From 32df6b3183124657f3a9dd23b398938100950c1f Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:29:01 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_16 | 182 ++++++++++++++++++ 1 file changed, 182 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_16 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_16 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_16 new file mode 100644 index 0000000..43d93f4 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_16 @@ -0,0 +1,182 @@ +କେମିତି ଅଛି ଝିଅ +- ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର +ତା: ଏପ୍ରିଲ୍ ୨୫, ୨୦୧୨ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ଠନ୍‌ ଠନ୍‌ ଠନ୍‌ । +ସାରା ସଂସାରଟା ଶୋଇଗଲା ପରେ ଦରୱାନ ରାତି ଅଧରେ ସମୟ ଅନୁଯାୟୀ ବାରଥର ଆଉ ଏଗାରଥର କରି ଘଣ୍ଟା ବାଡ଼ାଏ । +ଓ! କି ବିରକ୍ତିକର ଆଉ ଭୟାନକ ଶବ୍ଦ ସିଏ । +ରେସିଡ଼େନ୍ସିଆଲ ସ୍କୁଲ । +ମୁଁ ରାତି ଅଧରେ ବରାବର ଏଇ ଶବ୍ଦରେ ଡରେ । +ସତେକି ଛାତିରୁ ଅତଡ଼ା ଖସି ଯାଉଛି । +ନିଦ ନହେଲେ ଲାଗେ ମତେ କିଏ ଡାକୁଛି । +କିନ୍ତୁ କି ଉଦ୍ଦେଶ୍ୟ ରଖି, ମୋ ପ୍ରତି କାହାର ବା କି ଉଦ୍ଦେଶ୍ୟ ଥାଇପାରେ ! ମୁଁ ବିରକ୍ତ ହୋଇଯାଏ । +ରାଗିଯାଏ, କ୍ରୋଧ ପରମଶତ୍ରୁ ଏକଥା ଜାଣି ସୁଦ୍ଧା । +ମୋ ନିଦ ପୁରାପୁରି ଭାଙ୍ଗିଯାଏ । +କାନ ଡେରି ଭଲ କରି ଶୁଣେ । +ମୁଁ ଆଉ ଦୁଃସ୍ବପ୍ନ ଦେଖୁନାହିଁ ତ ! ନାଁ ଶବ୍ଦଟା ସ୍ପଷ୍ଟ ଶୁଭୁଛି । +ତକିଆରେ ମୁହଁ ଗୁଞ୍ଜି ଶୋଇପଡ଼େ । +ଅତି ସାନବେଳେ ରାତି ଅଧରେ ବଗିଚାର ବଡ଼ ପଣସ ଗଛର ଡାଳ ବିନା କାରଣରେ ଦୋହଲିଗଲେ ନିଦ ଭାଙ୍ଗିଯାଏ । +ମୁଁ ସେତେବେଳେ ଜେଜିମା’କୁ ଉଠେଇ ପକାଏ । +ସିଏ ରାଗିମାଗି ହେଲେ, କହେ କେହିଜଣେ ଆସି ମୋତେ ମାଡ଼ିବସୁଛି ଜେଜିମା +‘ଦିନେ ମୁଁ ହାଉଳି ଖାଇଲି । +ଜେଜିମା କହିଲା ‘ଇଲୋ କ’ଣ ହେଲା ।’ +ଘରସାରା ଲୋକ ଉଠିଆସି ଦେଖିଲେ ମୁଁ ନାଚୁଛି । +ମତେ ଟେକି ନେଇ ଅନେକ କଥା ପଚରାଉଚୁରା କଲେ । +ସକାଳେ ଜଣେ ଗୁଣିଆ ଆସି ମତେ ଝାଡ଼ଫୁଙ୍କା କଲା । +ହେତୁ ହେଲା ଦିନରୁ ମୋର ଭୂତ ପ୍ରେତ ପ୍ରତି ଅଗାଢ଼ ବିଶ୍ବାସ । +ଏହି ଘଟଣା ପରଠୁ ମୁଁ ଏକୁଟିଆ ରହିବାକୁ ପ୍ରବଳ ଡରେ । +ଏହିପରି ଅନେକ ଘଟଣା । +ସେସବୁ ମନେପକାଇ କି ଲାଭ । +ବିସ୍ମିତା ନିଜ ମନଭିତରେ ଭାବୁଥିବା ଅନେକ ଅପଚିନ୍ତାକୁ ସେଇଠି ରଖିଲା । +ଘରସାରା ଅନ୍ଧାର ତିମିରେ । +ସମସ୍ତେ ଯିଏ ଯେମିତି ଶୋଇ ପଡ଼ିଛନ୍ତି, ଏକମାତ୍ର ଚେଇଁଚି ସିଏ । +ସାମ୍ନା କବାଟ ସେ ପାଖ ଡାଇମଣ୍ଡ କଟିଙ୍ଗରେ ଗୋଟେ ଛାୟାମୂର୍ତ୍ତି ଯେମିତି ଅପସରି ଗଲା । +ବସ୍ମିତା କ’ଣ ଭାବି ପାୟଲ ଦେୱାଙ୍ଗନ (କ୍ଲାସ୍‌ ନାଇନ୍‌) କୁ ହଲେଇ କହିଲା, ‘ସି ସମବଡ଼ି ଇଜ୍‌ ଦେୟାର ।’ +ପାୟଲ ନିଦ ବାଉଳାରେ କହିଲା ହ୍ବାଟ ହାପେନ ? +ଏହିପରି ଅନେକ ଘଟଣା । +ସେସବୁ ମନେପକାଇ କି ଲାଭ । +ବିସ୍ମିତା ନିଜ ମନଭିତରେ ଭାବୁଥିବା ଅନେକ ଅପଚିନ୍ତାକୁ ସେଇଠି ରଖିଲା । +ଘରସାରା ଅନ୍ଧାର ତିମିରେ । +ସମସ୍ତେ ଯିଏ ଯେମିତି ଶୋଇ ପଡ଼ିଛନ୍ତି, ଏକମାତ୍ର ଚେଇଁଚି ସିଏ । +ସାମ୍ନା କବାଟ ସେ ପାଖ ଡାଇମଣ୍ଡ କଟିଙ୍ଗରେ ଗୋଟେ ଛାୟାମୂର୍ତ୍ତି ଯେମିତି ଅପସରି ଗଲା । +ବସ୍ମିତା କ’ଣ ଭାବି ପାୟଲ ଦେୱାଙ୍ଗନ (କ୍ଲାସ୍‌ ନାଇନ୍‌) କୁ ହଲେଇ କହିଲା, ‘ସି ସମବଡ଼ି ଇଜ୍‌ ଦେୟାର ।’ +ପାୟଲ ନିଦ ବାଉଳାରେ କହିଲା ହ୍ବାଟ ହାପେନ ? +ତା’ର ପ୍ରତିକ୍ରିୟା ଦେଖି ବିସ୍ମିତା ପାତ୍ର କୌଣସି ସାହାସ ସଞ୍ଚୟ ନକରି ଏକଦମ୍‌ ଚୁପ୍‌ ହେଇଗଲା । +ମୁହଁ ଜାକି ଶୋଇ ପଡ଼ିଲା । +ମନେ ମନେ ଭାବିଲା ଯେଉଁଠି ଘର ଲୋକ ତା’ର ହେଲେନି ତା’କଥା ଆଉ କିଏ ଶୁଣିବାକୁ ଯିବ । +ବିସ୍ମିତା ଆଜିକାଲି ସବୁଠି ନିଜକୁ ଅସୁରକ୍ଷିତ ମନେ କରୁଛି । +କ୍ଲାସ୍‌ରୁମରେ ଏମିତିକି ଡର୍ମିଟାରୀରେ ବି । +ତା’ର ବଢ଼ନ୍ତା ଯୌବନ କ’ଣ ତା’ର ଶତ୍ରୁ । +ହେଲେ ସିଏ କ’ଣ କରିପାରିବ । +ସମସ୍ତେ ଯେମିତି ତାକୁ ଲୋଲୁପ ଆଖିରେ ଚାହିଁ ରହିଛନ୍ତି । +ତାକୁ ନେଇ ଘରେ ବାହାରେ ସମସ୍ତେ ବ୍ୟସ୍ତ । +କୁଆଡ଼େ ତା’ର ବୟସ ବଢ଼ିଯାଇଛି, ସିଏ ବଡ଼ ହୋଇଯାଇଛି । +ସେଇଥିଲାଗି ତ ସିଏ ରେସିଡ଼େନ୍ସିଆଲ୍‌ ସ୍କୁଲରେ ପଢୁଛି । +ବାପାଙ୍କର ଯେତେସବୁ କଥା, କାଳେ ସିଏ ଶୃଙ୍ଖଳିତ ହେବ । +ଘରେ ଥିଲାବେଳେ ତାକୁ ବାପା ଗୋଡ଼େ ଗୋଡ଼େ ଜଗୁଥିଲେ । +କାଳେ ତା’ର ପାଦ ଖସିଯିବ । +ଆଇସ୍‌କ୍ରିମ ବାଲା, ଘରପାଖ ପାନ ଦୋକାନୀ, କ୍ଷୀରବାଲା, ପଡ଼ୋଶୀ ଘରର ଲିଟୁ, ଗାଁର ଲେଖାଜୋଖା ଦାଦା, ମାମୁଁ ସମସ୍ତେ ତା’ପାଖରେ ଯେମିତି କିଛି ଗୋଟେ ଖୋଜୁଥାଆନ୍ତି । +ସେମାନଙ୍କ ଆଖି ସବୁବେଳେ ତା’ରି ଉପରେ ପହଁରି ବୁଲେ । +ଟାଇଟ୍‌ ଫିଟିଙ୍ଗ୍‌ ଜାମା ଦେହରୁ କେଉଁଠି କିଛି ଅନାବୃତ ଜିନିଷକୁ ସେମାନେ ସବୁବେଳେ ଟାକି ବସିଥାଆନ୍ତି ଦେଖିବାକୁ । +ବହୁ ସମୟରେ କଲୋନୀର ଯୁବକମାନେ ଆମ ଘରକୁ ବିନା କାରଣରେ ଆସନ୍ତି । +ସେମାନେ ସୁଯୋଗ ଉଣ୍ଡୁଥାନ୍ତି ମୁଁ ଯେମିତି ଟିକେ ଦର୍ଶନ ଦିଏ । +ଆସିବାର କାରଣଟା ପଚାରି ଦେଇ ମୁଁ ଧଡ଼୍ କରି କବାଟ ପକାଇ ଦିଏ । +ମୋ ଛାତିରେ ବିଜୁଳି ଖେଳିଯାଏ । +ଝାଳ ସରସର୍‌ ହେଇଯାଏ । +ବାପାଙ୍କର ସରକାରୀ ଚାକିରି । +ବହୁ ଝିନଝଟ୍‌ । +ବଦଳି ପାଲାରେ ଆମେ ଓଡ଼ିଶାର ଅଧେଯାଗା ବୁଲି ସାରିଲୁଣି । +ପୁରୀରେ ଥିଲାବେଳେ ଭାରି ଭଲ ଲାଗୁଥିଲା । +ଜଗନ୍ନାଥଙ୍କ ଦର୍ଶନ ତା’ ସାଙ୍ଗକୁ ମନୋରମ ସମୁଦ୍ର ବେଳା । +ହେଲେ ସବୁବେଳେ ଭିଡ଼ । +ମନ୍ଦିର ଭିତରେ ଭିଡ଼ ହେଲେ ତ ଭାରି ପ୍ରବ୍ଲେମ । +ଲୋକଗୁଡ଼ାକ ଦେହରେ ଘଷି ହେଇଯାଆନ୍ତି । +ତାକୁ ଆକ୍ତାମାକ୍ତା ଲାଗେ । +ଥରେ ସିଏ ଭିଡ଼ ଭିତରେ ଫସି ଯାଇଥିଲା । +ଘରକୁ ଫେରିଲା ବେଳକୁ ତା’ ଦେହ ଭାରି ଦରଜ ଳାଗୁଥିଲା । +ଗୋରା ଦେହରେ ଠାଏ ଠାଏ ନାଲି ଦାଗ । +ସୁନ୍ଦରଗଡ଼ରେ ମୁଁ ଭାରି ଖୁସିରେ ଥିଲି । +କିନ୍ତୁ ସେଠି ବି ସେଇ ନାଟ । +ମୋ ଆଡ଼କୁ ସମସ୍ତେ ଚାହାଁନ୍ତି । +ଭୋର୍‌ରୁ ଫୁଲ ଆଣି ଯିବାଥିଲା ଗୋଟେ ବହୁଦିନର ଅଭ୍ୟାସ । +ଷ୍ଟାଣ୍ଡାର୍ଡ଼ ସିକ୍ସ୍‌ରେ ପଢୁଥିଲି । +ଘରପାଖ ଆମ ମନ୍ଦିର ନନାଙ୍କୁ ମୁଁ ସବୁଦିନ ଫୁଲ ଦିଏ । +ଦିନେ ସିଏ ମୋ ହାତ ଧରିଲେ । +ମୁଁ ଛାଡ଼ କହିଲାରୁ ଛାଡ଼ିଲେ ନାହିଁ । +ବହୁ ସମୟଧରି ମୋ ମୁହଁକୁ ଚାହିଁ ରହିଲେ । +ଦିଶୁଥିଲେ ସିଏ ଭାରି ଭୟଙ୍କର । +ମୁଁ ସେଠୁ ଦୌଡ଼ି ପଳେଇ ଆସିଲି । +ବୋଉ ମତେ ସେଇ ଦିନରୁ ଫୁଲ ତୋଳିବାକୁ ଛାଡ଼େ ନାହିଁ । +ଟିଟିଲାଗଡ଼ରେ ଥିଲାବେଳେ ମୁଁ ଥିଲି ସେ ଅଞ୍ଚଳରେ ସବୁଠୁ ପପୁଲାର । +ନଗେନ ବାବୁଙ୍କ ଝିଅ ବିସ୍ମିତା କହିଲେ ସମସ୍ତଙ୍କ ଆଖି ଖୋସି ହେଇଯାଉଥିଲା । +ବୁଢ଼ୀମାନେ କହୁଥିଲେ ଗୋଟିଏ ଚାଉଳରେ ଗଢ଼ା । +ଟୋକାମାନେ କହୁଥିଲେ ମାଷ୍ଟର ପିସ୍‌ । +ମୁଁ ରାସ୍ତାରେ ଗଲେ ଶୁଶୁରୀ ବାଜୁଥିଲା । +ମୁଁ କିନ୍ତୁ ଟିଉସନ୍‌ ପଢ଼ିବାକୁ ଖାଲି ଯାହା ଘରୁ ବାହାରେ । +ପରିଡ଼ା ସାର୍‌ଙ୍କ ଆଖି ଓଃ କି ଭୟଙ୍କର ସତରେ ! ସେ ସବୁବେଳେ ମତେ ଏମିତି ଚାହିଁଥାନ୍ତି କାହିଁକି କେଜାଣି ? ସମସ୍ତେ ଭାବୁଛନ୍ତି ମୋ ସୁନ୍ଦରପଣ ଯୋଗୁଁ ଏତେ ସବୁ ଘଟଣା ଦୁର୍ଘଟଣା ଘଟୁଛି । +ମୁଁ କିନ୍ତୁ ନିରୁପାୟ । +କ୍ଲାସ୍‌ରେ ପିଲାମାନ ଅନ୍ୟାମନସ୍କ, ଦୋଷ ମୋର । +ହେଲେ ସାର୍‌ମାନେ କାହିଁକି ମତେ ସେଣ୍ଟର କରି ନାହାଁନ୍ତି । + ସବୁ ପିଲାଙ୍କୁ ଅନେଇଲେ କ୍ଷତି କ’ଣ ? +ପିଲାମାନେ କମ୍ପ୍ଲେନ କରିଛନ୍ତି । +ସାର୍‌ମାନେ ଖାଲି ବିସ୍ମିତାକୁ ଚାହିଁଛନ୍ତି । +ଗୋଟେ ଗୁପ୍ତ ବୈଠକ ପ୍ରିନ୍‌ସିପାଲ୍‌ ଡକାଇବାପରେ ଏବେ ସମସ୍ତେ ସାଇଜ୍‌ । +ହେଲେ ଷ୍ଟଡ଼ି ଆୱାର୍‌ରେ, ଡାଉଟ୍‌ କ୍ଲିୟର କଲାବେଳେ, ଡ୍ରିଲ୍‌ କ୍ଲାସ୍‌ରେ, ଖେଳ ପିରିୟଡ୍‌ରେ, ଗୀଟାର ଶିଖିଲାବେଳେ ସେ ମଣିଷମାନଙ୍କର ଭୟଙ୍କର ଆଖିକୁ ଏଡ଼େଇ ପାରୁନି । +ସମସ୍ତେ ବ୍ୟଗ୍ର ତା’ ସଙ୍ଗେ ଖେଳିବାକୁ । +ଗୀଟାର ବଜା ଶିଖିଲାବେଳେ ଅଯଥା ଚିନ୍ତା ସବୁ ତାକୁ ମାଡ଼ି ମାଡ଼ି ପଡ଼େ, ସାର୍‌ମାନେ ଦିଶନ୍ତି ଭୟଙ୍କର ଜନ୍ତୁ ଭଳି । +ୱାଡ଼େନ୍‌ ସାର୍‌ ତାକୁ ଗୋଡ଼େ ଗୋଡ଼େ ଜଗିଛନ୍ତି । +ଠିକ୍‌ ଛାଇ ଭଳି । +ଏଇ ମଣିଷମାନଙ୍କୁ ମୁଁ ଡରୁଛି ଖୁବ୍‌ ଆଜିକାଲି । +ରୋହିତ ସହ କ’ଣ ଦି’ପଦ କଥା ହେଇଗଲି ଯେ, ୱାଡ଼େନ୍‌ ପ୍ରିନ୍‌ସିପାଲ୍‌ଙ୍କୁ ଫୋଡ଼ିଦେଲା । +ୱାଡ଼େନ୍‌ ମଣିଷଟା ଆସି ଅବେଳରେ କବାଟ୍‌ ଠକ୍‌ ଠକ୍‌ କରେ । +ଯଦିଓ ସେ ଜାଣିଥାଏ କେହି ନାହାଁନ୍ତି ମୁଁ ଏକଲା । +ଏମିତିକି ରାତି ଏଗାରଟାରେ କବାଟ କଣାରେ ଉଣ୍ଡୁଥିବାର ମୁଁ ଦେଖିଛି । +(ସତରେ ସିଏ ମୋର ବହୁତ ଯତ୍ନ ନେଇଛନ୍ତି ପରା ।) +ଥରେ ଅଙ୍କ ବୁଝିବାକୁ ଗଲାବେଳେ ଅଙ୍କସାର୍‌ ଟେବୁଲ୍‌ ତଳେ ମୋ ପାଦକୁ ଜୋତାରେ ରଗଡ଼ିଗଲେ । +ମୁଁ ବିଷ୍ଣୁ କହିଲି । +ଭାବିଲି ଅଜାଣତରେ ହେଇଥିବ । +ହେଲେ ଥରେ ନୁହେଁ ବାରମ୍ବାର ରଗଡ଼ିଲେ । +ଓ‍ କି କଷ୍ଟ, ମୁଁ ପୁରା କାନ୍ଦି ପକାଇଲି । +ଥରେ ସାର୍‌ ମୋ ଖୋଲାପିଠିକୁ ସାଉଁଳେଇ ଦି’ ଚାପୁଡ଼ା ଦେଇଥିଲେ । +ମୁଁ ଥମ୍‌ ଥମ୍‌ ହୋଇପଡ଼ିଲି । +ତା’ପରଠୁ ଘରେ କହିଲି ଆଉ ଟିଉସନ ଯିବିନି । +ଟିଉସନ ଯିବୁନି ତ ପାଠ ପଢ଼ିବୁ କେମିତି । +ବାପାଙ୍କର କି ରାଗ ଦେଖ । +ସେଇଦିନରୁ ମୋ ନାଁ ଲେଖା ହେଲା ଦାମନଯୋଡ଼ି ରେସିଡ଼େନ୍ସିଆଲ ସ୍କୁଲରେ । +ବାପାଙ୍କର ଯିବା ଆସିବା କରି ଦେଖାଚାହାଁ କରିବାରେ ବହୁତ ଅସୁବିଧା ହେଲା । +ସେଇଠୁ ସ୍କୁଲ ଚେଞ୍ଜ ହେଲା ବରଗଡ଼ ରେସିଡ଼େନ୍ସିଆଲ କୁ । +ବାପା ଚାକିରି ପାଇଁ ଜାଗା ବଦଳାଇଥିଲେ, ଆଉ ମୁଁ ସ୍କୁଲ । +ମୁଁ ଟିକେ ଡବଡ଼ବି । +ମୁଁ କଥା ରଖିପାରେନି କହିଦିଏ । +ସେଇଥିପାଇଁ ସାଙ୍ଗମାନେ ମତେ ଛିଗୁଳାନ୍ତି, ହଜାରେ ସ୍କୁଲ ଛାଡ଼ରୀ । +ମୋର ବା କ’ଣ ଭୁଲ୍‌ । +ଏଠି ବି କୋଉ ସୁରକ୍ଷିତ ଏକଥା ବିସ୍ମିତା ଭାବେ । +ଗୋଟେ ଅଜଣା ଭୟ ଯେମିତି ତାକୁ ଘେରେଇ ବସେ । +ପ୍ରିନସିପାଲ ସେଦିନ ଡକେଇଥିଲେ । +ଡିଡ୍‌ ୟୁ ନୋ ଦିସ୍‌ ମ୍ୟାଟର ? (ପଚାରିଲେ) +ହୁଇଚ୍‌ ମ୍ୟାଟର ? (ସେ କହିଥିଲା) +ଗୋଟେ କ୍ଲାସ୍‌ମେଟ ପୁଅ ତା’କୁ କୁଆଡ଼େ ପ୍ରେମ ଚିଠି ଦେଇଥିଲା । +ପ୍ରିନ୍ସିପାଲ୍‌ଙ୍କର କିନ୍ତୁ ପୁରାପୁରି ସନ୍ଦେହ ତା’ଉପରେ । +ଘଟଣାଟା କୁଆଡ଼େ ମୋ ଆଡୁ ଘଟିଥିବ । +ମୁଁ ଏକଥା କେବେ ଘରେ କହିନି । +ଟେନ୍‌ଥ କ୍ଲାସ୍‌ । +ପୁଣି ସ୍କୁଲ ବଦଳ । +ପୁଣି ଝିନ୍‌ଝଟ୍‌ । +କିଏ ପାରିବ । +ତା’ଛଡ଼ା ଘରେ ମୋର କିଛି କଥା ଶୁଣିବାକୁ ନାରାଜ, କହିବେ ଆଡ଼‌ଜଷ୍ଟ କର । +ଦିନେ ମୁଁ ଶୋଇଯାଇଛି ଅଚେତନରେ । +ଭାଲୁ ମଲାଶବକୁ ଶୁଙ୍ଘିଲା ପରି କେହି ଜଣେ ମତେ ଶୁଙ୍ଘିଦେଇଗଲା । +କିଏ ସିଏ ? +ଡର୍ମିଟାରିରେ କେହି ନଥିଲେ । +କିନ୍ତୁ ନାଁ…. କାହାକୁ କହିଲେ ପୁଣି ବିପଦ । +ଆଡ଼ଜଷ୍ଟ କରି ଚଳିବାକୁ ହେବ । +କାରଣ ଟେନ୍‌ଥ ପରୀକ୍ଷା ମୁଣ୍ଡ ଉପରେ । +ଆଉ ଦିନେ ରାତି ବାଥ୍‌ରୁମ୍‌ ଲାଗିବାରୁ ଉଠିଲା । +କରିଡ଼ରରେ ମତେ ଏକବାର କିଏ ଯେମିତି କାବୁ କରିନେଲା । +ଛାତିରେ ଜାକିଧରି ସର୍ବାଙ୍ଗ ଛାଇଗଲା । +ମୁହଁରୁ ବାହାରୁଥିଲା ଆଲ୍‌କହଲର ଗନ୍ଧ । +ସେ ମୁଖା ପିନ୍ଧିଥିଲା, ଗ୍ଲୋବ୍‌ସ ନାଇଥିଲା । +କିଏ ସିଏ ? +ପରେ ଭାବିଲି, ନାଁ ସବୁ ଆଡ଼ଜଷ୍ଟ କରିବାକୁ ହେବ । +ଡର୍ମିଟାରିରେ ନିଶ୍ଚେତ ହୋଇ ଶୋଇ ପଡ଼ିଲି । +ଦୁଇଦିନ ପର୍ଯ୍ୟନ୍ତ ଭୂମିକମ୍ପର ତୀବ୍ରତା ଥାଏ ମୋ ଛାତିରେ । +ବାପାଙ୍କର ଭିଜିଟିଂ ଦିନ ସନ୍‌ଡ଼େ । +ତାଙ୍କୁ କ’ଣ ଏ ସବୁ ଘଟଣା କହିହେବ । +ପରୀକ୍ଷା ମୁଣ୍ଡ ଉପରେ । +ନାଁ ନ କହିଲେ ବରଂ ଭଲ । +ଆଡ଼ମିନିଷ୍ଟ୍ରେଟିଭ ବ୍ଲକ୍‌ ପାଖ ଲୋକାରଣ୍ୟ । +ମୁଁ ଧାଇଁଲି ସେଇଠିକି । +ବିସ୍ମିତା ପାତ୍ର ଓରଫ୍‌ କ୍ଲାସ୍‌ ଟେନ୍‌ଥ । +ଦେଖିବାକୁ ସୁନ୍ଦରୀ । +ଭୂଇଁ ଉପରେ ପଡ଼ିଛି ସିମ୍ପଲ ଅଗ୍ରୱାଲର ମଲାଦେହ । +କ୍ଲାସ୍‌ ନାଇନ୍‌, ଘର ଛତିଶଗଡ଼ । +ଶୋଇ ଯାଇଛି ଯେମିତି ଗାଢ଼ ନିଦରେ । +ଯେଉଁଠି ସ୍କାଭେଞ୍ଜରମାନେ ରହନ୍ତି । +ପାଞ୍ଚତାଲା ଉପରେ ପାଣିଟାଙ୍କି ସାଇଡ୍‌ ଘର କାନ୍ଥରେ କୁଆଡ଼େ ସିମ୍ପଲ ଚଢ଼ିଥିଲା । +ଖସି ପଡ଼ିଲା । + ଏଁ ସିମ୍ପଲ ପଡ଼ିଗଲା ପାଞ୍ଚତାଲା ଉପରୁ ! +କିନ୍ତୁ ମୁଁ ! ମୁଁ ତ ପଡ଼ିଗଲି ନାହିଁ ! +କାହିଁକି ? କାହିଁକି ? +ବାପା ଯଦି ଜାଣିବେ ମୋ ଘଟଣା; ତାହେଲେ କ’ଣ କହିବେ ! +ମୋ ଝିଅର ସବୁ ସରିଗଲା । +ନାଁ ଆଡ଼ଜଷ୍ଟ ହବ କିଛି ! -- GitLab