From 3ba72ba369c8b7948972e9163d8ed8962381036d Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:30:45 +0530 Subject: [PATCH] Upload New File --- .../odiasahitya.com/sent_odiasahitya_galpa_21 | 210 ++++++++++++++++++ 1 file changed, 210 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_21 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_21 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_21 new file mode 100644 index 0000000..6c06283 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_21 @@ -0,0 +1,210 @@ +ପ୍ରେମିକା +ସଦାନନ୍ଦ ତ୍ରିପାଠୀ +ତା: ମେ ୧୨, ୨୦୧୧ +ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ → +ସ୍ମୃତିର ବାହାଘର ସରିଚି । +ସମସ୍ତ ବୈଦିକ କର୍ମ ସରିବା ପରେ ଏବେ ସିଏ ଗୋଟିଏ କୋଠରିରେ ମୁଣ୍ଡପୋତି ବସିଚି । +ଶାଶୁ ଘରକୁ ଯାଇନି , ଯିବ । +ସମୟ ହେଇନି । +ଘରେ ସମସ୍ତେ ବ୍ୟସ୍ତ । +ଘରପୋଡ଼ି ବେଳର ଗୋଟେ ଧାଁ ଦଉଡ଼ ଚାଲିଚି । +ହୋହୋ’ଘୋଘୋ ଭିତରେ ସ୍ମୃତିର କାରୁଣ୍ୟରେ ମୋଟେ ଏକାଗ୍ରତା ରହୁନି । +ଭାବନା ଭିତରେ ବି ସୋମୁ ଏଇନା ଗୋଟେ ଉଦ୍‌ବେଳିତ ସମୁଦ୍ର ! ୟା’ ପରେ ଯେ କୌଣସି ମୁହୂର୍ତ୍ତରେ ବି ତାକୁ ଏକପ୍ରକାର ଟେକିନେଇ ଗାଡ଼ି ଭିତରେ ଲଦି ଦିଆଯାଇପାରେ, ଅଥଚ ଏ ଯାଏଁ ସେ ସୋମୁକୁ ନିଜ ମନରୁ ପୋଛିଦେଇପାରିନାହିଁ । +ସେ ଜାଣେ, ଏଣିକି ସୋମୁ କଥା ଭାବିବା ମଧ୍ୟ ତା’ ପାଇଁ ଅଯୌକ୍ତିକ, ଅଶୋଭନୀୟ ଓ ଅଶାନ୍ତିର କାରଣ ହେବ । +ତେଣୁ ସୋମୁକୁ ତା’ର ଭୁଲିଯିବା ଉଚିତ, ଯୋଜନାବଦ୍ଧ ଭାବେ । +ସୋମୁ କଥା ଭାବିବନି ବୋଲି ସିନା ଠିକ୍‌ କରୁଚି, ସୋମୁ କଣ ତା ମୁଣ୍ଡର ସୁନେଲି କେଶଟିଏ ଯେ ଉପାଡ଼ି ଫିଙ୍ଗିଦେବ, ବା ମୂଲ୍ୟବାନ ଗହଣାଟିଏ, କାହାକୁ ଦାନ କରିଦେବ ? +ଜୀବନ ଗୋଟେ କେମିତିକା ଚିଜ କେଜାଣି, ମନେହୁଏ ପୃଥିବୀରେ ପ୍ରଳୟ ହୋଇ ସାରିବା ପରେ ବି, ପୃଥିବୀ ଧ୍ବଂସ ବା ଛାରଖାର ହେଇଯିବା ପରେ ବି ଜୀବନଟିଏ ଜୀବିତ ଥିବ । +ଚାରିଆଡ଼େ ଶୂନ୍‌ଶାନ । +ଗଛପତ୍ର, ନଈନାଳ, ଜୀବଜନ୍ତୁ, କିଛି ନାଇଁ । +ଚାରିଆଡ଼ ଖାଲି ବାଲୁକାମୟ । +ଅଥବା ଅନ୍ୟ କିଛି ନାଇଁ, ଚତୁର୍ଦ୍ଦିଗ ଜଳାର୍ଣ୍ଣବ । +ଜଳ ମଧ୍ୟରେ ଜଳଚର ଜୀବ ବି ନାହାନ୍ତି । + ଖାଲି ଦୁଇପାଦ ସ୍ଥଳଭାଗ ରହିଚି ଓ ତା’ ଉପରେ ଠିଆ ଅଛି ଜୀବଟିଏ ! +ସୋମୁ କଥା ଭାବିବନି ବୋଲି ସିନା ଠିକ୍‌ କରୁଚି, ସୋମୁ କଣ ତା ମୁଣ୍ଡର ସୁନେଲି କେଶଟିଏ ଯେ ଉପାଡ଼ି ଫିଙ୍ଗିଦେବ, ବା ମୂଲ୍ୟବାନ ଗହଣାଟିଏ, କାହାକୁ ଦାନ କରିଦେବ ? +ଜୀବନ ଗୋଟେ କେମିତିକା ଚିଜ କେଜାଣି, ମନେହୁଏ ପୃଥିବୀରେ ପ୍ରଳୟ ହୋଇ ସାରିବା ପରେ ବି, ପୃଥିବୀ ଧ୍ବଂସ ବା ଛାରଖାର ହେଇଯିବା ପରେ ବି ଜୀବନଟିଏ ଜୀବିତ ଥିବ । +ଚାରିଆଡ଼େ ଶୂନ୍‌ଶାନ । +ଗଛପତ୍ର, ନଈନାଳ, ଜୀବଜନ୍ତୁ, କିଛି ନାଇଁ । +ଚାରିଆଡ଼ ଖାଲି ବାଲୁକାମୟ । +ଅଥବା ଅନ୍ୟ କିଛି ନାଇଁ, ଚତୁର୍ଦ୍ଦିଗ ଜଳାର୍ଣ୍ଣବ । +ଜଳ ମଧ୍ୟରେ ଜଳଚର ଜୀବ ବି ନାହାନ୍ତି । + ଖାଲି ଦୁଇପାଦ ସ୍ଥଳଭାଗ ରହିଚି ଓ ତା’ ଉପରେ ଠିଆ ଅଛି ଜୀବଟିଏ ! +ସ୍ମୃତିକୁ ଅଦ୍ଭୁତ ଲାଗୁଚି, ସେ ତଥାପି ବଞ୍ଚିଛି କେମିତି ? ଅବଶ୍ୟ ନିର୍ଲଜ୍ଜ ହେଲେ ବଞ୍ଚି ରହିହୁଏ । +ତା’ଠୁ ବଡ଼ ନିର୍ଲଜ୍ଜ ଆଉ କିଏ ଥିବ କେଉଁଠି ? ତା’ ବାହାଘର ହେଉଥିବା ଖବର ସେ ସୋମୁକୁ ଜଣାଇଥିଲା । +ସୋମୁକୁ ନିମନ୍ତ୍ରଣ କରିଥିଲା । + ସେ ଆସିଲାନାହିଁ ! +ସୋମୁ ଭଲା ଅଚିହ୍ନା ଲୋକଟିଏ ହୋଇଥାନ୍ତା, କେବେ ହେଲେ ତ ଥରେ ଦେଖା ହେବାର ସମ୍ଭାବନା ଥିଲା । +ପରିଚୟ ହେଉ ବା ନହେଉ, କେତେବେଳେ କେଉଁ ବସ୍‌ରେ, ରେଳରେ, ସିନେମାଘର ପାଖରେ, ଦୋକାନବଜାର ପାଖରେ, କେଉଁ ଭିଡ଼ରେ, କେବେହେଲେ ହୁଏତ ଦେଖା ହୋଇଥାନ୍ତା । +ସେମିତି ଥରକ ପାଇଁ ବି ଅନେକ ଲୋକ ଦେଖା ହୁଅନ୍ତି । +ପରିଚିତ ହୁଅନ୍ତି । +କଥାବାର୍ତ୍ତା ହୁଏ । +ଗୋଟେ ସାଧାରଣ ସମ୍ପର୍କ ସ୍ଥାପିତ ହୁଏ । +ପୁଣି ଥରେ ସାକ୍ଷାତର ସୁଯୋଗ ବି ରହେ । +ସମ୍ପର୍କ ସ୍ଥାପିତ ହେଉ ବା ନ ହେଉ, ଏମିତି ଭାବରେ, ଏତେ ଦୟନୀୟ ଓ ଅନନ୍ୟୋପାୟ ଭାବେ ହଠାତ୍‌ ଛିଣ୍ଡିଯାଏ ନାହିଁ । +ଏଣିକି ସୋମୁ ସହିତ ସାକ୍ଷାତ ତ ଭିନ୍ନ କଥା, ତା’ କଥା ଭାବିବା ମଧ୍ୟ ନିୟମତଃ ଅବୈଧ । +ଏମିତି ଅନାବନା ଭାବନାରେ ସ୍ମୃତି ସନ୍ତୁଳିହେଉଥିବା ବେଳେ ନମିତା, ତାଙ୍କ ସାହିର ଝିଅ ଓ ତା’ ସାଙ୍ଗ, ତା’ ପାଖକୁ ଆସିଲା । +ତା’ କାଖରେ ବସିଥିବା ତା’ର ଦେଢ଼ବର୍ଷର ଝିଅ ରାହା ଧରି କାନ୍ଦୁଥିଲା । +ନମିତା ବିରକ୍ତ ହେଲା : ଓ…ହୋ ! ରଖେଇ ଥୋଇଦବନି ଏ ପିଲାଟା । +ନମିତା ବାହା ହେବା ପୂର୍ବରୁ ଗୋଟେ ପିଲାକୁ ଭଲ ପାଉଥିଲା । +ଏମିତି ସେ ଭଲପାଇବା ଯେ, କଥା ଯାଇ ରାସ୍ତା ଘାଟରେ ମଦ୍ୟପ ପରି ଗଡୁଥିଲା । +ସିଏ ଦିନେ ବାହା ହେଇଗଲା । +ତା’ର ହିଂସୁକ ପ୍ରେମିକ, ତା’ ସ୍ବାମୀ ପାଖକୁ ବେନାମୀ ଚିଠି ମଧ୍ୟ ଲେଖିଲା । +ଥରେ ନମିତାକୁ ପଚାରିଥିଲା ସ୍ମୃତି : ତୁ ତ ବଡ଼ ଅଶାନ୍ତିରେ ଥିବୁ ! +ନମିତା କହିଲା : ଏ କଂସାରି ଘର ପାରାକୁ କୁଲା ଢାଉଁଢାଉଁ ? ସେ ପୋଡ଼ାମୁହାଁ ମିଛଖଚ କରି ଚିଠି ଲେଖୁଛି ଯେ, ଇଏ ସହଜରେ ବହଲିଯିବେ ? +ମୋ ପାଖରେ ଗଦ ଅଛି, ଗଦ ! +ଆଉ ପୁରୁଷଗୁଡ଼ାକ ? +ସିଏ ପରା ଗୋଟେ ଗୋଟେ ଢେମଣା ସାପ ! +ବାହା ହେଇଯିବା ପରେ ତ ଆତ୍ମରକ୍ଷା ପାଇଁ ଧାଇଁପାରୁଥିବା ସେମାନଙ୍କର ଗତି ମଧ୍ୟ ଧିମେଇଯାଏ । + ହଁ, କୋଉ କୋଟିକେ ଗୋଟିଏ ନାଗବଚ୍ଚା ଥିଲେ ଥିବେ ! + ମୋ ପାଖରେ ଗଦ ଅଛି ପରା, ଗଦ ! + ତୁ’ ମଧ୍ୟ ବାହା ହେଲା ପରେ ବଳେ ଦେଖିବୁନି ନା ଜାଣିବୁନି? + ଶୁଣାକଥାକୁ ଅଙ୍ଗେଲିଭା କଥା