From 273b9f303880f4f01f98d8e824d9beb99853e40d Mon Sep 17 00:00:00 2001 From: Nayan Ranjan Paul Date: Mon, 19 Sep 2022 22:56:50 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_25 | 128 ++++++++++++++++++ 1 file changed, 128 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_25 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_25 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_25 new file mode 100644 index 0000000..5851805 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_25 @@ -0,0 +1,128 @@ +ନିସ୍ତରଙ୍ଗ +ଆଶୋକ ଚନ୍ଦନ +ତା: ଅଗଷ୍ଟ୍ ୭, ୨୦୧୫ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ମିତା ! ବୋଧହୁଏ କାନ୍ଦି ପକାଇଥାନ୍ତା କିମ୍ବା ମନକୁ ମନ ହସିଥାନ୍ତା । +ଅଥଚ ସେ କାନ୍ଦିଲାନି କି ହସିଲାନି । +ବେଶ୍‌ କିଛିଦିନ ହେଲା ସେ ହସ ଓ କାନ୍ଦର ପାର୍ଥକ୍ୟ ଭୁଲିଯାଇଛି । +ବରଂ ସେ ଅପରିଷ୍କାର ଅଗଣା ମଝିରେ ଖୁଣ୍ଟ ଭଳି ଛିଡ଼ା ହୋଇ ଆକାଶକୁ ଚାହିଁ ରହିଲା । +ଚାହିଁ ଚାହିଁ ଆଖିମାନ କ୍ଳାନ୍ତ ହୋଇ ପଡ଼ିଲେ । +ତା’ପରେ ସେ ଘର ଭିତରକୁ ଦୌଡ଼ି ଦୌଡ଼ି ପଳାଇଲା, ଯେପରି ତାକୁ କିଏ ଅଜାଣତରେ ଛୁଇଁ ଦେଇଛି । +ଆକାଶ କିମ୍ବା ପବନ । +ଶୀତଋତୁ ଯିବାପରେ ପୁଣି ଏକ ଭିନ୍ନ ପବନ ବହିବା ଆରମ୍ଭ କଲାଣି । +ଗତବର୍ଷ ଠିକ୍‌ ଏହି ସମୟରେ ସେ ଅଗଣାରେ କେତୋଟି ଫୁଲ ଚାରା ପୋତିଥିଲା । +ଚାରାଗୁଡ଼ିକରେ ଖୁବ୍‌ ଯତ୍ନରେ ପାଣି ଢାଳିଥିଲା । +ଅଥଚ କିଛିଦିନ ପରେ କଅଁଳି ଆସୁଥିବା ପତ୍ରମାନେ ଆପେ ଝଡ଼ିଗଲେ । +ଆଜି ସେଇ ଶୁଖିଲା ଗଛମାନଙ୍କୁ ହିଂସ୍ର ଭାବରେ ଉପାଡ଼ି ପକାଇବା ପରେ ହିଁ ସେ ହଠାତ୍‌ ଅନ୍ୟମନସ୍କା ହୋଇ ପଡ଼ିଥିଲା । +ଏଇଘରେ ଚାରାଟିଏ ପୋତିଲେ ଝାଉଁଳି ଯାଉଛି । +ହୁଏତ ଏ ଘରର ମଣିଷମାନଙ୍କ ନିଶ୍ୱାସରେ ସବୁକିଛି ଜଳିଯିବ । +ଘର ଭିତରେ କିନ୍ତୁ ମିତା ସତକୁ ସତ କାନ୍ଦି ପକାଇଲା । +ଘରମାନେ କେତୋଟି କାନ୍ଥ ଓ ଗୋଟିଏ ଛାତ ବୋଲି ମାନିବାକୁ ସେ ପ୍ରସ୍ତୁତ ନୁହେଁ । +ଆଉ ଟିକିଏ ପରେ ଏ ଘରର ସମସ୍ତ ଅଭିଶପ୍ତ ମଣିଷ ଫେରି ଆସିବେ । +ତା ବୋଉ, ପାଞ୍ଚୋଟି ଭାଇ ଭଉଣୀ, ବାପା ଓ ତା’ର ଦୂର ସମ୍ପର୍କୀୟ କୁମୁଦ ଭାଇ । +ତା’ପରେ ପୁଣି ସବୁକିଛି ପାରମ୍ପାରିକ । +କଳି, କୋଳାହଳ । +ସନ୍ଧ୍ୟା ବିତିଯିବା ପରେ ସମସ୍ତେ ଜାକି ଜୁକି ହୋଇ ଦୁଇଟି କୋଠରି ଭିତରେ ଶୋଇପଡ଼ିବେ । +ସମବେତ ନିଶ୍ୱାସ, ପ୍ରଶ୍ୱାସ । +ରାତିସାରା ମିତା ଚାହିଁ ରହିବ ଛାତର ଛିତ୍ରମାନଙ୍କୁ ଦେଇ ଆକାଶକୁ । +ତା’ର ପରିଚିତ ନକ୍ଷତ୍ରକୁ, ସେଇ ନୀଳ ନକ୍ଷତ୍ରଟି ମିଟି ମିଟି କରି ଚାହିଁ ରହିଥିବ ତାକୁ । +ହୁଏତ କିଛି କହିବା ପାଇଁ , ହୁଏତ କିଛି ଶୁଣିବା ପାଇଁ । +କେତେବେଳେ ସେ ନକ୍ଷତ୍ରକୁ ଆହତ କରିଦେବ ପୁଳାଏ ଭସା ମେଘ । +କିମ୍ବା ମିତାର ଆଖିକୁ ବନ୍ଦ କରିଦେବ କେଇବୁନ୍ଦା ଲୁହ । +ସହରକୁ ଚାକିରି ଖୋଜିବା ପାଇଁ କୁମୁଦ ଭାଇ ଆସିବା ଦିନଠୁ ମିତା ବୋଉ ପାଖରେ ଶୋଉଛି । +ସେ ଏଠାକୁ ଆସିବା ଆଗରୁ ତାଙ୍କ ନାଆଁ ବା ପରିବାର ସମ୍ପର୍କରେ ମିତା କିଛି ଶୁଣି ନ ଥିଲା । +ବେଶ୍‌ ଡେଙ୍ଗା ହୋଇ ଶ୍ୟାମଳ ବର୍ଣ୍ଣର ପଚିଶ ବର୍ଷର ଯୁବକ କୁମୁଦ ଭାଇ । +ତାଙ୍କୁ ପ୍ରଥମ ଥର ଦେଖିବାବେଳେ ମିତା ଡରି ଯାଇଥିଲା । +ତାଙ୍କର ଦୁଇଟି ଚିଲାଆଖି ଯେମିତି ସବୁବେଳେ କିଛି ଗୋଟାଏ ଝାମ୍ପି ନେବାକୁ ଅପେକ୍ଷା କରିଛି । +ପ୍ରଥମେ ଭୟ, ତା’ପରେ ସଙ୍କୋଚ । +ପାଖ କୋଠରିରେ କୁମୁଦ ଭାଇ ନିଶ୍ଚିନ୍ତରେ ଶୋଇ ହୁଏତ କୌଣସି ସୁଖ ସ୍ୱପ୍ନ ଦେଖୁଥିବେ, ଚାକିରି, କୋଠା, ପତ୍ନୀ, ସନ୍ତାନ । +ଅଥଚ ବୋଉର ଧଇଁକାଶ ଯୋଗୁଁ ମିତା ରାତିସାରା ଅନିଦ୍ରା । +ଏ କୋଠରିର ଛାତର ଛିଦ୍ରମାନଙ୍କ ଦେଇ ଅନେକ ନକ୍ଷତ୍ର ଦୃଶ୍ୟମାନ କେବଳ ସେଇ ପରିଚିତ ନୀଳ ନକ୍ଷତ୍ର ବ୍ୟତୀତ । +ଦୁଇ କୋଠରୀର ମଣିଷମାନେ ସକାଳ ହେଲେ ଝାଡ଼ି ଝୁଡ଼ି ହୋଇ ବାହାରିବେ ଓ କାଉ କୁକୁଡ଼ାଙ୍କ କୋଳାହଳକୁ ବଳିଯିବ ସେମାନଙ୍କ ପାଟିତୁଣ୍ଡ । +ବାପା ଅପରିଷ୍କାର ଅଗଣାରେ ଦଉଡ଼ି ଖଟ ଉପରେ ବସି ପଢ଼ିବେ ପୁରୁଣା ଖବର କାଗଜ । +ଅସନା ପୃଷ୍ଠାମାନଙ୍କରେ ତାଙ୍କର ଆଖିଦୁଇଟି ସ୍ଥିର ଥିବ ଓ ସେଇ ଅବସ୍ଥାରେ ବୋଉର ଅବିରତ ଗାଳି, ପ୍ରଶ୍ନ, ଦାବି ପ୍ରତିବାଦର ଉତ୍ତର ଦେଉଥିବେ । +ଭାଇ ଭଉଣୀମାନେ ବାରଣ୍ଡାରେ ଘୋଷିବା ଆରମ୍ଭ କରିଦେବେ ପଣିକିଆ । +କୋଳାହଳରେ ଫାଟି ପଡ଼ିବ ଘର । +ମିତା ସେହି ମଣିଷମାନଙ୍କୁ ସହ୍ୟ କରିପାରେ ନାହିଁ । +ସେ ଛାଟିପିଟି ହୋଇ ପଳାଇଯାଏ ବାଡ଼ିପଟକୁ । +ସେଇଠି ସାମାନ୍ୟ ସାନ୍ତ୍ୱନା । +ତାଙ୍କ ଘରକୁ ଲାଗି ଏକାଟିଆ ଗୋଟିଏ ଘର । +ବାଡ଼ ଆର କଡ଼ ଘରେ ସେ ଘରକୁ ଘେରିଥିବା ସୁସଜ୍ଜିତ ବଗିଚା । +ଘର ଚୁନବୋଳା ସଫା କାନ୍ଥ । +ପ୍ରଶସ୍ତ ବାରଣ୍ଡାରେ ଏକା ଏକା ଇଜି ଚେୟାର୍‌ରେ ବସିଥିବା ଜଣେ ଚିହ୍ନା ଲୋକ । +ଗୋଟିଏ ଝାପ୍ସା ମୁହଁ । +ଝାପ୍ସା ଝାପ୍ସା ଚିହ୍ନା । +କେବଳ ଦୂର ଦେଖାରୁ । +ମିତା ପ୍ରଥମେ ସେ ଘରକୁ ଦେଖି ଭାବିଥିଲା ତାଙ୍କ ନିଜ ଘରକୁ ବି ସେମିତି ସଜାଇବ । +କିନ୍ତୁ ଏ ଘର ମଣିଷମାନଙ୍କ ନିଶ୍ୱାସରେ ଫୁଲ ଗଛର ଚାରାଟିଏ ବି ଜଳିଯିବ । +କୁମୁଦ ଭାଇ ଆସିବା ଦିନଠୁଁ ମିତାକୁ ନିଜ ଘରେ ବି ସଙ୍କୁଚିତ ଲାଗୁଛି । +ତାଙ୍କର ଦୁଇଟି ଭୋକିଲା ଆଖି ସବୁବେଳେ ଯେପରି ତାକୁ ନିରେଖି ରଖିଛି । +ପ୍ରଥମେ ସେ ଭାବିଥିଲା ତାଙ୍କୁ ସିଧାସଳଖ କହିଦେବ, କିନ୍ତୁ ତା ପାଟିରେ ଶବ୍ଦ ସ୍ଫୁରିବା ଆଗରୁ ଆଖିଏ ଲୁହ ଭର୍ତ୍ତି ହୋଇଗଲା । +କୁମୁଦ ଭାଇ ଜାଣି ଜାଣି ବାରମ୍ବାର ଭୁଲ କରୁଛନ୍ତି । +ଦିନ ଦଶଟାବେଳେ ସେ ଖାଇପାଇ ବାହାରକୁ ନଯିବା ଯାଏ ମିତା ଗାଧୋଇ ବି ପରୁନି । +ବାଥ୍‌ରୁମ୍‌ ନାମରେ ତାଙ୍କର ଯେଉଁ ବାଉଁଶ ତାଟି ଘେରା ସନ୍ତସନ୍ତିଆ କୋଠରୀ, ସେଥିରେ ଦ୍ୱାରଟିଏ ବି ନାହିଁ । +ସେ ବାଥ୍‌ରୁମ୍‌ରେ ଥିଲାବେଳେ ବାହାରୁ ଖଣ୍ଡିଏ ଅଖାରେ ପର୍ଦ୍ଦା ଟାଣିଦିଏ । +ତିନିତିନି ଥର କିଛି ନଜାଣିଲା ପରି ଆସି ପୁଣି ଜିଭ କାମୁଡ଼ି ଚାଲି ଯାଇଛନ୍ତି । +ତା’ଠାରୁ ସେ କ’ଣ ଚାହାଁନ୍ତି ମିତା ବୁଝିପାରେନି । +ଚାକିରି ପାଇଲେ ସେ କୁଆଡ଼େ ମିତା ପାଇଁ ଖଣ୍ଡିଏ ଶାଢ଼ି କିଣିଦେବେ । +କୁମୁଦ ଭାଇଙ୍କ ମିଛ ପ୍ରତିଶ୍ରୁତିକୁ ମନେ ପକାଇ ମିତା ହସିଲା, ବୋଧହୁଏ ବେକାର କୁମୁଦ ଭାଇଙ୍କ ପ୍ରତି ସହାନୁଭୂତିରେ । +ମିତା ଠିକ୍‌ କରି ଜାଣେନା, କୁମୁଦ ଭାଇ ତା’ର କେତେ ଦୂରର ଭାଇ । +ବୋଧହୁଏ ଦିନ ଦଶଟା ହେବ । +ମିତା ପ୍ରଥମେ ଆକାଶ, ତା’ପରେ ଦିଗ୍‌ବଳୟ ଓ ଶେଷରେ ପାଖ ଘର ବଗିଚାକୁ ଚାହିଁ ସ୍ଥିର ହୋଇଗଲା । +ସେହି ଘରେ ସେ ଏକା ରହନ୍ତି । +ସେଠି କୌଣସି କୋଳାହଳ ନାହିଁ । +ତାଙ୍କ ହାତ ଲାଗିଲେ ଶୁଖିଲା ଗଛରେ ଫୁଲ ଫୁଟେ । +ମିତାର ମନ ଇର୍ଷାରେ ଜଳି ଉଠୁଥିଲା । +ଜଣେ ଅନାତ୍ମୀୟଙ୍କୁ ବା ସେ କାହିଁକି ଇର୍ଷା କରିବ, କେଉଁ ଅଧିକାରରେ ? ଅଥଚ ଏକ ବିଚିତ୍ର ଉତ୍ତେଜନାରେ ମୂକ ବଧିର ପରି ସେପାଖ ଘରର ବଗିଚା ଓ ଧଳା କାନ୍ଥକୁ ଚାହିଁ ବିତାଇ ଦେଲା ସମଗ୍ର ଖରାବେଳ । +ସନ୍ଧ୍ୟା ହେଲେ ଏଇ ଘର କୋଳାହଳରେ କମ୍ପିଉଠେ । +କିନ୍ତୁ ମିତା ଅନୁଭବ କରେ, ସେ ଯେମିତି ଏକା, ଅନ୍ୟ କାହାରି କଥା ତାକୁ ଶୁଭେ ନାହିଁ ବା ତା ପାଟିରେ ଶବ୍ଦଟିଏ ବି ସ୍ଫୁରେ ନାହିଁ । +ସନ୍ଧ୍ୟାବେଳେ ତା ଛାତି ତଳେ ସୃଷ୍ଟି