diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia197.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia197.txt new file mode 100644 index 0000000000000000000000000000000000000000..79d7e360248db80f645cd327f9171a9db63a398c --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia197.txt @@ -0,0 +1,64 @@ +ହିଅରିଂ ଲସ୍ ର ସମାଧାନ +ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟରୁ ଶୁଭିବାର ପ୍ରାଧାନ୍ୟ ଖୁବ୍ ବେଶି । +ପଞ୍ଚେନ୍ଦ୍ରିୟ ମଧ୍ୟରୁ ଏହା ଅନ୍ୟତମ । +ହିଅରିଂ କ’ଣ +ତରଙ୍ଗ ନିର୍ଦ୍ଧାରଣ ଦ୍ଵାରା ଶବ୍ଦକୁ ଗ୍ରହଣ କରିବାର ଦକ୍ଷତା ହେଉଛି ହିଅରିଂ । +ଏହି ହିଅରିଂ ପ୍ରକ୍ରିୟାରେ କାନର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । +ହିଅରିଂ ଲସ୍ କ’ଣ +କାନକୁ ଆଂଶିକ ବା ଶୁଭା ନ ଯିବା ହିଁ ହିଅରିଂ ଲସ୍ । +କାନକୁ ଶୁଭା ନ ଯିବାର ମାତ୍ରା ଅନୁସାରେ ଏହା ନିମ୍ନଲିଖିତ ଭାଗରେ ବିଭକ୍ତ ହୋଇଛି । +ଯଥା ମାଇଲ୍ ଡ, ମୋଡୋରେଟ, ସିଭିୟର ଏବଂ ପ୍ରୋଫାଉଣ୍ଡ । +ମାଇଲ୍ ଡ ହିଅରିଂ ଲସ୍ ହେଉଛି ଅତି ଅଳ୍ପ ଏବଂ ପ୍ରୋଫାଉଣ୍ଡ ହେଉଛି ସମ୍ପୂର୍ଣ୍ଣ ମାତ୍ରାରେ ବଧିର ବା ଆଦୌ ଶୁଭେନା । +କାରଣ +¾ ଜନ୍ମଗତ +¾ ଅତ୍ୟଧିକ ଶବ୍ଦ ପ୍ରଦୂଷଣ +¾ ଅଟୋଟୋକ୍ଵିକ ଡ୍ରଗସ ଓ କେମିକାଲ +¾ ସିଣ୍ଡ୍ରୋମ୍ ସ +¾ ବୟସାଧିକ୍ୟ କାରଣରୁ +¾ କାନର କୌଣସି ପ୍ରକାରର ଡିଫର୍ମିଟିଜ୍ ବା ବିକୃତି ଥିଲେ । +ପ୍ରତିକାର +ଇୟର ପ୍ରୋଟେକ୍ଟିଭ ଡିଭାଇସର ବ୍ୟବହାର ଦ୍ଵାରା ଦ୍ଵାରା ନଏଜ ଇନ୍ଦ୍ୟୁସ୍ ଡ ହିଅରିଂ ଲସ୍ (ଏନ୍ ଆଇଏଚଏଲ)ରୁ ରକ୍ଷା ମିଳିପାରିବ +ଏହାଛଡା କମ୍ ଷ୍ଟ୍ରେସ ଓ କମ୍ ଚିନ୍ତାଯୁକ୍ତ ଗୋଟିଏ ଉତ୍ତମ ଜୀବନଶୈଳୀ ଆପଣାଇ ନେଲେ ହିଅରିଂ ଲସ୍ ହେବା ସମ୍ଭାବନା କମିଯାଏ । +ସମାଧାନ +ପ୍ରଥମ କଥା ହେଉଛି ଯେତେଶୀଘ୍ର ସମ୍ଭବ, ସେତେଶୀଘ୍ର ହିଅରିଂ ଲସ୍ ର ନିରୂପଣ ହେବା ଆବଶ୍ୟକ । +ଆଜିକାଲି