From 7200695e1f991d0ccf2c9cced82280dc55e2dcfc Mon Sep 17 00:00:00 2001 From: Nayan Ranjan Paul Date: Mon, 19 Sep 2022 23:08:31 +0530 Subject: [PATCH] Upload New File --- .../vikashpedia_health_odia15.txt | 26 +++++++++++++++++++ 1 file changed, 26 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia15.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia15.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia15.txt new file mode 100644 index 0000000..d2061b0 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia15.txt @@ -0,0 +1,26 @@ +ଅନ୍ଧାର କଣା +ଉପକ୍ରମ +ଏ ରୋଗରେ ଜଣେ, ଆଲୋକ କମିଥିଲେ ଦେଖିବାର ଅସୁବିଧା ଭୋଗ କରେ । +ତେଣୁ ରାତିରେ ପ୍ରାୟତଃ ଦେଖିପାରେ ନାହିଁ । +ସାଧାରଣତଃ ଗାଁ ଗହଳିର ଲୋକେ ଏହା ଭୋଗ କରିଥା’ନ୍ତି । +ଭିଟାମିନ ‘A’ ଅଭାବରୁ ଏହା ହୋଇଥାଏ । +ହୁଏତ ଗର୍ଭାବସ୍ଥାରେ ମା’ର ଏହି ଖାଦ୍ୟପ୍ରାଣର ଅଭାବ ବା ଜନ୍ମପରେ ଛୁଆର ପୁଷ୍ଟିସାର ଅଭାବ, ଏହାର ମୁଖ୍ୟ କାରଣ । +ଅନେକ ସମୟରେ ଅବଶ୍ୟ ଏହାର ପରିମାଣ ଯଥେଷ୍ଟ ଥିଲେ ମଧ୍ୟ ସେସବୁକୁ ଉପଯୁକ୍ତ ଭାବରେ ପରିପୋଷଣ ଓ ଗ୍ରହଣ କରିବାର ଶକ୍ତି ଶାରୀରିକ ଯନ୍ତ୍ରମାନଙ୍କର ନଥିବା କାରଣରୁ ମଧ୍ୟ ଜଣକୁ ଏହା ଭୋଗ କରିବାକୁ ପଡେ । +ସୁତରାଂ ଏହାର ଚିକିତ୍ସା ସମୟରେ ଏହି ଖାଦ୍ୟସାରର ଯୋଗାଣ ତଥା ଶରୀରରେ ଏହାର ଉପଯୁକ୍ତ ବିନିଯୋଗ ହେବା ଦିଗକୁ ମଧ୍ୟ ଦୃଷ୍ଟି ଦେବାର କଥା । +ଖାଦ୍ୟ ଭିତରେ ଶାଗ, ମାଂସ, କଲିଜା, ଲହୁଣି, ମାଛତେଲ, ଅଣ୍ଡା ଇତ୍ୟାଦିର ଯଥେଷ୍ଟ ବ୍ୟବହାର ସହିତ ନିମ୍ନଲିଖିତ ଔଷଧ, ଅବସ୍ଥା ଭେଦରେ ବ୍ୟବହାର କରିବାକୁ ହେବ, ଏ ରୋଗ ଆରୋଗ୍ୟ କରିବା ପାଇଁ । +ଲକ୍ଷଣଗୋଧୂଳିପରେ ଆଦୌ ଦେଖାଯାଉନଥିବ ; ଆଖି ଆଗରେ ଲାଲ ବା ଅଗ୍ନିସ୍ଫୁଲିଙ୍ଗ ଭଳି ଆଲୁଅ ଦେଖାଯାଉଥିବ ; ବତି ଚାରିପଟେ ନାନାରଙ୍ଗର ଆଲୋକମାନ ଘେରି ରହିଲା ଭଳି ଜଣାପଡୁଥିବ ତାହାହେଲେ ବେଲାଡୋନା – ୧୦୦୦ ସପ୍ତାହକୁ ପାନେକରି ଖା’ନ୍ତୁ । +ଯଦି କେହି ଅନ୍ଧାର କଣା, ସନ୍ଧ୍ୟାବେଳେ ଆଲୁଅ ଆଖିରେ ପଡୁପଡୁ ଝିଲଝିଲ୍ କରିବା ଅନୁଭବ କରୁଥିବେ ଓ ଆଖି ଆଗରେ କଳାକଳା ପୋତକ ଉଡୁଥିବା ଭଳି ମନେ କରୁଥିବେ, ପେଟରେ ଅମ୍ଳ ହେଉଥିବ, ତାହାହେଲେ ଲାଇକୋପୋଡିୟମ – ୧୦୦୦, ପନ୍ଦର ଦିନରେ ଥରେ ଖାଇବା ତାଙ୍କର ଦରକାର । +ଏହାର ରୋଗୀର ଅପରାହ୍ନ ଚାରିଟା ବାଜିଲେ ହିଁ କାମଦାମ ସବୁବନ୍ଦ । +କିଛି ଦେଖିପାରେନା । +ଭଲଥିଲେ ହଠାତ୍ ଅନ୍ଧାରକଣା ଆରମ୍ଭ ହେଇ ଯାଇଛି, ତାହାହେଲେ ତାଙ୍କର ସଲଫର ଖାଇବା ଦରକାର । +ଅବଶ୍ୟ ସଲଫର ରୋଗୀ ଖୁବ୍ ଅପରିଷ୍କାର, ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ, ସକାଳୁ ଉଠୁଉଠୁ ଅତର୍ଛିଆ ଝାଡା ଦଉଡନ୍ତି, ବହୁତ ପାଣି ପିଅନ୍ତି ଓ ସେ ଅନୁପାତରେ ତାଙ୍କର ଖାଇବା ବହୁତ କମ୍ । +ଡେଙ୍ଗା ପତଳା ଲୋକ, ଆଖି ଆଗରେ ଜୁଳୁଜୁଳିଆ ପୋକ ଉଡିଲାଭଳି ମନେକରୁଥିବେ ; ଖୁବ୍ ଥଣ୍ଡାପାଣି, କୋଲ୍ଡ ଡ୍ରିଙ୍କ, ଆଇସକ୍ରିମ ଖାଇବାରେ ଅତ୍ୟଧିକ ଆଗ୍ରହ, ମେଘା ଘଡଘଡି ଚଡଚଡି କୁ ପ୍ରାଣଭୟ, ଏପରି ଲୋକଙ୍କୁ ଅନ୍ଧାରକଣା ହୋଇଥିଲେ ଫସଫରସ ଉଚ୍ଚଶକ୍ତିର ଦେବା ଦରକାର, ପୂର୍ବ ଔଷଧ ମାନଙ୍କ ଭଳି । +ବେଲାଡୋନାର ଲକ୍ଷଣ ଥାଇ ଉପଶମ ନ ହେଲେ ଭେରାଟ୍ରମ – ଏଲକମ ଏହି ରୋଗ ଭଲ କରି ଦେଇଥାଏବୋଲି ଡା : ଝାରଙ୍କ ମତ । +କେତେକ କ୍ଷେତ୍ରରେ ଦେଖିବେ, ମଝିରେ ମଝିରେ କେବଳ ଏଭଳି ଅସୁବିଧା ହେଉଛି, ଲଗାତାର ନୁହେଁ । +କିଛିଦିନ ହେଲା, ପୁଣି ଆପେ ଆପେ ଭଲ । +ଏଭଳି କ୍ଷେତ୍ରରେ ଷ୍ଟ୍ରାମୋନିୟାମ ଖୁବ୍ ଭଲ କାମ କରେ ବୋଲି ଡା: କେ : ସି: ଭଞ୍ଜ କୁହନ୍ତି । +ବରାବର ବାଇଦୋଷ ଧରି ଅଜୀର୍ଣ୍ଣ ଝାଡା ଭୋଗୁଥିବ, ଦେହ ଦିନକୁ ଦିନ ଦୁର୍ବଳ ହୋଇ ଯାଉଥିବ, ତାହାହେଲେ ଚାଇନା – ୩୦ ଦିନକୁ ଦୁଇଥର କରି କିଛିଦିନ ଖାଇଲେ ଅନ୍ଧାର କଣା ବେଶ୍ ଉପଶମ ହୁଏ । +ଅତ୍ୟଧିକ ଶୁକ୍ରକ୍ଷୟ, ରଜଃସ୍ରାବ, ବହୁସନ୍ତାନର ଜନନୀଙ୍କ କ୍ଷେତ୍ରରେ ମଧ୍ୟ ଏହା ଉପକାରୀ । +ଦିନସାରା ଆଖି ଝିଲଝିଲ୍ କରୁଥିବ ଓ ରାତିହେଲେ ସମ୍ପୂର୍ଣ୍ଣ ଅନ୍ଧ, ପେଟ ଦୋଷ, ପେଟମରା ରୋଗ – ଖାଇଲେ ଯନ୍ତ୍ରଣା ଲାଘବ, ବଦମେଜାଜି ହିଂସ୍ର ଲୋକଙ୍କ ପାଇଁ ଏନାକାର୍ଡିୟାମ ଅମୋଘ ସେହିଭଳି ଯେଉଁ ପିଲାମାନେ, ମାଟି, ଅଙ୍ଗାର, ଖଡି ଖାଉଥିବେ, ପରିସ୍ରା ଗନ୍ଧ ଖୁବ୍ ଯୋର ଥିବ , ସେମାନଙ୍କୁ ଏସିଡ ନାଇଟ୍ରିକ ଦେଲେ ନିଶ୍ଚିତ ଭଲ ହେବ । +କେତେକଙ୍କ ମତରେ ହଠାତ୍ ଅନ୍ଧାରକଣା ଆରମ୍ଭ ହେଇଥିଲେ ରାନାନକୁଲସବଲ୍ ବ ଖୁବ୍ର ଭଲ କାମ କରେ । +ସେ’ଟା ଅବଶ୍ୟ ଠିକ୍, ମାତ୍ର ଏଥିରେ ଯଦି ସାମାନ୍ୟ ଉପଶମ ହେବା ପରେ ଆଉ ଆଗାଏ ନାହିଁ, ଅଥବା କିଛି ଫଳ ଲାଭ ନ ହୁଏ ତାହାହେଲେ ସଲଫର ଦେବା ବାଞ୍ଛନୀୟ । -- GitLab