From eaf03cd83d00702e6e0b4c930b04c1883ea6e630 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:29:21 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_17 | 110 ++++++++++++++++++ 1 file changed, 110 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_17 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_17 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_17 new file mode 100644 index 0000000..f7db857 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_17 @@ -0,0 +1,110 @@ +ଗୁଳିବିଦ୍ଧ ପକ୍ଷୀ +- ଦେବେନ୍ଦ୍ର ମହାନ୍ତି +ତା: ମାର୍ଚ୍ଚ୍ ୨୨, ୨୦୧୨ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ଆଖି ଲୁହକୁ ହାତ ପାପୁଲିରେ ପୋଛୁପୋଛୁ ବୁଦ୍ଧୁରାମ କହିଲା, ଦି,ଦି’ଟା ପିଲା ମ’ର ଖରାପ ହେଇଗଲେ ଏଇ ଛଅମାସ ଭିତରେ । +ବେଜୁଣୀ କହୁଚି, ଝିଅଟାକୁ ଦୁଷ୍ଟ ଡୁମା ନୁହେଁ, ଡାହାଣୀଟେ ଗୁଣି କରି ଦେଇଛି । +ପୂଜା ଠିକ୍‌ଠାକ୍‌ ହେଇଥିଲା, ବଳି ବି ଦିଆଯାଇଥିଲା, ଝଡ଼ାଫୁଙ୍କା ହେଇଥିଲା, ଚେରମୂଳି ଇଲାଜ ବି ହେଇଥିଲା । +ଠିକ୍‌ ନ ହେଲା କାହିଁକି ? ପୁଅଟାକୁ ବି ସେଇ ଡାହାଣୀ ଗୁଣିକରି ଦେଇଥିଲା ଯେ ଶୁଖିଶୁଖି ଖରାପ ହେଇଥିଲା । +ଝାଡ଼ା ବନ୍ଦ ହେଲା ନାହିଁ, ବାନ୍ତି ବନ୍ଦ ହେଲା ନାହିଁ । + ତୁ ତ ଦେଖିଚୁ କାଲା, କେମିତି ରାଗିଲା ଭଳି ତଳଓଠକୁ କାମୁଡ଼ି ବଡ଼ବଡ଼ ଆଖିରେ ଚାହୁଁଥିଲା ?” +କାଲା ସେଇଠୁ କହିଲା, ବେଜୁଣୀକି କହିଲୁ ନି । +ଏମିତି ମନ, କରିଥାଆନ୍ତା ଯେ, ଡାହାଣୀଟା ପେଟକୁ ଧରି ଛଟପଟ ହେଇଥାଆନ୍ତା । +ବେଜୁଣୀ ପା’ ଡଙ୍ଗରଡୁମାର ପୂଜକ । + ଡାହାଣୀଟା ତାକୁ ବଳିଯିବ ? +ଡାକିଥିଲି, ଡାକିଥିଲି, ସବୁ ଦେଖିଲା, କିଛି କରିପାରିଲା ନାହିଁ ”- କହୁକହୁ ବୁଦ୍ଧୁରାମ କାନ୍ଦିବାକୁ ଲାଗିଲା । +କାନ୍ଦନା, କାନ୍ଦନା”, କହି କାଲା ପିପାଁରୁ ଆଉ ଗିଲାସେ ମହୁଲି ଢାଳି ତା ହାତକୁ ବଢ଼େଇ ଦେଲା । +ଏକାଥରକରେ ଗ୍ଲାସ୍‌ଟାକୁ ଖାଲି କରିଦେଇ ବୁଦ୍ଧୁରାମ ପୁଣି କାନ୍ଦିଲା “ଡାହାଣୀଟା ଶକ୍ତ ଗୁଣି କରି ଦେଇଛି । + ମ’ ବଅଁଶ ବୁଡ଼ି ଗଲାରେ କାଲା–” +“ଆଉ କାନ୍ଦନା, କାନ୍ଦନା, ଆମ ଗାଁର ଆହୁରି କେତେ ପିଲାଙ୍କୁ ଗୁଣିକରି ଡାହାଣୀଟା ମାରି ପକେଇ ସାରିଲାଣି । +ମ’ ସ୍ତ୍ରୀଟାକୁ ଗୁଣି କରିଦେଲା ଯେ, ସେ ଶୁଖିଶୁଖି ମଲା । +ଦେବାଦେବୀ, ଡୁମା ଦେବତା, ପିତୃପୁରୁଷ ସମସ୍ତଙ୍କୁ ପୂଜାକରି ସନ୍ତୁଷ୍ଟ କଲି । +ହେଲେ ଡାହାଣୀର ଗୁଣିକୁ କେହି ଅଟକାଇ ପାରିଲେ ନାହିଁ । + ତୁ ଦେଖିଲୁ ପା, ଶାଲାପେନୁଙ୍କୁ ସନ୍ତୁଷ୍ଟ କଲି, କିଛି ହେଲା ?” +ବୁଦ୍ଧୁରାମ କହିଲା, “କିଛି ହବନି, ଯେ ଯାଏ ଏ ଗାଁରେ ସେ ଡାହାଣୀଟା ଅଛି, କେହି ବଞ୍ଚିବେନି ।” + ସମସ୍ତଙ୍କର ରକ୍ତ ଶୋଷି ନେଇ ମାରିଦବ । +ତାକୁ ଖତମ ନ କଲେ ଏ ଗାଁ ପଦା ହୋଇଯିବ । +ତମର ସମସ୍ତଙ୍କର ଗୋଟେ ସ୍ତ୍ରୀ କି ଗୋଟେ ପିଲାକୁ ଖାଇଲା, ମ’ର ତ ଦି,ଦି’ଟା ପିଲାଙ୍କୁ ମାରିଲା । +ଆଉ ତାକୁ ଛାଡ଼ିବିନି, ଆଜି ତାକୁ ଖତମ କରିବି ।” +କାଲା କହିଲା, “ଠିକ୍‌, ଠିକ୍‌ । +ମୁଁ ବି କହୁଛି, ଆଜି ତାକୁ ଖତମ କରିବା । + କିନ୍ତୁ କରିବା କଣ ? ଶୀତ ରାତିଟା, ଶୀତ ଲାଗିବ-” +“ଶୀତକୁ ଡରୁଛୁ । +ନେ, ନେ ଆଉ ଦି’ଗିଲାସ ମାରି ଦେ । +ଦେଖିବୁ ଶୀତଟା ଡରିମରି ତତେ ଛାଡ଼ି ପଳେଇବ ।” +କାଲା ଘରେ ବସି ବୁଦ୍ଧୁ ସହିତ ମହୁଲି ପିଉଥାଏ । +ଡଙ୍ଗର ପୂଜା ବେଳୁ ଗୋଟାଏ ପିପାଁରେ କିଛି ମହୁଲି ସହିତ ଟିକିଏ ସଲଫେଟ ମିଶାଇ କାଲା ଘରେ ରଖିଥିଲା । +ନିଶାଟା ଯେମିତି ବଢ଼ିବ । +କେଇଦିନ ଆଗରୁ ତା ସ୍ତ୍ରୀଟାକୁ ଡାହାଣୀ ଗୁଣିକରି ମାରି ଦେଇଥିଲା । +ସେ ଏବେ ଏକା । +ଶଲପ୍‌ଟୋଲିର, ଝିଅ ନୁର୍‌ସିକୁ ସେ ରାସ-କାପଡ଼ା (ଟଣାଝିଙ୍କା ବିବାହ) କରିଥିଲା । +ନୁର୍‌ସିଟା ଥିଲା ବହୁତ ସୁନ୍ଦର । +ରାସ-କାପଡ଼ା ବାହାଘର ଯୋଗୁଁ ଖର୍ଚ୍ଚ ବି କମ୍‌ ହେଇଥିଲା । +ନ ହେଲେ କାଲା ପାଖରେ ଟଙ୍କା କଉଠି ଥିଲା ଯେ ସେ ଫୁଲବାହା କରିଥାଆନ୍ତା ? ଅବଶ୍ୟ ରାସ-କାପଡ଼ାରେ ବୁଦ୍ଧୁରାମ ତାକୁ ସାହାଯ୍ୟ କରିଥିଲା । +ଧରା ପଡ଼ିଯାଇଥିଲେ ସେମାନେ ମାଡ଼ ମାରି ତା ଜୀବନ ନେଇ ଯାଇଥାଆନ୍ତେ । +ଆଗେ ତାରାକୁ ସମସ୍ତେ ଖୋଜାଲୋଡ଼ା କରୁଥିଲେ । +ରୋଗ ହେଲେ, ହଇଜା, ବସନ୍ତ, ପେଟବଥା, ଜ୍ବର ଇତ୍ୟାଦି ବ୍ୟାପିଲେ ଗୁଣି କରି ଚେରମୂଳି ଦେଇ ସେ ଭଲ କରି ଦଉଥିଲା । +ଦୁଷ୍ଟ ଡୁମାକୁ ତଡ଼ି ଦଉଥିଲା । +ଡଙ୍ଗର ପୂଜା ବେଳେ ତା ଗେରସ୍ତ ସଙ୍ଗୁରୁ ସାଙ୍ଗରେ ମିଶି ଢେର କାମ କରୁଥିଲା । +କିନ୍ତୁ ଯେଉଁଦିନ ସଙ୍ଗୁରୁଟା ଖରାପ ହେଇଗଲା, ଗାଁ ଲୋକେ ସନ୍ଦେହ କଲେ । +ଭଲ ଲୋକଟା, ଖରାପ ହେଇଗଲା କାହିଁକି ? ଡଙ୍ଗର ତଳ ଜମି ଖଣ୍ଡକରେ ମାଣ୍ଡିଆ ବୁଣି ଫେରିଲା ପରେ କଣ ହେଲା କେଜାଣି, ଖାଇ ସାରିଲା ପରେ ଯନ୍ତ୍ରଣାରେ ଛଟପଟ ହେଲା । +ବେଜୁଣୀ ଆସିଲା, ଡୁମା ପୂଜା କଲା, ଶାଲାପେନୁ, ପିତୃ-ପୁରୁଷଙ୍କୁ ପୂଜା କଲା । +ସଙ୍ଗୁରୁ ବଞ୍ଚିଲା ନାହିଁ । +ସେଇଠୁ ଗାଁ ଲୋକେ ଧରି ନେଲେ, ତାରାଟା ଡାହାଣୀ । +ନିଜ ସ୍ବାମୀ ସଙ୍ଗୁରୁକୁ ସେ ମାରିଛି । +କାହିଁକି ନା ସଙ୍ଗୁରୁ ପାଖରୁ ତା’ର ପିଲାପିଲି କିଛି ହଉ ନଥିଲେ । +ସ୍ବାମୀ ମଲା ପରେ ତାରା ପର ପିଲାଙ୍କ ଉପରେ ଦୃଷ୍ଟି ପକେଇଲା । +ଗାଁର ଯଉ ପିଲାଙ୍କ ଦେହରେ ହାତ ମାରି ଦଉଥିଲା, କାଖେଇ ପକାଉଥିଲା, ଏମିତି କି ଚାହିଁ ଦେଉଥିଲା ସେମାନେ ଝାଡ଼ା କି ଜ୍ବର ରୋଗରେ ପଡୁଥିଲେ ବୋଲି ଗାଁ ଲୋକଙ୍କର ଗୋଟାଏ ଅନ୍ଧବିଶ୍ବାସ ହୋଇଗଲା । +କେବଳ ତା’ ନୁହେଁ, ଗାଁରେ ତିନି, ଚାରି ଜଣ ଲୋକଙ୍କୁ ସେ ଗୁଣିକରି ମାରି ପକେଇଲା ବୋଲି ବୁଦ୍ଧୁରାମ ଓ ଆଉ କେତେକ ତାରା ନାମରେ ଅପପ୍ରଚାର କଲେ । +କାହିଁକି ନା ବେଜୁଣୀ ଯେତେ ପୂଜାପାଠ କରୁଥିଲା, ଯେତେ ପୋଢ଼ ବଳି ଦଉଥିଲା, ଯେତେ ଚେରମୂଳି ଔଷଧ ଦେଉଥିଲା, କିଛି କାମ କରୁ ନଥିଲା । +ବେଜୁଣୀ ବି କହିଥିଲା, “ଏଇ ତାରା ହିଁ ଗୁଣି କରି ସମସ୍ତଙ୍କୁ ମାରୁଛି । + ତାକୁ ଖରାପ ନକଲେ, ସାରା ଗାଁଟାକୁ ପଦା କରି ପକେଇବ-” +ସେଇଠୁ ସେମାନେ ତାରାକୁ ଏକଘରକିଆ କରିଦେଲେ । +ନିଆଁପାଣି ବନ୍ଦ । +ତାରା ତା’ଘର ଭିତରୁ ପଦାକୁ ଗୋଡ଼ କାଢ଼ିଲା ମାତ୍ରେ ସ୍ତ୍ରୀ ଲୋକମାନେ ନିଜନିଜର ଛୁଆମାନଙ୍କୁ ଧରି ଘର ଭିତରେ ଲୁଚି ଯାଉଥିଲେ । +ଦୂରରୁ ତା ଉପରକୁ ଏମିତି ଢେଲା ଫିଙ୍ଗୁଥିଲେ ଯେ ସେ ଦଉଡ଼ି ଦଉଡ଼ି ଯାଇ ତା’ଘର ଭିତରେ ପଶି କବାଟ ବନ୍ଦ କରି ଦେଉଥିଲା । +ଦିନ ବେଳେ ଘରୁ ବାହାରିବାକୁ ସାହସ କରୁ ନଥିଲା । +ବୁଦ୍ଧୁରାମ ଓ କାଲାରାମ ଉଭୟ ମହୁଲି ଦ୍ବାରା କବଳିତ ହୋଇ ସାରିଥିଲେ । +ସେମାନଙ୍କ ଭିତରେ ଥିବା ମଣିଷ ଦି’ଟା ବାହାରି ପଳେଇ ଯାଇଥିଲେ । +ଥରଥର ଗଳାରେ ଏବଂ ଭଙ୍ଗାଭଙ୍ଗା ବାକ୍ୟରେ ବୁଦ୍ଧୁରାମ କହୁଥିଲା, “ମ’ ଖୁଡ଼ି ହେଲେ କଣ ହେଲା ଶାଳୀ ଡାହାଣୀଟାଏ । +ମ’ ପୁଅକୁ ଗୁଣି କରି ମାରିଦେଲା ଯେ ଏଇ ହାତରେ ଗାତ ଖୋଳି ତାକୁ ପୋତିଲି, ଦେଖ ଏଇ ହାତ, ଆଜି ତାକୁ ଛାଡ଼ିବି ନାହିଁ । +ଏବେ ତା’ ନଜର ପଡ଼ିବ ମ’ ସ୍ତ୍ରୀ ଉପରେ । +ତା’କୁ ବି ଖାଇଯିବ । +ତା’ଘରକୁ ଲାଗି, ମ’ ଘର ତ ।” +ତା’ପରେ ହଠାତ୍‌ ବସିଥିବା ସ୍ଥାନରୁ ଉଠି ପଡ଼ିଲା ଏବଂ କାଲାର ଘର କୋଣରେ ଥୁଆ ହୋଇଥିବା ଟାଙ୍ଗିଆଟାକୁ ଉଠାଇ ଆଣିଲା, “ଚାଲ୍‌ କାଲା, ଆଜି ସେ ଡାହାଣୀଟାକୁ ଶେଷ କରିଦେବି ।” +ମଦ ନିଶାରେ ପାଦ ଏପାଖ, ସେପାଖ ପଡ଼ୁଥାଏ, ଆଖି ଲାଲ୍‌ ଲାଲ୍‌ । +କ୍ରୋଧରେ ଗର୍ଜନ କରୁଥାଏ- ଆଜି ତାକୁ ଛାଡ଼ିବି ନାହିଁ । +କାଲାର ଘର ସାମ୍ନା ରାସ୍ତାରେ ଆସି ସେ ଛିଡ଼ା ହେଲା । +ମାଘ ମାସର ଶୀତରାତି । +ଘନ ଅନ୍ଧକାର ଭିତରେ ଡଙ୍ଗରିଆ-କନ୍ଧ ବସ୍ତିର ଘରଗୁଡ଼ା ଲୁଚି ଯାଇଛି । +ବଡ଼ ବଡ଼ ଗଛଗୁଡ଼ା ରାକ୍ଷସମାନଙ୍କ ଭଳି ଗାଁ ଚାରିପଟେ ଜଗି ରହିଛନ୍ତି । +ଆକାଶରେ ତାରା, ତଳେ ଜୁଳୁଜୁଳିଆ ପୋକମାନଙ୍କର ଆଲୋକ ବ୍ୟତୀତ ଆଉ କେଉଁଠି ଆଲୋକର ରେଖାଟିଏ ମଧ୍ୟ ନାହିଁ । +ମଝିରେ ମଝିରେ କୁକୁର, ପେଚା ଆଉ ବଣ ଆଡୁ ଶିଆଳ, ହେଟାମାନଙ୍କର ଚିତ୍କାର ଭାସି ଆସୁଥାଏ । +ଗାଁ ଭିତରେ ପାଖକୁ ପାଖ ଲାଗି ନୁଆଣିଆ ଚାଳଘର । +ସେଗୁଡ଼ିକ ସାମ୍ନାରେ ସରୁ ପାଦଚଲା ରାସ୍ତା । +ଚାରିଆଡ଼େ ନିରବତା, ନିସ୍ତବ୍ଧତା । +ରାତି କେତେ ହେବ କେଜାଣି ? ଗାଁ ଯାକର ଲୋକ ନିଦ୍ରାରେ ଅଚେତ୍‌ । +ଟାଙ୍ଗିଆଟାକୁ ହାତରେ ଧରି ଆଗରେ ବୁଦ୍ଧୁରାମ ଓ ତା’ପଛରେ କାଲାରାମ । +ବୁଦ୍ଧୁରାମର ଖପୁରି ଭିତରେ ନିଆଁ ଲାଗିଛି । +ସେ ନିଆଁର ଧାସ ତା’ ହାତରେ, ଗୋଡ଼ରେ, ଦେହରେ, କିଛି ଭାବିବା ବା କିଛି ଚିନ୍ତାକରିବା ଅବସ୍ଥାରେ ସେ ନଥାଏ, ଚାରିଆଡ଼େ କେବଳ ତାକୁ ଝାପ୍‌ସା ଝାପ୍‌ସା ଦେଖାଯାଉଥାଏ । +ଗୋଟିଏ ଘର ପାଖରେ ସେମାନେ ଅଟକି ଗଲେ ଏବଂ ବାଉଁଶ ଫାଳିଆରେ ତିଆରି କବାଟଟାକୁ ଧକ୍କାଟାଏ ମାରି ଖୋଲି ଦେଲେ । +ସେହି ଅନ୍ଧାର ଭିତରେ କେହି ଜଣେ ଘୋଡ଼ିଘାଡ଼ି ହେଇ ଚଟାଣରେ ଶୋଇଥିବାର ବୁଦ୍ଧୁରାମ ଅନୁମାନ କଲା । +ନିଘୋଡ଼ ନିଦରେ ବୋଧେ ଡାହାଣୀଟା ଶୋଇଛି । +କବାଟ ଖୋଲିବାର ଶବ୍ଦରେ ମଧ୍ୟ ତା ନିଦ ଭାଙ୍ଗିଲା ନାହିଁ । +ବୁଦ୍ଧୁରାମ ମନରେ ହଠାତ୍‌ ଭାବନାଟାଏ ପଶିଗଲା । +ଏଇ ତାରା ଡାହାଣୀ, ତା ଖୁଡ଼ି । +ଘରକୁ ଘର ଲାଗିଛି । +ସଙ୍ଗୁରୁ କେତେ ଭଲ ପାଉଥିଲା ବୁଦ୍ଧୁରାମକୁ, ତା’ ପୁଅ, ଝିଅ ଦି ଜଣଙ୍କୁ । + ଖୁଡ଼ି ହେଇ ବି ତା’ ପିଲା ଦି’ଟାଙ୍କୁ ଗୁଣିକରି ମାରିଲା ? ଏବେ ତା’ ସ୍ତ୍ରୀ ଉପରେ ଦୃଷ୍ଟି ପକାଇଚି ? +ଚଟାଣରେ ଶୋଇଥିବା ଏବଂ ଅଖା ଘୋଡ଼ି ହୋଇଥିବା ସ୍ତ୍ରୀ ଲୋକଟା ପାଖକୁ ସେ ଝପଟି ଗଲା ଏବଂ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିବାରେ ଲାଗିଲା । +ତା’ଭିତରୁ ଏକ ନାରୀ କଣ୍ଠର ବିକଟ ଚିତ୍କାର ନିସ୍ତବ୍ଧତାକୁ ବିକ୍ଷୁବ୍ଧ କରି, ଅନ୍ଧାରକୁ ଚିରି ବାହାରି ଆସିଲା, ତା’ପରେ ବନ୍ଦ ହୋଇଗଲା, କେହି ଶୁଣିଲେ ନାହିଁ, କେହି ଜାଣିଲେ ନାହିଁ । +ତା’ପରେ ବୁଦ୍ଧୁରାମ ଓ କାଲାରାମ ବାହାରକୁ ଆସି ଦଉଡ଼ିବାକୁ ଲାଗିଲେ । +ପାଖ ଗଡ଼ିଆଟା ଭିତରକୁ ଟାଙ୍ଗିଆଟାକୁ ଫିଙ୍ଗି ଦେଇ ଉଭୟ କାଲା ଘର ଭିତରକୁ ଟାଣି କବାଟ କିଳି ଦେଲେ । +ସକାଳ କେତେବେଳେ ହେଲା, କେତେବେଳେ ସୂର୍ଯ୍ୟ ଉପରକୁ ଉଠିଲେ ଏବଂ କେତେବେଳେ ଗାଁ ଭିତରଟା କୋଳାହଳରେ ଭରିଗଲା, ସେମାନେ ଜାଣି ପାରିନାହାଁନ୍ତି । +ଗାଁର ଦୁଇଜଣ ଯୁବକ ଯେତେବେଳେ କାଲାରାମର ଦାଣ୍ଡ କବାଟ ଭାଙ୍ଗି ଘର ଭିତରେ ପଶି ଦୁଇଜଣଙ୍କୁ କେଞ୍ଚାକେଞ୍ଚି କଲେ, ସେତେବେଳେ ଉଭୟ ଉଠିବସିଲେ । +ଜଣେ କହିଲା, “ଆବେ ବୁଦ୍ଧୁ ! କାଲି ରାତିରେ ତ ସ୍ତ୍ରୀକୁ ଘରେ ଏକୁଟିଆ ଛାଡ଼ିଦେଇ ଏଠି ଆସି ଶୋଇଛୁ ? ରାତିଯାକ ମଦ ପିଇଚୁ ? ଦେଖିବୁ ଯା, ରାତିରେ ଏକୁଟିଆ ପାଇ ତାକୁ କିଏ କାତିରେ କାଟି ଟୁକ୍‌ଟୁକ୍‌ କରି ଦେଇଛି ।” +ବୁଦ୍ଧୁରାମ କିଛି ବୁଝି ପାରୁ ନଥିଲା । +ମହୁଲିଗୁଡ଼ା ତା’ ମୁଣ୍ଡକୁ ସେତେବେଳ ଯାଏ କବ୍‌ଜାରେ ରଖିଥାଏ । +ସେ ଡବଡବ କରି ଯୁବକଟିକୁ ଚାହିଁଲା । + ଯୁବକଟି କହିଲା, “ଆବେ ଚାହିଁଚୁ କଣ, ଜଲଦି ଯା, ତ ସ୍ତ୍ରୀକୁ କାଲି ରାତିରେ, କିଏ ହାଣି ପକେଇଚି, ପୋଲିସ୍‌ରେ ରିପୋର୍ଟ ଲେଖେଇବୁ-” +ଶିକାରୀର ଗୁଳିବାଜି ତଳକୁ ଖସି ପଡୁଥିବା ପକ୍ଷୀଟି ଭଳି ବୁଦ୍ଧୁରାମ ଆକାଶରୁ ଖସି ମାଟି ଉପରେ ଦୁଲ୍‌ଦାଲ୍‌ ହୋଇ କଚାଡ଼ି ହୋଇ ପଡ଼ିଲା । -- GitLab