ହିଅରିଂ ଟେଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ପରୀକ୍ଷା ଉପଲବ୍ଧ । +ଯଥା ପିଓର ଟୋନ୍ ଅଡିଓମେଟ୍ରି, ବ୍ରେନଷ୍ଟେମ ଇଭୋକଡ ରେସ ପନ୍ସ (ଏଏସଏସଆର, ଓଟୋଆକ୍ଵାଷ୍ଟିକ ଇମିସନ (ଓଏଇ) ଆଦି । +ଅଡିଓଲୋଜିଷ୍ଟମାନେ ଏହିସବୁ ଟେଷ୍ଟ କରନ୍ତି । +ହିଅରିଂ ଲସ୍ ର ଚିକିତ୍ସା ପାଇଁ ସର୍ଜରି କରାଯାଇପାରେ, ଡ୍ରଗ୍ସ / ଔଷଧ ଦିଆଯାଇପାରେ କିମ୍ବା ହିଅରିଂ ଆଡ୍ ଲଗାଯାଇପାରେ । + । +କିନ୍ତୁ ସର୍ଜରି କରିବା ପାଇଁ ଅନେକ ମାନଦଣ୍ଡ ରହିଛି । +ତେଣୁ ସବୁ କ୍ଷେତ୍ରରେ ସର୍ଜରି ସମ୍ଭବ ନୁହେଁ । +ଠିକ୍ ସେଭଳି ଔଷଧୀୟ ଚିକିତ୍ସାର ମଧ୍ୟ ନିଜସ୍ଵ ସୀମା ରହିଛି । +କିନ୍ତୁ ହିଅରିଂ ଆଡ୍ ହେଉଛି ଯେକୌଣସି ହିଅରିଂ ଲସ୍ ପାଇଁ ଏକ ବିଶ୍ଵସନୀୟ ସମାଧାନ । +ହିଅରିଂ ଆଡ୍ କ’ଣ ? +ହିଅରିଂ ଆଡ୍ ହେଉଛି ଗୋଟିଏ ଇଲେକଟ୍ରୋନିକ ଯନ୍ତ୍ର, ଯାହାକି କାନକୁ ଶୁଭିବାରେ ସାହାଯ୍ୟ କରିବା ପାଇଁ ହିଁ ଡିଜାଇନ କରା ହୋଇଥାଏ । +ବାସ୍ତବରେ ଏହା ହିଅରିଂ ଲସ୍ କୁ ସୁଧୁରାଇପାରେ ନାହିଁ, କିନ୍ତୁ ଶବ୍ଦକୁ ଅଧିକ ସୁଲଭରେ ଗ୍ରହଣ କରିବା ପାଇଁ ନିଶ୍ଚିତ ଭାବେ ଏହା ଗୋଟେ ‘ସହାୟକ’ ରୂପେ କାର୍ଯ୍ୟ କରିଥାଏ । +ହିଅରିଂ ଆଡ୍ ର ମାଇକ୍ରୋଫୋନ୍ ଶବ୍ଦକୁ ଗ୍ରହଣ କରେ ଏବଂ ଆମ୍ପ୍ଲିଫାୟାରକୁ ପଟାଏ । +ସେହି ଆମ୍ପ୍ଲିଫାୟାର ତା’ପରେ ଶବ୍ଦକୁ ବଢାଏ, ଅଙ୍କୀକରଣ କରେ ଏବଂ ତାକୁ ରିସିଭରକୁ ପଟାଏ । +ପରିଶେଷରେ ରିସିଭର ସେଇ ଆମ୍ପ୍ଲିଫାଏଡ ସାଉଣ୍ଡକୁ ଆଡ୍ ଲଗାଇଥିବା ବ୍ୟକ୍ତିଙ୍କୁ ଶୁଣାଏ । +ହିଅରିଂ ଆଡ୍ ର ପ୍ରକାର +ବିସ୍ତୃତ ଭାବେ କହିବାକୁ ଗଲେ, ଏଗୁଡିକ ତିନି ପ୍ରକାରର । +ଯଥା – ଆନାଲଗ୍, ସେମି-ଆନାଲଗ୍ ଓ ଡିଜିଟାଲ । +ଏଗୁଡିକ ମଧ୍ୟରୁ ଡିଜିଟାଲ ହିଅରିଂ ଆଡ୍ ହେଉଛି ସବୁଠୁ ଉନ୍ନତ ତଥା ସୋଫିଷ୍ଟିକେଟେଡ୍ । +ଏହା ଅତ୍ୟନ୍ତ ଠିକ୍ ଏବଂ ହିଅରିଂ ଲସ୍ ଥିବା ବ୍ୟକ୍ତିଙ୍କୁ ଯଥେଷ୍ଟ ସନ୍ତୁଷ୍ଟି ପ୍ରଦାନ କରିଥାଏ । +ଉତ୍ତମମାନର ଶବ୍ଦ ସ୍ପଷ୍ଟତା ପାଇଁ ଏଥିରେ ଆନାଲଗ୍ ରୁ ଡିଜିଟାଲ କନ୍ ଭର୍ସନ ଟେକ୍ନୋଲୋଜି