ହେଉଥିବା ଲଘୁଚାପର ଏକମାତ୍ର କାରଣ, ତା ଆଖି ଆଗରୁ ଧିରେ ଧିରେ ଉଭେଇ ଯାଉଥିବା ସାମ୍ନାଘର କାନ୍ଥ ଓ ବଗିଚା । +ବାଧ୍ୟ ହୋଇ ପରାଜିତ ଆଖିମାନେ ଫେରି ଆସନ୍ତି ପତା ତଳର ନିରାପତ୍ତାକୁ । +ଆଜି ମିତା ଆଖିରେ ନିଦ ନାହିଁ । +ଜାକିଜୁକି ହୋଇ ତା’ର ଭାଇ ଭଉଣୀମାନେ ସମସ୍ତେ ଶୋଇପଡ଼ିଛନ୍ତି । +ଛାତର ଛିଦ୍ରମାନଙ୍କ ଦେଇ ସେ ଚେଷ୍ଟା କରୁଥିଲା ତା’ର ପରିଚିତ ନକ୍ଷତ୍ରକୁ ଖୋଜିବାକୁ । +ଅଥଚ ଏ କୋଠରିକୁ ସେ ନକ୍ଷତ୍ର ଦେଖାଯିବ ନାହିଁ । +ଅନ୍ୟ କୋଠରିରେ କୁମୁଦ ଭାଇ । +ସେଇଠୁ ହୁଏତ ପରିଷ୍କାର ଦିଶିବ ସେ ନକ୍ଷତ୍ରଟି । +ହଠାତ୍‌ ମିତା ଚମକି ପଡ଼ିଲା, ପାଖ ଶେଯରେ ତା’ର ବୋଉ । +ଏ ଯାଏ ଶୋଇନି । +ବୋଉ ଅନ୍ଧାରରେ ହାତ ବଢ଼ାଇ ତା ମୁଣ୍ଡକୁ ସାଉଁଳି ଦେଲା । +ବୋଉ । + ଶୋଇନୁ ? +ନା, ନିଦ ନାହିଁ । +ବୋଉ ପୁଣି ଅନ୍ଧାରେ ନୀରବ ହୋଇଗଲା । +ମିତା ମନକୁ ମନ ଭାବିଲା, ତାଙ୍କ ପଡ଼ୋଶୀଙ୍କ ଘର ପରି ଘରଟିଏ ହେଲେ, ସେ କେତେ ସୁନ୍ଦର କରି ସଜାନ୍ତା । + ଅଥଚ…. ତା ମୁହଁରୁ ଅଗତ୍ୟା ଖସିପଡ଼ିଲା, ବୋଉ ଆମର ଭଲ ଘରଟିଏ ଦରକାର, ନୁହେଁ ? +ବୋଧହୁଏ ତା ବୋଉ ଚମକି ପଡ଼ିଲେ । +ଅନ୍ଧାରରେ ତାଙ୍କର କରୁଣ ହସ । +ତୁ ଆଉ ଏ ଘରେ କେତେଦିନ କି’ଲୋ ? ଆମ ସମସ୍ତଙ୍କୁ ଛାଡ଼ି ତୁ ତ ଅନ୍ୟଘରକୁ ଚାଲିଯିବୁ । +ମିତା ଚୁପ୍‌ ହୋଇଗଲା । +ଅନ୍ୟଘର, ଅନ୍ୟ ମଣିଷ କଥା ସେ କଳ୍ପନା ବି କରି ନାହିଁ । +ଅନ୍ୟଘର – ତାଙ୍କ ପଡ଼ୋଶୀ ଘର ପରି ସଫା ସୁତୁରା ବଗିଚା ଘେରା ଘରଟିଏ ହୋଇଥିବ ଏବଂ ତା’ର ପ୍ରଶସ୍ତ ବାରଣ୍ଡାରେ ଇଜି ଚେୟାରରେ ଝୁଲୁଥିବ ଅନ୍ୟ ମଣିଷଟିଏ, ଯାହା ହାତ ଲାଗିଲେ ଶୁଖିଲା ଗଛରେ ଫୁଲ ଫୁଟି ଉଠିବ । +ବୋଉ ମନରେ ଏକ ଅଭୁତ ଶିହରଣ ହେଲା- ହୁଏତ କାନ୍ଦି ପକାଇବ ବା ହସି ଉଠିବ । +ବୋଉ ବୋଧହୁଏ ମିଛ କହୁଛି । +ଏ ଘରର ଅସନା କାନ୍ଥମାନଙ୍କର ପରିଧିରୁ ମୁକୁଳିବା ଅସମ୍ଭବ । +ଏ ଘରର ମଣିଷମାନଙ୍କ ନିଶ୍ୱାସରେ ସେ’ ବି ଜଳିଯିବ । +ଶୋଇପଡ଼ିଲା ମିତା । +ସକାଳୁ ଏତେ କୋଳାହଳ । +କୋଳାହଳ ନୁଆ ନୁହେଁ । +ତଥାପି ଏ କୋଳାହଳ ଭିନ୍ନ । +ସେ ଶେଯ ଛାଡ଼ି ବାହାରକୁ ଦେଖିଲା, ତାଙ୍କ ପଡ଼ୋଶୀ ଘର ସାମ୍ନାରେ ଭୀଷଣ ଭିଡ଼ । +କେଜାଣି କାହିଁକି ? ମିତା ବୋଉକୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା । +ବୋଉ ମୁହଁର କୋଣସି ଭାବ ନାହିଁ । +ସେ ସାମାନ୍ୟତମ ଆବେଗ ପ୍ରକାଶ ନକରି କହିଲା, ସମୀର ବାବୁ ଆତ୍ମହତ୍ୟା କରିଛନ୍ତି । +ସେ ଘରର ସେଇ ପରିଚିତ ଲୋକ ଆଉ ଏକା ଏକା ଇଜି ଚେୟାରରେ ବସିବେନି । +ହୁଏତ ତାଙ୍କ ବଗିଚାରେ ସମସ୍ତ ଫୁଲଗଛ ଧିରେ ଧିରେ ମରିଯିବେ । +ସଫା କାନ୍ଥରେ ଶିଉଳି ଲାଗିଯିବ । +ମିତା ନିଜ ଆବେଗ ସମ୍ଭାଳି ପାରିଲାନି । +ସେ ମୁହଁ ଟେକି ଆକାଶକୁ ଚାହିଁଲା, କିନ୍ତୁ ତା ଆଖି ସାମ୍ନାରେ ଭିନ୍ନ ଆକାଶଟିଏ । +ଗୋଟିଏ ପଟେ ବୋଉ ଓ ଅନ୍ୟପଟେ କୁମୁଦ ଭାଇ ତା ସାମ୍ନାରେ ଖଣ୍ଡିଏ ଦାମୀ ନୀଳ ଶାଢ଼ୀ ଖୋଲି ଧରିଛନ୍ତି । +କୁମୁଦ ଭାଇ ନୂଆ ଚାକିରି ପାଇଛନ୍ତି । +ମିତା କିନ୍ତୁ ଆଦୌ ଖୁସି ହୋଇପାରୁ ନ ଥିଲା । +ହୁଏତ ତା ବୋଉ ଓ କୁମୁଦ ଭାଇ ତାକୁ ଧରିବା ପାଇଁ ନୂଆ ଜାଲଟିଏ ମେଲାଇ ଧରିଛନ୍ତି । +କିମ୍ବା ଭିନ୍ନ ଆକାଶଟିଏ, ମିତା ଆଖିରେ ଲୁହ ଭର୍ତ୍ତି ହୋଇ ଯାଇଥିଲା । +ହୁଏତ ସେଥିପାଇଁ ସେ ସେହି ଭିନ୍ନ ଆକାଶରୁ ତା’ର ପରିଚିତ ନକ୍ଷତ୍ରକୁ ଖୋଜି ପାଉ ନ ଥିଲା । +ମିତା ସେମିତି ନିର୍ବାକ୍‌ । +କାହା କଥା ଶୁଣିପାରୁ ନାହିଁ କିମ୍ବା ତା ପାଟିରୁ ଶବ୍ଦଟିଏ ବି ସ୍ଫୁରୁ ନାହିଁ । +ଯେମିତି ଅଥର୍ବ, ହୁଏତ ଖୁଣ୍ଟଟିଏ ବା ତା ପାଦରେ ଚେର ଲାଗିଯାଇଛି । +ବୋଧହୁଏ ମିତା କାନ୍ଦି ପକାଇବ କିମ୍ବା ହସି ପକାଇବ । -- GitLab