diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia11.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia11.txt new file mode 100644 index 0000000000000000000000000000000000000000..95d3c748d6eb79fa5dc7afdd3a56ef26193458d5 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia11.txt @@ -0,0 +1,24 @@ +ତେଜପତ୍ରର ଔଷଧୀୟ ଗୁଣ +ତେଜପତ୍ର +ତେଜପତ୍ରକୁ ମସଲା ଭାବରେ ବ୍ୟବହାର କରାଯାଏ । +ତେଜ ପତ୍ରରେ ପ୍ରତୁର ପରିମାଣର କପର୍,ପଟାସିୟମ୍ , କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ସେଲେନିୟମ୍ ଏବଂ ଆଇରନ୍ ଅଛି । +ଲୋକମାନେ ତେଜପତ୍ରକୁ ଯଦିଓ ମସଲା ଭାବରେ ବ୍ୟବହାର କରନ୍ତି କିନ୍ତୁ ଏଥିରେ ରହିଛି ଅଗଣିତ ଔଷଧୀୟ ଗୁଣ । +ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି । +ଅନେକ ରୋଗକୁ ମାତ୍ର କିଛି କ୍ଷଣ ମଧ୍ୟରେ ଭଲ କରିଦିଏ ତେଜପତ୍ର । +ଏବେ ନଜର ଏହାର ଔଷଧୀୟ ଗୁଣ ଉପରେ । +ଔଷଧୀୟ ଗୁଣ +ପାଚନ ପ୍ରକ୍ରିୟା : ତେଜପତ୍ର ଖାଇଲେ ପାଚନ ଜନିତ ଅନେକ ସମସ୍ୟା ଦୂର କରିଥାଏ । +ଏସିଡିଟି,କୋଷ୍ଠକାଠିନ୍ୟ, ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ତେଜପତ୍ର । +ମଧୁମେହ : ଯେଉଁ ବ୍ୟକ୍ତି ମାନେ ଟାଇପ୍ -୨ ମଧୁମେହରେ ପୀଡିତ ସେମାନଙ୍କ ପାଇଁ ତେଜପତ୍ର ଖୁବ୍ ଲାଭଦାୟକ । +ଖାଦ୍ୟରେ ନିୟମିତ ତେଜପତ୍ର ବ୍ୟବହାର କଲେ ସୁଗାର୍ ସ୍ତର ନିୟନ୍ତ୍ରିତ ହୋଇଥାଏ । +କିଡନୀ ସମସ୍ୟା : ପାଣିରେ ତେଜପତ୍ର ପକାଇ କିଛି ସମୟ ଫୁଟାନ୍ତୁ । +ଥଣ୍ଡା ହୋଇସାରିବା ପରେ ଏହି ପାଣିକୁ ପିଅନ୍ତୁ । +ନିୟମିତ ଏହି ପାଣି ପିଇଲେ କିଡନୀ ସମ୍ବନ୍ଧିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । +ଆଂଟି କ୍ୟାନ୍ସର ତତ୍ୱ : ତେଜପତ୍ରରେ କେଫିକ୍ ଏସିଡ୍, କ୍ୱେରସେଟିନ୍ ଏବଂ ଇଉଗିନେଲ୍ ନାମକ ତତ୍ୱ ରହିଛି । +ଯାହା ମେଟାବୋଲିଜିମ୍ ଏବଂ କ୍ୟାନ୍ସର୍ ଭଳି ରୋଗ ସହ ଲଢିବା ପାଇଁ ସାହାଯ୍ୟ କରିଥାଏ । +ପୀଡା ପାଇଁ ଲାଭଦାୟକ : ଆଣ୍ଠୁ ଗଣ୍ଠି ତଥା ଅନ୍ୟ ପ୍ରକାର ପୀଡାରେ ତେଜପତ୍ରର ତେଲ ମାଲିସ୍ କଲେ ତୁରନ୍ତ କଷ୍ଟ ଦୂର ହୋଇଯାଇଥାଏ । +ନିଦ ଭଗାଏ : ଅଧିକାଂଶ ଲୋକଙ୍କୁ ଖୁବ୍ ନିଦ ଲାଗିଥାଏ । +ଏଭଳି ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ହେଉଛି ତେଜପତ୍ର । +ରାତିରେ ପାଣିରେ ତେଜପତ୍ରକୁ ଭିଜାଇ ରଖନ୍ତୁ । +ପ୍ରତିଦିନ ସକାଳୁ ଉଠି ଏହି ପାଣି ପିଅନ୍ତୁ । +ଏପରି କଲେ ଅଳସୁଆ ପଣ ବା ନିଦୁଆ ଲାଗି ନଥାଏ ।