ବ୍ୟବହୃତ ହୁଏ । +ହିଅରିଂ ଆଡ୍ ର ଷ୍ଟାଇଲ +ସାମ୍ପ୍ରତିକ ସମୟରେ ଅନେକ ଷ୍ଟାଇଲଶ୍ ହିଅରିଂ ଆଡ୍ ଉପଲବ୍ଧ ହେଲାଣି । +¾ ପକେଟ୍ ଆଡ୍ – ଏହା ହେଉଛି ବେସିକ୍ ଆଡ୍ । +ଏଥିରେ ଗୋଟିଏ ତାର ସଂଯୁକ୍ତ ହୋଇ ରହିଥାଏ । +ଏହାକୁ ଲେଭଲ୍ ଆଡ୍ ମଧ୍ୟ କୁହାଯାଏ । +¾ ଆଇ ଗ୍ଲାସ୍ ଆଡ୍ – ଏହା ଚଷମା ସହ ସଂଯୁକ୍ତ ହୋଇ ରହିଥାଏ । +ଚଷମାର ଯେଉଁ ବାର୍ କାନ ଉପରେ ଲମ୍ବିଥାଏ, ହିଅରିଂ ଆଡ୍ ତାରି ଉପରେ ଯୋଡିହୋଇ ରହିଥାଏ । +¾ ବିହାଇଣ୍ଡ୍ ଦ ଇୟର୍ ଆଡ୍ – ଏହା ବହୁଳ ଭାବରେ ବ୍ୟବହାର ହୋଇଥାଏ ଏବଂ ଏହା କାନ ପଛରେ ଲଗାଇ ପିନ୍ଧାଯାଏ । +¾ କମ୍ପ୍ଲିଟ୍ ଲି ଇନ୍ ଦ କାନାଲ୍(ସିଆଇସି) ଆଡ୍ – ଆକାରରେ ଏହା ବହୁତ ଛୋଟ ଏବଂ ଇୟର କାନାଲ୍ ଭିତରେ ଫିଟ୍ ହୋଇ ରହିଥାଏ । +¾ ଇନ୍ ଭିଜିବଲ୍ ଇନ୍ ଦ କାନାଲ୍ ଆଡ୍ – ଉପରୋକ୍ତ ସମସ୍ତ ହିଅରିଂ ଆଡ୍ ମଧ୍ୟରେ ଏହା ହେଉଛି ସବୁଠାରୁ ଛୋଟ ଏବଂ ଇୟର କାନାଲ୍ ରେ ଅତି ସୁନ୍ଦର ଭାବେ ଫିଟିଙ୍ଗ ହୋଇ ରହିଥାଏ । +ସାବଧାନତା +ଅଡିଓଲୋଜିଷ୍ଟମାନେ ହେଉଛନ୍ତି ସାର୍ଟିଫାଏଡ ପ୍ରଫେଶନାଲସ, ଯେଉଁମାନେ ଆପଣଙ୍କର ହିଅରିଂ ଲସ୍ ର ସମାଧାନ ପାଇଁ ଆପଣଙ୍କୁ ଠିକ୍ ହିଅରିଂ ଡିଭାଇସର ପରାମର୍ଶ ଦେଇପାରିବେ । +ପ୍ରଥମେ ସେମାନେ ଆପଣଙ୍କ ହିଅରିଂ ଆବିଲିଟି ବା ଶୁଣିବାର ଦକ୍ଷତାକୁ ବିଭିନ୍ନ ପ୍ରକାର ପରୀକ୍ଷା କରି ଦେଖନ୍ତି । +ତା’ପରେ ସେମାନେ ଆପଣଙ୍କୁ ଉପଯୁକ୍ତ ନିରାକରଣର ଉପାୟ ବତାଇବେ । +ଅନ୍ ଲାଇନ୍ ଷ୍ଟୋର ଓ କ୍ଵାକମାନଙ୍କ ହାବୁଡରେ ପଡନ୍ତୁ ନାହିଁ । +ପରିଶେଷରେ ଏତିକି କୁହାଯାଇପାରେ ଯେ, ହିଅରିଂ ଲସ୍ ଯଦି ଚିକିତ୍ସା ନ ହୋଇ ରହିଯାଏ, ତେବେ ଏହା ବ୍ରେନ୍ ଡ୍ୟାମେଜ କରିଥାଏ । +ଏବଂ ଆପଣଙ୍କୁ ସମାଜରୁ ବିଚ୍ଛିନ୍ନ କରିଦେଇପାରେ । +ତେଣୁ ପ୍ରତିକାର ପଦ୍ଧତି ଆପଣାଇ ନେବା ହିଁ ସବୁଠୁ ଭଲ । +ଯଦି ହିଅରିଂ ଲସ୍ ହୁଏ, ତେବେ ଆପଣ ଅଡିଓଲୋଜିଷ୍ଟଙ୍କୁ ଯୋଗାଯୋଗ କରନ୍ତୁ । +ଅଡିଓଲୋଜିଷ୍ଟ ଆପଣଙ୍କ ହିଅରିଂକୁ ପରୀକ୍ଷା କରିବେ ଏବଂ ଆପଣଙ୍କୁ ସର୍ବୌତ୍କୃଷ୍ଟ ସମାଧାନର ପନ୍ଥା ବତାଇପାରିବେ ।