From ef6df318c526a1a908feb10b06ad0092fd17c6e9 Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:18:46 +0530 Subject: [PATCH] Upload New File --- .../vikashpedia_health_odia59.txt | 47 +++++++++++++++++++ 1 file changed, 47 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia59.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia59.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia59.txt new file mode 100644 index 0000000..93668e7 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia59.txt @@ -0,0 +1,47 @@ +ପାଚନସଂସ୍ଥାନଗତ ରୋଗ +ପାଚନସଂସ୍ଥାନଗତ ବିକୃତିର ସ୍ୱରୂପ +ମନୁଷ୍ୟ ପାଚନ ସଂସ୍ଥାନ ବା Digestive System ଯେଉଁସବୁ ଅଙ୍ଗକୁ ନେଇ ଗଠିତ ସେଗୁଡିକ ହେଲା ମୁଖ୍ୟତଃ ପାକସ୍ଥଳୀ (Stomach), ଯକୃତ (Liver), କ୍ଷୁଦ୍ରାନ୍ତ୍ର (Small Intestine), ବୃହଦନ୍ତ୍ର (Large Intestine), ଅଗ୍ନାଶୟ (Pancreas) ଏବଂ ଗ୍ରହଣୀ (Duodenum) । +ଏ ସମସ୍ତ ଅଙ୍ଗଗୁଡିକ ଖାଦ୍ୟର ପରିପାକ କ୍ରିୟାରେ ଅଂଶଗ୍ରହଣ କରି ଖାଦ୍ୟରୁ ସାରାଂଶ ପୃଥକ କରି ମଳ ପ୍ରସ୍ତୁତି ହେଲା ପାଚନ ସଂସ୍ଥାନଗତ ରୋଗ ବିକାର ଦେଖାଯାଇଥାଏ । +ତେବେ ସବୁ ପାଚନସଂସ୍ଥାନଗତ ରୋଗ ମଧ୍ୟରେ ତିନୋଟି ବହୁଚର୍ଚ୍ଚତ ବିକାର ହେଲା – (୧) ଅରୁଚି (Anorexia) (୨) ଅଗ୍ନିମାନ୍ଦ୍ୟ ଏବଂ ଅଜିର୍ଣ୍ଣ ( Indigestion) । +ଏହି ତିନିଗୋଟି ରୋଗ ଉଦାର ରୋଗ ମଧ୍ୟରେ ମୁଖ୍ୟ ଅଟେ । +ଏଗୁଡିକ ମଧ୍ୟ ଅନ୍ୟ କେତେକ ରୋଗର ଲକ୍ଷଣ ସ୍ୱରୂପ ଦେଖାଯାଇଥାଏ । +ବର୍ତ୍ତମାନ ଏହି ତିନୋଟି ରୋଗ ସମ୍ବନ୍ଧରେ ଆଲୋଚନା କରାଯାଉ । +ଅରୁଚି (Anorexia) +ଏଥିରେ ବ୍ୟକ୍ତିକୁ ଭୋକ ଲାଗିଥାଏ କିନ୍ତୁ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ନାହିଁ । +ଯେତେ ପ୍ରକାର ଉତ୍ତମବ୍ୟଞ୍ଜନ ପରଷିଲେ ମଧ୍ୟ ରୋଗୀ ଏସବୁ ଆହାର ଗ୍ରହଣ କରିବାକୁ କୁଣ୍ଠାବୋଧ କରେ । +ବାଧ୍ୟବାଧକତାରେ ଖାଇଲେ ତାହା ବାନ୍ତି ହୋଇଯିବାର ସମ୍ଭାବନା ଥାଏ । +ଆୟୁର୍ବେଦ ଚିକିତ୍ସାରେ ଲକ୍ଷଣ ଓ ପ୍ରକାରଭେଦ ଦ୍ରୁଷ୍ଟିରୁ ଅରୁଚିକୁ ପାଞ୍ଚ ଭାଗାରେ ବିଭକ୍ତ କରାଯାଇଛି । + ଯଥା – +ବାତଜ ଅରୋଚକ +ପିତ୍ତଜ ଅରୋଚକ +କଫଜ ଅରୋଚକ +ସନ୍ନିପାତଜ ଅରୋଚକ +ଆଗନ୍ତୁଜ ଅରୋଚଜ । +ବାତଜ ଅରୁଚିରେ ମୁଖର ସ୍ଵାଦ କଷାଳିଆ ଓ ସାମାନ୍ୟ ଛାତି ଯନ୍ତ୍ରଣା ଅନୁଭୂତ ହୋଇଥାଏ ଏବଂ ପିତ୍ତଜ ଅରୁଚିରେ ମୁଖର ସ୍ଵାଦ କଟୁ ବା ଅମ୍ଳୀୟ (ଖଟା) ହୋଇଥାଏ, ମୁଖରୁ ଦୁର୍ଗନ୍ଧ ଆସେ ଏବଂ ଶୋଷ ଲାଗିବା, ଜଳାପୋଡା ସଦୃଶ ଅନୁଭୂତ ହେବା ତଥା ଶୂଳ ଆଦି ଲକ୍ଷଣ ଦେଖାଯାଇଥାଏ । +ସେହିପରି କଫଜ ଅରୁଚି ରୋଗରେ ମୁଖର ସ୍ଵାଦ ମିଠା ବା ଲୁଣିଆ ଲାଗିବା ଓ ମୁଖରୁ ଲାଳ ଅଧିକ ସ୍ରାବ ହେବା ଲକ୍ଷଣ ଦେଖିବାକୁ ମିଳେ । +ସନ୍ନିପାତଜ ଅରୁଚିରେ ଉପରୋକ୍ତ ସମସ୍ତ ଲକ୍ଷଣ ସମ୍ମିଳିତ ଭାବେ ଦେଖାଯାଏ ଏବଂ ଆଗନ୍ତୁଜ ଅରୁଚି ରୋଗରେ ମୁଖର ସ୍ଵାଦ ସ୍ଵାଭାବିକ ରହିବା ସହ ସାମାନ୍ୟ ହୃଦୟଶୂଳ ଅନୁଭୂତ ହୋଇଥାଏ । +ଅରୁଚି ସମସ୍ୟା ଉତ୍ପନ୍ନ ହେବାର କାରଣ ସମ୍ବନ୍ଧରେ ଆୟୁର୍ବେଦରେ ଉଲ୍ଲେଖ ଅଛି ଯେ ଶୋକ, ଭୟ କ୍ରୋଧ ତଥା ମନକୁ ଦୂଷିତ କରୁଥିବା ଖାଦ୍ୟପେୟ ପ୍ରଭୂତି ମାନସିକ କାରଣ ଯୋଗୁଁ ବାତାଦି ଦୋଷ କୁପିତ ହୋଇ ଅରୁଚି ରୋଗ ସୃଷ୍ଟି କରିଥାଏ । +ତେବେ ଆଧୁନିକ ଚିକିତ୍ସା ବିଜ୍ଞାନ ମତରେ ଅରୁଚି ( Anorexia) ଏକ ଖାଦ୍ୟକ ବିକୃତି (Eating Disorders) ଅନ୍ତର୍ଭକ୍ତ ଏବଂ ଏହାର କାରଣ ଅଜ୍ଞାତ ଯଦିଓ ମସ୍ତିଷ୍କର ହୋଇପୋଥାଲାମସର କାର୍ଯ୍ୟହାନୀ (Dysfunction of hypothalamus) କୁ ପ୍ରାଥମିକ କାରଣ ମନେ କରାଯାଏ । +ଏହାଛଡା ଅରୁଚିର ଅନ୍ୟ କରଣଗୁଡିକ ହେଲା – ସଂକ୍ରମଣ ଟାଟା କୌଣସି ପୁରୁଣା ରୋଗ ( Infections and chronic disease) ଚୟାପଚଯାକ୍ରିୟାଗତ ବିକୃତି, ଭିଟାମିନ୍ ର ଅଭାବ ବିଶେଷତଃ ଭିଟାମିନ୍ନ – ବି କମ୍ଲେକ୍ସ, ମାନସିକ କାରଣ ଯଥା – ଭୟ, ଶୋକ, ଅତି କ୍ରୋଧ ଓ ବ୍ୟସ୍ତ ମାନସିକତା । +ଅଗ୍ନିମାନ୍ଦ୍ୟ +ଅଗ୍ନିର ମନ୍ଦତା କିମ୍ବା ଅଭାବକୁ ଅଗ୍ନିମାନ୍ଦ୍ୟ କାହାଯାଏ । +ଏଠାରେ ଅଗ୍ନି କହିଲେ ପାଚକ ଅଗ୍ନିକୁ ବୁଝାଯାଏ ଯାହା ବିଭିନ୍ନ ପାଚକ ଗ୍ରନ୍ଥିରୁ ନିର୍ମିତ ପାଚକ ରସ ବା ଏନଜାଇମ୍ ର ସମ୍ମିଶ୍ରଣ ଅଟେ । +ଏହା ସ୍ୱଳ୍ପ ହେଲେ ଅଳ୍ପ ଖାଦ୍ୟ ମଫହୟ ଠିକ୍ ଭାବେ ପାଚନ ହୋଇପାରେ ନାହିଁ । +ଆୟୁର୍ବେଦ ମତରେ ଆମ ଶରୀରରେ ଯେଉଁ ୧୩ ପ୍ରକାର ପାଚକ ଅଗ୍ନି ରହିଛି ସେଗୁଡିକ ମଧ୍ୟରେ ଜଠରାଗ୍ନି ଶ୍ରେଷ୍ଠ ଅଟେ । +ଏହା ଖାଦ୍ୟକୁ ପାଚର କରିବା ସହ ଅନ୍ୟ ୧୨ ଗୋଟି ଅଗ୍ନିକୁ ବଳ ଦିନ । +ଏହା ଅଗ୍ନିମାନ୍ଦ୍ୟ ଅବସ୍ଥାରେ ଖାଦ୍ୟ ଠିକ୍ ଭାବରେ ହଜମ ହୁଏ ନାହିଁ । +ଅଜୀର୍ଣ୍ଣ +ଆହାର ଠିକ୍ ସମୟରେ ପରିପାକ ବା ପାଚନ ନ ହେଲେ ତାହାକୁ ଅଜୀର୍ଣ୍ଣ କୁହାଯାଏ । +ଅଗ୍ନିମାନ୍ଦ୍ୟ ଏହାର ମୂଳ କାରଣ । +ତେବେ ସମୟାନୁ ସାରେ ଖାଦ୍ୟ ନଖାଇଲେ, ମାତ୍ରାରୁ ଅଧିକ ଖାଦ୍ୟ ଖାଇଲେ, ଦିନରେ ଶୋଇଲେ, କ୍ଷୁଧା ତୃଷ୍ଣାର ବେଗ ଅଟକାଇଲେ ତଥା ଅଧିକ ଜଳସେଚନ, କ୍ରୋଧ, ଚିନ୍ତା ଭୟ ଆଦି କାରଣରୁ ଅଜୀର୍ଣ୍ଣ ରୋଗ ସୃଷ୍ଟି ହୁଏ । +ଏହା ଫଳରେ ଶରୀର ଓଜନିଆ ଲାଗିବା, ବିଚଳିତ ଲାଗିବା, ମଳବାୟୁ ନ ବାହାରିବା, ତରଳଝାଡା, ପେଟରେ ଗ୍ୟାସ ହେବା, ଛାତିରେ ଏବଂ ପେଟରେ ଯନ୍ତ୍ରଣା ଓ ସାମାନ୍ୟ ଜ୍ଵଳନ ପୀଡା ଲକ୍ଷଣ ସ୍ୱରୂପ ଦେଖାଯାଇଥାଏ । +ଚିକତ୍ସା +ସମସ୍ତ ପ୍ରକାର ପାଚନଗତ ବିକୃତି ପାଇଁ ଆୟୁର୍ବେଦାୟ ଔଷଧ ଅତ୍ୟନ୍ତ ହିତକର ଏବଂ ଆସୁଫଳପ୍ରଦ ଅଟେ । +ଅରୁଚି ଅଗ୍ନିମାନ୍ଦ୍ୟ, ଅଜୀର୍ଣ୍ଣ ଓ ଅମ୍ଲେପିତ୍ତ ସମସ୍ତ ପ୍ରକାର ଉଦର ରୋଗର ସଫଳ ଏବଂ ପୂର୍ଣ୍ଣ ଚିକିତ୍ସା ନିମନ୍ତେ ଆୟୁର୍ବେଦରେ ଅନେକ ଶାସ୍ତ୍ରୀୟ ଔଷଧ ରହିଛି । +ଏହିସବୁ ଔଷଧଗିଡିକ ମଧ୍ୟରେ ସୌଭାଗ୍ୟ ଶୁଣ୍ଠିଖଣ୍ଡ ମୋଦକ, ଜୀରକାଦି ମୋଦକ, ବିଲ୍ୱାଦିଚୂର୍ଣ୍ଣ ଅବିପତ୍ତିକର ଚୂର୍ଣ୍ଣ ଲବଣଭାସ୍କର ଚୂର୍ଣ୍ଣ, ଚିତ୍ରକାଦି ବଟୀ, ଅଗ୍ନିତୁଣ୍ଡି ବଟୀ, ହିଙ୍ଗବାଷ୍ଟକ ଚୂର୍ଣ୍ଣ, ମହାଶଙ୍ଖବଟୀ ପ୍ରଭୂତି ଦୀପନ ଓ ପାଚନ ଗୁଣବିଶିଷ୍ଟ ଔଷଧ ପ୍ରସିଦ୍ଧ ଅଟେ । +ଏହି ଔଷଧୀୟ ଚିକିତ୍ସା ସୁବିଧା ନେବା ଲାଗି ଅଭିଜ୍ଞ ଆୟୁର୍ବେଦ ଚିକିତ୍ସକଙ୍କ ସହ ପରାମର୍ଶ କରି ନିୟମିତ ଔଷଧ ସେବନ କଲେ ରୋଗୀ ନିଶ୍ଚିତ ଭାବେ ଆରୋଗ୍ୟ ଲାଭ କରିପାରିବେ । +ଏହାଛଡା, ନିମ୍ନୋକ୍ତ ସହଜ ଘରୋଇ ଚିକିତ୍ସା ମଧ୍ୟ ରୋଗୀର ଅରୁଚି, ଅଗ୍ନିମାନ୍ଦ୍ୟ ଓ ଅଜୀର୍ଣ୍ଣ ପ୍ରଭୁତା ରୋଗଗୁଡିକୁ ଉପଶମ କରିବା ଦିଗରେ ବିଶେଷ ଫଳପ୍ରଦ ଅଟେ । +ସହଜ ଚିକତ୍ସା +ଲେମ୍ବୁ ଡାଳିମ୍ବ ଓ ଅଦାରସ ପ୍ରତ୍ୟେକରୁ ୧ ଚାମଚ ମାତ୍ରାରେ ନେଇ ପୁନଶ୍ଚ ସୈନ୍ଧବଳବଣ, ଗୋଲମରୀଚ ଓ ମିଶ୍ରିଗୁଣ୍ଡ ଅଧ ଚାମଚ ଲେଖାଏଁ ନେଇ ୫୦ ଗ୍ରାମ୍ ଅଙ୍ଗୁର ସହ ବାଟି ଚଟଣି କରି ଦିନକୁ ୨ ଥର ଖାଇଲେ ଅରୁଚି ରୋଗ ନଷ୍ଟ ହୁଏ । +ଭୋଜନ ପୂର୍ବରୁ ଖଣ୍ଡେ ଆଡ ଧୋଇ ସୈନ୍ଧବ ଲବଣ ସହ ଚୋବାଇ ଖାଇଲେ କିମ୍ବା ଖାଦ୍ୟ ରଶୁଣ ଅଥବା ପୁଦିନା ଚଟଣି ଖାଇଲେ ଅଗ୍ନିମାନ୍ଦ୍ୟ ଦୂର ହୁଏ । +ଶୁଣ୍ଠି, ପିପ୍ପଳୀ ଓ ଗୋଲମରିଚ ସମଭାଗରେ ଚୂର୍ଣ୍ଣକରି ୩ ଗ୍ରାମ୍ ମାତ୍ରାରେ ଦିନକୁ ୨ ଥର ସେବନ କଲେ ଅଜର୍ଣ୍ଣା ଦୂର ହୁଏ -- GitLab