From fb15a4323feaf8112a068b277e9078dbb68c27ed Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 12:08:35 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_38 | 54 +++++++++++++++++++ 1 file changed, 54 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_38 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_38 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_38 new file mode 100644 index 0000000..9631ed4 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_38 @@ -0,0 +1,54 @@ +ଓଡ଼ିଆ ସାହିତ୍ୟର ପରମ୍ପରା +କାଳିନ୍ଦି ଚରଣ ପାଣିଗ୍ରାହୀ +ତା: ଡିସେମ୍ବର୍ ୨୭, ୨୦୧୨ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +କଥାରେ ଅଛି, ‘‘ମନ ଫୁଲାଣିଆ ଗୀତ ଗାଏ ।’’ +ମନ ଖୁସି ଥିଲାବେଳେ ଗୀତ ବୋଲାଯାଏ- ସାହିତ୍ୟ ଲେଖା ହୁଏ । +ମନ ଖୁସି ରହେ କେଉଁ ଅବସ୍ଥାରେ ? ଯେତେବେଳେ ତାହା ସୁସ୍ଥ ସବଳ ନିର୍ମଳ । +ଦେହ ସୁସ୍ଥ ଥିଲାବେଳେ ମନ ସୁସ୍ଥ ରହେ । +ଦେହ ସୁସ୍ଥ ରହେ ଯେତେବେଳେ ସମାଜରେ ଅନ୍ନବସ୍ତ୍ରର ଅଭାବ ନ ଥାଏ । +ସେତିକିବେଳେ ମନକୁ ଭାବିବାକୁ ଫୁରସତ୍‌ ମିଳେ ଯଥେଷ୍ଟ, ପୁଣି ସେ ଭାବନାକୁ ସାହିତ୍ୟରେ ରୂପରେଖ ଦେବା ପାଇଁ ଦେହ ମଧ୍ୟ ଥାଏ ସବଳ । +ସମାଜରେ ଏହି ଅବସ୍ଥା ଆଣିବା ହେଲା ଉତ୍‌କୃଷ୍ଟ ଶାସନର କାମ । +କର୍ମୀ, ଶ୍ରମିକମାନଙ୍କ ମନ ଖୁସିକରିବାକୁ, ବିଶ୍ରାମ ଦେବାକୁ, ଖେଳ କୌତୁକରେ ଦେହ ମନକୁ ତାଜା ରଖିବାକୁ, ଦେଶେ ଦେଶେ ଆଜି କେତେ ପ୍ରକାର ବନ୍ଦୋବସ୍ତ ହେଉଛି ଓ ସ୍ବାସ୍ଥ୍ୟ ନିବାସମାନ ଗଢ଼ା ଯାଉଛି । +ତାହା ଫଳରେ ଦେହ ମନର ଫୁର୍ତ୍ତି ବଢ଼ି ଆହୁରି କାମ କରିବାକୁ ଉତ୍ସାହ ମିଳୁଛି । +ସବୁ ଯୁଗରେ ସାହିତ୍ୟ ହେଲା ସମାଜର ଦର୍ପଣ । +ସାହିତ୍ୟ ଭିତରେ ଆମେ ସମାଜର ମୁହ ଦେଖୁଁ । +ସମାଜ ଉଚ୍ଚ ସ୍ତରରେ ଥିବାବେଳେ, ଉଚ୍ଚ ସାହିତ୍ୟର ସୃଷ୍ଟି ହୁଏ । +ଏହିଭଳି ଅବସ୍ଥାରେ ଓଡ଼ିଆ ସାହିତ୍ୟର ଜନ୍ମ ଆଉ ଉନ୍ନତି । +ସେତେବେଳେ ଓଡ଼ିଶାରେ ରାଜତ୍ବ କରୁଥାନ୍ତି, ଆଦର୍ଶ ସମ୍ରାଟ କପିଳେନ୍ଦ୍ର ଦେବ । +ମହାନ୍‌ ସଂସ୍କୃତ ସାହିତ୍ୟର ଗଣ୍ଡି ଭିତରୁ ଉତୁରି ସେତିକିବେଳେ ଓଡ଼ିଆ ସାହିତ୍ୟ ତାହାର ନିଜ ରୂପ ପ୍ରକଟ କଲା । +ଶୂଦ୍ରମୁନି ସାରଳା ଦାସ ବଜାଇଲେ ତାହାର ପ୍ରଥମ ଡିଣ୍ଡିମ; କପିଳେନ୍ଦ୍ରଙ୍କ ସମୟର ଆଦର୍ଶ ସମାଜର ଦର୍ପଣକୁ ସେ ଟେକି ଧରିଲେ । +ତାଙ୍କର ‘ଚଣ୍ଡୀପୁରାଣ’ ‘ବିଲଙ୍କା ରାମାୟଣ’ ଭଳି ଆଉ କେତେଗୁଡ଼ିଏ ଗ୍ରନ୍ଥ ଭିତରେ ‘ସାରଳା ମହାଭାରତ’ ଆଜି ବି ସେହି ଦର୍ପଣ ଧରି ଆମ ଆଗରେ ଠିଆ ହୋଇଛି । +ତାହାରି ଭିତରେ ଓଡ଼ିଆ ଜାତୀୟତାର ପ୍ରାଣ ପ୍ରତିଷ୍ଠା ହେଲା, ଆଉ ଏହି ‘‘ଜମ୍ବୁଦ୍ବୀପେ ଭ୍ରତଖଣ୍ଡେ ଓଡ଼୍ରାଷ୍ଟ୍ର ମଣ୍ଡଳ’’ ରେ ଗୋଟିଏ ସ୍ବତନ୍ତ୍ର ଭାଷା ପୁଣି ସ୍ବତନ୍ତ୍ର ସାହିତ୍ୟର ହେଲା ଆବିର୍ଭାବ । +ଏହା ଭିତରେ କେତେ ବୀର ସୈନିକ ଖଣ୍ଡା ଧାରରେ ଗୋଦାବରୀଠାରୁ ଗଙ୍ଗା ପର୍ଯ୍ୟନ୍ତ ଯୁଦ୍ଧ ଜୟ କରି ସାମ୍ରାଜ୍ୟ ବିସ୍ତାର କଲେ । +କେତେ ଶିଳ୍ପୀ ନିହାଣ ମୁନରେ ପଥର ଖୋଳି ଅଦ୍‌ଭୁତ ଦେଉଳ ଗଢ଼ିଲେ । +ଆଉରି କେତେ କବି ଲେଖନ ମୁନରେ ସାହିତ୍ୟ ରଚନା କରି ଏହି ଭୂମିଖଣ୍ଡର ଜୟ ଜୟ କଲେ । +କିନ୍ତୁ ‘‘ଏହି ଉଡ଼୍ରାଷ୍ଟ୍ର ମଣ୍ଡଳ’’ ଯେ ଜମ୍ବୁଦ୍ବୀପ ଭ୍ରତଖଣ୍ଡଠାରୁ ନିଆରା ନୁହେଁ, ସେ କଥା କବି ପାଶୋରି ନାହାନ୍ତି । + ବରଂ ମହାଭାରତର ବୀରମାନେ ଯେ ଓଡ଼ିଶାର ବୀର, ପୁଣ୍ୟ ଭୂମି ଭାରତରେ ଓଡ଼ିଶା ଯେ ଏକ ଶ୍ରେଷ୍ଠ ତୀର୍ଥ, ସେହି ଚିତ୍ର ସେ ଆମ ଆଗରେ ଧରିଛନ୍ତି :- +‘‘କଳିମଳ ବିଧ୍ବଂସିନୀ କୋଟି ଦେବୀପୂଜା +ପ୍ରମାଣ ମାତ୍ରେ ଖଣ୍ଡଇ କପିଳେଶ ରାଜା ।’’ +ଓଡ଼ିଶାର ଘରେ ଘରେ ଯେଉଁ ମହାଭାରତର ପୂଜାପାଠ, ତାହାରି ଆରମ୍ଭରେ ଶାରଳା ଠାକୁରାଣୀଙ୍କ ବର୍ଣ୍ଣନା ଭିତରେ କପିଳେନ୍ଦ୍ର ରାଜାଙ୍କ ମଧ୍ୟ ସ୍ଥାନ ଦିଆଯାଇଛି । +ଆପଣାକୁ ଜନ୍ମମୂର୍ଖ ବୋଲି ବାରମ୍ବାର ପରିଚୟ କରାଇ କେବଳ ସାରଳାଙ୍କ କୃପାରୁ ସେ ମହାଭାରତ ଲେଖିଥିବା କଥା ପ୍ରକାଶ କରିଛନ୍ତି । +କବିଙ୍କର ଏହି ସ୍ବୀକୃତି ଭିତରେ ବହୁତ ନିଗୂଢ଼ କଥା ଅଛି । +‘‘ଶୁଣ ସୁଜ୍ଞ ଜନେ କରି ଏକ ଚିତ୍ତ +ଜନ୍ମରୁ ମୂରୁଖ ମୁହିଁ ନୁହଇଁ ପଣ୍ଡିତ । +ସୁପ୍ରସନ୍ନେ ଆଜ୍ଞା ମୋତେ ଦେଲେ ଶାକାମ୍ବରୀ +ଲଭ ତୁ ବିଳାସ ମହାଭାରତ ବିସ୍ତାରି ।’’ +ଆଗରୁ ଭାଷା ଥିଲା ଦେବଭାଷା, ସାହିତ୍ୟ ଥିଲା ସଂସ୍କୃତ, ଆଉ ତାହାର ଚର୍ଚ୍ଚା କରୁଥିଲେ ବ୍ରାହ୍ମଣ ପଣ୍ଡିତମାନେ । +ମାତ୍ର ପୈଶାଚିକ ଭାଷା ଓଡ଼ିଆକୁ ଯେବେ ତା’ର ଅବନତି ଘଟିଲା, ତାହାର କବି ଲେଖକ ତେବେ କିଏ ? ନିଶ୍ଚୟ ସେ ମୂର୍ଖ ଶୂଦ୍ର-କୁଳର । +ଅଳ୍ପ କେତେ ଜଣ ସଂସ୍କୃତ-ପଣ୍ଡିତ-ଗୋଷ୍ଠୀର ବିଳାସ-ଆସନରୁ ଖସି ଆସି ବାଗ୍‌ଦେବୀ ମୂର୍ଖ ନିରକ୍ଷର ଶୂଦ୍ର ଅଛୁଆଁ ସାଧାରଣ ମଣିଷ ସମାଜ ଭିତରେ ଆପଣା ମହିମା ବାଣ୍ଟି ଦେବାକୁ ଇଚ୍ଛାକଲେ । +ତେଣୁ ତାଙ୍କର ପୂଜକ ମଧ୍ୟ ସେଇ ଶ୍ରେଣୀରୁ ବାହାରିଲେ । +ବ୍ରାହ୍ମଣ ପୁରୋହିତ ଆଉ ଲୋଡ଼ା ହେଲେ ନାହିଁ । +ଓଡ଼ିଆ ସାହିତ୍ୟର ଜନ୍ମ ବୃତ୍ତାନ୍ତ ଭିତରେ ଏଇ ତଥ୍ୟଟିକୁ ପାସୋରି ଦେଇ ହେବ ନାହିଁ । +କାହିଁକି ନା, ସେତିକି ବେଳୁଁ ସଂସ୍କୃତର ଏକଛତ୍ର ରାଜତନ୍ତ୍ର ଓଡ଼ିଆ ସାହିତ୍ୟର ଗଣତନ୍ତ୍ର ଭିତରେ ଲୁଚିଯିବା ପାଇଁ ଆରମ୍ଭ କଲା । +ଯେଉଁ ଭାଷାକୁ ଏ ଅଞ୍ଚଳର ମୂର୍ଖ ପଣ୍ଡିତ, ସ୍ତ୍ରୀ ପୁରୁଷ, ପିଲା ବୁଢ଼ା ସମସ୍ତେ କହନ୍ତି, ସମସ୍ତେ ବୁଝନ୍ତି, ସେ ଭାଷା ହେଲା ସାହିତ୍ୟର ସମ୍ପତ୍ତି । +ଆଉ ସେ ସମ୍ପତ୍ତିର ପ୍ରଥମ ମାଲିକ ହେଲେ ଶୂଦ୍ରମୁନି ସାରଳା ଦାସ । +ଆକୁମାରୀ ହିମାଳୟ ଆମର ଏଇ ଅତି ପୂରାଣ-ପବିତ୍ର ଭାରତବର୍ଷ ବିଶ୍ବ ସଭ୍ୟତାର ଆଲୋକଧାରୀ ହୋଇ ସେ ଚିର ବିଦ୍ୟମାନ । +ହଜାର ହଜାର ବର୍ଷ ଆଗରୁ ସେଇ ଭାରତୁ କବୀଶ୍ବର ବ୍ୟାସଦେବ ମହାଭାରତ ରୂପରେ ଦେଖିଥିଲେ, ପୁଣି ଦେଖାଇଥିଲେ । +ତାଙ୍କଠାରୁ ବଡ଼ ନାମକରଣ ଏ ଦେଶର କେହି କରିନାହିଁ । +ସାରଳା ଦାସ ସେଇ ଭାରତକୁ ମହାନ୍‌ କରି ବାଣ୍ଟିଲେ ଓଡ଼ିଶାର ଘରେ ଘରେ । +ମହାଭାରତକୁ ପରିଚୟ କରାଇଲେ ଓଡ଼ିଶାର ପୁରପଲ୍ଲୀରେ । +ଓଡ଼ିଶା ଭୂଖଣ୍ଡର ସଂଯୋଗ ସ୍ଥାପନ କଲେ, ଋଷିଜନବନ୍ଦିତ ମହାଭାରତ ସହିତ । +ଆଜି ଶହ ଶହ ବର୍ଷ ପରେ ସେହି ପ୍ରେରଣା ହିଁ ଆମକୁ ଉଦ୍‌ବୋଧନ ଦିଏ । +ଆତ୍ମା ଭିତରେ ପରମାତ୍ମା, ଏକ ଭିତରେ ବହୁ, ପୁଣି ବହୁ ଭିତରେ ଏକର ଦର୍ଶନ, ଓଡ଼ିଶା ଭିତରେ ଭାରତ-ପୁଣି ଭାରତ ଭିତରେ ଓଡ଼ିଶାକୁ ଦେଖିବା ହେଲା ଓଡ଼ିଆ ମହାଭାରତର କବି ଶୂଦ୍ରମୁନି ସାରଳା ଦାସଙ୍କର ସାଧନା । +ସେଇ ସାଧନା ହିଁ ଆମର ପୁଣ୍ୟ ପରମ୍ପରା । -- GitLab