diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_17 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_17 new file mode 100644 index 0000000000000000000000000000000000000000..4dc13dc7ba17bef00f20a2c1ecfc76e396367a6b --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_17 @@ -0,0 +1,24 @@ +ଚାକୁଣ୍ଡା ବୁଣିଲେ ଉଠଇ ନାହିଁ +ଯଦୁମଣି ମହାପାତ୍ର +ତା: ଜାନୁଆରୀ ୨୧, ୨୦୧୬ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ରାଜା ବିନାୟକ ଯଦୁମଣିଙ୍କୁ ଜମି ଖଣ୍ଡିଏ ନିଷ୍କରରେ ଦେବାକୁ ରାଜ କଚେରିର ବେବର୍ତ୍ତା ପଟ୍ଟନାୟକଙ୍କୁ ଆଦେଶ ଦେଲେ । +ଦିନ ପରେ ଦିନ ଅତିବାହିତ ହେଲା । +ଯଦୁମଣି ଜମି ପାଇବା ଲାଳସାରେ ବେବର୍ତ୍ତାଙ୍କୁ ପାଞ୍ଚ ଦଶଥର ଜଣାଇଲେ । +ଏପରି ଭାବରେ ବର୍ଷଟିଏ ଚାଲିଗଲା । +ଶେଷକୁ ସେ ରାଜାଙ୍କୁ ଜଣେଇବେ ବୋଲି କହିବାରୁ ବେବର୍ତ୍ତା ଅତି ନିକୃଷ୍ଟ ଢ଼ିପ ଜମି ଖଣ୍ଡିଏ ଲେଖିଦେଲେ । +ଜମି ଦେଖିବାକୁ ଯାଇ ଯଦୁମଣି ହତାଶ ହୋଇ ଫେରିଲେ । +ଯେଉଁ ଜମି ତାଙ୍କୁ ଦିଆଯାଇଥିଲା, ତାହା ବହୁକାଳରୁ ପତିତ ହୋଇ ପଡ଼ିଥିଲା । +ସେଥିରେ କୋଡ଼ିଏ ପଚିଶ ବର୍ଷ ଧରି କେହି ଫସଲ କରି ନଥିଲେ । +ବହୁକାଳ ପୂର୍ବେ କନ୍ଧ କେତେ ଘର, ତାହା ଫସଲ ଲାଗି ତିଆରି କରି ଫସଲ ନ ହେବାରୁ ଛାଡ଼ି ପଳାଇଥିଲେ । +ଯଦୁମଣି ଗୋଟାଏ କିଏ ? ତାକୁ ପୁଣି ଜମି ନିଷ୍କର ଜାଗିରରେ ଦିଆଯିବ, ଏହା ବେବର୍ତ୍ତା ପଟ୍ଟନାୟକ ଏକା କୁହନ୍ତି, ରାଜକର୍ମଚାରୀ କେହି ଜଣେ ହେଲେ ସହିପାରିଲେ ନାହିଁ । +ତେଣୁ ‘ସାପ ନ ମରୁ ବାଡ଼ି ନ ଭାଙ୍ଗୁ’ ରୀତିରେ ତାଙ୍କୁ ଜମି ଖଣ୍ଡିକର ଲେଖା ଦିଆଗଲା । +ଦାରିଦ୍ର୍ୟ ନିପୀଡ଼ିତ ଯଦୁମଣି ସେ ଜମି ବା ନେଇ କ’ଣ କରିବେ ? ତେଣୁ ସେ ଏକାନ୍ତ ଅସନ୍ତୁଷ୍ଟ ହୋଇ ରାଜାଙ୍କୁ ଲେଖି ଗୋଟିଏ କବିତାରେ ଜଣେଇଲେ : +ଦେଉ ଆଜ୍ଞା ହେଲେ ହରଷେ +କରଣ ତା’ କଲେ ବରଷେ +ବାଛି ବାଛି କରି ଦେଲେ ପଡ଼ିଆ +ଶ୍ରାବଣ ମାସରେ ଭାଙ୍ଗେ ନଡ଼ିଆ +ଏମନ୍ତ ସେ ଭୂଇଁ +ଚାକୁଣ୍ଡା ବୁଣିଲେ ଉଠଇ ନାହିଁ । +ରାଜା ଏ କବିତା ପାଠକରି କ୍ରୋଧରେ ଅଜ୍ଞାନ ହୋଇ ବେବର୍ତ୍ତାଙ୍କୁ ଡକାଇ ତିରସ୍କାର କରିବାରୁ, ତୁରନ୍ତ ଉତ୍କୃଷ୍ଟ ବାହଲମଡ଼ା ଭୂସମ୍ପତ୍ତି ଖଣ୍ଡିଏ ଉକ୍ତ ଡିପ ଜମି ବଦଳରେ ତାଙ୍କୁ ଦିଆଗଲା । +ବେବର୍ତ୍ତା ଏହା ଫଳରେ ଦୀର୍ଘ ତିନି ମାସ ଧରି ଛାମୁଁ ମନା ହୋଇ ରହିଲେ ।