କେତେ ଛାଡୁଚି, ସେ କଥା କ’ଣ ତତେ ଖାଲି କହିଲେ ତୁ ବୁଝିପାରିବୁ ସହଜରେ ? +ସ୍ମୃତି ସହ ସୋମୁର ସମ୍ପର୍କ କଥା କ୍ବଚିତ୍‌ ଲୋକ ଜାଣିଥିଲେ । +ନମିତାକୁ ସ୍ମୃତି ନିଜେ ବାରମ୍ବାର କହିଚି ଓ ଉପାୟ ମାଗିଚି । +ନମିତା କହିବ : ପ୍ରେମ କରି ବାହାହେଲେ ଭଲ ନାଇଁ । +ପ୍ରକୃତ ସୁଖଟା ଜାଣିହବ ନାଇଁ । +ଗୋଟେ ମହାର୍ଘ ଜୀବନ ଅତି ନିଷ୍ପଳ ଭାବେ ବିତିଯିବ । +ଜଣେ ପ୍ରେମିକ ଓ ସ୍ବାମୀ ମଧ୍ୟରେ ଅନେକ ଫରକ । +ଏକ ପ୍ରକାର ଅସଲି ମନ୍ତ୍ରୀ ଓ ଖବରକାଗଜର ମନ୍ତ୍ରୀ ଭଳି । + ଖବରକାଗଜର ମନ୍ତ୍ରୀମାନେ ଆମକୁ କେତେ ଭଲ ଲାଗନ୍ତିନି ! +ନମିତାର ଝିଅଟି କାନ୍ଦ ବନ୍ଦ କରୁ ନ ଥିଲା । +ନମିତା ବାହାରିଯାଇ ଝିଅକୁ ଅନ୍ୟ କାହା ପାଖରେ ଛାଡ଼ିଦେଇ ଆସିଲା । +ସ୍ମୃତିର ପାଖକୁ ଲାଗି ସେ ବସିଲା ଓ ଅନୁଚ୍ଚ ସ୍ବରରେ କହିଲା : ମୁଁ ଶୁଣୁଚି, ତୋ ବର ସୋମୁ ବିଷୟରେ କିଛି କିଛି ଶୁଣିଛନ୍ତି । +ସ୍ମୃତି ଅବଶ୍ୟ ଟିକିଏ ଚମକିଲା । +ତେବେ ଭାବ ପ୍ରକାଶ କଲାନାହିଁ । +ନମିତାଠାରେ ସବୁକଥା କହିବା ଯୋଗାଏନାହିଁ କି ସବୁ ଭାବନା ମୁକୁଳାଇଦେବାଦ୍ବାରା ନମିତା ତାକୁ ବିଶାଳ ହୃଦୟରେ ଗ୍ରହଣ କରିବ ନାହିଁ । +ବରଂ ସେ ନମିତାର ଆଖିରେ ଆଖି ଥୋଇ କହିଲା : ମୁଁ ତ ଠିକ୍‌ କରିଚି ତାଙ୍କୁ ସବୁ କଥା କହିଦେବି । +ସ୍ମୃତି ଜାଣୁଥିଲା, ନମିତା ତା’ର ଏ ବିଚାରକୁ ସହଜ ଭାବରେ ଗ୍ରହଣ କରିପାରିବ ନାହିଁ । +ଉଭୟେ ଅତୀତରେ କାହାକୁ ଭଲପାଇ, ଅନ୍ୟ କାହାକୁ ତା’ପରେ ବାହା ହେଇଥିଲେ ବି, ନମିତା ଓ ତା’ ଭିତରେ ଫରକ କ’ଣ, ତାହା ସ୍ମୃତି ଜାଣିଚି । +ନମିତା କହିଲା : କି ସୃଷ୍ଟିଛଡ଼ା କଥା ? ଏମିତି କ’ଣ କୋଉ ଝିଅ କହେ ? ଯାହାକୁ ପ୍ରେମ କଲୁ ତାକୁ ତ ବାହାହେଇପାରିଲୁନି । +ଯାହାକୁ ବାହା ହେଲୁ, ତାକୁ ଟିକିଏ ପ୍ରେମ କରିଦେବା ପାଇଁ କାହାର କାହିଁକି ଆପତ୍ତି ରହିବ ? +ପ୍ରେମ କରୁଥିବା ଲୋକକୁ ବାହା ନ ହେଲେ ସିନା ଚଳିଯାଉଚି, ବାହା ହେଇଥିବା ଲୋକ ଯେ ଭଲ ପାଇବା ଦାବି କରିବ । + ଅସୁଲ କରିବ ! +ସ୍ମୃତି ଯୁକ୍ତି କରିବାକୁ ଚାହୁଁ ନ ଥିଲା । + ତେବେ କହିଲା ମୁଁ ତ ତାଙ୍କୁ ଭଲ ପାଇବିନି ବୋଲି କହିନାହିଁ ! +: ଆଉ କ’ଣ କହୁଚୁ ? ନମିତା ଧମକାଇଦେଲା । +କହିଲା ଧୀର କଣ୍ଠରେ : ସୋମୁ କଥା ତାଙ୍କୁ କହିଦେଲେ ଭାବୁଚୁ ସେ ଆଉ ମୋଟେ ବିଶ୍ବାସ କରିବେ ଯେ ତୁ ତାଙ୍କୁ ଭଲ ପାଇପାରୁ ? ବରଂ ଡାହାମିଛ କହିବା କଥା । +ଅନୁଭୂତି ଅଛି ବୋଲି ସିନା କହୁଚି । +ବରଂ ସେ ଯଦି ସୋମୁ କଥା ପଚାରନ୍ତି ମଧ୍ୟ, ତତେ କହିବାକୁ ହବ ଯେ ତୁ ସେଇ ନାଁର ଜଣେ ଲୋକକୁ କେବଳ ଚିହ୍ନିଚୁ । +ବାସ୍‌ । +କିଛି ଗୁମର କଥା ପଚାରିଲେ ହସି ଉଡ଼ାଇଦେବୁ । +ଶତ୍ରୁ ଶ୍ରେଣୀର ବାଜେ ଲୋକମାନେ କାଳେ କିଛି ଅପପ୍ରଚାର କରିଥିବା କଥା ସେ ଶୁଣିଥିବେ ! ଆଉ ଯଦି ଅଧିକ କଥା କହନ୍ତି- କାନ୍ଦି ପକେଇବୁ । +ବାସ୍‌ । +ତୁ ତ କଲେଜ ଡ୍ରାମାରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲୁ । +ସ୍ମୃତି ନୀରବ ଥିଲା । +ନମିତା ତତ୍ତ୍ବ ବଖାଣିଲା : ବିବାହ ପରେ ଜୀବନ, ଏକ ଛଳନାପୂର୍ଣ୍ଣ ଜୀବନ । +ବିବାହ ପରେ ପ୍ରତ୍ୟେକ ମଣିଷ ଦୁଇଟି ମଣିଷ ହେଇଯାଆନ୍ତି । +ଭିତରେ ଗୋଟେକୁ ବାହାରେ ଗୋଟେ । +ଆଉ ମଧ୍ୟ ବିବାହ ପରେ ସୁଖୀ ହେବାକୁ ହେଲେ ପ୍ରତ୍ୟେକ ନାରୀକୁ ଯେ କୌଣସି ପରିସ୍ଥିତିରେ ବି ହସିବାକୁ ପଡ଼ିବ । +ସ୍ବାମୀଟି ପଛେ ଗୋଟାରଙ୍ଗେ ସ୍ତ୍ରୀର ନ ହେଉ, ସ୍ତ୍ରୀକୁ କିନ୍ତୁ ପ୍ରମାଣ କରିବାକୁ ପଡୁଥିବ ଯେ, ସେ ତାଳୁଠୁ ତଳିପା ପର୍ଯ୍ୟନ୍ତ ତା’ ସ୍ବାମୀର; ପଛେ ଛଳନାରେ ହେଉ । +ନମିତାର କଥାରୁ ସ୍ମୃତି ବୁଝିଲା : ତାକୁ କେବଳ ଛଳନା କରି ହିଁ ବଞ୍ଚିବାକୁ ପଡ଼ିବ । +ନିଜ ଜୀବନ ପାଇଁ ନ ହେଲେ ବି, ସ୍ବାମୀ ବୋଲି ସ୍ବୀକାର କରି ଯାହାଙ୍କ ହାତ ଧରି ବାହା ହେଲା, ଅଗ୍ନିକୁ ସାକ୍ଷୀ ରଖି ବେଦୀରେ, ଆତ୍ମୀୟ ସ୍ବଜନଙ୍କ ଉତ୍‌ଫୁଲ୍ଲ ଆଶୀର୍ବାଦ ଓ ଶୁଭେଚ୍ଛା ବଳରେ, ପବିତ୍ରତା ପ୍ରମାଣ କରି । +ନିଜ ଓ ତାଙ୍କ ଜୀବନର ଶାନ୍ତି ପାଇଁ ଅନ୍ତତଃ ତାକୁ ପ୍ରମାଣ କରିବାକୁ ପଡ଼ିବ, ଆବଶ୍ୟକ ହେଲେ କହିବାକୁ ପଡ଼ିବ ଯେ- ସେ ହିଁ ତା’ ଜୀବନର ପ୍ରଥମ ପୁରୁଷ, କେବଳ ତା’ ଦେହ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ନୁହେଁ, ହୃଦୟ ଉପରେ ବି; ଯଦିଓ ତା’ ହୃଦୟର ପ୍ରତି ଅଣୁରେ ଲେଖାଅଛି : ସୋମୁ……ସୋମୁ……ସୋମୁ……ସୋମୁ…… । + ଏବଂ ଏଇଥିପାଇଁ ସୋମୁକୁ ଭୁଲିଯିବା ତା’ର ପ୍ରଥମ ଦାୟିତ୍ବ ! +ସୋମୁକୁ ଭଲପାଇବା ପରଠାରୁ ଏମିତି ଅନେକ ଦିନ ବିତିଚି, ଯେବେ ଦିନ ତମାମ ସୋମୁକଥା ସ୍ମୃତି ଭାବି ନ ଥିବ । +କିନ୍ତୁ ତା’ର ବାହାଘର ଠିକ୍‌ ହେଇଯିବା ପରଠାରୁ ହିଁ ଏମିତି କୌଣସି ଜାଗ୍ରତ ମୁହୂର୍ତ୍ତ ନାଇଁ, ଯେବେ ସୋମୁ କଥା ତା’ ମନକୁ ଆସିନି । +ଚଉଠି ରାତିର ଆରମ୍ଭରୁ ହିଁ ସ୍ମୃତି ଇଚ୍ଛା କଲା, ଶ୍ରୀଦେବଙ୍କୁ କହିଦେବ ସୋମୁ ସହିତ ତା ସମ୍ପର୍କର କଥା । +ପୁଣି ଆରମ୍ଭରୁ ଶ୍ରୀଦେବଙ୍କ ମୁଣ୍ଡରେ ଚାଳ ବାଜିବା ଦ୍ବାରା କି ପ୍ରକାର ବିସ୍ଫୋରଣ ସୃଷ୍ଟି ହେବ ଭାବି ଦବିଯାଉଥିଲା । +କହି ନ ପାରୁଥିବାରୁ ଅପରାଧବୋଧରେ ମନ୍ଥିହେଇଯାଉଥିଲା ତା’ର ବିବେକ ଓ ମସ୍ତିଷ୍କରୁ କିଏ ଯେପରି ସ୍ନାୟୁ ସରବରାହକୁ ଛିଣ୍ଡାଇ ନିଶ୍ଚଳ କରିଦେଉଥିଲା ତା’ର ସମଗ୍ର ଅବୟବ । +ତଥାପି ଶ୍ରୀଦେବଙ୍କ ସୁଖମୟ ରମ୍ୟ ଜୀବନର କଳ୍ପନାକୁ ଅନୁକୂଳରୁ ଶାପଗ୍ରସ୍ତ କରିଦେବା ଅନୁଚିତ ହେବ ବୋଲି ସେ ବିବେଚନା କଲା । +ବିବେଚନା କଲା, ନିଜ ବିଷାଦର ମହାଜନିରେ ନିଜ ସ୍ବାମୀକୁ ଅଂଶୀଦାର କରାଇବା ଅନୁଚିତ ହେବ । +କ୍ରମେ ଚିନାବାଦାମ ମଞ୍ଜି ଉପରର ପତଳା ଚୋପା ଭଳି ରଙ୍ଗ ଉକୁଟିଆସୁଥିଲା ଶ୍ରୀଦେବଙ୍କ ଆଖିରେ ଓ ସ୍ମୃତି ଝାଉଁଳିପଡ଼ିଲା । +କେମିତି ଗୋଟେ ଭୟରେ ସେ ପାଣିପାଣି ହେଇଗଲା । +ସ୍ମୃତିକୁ ସବୁ ଅତର୍କିତ ଓ ରୁଚିହୀନ ମନେହେଲା । +ପୁଣି ଥରେ ଜାଣିହେଲା ପଙ୍ଖା ଘୂରୁଛି । +ଦେଖାହେଲା ପଶ୍ଚିମପଟ କାନ୍ଥରେ ଟଙ୍ଗାଯାଇଛି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ବନ୍ଧେଇ ଫଟୋ । +ଶୁଣିହେଲା ଜୀବନର ତିକ୍ତ ବିଳାପ । +ଶରୀର ଭିତରେ କୋଉଠି କିଛି ଭାଙ୍ଗିଯାଇଥିବା ପରି, ଧସିଯାଇଥିବା ପରି କେଉଁ ଯୁଗର ପ୍ରସ୍ତର-ପ୍ରାସାଦ, ଗୋଟେ ଅନୁଭବର କାରୁଣ୍ୟ ପ୍ରତି ସଚେତନତା ଆବୋରିବସିଲା ଚେତନାକୁ । +ବିଷଦାନ୍ତ ଭାଙ୍ଗିଯାଇଥିବା ପରି ନିର୍ଲଜ୍ଜ ହସଟିଏ ଲାଖିରହିଥିଲା ଶ୍ରୀଦେବଙ୍କ ଓଠରେ । +ପଙ୍ଖା ଘୂରୁଥିଲା । +ସ୍ମୃତି ଭାବିଲା, ଏହା ହିଁ ପ୍ରକୃଷ୍ଟ ସମୟ ଯେବେ ସବୁକିଛି ବର୍ଣ୍ଣନା କରି ସେ ସୋମୁ ସହ ତା’ର ସମ୍ପର୍କ ପାଇଁ ଶ୍ରୀଦେବଙ୍କଠାରେ କ୍ଷମା ଭିକ୍ଷା କରିବ । + ଅଥଚ ଘୂରୁଥିବା କଳା ରଙ୍ଗର ଶିଲିଂ ଫ୍ୟାନ୍ଟିକୁ ଲକ୍ଷ୍ୟ କରୁକରୁ ନିଜ ଭିତରେ ସାହସ ସଂଗ୍ରହ କରୁଥିବା ସ୍ମୃତି କିଛି ସମୟ ପରେ କଡ଼ ଲେଉଟାଇ ଦେଖିଲା, ଶ୍ରୀଦେବ ଗୋଟେ ପରିତୃପ୍ତ ସ୍ବାର୍ଥପରତାରେ ନିଘୋଡ଼ ନିଦରେ ଶୋଇପଡ଼ିଛନ୍ତି ! +ପ୍ରତିଦିନ ହିଁ ସ୍ମୃତି ଠିକ୍ କରେ ଶ୍ରୀଦେବଙ୍କୁ ସବୁକଥା ଖୋଲି କହିଦେବ । +ଅଥଚ ପ୍ରତି ରାତିରେ ହିଁ ଶୋଇବାଘରେ ସେ ପାଲଟିଯାଏ ଆକ୍ବାରିଅମର ମାଛ । +ତା’ କଥା ଅକୁହା ରହିଯାଏ । +କ୍ରମେ ଶ୍ରୀଦେବଙ୍କ ଛୁଟିଦିନ ସରିସରି ଆସୁଥାଏ । +ଏତିକି ଦିନ ଭିତରେ ସେ ବାରମ୍ବାର କହିସାରିଥିଲେ କି, କର୍ମସ୍ଥଳୀକୁ ଏକାକୀ ଫେରିବା ଦ୍ବାରା ତାଙ୍କୁ ରୁନ୍ଧିହେଲା ପରି ଲାଗିବ । +ଶ୍ବାସରୁଦ୍ଧ ଲାଗିବ । +କେଜାଣି ସେ ବଞ୍ଚିପାରିବେ କି ନାହିଁ । +ସ୍ମୃତିକୁ ସାଙ୍ଗରେ ନେଇଯାଆନ୍ତେ ଯେ, ବାହାହେବା ସାଙ୍ଗେ ସାଙ୍ଗେ ନେଇଯିବାଦ୍ବାରା କଥାଟା ଆଲୋଚିତ ହେବ । +ଘରେ ଅନ୍ୟ କେହି ନ କହୁଣୁ ଆବୁଡ଼ା ପଡ଼ି ନିଜେ କହିବାକୁ ମାଡ଼ି ମାଡ଼ିପଡ଼ିବ । +ତା’ ଛଡ଼ା କମ୍ପାନୀ ତାଙ୍କୁ ରହିବାକୁ ଯେଉଁ ଜାଗା ଦେଇଚି, ସେଇଟି ଗୋଟେ ହଷ୍ଟେଲ ଭଳି । +ସେଇଠି ଅନେକ ଅବିବାହିତ ଲୋକ ରହନ୍ତି । +ଘର ମିଳି ନ ଥିବାରୁ ବିବାହିତ, ବିଶେଷତଃ ସଦ୍ୟ ବିବାହିତମାନେ ବି ସେଠି ରହନ୍ତି ଯେ, ସେଇ ପରିବେଶରେ ଏକାନ୍ତତାର ଘୋର ଅଭାବ । +କାହାର ଜଣକର ସ୍ତ୍ରୀକୁ ଅନେକ ଲୋକର ଭାଉଜ ହେବାକୁ ପଡ଼ିବ । +କହୁକହୁ ଶ୍ରୀଦେବ ଏକଥା ମଧ୍ୟ କହିପକାଇଥିଲେ କି, ପତ୍ନୀ ସୁନ୍ଦରୀ ଓ ମେଳାପୀ ବା କେବଳ ସୁନ୍ଦରୀ ବା କେବଳ ମେଳାପୀ ହେଇଥିଲେ ବି ଚା’ବିସ୍କୁଟ ଯୋଗାଇବାକୁ ସ୍ବାମୀର ସମୟୋଚିତ ଦିଲ୍‌ଖୋଲା ସାର୍ବଜନୀନ ଭ୍ରାତୃଭାବ, ତା’ ପକେଟ ଖାଲିର କାରଣ ହେବ । +ତଥାପି ଶ୍ରୀଦେବ ସ୍ମୃତିକୁ ସାଙ୍ଗରେ ନେଇଯାଆନ୍ତେ । +ନହେଲେ ସବୁ ସମୟ ଅନ୍ୟମନସ୍କତାରେ ବିତିବ । +କେଜାଣି ସମୟ ବିତିବ କି ନାଇଁ ! ତା’ଛଡ଼ା ଖାଇବାପିଇବାର ମଧ୍ୟ ଘୋର ଅସୁବିଧା ହେବ । +ସ୍ମୃତି ଶୁଣିଥିଲା, ବାହା ହୋଇଯିବା ମାତ୍ରେ, ବାହାରେ ରହି ଜୀବିକା ଅର୍ଜନ କରୁଥିବା ଯୁବକମାନଙ୍କର ହଠାତ୍‌ ଗୋଟେ କ’ଣ ଖାଇବାପିଇବାର ଅସୁବିଧା ଦେଖାଦିଏ । +ଏ ପ୍ରକାର ଅସୁବିଧା ଫଳରେ ସେମାନେ ଅଳ୍ପଦିନ ମଧ୍ୟରେ ବହୁତ ବେଶୀ ଝଡ଼ିଯାଉଥିବା କଥା ମଧ୍ୟ ସ୍ମୃତି ଶୁଣିଥିଲା । +ଶ୍ରୀଦେବଙ୍କର ମଧ୍ୟ ସେମିତିକା ଅସୁବିଧା ହେବ ବୋଲି ଶୁଣିବା ପରେ ତାକୁ ହସ ଲାଗିଲା । +ସେ ଟିକିଏ ଲାଜେଇଯାଇଥିଲା ମଧ୍ୟ । +ତେବେ କିଛି ସମୟ ବାଦ୍‌ ଲୁଚାଇଦେଇଥିବା ମୁହଁକୁ ଉଠାଇ, ହସ ଚାପି ସେ କୋମଳ ପ୍ରଶ୍ନ କଲା : ଏତେଦିନ ଯାଏଁ ଯେ ତମେ ଏକଲା ଥିଲ, କୋଉଠି ଖାଇବାପିଇବା କରୁଥିଲ, ତା’ହେଲେ ? ତା’ କଥା ଶୁଣି ଶ୍ରୀଦେବ ତକିଆଟିଏ ଉଠାଇ ତା’ ମୁହଁ ଉପରକୁ ଫିଙ୍ଗିଥିଲେ ପ୍ରେମପୂର୍ଣ୍ଣ ପରାଜୟର ଅଭିନୟପୂର୍ଣ୍ଣ ଅଭିମାନରେ । +ଶ୍ରୀଦେବ ପ୍ରକୃତରେ ଜଣେ ଭଲ ଲୋକ । +ତାକୁ ପ୍ରକୃତରେ ହିଁ ବହୁତ ଭଲ ପାଆନ୍ତି । +ସ୍ମୃତି ନିର୍ଣ୍ଣୟ କରୁଥିଲା । + ତା’ ମନରେ ଦ୍ବନ୍ଦ୍ବ ଆସୁଥିଲା ଏମିତି ଜଣେ ଖୁସିବାସିର ଲୋକକୁ ସେ ସୋମୁ କଥା କହିବା ଠିକ୍‌ ହେବ ! କିନ୍ତୁ ନମିତା କହୁଥିଲା, ଶ୍ରୀଦେବ ସୋମୁ ସମ୍ପର୍କରେ କିଛି କିଛି ଜାଣନ୍ତି ! +ଯେଉଁଦିନ ଶ୍ରୀଦେବ ନିଜ ଚାକିରି କ୍ଷେତ୍ରକୁ ଫେରିଯିବା କଥା, ତା’ ପୂର୍ବ ରାତିରେ ସ୍ମୃତି କହିଲା: ସୋମୁ ମୋର ଜଣେ ଦୂର ସମ୍ପର୍କୀୟ । +ମୋର ତାଙ୍କ ସହିତ ହୃଦୟର ସମ୍ପର୍କ ଥିଲା । +ଶ୍ରୀଦେବ ସ୍ମିତ ହସି କହିଲେ : ମୁଁ ତାହା ଜାଣିଚି । +ସ୍ମୃତିର ହଠାତ୍‌ ମନେହେଲା, ଏଇ ପାଖରେ କେଉଁଠି ପ୍ରଚଣ୍ଡ ଶବ୍ଦରେ ତୋପଟିଏ ଫୁଟି ତା’ର କାନ ଅତଡ଼ା ପଡ଼ିଗଲା । +ସେ ନିଜକୁ ସମ୍ଭାଳିନେଲା ପର ମୁହୂର୍ତ୍ତରେ ଓ ନିଜ ମନକୁ ବୁଝାଇଲା : ଏଥିରେ ଏତେ ବିଚଳିତ ହେଲାଭଳି କ’ଣ ଅଛି ? ନମିତା ତ କହୁଥିଲା, ସେ ସୋମୁ ସମ୍ପର୍କରେ କିଛି କଥା ଶୁଣିଛନ୍ତି । + ତେଣୁ ଏକ ଦୀର୍ଘଶ୍ବାସ ପରେ ସେ ପ୍ରଶ୍ନକଲା : ସତେ ?: ହଁ । +ଶ୍ରୀଦେବ କହିଲେ । +ଆଶ୍ଚର୍ଯ୍ୟ ହେଲେ : ବରଂ ମୁଁ ଭାବୁଥିଲି ତମ ଭଳି ଜଣେ ନିଷ୍କପଟ ଝିଅ ମତେ ଏତେ ଦିନ ଯାଏଁ ଏକଥା ନ କହୁଛି କେମିତି ! ତମେ ନ କହିଥିଲେ ମୁଁ ଅବଶ୍ୟ ପଚାରି ନ ଥାନ୍ତି । +ତଥାପି ମୁଁ ଯେମିତି ଇଛା କରୁଥିଲି, ତମେ ମତେ ଶୀଘ୍ର ହିଁ ହାଲୁକା କରିଦେବ । +ସ୍ମୃତିର ଆଖିରେ ଲୁହ ଆସିଯାଇଥିଲା । +ମ୍ଳାନ ନୀଳ ଆଲୋକରେ ନିଜ ଲୁହକୁ ଲୁଚାଇଦେବା ତା’ ପକ୍ଷରେ କଷ୍ଟକର ହେଲା ନାହିଁ । + ସେ ପଚାରିଲା : ସବୁ କଥା ଜାଣିବା ପରେ ତମର ମୋ ଉପରେ କ୍ରୋଧ ହୁଏ ନାହିଁ ? +: ହୁଏ । +ବେଳେବେଳେ ହେଉଥିଲା । + କିନ୍ତୁ ସବୁ କିଛି ନ ଜାଣି କ୍ରୋଧ କରିବା ଦ୍ବାରା ମୋ ନିଜର କ୍ଷତି ସିନା ! +: ତମେ ତ କହିଲ, ତମେ ସବୁ କିଛି ଚାଣିଚ ! +: ସବୁ କିଛି ଜାଣିଚି ବୋଲି କେତେବେଳେ କହିଲି ? ତା’ଛଡ଼ା ମୁଁ ଏମିତି ଭାବେ ଜାଣିଥିଲି, ଯାହା ପ୍ରକୃତରେ କିଛି ନ ଜାଣିଥିବା ସହିତ ସମାନ । +ତମ ସହ ମୋର ନିର୍ବନ୍ଧ ହୋଇସାରିବା ପରେ ମୁଁ ଗୋଟିଏ ବେନାମୀ ଚିଠି ପାଇଥିଲି । +: ବେନାମୀ ଚିଠି ! ସ୍ମୃତି ଅସ୍ପଷ୍ଟ ଧ୍ବନି ଉଚ୍ଚାରଣ କଲା ।