From fba31d7111f8e670d9f8434a05b48b2197a0a6bd Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:31:16 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_23 | 318 ++++++++++++++++++ 1 file changed, 318 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_23 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_23 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_23 new file mode 100644 index 0000000..6a20db3 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_23 @@ -0,0 +1,318 @@ +ବାଘ + ଦେବବ୍ରତ ମଦନରାୟ, ବିହାରୀବାଗ, କଟକ +ତା: ମେ ୫, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ଜଙ୍ଗଲ ସବୁଜ, ଘଞ୍ଚ ଓ ନିରାପତ୍ତାଶୂନ୍ୟ । +ଗାଡ଼ି ପଥୁରିଆ ରାସ୍ତାରେ ଯେତିକି ଆଗକୁ ଯାଉଥିଲା, ମୁଁ ଦେଖିପାରୁଥିଲି ଉଚ୍ଚା ଉଚ୍ଚା ଶାଳଗଛ ମୂଳରେ ଅଳ୍ପ ଅଳ୍ପ ଅନ୍ଧାର, ଭୟଭୀତ ଶାଳିଆପତନି, କଦବା କ୍ବଚିତ ଧୂର୍ତ୍ତ ଶିଆଳ । +ସୂର୍ଯ୍ୟାସ୍ତର ହଳଦିଆ ଆଲୁଅରେ ସବୁ ଅସ୍ପଷ୍ଟ, ମଳିନ । +ଗଛଗୁଡ଼ିକର ଛାଇ ଆଉ ଅନ୍ଧାର ସୂଚେଇଦେଉଥିଲା, ସମୟ ଅତିକ୍ରାନ୍ତ । +ଅବଶ୍ୟ ସେଥିପାଇଁ ଡ୍ରାଇଭରକୁ ଦୋଷ ଦେଇ ଲାଭ ନାହିଁ । +ବାହାରିବା ବେଳକୁ ପ୍ରବଳ ବର୍ଷା । +ଆଉ ବର୍ଷା ଥମିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେଲା ଗଣ୍ଡମୁଣ୍ଡା ଗାଁରେ । +କାମାକ୍ଷାନଗରରୁ ଷୋହଳ ସତର କିଲୋମିଟର ଦୂର । +ପାହାଡ଼ ଉପରେ । +ସମ୍ଭବତଃ ଅପ୍ରତ୍ୟାଶିତ ବର୍ଷା ଏତିକି ଚାହିଁଥିଲା । +କାହିଁକି କେଜାଣି ଗାଡ଼ିଟି ଗଡ଼ାଣିଆ ନାଳ ଦେଇ ଯାଉଥିବା ବେଳେ ଡ୍ରାଇଭରକୁ ଅତି ଧୀରେ ପଚାରିଲି, ‘ଏଠି ବାଘ ଅଛନ୍ତି ?’ +ହସିଲା ସେ, ହଳଦିଆ ଦାନ୍ତ ଦେଖାଇ । +ତାକୁ ନିଶା ଟିକେ ହୋଇଯାଇଥିଲା ବୋଧେ । +ଗଣ୍ଡମୁଣ୍ଡା ଗାଁରେ ହାଣ୍ଡିଆ ପିଇ । +ମଥା ହଲାଇ କହିଲା, ‘ନାଇଁ ଆଜ୍ଞା, ଏଠି ବାଘଫାଘ କୁଆଡ଼ୁ ଆସିବେ ? ଆଗେ କିନ୍ତୁ ଭାଲୁଗୁଡ଼ାଏ ଥିଲେ । +ଏଇ ଆଦିବାସୀମାନେ ତୀର ମାରି ସବୁ ମାରିଦେଲେ । +ଏବେ ଜଙ୍ଗଲ ଫାଙ୍କା ।’ +ତା’ର ବକ୍ତବ୍ୟ ଏତିକିରେ ଶେଷ ହେଲା ନାହିଁ । +ଅବଶ୍ୟ ସେ ଅଟକିଗଲା କିଛି ସମୟ ପାଇଁ । +କୌଣସି କଥାକୁ ମନେ ପକାଉଥିବାର ସମ୍ଭାବନା ତା’ ଭିତରେ ଉଙ୍କିମାରିଲା । +ପୁଣି କହିଲା, ‘ଏଇ ବାଟେ ଯାଉଥିଲି । +ହେଲାଣି ଗୁଡ଼ାଏ ଦିନ । +ଆଉ ଟିକେ ଫର୍ଚ୍ଚା ଥିଲା । +ଶିଆଳ ଗୋଟେ କୁଆଡୁ ଧାଇଁ ଆସି ମାଡ଼ିବସିଲା ଛେଳିଟାକୁ । +ଏଇ ବୁଦୁବୁଦିଆ ରାସ୍ତା କଡ଼ରେ । +ଗାଡ଼ି ଅଟକାଇ ଦେଇ ଡେଇଁପଡ଼ିଲି । +ମୋ’ ସାଙ୍ଗରେ ଆଉ ଜଣେ ଥିଲା । +ଜଗ୍‌ ରଡ୍‌ ନେଇ ଦୁହେଁ ଗୋଡ଼ାଇଲୁ । +ଛାଡ଼ି ପଳାଇଲା ଶିଆଳ । +ଆମେ କାନ୍ଧରେ ଛେଳିକୁ ବୋହିଆଣିଲୁ । +ଓଜନ ପାଞ୍ଚ ସାତ କିଲେ ହେବ । +ଗାଡ଼ିରେ ପକେଇ ନେଇଗଲୁ । +ଆଉ ଗାଁରେ ସେଦିନ ଭୋଜି ।’ +ତା’ କଥା ଶୁଣିବାବେଳେ ମୋର ବୋଧ ହେଲା ଘଟଣାଟି କିଛି ସମୟ ପୂର୍ବରୁ ହିଁ ଘଟିଛି । +ରାସ୍ତା ଉପରେ ଝରିପଡ଼ିଛି ଟୋପା ଟୋପା ରକ୍ତ । +ଛେଳି ଦେହରୁ । +ଏବଂ ଆତଙ୍କିତ ମୁହୂର୍ତ୍ତଟି ସେଇଠି କୋଉଠି ଲୁଚିରହିଛି । +ଆହୁରି ନଇଁଆସିଲା ଅନ୍ଧାର । +ପତ୍ର ଦେହରେ ବୋଳିହୋଇଗଲା ଥରଥର ଭାବ । +ପବନ ନାହିଁ । +ଅଥଚ ଟପ୍‌ଟପ୍‌ ହୋଇ ଖସିପଡ଼ିଲା କେତୋଟି ପାଣି ଟୋପା । +ଜଙ୍ଗଲ ଭିତରଟି ମନେହେଲା ଅଧିକ ଅନ୍ଧାର ଆତଙ୍କିତ ଶାଳଗଛ ଭିତରେ । +ରାସ୍ତା ଭିଡ଼ିମୋଡ଼ି ହେଉଥାଏ ସରୀସୃପ ପରି । +ଗୋଟେ ବୁଲାଣିରେ ଡ୍ରାଇଭର କହିଲା, ‘ଏଇ ସେପଟେ ସୁଆଗିନାଳି ଗାଁ । +ସେଠି କେତେଜଣଙ୍କୁ କୃଷି ଋଣ ଦିଆଯାଇଛି ।’ +ଶାଳଗଛ ଉହାଡ଼ରେ ସେଇ ଆଡ଼କୁ ଚାହିଁବାବେଳେ ଝାପ୍‌ସା ହୋଇ କାହା ମୁହଁ ଝଲସିଉଠିଲା । +ଚେପ୍‌ଟା ନାକ । +ଚକ୍‌ଚକ୍‌ ଆଖି । +ବାଙ୍ଗରା । +ସବୁବେଳେ ନିଜ ଭିତରେ ସେ ନିଜେ ହଜିଯାଉଥିଲା, ତାହା କେହି ଜାଣିପାରୁ ନ ଥିଲେ । +କିଏ ସେହି ? ଆରେ, ହଁ । +ସେହି ଜଣକ ହେଉଛି ବାଘ ପଧାନ । +ମୋ’ ସାଥିରେ ପଢୁଥିଲା ଢେଙ୍କାନାଳରେ । +ଅବଶ୍ୟ ପଢ଼ାପଢ଼ି ତା’ର ସେତେ ଭଲ ହେଉ ନ ଥିଲା । +ମାତ୍ର ଖେଳରେ ହେଉଥିଲା ପ୍ରଥମ । +ଦୌଡ଼ିବା, ଡେଇଁବାରେ ତା’ର ସମକକ୍ଷ କେହି ନ ଥିଲେ । +ଲୁହା ପରି ଟାଣ ତା’ ହାତମୁଠା । +ଗୋଟିଏ ବିଧାରେ ନଡ଼ିଆ ଭାଙ୍ଗି ଦି’ ଫାଳ କରିଦେଉଥିଲା । +ଅହେତୁକ ଜିଦ୍‌ ଥିଲା ତା’ ଭିତରେ । +ଦିନେ ସନ୍ଧ୍ୟାବେଳେ ମୋ’ଠାରୁ ସାଇକେଲ ମାଗିନେଇଥିଲା । +ଆଉ ଫେରାଇଲା ତା’ ପରଦିନ ସକାଳ ଆଠଟାରେ । +କୁଆଡ଼େ ଯାଇଥିଲୁ ବୋଲି ପଚାରିବାରୁ ସେ ଠୋସ୍‌ କରି ଉତ୍ତର ଯାହା ଦେଇଥିଲା ତାହା ବିଶ୍ବାସ କରିପାରି ନ ଥିଲି । +ତା’ ନିଦା ଦେହକୁ ଥରେ ଚାହିଁ ନଜର ଫେରାଇନେଇଥିଲି ପାଣି ଓହଳା ପାହାଡ଼ ଆଡ଼କୁ । +ବାଘ ପଧାନ ମୋତେ ଲାଗିଥିଲା ଆଉ ଏକ ପାହାଡ଼ ଯେମିତି । +ସେ ଚାଲିଯିବା ପରେ ବୁଝିଥିଲି, କିଛି ସମୟ ପୂର୍ବରୁ ସେ ଯାହା କହିଥିଲା ତାହା ସତ । +ବାଘନାଚ ଦେଖିବା ପାଇଁ ସେ କଟକ ଯାଇଥିଲା । +କେହି ଜଣେ ତାକୁ କହିଥିଲା, ବାଲିଯାତ୍ରାରେ ବାଘନାଚ ହେଉଚି । +ବାଘନାଚ ଦେଖିବା ପ୍ରତି ତା’ ଆଗ୍ରହ ତାକୁ ପାଖାପାଖି ଦେଢ଼ଶହ କିଲୋମିଟର ଗୋଟେ ରାତି ଭିତରେ ଅତିକ୍ରମ କରାଇଦେଇଚି, ତାହା ବିଶ୍ବାସଯୋଗ୍ୟ ହୋଇ ନ ଥିଲେ ହେଁ ଆପାତତଃ ସତ । +କିଛିଦିନ ପରେ ମୁଁ ଦେଖିଥିଲି, ତା’ ଚାଲିଚଳନରେ କିଛିଟା ପରିବର୍ତ୍ତନ ଘଟିଛି । +ଏକା ଏକା ଥିଲାବେଳେ ସେ ବାଘ ପରି ପାହୁଣ୍ଡ ପକାଇ ଚାଲୁଚି । +ଆଖି ଡ଼ୋଳା ନଚଉଚି । +କାନ୍ଧକୁ ଅଳ୍ପ ଟେକୁଚି । +ନହେଲେ ଟିକେ ପଛକୁ ଘୁଞ୍ଚିଆସି ପୁଣି ଆକ୍ରମଣ କରିବା ଢଙ୍ଗରେ ଲମ୍ଫ ପ୍ରଦାନ କରୁଚି । +ମନେହେଲା, ବାଘ ପଧାନ ଆଉ ମଣିଷ ନୁହେଁ, ବରଂ ସତକୁ ସତ ଗୋଟେ ବାଘ । +ତା’ ପରେ ? ପାଠ ଅଧାରୁ ଛାଡ଼ି ସେ ଚାଲିଗଲା କୁଆଡ଼େ ? ମୁଁ ଆଉ ତା’ ଖବର ଜାଣିପାରି ନାହିଁ । +ଏତିକି ଜାଣିପାରିଥିଲି, ଟଙ୍କାପଇସା ଅଭାବରୁ ସେ ଆଉ ଆଗକୁ ପଢ଼ିପାରି ନ ଥିଲା । +ଏହା ପଛରେ ତା’ ବାପାଙ୍କର ଅକାଳ ବିୟୋଗ ଏକ କାରଣ ବୋଲି ମୁଁ ଗ୍ରହଣ କରିନେଇଥିଲି । +ସୁଆଗିନାଳି ହେଉଚି ବାଘ ପଧାନର ଗାଁ । +ଶାଳଗଛ କଡ଼ରେ ତା’ ମୁହଁ ସ୍ପଷ୍ଟ ହୋଇ ଦିଶିଲା ଯେମିତି । +କିପରି ଅଛି ସେ ? ନାଳ, ପଥର, ପାହାଡ଼କୁ ଅତିକ୍ରମ କରି ଚଢୁଥିବା ଗୋଟେ ଜିଦ୍‌ରେ ନିଶ୍ଚେ । +ମହୁଲି ନିଶାରେ ନାଚୁଥିବ ବାଘ ପରି । +କେହି ଜଣେ ଡାକିଲା ସେଇ ଗାଁ ଭିତରୁ ସତେ ଯେପରି । + ସେ ସ୍ବର କାହାର ? ବାଘ ପଧାନର ନୁହଁ ତ ! ଗୋଟେ ବ୍ୟାକୁଳତା ମୋତେ ଅଣନିଶ୍ବାସୀ କରିପକାଇଲା +ସୁଆଗିନାଳି ହେଉଚି ବାଘ ପଧାନର ଗାଁ । +ଶାଳଗଛ କଡ଼ରେ ତା’ ମୁହଁ ସ୍ପଷ୍ଟ ହୋଇ ଦିଶିଲା ଯେମିତି । +କିପରି ଅଛି ସେ ? ନାଳ, ପଥର, ପାହାଡ଼କୁ ଅତିକ୍ରମ କରି ଚଢୁଥିବା ଗୋଟେ ଜିଦ୍‌ରେ ନିଶ୍ଚେ । +ମହୁଲି ନିଶାରେ ନାଚୁଥିବ ବାଘ ପରି । +କେହି ଜଣେ ଡାକିଲା ସେଇ ଗାଁ ଭିତରୁ ସତେ ଯେପରି । +ସେ ସ୍ବର କାହାର ? ବାଘ ପଧାନର ନୁହଁ ତ ! ଗୋଟେ ବ୍ୟାକୁଳତା ମୋତେ ଅଣନିଶ୍ବାସୀ କରିପକାଇଲା । +ଦୁଇ ବଖରା ଘର । +ପଛଆଡ଼କୁ ବାରି । +କଣ୍ଟା ବାଡ଼ରେ ସୁରକ୍ଷିତ । +ତା’ ଭିତରେ ସୁମ୍ଭାବନାମୟ ପରିପୂର୍ଣ୍ଣ ଫସଲ । +ବାଇଗଣ, ଝୁଡ଼ଙ୍ଗ, କଲରା, ଲଙ୍କା ଆଉ କାଙ୍କଡ଼ରେ ଭରା ଟୋକେଇ ଧରି ଯାଉଥିବ ବାଘ ପଧାନ । +ସ୍ତ୍ରୀ ବସିଥିବ ପିଣ୍ଡା ଉପରେ । +ସମ୍ଭବତଃ ଲେମ୍ବୁଗଛରେ ଝୁଲିଥିବା ପ୍ରତ୍ୟାଶାର ପାଚିଲା ଲେମ୍ବୁକୁ ଚାହିଁରହି । +ଆଉ ତା’ ପାଖରେ ପିଲାଟି ଖେଳୁଥିବ । +ଧୂଳିରେ ବୋଳିହୋଇ । +ଏ କଥା ଭାବିବାବେଳେ ଗୋଟେ ଖୁସି ସଂସାରର ଚିତ୍ର ଆଙ୍କିହୋଇଗଲା ମୋ’ ମନ ଭିତରେ । +ସତ କହୁଚି, ଏଇ ଚିତ୍ରଟି କେବଳ ବାଘ ପଧାନ ଯୋଗୁ ହିଁ ଆଙ୍କି ହୋଇଯାଇଥିଲା । +ବିଶ୍ବାସ ଓ ପ୍ରେମର ରଙ୍ଗର ସମ୍ମିଶ୍ରଣରେ । +ସେହି ସଂସାରକୁ ଟିକେ ଦେଖିବା ପାଇଁ ଡ୍ରାଇଭରକୁ କହିଲି, ‘ଚାଲ, ଗାଁ ଭିତରକୁ ।’ +ଗାଡ଼ି ବୁଲିଲା । +ନାଲି ଗୋଡ଼ି ରାସ୍ତା ଟପି ଗାଆଁ ମଝିରେ ଗାଡ଼ି ଅଟକିଗଲାବେଳେ ଆକାଶ ଦେଖାଗଲା ନାହିଁ ମେଘୁଆ, ବରଂ ମେଘୁଆ ଦେଖାଗଲା ସମୁଦାୟ ଘର ଓ ଗାଁ ଲୋକଙ୍କ ଭବିଷ୍ୟତ । +ପିଣ୍ଡା ଉପରେ ବସିଥିବା ଲୋକ କେତୋଟି ଦେଖାଗଲେ ମଳିନ, ରୁଗ୍‌ଣ । +ଡ୍ରାଇଭର ଡାକିବାରୁ ସେମାନେ ଗାଡ଼ି ପାଖକୁ ଆସିଲେ । +ସେମାନଙ୍କ ସହ କଥା ହେଲି । +ଚାଷବାସ ଓ ଋଣର କଥା । +ସେମାନଙ୍କ କଥାରୁ ବୁଝିଲି ଋଣ ଶୁଝିବା ସକାଶେ ସମସ୍ତେ ଅସମର୍ଥ । +ଚାଷରୁ ଯାହା ମିଳୁଚି ସେଥିରେ ଗୁଜୁରାଣ ମେଣ୍ଟିବା ଯଥେଷ୍ଟ ନୁହେଁ । +କଥା ଶେଷରେ ବାଘ ପଧାନର ଘର କେଉଁଠି ପଚାରିବାରୁ ଜଣେ ଲୋକ ଦେଖାଇଦେଲା ଭାଙ୍ଗିପଡ଼ିଥିବା କାନ୍ଥ ଆଡ଼କୁ । +ବର୍ଷାମାଡ଼ରେ ମାଟି ଖସିପଡ଼ିଥିବା ଘରଟି ନିଜ ବୋଝ ଧରିରଖିବା ପାଇଁ ଏବେ କ୍ଳାନ୍ତ, ଅସମର୍ଥ । +ସେହି