From 0f90282ac36e4161cc0b75d81922c55da69720b9 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:54:00 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_8 | 71 +++++++++++++++++++ 1 file changed, 71 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_8 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_8 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_8 new file mode 100644 index 0000000..2295bf0 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_8 @@ -0,0 +1,71 @@ +କ୍ଷମତା ସଙ୍ଗେ ଭେଟ +ଚୌଧୁରୀ ହେମକାନ୍ତ ମିଶ୍ର +ତା: ଏପ୍ରିଲ୍ ୧୬, ୨୦୧୯ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଫଗୁବାବୁ ଯେ ଦିନେ କ୍ଷମତାବାନ୍‌ ହୋଇଯିବେ ତାହା କେହି କେବେ ଅନୁମାନ କରି ନ ଥିବ । +ଇତିହାସ ଏହିପରି କାହାକୁ ଉପରକୁ ଉଠାଏ, କାହାକୁ ବା ଅତଳାନ୍ତ ଖାତକୁ ଠେଲି ଫୋପାଡ଼ିଦିଏ । +ହଠାତ୍‌ କେଉଁ ଏକ ଅଖ୍ୟାତ ଅଞ୍ଚଳରୁ ଠିଆ ହୋଇ ସେ ନିର୍ବାଚିତ ହେଲେ ଏବଂ ଦଳ ଭିତରେ ଷଣ୍ଢା ଷଣ୍ଢା ନେତାଙ୍କ କନ୍ଦଳ ହେତୁ ତାଙ୍କ କପାଳରେ ଶିକା ଛିଣ୍ଡିଗଲା । +ଫଳରେ ‘ମିଡିଅମ୍‌ ଧୋତି ଆଉ ଇସ୍ତ୍ରିକରା ଅଧା କାମିଜ୍‌ର’ (ରମାକାନ୍ତ ରଥଙ୍କ ଲଣ୍ଡନ ଶୀର୍ଷକ କବିତା ଦ୍ରଷ୍ଟବ୍ୟ) ସେହି ଅତି ସାଧାରଣ ବ୍ୟକ୍ତିଙ୍କ ଉପରେ ଆଜି ମାଳମାଳ କୃପାପ୍ରାର୍ଥୀ କରଯୋଡ଼ି ଛିଡ଼ା ହୋଇଛନ୍ତି । +ତାଙ୍କ ସଙ୍ଗେ ଅଚାନକ ଅନ୍ୟ ଏକ ସହରରେ ଭେଟ ହୋଇଗଲା ଯେଉଁଠି ସେ କିଛି ଗୋଟାଏ ଉଦ୍‌ଘାଟନ କରିବାକୁ ଆସିଥିଲେ । +ଇଏ ବି ବଡ଼ପଣର ଗୋଟିଏ ବଡ଼ ଲକ୍ଷଣ ଜାଣିବ, କାରଣ ଖୁବ୍‌ ବଡ଼ ନ ହେଲେ କେହି ଉଦ୍‌ଘାଟନ କରିବାକୁ ଡକା ହୋଇ ଆସନ୍ତି ନାହିଁ । +ମୋର ବି ସେଠାରେ ଉପସ୍ଥିତ ହେବାର ନ ଥିଲା । +ସେ ଗୋଟାଏ ଯୋଗ । +ସଭାରେ ସେ ଗୋଟିଏ ସଂକ୍ଷିପ୍ତ ଭାଷଣ ଦେଇ ତତ୍‌ପରେ କତୁରୀ ସାହାଯ୍ୟରେ ଗୋଟିଏ ନାଲିଫିତା କାଟିଥିଲେ । +ଆଜିକାଲି ସଂକ୍ଷିପ୍ତ ଭାଷଣ ବେଶି ଶୁଣିବାକୁ ମିଳେ ନାହିଁ । +ତେଣୁ କରତାଳି ଦ୍ୱାରା ଗୃହଟି ଅଚିରେ ମୁଖରିତ ହୋଇଥିଲା । +ସଭାଗୃହ ବାହାରେ ମୁଁ ଯାହାଙ୍କ ସଙ୍ଗେ ଫେରିବାର ଥିଲା, ତାଙ୍କ ଲାଗି ଅପେକ୍ଷା କରୁଥିଲି, ଏତିକି ବେଳେ ବାଇଶଜଣ ଗୋଡ଼ାଣିଆଙ୍କ ସମେତ ଫଗୁବାବୁ ବଡ଼ ଦରଜା ଦେଇ ବାହାରି ଆସୁଥିଲେ । +ମୋତେ ଦେଖି ସେ ଖାଲି କହିଲେ, ‘ଆରେ ଆରେ!’ ଏବଂ ମୋ ହାତକୁ ମୁଠାଇ ଧରିଲେ । +ମୁଁ ମଧ୍ୟ ତାଙ୍କ ସଙ୍ଗରେ ସେହି ଜନପ୍ରବାହରେ ସାମିଲ୍ ହୋଇଗଲି । +କ୍ଷମତା ଯେ ଫଗୁବାବୁଙ୍କର ମୁଣ୍ଡ ବିଗାଡ଼ି ଦେଇ ନାହିଁ, ଏଯାକେ ନିଜର ପରିଚିତିମାନଙ୍କୁ ସେ ଚିହ୍ନି ପାରୁଛନ୍ତି, ପଦେ ଦୁଃଖସୁଖ ବି ହେଉଛନ୍ତି, ଏତିକି ଦେଖି ମୁଁ ମୁଗ୍ଧ ହୋଇଗଲି । +କ୍ଷମତାସଂପନ୍ନ ଲୋକଙ୍କ ଭିତରେ ଏସବୁ ମାନବିକ ଗୁଣ ଆଜିକାଲି କୋଉଠି ଦେଖିବାକୁ ମିଳୁଛି? ତାଙ୍କର ସରକାରୀ ବାହନରେ ଆରୋହଣ କରୁ କରୁ ଫଗୁବାବୁ ମୋତେ ବାରମ୍ବାର କହିଲାଗିଲେ, ମୁଁ ଯେପରି ସମୟ କରି ତାଙ୍କର ରାଜଧାନୀର ବସାକୁ ଆସେ ଓ ତାଙ୍କ ସାଙ୍ଗେ ଦି’ପଦ ଗପସପ ହୁଏ । +ମୋ ସଙ୍ଗେ ଫଗୁବାବୁଙ୍କର ସେମିତି କିଛି ଅନ୍ତରଙ୍ଗତା ନ ଥିଲା, ଏଣେ ମୁଁ ମଧ୍ୟ ଏମିତି କିଛି ଧର୍ତ୍ତବ୍ୟ ମନୁଷ୍ୟ ନୁହେଁ, ତାହା ସତ୍ତ୍ୱେ ସେ ମୋତେ ଏତେ ସ୍ନେହରେ ଆମନ୍ତ୍ରଣ କରିଥିଲେ, ଏତେ ସୁନ୍ଦର ବ୍ୟବହାର କରିଥିଲେ, ଏହା ଦେଖି ମୁଁ କିଣି ହୋଇଯାଇଥିଲି । +ତାଙ୍କର ମୋ ସଙ୍ଗେ ସୁମିଷ୍ଟ ବ୍ୟବହାର ଦେଖି ତାଙ୍କର ପାଖଲୋକ ମଧ୍ୟ ମୋତେ ସାର୍‌ ସାର୍‌ ଡାକିଲେ । +ମୋର କେହି କେହି ସହକର୍ମୀ ମଧ୍ୟ ଦୂରରୁ ଏହି ଆଲୌକିକ ଦୃଶ୍ୟଟି ଦେଖୁଥିଲେ । +ପରେ ତାଙ୍କଠାରୁ ଶୁଣିଲି, ମୁଁ କୁଆଡ଼େ ଗୋଟେ ‘ଛୁପେ ରୁସ୍ତମ୍‌’ । +ସଦାବେଳେ ମୋ ସଙ୍ଗେ ଫାଇଲୀୟ ଖଗଡ଼ା ଲଗାଉଥିବା ମୋର ଅଳ୍ପ କନିଷ୍ଠ ସହକର୍ମୀ ମୁଠୁସ୍ୱାମୀ ମୋତେ ଶୁଣାଇ ଶୁଣାଇ କହୁଥିବାର ଶୁଣାଗଲା, ରାଜନୀତିକ ପୃଷ୍ଠପୋଷକତା ହିଁ ମୋର ସକଳ ଔଦ୍ଧତ୍ୟର ମୁଳସୂତ୍ର । +ଏହି ଘଟଣର ଦୁଇମାସ ପରେ ମୋତେ ଫଗୁବାବୁଙ୍କ ସହରକୁ ଯିବାର ସୁଯୋଗ ମିଳିଗଲା । +ମୁଁ ତାଙ୍କ ପାଖକୁ ଯିବାକୁ ଢେର୍‌ ଇତସ୍ତତଃ ହେଲି । +ଶେଷରେ ତାଙ୍କର ସେହି ଅମାୟିକ ଓ ସସ୍ନେହ ବ୍ୟବହାର ତଥା ମଦୀୟ ଦପ୍ତରର କେତେକ ଅବିଚାର କଥା ସ୍ମରଣ କରି ତାଙ୍କର ବଙ୍ଗଳା ଆଡ଼କୁ ଚାଲିଲି । +ମୋର ଯେଉଁ ଆତ୍ମୀୟ ମୋ ପାଖକୁ ଦେଖା କରିବାକୁ ଆସିଥିଲେ, ସେ ମୋର ଗନ୍ତବ୍ୟସ୍ଥଳ କଥା ଶୁଣି ବେଶ୍‌ ଆଖିଦୃଶିଆ ଭାବେ ପ୍ରଭାବିତ ଜଣାଗଲେ । +ଯେବେ ମୁଁ ସୁଯୋଗ ପାଏ, ତାଙ୍କର ପୁଅଟି ବିଜ୍ଞାନରେ ଯୋଗ୍ୟତା ହାସଲ କରି ବେକାର ବସିରହିଛି, ସେ କଥାଟି ଯେପରି ଫଗୁବାବୁଙ୍କ କାନରେ ପକାଇଦିଏ, ସେହି ପ୍ରତିଶ୍ରୁତି ଦେଲି । +ମୋର ଆତ୍ମୀୟ ଆକଟ କରି କହିଲେ, ଖାଲି ହାତରେ ବଡ଼ ବଡ଼ ଲୋକଙ୍କ ସାଙ୍ଗରେ ଦେଖା କରିବା ଠିକ୍‌ ନୁହେଁ ଏବଂ ସେ ତତ୍‌କ୍ଷଣାତ୍‌ ଅଧକିଲୋ ଛେନାପୋଡ଼ ବନ୍ଧାଇ ଗୋଟିଏ ଭୋଗେଇରେ ମୋ ହାତରେ ଧରାଇଦେଲେ । +ସେ କହିଲେ, ଫଗୁବାବୁଙ୍କୁ ନିଜ ହାତରେ ଯେପରି ମୁଁ ମିଠାଟା ଦିଏ, କିଏ କେତେ ଚିଜ ଦେଇଥାନ୍ତି, ସେଇ ଗଦା ଭିତରୁ ମୁଁ କ’ଣ ଦେଲି, ସେଇଟା ଆଖିରେ ପଡ଼ିବ ନାହିଁ । +ଆମ ଗାଁର ଭଜିଆ ଗୁଡ଼ିଆ କୁଆଡ଼େ ତା’ ଜୋଇଁର ଟ୍ରାନ୍ସଫର୍‌ ରୋକାଇବାକୁ ଦୁଇଟା କିଲିକିଆ ଛେନା ପୋଡ଼ପିଠା ତିଆରି କରି ସମ୍ପୃକ୍ତ ବିଭାଗର କୌଣସି ବଡ଼ ଅଫିସରଙ୍କୁ ଦେଇଥିଲା । +ତେଣୁ ମିଠାର ଆଦର ସବୁଠାରେ ଅଛି ବୋଲି ଏକ ବଦ୍ଧମୂଳ ଧାରଣା ସମସ୍ତଙ୍କର ଅଛି । +ତଥାପି ସୁଦାମାଙ୍କର ଖୁଦ ଚାଉଳ ଭଳି ଭୋଗେଇଟି ଧରି ଫଗୁବାବୁଙ୍କ ବଙ୍ଗଳାରେ ଓହ୍ଲାଇବା ବେଳକୁ ଲାଜ ଯେ ଲାଗୁ ନ ଥିଲା ତାହା ନୁହେଁ । +ବିରାଟ ହତା । +କେଉଁପଟେ ଦର୍ଶନାର୍ଥୀମାନେ ଯାଆନ୍ତି ପଚାରି ପଚାରି ଗୋଟିଏ ପ୍ରବେଶଦ୍ୱାର ପାଇଗଲି । +ସେଠାରେ ଗୋଟିଏ ପୁରୁଣା ଟେବୁଲ୍‌ ସାମ୍ନାରେ ଟେଲିଫୋନ୍‌ ଧରି ତାଙ୍କର ବ୍ୟକ୍ତିଗତ ସହାୟକ ମହୋଦୟ ବସିଥିଲେ । +ସେ ଲୋକମାନଙ୍କୁ କାଗଜରେ କ’ଣ ଲେଖାଉଥାନ୍ତି ଆଉ ସେମାନଙ୍କୁ ଆଉ ଗୋଟିଏ ଘର ଭିତରକୁ ପଠାଉଥାନ୍ତି । +ସକାଳ ଆଠଟା ବାଜିଯାଇଥିଲା, କିନ୍ତୁ ବହୁତ ଭିଡ଼ ହୋଇଥାଏ । +ଜଣାଗଲା, ଫଗୁବାବୁ ବାଥ୍‌ରୁମ୍‌ରେ ଅଛନ୍ତି । +ମୋତେ ଗୋଡ଼ଠାରୁ ମୁଣ୍ଡ ଦିପଟା ଅନାଇନେଇ ସହାୟକ ବାବୁ ଖଣ୍ଡିଏ କାଗଜ ବଢ଼ାଇଦେଲେ । +ତହିଁରେ ମୁଁ ନାମ ଲେଖିଲି, କିନ୍ତୁ ‘ଉଦ୍ଦେଶ୍ୟ’ ସ୍ଥାନରେ କିଛି ଲେଖିବାକୁ ନ ଥିଲା । +ମୋର ଇତସ୍ତତଃ କରୁଥିବା ଭାବ ଦେଖି ସହାୟକ କହିଲେ ‘ବ୍ୟକ୍ତିଗତ ସାକ୍ଷାତ୍‌କାର’ ଲେଖିବାକୁ । +ଆର ଘରଟିରେ ନାନା ରକମର ଲୋକ ବସିଥାନ୍ତି । +ତିଳାର୍ଦ୍ଧ ଧାରଣର ସ୍ଥାନ ନାହିଁ । +ଜଣେ ତରୁଣୀ ବଡ଼ ବ୍ୟସ୍ତ ଭାବରେ ଗୋଟିଏ ଦରଖାସ୍ତ ଲେଖୁଥାନ୍ତି, ସମ୍ଭବତଃ ତାଙ୍କର ସ୍ୱାମୀଙ୍କ ବଦଳି ସମ୍ବନ୍ଧରେ । +ପଞ୍ଝାଏ ମଫସଲିଆ ଲୋକ ତାଙ୍କୁ ଅଣିଥିବା ମାମଲତକାରଙ୍କଠାରୁ କ’ଣ କ’ଣ କଥା କହିବେ, ତାହାର ଅଭ୍ୟାସ କରୁଥାନ୍ତି । +ସେ ଘରର ଆରପଟେ ଗୋଟିଏ ଦରଜା ସାମ୍ନାରେ ଜଣେ ଚପ୍ରାସୀ ଗୋଟିଏ ଟୁଲ୍‌ ଉପରେ ବସି ଢୁଳାଉଥାଏ, ତାହାର ହୁକୁମ ହେଲେ ଲୋକେ ଆରପଟକୁ ଯିବେ । +ଜଣେ ଖଦଡ଼ ପିନ୍ଧା ହୃଷ୍ଟପୁଷ୍ଟ ବ୍ୟକ୍ତି ତା’ର କନରେ କ’ଣ କହୁଥାନ୍ତି । +କାହାରି ହାତରେ ଛେନା ପୋଡ଼ପିଠା ନାହିଁ, କେବଳ ମୋହରି ପାଖରେ ମାଛି ଭଣଭଣ ହେଉଛନ୍ତି ବୋଧକରି ମୁଁ ପଦାକୁ ଚାଲିଆସିଲି । +ସହାୟକ ବାବୁ ଆଉ ଜଣକୁ ବୁଝାଉଥିଲେ, ଆଜି ଅନ୍ୟ ଏକ ସହରକୁ ଯିବାକୁ ଥିବାରୁ ଫଗୁବାବୁଙ୍କ ଭେଟ ମିଳିବ ନାହିଁ । +ତଥାପି ସେ ଚେଷ୍ଟା କରି ଦେଖିପାରନ୍ତି । +ଆଉ ଜଣେ ଖୁବ୍‌ କାକୁସ୍ଥ ହୋଇ କହିଲେ, ଆଜି ଗାଡ଼ି