diff --git a/Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_30_pmo_1_final b/Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_30_pmo_1_final new file mode 100644 index 0000000000000000000000000000000000000000..bd5f4fbb8df5892337c00f1975a1c9d35f0a04e0 --- /dev/null +++ b/Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_30_pmo_1_final @@ -0,0 +1,19 @@ +ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି +ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କୁ ତାଙ୍କ ପୁଣ୍ୟ ତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । +ଆଜି ସହିଦ ଦିବସରେ ପ୍ରଧାନମନ୍ତ୍ରୀ ମଧ୍ୟ ଆମ ଦେଶକୁ ସାହସିକତାର ସହିତ ରକ୍ଷା କରିଥିବା ସମସ୍ତ ମହାନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । +ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; +“ବାପୁଙ୍କ ତାଙ୍କ ପୁଣ୍ୟ ତିଥିରେ ସ୍ମରଣ କରିବା । +ତାଙ୍କର ମହାନ ଆଦର୍ଶକୁ ଅଧିକ ଲୋକପ୍ରିୟ କରିବା ଆମର ସାମୂହିକ କର୍ତ୍ତବ୍ୟ । +ଆଜି, ସହିଦ ଦିବସରେ, ଆମ ଦେଶକୁ ସାହସର ସହିତ ରକ୍ଷା କରିଥିବା ସମସ୍ତ ମହାନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି । +ସେମାନଙ୍କର ସେବା ଏବଂ ସାହସିକତା ସର୍ବଦା ସ୍ମରଣୀୟ ହୋଇ ରହିବ ।“ +ପ୍ରଧାନମନ୍ତ୍ରୀ ୭୫% ରୁ ଅଧିକ ବୟସ୍କ ଲୋକଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରାଯିବା ନେଇ ଖୁସି ବ୍ୟକ୍ତ କରିଛନ୍ତି +ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୭୫% ବୟସ୍କ ଲୋକଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରାଯିବା ନେଇ ଖୁସି ବ୍ୟକ୍ତ କରିଛନ୍ତି । +କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି; +“ସମସ୍ତ ୭୫% ବୟସ୍କଙ୍କ ସଂପୂର୍ଣ୍ଣ ଟୀକାକରଣ କରାଯାଇଛି । +ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଆମର ନାଗରିକମାନଙ୍କୁ ଅଭିନନ୍ଦନ +ଯେଉଁମାନେ ଆମ ଟୀକାକରଣ ଅଭିଯାନକୁ ସଫଳ କରୁଛନ୍ତି ସେମାନଙ୍କ ପାଇଁ ଗର୍ବିତ ।” +ପ୍ରଧାନମନ୍ତ୍ରୀ ଜାନୁଆରୀ ୩୧ ତାରିଖରେ ଏନ୍‍ସିଡବ୍ଲ୍ୟୁର ୩୦ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ +ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୩୧ ଜାନୁୟାରୀ ୨୦୨୨ ଅପରାହ୍ନ ୪ଟା ୩୦ ରେ ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ)ର ୩୦ ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । +ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ‘ସି ଦି ଚେଞ୍ଜ ମେକର୍‌', ଯାହା ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ସଫଳତାକୁ ପାଳନ କରିବା ପାଇଁ ଉଦ୍ଦିଷ୍ଟ । +ରାଜ୍ୟ ମହିଳା ଆୟୋଗ, ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ, ବିଶ୍ୱବିଦ୍ୟାଳୟ ଏବଂ କଲେଜର ଅଧ୍ୟାପକ ଏବଂ ଛାତ୍ର, ସ୍ୱେଚ୍ଛାସେବୀ ସଂଗଠନ, ମହିଳା ଉଦ୍ୟୋଗୀ ଏବଂ ବ୍ୟବସାୟୀ ସଙ୍ଗଠନ ଏହି କାର୍ଯ୍ୟକ୍ରମର ଏକ ଅଂଶ ହେବେ । +ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।