diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia17.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia17.txt new file mode 100644 index 0000000000000000000000000000000000000000..cfa7936a26a0ecf020c65e201087982c206a50f3 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia17.txt @@ -0,0 +1,32 @@ +ଅଶ୍ୱସ୍ତ ଗଛ ଦ୍ୱାରା ସ୍ୱାସ୍ଥ୍ୟର ହୋଇଥାଏ ଅନେକ ଲାଭ +ଅଶ୍ୱସ୍ତ ଗଛ +ପବିତ୍ର ଅଶ୍ୱସ୍ତ ଗଛକୁ ଅନନ୍ତକାଳରୁ ହିନ୍ଦୁମାନେ ପୂଜା କରିଅାସୁଛନ୍ତି । +କିନ୍ତୁ ଧାର୍ମିକ ମାନ୍ୟତା ବ୍ୟତୀତ ଅଶ୍ୱସ୍ତ ଗଛର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । +ଭାରତରେ ଏହି ଅଶ୍ୱସ୍ତ ଗଛକୁ ଔଷଧୀୟ ଗୁଣର ଭଣ୍ଡାର ବୋଲି ଧରାଯାଇଥାଏ । +ଏହାର ବ୍ୟବହାରରେ ଶ୍ୱାସ, କିଡ୍‌ନୀ, କୋଷ୍ଠକାଠିନ୍ୟ, ପେଟ ବ୍ୟଥା ଆଦି ରୋଗର ଚିକିତ୍ସା କରାଯାଇଥାଏ । +ଉପକାରିତା +ଦାନ୍ତ ବ୍ୟଥା: +ଅଶ୍ୱସ୍ତ ଗଛର ଛାଲିକୁ ବରାବର ମାତ୍ରାରେ ନେଇ ଏହାର ମିଶ୍ରଣ ପ୍ରସ୍ତୁତ କରନ୍ତୁ । +ଏହି ମିଶ୍ରଣକୁ ଗରମପାଣିରେ ଫୁଟାଇ ସେଥିରେ କୁଳି କରିବା ଦ୍ୱାରା ଦାନ୍ତବ୍ୟଥା ଦୂର ହୋଇଥାଏ । +ଗୋଇଠି ଫାଟ: +ଗୋଇଠି ଫଟା ପାଇଁ ଅଶ୍ୱସ୍ତ ପତ୍ରର ରସ ବା ତାର କ୍ଷୀର ଲଗାଇବା ଦ୍ୱାରା ସମସ୍ୟା ଦୂର ହୋଇଥାଏ । +ରକ୍ତ ସଫା ହେବା : +୧-୨ ଗ୍ରାମ ଅଶ୍ୱସ୍ତ ମଞ୍ଜିର ପାଉଡରକୁ ମହୁରେ ମିଶାଇ ପ୍ରତିଦିନ ଖାଇବା ଦ୍ୱରା ରକ୍ତ ସଫା ହୋଇଥାଏ । +ପେଟ ବ୍ୟଥା : +ଅଶ୍ୱସ୍ତ ଗଛର ୨ରୁ ୫ଟି ପତ୍ରର ପେଷ୍ଟ ପ୍ରସ୍ତୁତ କରି ତାକୁ ୫୦ ଗ୍ରାମ ଗୁଡ ସହିତ ମିଶାଇ ଦିଅନ୍ତୁ । +ଏହି ମିଶ୍ରଣକୁ ଛୋଟ ଛୋଟ ଗୋଲି ତିଆରି କରି ଦିନରେ ୩-୪ ଥର ଖାଇବା ଦ୍ୱାରା ପେଟବ୍ୟଥାରୁ ମୁକ୍ତି ମିଳିଥାଏ । +ଦାଦୁ ବା କୁଣ୍ଡିଆ ରୋଗ : +୫୦ ଗ୍ରାମ ଅଶ୍ୱସ୍ତ ଗଛର ଛାଲିର ପାଉଁଶ ତିଆରି କରି, ସେଥିରେ ଲେମ୍ବୁ ଓ ଘିଅ ମିଶାଇ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । +ଏହି ପେଷ୍ଟକୁ ପ୍ରଭାବିତ ହୋଇଥିବା ଅଂଶରେ ଲଗାଇବା ଦ୍ୱାରା ତୁରନ୍ତ ଉପଶମ ମିଳିଥାଏ । +ଶ୍ୱାସ : +ଅଶ୍ୱସ୍ତ ଗଛର ଛାଲ ତଥା ପାଚିଲା ଫଳର ଅଲଗା ଅଲଗା ପାଉଡର ପ୍ରସ୍ତୁତ କରି, ତାହାକୁ ସମାନ ପରିମାଣରେ ମିଶାଇ ଦିଅନ୍ତୁ । +ଏହି ମିଶ୍ରଣକୁ ଦିନରେ ୩-୪ଥର ଖାଇବା ଦ୍ୱାରା ଶ୍ୱାସ ରୋଗରୁ ମୁକ୍ତି ମିଳିଥାଏ । +ଆଖିବ୍ୟଥା : +ଅଶ୍ୱସ୍ତ ଗଛର ପତ୍ରର କ୍ଷୀରକୁ ଆଖିରେ ଲଗାଇବା ଦ୍ୱାରା ଆଖିବ୍ୟଥା କମ ହୋଇଥାଏ । +ଯକୃତ ରୋଗ : +୩-୪ତାଜା ଅଶ୍ୱସ୍ତ ପତ୍ରକୁ ସ୍ପଟିକ ସହିତ ମିଳାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ । +ଏହି ପାଉଡରକୁ ୨୫୦ ଗ୍ରାମ ପାଣିରେ ମିଶାଇ ମିଶ୍ରଣକୁ ଛାଣି ଦିଅନ୍ତୁ । +ଏହାକୁ ରୋଗୀକୁ ୫ଦିନ ପର୍ୟ୍ୟନ୍ତ ଦିନରେ ଦୁଇଥର ଦିଅନ୍ତୁ । +ଏହି ମିଶ୍ରଣ ଜଣ୍ଡିସ୍ ରୋଗରେ ମଧ୍ୟ ଲାଭଦାୟକ । +କୋଷ୍ଠ୍ୟକାଠିନ୍ୟ : +ଅଶ୍ୱସ୍ତର ୫-୧୦ ଟି ଫଳ ପ୍ରତିଦିନ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରେ ଲାଭ ହୋଇଥାଏ ।