: ହଁ । +କିଏ ଜଣେ ଲେଖିଥିଲା । +କିଛି ଆଜେବାଜେ କଥା । + ଅବଶ୍ୟ ସିଏ ଏକଥା ମଧ୍ୟ ଲେଖିଥିଲା ଯେ, ତା’ପରେ ବି ଯଦି ମୋର ତମ ସହିତ ବାହାଘର ହୁଏ, ତେବେ ତୁମକୁ ସେଇ ଚିଠିଟି ମୁଁ ଯେମିତି ନ ଦେଖାଏଁ ! କାରଣ ତମେ ତା’ର ହସ୍ତାକ୍ଷର ଚିହ୍ନିପାରିଥାନ୍ତ ! +: ତମେ ସେ ଚିଠିଟି କେଉଁଠି ରଖିଚ ? ସ୍ମୃତି ଉଦ୍‌ବେଗରେ ପଚାରିଦେଲା । +: ରଖିନାଇଁ । +ଚିରିଦେଇଚି । +ସ୍ମୃତି ନିଜ ଭିତରେ ଯେମିତି କି ମନ୍ଥିହେଇଯାଉଥିଲା । + ଭିଡ଼ ଭିତରେ ଠେଲାପେଲା ହେଉଥିବା ହଜାର ହଜାର ମଣିଷଙ୍କ ପାଦତଳେ ଯେମିତି ଦଳି ଚକଟିହେଇ ଆପ୍ରାଣ ଉଦ୍ୟମରେ ନିଃଶ୍ବାସ ନେଇପାରୁ ନ ଥିଲା ! +କିଛି ସମୟ ନୀରବରେ ମୁଣ୍ଡ ପୋତି ବସିରହିବା ପରେ ଖୁବ୍‌ କଷ୍ଟସାଧ୍ୟ ଭାବେ ମ୍ରିୟମାଣ କଣ୍ଠରେ ସେ ପ୍ରଶ୍ନକଲା : ଚିଠିଟି ମତେ ଦେଖାଇବା ପୂର୍ବରୁ ଚିରିଦେଲ ? +ଶ୍ରୀଦେବ ତା’ ସ୍ବରର ଅଭିମାନକୁ ଚିହ୍ନିଲେ । +କହିଲେ : ହଁ । +ପାଇସାରି ପଢ଼ିବାପରେ ହିଁ ମୁଁ ସେଇଟିକୁ ଚିରିଦେଇଚି । +କାରଣ ମୁଁ ଅଯଥା ଦୁଶ୍ଚିନ୍ତା ଭିତରେ ରହିବାକୁ କେବେ ହେଁ ପସନ୍ଦ କରେନା । +ତା’ ଛଡ଼ା, ତମ ସହିତ ମୋର ନିର୍ବନ୍ଧ ହେଇସାରିଥିଲେ ବି ବିବାହ ହୁଏତ ନ ହେଇପାରିଥାନ୍ତା ମଧ୍ୟ ! ଏବଂ ମୁଁ ତୁମକୁ ବିବାହ କରିବାକୁ ଚାହୁଁଥିଲି । +: ଚିଠି ପାଇବା ପରେ ବି ? +: ଚିଠି ଲେଖିଥିବା ଲୋକକୁ ମୁଁ ଜାଣେନାହିଁ । +ତା’ର ଉଦ୍ଦେଶ୍ୟ ମଧ୍ୟ ଜାଣେନା । +ସେ ଲେଖିଥିବା କଥା ମିଛ ବି ହେଇପାରିଥା’ନ୍ତା ! ଏମିତି କି ମୁଁ ଯଦି ତୁମକୁ ପଚାରିଥାନ୍ତି, ସୋମୁ ସହ ତମ ସମ୍ପର୍କ କଥା, ତମେ ମଧ୍ୟ ନିର୍ବିକାର ଭାବେ କହି ପାରିଥା’ନ୍ତ ଯେ, ତମେ ସେଇ ନାଁର କୌଣସି ଲୋକକୁ ଚିହ୍ନିନାହଁ । +ହଁ, ଅବଶ୍ୟ ସେ ଚିଠିରେ ଲେଖାଥିଲା, ମୁଁ ଯଦି ତୁମକୁ ସୋମୁ କଥା ପଚାରେ କେବେ, ତା’ହେଲେ ତମେ ସେଇ ନାଁରେ ଜଣେ ଲୋକକୁ ଏମିତି କେବଳ ଚିହ୍ନିଚ ବୋଲି କହିପାର, ଯେମିତି ସମସ୍ତଙ୍କର କିଛି ଚିହ୍ନାଲୋକ ଥାଆନ୍ତି, ଅଥଚ ସମ୍ପର୍କ ପ୍ରାୟ ନ ଥାଏ । +କାହିଁ ? ବରଂ ମୁଁ କିଛି ପଚାରିବା ପୂର୍ବରୁ ତମେ ନିଜେ ସେଇ କଥା କହୁଚ ! ମୁଁ ଜାଣିପାରିଚି, ତମେ ଖୁବ୍‌ ନିର୍ମଳ ଓ ଉଜ୍ଜ୍ବଳ । +ମୁଁ ଖୁସି । +ସ୍ମୃତି କାନ୍ଦକାନ୍ଦ ହେଇଗଲା । +ଏତେ ଦିନ ପରେ ପ୍ରଥମ ଥର ପାଇଁ ସ୍ବେଚ୍ଛାକୃତ ଭାବେ ସେ ଶ୍ରୀଦେବଙ୍କ ଛାତିରେ ଆଉଜିପଡ଼ିଲା । +ଶ୍ରୀଦେବ କହିଲେ : ସ୍ମୃତି ! ତଥାପି ବିବାହ ବେଦୀ ପର୍ଯ୍ୟନ୍ତ ବି ମୁଁ ପ୍ରସ୍ତୁତ ଥିଲି, କାଳେ କିଛି ଅଘଟଣ ଘଟିପାରେ । +କିନ୍ତୁ ମୁଁ ଆଶା କରୁଥିଲି, ନିର୍ବନ୍ଧ ପାଇଁ ତମେ ଯେତେବେଳେ ରାଜି ହେଇଚ, ବିବାହ କରିବାରେ ବି ତମର କିଛି ଆପତ୍ତି ନ ଥିବ । +ଆଉ ମଧ୍ୟ, ତମେ ତ ଜାଣିଚ, ବିବାହ ବେଦୀରେ ଶିଶୁପାଳ ହେବା ଓ ନିର୍ବନ୍ଧ ପରେ ଶିଶୁପାଳ ହେବା ଏକାକଥା । +ସେମିତି କୌଣସି ଅଘଟଣ ଘଟିବାକୁ ପ୍ରଶ୍ରୟ ନ ଦେଇ ତମେ ମତେ ଯେତେ ଦୂର ଅସମ୍ମାନିତ ହେବାରୁ ବଞ୍ଚାଇଛ, ସେଥିପାଇଁ ମୁଁ ତମଠାରେ କୃତଜ୍ଞ । +ଏଥର ସ୍ମୃତି ପ୍ରକୃତିରେ କାନ୍ଦିପକାଇଲା ଅସହ୍ୟ ଭାବାବେଗରେ । +ଶ୍ରୀଦେବ ତା’ର ମୁଣ୍ଡ ଆଉଁଷିଲେ । +କହିଲେ : ପ୍ରେମର କୌଣସି ପରିଭାଷା ଦେବାପାଇଁ ମୁଁ ନିହାତି ଅକିଞ୍ଚନ । +କିନ୍ତୁ ମୁଁ ଗୋଟିଏ ବିଚିତ୍ର ପ୍ରେମ କାହାଣୀ ଶୁଣିଚି । +ଏମିତି ଭାବେ ମଧ୍ୟ ପ୍ରେମ ସମ୍ପର୍କ ଗଢ଼ିଉଠିପାରେ । +ଝିଅ ଦେଖା କରିବାକୁ ଆସୁଥିବା ଲୋକମାନଙ୍କ ସାମନାକୁ ବାରମ୍ବାର ଆସି ସୁଦ୍ଧା ବିବାହଯୋଗ୍ୟ ଝିଅଟିଏ କୌଣସି ନା କୌଣସି କାରଣରୁ ନିଜର ଯୋଗ୍ୟତା ପ୍ରମାଣ କରିପାରୁ ନ ଥିଲା । +ଶେଷରେ ସେ ଏମିତି ଏକ ବରପାତ୍ର ସାମନାକୁ ଆସିଲା, ଯା’ର ଗୁରୁଜନମାନେ ତାକୁ ପସନ୍ଦ ନ କଲେ ବି ନିଜେ ବରପାତ୍ରଟି ତାକୁ ପସନ୍ଦ କରିଥିଲା ଓ ଭଲପାଇବା ଆରମ୍ଭ କରିଦେଲା । +ଝିଅଟି ତା’ର ସେଇ କୁଟାଖିଅ-ପ୍ରେମିକଟିକୁ ଅନେକ ଚିଠି ଲେଖିଲା, ଆବେଗର ଲୁହରେ ଭିଜାଇ ଦେଲା ତା’ ହୃଦୟ ! ଅବଶ୍ୟ ସେ ଦୁହେଁ ପରସ୍ପରକୁ ବାହା ହେଇପାରିଲେ ନାହିଁ । +ଶ୍ରୀଦେବ ବିରାମ ନେଲେ ଓ କହିଲେ : ଧରିନିଅ ଖଣ୍ଡେ ଜାମା କିଣିବା ପାଇଁ ମୁଁ ଦୋକାନକୁ ଗଲି । +ମୁଁ ଯେଉଁ ଜାମାଟି ପସନ୍ଦ କଲି, ତାହା କିଣିପାରି ନ ଥିଲେ ବି ଅନ୍ୟ କେହି ଯେ ସେ ଜାମାଟିକୁ ପସନ୍ଦ କରି ନ ଥିବ, ଏମିତି ତ କିଛି ମାନେ ନାଇଁ ! ତେବେ କଥା କହିପାରୁଥିଲେ, ହୁଏତ ଜାମାଟି କହିଥାନ୍ତା, ମୋର ଶୋଭା ବର୍ଦ୍ଧନ କରିବାକୁ ସେ ମୋ ସହିତ ରହନ୍ତା; ଯେମିତି ତମେ ଏଇନା ମୋର ମର୍ଯ୍ୟାଦା ବଢ଼ାଉଛ ! କହିସାରି ଶ୍ରୀଦେବ ପ୍ରାଣ ଖୋଲି ହସିଲେ । +ସ୍ମୃତି ଲୁହ ପୋଛି କହିଲା : ଦେବ୍ ! ମୁଁ ଏତେ ବେଶୀ ଉଦାରତା ସହିପାରୁ ନାହିଁ! +ଶ୍ରୀଦେବ ଗମ୍ଭୀର ହେଲେ । +କହିଲେ : ଉଦାରତା ନୁହେଁ ସ୍ମୃତି, ମୋର ବରଂ ଗୋଟେ ପ୍ରକାର ବ୍ୟାକୁଳ ଅଭିଳାଷ ଥିଲା, ମୋର ତମ ଭଳି ପ୍ରେମିକାଟିଏ ଥାଆନ୍ତା ! କାରଣ ବେନାମୀ ଚିଠିଟି ପାଇବା ପରେ ମୁଁ ସୋମୁ ପାଖକୁ ଯାଇଥିଲି । +ସ୍ମୃତି ଅଚାନକ ପଚାରିଦେଲା : ଚିଠିଟି କ’ଣ ସୋମୁ ଲେଖିଥିଲେ ? +ଶ୍ରୀଦେବ ଆଶ୍ଚର୍ଯ୍ୟାନ୍ବିତ ହେଲେ : ସୋମୁ ସମ୍ପର୍କରେ ତମ ଧାରଣା କ’ଣ ପ୍ରକୃତରେ ଏତେ ନ୍ୟୂନ ? ତମେ କ’ଣ ପ୍ରକୃତରେ ଭାବିପାରୁଚ ଯେ, ସୋମୁ ଏମିତି ଗୋଟିଏ ଚିଠି କେବେ ଲେଖିପାରନ୍ତି ? +ସ୍ମୃତି ଟିକିଏ ମ୍ଳାନ ଜଣାପଡ଼ିଲା । +ଟିକିଏ ବିରାମ ନେଇ, ସ୍ମୃତିର ଆଖିରେ ଆଖି ରଖି, ଶ୍ରୀଦେବ କହିଲେ : ଜାଣ ସ୍ମୃତି ? ସୋମୁ ତାଙ୍କ ଘରର କାନ୍ଥରେ ଗୋଟିଏ ତୈଳଚିତ୍ର ଟାଙ୍ଗିଛନ୍ତି ! ଚିତ୍ରଟି ତୁମର । +ଚିତ୍ର ତଳେ ଲେଖାହେଇଚି, “ତମେ ହେଲେ ମୋ ମାଆ ହେଇ ଜନ୍ମ ହେଇଥା’ନ୍ତ ।” -- GitLab