From 51ddae8e239f4ebf303e651b7f1ad3907a5b7d98 Mon Sep 17 00:00:00 2001 From: Nayan Ranjan Paul Date: Mon, 19 Sep 2022 23:14:39 +0530 Subject: [PATCH] Upload New File --- .../sent_odia_PIB_jan_27_pmo_1_final | 59 +++++++++++++++++++ 1 file changed, 59 insertions(+) create mode 100644 Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_27_pmo_1_final diff --git a/Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_27_pmo_1_final b/Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_27_pmo_1_final new file mode 100644 index 0000000..1bf5cc1 --- /dev/null +++ b/Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_27_pmo_1_final @@ -0,0 +1,59 @@ +ବିଶିଷ୍ଟ ହକି ଖେଳାଳି ଶ୍ରୀ ଚରଣଜିତ ସିଂହଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି +ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ହକି ଖେଳାଳି ଶ୍ରୀ ଚରଣଜିତ ସିଂହଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । +ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; +“ବିଶିଷ୍ଟ ହକି ଖେଳାଳି ଶ୍ରୀ ଚରଣଜିତ ସିଂହଙ୍କ ଦେହାନ୍ତରେ ଦଃଖିତ । +ସେ ଭାରତୀୟ ହକି ଦଳର ସଫଳତାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ବିଶେଷକରି ୧୯୬୦ ଦଶକରେ ରୋମ ଏବଂ ଟୋକିଓ ଅଲିମ୍ପିକ୍ସରେ । +ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା । +ଓମ୍ ଶାନ୍ତି ।” +ପ୍ରଧାନମନ୍ତ୍ରୀ କ୍ୟାରିଅପ୍ପା ପଡିଆରେ ଏନସିସି ପିଏମ୍ ରାଲିକୁ କରିବେ ସମ୍ବୋଧନ +ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (୨୮.୦୧.୨୦୨୨) ଦିଲ୍ଲୀରେ କ୍ୟାରିଅପ୍ପା ପଡିଆରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ପିଏମ ରାଲିକୁ ଦିନ ପ୍ରାୟ ବାରଟାବେଳେ ସମ୍ବୋଧନ କରିବେ । +ଏନସିସି ଦିବସ ଗଣତନ୍ତ୍ର ଦିବସ ଶିବିରର ଉଦ୍‌ଯାପନୀ ସମାରୋହ ସହ ପ୍ରତିବର୍ଷ ଜାନୁୟାରୀ ୨୮ତାରିଖ ଦିନ ପାଳିତ ହୋଇଥାଏ । +ଏହି ଅବସରରେ ପ୍ରଧାନମନ୍ତ୍ରୀ ସମରଶିକ୍ଷାର୍ଥୀମାନଙ୍କ ଦ୍ୱାରା ବିଭିନ୍ନ ସେବା ସମର କୌଶଳ, ମାଇକ୍ରୋଲାଇଟ୍ ପ୍ଲାଇଂ, ପାରାସେଲିଂ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ ଅବଲୋକନ କରିବେ । +ଶ୍ରେଷ୍ଠ କ୍ୟାଡେଟ ପ୍ରଧାନମନ୍ତ୍ରୀଙ୍କ ଠାରୁ ପଦକ ଓ ବ୍ୟାଟନ ଗ୍ରହଣ କରିବେ । + ଭାରତ – ମଧ୍ୟ ଏସିଆ ଶିଖର ସମ୍ମିଳନୀର ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ଘାଟନୀ ଅଭିଭାଷଣ +ମହାମାନ୍ୟ, +ପ୍ରଥମ ଭାରତ – ମଧ୍ୟ ଏସିଆ ଶିଖର ସମ୍ମିଳନୀରେ ଆପଣ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି । +ଭାରତ ଏବଂ କେନ୍ଦ୍ର ଏସୀୟ ଦେଶ ଗୁଡିକ ମଧ୍ୟରେ କୂଟନୈତିକ ସମ୍ପର୍କ ସଫଳତାର ସହିତ ୩୦ ବର୍ଷ ପୂରଣ କରିଛି । +ବିଗତ ତିନି ଦଶନ୍ଧି ମଧ୍ୟରେ ଆମର ସହଯୋଗ ଯୋଗୁଁ ଅନେକ ସଫଳତା ହାସଲ ହୋଇ ପାରିଛି । +ଏବଂ ଏବେ, ଏହି ମହତ୍ୱପୂର୍ଣ୍ଣ ସମୟରେ, ଆମକୁ ଆଗାମୀ ବର୍ଷ ଗୁଡିକ ନିମନ୍ତେ ଏକ ମହତ୍ୱାକାଂକ୍ଷୀ ଭିଜନ୍‌/ ଦୃଷ୍ଟିକୋଣ ସ୍ଥିର କରିବା ଉଚିତ୍ । +ଏମିତି ଭିଜନ୍‌/ ଦୃଷ୍ଟିକୋଣ ଯାହା ପରିବର୍ତିତ ବିଶ୍ୱରେ ଆମ ଲୋକମାନଙ୍କୁ ବିଶେଷତଃ ଯୁବପିଢ଼ିଙ୍କର ଆଶାକୁ ପୂରଣ କରି ପାରିବ । +ମହାମାନ୍ୟ, +ଦ୍ୱିପାକ୍ଷିକ ସ୍ତରରେ ଭାରତର ସମସ୍ତ ମଧ୍ୟ – ଏସୀୟ ଦେଶଗୁଡିକ ସହିତ ଘନିଷ୍ଠ ସମ୍ପର୍କ ରହିଛି । +ମହାମାନ୍ୟ, +କାଜାଖସ୍ତାନ ଭାରତର ଶକ୍ତି ସୁରକ୍ଷା ନିମନ୍ତେ ଏକ ମହପୂର୍ଣ୍ଣ ଅଂଶୀଦାର ହୋଇଯାଇଛି । +ମୁଁ କାଜାଖସ୍ତାନରେ ଅଳ୍ପ କିଛି ଦିନ ଭିତରେ ହୋଇଥିବା ଜନ - ଧନର କ୍ଷୟକ୍ଷତି ନିମନ୍ତେ ସମ୍ବେଦନା ପ୍ରକାଶ କରୁଛି । +ଉଜବେକିସ୍ତାନ ସହିତ ଆମର ବୃଦ୍ଧି ପାଉଥିବା ସହଯୋଗରେ ଆମ ରାଜ୍ୟ ସରକାରମାନେ ମଧ୍ୟ ସକ୍ରିୟ ଭାଗୀଦାର ଅଟନ୍ତି । +ଏଥିରେ ମୋର ନିଜ ରାଜ୍ୟ ଗୁଜୁରାଟ ମଧ୍ୟ ସାମିଲ୍ ଅଟେ । +କିରଗିଜ୍‌ସ୍ତାନ ସହିତ ଆମର ଶିକ୍ଷା ଏବଂ ଉଚ୍ଚସ୍ତରୀୟ ଗବେଷଣା କ୍ଷେତ୍ରରେ ସକ୍ରିୟ ଭାଗୀଦାରୀ ରହିଛି । +ହଜାର ହଜାର ଭାରତୀୟ ଛାତ୍ର ସେଠାରେ ପଢ଼ୁଛନ୍ତି । +ତାଜିକିସ୍ତାନ ସହିତ ଆମର ସୁରକ୍ଷା କ୍ଷେତ୍ରରେ ଦୀର୍ଘ ଦିନରୁ ସହଯୋଗ ରହିଛି । +ଏବଂ ଆମେ ଏହାକୁ ନିରନ୍ତର ଭାବେ ଅଧିକ ସୁଦୃଢ଼ କରୁଛୁ । +ତୁର୍କମେନିସ୍ତାନ ଆଂଚଳିକ ସଂଯୋଗ କ୍ଷେତ୍ରରେ ଭାରତୀୟ ଦୃଷ୍ଟିକୋଣର ଏକ ମହତ୍ୱପୂର୍ଣ୍ଣ ଅଙ୍ଗ ଅଟେ, ଯାହା ଅସଗାବାତ ଚୁକ୍ତିରେ ଆମର ଭାଗୀଦାରୀତାକୁ ସ୍ପଷ୍ଟ କରେ । +ମହାମାନ୍ୟ, +କ୍ଷେତ୍ରୀୟ ସୁରକ୍ଷା ନିମନ୍ତେ ଆମ ସମସ୍ତଙ୍କ ଚିନ୍ତା ଏବଂ ଉଦ୍ଦେଶ୍ୟ ସମାନ ଅଟେ । +ଆଫଗାନିସ୍ତାନର ଘଟଣାକ୍ରମକୁ ନେଇ ଆମେ ସମସ୍ତେ ଚିନ୍ତିତ । +ଏହି ପରିପ୍ରେକ୍ଷୀରେ ମଧ୍ୟ, କ୍ଷେତ୍ରୀୟ ସୁରକ୍ଷା ଏବଂ ସ୍ଥିରତା ନିମନ୍ତେ ଆମର ପାରସ୍ପରିକ ସହଯୋଗ ଆହୁରି ମହତ୍ୱପୂର୍ଣ୍ଣ ହୋଇଯାଇଛି । +ମହାମାନ୍ୟ, +ଆଜିର ସମ୍ମିଳନୀର ତିନିଗୋଟି ପ୍ରମୁଖ ଉଦ୍ଦେଶ୍ୟ ରହିଛି । +ପ୍ରଥମତଃ, ଏହା ସ୍ପଷ୍ଟ କରିବା ଯେ ଭାରତ ଏବଂ କେନ୍ଦ୍ର – ଏସିଆ ରାଷ୍ଟ୍ରମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ କ୍ଷେତ୍ରୀୟ ସୁରକ୍ଷା ଏବଂ ସମୃଦ୍ଧି ନିମନ୍ତେ ଆନିବାର୍ଯ୍ୟ ଅଟେ । +ଭାରତର ଆଭିମୁଖ୍ୟରୁ, ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ, ଏକ ସମନ୍ୱିତ ଏବଂ ସ୍ଥିର ବିସ୍ତାରିତ ପଡୋଶୀ ଦେଶ ପାଇଁ ଭାରତର ଦୃଷ୍ଟିକୋଣରେ କେନ୍ଦ୍ର ଏସିଆ ପ୍ରମୁଖ ଅଟେ । +ଦ୍ୱିତୀୟ ଉଦ୍ଦେଶ୍ୟ ହେଉଛି, ଆମର ସହଯୋଗକୁ ଏକ ପ୍ରଭାବଶାଳୀ ରୂପ/ ଆକାର ଦେବାର ଅଛି । +ଏଥିରେ ବିଭିନ୍ନ ସ୍ତରରେ ଏବଂ ବିଭିନ୍ନ ଅଂଶଧାରକମାନଙ୍କ ମଧ୍ୟରେ, ନିୟମିତ ଯୋଗାଯୋଗ/ ଭାବ ବିନିମୟର ଏକ ଢାଂଚା ସ୍ଥାପିତ ହେବ । +ଏବଂ ତୃତୀୟ ଉଦ୍ଦେଶ୍ୟ ହେଉଛି, ଆମର ସହଯୋଗ ନିମନ୍ତେ ଏକ ମହତ୍ୱାକାଂକ୍ଷୀ ରୋଡମ୍ୟାପ୍ ପ୍ରସ୍ତୁତ କରିବାର ଅଛି । +ଏହା ମାଧ୍ୟମରେ ଆମେ ଆଗାମୀ ତିରିଶ ବର୍ଷ ମଧ୍ୟରେ ଆଂଚଳିକ ସଂଯୋଗୀକରଣ ଏବଂ ସହଯୋଗ ନିମନ୍ତେ ଏକ ସମନ୍ୱିତ ଆଭିମୁଖ୍ୟ ଆପଣେଇ ପାରିବା । +ମାହାମାନ୍ୟ, +ମୁଁ ପୁଣି ଥରେ ଭାରତ – ମଧ୍ୟ ଏସିଆ ଶିଖର ସମ୍ମିଳନୀର ପ୍ରଥମ ବୈଠକରେ ଆପଣ ସମସ୍ତଙ୍କର ହାର୍ଦ୍ଦିକ ସ୍ୱାଗତ କରୁଛି । +ଭାରତ-କେନ୍ଦ୍ର ଏସିଆ ଭର୍ଚୁଆଲ ଶିଖର ସମ୍ମିଳନୀ +ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ପ୍ରଥମ ଭାରତ-କେନ୍ଦ୍ର ଏସିଆ ଶିଖର ସମ୍ମିଳନୀ ୨୭ ଜାନୁଆରୀ ୨୦୨୨ରେ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । +ଏଥିରେ କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନର ରାଷ୍ଟ୍ରପତିମାନେ ଅଂଶଗ୍ରହଣ କରିଥିଲେ । +ଭାରତ ଏବଂ କେନ୍ଦ୍ର ଏସୀୟ ରାଷ୍ଟ୍ରମାନଙ୍କ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଥମ ଥର ପାଇଁ ଭାରତ-କେନ୍ଦ୍ର ଏସିଆ ଶିଖର ସମ୍ମିଳନୀ ଆୟୋଜନ କରାଯାଇଥିଲା । +ଶିଖର ସମ୍ମିଳନୀ ସମୟରେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ କେନ୍ଦ୍ର ଏସୀୟ ରାଷ୍ଟ୍ର ନେତାମାନେ ଭାରତ-କେନ୍ଦ୍ର ଏସିଆ ରାଷ୍ଟ୍ରମାନଙ୍କ ମଧ୍ୟରେ ରହିଥିବା ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବା ଲାଗି ଆଲୋଚନା କରିଥିଲେ । +ଏକ ଐତିହାସିକ ନିଷ୍ପତ୍ତିକ୍ରମେ, ଶିଖର ସମ୍ମିଳନୀ ବ୍ୟବସ୍ଥାକୁ ସଂସ୍ଥାଗତ ରୂପ ଦେବା ପାଇଁ ଉଭୟ ପକ୍ଷର ନେତାମାନେ ସହମତ ହୋଇଥିଲେ ,ଏଣିକି ପ୍ରତି ୨ ବର୍ଷରେ ଥରେ ଏହି ଶିଖର ସମ୍ମିଳନୀ ଆୟୋଜନ କରାଯିବ । +ଶିଖର ସମ୍ମିଳନୀ ବୈଠକ ପାଇଁ ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ନିୟମିତ ବ୍ୟବଧାନରେ ବିଦେଶ ମନ୍ତ୍ରୀ, ବାଣିଜ୍ୟ ମନ୍ତ୍ରୀ, ସଂସ୍କୃତି ମନ୍ତ୍ରୀ ଏବଂ ସୁରକ୍ଷା ପରିଷଦ ସଚିବମାନଙ୍କ ମଧ୍ୟରେ ବୈଠକ ଆୟୋଜନ ଲାଗି ମଧ୍ୟ ସେମାନେ ସହମତ ହୋଇଥିଲେ । +ନୂତନ ବ୍ୟବସ୍ଥାକୁ ସମର୍ଥନ ଯୋଗାଇ ଦେବା ଲାଗି ନୂଆଦିଲ୍ଲୀ ଠାରେ ଏକ ଭାରତ-କେନ୍ଦ୍ର ଏସିଆ ସଚିବାଳୟ ସ୍ଥାପନ କରାଯିବ । +ବାଣିଜ୍ୟ ଓ ଯୋଗାଯୋଗ, ବିକାଶମୂଳକ ସହଯୋଗ, ପ୍ରତିରକ୍ଷା ଓ ସୁରକ୍ଷା ଏବଂ ବିଶେଷ କରି ସାଂସ୍କୃତିକ ଏବଂ ନାଗରିକ ସମ୍ପର୍କ କ୍ଷେତ୍ରରେ ସହଯୋଗକୁ ଆହୁରି ବଢ଼ାଇବା ନିମନ୍ତେ ଦୂରଗାମୀ ପ୍ରସ୍ତାବଗୁଡ଼ିକ ଉପରେ ନେତାମାନେ ଆଲୋଚନା କରିଥିଲେ । +ଶକ୍ତି ଏବଂ ଯୋଗାଯୋଗ କ୍ଷେତ୍ରରେ ଏକ ରାଉଣ୍ଡ ଟେବୁଲ ବୈଠକ ଆୟୋଜନ; ଆଫଗାନିସ୍ତାନ ଏବଂ ଚାବାହର ବନ୍ଦର ଉପଯୋଗ ଉପରେ ବରିଷ୍ଠ ଅଧିକାରୀ ସ୍ତରରେ ମିଳିତ କାର୍ଯ୍ୟ ଗୋଷ୍ଠୀ ବୈଠକ; କେନ୍ଦ୍ର ଏସୀୟ ରାଷ୍ଟ୍ରମାନଙ୍କରେ ବୌଦ୍ଧ ପ୍ରଦର୍ଶନୀ ପ୍ରଦର୍ଶିତ କରିବା; ସାଧାରଣ ଶବ୍ଦଗୁଡ଼ିକୁ ନେଇ ଭାରତ-କେନ୍ଦ୍ର ଏସୀୟ ଶବ୍ଦକୋଷ ଆରମ୍ଭ କରିବା; ମିଳିତ ଆତଙ୍କବାଦ ନିରୋଧୀ ଅଭ୍ୟାସ; କେନ୍ଦ୍ର ଏସୀୟ ରାଷ୍ଟ୍ରଗୁଡ଼ିକରୁ ବାର୍ଷିକ ଆଧାରରେ ୧୦୦ ଜଣିଆ ଯୁବ ପ୍ରତିନିଧି ଭାରତକୁ ଆସିବା ଏବଂ କେନ୍ଦ୍ର ଏସୀୟ ରାଷ୍ଟ୍ରଦୂତମାନଙ୍କ ପାଇଁ ସ୍ବତନ୍ତ୍ର ପାଠ୍ୟକ୍ରମ ବ୍ୟବସ୍ଥା ଆଦି ଏସବୁ ପ୍ରସ୍ତାବରେ ସାମିଲ ରହିଛି । +ଆଫଗାନିସ୍ତାନରେ ବର୍ତ୍ତମାନ ଦେଖା ଦେଇଥିବା ପରିସ୍ଥିତି ସମ୍ପର୍କରେ ମଧ୍ୟ କେନ୍ଦ୍ର ଏସୀୟ ରାଷ୍ଟ୍ର ନେତାମାନଙ୍କ ସହିତ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଲୋଚନା କରିଥିଲେ । +ବାସ୍ତବରେ ପ୍ରତିନିଧି ଆଧାରିତ ଏବଂ ସମାବେଶୀ ସରକାର ସହିତ ଆଫଗାନିସ୍ତାନରେ ଶାନ୍ତି, ନିରାପତ୍ତା ଓ ସ୍ଥିରତା ପ୍ରତିଷ୍ଠା ଲାଗି ନେତାମାନେ ସେମାନଙ୍କର ସମର୍ଥନକୁ ଦୋହରାଇଥିଲେ । +ଆଫଗାନିସ୍ତାନର ଲୋକମାନଙ୍କୁ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଭାରତର ନିରନ୍ତର ପ୍ରତିବଦ୍ଧତା ବ୍ୟକ୍ତ କରିଥିଲେ । +ଦୀର୍ଘସ୍ଥାୟୀ ଏବଂ ବ୍ୟାପକ ଭାରତ-କେନ୍ଦ୍ର ଏସିଆ ସହଭାଗିତା ପାଇଁ ସେମାନଙ୍କର ସହଭାଗୀ ସଂକଳ୍ପକୁ ପ୍ରତିଫଳିତ କରୁଥିବା ଏକ ବିସ୍ତୃତ ମିଳିତ ଘୋଷଣାନାମାକୁ ସମସ୍ତ ନେତାମାନେ ଗ୍ରହଣ କରିଥିଲେ । -- GitLab