ଧରିବାକୁ ଅଛି, ଦୁଇମିନିଟ୍‌ରୁ ବେଶି ଲାଗିବ ନାହିଁ, ଖାଲି ପଦେ କଥା କହି ସେ ବାହାରିଯିବେ । +ସହାୟକ ବାବୁ କହିଲେ ଫଗୁବାବୁ ବାଥରୁମ୍‌ରୁ ବାହାରି ନାହାଁନ୍ତି, ସେ ନିରୁପାୟ । +ମୋର ଏକାନ୍ତ ଅନୁରୋଧ ଯୋଗୁଁ ମୋର ଉପସ୍ଥିତି ମଧ୍ୟ ଫୋନ୍‌ ଯୋଗେ ଜଣାଇ ଦିଆଗଲା । +ଘଣ୍ଟାଏ ବିତିଗଲାଣି । +ନିଶ୍ଚୟ ଫଗୁବାବୁଙ୍କ କୋଷ୍ଠବଦ୍ଧତା ରହିଛି । +ଭେଟ ହେଲେ ତ୍ରିଫଳା ଚୂର୍ଣ୍ଣ ଖାଇବାକୁ ପରାମର୍ଶ ଦେବି ସ୍ଥିର କଲି । +ସମସ୍ତଙ୍କୁ କିଛି କିଛି ସୁବଚନ କହିବା ମୋର ବଦ୍‌ଖୋଇ । +ଏତିକିବେଳେ ବଜର୍‌ ବାଜିଲା ଓ ଫଗୁବାବୁ ଦୂର ସହରର କୌଣସି କଲେକ୍‌ଟରଙ୍କ ସଙ୍ଗେ କଥା ହେବାକୁ ଚାହିଁଲେ । +ତାଙ୍କର ବାଥ୍‌ରୁମ୍‌ ମଧ୍ୟରେ ଟେଲିଫୋନ୍‌ ଆଦିର ବ୍ୟବସ୍ଥା ଥିବ । +ଏହିପରି ଆମ୍ଭେମାନେ ଏକବିଂଶ ଶତାବ୍ଦୀକୁ ଚାଲିଯିବାକୁ ପ୍ରସ୍ତୁତ ହେଉଛୁ ଜାଣି ଉଲ୍ଲସିତ ହେଲି । +ଅଧଘଣ୍ଟା ମଧ୍ୟରେ ଗୋଟିଏ ଗାଡ଼ି ଆସି ପହଞ୍ଚିଲା । +ବ୍ୟସ୍ତ ଭାବରେ ତହିଁରୁ ଦୁଇ ଚାରିଜଣ ବାହାରି ଆସିଲେ । +ଫଗୁବାବୁଙ୍କ ବାହନଟି ଆସି ସେହି ଗାଡ଼ି ପଛରେ ଠିଆହେଲା । +ଭିତରୁ ଭିଡ଼ ଠେଲି, ଚତୁର୍ଦ୍ଦିଗରେ ପ୍ରତି ନମସ୍କାର ଓ ଚିହ୍ନା ଚିହ୍ନା ହାସ୍ୟ ବିତରଣ କରୁ କରୁ ଫଗୁବାବୁ ତାଙ୍କ ବାହନରେ ଆରୋହଣ କଲେ । +ମୁଁ ସହାୟକ ବାବୁଙ୍କୁ ନେହୁରା ହୋଇ ବାରମ୍ବାର ଅନୁରୋଧ କଲି, ସେ ମୋତେ ଫଗୁବାବୁଙ୍କ ଗାଡ଼ିପାଖକୁ ଯିବାକୁ ଅନୁମତି ଦେବା ସଙ୍ଗେସଙ୍ଗେ ତାଙ୍କୁ ଦଣ୍ଡେ ରହିଯିବାକୁ ଇଙ୍ଗିତ କରନ୍ତୁ, ମୁଁ କେବଳ ଭୋଗେଇଟି ତାଙ୍କୁ ଦେଇଦିଏ । +ସେ ହାତେ ଲମ୍ବର ଜିଭ କାଢ଼ି ଏହା କିପରି ଅସମ୍ଭବ, ତାହା ଜଣାଇଲେ । +ଫଗୁବାବୁଙ୍କ ବାହନଟି ଚାଲିଗଲା ପରେ ଅନ୍ୟ ସମସ୍ତଙ୍କ ପରି ମୁଁ ମଧ୍ୟ ଫାଟକ ବାହାରକୁ ଆସିଲି । +ଏହି ଗଳ୍ପଟି ଅନେକ ବର୍ଷ ପୂର୍ବେ ଲେଖାଯାଇଥିଲେ ମଧ୍ୟ ଏହାର ପ୍ରାସଙ୍ଗିକତା ସାମ୍ପ୍ରତିକ ସମୟରେ ରହିଛି । -- GitLab