ଘର ଭିତରୁ ଜଣେ ଦୁର୍ବଳ ସ୍ତ୍ରୀଲୋକ ବାହାରିଆସି ନିଜର ପରିଚୟ ଦେବା ଯୋଗୁଁ ହିଁ ଜାଣିଲି, ସେ ହେଉଛନ୍ତି ବାଘ ପଧାନର ମାଆ । +ବାଘ ପଧାନ ସେଠି ରହୁନାହିଁ । +ରହୁଚି ପଚାଶ କିଲୋମିଟର ଦୂରରେ, ଏକ ମଠରେ । +ତାଙ୍କ କଥାକୁ ବିଶ୍ବାସ କରିପାରିଲି ନାହିଁ । +ବାଘ ପଧାନର ମାଆ ବି ବିଶେଷ କିଛି କହିବା ପାଇଁ ଇଚ୍ଛା ପ୍ରକାଶ କଲେ ନାହିଁ ବୋଧେ । +ପଦେ ଅଧେ କଥା କହି ସେ ସେଠୁ ପଳାଇଗଲେ । +ସମୁଦାୟ ପରିବେଶ ମୋତେ ଲାଗିଲା ରହସ୍ୟମୟ । +ଫେରିଆସିଲି କ୍ଳାନ୍ତି ଓ ଅନିଶ୍ଚିତତା ଭିତରେ । +ବାଟସାରା ଯେତେ ଚେଷ୍ଟା କଲେ ବି ସମୁଚିତ ଉତ୍ତରଟିଏ ମୋତେ ମିଳିଲା ନାହିଁ । +ଶେଷରେ ମନେ ମନେ ସ୍ଥିର କଲି ସେଇ ମଠକୁ ଯିବାକୁ ହେବ ମୋତେ । +ସେଠି ପାଇବି ସମୁଚିତ ଉତ୍ତର । +ଶାଳ ଜଙ୍ଗଲ ଘେରା ଗାଁଆଟି ଭିତରେ ଲୁଚିରହିଥିବା ରହସ୍ୟମୟ କଥାଟିର ଖିଅ ମୋତେ ମିଳିଯିବ ନିଶ୍ଚେ । +ସେଠିକୁ ଯିବି ଯିବି ବୋଲି ଯାଇପାରିଲି ନାହିଁ । +ବ୍ୟାଙ୍କ୍ କାର୍ଯ୍ୟରେ ବ୍ୟସ୍ତ ରହିବାରୁ ବିତିଗଲା କିଛିଦିନ । +ମୋ’ ମନ ଭିତରୁ ବାଘ ପଧାନ ମୁହଁଟି ଅସ୍ପଷ୍ଟ ହୋଇଆସିବା ପୂର୍ବରୁ ହଠାତ୍‌ ଦିନେ ପହଞ୍ଚିଗଲା ସେ । +ବ୍ୟାଙ୍କରେ । +ସମୟ ବାରଟା ପାଖାପାଖି । +ଡୋର୍‌ ଠେଲି ଗେରୁଆ ଲୁଗା ଆଉ ଚାଦର ପରିହିତ ବ୍ୟକ୍ତି ଜଣକ ବାଘ ପଧାନ ବୋଲି ଚିହ୍ନିବାରେ ମୋତେ ଅଳ୍ପ ସମୟ ଲାଗିଥିଲା । +ଅବଶ୍ୟ ତା’ ମୁହଁରେ ଥିବା ବହଳିଆ ଦାଢ଼ି ତାକୁ ଅଚିହ୍ନା କରିଦେବାରେ ସହାୟକ ହେଇଥିଲା । +ମାତ୍ର ତା’ ଚକ୍‌ଚକ୍‌ ଆଖି ଦୁଇଟିକୁ ଦେଖି ମୁଁ ତାକୁ ଚିହ୍ନିପାରିଲି । +ସେ ଗମ୍ଭୀର ସ୍ବରରେ କହିଲା, ‘ଆରେ ଚାହିଁରହିଚୁ କ’ଣ ? ମୁଁ ହେଉଛି ବାଘ ପଧାନ । +ମୋ’ ଘର ସୁଆଗିନାଳି । +ଯେଉଁ ଗାଆଁକୁ ଯାଇ ତୁ ମୋତେ ଖୋଜିଆସିଚୁ । +ଜାଣିଚୁ, ସାଧୁସନ୍ନ୍ଯାସୀ ନିଜ ପରିଚୟ ସହ ଗାଁ କେଉଁଠି କହନ୍ତି ନାହିଁ, ମାତ୍ର ମୁଁ ତୋତେ କହିଲି । +ମୋ’ ନିଜ ପରିଚୟ ଦେଲି । +କାରଣ ମୁଁ ସନ୍ନ୍ଯାସୀ ନୁହେଁ ।’ +ତା’ପରେ ଅସ୍ବାଭାବିକ ଭାବେ ସେ ହସିଉଠିଲା । +ତା’ କଥା ଆଉ ତା’ର ପୋଷାକ ମୋତେ ବିସ୍ମିତ କରିଦେଲା । +ତାକୁ ବସିବାକୁ କହିଲି । +ସେ ବସିଲା ସିଧା ହୋଇ । +ଏକ ଅପୂର୍ବ ଠାଣିରେ । +ବୋଧେ ବାଘ ବସିବା ପରି ଥିଲା ସେଇ ଠାଣି । +କିଛି ସମୟ ନୀରବ ରହିବା ପରେ ପଚାରିଲି, ‘ତୁ ସନ୍ନ୍ଯାସୀ ନୁହଁ, ତେବେ ଏ ପୋଷାକ ପିନ୍ଧିଚୁ କାହିଁକି ?’ +ମୋ’ ପ୍ରଶ୍ନ ଶୁଣି ସେ ବୋଧେ ଅଣନିଶ୍ବାସୀ ହୋଇଉଠିଲା । +ଗୋଟେ ତୀକ୍ଷ୍ଣ ଛୁରୀ ଯେପରି ଖଣ୍ଡ ଖଣ୍ଡ କରିଦେଲା ତା’ ଭିତର ସତ୍ତାକୁ । +କାନ୍ଥ ଆଡ଼କୁ ଚାହିଁ କହିଲା, ‘ମୋ’ ବାପାଙ୍କ ପାଇଁ । +ପିଲାଦିନେ କ’ଣ ଗୋଟେ ରୋଗ ଧରିଥିଲା ଯେ ସେଇ ରୋଗରେ ମୁଁ କୁଆଡ଼େ ମରିଯାଇଥାଆନ୍ତି । +ତେଣୁ ସେ ମଠକୁ ନେଇ ମୋତେ ଗୋଟେ ସନ୍ନ୍ଯାସୀକୁ ଦାନ କରିଦେଲେ । +ଆଉ ମୁଁ ବଞ୍ଚିଗଲି । +ବାହାଘର ପ୍ରସ୍ତାବ ଯେତେବେଳେ ଆସିଲା ସେଇ କଥାଟିକୁ ମୋତେ ବୋଉ ମନେ ପକାଇଦେଲା । +ଆଉ ତା’ ସହ ମଠକୁ ଯାଇ ଅନୁମତି ଆଣିବା ପାଇଁ ଚେତେଇଦେଲା । +ସେଠିକି ଗଲି । +ଯାହାକୁ ବାପା ମୋତେ ଦାନ କରିଦେଇଥିଲେ ସେ ମୋତେ ମୁକୁଳାଇଦେବା ନିମନ୍ତେ ଗୋଟେ ଚିଠା ଧରାଇଦେଲେ । +ସେଇ ଚିଠାରେ କ’ଣ ଲେଖାଯାଇଥିଲା ଜାଣିଚୁ ? ଶହେ ସନ୍ନ୍ଯାସୀଙ୍କୁ ଖାଇବାକୁ ଦେବାକୁହେବ । +ସେମାନଙ୍କ ପାଇଁ ନୂଆ ଲୁଗା ଆଉ ଦକ୍ଷିଣା । +ଦକ୍ଷିଣା ବି କମ୍‌ ନୁହେଁ ରେ । +ଦଶ ହଜାର ଟଙ୍କା । +ଯଦି ଏତକ ନ ଦିଏ ତେବେ ବର୍ଷଟିଏ ମଠରେ ରହି ତାଙ୍କର ସେବା କରିବି । +ତା’ ପରେ ସେ ଯାହା ବିଚାର କରିବେ । +ମୁଁ ଆଉ କ’ଣ କରିଥାନ୍ତି ? ତାଙ୍କରି ସେବା ଏବେ କରୁଚି ସେଇ ମଠରେ ରହି । +ଗେରୁଆ ପୋଷାକ ପିନ୍ଧି ।’ +କଥା ସରିବା ପରେ ତା’ର ଦୀର୍ଘଶ୍ବାସ କମ୍ପିଉଠିଲା । +ବୋଧେ ହୃଦୟ ଭିତରେ ହୋଇଥିବା କ୍ଷତରେ ଅସହ୍ୟ ଯନ୍ତ୍ରଣା । +ପୁଣି ରହି ରହି କହିଲା, ‘ମୋ’ ଭାଗ୍ୟ ଛୋଟ । +ସେଦିନ ମୁଁ ରୋଗରେ ମରିଯାଇଥିଲେ ଭଲ ହୋଇଥାଆନ୍ତା । +ହେଲେ, ମୋ’ ପାଇଁ କେବଳ ଦୁଃଖ ଅଛି । +ପାଠ ପଢ଼ିପାରିଲ ନାହିଁ ଟଙ୍କା ଅଭାବରୁ । +ଖେଳୁଥିଲି ଯେ ତାହା ବି ଭଲ ଭାବରେ ଖେଳିପାରିଲି ନାହିଁ । +ଗୋଟେ ଝିଅକୁ ଭଲ ପାଉଚି ଯେ ତାକୁ ବାହା ହୋଇପାରୁ ନାହିଁ । +ଜାଣିଛୁ, ବାହାଘର ପ୍ରସ୍ତାବଟି ମୋ’ ପ୍ରରୋଚନାରେ ତା’ ବାପା ଆମ ଘରକୁ ନେଇ ଆସିଥିଲେ । + ମାତ୍ର ସେ କେତେଦିନ ଅପେକ୍ଷା କରିବେ ବଢ଼ିଲା ଝିଅକୁ ଘରେ ରଖି ?’ +କିଛି ସମୟ ନିସ୍ତବ୍ଧ । +ମୋର କ’ଣ କହିବା ପାଇଁ ଅଛି ବାଘ ପଧାନକୁ ମନେ ମନେ ଭାବିଲି । +ଅନୁଭବ କଲି, ତା’ଭିତରେ ଥିବା କୋମଳ, ସୁକୁମାର ଜିନିଷଟି ମରି ହଜିଯାଉଚି । +ଗୋଟେ ଅନ୍ଧବିଶ୍ବାସର ଶିକାର ହୋଇଚି ସେ । +ଏହା ଛଡ଼ା ଆଉ କିଛି ନୁହେଁ । +ଦୋଛକିରେ ଛିଡ଼ା ହୋଇଥିବା ମଣିଷଟି ଯେ ବାଟବଣା ହେବାର ଉଦାହରଣ ଅନେକ ରହିଛି ସେ କଥା କହି ତାକୁ ବୁଝାଇବା ସକାଶେ ଚେଷ୍ଟା କରି ନାହିଁ । + ବରଂ ପଚାରିଲି, ‘ହଇରେ, ଯାହାକୁ ଭଲ ପାଉଛୁ, ସେ ଦେଖିବାକୁ କେମିତି ?’ +ଚହଲିଗଲା ହଠାତ୍‌ ସେ । +କ’ଣ ଉତ୍ତର ଦେବ ତାହା ଚିନ୍ତା କରିପାରିଲା ନାହିଁ ବୋଧେ । +ଟାଣ ଦିଶୁଥିବା ଲାଜଲାଜ ଦିଶିଲା । +ବେକର ମାଂସପେଶୀ କୋହଳ ହୋଇଗଲା । +ଗୋଟେ ଚମତ୍କାର ହସ ଖେଳିଗଲା ତା’ ମୁହଁରେ । +ଝୁଲାମୁଣିରୁ ବାହାର କଲା ଫଟୋ । +ମୋ’ ଆଡ଼କୁ ବଢ଼ାଇ କହିଲା, ‘ତୁ କହ, କର୍ପୂରୀ ସୁନ୍ଦରୀ ନା ଅସୁନ୍ଦରୀ ।’ +ଫଟୋଟିକୁ ତା’ ହାତରୁ ନେଲି । +ସବୁ ସୁଖ ଭରିରଖିଥିବା ଗୋଟେ ଝିଅର ସୁନ୍ଦର ରୂପ । +ଝଲସିଗଲା ଆକାଶରେ ଚିତ୍ରମୟ ଇନ୍ଦ୍ରଧନୁ ପରି । +କେଉଁଠି ସୁଖ ଅଛି ପଚାରିଲେ ଯେ କେହି କହିଦେବ ସଙ୍କୋଚହୀନ ଭାବରେ ସେଇ ଝିଅଟି ଭିତରେ । +ଅଳ୍ପ ହସିଦେଲି । + କହିଲି, ‘ଏମିତି ସୁନ୍ଦରୀ ଝିଅକୁ ଭଲ ପାଇ କେହି କେବେ ସନ୍ନ୍ଯାସୀ ହୋଇପାରେ ?’ +ବାଘ ପଧାନର ବେକର ଶିରାପ୍ରଶିରା ଟାଣିହୋଇଗଲା ହଠାତ୍‌ । +ହାତମୁଠା ଶକ୍ତ ହୋଇଗଲା ତା’ ଅଜାଣତରେ । +ମୋ’ ହାତରୁ ଫଟୋଟିକୁ ନେଇ କହିଲା, ‘ତୁ ଯାହା କହୁଚୁ, ତାହା ଠିକ୍‌ । +ମୁଁ ଚାହେଁ ସୁଖମୟ ହେଉ ମୋ’ ସଂସାର । +ପିଲାଦିନଟି କେମିତି କଟିଚି, ତୁ ତାହା ଜାଣିଚୁ । +ଖାଲି ଦୁଃଖ । +ଦୁଃଖ ଛଡ଼ା ଆଉ କାହାକୁ ଭେଟିନି । +ଏବେ ଟିକିଏ ସୁଖ ଆସିଲା ଯେ ସନ୍ନ୍ଯାସୀଟା ପ୍ରତିବନ୍ଧକ ହୋଇ ଛିଡ଼ା ହୋଇଚି । +ଖାଲି ମୋ ବୋଉ ପାଇଁ । +ତା’ ସୁଁସୁଁ କାନ୍ଦ ପାଇଁ ଆଜି ଏତେ କଥା । +ଆଉ ପୁଣି ଆମ ଜାତି କଥା ଅଛି । +ବାଛନ୍ଦ ହୋଇଯିବାର ଭୟରେ ମୁଁ କିଛି ପଦକ୍ଷେପ ନେଇପାରୁନି । +ଜାଣିଚୁ, ଆଉ ପନ୍ଦର ଦିନ ଅଛି, ବର୍ଷଟିଏ ପୂରିବାକୁ । + ସେ କ’ଣ ବିଚାର କରିବେ ତାହା ଅପେକ୍ଷାରେ…’ +କଥା ଶେଷ ହେବାବେଳକୁ ଅଟକିଗଲା ବାଘ ପଧାନ । +ବୋଧେ ଆଉ କିଛି ତା’ର କରିବାର ନ ଥିଲା । +ତା’ ଆଡ଼କୁ ଚାହିଁଲା । +ଫଟୋଟିକୁ ନେଇ ପୁଣି ଝୁଲାମୁଣିରେ ପୂରାଇଲା । +ସେଇ ହାତଟି ପଦାକୁ ବାହାରିଯିବାବେଳକୁ ଅଙ୍ଗୁଳିରେ ନଖଗୁଡ଼ିକ ବାଘ ନଖ ପରି ମୋତେ ଦିଶିଲା । +କଳା ଓ ହଳଦିଆ ରଙ୍ଗର ଲୋମ ଗଜୁରିଉଠିଥାଏ ସେଥିରେ । +ଗୋଟେ ହିଂସ୍ର ବାଘର ପଞ୍ଝା ପାଲଟିଯାଇଥିଲା ତା’ ହାତ ବୋଧେ । +ଚମକିପଡ଼ିଲି ମୁଁ । +ତା’ ମୁହଁକୁ ଚାହିଁବା ପାଇଁ ମୋର ସାହସ ହେଲା ନାହିଁ । +ସେ ଉଠିପଡ଼ିଲା ହଠାତ୍‌ । +ଯେମିତି ଆସିଥିଲା ସେମିତି ସେ ଚାଲିଗଲା । +ଧୀରସ୍ଥିର ହୋଇ ମୁଁ ତା’ ଯିବା ବାଟକୁ ଚାହିଁ ରହିଲି । +ନୀରବରେ, ଧୈର୍ଯ୍ୟର ସହିତ । +ଏତେ ଦୁଃଖ ସତ୍ତ୍ବେ ସେ ବଦଳି ନାହିଁ ଜମା । +ଗୋଟେ ବିଧାରେ ନଡ଼ିଆ ଭାଙ୍ଗି ଦେବାର ସାମର୍ଥ୍ୟ ରଖିଥିବା ବାଘ ପଧାନ ବିଚାର ଅପେକ୍ଷାରେ ଅଛି ନା, ତା’ ପାଇଁ ବିଚାର ଅପେକ୍ଷା କରିଛି, ତାହା ମୁଁ ଜାଣିପାରିଲି ନାହିଁ । +ମାତ୍ର ଅନୁଭବ କଲି, ମୋ’ ଦେହ ଭିତରେ କମ୍ପନଟିଏ ସୃଷ୍ଟି ହେଲା ଏବଂ ତାହାର ତରଙ୍ଗ ବ୍ୟାପିଗଲା ମୋ’ ସାରା ଶରୀରରେ । +ଏହା କାହିଁକି ହେଲା ? ଏମିତି କଥା ଭାବିଲାବେଳକୁ ଗୋଟେ ମୁହଁ ମୋ’ ଆଖି ଆଗରେ ଭାସିଉଠିଲା । +କିଛି ସମୟ ପୂର୍ବରୁ ଯେଉଁ ଫଟୋଟିକୁ ବାଘ ପଧାନକୁ ଫେରାଇଦେଇଥିଲି, ଏଇ ମୁହଁଟି ସେଇ ଝିଅର । +ଢଳଢଳ ଆଖି, ପୂରିଲା ଓଠ ସହ ଭରପୁର ଦେହ । +ସେଇ ଆଖିରେ ଦେଖାଗଲା ଲୁହ । +ସେଇ ଓଠରୁ ଶୁଣାଗଲା ଦରଦ କଥା । +ଆଉ ଦେହ କଥା ପଚାରନା । +ଗୋଟେ କୋହରେ ଥରିଗଲା ସାରା ଦେହ । +ଦେଖ, କେତେଦିନ ଅପେକ୍ଷା କରିରହିବି ତାଙ୍କୁ । +ଏଠି, ଏକା ଏକା । +ସନ୍ନ୍ଯାସୀର ଚେଲା ହୋଇ ସେ ମଠରେ ରହିବେ ଆଉ ମୁଁ ଏକା ଏକା ସାରା ଜୀବନ କେମିତି କାଟିବି ? ମୁଁ ତ ପାଷାଣୀ ଅହଲ୍ୟା ନୁହେଁ, ସବୁ କିଛି ସହିନେବି । + ମୋ’ ଦେହର ତ ଗୋଟେ ଦାବୀ ଅଛି ! +ପୋତିହୋଇଗଲି ଯେମିତି ଗୋଟେ ବ୍ୟାକୁଳତାରେ । +ଏଇ ବ୍ୟାକୁଳତା ଗୋଟେ ଝିଅର ନୁହେଁ, ବରଂ ସମଗ୍ର ନାରୀ ଜାତିର । +ମୋ’ ଭିତର ନୀରବତା ଆଚ୍ଛନ୍ନ କରିଦେଲା ସେଇ କୋଠରିକୁ । +ମାତ୍ର ମୁଁ ଧୀରେ ଧୀରେ ବିଚଳିତ ହୋଇପଡ଼ିଛି । +ଏଇ କଥା କିପରି ବୁଝିପାରୁ ନାହାନ୍ତି ବାଘ ପଧାନର ଗୁରୁଜଣଙ୍କ ? ମୋହମାୟାର ଊର୍ଦ୍ଧ୍ବରେ ରହି ସଂସାରତ୍ୟାଗୀ ସନ୍ନ୍ଯାସୀଜଣଙ୍କର ହୃଦୟ କ’ଣ ନାହିଁ ? ଖାଲି ମିଛରେ ସନ୍ନ୍ଯାସୀର ପୋଷାକ ପିନ୍ଧିଛନ୍ତି । +ଯେମିତି ଗେରୁଆ ପୋଷାକ ପିନ୍ଧିଛି ବାଘ ପଧାନ । +ଏଇ ସଙ୍କଟର ସମାଧାନର ସୂତ୍ର ଖୋଜିବାବେଳେ ମୁଁ ବାଟବଣା ହୋଇଗଲି । +ଜଙ୍ଗଲ ଭିତରେ ଉଚ୍ଚା ଉଚ୍ଚା ଶାଳଗଛ ମଝିରେ ବାଟ ଖୋଜି ପାଉ ନ ଥିବା ବ୍ୟକ୍ତିଜଣକ କେବଳ ମୁଁ । +ମୋ’ ଛଡ଼ା ଆଉ କେହି ନୁହେଁ ବୋଲି ଜାଣିବା ପରେ ଭୟ ଓ ଆଶଙ୍କାରେ ଜଡ଼ସଡ଼ ହୋଇଗଲି ଏବଂ ଘଟଣାଟି ତା’ ବାଟରେ ଯାଉ ଭାବିନେଇ ସବୁକିଛି ବାଘ ପଧାନ ଉପରେ ଛାଡ଼ିଦେଲି । +ସେଇ ମୁହୂର୍ତ୍ତରେ ମୁଁ ମୁକ୍ତ ହେଲି ଚାପା ଉତ୍ତେଜନାରୁ । +ବ୍ୟାଙ୍କ୍‌ କାର୍ଯ୍ୟରେ ବ୍ୟସ୍ତ ରହିଲି । +ବାଘ ପଧାନ ଦିନେ ଆସି ତା’ କାହାଣୀର ଶେଷ ଭାଗ ଶୁଣାଇବ, ତାହା ଭୁଲିଗଲି । +ଅନେକଥର ଗଣ୍ଡମୁଣ୍ଡା ଯାଇଥିଲେ ବି ମୁଁ ଆଉ କେବେ ଗଲି ନାହିଁ ସୁଆଗିନାଳି । +ସେଇ ଗାଁରେ ବାଘ ପଧାନର ଘର ଅଛି ବୋଲି ମନେ ପକାଇଲି ନାହିଁ । +ଭୁଲିଗଲି ସବୁ କିଛି । +କୃତଜ୍ଞ ହୋଇପଡ଼ିଲି ସମୟ ପ୍ରତି । +ମାତ୍ର ଏହି ସମୟ ହିଁ ଅକୃତଜ୍ଞ ହୋଇଗଲା । +ପୁଣି ଥରେ ଭେଟ କରାଇଲା ମୋତେ ବାଘ ପଧାନ ସହ । +ହାଟ ଭିତରେ । +ମୋତେ ସେ ଦେଖି ତରତର ହୋଇ କିଛି ଜିନିଷ ତା’ ଝୁଲାରେ ପୂରାଇଦେଲା । +ଗେରୁଆ ରଙ୍ଗର ଝୁଲାରେ ଲାଗିଗଲା ହଳଦିଆ ରଙ୍ଗରୁ ମେଞ୍ଚାଏ । +ମୁଁ କିଛି ପଚାରିବା ପୂର୍ବରୁ ସେ ଦଉଡ଼ିଲା ଭଳି ଚାଲିଗଲା । +ଚାଲିଗଲାନି ତ ମୋତେ ଲାଗିଲା ସେ ଉଡ଼ିଗଲା ଉଦ୍‌ଭ୍ରାନ୍ତ ପକ୍ଷୀ ପରି । +ଏତିକିବେଳେ ଡ୍ରାଇଭର କହିଲା, ‘ସୁଆଗିନାଳି ଗାଁର ଜଣେ ଲୋକ ସହ ମୋର ଭେଟ ହୋଇଥିଲା । +ବାଘ ପଧାନ କଥା ତାକୁ ପଚାରିବୁଝୁଥିଲି । +ସେ ସେଇ ମଠରେ ଅଛି । +ସେଇ ସନ୍ନ୍ଯାସୀଜଣକ ତାକୁ ଛାଡ଼ି ନାହାନ୍ତି । +ଆଉ ବର୍ଷେ ତାଙ୍କ ପାଖରେ ରହିବା ସକାଶେ କଥା ସ୍ଥିର ହୋଇଛି । +ସେ ଏତେ ସହଜରେ ତାକୁ ଛାଡ଼ିବେ ନାହିଁ ବୋଲି କହିଛନ୍ତି । +ତାଙ୍କର ଯୁକ୍ତି ହେଉଚି, ପୁଅ ହେଇଥିଲେ ତାଙ୍କୁ ସେ ସାରା ଜୀବନ ପୋଷିଥାନ୍ତା । +ସାରା ଜୀବନ ପୋଷିବାରେ ଯାହା ଖର୍ଚ୍ଚ ହୋଇଥାନ୍ତା ତାଠାରୁ ତାଙ୍କର ଦାବି କ’ଣ କମ୍‌ ନୁହେଁ ? ନିଶ୍ଚୟ କମ୍‌ ଅଟେ ।’ +ନିଜ ପ୍ରଶ୍ନର ଉତ୍ତର ଦେଇ ଡ୍ରାଇଭର ସନ୍ତୁଷ୍ଟ ଦେଖାଗଲା । +ମାତ୍ର ମୁଁ ଚାହିଁଥିଲି ଜନଗହଳି ଭିତରେ ହଜିଯାଇଥିବା ବାଘ ପଧାନ ଆଡ଼କୁ । + ସେ ଏବେ କେଉଁଠି ? ଜନଗହଳି ଟପି କେଉଁ ରାସ୍ତାରେ ସେ ଏବେ ଚାଲିଥିବ ? ସୁଆଗିନାଳି, ଯେଉଁଠି ତା’ ପ୍ରେମିକା ଅପେକ୍ଷା କରିଥିବା ନା ପଚାଶ କିଲୋମିଟର ଦୂରରେ ଥିବା ମଠକୁ, ଯେଉଁଠି ପହଞ୍ଚି ସେ ଋଣମୁକ୍ତ ହେବ ? +ପ୍ରକୃତରେ ମୁଁ କୌଣସି ନିଶ୍ଚିତ ଉତ୍ତର ପାଇବାରେ ସଫଳ ହେଲି ନାହିଁ ଏବଂ ବାଘ ପଧାନକୁ ତା’ ଦୁର୍ଦ୍ଦଶା ସମୟରେ କିଛି ଟଙ୍କା ନ ଦେଇଥିବାରୁ ମୁଁ ନିଜକୁ କ୍ଷମା କରିପାରିଲି ନାହିଁ । +କ’ଣ କରିବି କିଛି ଚିନ୍ତା କରି ନ ପାରି ପରଦିନ ସକାଳେ ତା’ ଗାଁରେ ପହଞ୍ଚିଥିଲି । +ଗାଁ ସାରା ନିସ୍ତବ୍ଧ । +ଝଡ଼ ବହିଯାଇଚି ଯେମିତି କିଛି ସମୟ ପୂର୍ବରୁ । +ବିପର୍ଯ୍ୟସ୍ତ ଦିଶୁଚି ଆମ୍ବଗଛ । +ଘରଦ୍ବାର ଛିନ୍ନଛତ୍ର ହୋଇପଡ଼ିଛି । +ଫାଟିଯାଇଚି ମାଟି କାନ୍ଥ । +ସମସ୍ତଙ୍କ ମୁହଁରେ ସ୍ପଷ୍ଟ ହୋଇ ଥିଲା ଦୁଃଖ ଓ ଯନ୍ତ୍ରଣା । +ମୁଁ ଆପାତତଃ ସଙ୍କୁଚିତ ହୋଇପଡ଼ିଲି । +କାହାକୁ କିଛି ପଚାରିବା ପାଇଁ ସାହସ ହେଲା ନାହିଁ । +ଏତିକିବେଳେ ଜଣେ ବୟସ୍କ ଲୋକ ମୋ’ ସାମନାକୁ ଆସିଲେ । +ଥରଥର ସ୍ବରରେ କହିଲେ, ‘ଗତକାଲି ରାତିରେ ବାଘ ପଧାନ ଆସି ଏଇ ପଥର ଉପରେ ବସିରହିଲା । +ତାକୁ ଯେତେ ଯିଏ କହିଲେ ଘରକୁ ଯିବା ପାଇଁ, ସେ ମନା କରିଦେଲା । +ଶେଷରେ କର୍ପୂରୀ ଆସିଥିଲା । +ତା’ କଥା ବି ସେ ଶୁଣିଲା ନାହିଁ । +ଝୁଲାରେ ଆଣିଥିବା ରଙ୍ଗରେ ନିଜ ଦେହକୁ ରଙ୍ଗେଇଦେଲା । +ମୁହଁରେ ପିନ୍ଧିଲା ବାଘ ମୁଖା । +ଆଉ ବହେ ନାଚିଲା ଏଠିସେଠି । +ତା’ ନାଚରେ ଥରିଉଠିଲା ସାରା ଗାଁ । +ଏଇ ଦେଖୁନା, ହଳଦିଆ ଆଉ କଳାରଙ୍ଗ କେମିତି ପଡ଼ିଚି ଚଟାଣ ଉପରେ । +ତା’ ଆଖିରୁ ନିଆଁ ବାହାରୁଥିଲା । +ଆମେ ଜଳକା ହୋଇ ଚାହିଁରହିଥିଲୁ । +ସେ ସତକୁସତ ବାଘ ପାଲଟିଗଲା । +ଆଉ ହେଣ୍ଟାଳିଲା । +ତା’ ହେଣ୍ଟାଳରେ ଗାଁ ଫଟାଇଦେଲା । +ଆମେ ଭୟରେ ତାଟିକବାଟ ଦେଇଦେଲୁ । +ସେ ଲାଞ୍ଜ ପିଟି ଜଙ୍ଗଲ ଭିତରକୁ ପଳାଇଲା । +ଆଉ ଆଜି…. ।’ +ବିସ୍ମିତ ହେଲି । + ପଚାରିଲି, କ’ଣ ହେଲା ଆଜି ? +ଆହୁରି ଥରିଉଠିଲା ସେଇ ଲୋକର କଣ୍ଠସ୍ବର । +ଛେପ ଢୋକି କହିଲା, ‘ଘଣ୍ଟାଏ ତଳେ ଖବର ପାଇଲୁ ଗୋଟେ ବାଘ ମଠରେ ଥିବା ସନ୍ନ୍ଯାସୀର ତଣ୍ଟିକୁ କଣା କରି ମାରିଦେଇଚି ।’ +ମନେ ମନେ ଭାବିଲି, ବାଘ ପଧାନର ଗେରୁଆ ରଙ୍ଗର ଝୁଲାରେ ହଳଦିଆ ରଙ୍ଗ ସହ କଳା ରଙ୍ଗ ନିଶ୍ଚେ ଲାଗିଥିବ । +ହେଲେ, ତାହା ମୋ’ ନଜରକୁ ଏଡ଼ାଇଦେଲା କିପରି ? ମୋ’ ନଜରକୁ ତ ଏଡ଼ାଇଗଲା ଅଥଚ କର୍ପୂରୀର ନଜରରେ ତ ତାହା ଧରାପଡ଼ିଥାନ୍ତା ! ସେ କ’ଣ ଚାହିଁଥିବ ଏତେ ଭଲ ପାଇଥିବା ମଣିଷଟି ତା’ ଅଜାଣତରେ ବାଘ ପାଲଟିଯାଉ ! କେବେ ନୁହେଁ । +ଏହା ନିର୍ମମ ଓ ଆକସ୍ମିକ ଘଟଣା ତା’ ପାଇଁ ନିଶ୍ଚେ । +ଗାଡ଼ି ପାଖକୁ ଫେରି ଆସିବାବେଳେ ନଜର ପଡ଼ିଲା ମଥା ନୁଆଁଇ ବସିଥିବା ଝିଅଟି ଉପରେ । +ହଠାତ୍‌ ଅନୁଭବ କଲି ଏକ ଶିହରଣ ସଞ୍ଚରିଯାଉଚି ମୋ’ ରକ୍ତକଣିକାରେ । +ହାଡ଼ର ମଞ୍ଜ ଭିତରେ । +ଚିହ୍ନିଲି ସେଇ ଝିଅକୁ । +ସେ ହେଉଚି, କର୍ପୂରୀ । +ବାଘ ପଧାନର ପ୍ରେମିକା । +ତା’ ମୁହଁରେ ଖେଳୁଚି ମୁଗ୍ଧ ହସର ବିହ୍ବଳିତ ରେଖା । +ଆଉ ତା’ ହାତ ପାପୁଲି ଜୁଡୁବୁଡୁ ହୋଇଚି କଳା ରଙ୍ଗରେ । +ଆଞ୍ଜୁଳାଏ ପବନ ବିଞ୍ଚିହୋଇଗଲା ମୋ’ କାନ ପାଖରେ । +ଶୁଣିଲି, କେହି ଜଣେ ଫୁସ୍‌ଫୁସ୍‌ କରି କହୁଚି, ଭୋକ ନୁହେଁ, ବରଂ ଭଲ ପାଇବା ହିଁ ମଣିଷକୁ ବାଘ କରିଦିଏ । +ସତସତିକା ବାଘ । -- GitLab