From f845e0a1996e9e432516b237a222df7893b9f094 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:48:55 +0530 Subject: [PATCH] Upload New File --- .../vikashpedia_health_odia153.txt | 17 +++++++++++++++++ 1 file changed, 17 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia153.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia153.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia153.txt new file mode 100644 index 0000000..ba6096b --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia153.txt @@ -0,0 +1,17 @@ +ଡାଇରିଆ (ତରଳଝାଡା) ପ୍ରତି ସତର୍କ ଓ ସଚେତନ ହୁଅନ୍ତୁ +ଡାଇରିଆର ଲକ୍ଷଣ +ଦିନକୁ ୩ ଥର ବା ତାଠାରୁ ଅଧିକ ପତଳା ଝାଡା, ଦେହହାତ ଘୋଳାବିନ୍ଧା, ହାଲିଆ ଲାଗିବା ସହ ଜିଭ ଏବଂ ଓଠ ଶୁଖିଯିବା, ଅଧିକ ଶୋଷ ଲାଗିବା ଓ ପରିସ୍ରା କମ୍ ହେବା । +ଡାଇରିଆର ଗୁରୁତର ଲକ୍ଷଣ +ହାତ ଗୋଡ କାଲୁଆ ଲାଗିବା, ପରିସ୍ରା ବନ୍ଦ ହୋଇଯିବା, ବାଉଳି ଚାଉଳି ହେବା ଏବଂ ନିସ୍ତେଜ ହେବା । +ଏଭଳି କ୍ଷେତ୍ରରେ ରୋଗୀକୁ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ । +ଡାଇରିଆର ପ୍ରତିରୋଧ +ବାହାରେ ଝାଡା ନଯାଇ କେବଳ ପାଇଖାନା ବ୍ୟବହାର କରନ୍ତୁ । +ପାଇଖାନା ଯିବା ସମୟରେ ଚପଲ ବ୍ୟବହାର କରନ୍ତୁ । +ଶୌଚପରେ, ଖାଦ୍ୟ ପରଷିବା କିମ୍ବା ଖାଇବା ପୂର୍ବରୁ ହାତକୁ ଭଲଭାବରେ ସାବୁନ୍ ରେ ଧୁଅନ୍ତୁ । +ନଇ, ଝରଣା, ଚୂଆ ବା ପୋଖରୀ ଆଦି ପାଣି ପିଆନ୍ତୁ ନାହିଁ । +କେବଳ ଗଭୀର ନଳକୂଅ ପାଣି କିମ୍ବା ଫୁଟାପାଣି ପିଅନ୍ତୁ । +ପିଇବାପାଣି ପାତ୍ରରେ ହାତ ନବୁଡାଇ ଡଙ୍କି ବ୍ୟବହାର କରନ୍ତୁ । +ନଳକୂଅ ପାଣିରେ ଭାତ ପଖାଳନ୍ତୁ । +କୂଅ, ନଳକୂଅ ପାଖରେ ବାସନକୁସନ ଧୁଅନ୍ତୁ ନାହିଁ କିମ୍ବା ଲୁଗାପଟା ସଫାକରନ୍ତୁ ନାହିଁ । +ବାସି, ପଚାସଢା ବା ମାଛିବସା ଖାଦ୍ୟ ଖାଆନ୍ତୁ ନାହିଁ । +ତଟକା ଓ ଗରମ ଖାଦ୍ୟ ଖାଆନ୍ତୁ ଓ ଖାଦ୍ୟକୁ ସର୍ବଦା ଘୋଡାଇ ରଖନ୍ତୁ । -- GitLab