From 227be61a03137b13ec3b0f18d9b78e79f5e88558 Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:28:35 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_15 | 129 ++++++++++++++++++ 1 file changed, 129 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_15 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_15 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_15 new file mode 100644 index 0000000..c465dc9 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_15 @@ -0,0 +1,129 @@ +ନିଦ ଔଷଧ +- କୃପାସାଗର ସାହୁ +ତା: ଏପ୍ରିଲ୍ ୨୬, ୨୦୧୨ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ତିନିଜଣ ବିଦେଶୀ ଏବଂ ଜଣେ ଭାରତୀୟ ସେଦିନ ରାଜଧାନୀ ଏକ୍ସପ୍ରେସ୍‌ର ଏକ ଏ.ସି. ଫାଷ୍ଟକ୍ଲାସ୍‌ କମ୍ପାର୍ଟମେଣ୍ଟରେ ଏକତ୍ର ଯାତ୍ରା କରୁଥିଲେ । +ପ୍ରଥମେ କମ୍ପାର୍ଟମେଣ୍ଟକୁ ଆସିଥିଲେ ଭାରତୀୟ ଯାତ୍ରୀ ଜଣକ । +ଶ୍ୟାମଳ, ଶ୍ମଶ୍ରୁଳ, ମଧ୍ୟବୟସ୍କ ଏବଂ ମଧ୍ୟମ ସ୍ବାସ୍ଥ୍ୟର ଅବୟବଧାରୀ ଏହି ଯାତ୍ରୀ ଜଣକ ନିଜ ବର୍ଥ ଉପରେ ମାଲିକାନା ସାବ୍ୟସ୍ତ କରିବା ପାଇଁ ଏକରକମ ଗଳଦ୍‌ଘର୍ମ ହୋଇ ଆସିଥିଲେ । +ସୁଟ୍‌କେସ୍‌, ବ୍ୟାଗ୍‌, ଝୁଲାମୁଣି ପ୍ରଭୃତି ମିଶାଇ ପାଞ୍ଚୋଟି ଲଗେଜ୍‌ ଧରି ତାଙ୍କର କୁଲି ପହଞ୍ଚିଲା ଏବଂ ବର୍ଥ ତଳେ ସବୁ ଜିନିଷ ସାନ୍ଧିଦେଲା । +କୁଲି ସହ ମୂଲଚାଲ୍‌ କରି ତା’ର ପ୍ରାପ୍ୟ ଦେଲା ପରେ ସେ ଏକ ସ୍ବସ୍ତିର ସ୍ମିତହାସ୍ୟ ଛାଡ଼ିଲେ ଏବଂ ପଙ୍ଖାକୁ ଜୋର୍‌ରେ ଘୂରାଇ ଲୋୟର ବର୍ଥଟିରେ ଗୋଡ଼ ଲମ୍ବାଇ ଶୋଇଗଲେ । +କମ୍ପାର୍ଟମେଣ୍ଟର ଦ୍ବିତୀୟ ଯାତ୍ରୀ ହେଲେ ଜଣେ ଚୀନୀୟ ଭଦ୍ରବ୍ୟକ୍ତି । +ଶୀର୍ଣ୍ଣକାୟ, ତରୁଣ ଏବଂ ମିଞ୍ଜି ମିଞ୍ଜି ଚକ୍ଷୁଧାରୀ ଯାତ୍ରୀଜଣକ ଟୁରିଷ୍ଟ ଭଳି ମନେ ହେଉଥିଲେ । +ଲଗେଜ୍‌ କମ୍‌ ଥିଲା । +ବେଲ୍‌ଟ ଭିତରେ ତାଙ୍କର ମୋବାଇଲ ଫୋନ୍‌ ସହ କିଛି ଦରକାରୀ ଚିଜ ସେ ବାନ୍ଧି ରଖିଥିଲେ । +ଅତି ସଲ୍ଲଜ୍ଜ ଭାବେ କମ୍ପାର୍ଟମେଣ୍ଟରେ ପ୍ରବେଶ କରି ଭାରତୀୟ ସହଯାତ୍ରୀଙ୍କୁ ମଥା ଝୁଙ୍କାଇ ଅଭିବାଦନ କଲେ ଏବଂ ଆସନ ଗ୍ରହଣ କଲେ । +ପରବର୍ତ୍ତୀ ଯାତ୍ରୀ ଜଣେ ଆଫ୍ରିକୀୟ । +କୃଷ୍ଣକାୟ, ଦୀର୍ଘ ଅବୟବ, ମୁଣ୍ଡରେ କୁଞ୍ଚକୁଞ୍ଚିଆ କେଶ । +ବୟସ ପ୍ରାୟ ଚାଳିଶି ବର୍ଷ ହେବ । +ହସ ହସ ଚେହେରା । +ସେ ଲଗେଜ୍‌ ଠେଲି ଠେଲି ମୋବାଇଲରେ କଥାବାର୍ତ୍ତା କରୁଥିଲାବେଳେ ଏଭଳି ହସୁଥିଲେ ଯେ, ମନେ ହେଉଥିଲା ସେ କେବଳ ମୁହଁରେ ହସୁ ନଥିଲେ-ହାଡ଼େ ହାଡ଼େ ହସୁଥିଲେ । +ଦିଲ୍ଲୀକୁ କୌଣସି ଆନ୍ତର୍ଜାତିକ ସେମିନାରରେ ଯୋଗଦାନ କରିବା ପାଇଁ ସେ ଆସିଥିଲେ । +ସବାଶେଷରେ ଯେଉଁ ଯାତ୍ରୀ ପଦାର୍ପଣ କଲେ ସେ ଜଣେ ଆମେରିକୀୟ । +ଗାଡ଼ି ଛାଡ଼ିବାର ମାତ୍ର ପାଞ୍ଚ ମିନିଟ୍‌ ପୂର୍ବରୁ ସେ ପ୍ରବେଶ କଲେ । +ହୃଷ୍ଟପୁଷ୍ଟ ହଲଷ୍ଟିନ ବୃଷଭ ପରି ଦିଶୁଥିବା ଏହି ଯାତ୍ରୀଙ୍କ ପିଠିରେ ତାଙ୍କର ପୃଥୁଳକାୟ ଲଗେଜ୍‌ ବନ୍ଧା ଥିଲା । +ମୁଣ୍ଡରେ ପର୍ଯ୍ୟାପ୍ତ କେଶରାଶି ନଥିଲା । +ଯତ୍‌ ସାମାନ୍ୟ ଥିଲା, ଫ୍ୟାନ୍‌ ପବନରେ ଫୁରୁଫୁରୁ ଉଡ଼ୁଥିଲା । +ସେ ରିଜର୍ଭେସନ୍‌ ଚାର୍ଟରେ ଦେଖିଥିଲେ ଯେ, ତାଙ୍କୁ ଏକ ଅପର ବର୍ଥ ଆଲଟ୍‌ କରାଯାଇଥିଲା । +କିନ୍ତୁ ସ୍ବଭାବ ସୁଲଭ ପ୍ରଗଳ୍ଭତାବଶତଃ “ହ୍ୟାଲୋ ଏଭ୍ରିବଡ଼ି” ଅଭିବାଦନ କଲାପରେ ସେ ଘୋଷଣା କରି ଦେଲେ- ମୁଁ ଲୋୟାର୍‌ ବର୍ଥ ନେବି । +ଚୀନୀୟ ଭଦ୍ରବ୍ୟକ୍ତିଙ୍କର ଥିଲା ଲୋୟର୍‌ ବର୍ଥ । +ସେ ଧଡ଼ପଡ଼ ହୋଇ ଉଠି ନିଜ ବ୍ୟାଗ୍‌ଟିକୁ ଉପର ବର୍ଥକୁ ସ୍ଥାନାନ୍ତର କରିଦେଲେ । +ସେ ବୋଧେ ଉପର ବର୍ଥକୁ ଯିବାଟା ବୁଦ୍ଧିମାନର କାର୍ଯ୍ୟ ବୋଲି ମଣିଲେ । +ଏହି ବିଶାଳ ବପୁଧାରୀ ଯାତ୍ରୀଙ୍କ ବର୍ଥ ତଳେ ଶୋଇଲେ କିଛି ଅଘଟଣ ଘଟିପାରେ ବୋଲି ସେ ବୋଧେ ଆଶଙ୍କା କଲେ । +ମିତଭାଷୀ ମିଞ୍ଜି ମିଞ୍ଜି ଆଖିର ଏ ଯାତ୍ରୀଙ୍କ ମନ ଭିତରେ କ’ଣ ଥିଲା କହିବା ମୁସ୍କିଲ । +ସେ ସୁନାପିଲା ପରି ଉପରକୁ ଚାଲିଗଲେ । +ଏହା ଭିତରେ ଏ.ସି. ଆଟେଣ୍ଡାଣ୍ଟ ଗୋଲାପ ଫୁଲର ସ୍ତବକ କମ୍ପାର୍ଟମେଣ୍ଟର କାନ୍ଥରେ ଥିବା ଖୋପରେ ସଜାଇ ଦେଇଥାଏ । +ତକିଆ ଏବଂ ତଉଲିଆ ଦେଇ ଚାଲି ଯାଇଥାଏ । +ପ୍ୟାଣ୍ଟ୍ରିକାର ବିୟରର ୱେଲକମ୍‌ ଡ୍ରିଙ୍କ୍ସ ଓ ଚକୋଲେଟ୍‌ ପ୍ରଭୃତି ପରଷି ଚାଲି ଯାଇଥାଏ । +ପ୍ରଗଳ୍ଭ ଆମେରିକୀୟ ଯାତ୍ରୀଙ୍କ ଆନୁକୂଲ୍ୟରେ ପରିଚୟର ପର୍ବଟା ସରି ଯାଇଥାଏ । +ସେ ଆମେରିକାର କୌଣସି ଆଇ.ଟି. କମ୍ପାନୀରେ ଜେନେରାଲ ମ୍ୟାନେଜର ଥିଲେ ଏବଂ ବ୍ୟବସାୟ ଉପଲକ୍ଷେ ଭାରତ ଆସିଥିଲେ । +ଚୀନୀୟ ଭଦ୍ରବ୍ୟକ୍ତି ପ୍ରକୃତରେ ଜଣେ ଟୁରିଷ୍ଟ ଥିଲେ । +ଭାରତର ବିଭିନ୍ନ ବୌଦ୍ଧ ବିହାର ଉପରେ ସେ ଗବେଷଣା କରୁଥିଲେ । +ଆଫ୍ରିକୀୟ ଭଦ୍ରବ୍ୟକ୍ତି ଜଣେ ଡାକ୍ତର । +ଏଡସ୍‌ ଉପରେ ଏକ ଆନ୍ତର୍ଜାତିକ ସେମିନାରରେ ଯୋଗଦେବା ପାଇଁ ଆସିଥିଲେ । +ଭାରତୀୟ ଯାତ୍ରୀ ଜଣେ ପ୍ରଫେସର । +ଦିଲ୍ଲୀ ବିଶ୍ବବିଦ୍ୟାଳୟର କୌଣସି ସଭାରେ ବକ୍ତୃତା ଦେବା ପରେ ସେ ବକ୍ତୃତା ଦେବାପାଇଁ ବିଶ୍ବଭାରତୀ ଛୁଟିଥିଲେ । +ପ୍ରଗଳ୍ଭ ଆମେରିକୀୟ ଯାତ୍ରୀଙ୍କ ଆନୁକୂଲ୍ୟରେ ପରିଚୟର ପର୍ବଟା ସରି ଯାଇଥାଏ । +ସେ ଆମେରିକାର କୌଣସି ଆଇ.