From f08af4c0d36d541e186c206d06af63fd560a04d8 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:52:40 +0530 Subject: [PATCH] Upload New File --- .../vikashpedia_health_odia171.txt | 46 +++++++++++++++++++ 1 file changed, 46 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia171.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia171.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia171.txt new file mode 100644 index 0000000..5873ed7 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia171.txt @@ -0,0 +1,46 @@ +ମଧୁମେହ ରୋଗୀ କିଭଳି କରିବେ ଉପବାସ +ଉପକ୍ରମ +ଓଷା ଓ ବ୍ରତ ଆଦି ଦୃଷ୍ଟିରୁ ଅନେକ ଲୋକ ଉପବାସ କରିଥାନ୍ତି । +ଏହାଦ୍ଵାରା ଅନେକାଂଶରେ ଶରୀର ପାଇଁ ଉପକାର ମିଳିଥାଏ । +ସମଗ୍ର ପୃଥିବୀରେ ପ୍ରାୟ 5 କୋଟି ମଧୁମେହ ରୋଗୀଅଛନ୍ତି । +ଏହି ରୋଗୀମାନେ ଉପବାସ ସମୟରେ କିପ୍ରକାର ସତର୍କତା ଅବଲମ୍ଭନ କରିବେ । +ଆଠ ଘଣ୍ଟା ଉପବାସ ପରେ ଆମ ଶରୀର ଗଚ୍ଛିତ ଶର୍କରାକୁ ବ୍ୟବହାର କରି ରକ୍ତର ଶର୍କରା ସ୍ତରକୁ ସ୍ଥିର ରଖିଥାଏ । +ପରବର୍ତ୍ତୀ କାଳରେ ଶରୀର ଚର୍ବିକୁ ଶକ୍ତିସ୍ରୋତ ରୂପେ ଉପଯୋଗ କରିଥାଏ । +ଏହା ସାଧାରଣ ଲୋକଙ୍କ ପାଇଁ କ୍ଷତି ଘଟାଏ ନାହିଁ । +ବଟିକା ବା ଇନସୁଲିନ୍ ବ୍ୟବହାର କରୁଥିବା ମଧୁମେହ ରୋଗୀଙ୍କ ପାଇଁ ହାଇପୋଗ୍ଲାଇସେମିଆ ପରି କ୍ଷତି ଘଟାଇଥାଏ । +ହାଇପୋଗ୍ଲାଇସେମିଆର ଲକ୍ଷଣ +ଶରୀରରେ କମ୍ପନ ହେବା, ଝାଳ ବାହାରିବା, ଭଲଭାବରେ ଆଖିକୁ ଦେଖା ନ ଯିବା, ଓଠଓ ହାତ ଥରିବା, ଚିଡଚିଡା ଲାଗିବା, ମଥା ଭାରି ଲାଗିବା, ଛାତି ଧଡଧଡ ହେବା, ଧଇଁସଇଁ ଲାଗିବା ଆଦି । +ଏହି ସମୟରେ କଠିନ ପରିଶ୍ରମ କଲେ ହାଇପୋଗ୍ଲାଇସେମିଆ ବଢିଯିବାର ସମ୍ଭାବନା ଥାଏ । +ଦୀର୍ଘ ସମୟ ଧରି ଉପବାସ ରହିବା ଯୋଗୁଁ ହାଇପୋଗ୍ଲାଇସେମିଆ ଓ ଜାଲିୟ ଅଂଶର ଅଭାବ ଅଧିକ ମାତ୍ରାରେ ଦେଖାଯିବାର ସମ୍ଭାବନା ରହିଛି । +ଜଳୀୟ ସ୍ତର ହ୍ରାସର ଲକ୍ଷଣ +ଜଳୀୟ ସ୍ତର ହ୍ରାସ ପାଇଲେ ଶୋଷ, ପରିସ୍ରା କମିବା, ଶୁଷ୍କ ଓଠ, ମୁଖ ଏବଂ ଚର୍ମ ଆଦିରେ ଶୁଷ୍କତା ଅନୁଭୂତ ହୋଇଥାଏ । +ଏହା ଯୋଗୁଁ ଶିରାରେ ରକ୍ତ ଜମାଟ ବାନ୍ଧିଥାଏ । +ଏହାର ଲକ୍ଷଣ ହେଉଛି, ଯନ୍ତ୍ରଣା, ଫୁଲା ଏବଂ ନାଲିପଡିବା କଣ୍ଡିଆ ଏବଂ ଗରମ ଲାଗିବା । +ବେଳେ ବେଳେ ଜମାଟ ଥିବା ଧନନୀ ସୁସ୍ପଷ୍ଟ ଦିଶିଥାଏ । +ମଧୁମେହ ରୋଗୀଙ୍କ ଠାରେ ଉପବାସ ପୂର୍ବରୁ ଓ ଉପବାସ ପରେ ଅଧିକ ମାତ୍ରାରେ ଭୋଜନ ହେତୁ ରକ୍ତରେ ଶର୍କରାର ଅଂସ ଅତିମାତ୍ରାରେ ବଢିଯାଇ ଶରୀରରେ କ୍ଷତି ଘଟାଇଥାଏ । +ରକ୍ତରେ ଶର୍କରା ମାତ୍ରା ଅଧିକ ବଢିବାର ଲକ୍ଷଣ +ଶୋଷ ଲାଗିବା, ବାରମ୍ବାର ପରିସ୍ରା ଲାଗିବା, ମଣ୍ଡବ୍ୟଥା, ବହୁମାତ୍ରାରେ ଥକ୍କା ଲାଗିବା ଆଦି । +ଉପବାସ ସମୟରେ ଆପଣଙ୍କ ରକ୍ତରେ ଶର୍କରାର ମାତ୍ରା ନିୟମିତ ପରକ୍ଷା କରିବା ଉଚିତ୍ । +ଏହା ରୋଗୀଙ୍କୁ ନିରାପଦ ରଖିଥାଏ । +ଏହାଦ୍ଵାରା ଆପଣଙ୍କ ଉପବାସ ଭଙ୍ଗ ହୋଇ ନ’ ଥାଏ । +ମଧୁମେହ ରୋଗୀ ଉପବାସ ନକରିବା ଭଲ । +ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ଉପବାସ କରିବା ଉଚିତ୍ । +ଏମାନଙ୍କ କ୍ଷେତ୍ରରେ ଉପବାସ କରିବା ବିପଦପୂର୍ଣ୍ଣ ଏବଂ ସ୍ୱାସ୍ଥ୍ୟହାନି ଘଟିଥାଏ । +ପିଲାମାନେ (ଯୌବନାବସ୍ଥା ପୂର୍ବରୁ), ବୁଦ୍ଧ ବ୍ୟକ୍ତି, ଶାରୀରିକ ଅକ୍ଷମ, ଶାରୀରିକ ଅସୁସ୍ଥ ବ୍ୟକ୍ତି, ପର୍ଯ୍ୟଟକ, ଗର୍ଭାବସ୍ଥା ଆଦି ସମୟରେ ଉପବାସ କରିବା ଅନୋବଶ୍ୟକ । +ଇନସୁଲିନ୍ ବ୍ୟବହାର କରୁଥିବା ମଧୁମେହ ରୋଗୀମାନେ ବିଶେଅସ ସତର୍କତା ଅବଲମ୍ଭନ କରିବା ଆବଶ୍ୟକ । +ମଧୁମେହ ଦ୍ଵାରା ଆକ୍ରାନ୍ତ ରୋଗୀମାନେ ଉପବାସ ଦ୍ଵାରା ପ୍ରଚଣ୍ଡ ହାଇପୋଗ୍ଲାଇସେମିଆ ଶିକାର ହୋଇଥାନ୍ତି । +ଯଦି କୌଣସି ବ୍ୟକ୍ତି ଉପବାସ କରି ନପାରନ୍ତି ସେମାନେ ଗରିବଙ୍କୁ ଖାଦ୍ୟା ପ୍ରଦାନ କରି ତାଙ୍କ କର୍ତ୍ତବ୍ୟନିଷ୍ଠାର ପ୍ରତିପାଦନ କରିପାରିବେ ଅଥବା ପରବର୍ତ୍ତୀ ସମୟରେ ଉପବାସ ରହି ସଂପୂର୍ଣ୍ଣ କରିପାରିବେ । +ମଧୁମେହ ରୋଗୀମାନେ ଉପବାସ ଆରମ୍ଭ ପୂର୍ବରୁ ମଧୁମେହ ଡାକ୍ତର କିମ୍ବା ନର୍ସଙ୍କ ଠାରୁ ସଂପୂର୍ଣ୍ଣ ଭାବରେ ମଧୁମେହର ଉପଚାର ଉପରେ ପରାମର୍ଶ ନେବା ଆବଶ୍ୟକ । +ମଧୁମେହ ରୋଗୀଙ୍କ ଖାଦ୍ୟ ସ୍ୱାସ୍ଥ୍ୟକର ହେବା ଉଚିତ୍ । +ଅତ୍ୟଧିକ ଖାଦ୍ୟ ଏବଂ ଅସ୍ଵାସ୍ଥ୍ୟକର ଖାଦ୍ୟ ଓଜନ ବଢାଇବା ସହିତ ରକ୍ତରେ- ଶର୍କରା ସ୍ତର ଅସନୁଳ ଅବସ୍ଥାକୁ ଆଣିଥାଏ । +ଉପବାସ ସମୟରେ ଶ୍ଵେତସାର ସମ୍ଭାନ୍ଧୀୟ ଖାଦ୍ୟ ତଥା ଧୀରେ ଧୀରେ ଅବେଶୋକ୍ଷିତ ହେବା ଖାଦ୍ୟ ଯାହାକି ଧୀରେ ଧୀରେ ଶକ୍ତି ପ୍ରଦାନ କରିଥାଏ, ଖାଇବା ଉଚିତ୍ । +ପାଉଁରୁଟି, ଯଅ, ବାସମତୀ ଚାଉଳ ତଥା ବିନସ, ଶିମ୍ବ, ଚନା ତଥା ଡାଲିଜାତୀୟ ଖାଦ୍ୟ ଏବଂ ଫଳ ଓ ପାଣିବାରିବା ଆଦି ଖାଇବା ଆବଶ୍ୟକ । +ଏହି ସବୁ ଖାଦ୍ୟ, ତନ୍ତୁଅଥବା ଫାଇବାର୍ ଯୋଗୁଁ ଧୀରେ ଅବଶୋଷିତ ହୁଅନ୍ତି । +ଚପାତି, ରୁଟି, ଖଜୁରି, ଦହି, ସିଝା ପନିପାରିବା, ବୀଜ ଏବଂ ଚଣା ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ରକ୍ତରେ ଶର୍କରା ସ୍ତର ସ୍ଥିର ରହିଥାଏ । +ବିବିଧ ଏବଂ ସୁଷମ ଖାଦ୍ୟ ଖାଇବା ଗୁରୁତ୍ଵପୂର୍ଣ୍ଣ ଅତ୍ୟଧିକ ମିଠା ଏବଂ ଚର୍ବି ଜାତୀୟ ଖାଦ୍ୟ ( ପରଟା, ପୁରି, ପକୋଡା, ସିଙ୍ଗଡା) ଆଦି ଖାଇବା ଉଚିତ୍ ନୁହେଁ । +ଯଥା ପରିମାଣରେ ପାଣି ପିଇବା ଆବଶ୍ୟକ । +ଘରେ ତିଆରି ଖାଦ୍ୟ ଖାଇବା ଭଲ । +ବହୁ ସମୟ ଧରି ନ ଖାଇବା ଯୋଗୁଁ ହାଇପୋଗ୍ଲାଇସେମିଆ କ୍ଷତି ହୋଇଥାଏ । +ଯଦି ଉଚ୍ଚ ଶର୍କରା ସ୍ତର ଥିବା ମଧୁମେହ ରୋଗୀ ଅଧିକ ସମୟ ଉପବାସ କରନ୍ତି, ତେବେ ଶରୀରରୁ ଜଳୀୟ ଅଂସ କମିଯାଇ କ୍ଷତି ହୋଇଥାଏ । +ଉପବାସ ଭଙ୍ଗ ସମୟରେ ବହୁତ ମାତ୍ରାରେ ପାନୀୟ ପଦାର୍ଥ ଶୁଦ୍ଧ ପାଣି ଫଳରସ ଆଦି ସେବନ କଲେ ଜଳୀୟ ଅଂଶ ହ୍ରାସ ପାଇବା ପରି କ୍ଷତିକୁ ଏଡାଇ ଦେଇହୋଇଥାଏ । +ଡାକ୍ତରଙ୍କ ପରାମର୍ଶ ଅନୁସାରେ ଇନସୁଲିନ୍ ର ମାତ୍ରା ତଥା ସମୟ ନିର୍ଘଣ୍ଟ ପ୍ରଣାଳୀ ବଦଳାଇବା ଜରୁରୀ ମଧୁମେହ ରୋଗୀମାନେ ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ । -- GitLab