diff --git a/Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_29_pmo_1_final b/Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_29_pmo_1_final new file mode 100644 index 0000000000000000000000000000000000000000..d3861066e6092f913bfffff31e45df6d956c8c35 --- /dev/null +++ b/Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_29_pmo_1_final @@ -0,0 +1,28 @@ +ଭାରତ ଓ ଇସ୍ରାଏଲ ମଧ୍ୟରେ ଔପଚାରିକ କୂଟନୈତିକ ସମ୍ପର୍କ ସ୍ଥାପନର ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ +ସମସ୍ତ ଇସ୍ରାଏଲ ବନ୍ଧୁମାନଙ୍କୁ ଭାରତ ପକ୍ଷରୁ ନମସ୍କାର ଓ ସାଲୋମ୍‌ । +ଆଜିର ଦିନ ଆମ ସମ୍ପର୍କରେ ଏକ ବିଶେଷ ଗୁରୁତ୍ୱ ବହନ କରିଥାଏ । +୩୦ ବର୍ଷ ପୂର୍ବେ, ଆଜିର ଦିନରେ, ଆମ ମଧ୍ୟରେ କୂଟନୈତିକ ସମ୍ପର୍କ ପୂର୍ଣ୍ଣ ରୂପରେ ପ୍ରତିଷ୍ଠା ହୋଇଥିଲା । +ଉଭୟ ଦେଶ ମଧ୍ୟରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଥିଲା । +ସେହି ଅଧ୍ୟାୟ ନୂଆ ଥିଲା, କିନ୍ତୁ ଆମ ଦୁଇ ଦେଶର ଇତିହାସ ପାଇଁ ବହୁତ ପୁରୁଣା ଥିଲା । +ଆମ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ଶହ ଶହ ବର୍ଷ ଧରି ଘନିଷ୍ଠ ସମ୍ପର୍କ ରହିଆସିଛି । +ଭାରତର ମୂଳ ସ୍ଵଭାବ ଅନୁରୂପ, ଶହ ଶହ ବର୍ଷ ଧରି ଆମର ଇହୁଦୀ ସମୁଦାୟ ଭାରତୀୟ ସମାଜରେ ବିନା କୌଣସି ଭେଦଭାବରେ, ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ରହିଆସୁଛନ୍ତି, ଆଗକୁ ବଢ଼ୁଛନ୍ତି । +ସେମାନେ ଆମ ବିକାଶ ଯାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଆସିଛନ୍ତି । +ଆଜି ବିଶ୍ୱରେ ଯେତେବେଳେ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଉଛି, ଭାରତ-ଇସ୍ରାଏଲ ସମ୍ପର୍କର ଗୁରୁତ୍ୱ ଅଧିକ ବୃଦ୍ଧି ପାଇଛି । +ଆହୁରି, ଭାରତ ନିଜ ସ୍ଵାଧୀନତାର ୭୫ ବର୍ଷ ପୂରଣ କରୁଥିବା ସମୟରେ ଆସନ୍ତାବର୍ଷ ଇସ୍ରାଏଲ ମଧ୍ୟ ନିଜ ସ୍ଵାଧୀନତାର ୭୫ବର୍ଷ ପୂରଣ କରିବ , ଦୁଇ ଦେଶ ମଧ୍ୟ କୂଟନୈତିକ ସମ୍ପର୍କର ୩୦ ବର୍ଷ ପୂରଣ କରୁଛନ୍ତି , ଆପୋସ ସହଯୋଗ ଲାଗି ନୂତନ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ନିମନ୍ତେ ଏହା ଠାରୁ ଭଲ ଅବସର ଆଉ କିଛି ହୋଇନପାରେ । +୩୦ ବର୍ଷର ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ, ମୁଁ ଆପଣମାନଙ୍କୁ ପୁଣିଥରେ ଅନେକ ଅନେକ ଅଭିନନ୍ଦନ ଜଣାଉଛି । +ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଭାରତ-ଇସ୍ରାଏଲ ବନ୍ଧୁତା ଆଗାମୀ ଦଶନ୍ଧିରେ ଆପୋସ ସହଯୋଗର ନୂତନ କୀର୍ତ୍ତିମାନ ପ୍ରତିଷ୍ଠା କରିଚାଲିବ । +ଧନ୍ୟବାଦ, ତୋଦା ରବ୍ବା +ବିଶିଷ୍ଟ ଶିକ୍ଷାବିତ୍‍ ବାବା ଇକବାଲ ସିଂହ ଜୀଙ୍କର ବିୟୋଗରେ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି +ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଶିକ୍ଷାବିତ୍‍ ବାବା ଇକବାଲ ସିଂହ ଜୀଙ୍କର ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । +ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; +“ବାବା ଇକବାଲ ସିଂହ ଜୀଙ୍କର ବିୟୋଗରେ ଅତ୍ୟନ୍ତ ଦୁଃଖିତ । +ଯୁବକମାନଙ୍କ ମଧ୍ୟରେ ଶିକ୍ଷା ପ୍ରସାର ପାଇଁ ସେ କରିଥିବା ଉଦ୍ୟମ ପାଇଁ ସ୍ମରଣୀୟ ହୋଇ ରହିବେ । +ସେ ସାମାଜିକ ସଶକ୍ତିକରଣକୁ ଆଗକୁ ବଢାଇବା ପାଇଁ ନିରନ୍ତର ପରିଶ୍ରମ କରିଥିଲେ । +ଏହି ଦୁଃଖଦ ସମୟରେ ମୋର ଚିନ୍ତାଧାରା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ସହିତ ରହିଛି । +ୱହେଗୁରୁ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।” +ମଣିପୁର ରାଣୀ ଗାଇଡିନୀଲୁ ରେଳଷ୍ଟେସନରେ ସର୍ବପ୍ରଥମ ମାଲଗାଡି ପହଞ୍ଚିବା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା +ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ତାମେନଲାଫ ଜିଲ୍ଳାର ରାଣୀ ଗାଇଡିନୀଲୁ ରେଳଷ୍ଟେସନରେ ପ୍ରଥମ ମାଲବାହୀ ଟ୍ରେନ ପହଞ୍ଚିବା ନେଇ ପ୍ରଶଂସା କରିବା ସହ ମଣିପୁର ସହ ସଂଯୋଗୀକରଣ ଆହୁରି ଉନ୍ନତ ହେବା ସହ ବାଣିଜ୍ୟ ମଧ୍ୟ ବୃଦ୍ଧି ପାଇବ ବୋଲି କହିଛନ୍ତି । +ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଶ୍ରୀ ଜି. କିଶନ ରେଡ୍ଡୀ ଏକ ଟ୍ୱିଟର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ : +“ଉତ୍ତର ପୂର୍ବାଞ୍ଚଳର ଅବସ୍ଥାନ୍ତର ଜାରି ରହିଛି । +ମଣିପୁରର ସଂଯୋଗୀକରଣ ସହ ବାଣିଜ୍ୟ ମଧ୍ୟ ବୃଦ୍ଧି ପାଇବ । +ଆଶ୍ଚର୍ଯ୍ୟଜନକ ଦ୍ରବ୍ୟମାନ ଦେଶର ସବୁ ସ୍ଥାନକୁ ମଣିପୁରକୁ ଯାଇପାରିବ ।”