ଟି. କମ୍ପାନୀରେ ଜେନେରାଲ ମ୍ୟାନେଜର ଥିଲେ ଏବଂ ବ୍ୟବସାୟ ଉପଲକ୍ଷେ ଭାରତ ଆସିଥିଲେ । +ଚୀନୀୟ ଭଦ୍ରବ୍ୟକ୍ତି ପ୍ରକୃତରେ ଜଣେ ଟୁରିଷ୍ଟ ଥିଲେ । +ଭାରତର ବିଭିନ୍ନ ବୌଦ୍ଧ ବିହାର ଉପରେ ସେ ଗବେଷଣା କରୁଥିଲେ । +ଆଫ୍ରିକୀୟ ଭଦ୍ରବ୍ୟକ୍ତି ଜଣେ ଡାକ୍ତର । +ଏଡସ୍‌ ଉପରେ ଏକ ଆନ୍ତର୍ଜାତିକ ସେମିନାରରେ ଯୋଗଦେବା ପାଇଁ ଆସିଥିଲେ । +ଭାରତୀୟ ଯାତ୍ରୀ ଜଣେ ପ୍ରଫେସର । +ଦିଲ୍ଲୀ ବିଶ୍ବବିଦ୍ୟାଳୟର କୌଣସି ସଭାରେ ବକ୍ତୃତା ଦେବା ପରେ ସେ ବକ୍ତୃତା ଦେବାପାଇଁ ବିଶ୍ବଭାରତୀ ଛୁଟିଥିଲେ । +ଗାଡ଼ି ଛାଡ଼ି ସାରିଥିଲା । +ଅଧଘଣ୍ଟାଏ ପରେ ବିୟରର ସେଣ୍ଟର ଟେବୁଲ ସଜାଇ ରଖିଲା ପରେ ଗୋଟିଏ ଗୋଟିଏ ଟ୍ରେରେ ସ୍ନାକ୍ସ ଓ ତା’ର ସରଞ୍ଜାମ ସଜାଇ ଆଣି ପହଞ୍ଚିଲା । +ସ୍ନାକ୍ସ ଭିତରେ ଗରମ ସିଙ୍ଗଡ଼ା ଠାରୁ ଆରମ୍ଭ କରି କାଜୁବାଦାମ, ଚେନାଚୁର ଏବଂ ମିଠା ପ୍ରଭୃତି ସଜଡ଼ା ହୋଇଥିଲା । +ଏସବୁ ଦେଖି ଆମେରିକୀୟ ଯାତ୍ରୀ ଭାରତୀୟ ଯାତ୍ରୀଙ୍କୁ ଲକ୍ଷ୍ୟକରି କହିଲେ- ଏଠି ସବୁଆଡ଼େ ବହୁତ ଖାନାପିନା ଦେଇ ଅଭ୍ୟର୍ଥନା କରୁଛନ୍ତି । +ଆପଣଙ୍କ ଦେଶର ଲୋକେ ଖୁବ୍‌ ‘ହସ୍‌ପିଟେବଲ’ । +ଭାରତୀୟ ଭଦ୍ରବ୍ୟକ୍ତି ସ୍ମିତ ହସି ତାଙ୍କ କଥାକୁ ସମର୍ଥନ କଲେ ଏବଂ ମନେ ମନେ ଭାବିଲେ- ଏହା ନିରାଟ ସତ୍ୟକଥା । +ସେ ଥରେ ଆମେରିକାକୁ କୌଣସି ସଭାକୁ ଯାଇଥିଲେ । +ପୁରାଦିନ ବିତିଗଲେ ବି ଆୟୋଜକମାନେ ଚା’ କପେ ବି ଦେଲେ ନାହିଁ, ବରଂ ଘୋଷଣା କଲେ ଯେ, ପାଖ ରୁମ୍‌ରେ ଚା’ କଫି ମେସିନ୍‌ ଅଛି, ଯାହାର ଇଚ୍ଛା ହେବ, ପଇସା ଗଳାଇ ଚା’ କଫି ପିଇପାରିବେ । +ଭାରତ ହୋଇଥିଲେ ସଭାର ମୂଳରୁ ଶେଷଯାଏ ଚା’ ଜଳଖିଆ କପ୍‌ ପ୍ଲେଟ୍‌ରୁ ଠୁନ୍‌ଠାନ୍‌ ଆୱାଜ୍‌ ଆସୁଥାନ୍ତା । +ଚା’ପାନ ପରେ ପରେ ବିୟର୍‌ର ରାତିର ଡିନରର ଅର୍ଡ଼ର ନେଇଗଲା । +ତିନି ବିଦେଶୀ କଣ୍ଟିନେଣ୍ଟାଲ ଖାନାର ଅର୍ଡ଼ର ଦେଲେ । +ଭାରତୀୟ ଭଦ୍ରବ୍ୟକ୍ତି ଅର୍ଡ଼ର ଦେଲେ ନିରାମିଷ ଭାରତୀୟ ଖାଦ୍ୟ-ରୁଟି ଓ ତରକାରୀ । +ରାତି ଆଠଟାରେ ସୁପ୍‌ ପରିବେଷଣ ହେଲା । +ତା’ପରେ ତିନି ବିଦେଶୀଙ୍କର କଣ୍ଟିନେଣ୍ଟାଲ ଡିନର ଆସିଲା । +ଭାରତୀୟଙ୍କ ପାଇଁ ଆସିଲା ବରାଦ ମୁତାବକ ଦୁଇଖଣ୍ଡ ଶୁଖିଲା ରୁଟି, ଡାଲି ଏବଂ ତରକାରୀ । +ଖାଦ୍ୟ ପଦାର୍ଥ ପାଟିକୁ ନେବା ପୂର୍ବରୁ ଆମେରିକୀୟ ଭଦ୍ରବ୍ୟକ୍ତି ହୁଇସ୍କି ବୋତଲ ଖୋଲିଦେଇଥିଲେ । +ତାଙ୍କ ନିର୍ଦ୍ଦେଶ ଅନୁସାରେ ଆଟେଣ୍ଡାଣ୍ଟ କେତୋଟି ଗ୍ଲାସ୍‌ ଧରି ପହଞ୍ଚିଗଲା । +ହୁଇସ୍କି ଢାଳି ସେ ସହଯାତ୍ରୀମାନଙ୍କୁ ଯାଚିଲେ । +ଲଜ୍ଜାଶୀଳ ଚୀନୀୟଯାତ୍ରୀ ଦୋ ଦୋ ପାଞ୍ଚ ହୋଇ ଗ୍ରହଣ କଲେ । +ଆଫ୍ରିକୀୟ ଯାତ୍ରୀ ଅତି ଆନନ୍ଦରେ ଗ୍ଲାସ୍‌ ଧରିଲେ । +ଭାରତୀୟ ଭଦ୍ରବ୍ୟକ୍ତି କହିଲେ-ନୋ, ଥ୍ୟାଙ୍କସ୍‌, ମୁଁ ଟି-ଟୋଟାଲର । +ତାଙ୍କର ଖାଦ୍ୟର ପରିମାଣ ଓ ସାରଲ୍ୟକୁ ଦେଖି ଆମେରିକୀୟ ମନ୍ତବ୍ୟ ଦେଲେ-ଆରେ, ଆପଣ ତ ରିୟଲି ଗ୍ରେଟ୍‌ । +ସିମ୍ପଲ ଲିଭିଂ, ହାଇ ଥିଙ୍କିଂ । +ଆପଣ ତ ପ୍ରକୃତରେ ଜଣେ ସାଧୁ, ସନ୍ଥ । + ମୁଁ ଆପଣଙ୍କୁ ସ୍ବାମିଜୀ ଭାବେ ଡାକିଲେ କିଛି ମନେ କରିବେନି ତ ? +ଭାରତୀୟ ଯାତ୍ରୀ ହସିଲେ । +ଆମେରିକୀୟ ଯାତ୍ରୀଙ୍କ ଖାଦ୍ୟପଦାର୍ଥ ଜଲ୍‌ଦି ଜଲ୍‌ଦି ସରିଗଲା । +ତେଣୁ ସେ ପୁଣି କଲିଂ ବେଲ୍‌ ଟିପିଲେ । +ତାଙ୍କ ପାଇଁ ଚିକେନ୍‌, ସାଲାଡ୍‌ ଆସିଲା । +ମହିଷାକୃତିର ବିରାଟ ଚେହେରା । +ବଡ଼ ବଡ଼ ନିତମ୍ବ ଓ ପୃଥୁଳ ଜଙ୍ଘ । +ସେଥିରେ ସେ ବର୍ମୁଡ଼ା ହାଫ୍‌ ପ୍ୟାଣ୍ଟ ପିନ୍ଧି କିମ୍ଭୂତ କିମାକାର ଦିଶୁଥିଲେ । +ଆଫ୍ରିକୀୟ ଯାତ୍ରୀଙ୍କର ଖାଇବା ଜଲ୍‌ଦି ସରିଗଲା । +ତା’ପରେ ସେ ତାଙ୍କର ସୁଟ୍‌କେଶରୁ ‘ସିଗାର୍‌’ଟିଏ ବାହାରକରି ସେଥିରେ ଅଗ୍ନି ସଂଯୋଗ କଲେ । +କେହି ନ ପଚାରୁଣୁ ମନ୍ତବ୍ୟ ଦେଲେ-ଶୋଇବା ପୂର୍ବରୁ ଏଥିରୁ ଗୋଟିଏ ନ ଧରାଇଲେ ନିଦ ହେବନି । +ରେଳାବାଇରେ ଧୂମପାନ ମନା । +ମଦ୍ୟ ସେବନ ମନା । +କିନ୍ତୁ ରେଳ କର୍ମଚାରୀମାନେ କେହି ବାରଣ କରୁନଥାନ୍ତି । +ବରଂ ସେମାନଙ୍କୁ ସହଯୋଗ କରୁଥାନ୍ତି । + ଅତିଥିବତ୍ସଳ ଦେଶ ତ ! +ଭାରତୀୟ ଯାତ୍ରୀ ମନେ ମନେ ଏହାହିଁ ଭାବୁଥିଲେ । +ତେଣୁ ଏପଟୁ ଧୂଆଁ ଏବଂ ସେପଟୁ ମଦର ଗନ୍ଧ ଆସୁଥିଲେ ବି ଭାରତୀୟ ଜଣକ ସହ୍ୟ କରି ନେଉଥାନ୍ତି । +ରାତି ଦଶଟା ପାଖାପାଖି ହେଲା । +ଆମେରିକୀୟଙ୍କର ଖାଦ୍ୟପାନୀୟ ପର୍ବର ଅନ୍ତ ହେଉ ନଥାଏ । +ଆଫ୍ରିକୀୟ ଯାତ୍ରୀଙ୍କର ସିଗାରଟା ଆଖୁପରି ବଡ଼ ହୋଇଥିବାରୁ ସରିବାର ନାଁ ଧରୁ ନଥିଲା । +ଧୂଆଁ ସହି ନପାରି ବା ଅନ୍ୟ କୌଣସି କାରଣରୁ ଚୀନୀୟ ଯାତ୍ରୀ ତାଙ୍କର ଛୋଟ ବ୍ୟାଗ୍‌ଟିକୁ ଧରି ଖୁଁ ଖୁଁ କାଶି ବାଥ୍‌ରୁମ୍‌କୁ ଗଲେ । +ଆମେରିକୀୟ ଯାତ୍ରୀଙ୍କ ଖାଇବା ପ୍ଲେଟ୍‌, କଣ୍ଟା ଚାମଚ୍‌ ହଟିଗଲା ପରେ ବି ପିଇବା ସରିନଥିଲା । +ସେ ନିଜ ଆଡୁ ସଫେଇ ଦେଉଥିଲେ- ନିଦ ଆସିବା ପାଇଁ ଆଉ ଦୁଇ ପେଗ୍‌ । +କିଛି ସମୟ ପରେ ଚୀନୀୟ ଯାତ୍ରୀ ଫେରିଆସି ଉପର ବର୍ଥକୁ ଗଲେ । +ଏକ ଆସନ୍ନ ମରଣ ଝିଟିପିଟି ପରି ସେ ଗୋଡ଼ ହାତ ଛାଟିଲେ, ପିଟିଲେ । + ସେଣ୍ଟର ଟେବୁଲ ଉଠାଇବାକୁ ଆସିଥିବା ବିୟର୍‌ର ଭୟ ପାଇ କହିଲା- ସାର୍‌, ଟ୍ରେନ୍‌ ସୁପରିଣ୍ଟେଣ୍ଡେଣ୍ଟକୁ ଡାକିବି କି ? +ଆଫ୍ରିକୀୟ ଯାତ୍ରୀ କହିଲେ- ନାଁ ନାଁ ବ୍ୟସ୍ତ ହୁଅନା । +ଏଇଟା ତାଙ୍କର ନିଦ୍ରା ଯିବାର ପ୍ରସ୍ତୁତି ପର୍ବ । +ସେ ଡ୍ରଗ୍‌ସ ସେବନ କରିଆସିଛନ୍ତି । +ଭାରତୀୟ ଯାତ୍ରୀ ବିଛଣାରେ ପଡ଼ି ଏକଡ଼ ସେକଡ଼ ହେଉଥିଲେ । +ଭାବୁଥିଲେ- ଧନ୍ୟ ଏହି ସର୍ବଂସହା ଟ୍ରେନ୍‌ । +ଗଞ୍ଜୋଡ଼, ନିଶାଖୋର, ଜୁଆଚୋର, ଚାଲବାଜ, ଧପାବାଜ, ଦୁଃଖୀରଙ୍କି, ରୋଗୀ, ରାଗୀ, ବୈରାଗୀ- ସମସ୍ତଙ୍କୁ ଆବହମାନ କାଳରୁ ସେ ବୋହି ଧରି ଚାଲିଛି । +କାହାପ୍ରତି ଅସୂୟା ନାହିଁ । +କାହା ପାଇଁ ଭେଦଭାବ ନାହିଁ, ଦ୍ବେଷ ନାହିଁ, ବିଦ୍ବେଷ ନାହିଁ । +କାହା ପ୍ରତି ଭ୍ରୁକୁଞ୍ଚନ ଅବା ନାସିକା କୁଞ୍ଚନ ନାହିଁ । + ଆମେରିକୀୟ ଯାତ୍ରୀ ଏଥର ଭାରତୀୟଙ୍କୁ ତୋଷାମଦ କରିବାକୁ କହିଲେ- ସ୍ବାମିଜୀ ! ଆପଣଙ୍କର କ’ଣ କିଛି ନିଦ ଔଷଧ ଦରକାର ହୁଏନି ? +ସ୍ବାମିଜୀ ହସିଲେ ଏକ ରହସ୍ୟମୟ ହସ । +ସେ ଉଠି ବସିଲେ । +ବର୍ଥ ତଳୁ ତାଙ୍କର ସୁଟ୍‌କେଶ ଖୋଲିଲେ । +ସୁଟ୍‌କେଶ ଭିତରୁ ବାହାର କଲେ ଏକ ଛୋଟ ପେଡ଼ି । +ପ୍ରଥମେ ପେଡ଼ି ଉପରେ ଗୋଟିଏ ସରୁ ଚାପଡ଼ ଦେଲେ । +ପେଡ଼ିରେ ମୁହଁ ଖୋଲି କହିଲେ- ଉଠ୍‌ ବେଟା, ଆ, ଚୁମାଟେ ଦେ । +ନିଦ ଆସୁନି । +ତାଙ୍କ ପୋଷା ଜୀବଟି ଗହନ ନିଦରେ ଶୋଇ ଯାଇଥିଲା । +ସେ ତା’ର ଲାଞ୍ଜରେ ଚାପୁଡ଼ାଟିଏ ଦେଲେ । +ସେ ଫଁ ଶବ୍ଦକରି ମୁଣ୍ଡ ହଲାଇଲା । +ସ୍ବାମୀଜୀଙ୍କର ଦୋଳାୟମାନ ପାପୁଲିକୁ ଦୁଇଥର ଦଂଶିଲା । +ପୋଷା ଜୀବଟିର ଝାଉଁଳି ଯାଉଥିବା ଫଣାରେ ସ୍ବାମିଜୀ ଗୋଟିଏ ସରୁ ଚୁମ୍ବନ ଦେଇ ତାକୁ ପେଡ଼ି ଭିତରେ ପୂରାଇ କହିଲେ- ଯା, ବେଟା ଶୋଇଯା । +ଆମେରିକୀୟ ଯାତ୍ରୀ ମୁହଁରେ ମଦ ଗ୍ଲାସ୍‌ ସହ ଏକ ‘ଷ୍ଟାଚ୍ୟୁ’ ବନିଗଲେ । +ଆଫ୍ରିକୀୟ ଯାତ୍ରୀଙ୍କ ମୁହଁରୁ ଅର୍ଦ୍ଧଦଗ୍ଧ ସିଗାର ଟି ତଳେ ଖସିପଡ଼ିଲା । +ଚୀନୀୟ ଯାତ୍ରୀଙ୍କ ଛଟପଟ ହେବା ବନ୍ଦ ହୋଇଗଲା । +କହିବା ବାହୁଲ୍ୟ ଯେ, ଏଥୁ ଅନ୍ତେ ଜଣକ ପରେ ଜଣେ ଏମିତି ତିନି ବିଦେଶୀ ବେଙ୍ଗପରି ଫକ୍‌ ଫକ୍‌ ଡେଇଁ କମ୍ପାଟମେଣ୍ଟରୁ ନିଷ୍କ୍ରାନ୍ତ ହୋଇଗଲେ । -- GitLab