diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_pustak_4 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_pustak_4 new file mode 100644 index 0000000000000000000000000000000000000000..e2ed214a65ebe4ee65a6b9138b60bfa5440a30ef --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_pustak_4 @@ -0,0 +1,42 @@ +ଅପୂର୍ବା - ପୁସ୍ତକ ସମୀକ୍ଷା +- ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ମାର୍ଚ୍ଚ୍ ୧୬, ୨୦୧୧ +ମୂଳ ପୃଷ୍ଠା → ପୁସ୍ତକ ସମୀକ୍ଷା → +ଲେଖକ :ଅଜୟ ପ୍ରଧାନ +ପ୍ରକାଶକ : ଶ୍ରଦ୍ଧା ପବ୍ଲିକେଶନ୍, ବାଲେଶ୍ବର +ସମୀକ୍ଷକ : ଉମାକାନ୍ତ ମିଶ୍ର ( ଓଡିଆସାହିତ୍ୟ ଡଟ୍ କମ୍ ) +ତିରିଶ ବର୍ଷରୁ ଊର୍ଦ୍ଧ୍ବ କବିତା ଭିତରେ ବୁଡିଥିବା କବି ଅଜୟ ପ୍ରଧାନଙ୍କର “ଅପୂର୍ବା ” ଯେତିକି ଅପୂର୍ବ ସେତିକି ବିସ୍ମୟ କର । +ଗୋଟିଏ ଲମ୍ବମାନ ପୃଷ୍ଠଭୂମି ଉପରେ କବିତାର ଲୌକିକ ଯାତ୍ରା ପାଠକକୁ ବେଳେବେଳେ ନୀରବ ସ୍ପର୍ଶର ଆଲୋଡନ ଦିଏ ତ, କେତେବେଳେ ଉଚ୍ଛ୍ବାସ ମୁଖର କରିପକାଏ । + “ପାଇଚି ଜଳିଜଳି” ଶବ୍ଦକୁ କବିତାରେ +ଜଳିଜଳି ପାଇଚି ତୁମକୁ,ଶବ୍ଦକୁ,ଜୀବନ ଓ ବାସ୍ନାଭିଜା ମାଟିକୁ (ପୃ ୧୧) +“ତମ ପାଖରେ ଥିଲାବେଳେ” କବିତାରେ: +ବଦଗୁଣ ବୋଇଲେ; +କାମରେ ଥିବାବେଳେ ମୁଁ କାମରେ +ତମ ପାଖରେ ଥିବାବେଳେ ତମେରେ +ଯେ କୌଣସି ମୁହୂର୍ତ୍ତରେ ଯୋଉଠି ନାଇ ସେଇଠି +ନିଜକୁ ଭାଗଭାଗ କରି ବାଣ୍ଟି ଦେଇ ପାରେ । +କବିତା ଓ ପ୍ରେମିକା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ହୋଇ ସମକାଳୀନ ସାମାଜିକ ଚିତ୍ର ଅର୍ଥନୈତିକ ପରିବେଶ ବ୍ୟକ୍ତିର ସ୍ବପ୍ନ ଓ ସମର୍ପଣ ସୁଦ୍ଦୁ ସରଳ ଭାଷାରେ ଏଭଳି ଗୁମ୍ପିତ ଓ ସବ୍ଦିତ ହୋଇଛି ଯେ ଏକାଦି କ୍ରମେ ପ୍ରଥମରୁ ଶେଷଯାଏ ପଢିବାକୁ ଇଚ୍ଛାହୁଏ । +ବ୍ୟବହାରିକ ଜୀବନର ଦୃଶ୍ୟମାନ ଜଗତକୁ ଶବ୍ଦରେ ରୂପାୟିତ କଲାବେଳେ ଅଜୟ ପ୍ରଧାନଙ୍କ ସଂଳାପ କୌଶଳ ଦେଇ ଲକ୍ଷ୍ୟଣୀୟ । +“ଶ୍ରବଣ ବଦଳେ ଆସିଥାନ୍ତା ଫଗୁଣ” କବିତାରେ: +ମାନିଥିଲେ ଏତେବେଳକୁ +ହୋଇଥାନ୍ତା କେଇଟା ଛୁଆ +ଧଇଁ ସଇଁ ଦୌଡୁଥାନ୍ତି କେତେ କୁଆଡେ +କିଏ ଯିବ ସ୍କୁଲ୍, କାର ଆସିବ ସାର୍ଟ ବେଲ୍ଟ୍ ଜୋତା +କାର ଦିଆହବ ଦରମା, କାର ଦରକାର ଔଷଧ +ଜଗୁ ଜଗୁ ଯାଇଥାନ୍ତା ବେଳ ଗାଡିମଟର +ପୁଣି କିଏ ଭାଙ୍ଗି ଦେଲାଣି ଟିଭି ଦେଖତ +କିଏ ଫିଙ୍ଗିଲାଣି କାଚ ବୋତଲ +କେଁ କେଁ ହେଲାଣି କିଏ ଖାଇବାକୁ ବିସ୍କୁଟ୍‌ ଚକୋଲେଟ୍‌ । +ଭୂମି ଓ ଭୂମା ଓ ଭୂମା ଓ ଭୂମିରେ ଏ କକିଙ୍କ କଳ୍ପନା ବାସ୍ତବର ପ୍ୟୁପା ଭିତରେ କେବେ ଥାଏ ତ କେବେ ବାସ୍ତବ କଳ୍ପନାର ଅଳଙ୍କାରରେ ଝଲ୍‌ସୁଥାଏ । +ଅଭିଜ୍ଞତା ଉପଲବ୍ଧିରେ ଅନୁପ୍ରାଣିତ “ଅପୂର୍ବା” ଗୋଟିଏ ପେଟିଙ୍ଗ୍ । +ଭୂମି ପର୍ବ, ଶବ୍ଦ ସାତତାଳର ସେଇ ସବୁ କବିତା ବଇଦା ନା ଓ ଅନ୍ୟମାନେ ଇତ୍ୟାଦି କବିତା ଗ୍ରନ୍ଥ ଗୁଡିକରେ ଥିବା ଜାଗତିକ ସୌନ୍ଦର୍ଯ୍ୟର ଅପରିସୀମ ବିନ୍ୟାସ ଅପୂର୍ବାରେ ଦୂଷ୍ଟି ଗୋଚର ହୁଏ । +ଚରିତ୍ରମାନଙ୍କର ମନଃଜଗତର ରହସ୍ୟକୁ ତତ୍‌କାଳିନ ସମୟରେ ଅନୁବନ୍ଦିତ କରିବାରେ ଅଜୟଙ୍କର ଯେଉଁ ଅପୂର୍ବ ସିଦ୍ଧହସ୍ତତା ତଥା ଶବ୍ଦଚଳନ ଓ ମିଶ୍ରଣରେ ଯେଉଁ ନିଆରପଣ ତାହାହିଁ ତାଙ୍କୁ ଓଡିଆ କବିତା ପରମ୍ପରାରେ ସ୍ବତନ୍ତ୍ର କରିରଖିବାର ପ୍ରୟାସ ରଖେ । +ଶବ୍ଦର ବିସ୍ତୃତି କବିତାଠାରୁ ଯେ ବୃହତ୍ତର ଯେମିତି ପ୍ରେମିକ ପ୍ରେମିକାଠାରୁ ପ୍ରେମ କବିଙ୍କ ଭାଷାରେ: +କେବଳ ଅଧେ ମନେ ହୋଇଚି ଯେ +ସମୁଦ୍ର ତମ ନଖତଳେ, ଉପରେ ଆକାଶ +ଯାର ମୁଁ କିଛି ଅଂଶ +ଜମିଥିବା ମାଟି ପରି ମଇଳାର କିଛି ଅଂଶ +କିଛି, ଫୁଲ ହେଇ ଫୁଟିଥିବା ସୂର୍ଯ୍ୟର +ପଲିସ୍‌ ମାଗୁଥିବା ପବନର କିଛି +ଆଉ କିଛି, ପାପୁଲି ପରି ଦିବ୍ୟାଙ୍ଗନାର +ଭାବମନ୍ଥନ କରି “ଅପୂର୍ବା”ରେ ପ୍ରେମର ସରଣୀକରଣ ଏକ ନୂଆ କାବ୍ୟିକ ଉପନ୍ୟାସ ।