diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_bhasha_8 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_bhasha_8 new file mode 100644 index 0000000000000000000000000000000000000000..1c6dad0c6e06060d4db68b369bc0dfcf1fd297b2 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_bhasha_8 @@ -0,0 +1,54 @@ +ଓଡ଼ିଆରେ ଓଡ଼ିଆ : ଆମେ ଅଣଓଡ଼ିଆ + ନୀଳାମ୍ବର ବିଶ୍ବାଳ +ତା: ମାର୍ଚ୍ଚ୍ ୧୫, ୨୦୧୧ +ମୂଳ ପୃଷ୍ଠା → ଭାଷା ଓ ସାହିତ୍ୟ ଆଲୋଚନା → +ସାରା ଭାରତରେ ଦୁଇ ପ୍ରକାରର ସରକାରୀ କର୍ମଚାରୀ- ଥୋକେ ରାଜ୍ୟ ସରକାରଙ୍କର, ଆଉ ଥୋକେ କେନ୍ଦ୍ର ସରକାରଙ୍କର । +ଭାରତ ସରକାରଙ୍କ ଉଚ୍ଚବର୍ଗର କର୍ମଚାରୀଙ୍କୁ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି) ଏବଂ ନିମ୍ନବର୍ଗର କର୍ମଚାରୀଙ୍କୁ ଭାରତୀୟ କର୍ମଚାରୀ ଚୟନ ଆୟୋଗ(ଏସ୍‌ଏସ୍‌ସି) ବାଛନ୍ତି । +ସେହିପରି ଓଡ଼ିଶା ସରକାରଙ୍କ ଉଚ୍ଚବର୍ଗର କର୍ମଚାରୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ଏବଂ ନିମ୍ନବର୍ଗର କର୍ମଚାରୀଙ୍କୁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଷ୍ଟାଫ୍ ସିଲେକ୍ସନ କମିଶନ୍) ଚୟନ କରିଥାନ୍ତି । +ଭାରତୀୟ ପ୍ରଶାସନିକ ସେବା(ଆଇ.ଏ.ଏସ୍) ଅଧିକାରୀମାନେ ମଧ୍ୟ ରଜ୍ୟସରକାରଙ୍କ ଅଧୀନରେ କାମ କରନ୍ତି । +ତେଣୁ ଆମ ରାଜ୍ୟସରକାରଙ୍କର ଦୁଇ କିସମର ପ୍ରଶାସନିକ ଅଧିକାରୀ ଅଛନ୍ତି । +ଉଚ୍ଚବର୍ଗର ପ୍ରଶାସକଗଣ ହେଲେ ଭାରତୀୟ ପ୍ରଶାସନିକ ସେବା(ଆଇ.ଏ.ଏସ୍) ଅଧିକାରୀ, ନିମ୍ନବର୍ଗର ପ୍ରଶାସକଗଣ ହେଲେ ଓଡ଼ିଶା ପ୍ରଶାସନିକ ସେବା(ଓ.ଏ.ଏସ୍) ଅଧିକାରୀ । +ଉଭୟ ଚାକିରି ଚୟନ ପାଇଁ ସର୍ବନିମ୍ନ ଯୋଗ୍ୟତା ହେଉଛି ସ୍ନାତକ । +ଉଭୟ ଚାକିରି ସକାଶେ ପ୍ରଥମେ ବଛାବଛି ପରୀକ୍ଷା, ତାପରେ ଲିଖିତ ଓ ମୌଖିକ ପରୀକ୍ଷା ହୁଏ । +ଆଇ.ଏ.ଏସ୍ ପରୀକ୍ଷାର ଢାଞ୍ଚା ଏବେ ବଦଳି, ବଛାବଛି ପରୀକ୍ଷାରେ ତାର୍କିକ ଦକ୍ଷତା(Aptitude) ପରୀକ୍ଷଣ ବ୍ୟବସ୍ଥା ହୋଇଛି । +ସେହି ଅନୁସାରେ ଓ.ଏ.ଏସ୍ ପରୀକ୍ଷାର ଢାଞ୍ଚା ମଧ୍ୟ ବଦଳିବାକୁ ଯାଉଛି । +ଗୋଟିଏ ପ୍ରକାର ପ୍ରସ୍ତୁତିରେ ଜଣେ ପ୍ରାର୍ଥୀ ଊଭୟ ଆଇଏଏସ୍ ଏବଂ ଓଏଏସ୍ ପରୀକ୍ଷା ଦେଇପାରିବ । +ଏହା ଏକ ଅଭିନନ୍ଦନୀୟ ପଦକ୍ଷେପ । +ଅନ୍ୟ ରାଜ୍ୟରେ ଏହି ଢାଞ୍ଚା ଅନେକ ଦିନରୁ ପ୍ରଚଳିତ ହୋଇସାରିଛି । +ମାତ୍ର ଓଡ଼ିଶାରେ ଡେରିରେ ହେଲା –ତାହା ପୁଣି ବିକୃତ ଭାବରେ । +ଆଇଏଏସ୍ ଏବଂ ଆମ ଓଏଏସ୍ ପରୀକ୍ଷା ମଧ୍ୟରେ ଥିବା ଫରକ ହେଲା – ଆଇଏସ୍ ପରୀକ୍ଷାରେ କେବଳ ଇଂରାଜୀକୁ ଛାଡ଼ି ଜଣେ ପ୍ରାର୍ଥୀ ଅନ୍ୟ ସମସ୍ତ ବିଷୟରେ ଯେକୌଣସି ଅନୁସୂଚିତ ପ୍ରାନ୍ତୀୟ ଭଷା ମାଧ୍ୟମରେ ପରୀକ୍ଷା ଦେଇପାରିବ । +ଅର୍ଥାତ ନିଜର ଇଚ୍ଛା ଅନୁସାରେ ପରୀକ୍ଷାର୍ଥୀ ହିନ୍ଦୀ, ବଙ୍ଗଳା, ଓଡ଼ିଆ, ତେଲଗୁ, ତାମିଲ, ଇଂରାଜୀ, ମରାଠି ଆଦି ଯେକୌଣସି ଭଷା ମାଧ୍ୟମରେ ପରୀକ୍ଷା ଦେଇପାରିବ । +ତେଣୁ ଅନ୍ୟ ରାଜ୍ୟର ପ୍ରାର୍ଥୀ ନିଜ ମାତୃଭାଷା ମାଧ୍ୟମରେ ଆଇଏଏସ୍ ତଥା ଏସ୍‌ଏସ୍‌ସି ପରୀକ୍ଷା ଦେଊଛନ୍ତି – ସେସବୁ ରାଜ୍ୟର ପ୍ରଶାସନିକ ସେବା ଠାରୁ କିରାଣି ପର୍ଯ୍ୟନ୍ତ ସବୁ ପରୀକ୍ଷାରେ ପରୀକ୍ଷାର୍ଥୀ ନିଜ ମାତୃଭାଷା ମାଧ୍ୟମରେ ପରୀକ୍ଷା ଦେଉଛନ୍ତି । +ମାତ୍ର ଓଡ଼ିଶା ହେଉଛି ଏକ ମାତ୍ର ରାଜ୍ୟ, ଯେଉଁଠି ଓଏଏସ୍ ଠାରୁ କିରାଣି ପର୍ଯ୍ୟନ୍ତ ସମସ୍ତ ଚୟନ ଇଂରାଜୀ ମାଧ୍ୟମରେ ହୁଏ । +ଓଡ଼ିଆ ମାଧ୍ୟମରେ ପରୀକ୍ଷା ଦେବାର ସୁଯୋଗ ଏଠାରେ ନାହିଁ । +ବହୁ ପୂର୍ବରୁ ଆଇଏଏସ୍ ପରୀକ୍ଷା ମଧ୍ୟ କେବଳ ଇଂରାଜୀ ମାଧ୍ୟମରେ ହେଉଥିଲା । +ସେତେବେଳେ ଓଡ଼ିଆ ପିଲାଏ ଆନୁପାତିକ ସଫଳତା ମଧ୍ୟ ପାଉଥିଲେ । +ଏପରିକି ଅଶୀ ଦଶକରେ ବର୍ଷକୁ ୧୫/୨୦ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହେଉଥିଲେ । +ଏହି ସଫଳତା ସର୍ବଭାରତୀୟ ହାର ତୁଳନାରେ ଭଲ ଥିଲା । +ଯେବେଠାରୁ ପ୍ରାନ୍ତୀୟ ଭଷା ମାଧ୍ୟମରେ ଆଇଏଏସ୍ ପରୀକ୍ଷା କରାଗଲା, ସେହିଦିନଠାରୁ ଓଡ଼ିଶାର ସଫଳତା ନିମ୍ନଗାମୀ ହେଲା । +ଏବେ ଓଡ଼ିଶାର ସଫଳତା ଏକ ଅଙ୍କରେ ସୀମିତ ରହୁଛି । +ବର୍ଷେ ବର୍ଷେ ଜଣେ ଦୁଇଜଣ ପାଉଛନ୍ତି । +୨୦୦୬ ମସିହାରୁ ଷ୍ଟାଫ୍ ସିଲେକ୍ସନ କମିଶନ୍ ଜରିଆରେ ସବୁ ସର୍ବଭାରତୀୟ ଚାକିରି ଯୋଗାଣ ସଂସ୍ଥାରେ ମାତୃଭାଷା ମାଧ୍ୟମରେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । +ମାତୃଭାଷା ମାଧ୍ୟମରେ ପରୀକ୍ଷା ଦେଉଥିବା ଅନ୍ୟ ରାଜ୍ୟର ପିଲାଏ ଏଣିକି ବାଜିମାତ୍ କରିବେ- ଓଡ଼ିଆ ପିଲାଏ ଭକୁଆ ହୋଇ ରହିବେ । +ଏବେ ବିଚାରିବାର ବେଳ ଆସିଛି । +ପରିସଂଖ୍ୟାନ ଏହିଯେ, ଓଡ଼ିଶାର ସମସ୍ତ ପରୀକ୍ଷାର୍ଥୀ କେବଳ ଇଂରାଜୀରେ ସର୍ବଭାରତୀୟ ଚାକିରି ପାଇଁ ପରୀକ୍ଷା ଦେଉଛନ୍ତି; ମାତ୍ର ଅନ୍ୟ ରାଜ୍ୟର ୯୦ ଶତାଂଶ ପିଲା ନିଜ ମାତୃଭାଷା ମାଧ୍ୟମରେ ପରୀକ୍ଷା ଦେଊଛନ୍ତି ଏବଂ ସଫଳ ହେଉଛନ୍ତି । +ଓଡ଼ିଆ ପିଲାଏ ଲେଖନ୍ତି ଇଂରାଜୀରେ ଏବଂ ସେମାନଙ୍କ ଖାତା ଦେଖନ୍ତି ଅଣଓଡ଼ିଆମାନେ । +ଯେଉଁ ପ୍ରାର୍ଥୀ ନିଜ ଭାଷାରେ ଲେଖୁଛି, ତା’ ଖାତା ସେହି ଭାଷାଭାଷୀ ପରୀକ୍ଷକ ଦେଖନ୍ତି । +ଏପରିକି ଆଇଏଏସ୍ ସାକ୍ଷାତକାର ପରୀକ୍ଷାରେ ପ୍ରାନ୍ତୀୟ ଭାଷା ମାଧ୍ୟମ ପିଲାଙ୍କୁ ସେହି ଭାଷାଭାଷୀ ବିଶାରଦଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ରବୋର୍ଡ ପରୀକ୍ଷା କରନ୍ତି । +ଓଡ଼ିଆ ପିଲାଙ୍କ ସକାଶେ ଓଡ଼ିଅ ବିଶାରଦଙ୍କ ସ୍ବତନ୍ତ୍ର ବୋର୍ଡ ମଧ୍ୟ ଥଏ; ମାତ୍ର କେହି ଓଡ଼ିଆ ପିଲା ଓଡ଼ିଆରେ ଇଣ୍ଟର୍‌ଭ୍ୟୁ ଦିଅନ୍ତିନାହିଁ । + ଏଭଳି ପରିସ୍ଥିତିରେ ଓଡ଼ିଶାର ପ୍ରାର୍ଥୀ ଅଣଓଡ଼ିଆଙ୍କ ସହିତ ପ୍ରତିଯୋଗିତା କରି ପାରିବ କି ? +ଅନ୍ୟ ଏକ ଗୁରୁତର କଥା ଏହିଯେ, ଓଡ଼ିଆ ମାଧ୍ୟମରେ ଆଇଏଏସ୍ ତଥା ଅନ୍ୟାନ୍ୟ ସର୍ବଭାରତୀୟ ଚାକିରି ପାଇଁ ପରୀକ୍ଷା ତଥା ସାକ୍ଷାତକାର ଦେଇହେବ- ଏକଥା ଆମର ବଡ଼ବଡ଼ିଆ ବୃନ୍ଦ ପ୍ରାୟତଃ ଜାଣନ୍ତି ନାହିଁ । +ଯଦି ଜାଣିଥା’ନ୍ତେ, ତେବେ ଆଇଏଏସ୍ ଓଡ଼ିଆ ମାଧ୍ୟମରେ ଦେବାର ସୁଯୋଗ ଥିବାବେଳେ – ଓଡ଼ିଶା ମୁଲକର ସାମାନ୍ୟ କିରାଣି ଚାକିରି ପାଇଁ ଇଂରାଜୀ ମାଧ୍ୟମର ବାଧ୍ୟବାଧକତାକୁ ସ୍ବାଭିମାନୀ ଓଡ଼ିଆ କ‘ଣ ବରଦାସ୍ତ କରନ୍ତେ ? ବରିଷ୍ଠ ପଦାଧିକାରୀ ତଥା ଲୋକପ୍ରତିନିଧିଗଣ ଏବେ ଏବେ ଜାଣୁଛନ୍ତି ଓ ଓଏଏସ୍ ପରୀକ୍ଷାରେ ଓଡ଼ିଆ ମାଧ୍ୟମର ସୁଯୋଗ ଦେବା ପାଇଁ ଚିନ୍ତା କରୁଛନ୍ତି । +ଏବେ ଆଉ ଏକ କଥା ମନକୁ ଆସୁଛି । + ଆମ ସ୍କୁଲ୍କ୍ କଲେଜରେ ଏବର ଓଡ଼ିଆ ପଢ଼ାପଢ଼ିର ଅବସ୍ଥା ଯାହା, ଆମର ଓଡ଼ିଅ ପିଲାଏ ଓଡ଼ିଆ ମାଧ୍ୟମରେ ଠିକ୍ ଠିକ୍ ଲେଖି ପାରିବେ ତ ? ଯେଉଁ ପ୍ରଦେଶରେ ପ୍ରାଦେଶିକ ପରୀକ୍ଷା ଗୁଡ଼ିକ ଇଂରାଜୀ ମାଧ୍ୟମରେ ହୁଏ, ସେହି ପ୍ରଦେଶର ପିଲା ଓଡ଼ିଆରେ ଲେଖିବାକୁ କାହିଁକି ମନ ବଳେଇବ ? +ସାଧୁ ସାବଧାନ୍ ! ଓଡ଼ିଆ ଜାତିର ନାତିଟୋକାର ଭବିଷ୍ୟତ ଅନ୍ଧାର ହୋଇ ଆସିଲାଣି- ସେ ପ୍ରଶ୍ନ ପୁଚ୍ଛିବା ଆରମ୍ଭ କଲାଣି । +ହେ! ବଡ଼ବଡ଼ିଆ ଓଡ଼ିଆ ! ଆମକୁ ଏମିତି ନିକମା କଲ କାହିଁକି ? ଏମିତି ଅଣଓଡ଼ିଆମି ଆଉ କେତେଦିନ ? ଏହି ପ୍ରଶ୍ନର ଉତ୍ତର ଖୋଜିବା ଚାଲନ୍ତୁ । +ଖାଲି କାରଣ ଜାଣି କି’ ଲାଭ – ନିରାକରଣ ଖୋଜିବା ମଧ୍ୟ ଆବଶ୍ୟକ । +ସମସ୍ୟା ସମାଧାନର ଏକମାତ୍ର ପନ୍ଥା – ଓଡ଼ିଆ ଭଷାକୁ ଜୀବିକା ସହିତ ଯୋଡ଼ିବା । +ଏ କଥା ଗୁଞ୍ଜରିତ ହେଲାଣି । +ଓଡ଼ିଶାର ସମସ୍ତ ଚାକିରି ପାଇଁ ବଛାବଛି ପରୀକ୍ଷା ଇଂରାଜୀ ଏବଂ ଓଡ଼ିଆରେ ହେଉ । +ପରୀକ୍ଷାରେ ଓଡ଼ିଆ ମାଧ୍ୟମ ପରୀକ୍ଷାର୍ଥୀଙ୍କ ଅର୍ଜିତ ନମ୍ବରର କୋଡ଼ିଏ ପ୍ରତିଶତ ଅଧିକ ଅନୁକମ୍ପା ଭିତ୍ତିରେ ଦିଆଯାଇ ଯୋଗ୍ୟତା ତାଲିକା ଗୃହୀତ ହେଉ । +ଦେଖିବେ, ଅଳ୍ପ ଦିନରେ ଆମ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଓଡ଼ିଆ ଓଡ଼ିଆ ବାସ୍ନା ମହମହ ମହକିବ । +ଅନ୍ୟ ରାଜ୍ୟର ପିଲାଙ୍କପରି ଆମ ପିଲା ମଧ୍ୟ ମାତୃଭଷା ମାଧ୍ୟମରେ ସର୍ବଭାରତୀୟ ଚାକିରି ପାଇଁ ପରୀକ୍ଷାରେ କୃତକାର୍ଯ୍ୟ ହେବେ । +କଥାଟା ଏତେ ସହଜ ନୁହେଁ – ଅସାଧ୍ୟ ମଧ୍ୟ ନୁହେଁ । +ସବୁ ଠିକ୍ଠିକ୍ ଚାଲୁ – ରାଜନୈତିକ ଇଛାଶକ୍ତିର ଜୟ ହେଉ ।