆବାଦରୁ ମଝିରେ ଲୋକ ଆସୁଛନ୍ତି । +ଦଶ ହଜାର, କୋଡ଼ିଓ ହଜାର ଯାଚୁଛନ୍ତି । +ଝିଅମାନେ ଯିବେ । +ପ୍ରାସାଦରେ ରହିବେ, ରାଣୀ ବନିଯିବେ । +ଫାତିମା ଆକାଶକୁ ଚାହେଁ । +ଗାଁ ଭିତରେ ଗଲାବେଳେ ମସ୍‌ଜିଦ୍‌କୁ ଚାହେଁ । +ରାତିରେ ଝିଅମାନେ ଲଗାଲଗି ହୋଇ ଶୋଇଥିବାବେଳେ ସେମାନଙ୍କ ମୁହଁକୁ ଚାହେଁ । +ଦଶବର୍ଷ ତଳେ ଝିଅମାନେ ଫୁଲ, ସକାଳର ଫୁଲ ପରି ସତେଜ ଦିଶୁଥିଲେ । +ଏବେ କେତେଦିନ ହବ ବଡ଼ ଦି’ଟା କେତେ ଶୁଖିଲା ଦିଶୁଛନ୍ତି । +ସେମାନେ ସବୁ ବୁଝୁଛନ୍ତି, ସବୁ ଜାଣୁଛନ୍ତି । +ଦିନେ, ଘର କାମଦାମ ସାରି, ବାସନମାଜି, କବାଟ ଦେଇ ଶୋଇବାକୁ ଯାଇ ଦେଖିଲାବେଳକୁ ବଡ଼ଝିଅ ଚାହିଁଛି । +ସାନଟା ବି ଚାହିଁଥାଏ କି କ’ଣ, ପାଞ୍ଚ ମିନିଟ୍‌ରେ ତିନିଥର କଡ଼ ଲେଉଟାଉଥାଏ । +ଶାମା ବାରଣ୍ଡା କଡ଼କୁ ଏବେ ନୂଆ କରି ହୋଇଥିବା କଣି ବାଉଁଶ ଘେରା ଛୋଟିଆ ଘରଟିରେ ଶୋଇଥାଏ, ତା’ ଘୁଙ୍ଗୁଡ଼ି ସ୍ପଷ୍ଟ ଶୁଭୁଥାଏ । +ଶେଯରେ ବସି ଫାତିମା ଆଲ୍ଲାଙ୍କୁ ଡାକିଲା । +ତୁମେ ହିଁ ମୋ ଝିଅମାନଙ୍କର ରକ୍ଷାକାରୀ । +ତୁମେ ହିଁ ମୋ ପୁଅକୁ ଆଜିଯାଏ ଭଲ ବାଟରେ ରଖିଛ । +: ‘ଅମ୍ମି!’ ବଡ଼ଝିଅ ଧୀରେ ଡାକିଲା, ‘ଟିକେ ବାହାରକୁ ଯିବା ।’ +: ‘କାହିଁକି?’ ଫାତିମା ପଚାରିଲା । +: ‘ତମେ ଚାଲନା ଅମ୍ମି!’ +ମା-ଝିଅ ଅଗଣାକୁ ଆସିଲେ । +ତୋଫା ଜହ୍ନ ପଡ଼ିଛି । +ଚାଳର ମଥାନ ଉପରୁ ଦିଶୁଚି ପଡ଼ିଶା ଘରର ନଡ଼ିଆଗଛ । +କି ଗୋଟେ ବାସ୍ନା ଖେଳିବୁଲୁଚି ପବନରେ – ବୋଧେ ଆମ୍ବ ବଉଳର ବାସ୍ନା । +: ‘ମୁଁ କ’ଣ କହୁଚି, ବଡ଼ ଝିଅ ଆରମ୍ଭ କଲା, ‘ଏଥରକ ରହିମ୍‌ ଚାଚା ଆସିଲେ ତମେ ମନା କରିବନି ଅମ୍ମି, ଆଲିଗଡ଼ ହେଉ କି ଲକ୍ଷ୍ନୌ ହଉ, ମୁଁ ଯିବାକୁ ରାଜି । +କିଛି ବିପଦ ଆସିବ ନାହିଁ । +ଆଲ୍ଲା ଅଛନ୍ତି । +ଯୋଉ ପନ୍ଦର/କୋଡ଼ିଏ ହଜାର ଟଙ୍କା ମିଳିବ, ଶାମାକୁ ଦେଲେ ସେ ନିଜର ଗୋଟେ ଗ୍ୟାରେଜ କରିବ । +ତମେ ଏଥରକ ମନା କରିବନି ଅମ୍ମି ।’ +ଝିଅର ମୁହଁକୁ ଚାହିଁ ପାରୁନଥିଲା ଫାତିମା । +ଅଭାବ ଦୂର କରିବା ପାଇଁ ଏମିତି କଥା କହୁଥିଲା କି ସେ? +ନା ତିନିଝିଅ ବୋଝରୁ ନିଜକୁ ଆଡ଼େଇଦେଇ ବୋଝ ହାଲ୍‌କା କରିବାର ଇଚ୍ଛା? +ନା ସତକୁ ସତ ତା’ର ବାହା ହବାର ଇଚ୍ଛା ପ୍ରବଳ ହେଲାଣି? +‘ତୁ ଚିନ୍ତା କରନା ବେଟୀ’, ଫାତିମା ଝିଅର ମୁଣ୍ଡ ଆଉଁସି ଦେଉ ଦେଉ କହିଲା, ‘ମୁଁ ତମମାନଙ୍କ ପାଇଁ ଅଛି । +କିଛି ନା କିଛି ରାସ୍ତା ନିକିଲିଯିବ । +ଆଲ୍ଲା ମତେ ଏତେ ବାଟ ଆଣିବା ପରେ ନିଶ୍ଚେ କୂଳରେ ଲଗେଇବେ । + କେତେ ଦୁଃଖ ଆଉ ଦେବେ ମତେ?’ +ମା-ଝିଅ ଘର ଭିତରକୁ ଆସିଲେ । +ଦିନ ପରେ ଦିନ, ରାତି ପରେ ରାତି ବିତିଯିବାକୁ ଲାକିଲା । +ଦିନେ ମଝିଆଁ ଝିଅ ରାତିରେ ସେଇ ଏକା କଥା ମା’କୁ କହିଲା । +ସବୁ ଶୁଣି ଫାତିମା କେବଳ ମନେ ମନେ କହିଥିଲା : ‘ହେ ଆଲ୍ଲା!’ +ମୁଁ ତ କେତେ ଦୁଃଖ ସହିଛି, କେତେ ବିପଦର ସାମ୍ନା କରିଛି, କେତେ ଗରିବୀ ଦେଖିଛି, ସବୁ ଏଇ ଅଙ୍ଗେ ନିଭେଇଚି, ଆଜି ହାରିଯିବି କାହିଁକି? +କଥାଟା ଅବଶ୍ୟ ଫାତିମା କେବେଠୁ ଶୁଣିଥିଲା । +ପଡ଼ିଶା ଘରକୁ ଅଖ୍‌ବାର ଆସେ । +ସେଇ କହୁଥିଲା କି କ’ଣ! ହେ ହାଲ୍ଲା, ତୁମେ ହିଁ ଭରସା, ତୁମେ ମୋତେ ସାହସ ଦିଅ । +ବହୁତ ଥର ଏଣିକି ଫାତିମାକୁ ଦେଖିବାକୁ ମିଳିଲା ଗାଁର ସରପଞ୍ଚ ସହ । +ତାକୁ କୁହାବୋଲା କରି, ପୁଅଠୁ ପାଁଶ ଟଙ୍କା ଆଣି ବଜାରର ବ୍ୟାଙ୍କରେ ନିଜ ନାଁରେ ଗୋଟେ ଖାତା ଖୋଲିଲା । +ଶାମା ମଜାରେ କହିଲା; ‘ଅମ୍ମି, ଲୁଚେଇ ଲୁଚେଇ କେତେ ଟଙ୍କା ରଖିଚ?’ +ଶାମା ତ ସକାଳୁ ଯାଏ, ରାତିରେ ଆସେ, ଅତି ଭଲ ନହେଲେ ବି ଭଲ ରୋଜଗାର ହଉଚି ତା’ର, ତା’ ପଇସା ସେ ତା’ର ବ୍ୟାଙ୍କରେ ରଖୁଚି, ଭଲ ଗ୍ୟାରେଜ କରିବ, ମଝିରେ ମଝିରେ ଭଉଣୀମାନଙ୍କ ପାଇଁ ଡ୍ରେସ୍‌ ଆଣୁଚି । +ଗୋଟିଏ ଡ୍ରେସ୍‌ରେ ବର୍ଷ ବର୍ଷ ବିତେଇଥିବା ଭଉଣୀମାନେ ଟିକେ ଭଲରେ ତ ବାହାରକୁ ବାହାରି ପାରୁଛନ୍ତି । +ଝିଅମାନେ ଦେଖନ୍ତି : ଅନେକ ସମୟ ମା‌’ କରିମ୍‌ ଚାଚା, ହଲିମ୍‌ ଚାଚା, ପୁଣି ସରପଞ୍ଚ, ପୁଣି ଜମିଲ ଖାଁ – ସମସ୍ତଙ୍କ ସହ ମିଶି ଫୁସ୍‌ଫାସ୍‌ ଟୁପ୍‌ଟାପ୍‌ ହେଉଛି, କିଛି ଗୋଟେ ଯୋଜନା କରିବାରେ ଲାଗିଚି, ପଚାରିଲେ ‘ସବୁର୍‌ କର’ ବୋଲି କହି ମୂଳକଥାଟାକୁ ଆଡ଼େଇ ଯାଉଚି । + କି ଯୋଜନାରେ ଅଛି କେଜାଣି! +ଶେଷରେ ଦିନେ ଫାତିମା ସକାଳୁ ସକାଳୁ ସଫା ଶାଢ଼ି ପିନ୍ଧି କୁଆଡ଼େ ବାହାରିଲା । +ଶାମା ସେତେବେଳକୁ ଗ୍ୟାରେଜ୍‌କୁ ଯାଇ ସାରିଥିଲା । +ଝିଅମାନେ ପଚାରିଲେ : ‘କୁଆଡ଼େ ଯାଉଚ ଅମ୍ମି?’ +ଫାତିମା କହିଲା, ‘ଗୋଟେ କାମରେ ଯାଉଚି, ସନ୍ଧ୍ୟାବେଳକୁ ଫେରିଆସିବି ।’ +କରିମ୍‌ ଚାଚା ଓ ଜମିଲ୍‌ ଖାଁ ବି ବାହାରିଥିଲେ । +ସେମାନେ ସେଦିନ ଫେରିଲେ ନାହିଁ । +ତା’ ପରଦିନ ଫେରିଲେ ନାହିଁ । +ସାତଦିନ ପରେ ଗୋଟେ କାର୍‌ରେ ସେମାନେ ଫେରିଲେ । +ଫାତିମାକୁ କରିମ୍‌ ଚାଚା ଧରି ଧରି ଘରକୁ ଆଣିଲେ । +କହିଲେ, ‘ତା ’ର ଏବେ ଆଉ କିଛି ଦିନ ରେଷ୍ଟ ଦରକାର ।’ +ବୁଝାପଡ଼ିଲା, ଫାତିମା କଲିକତା ଯାଇଥିଲା । +ନିଜର କିଡ଼୍‌ନୀ ଲକ୍ଷେ ଟଙ୍କାରେ ଓ ଗୋଟେ ଆଖି ଦେଢ଼ଲକ୍ଷ ଟଙ୍କାରେ ବିକିଦେଇ ଆସିଲା । +‘ଏଣିକି ମୋ ପିଲାଙ୍କର ଅଭାବ ଦୂର ହେବ!’ ସେ କହୁଥିଲା । -- GitLab