diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia4.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia4.txt new file mode 100644 index 0000000000000000000000000000000000000000..a310c7a4985a95e09cf0ebb730da6b867088c143 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia4.txt @@ -0,0 +1,33 @@ +ପ୍ଲୀହା +ଉପକ୍ରମ +ପ୍ଲୀହା ବା ପିଳେହି ତଥା ଇଂରାଜୀରେ Spleen ଶବ୍ଦଟି ଗ୍ରୀକ ଶବ୍ଦ σπλήν—splḗn ରୁ ଆସିଛି) ପ୍ରାୟ ପ୍ରତ୍ୟେକ ମେରୁଦଣ୍ଡୀ ପ୍ରାଣୀମାନଙ୍କର ଗୋଟିଏ ଅଙ୍ଗ ରୁପେ ପରିଚିତ ଅଟେ । +ଏହା ଲୋହିତ ରକ୍ତ କଣିକା ଓ ପ୍ରତିରୋଧ ଶକ୍ତି (ଇମ୍ମ୍ୟୁନିଟି) ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରେ [୨] । +ଏହା ପୁରୁଣା ଲୋହିତ ରକ୍ତ କଣିକାମାନଙ୍କୁ ରକ୍ତ ସଞ୍ଚାଳନରୁ ବାହାର କରି ରଖେ, ରକ୍ତକ୍ଷୟ ସମୟରେ ଏହା ଏକ ରକ୍ତ ଭଣ୍ଡାର ଭଳି କାମ କରେ । +ଏହା ଦ୍ଵାରା ନଷ୍ଟ ହୋଇଥିବା ବୟସ୍କ ଲୋହିତ ରକ୍ତ କଣିକାରୁ ବହିଷ୍କୃତ ହେମୋଗ୍ଲୋବିନର ବିପଚନ (Metabolism) ହୁଏ । +ଲୋହିତ ରକ୍ତ କଣିକାରେ ଥିବା ହେମୋଗ୍ଲୋବିନରେ ଲୌହ ଅଂଶ ହେମ ଓ ପ୍ରୋଟିନ ଅଂଶ ଗ୍ଲୋବିନ ଥାଏ । +ଏହି ହେମର ବିପଚନ ହୋଇ ବିଲିରୁବିନ ତିଆରି ହୁଏ ଯାହା ଯକୃତଦ୍ଵାରା ବହିଷ୍କୃତ ହୁଏ[୩] ଓ ଏହାର ଲୌହ ଅଂଶକୁ ପ୍ଲୀହା ରିସାଇକ୍ଲ କରେ । +ଏହାର ଶ୍ଵେତ ଅଭ୍ୟନ୍ତରରେ ଆଣ୍ଟିବଡି ପ୍ରସ୍ତୁତ ହୁଏ । +ଜୀବାଣୁ ଓ ରକ୍ତକଣିକାର ବହିଃର୍ଦ୍ଦେଶରେ ଆଣ୍ଟିବଡି କୋଟିଙ୍ଗ ଥିଲେ ପ୍ଲୀହା ସେମାନକୁ ରକ୍ତ ଓ ଲିମ୍ଫ ସଞ୍ଚାଳନରୁ ବାହାର କରିଦିଏ । +୨୦୦୯ ମସିହାର ଗୋଟିଏ ଅନୁଶୀଳନରୁ ଜଣାଯାଏ, ମୂଷା ପ୍ଲୀହାର ଲାଲ ପଲ୍ପରେ ଦେହରେ ଥିବା ସମୁଦାୟ ମୋନୋସାଇଟ ସଂଖ୍ୟାର ଅଧା ଥାଏ । +ଏହି ମୋନୋସାଇଟ ଦେହାର କ୍ଷତିଗ୍ରସ୍ତ ସ୍ଥାନମାନଙ୍କୁ ଯାଇ ଡେନ୍ଡ୍ରାଇଟିକ କୋଷ ଓ ମାକ୍ରୋଫେଜରେ ପରିଣତ ହୁଅନ୍ତି ଓ କ୍ଷତ ଶୁଖାନ୍ତି । +ପ୍ଲୀହା ଗୋଟିଏ ବିରାଟ ଲିମ୍ଫ ନୋଡ ଭଳି ଦେହର ମୋନୋନ୍ୟୁକ୍ଲିଆର ଫେଗୋସାଇଟ ସିସ୍ଟମର କର୍ମକ୍ଷେତ୍ର ରୁପେ କାମ କରେ ଓ ଏହାର ଅଭାବରେ ସଂକ୍ରମଣ ହୁଏ । + ମନୁଷ୍ୟ ଦେହରେ ପ୍ଲୀହା ପେଟର ଉପର ବାମ ପାର୍ଶ୍ଵରେ ଥାଏ, ଏହା ଦେଖିବାକୁ ମାଟିଆ +ଗଠନ +ପ୍ଲୀହାର ଲମ୍ଵ ସୁସ୍ଥ ଲୋକ ଦେହରେ ୭ ସେ.ମି. ରୁ ୧୪ ସେ.ମି. ପର୍ଯ୍ୟନ୍ତ ଥାଏ, ଓଜନ ୧୫୦ ଗ୍ରାମ ରୁ୨୦୦ ଗ୍ରାମ ଥାଏ । +ଏ ସବୁ ମନେ ରଖିବା ନିମନ୍ତେ ୧x୩x୫x୭x୯x୧୧ ନିୟମ ଅଛି । +ଏହି ନିୟମ ଅନୁସାରେ ପ୍ଲୀହାର ଲମ୍ଵ ପ୍ରସ୍ଥ ଓ ମୋଟେଇ ୧"x୩"x୫", ଓଜନ ୭ ଆଉନ୍ସ ଓ ବାମ ପାଖରେ ନବମ ରୁ ଏକାଦଶ ପଞ୍ଜରା ଅସ୍ଥି ପାଖରେ ଥାଏ । +ଏହାର ମଧ୍ୟଚ୍ଛଦ ପୃଷ୍ଠତଳ (Suface) ଓ ଭିସେରାଲ୍ ପୃସ୍ଠତଳ ଥାଏ । +ଏହାର ଗୋଟିଏ ସ୍ଥାନକୁ ହାଇଲମ କହନ୍ତି ଯେଉଁ ବାଟ ଦେଇ ରକ୍ତନଳୀ ଓ ଲିମ୍ଫନଳୀ ପ୍ଲୀହା ମଧ୍ୟକୁ ପ୍ରବେଶ କରେ ଓ ଏହି ପଥ ଦେଇ ଛୋଟ ଗ୍ୟାସ୍ଟ୍ରିକ ଧମନୀ ଓ ସ୍ପ୍ଲେନିକ୍ ଧମନୀ ପରିସ୍କାର ରକ୍ତ ଯୋଗାଏ ଏବଂ ସ୍ପ୍ଲେନିକ ଶୀରା ମଇଳା ରକ୍ତ ନିଷ୍କାସନ କରେ । +ଏହାର ଅଭ୍ୟନ୍ତର ସ୍ପଞ୍ଜ ଭଳି ଥାଏ ଓ ଏଥିରେ ତିନି ସ୍ତର ଥାଏ, ଯଥା ଲାଲ ପଲ୍ପ, ମାର୍ଜିନାଲ ପଲ୍ପ ଓ ଧଳା ପଲ୍ପ । +ଏହା ଭିତରକୁ ଲିମ୍ଫ ନଳୀ ପ୍ରବେଶ କରିଥାଏ । +ଏହାର ଏକ ଜର୍ମିନାଲ କେନ୍ଦ୍ର ଥାଏ ଯାହାକୁ ସରୁ ରକ୍ତନଳୀ ରକ୍ତ ଯୋଗାଏ ଯାହାକୁ ପେନିସିଲିଆରି ରାଡିକ୍ଲ କୁହାଯାଏ । +ପ୍ଲୀହାର ଅନ୍ୟ କାର୍ଯ୍ୟ ସମୂହ +ଏଠାରେ ଓପ୍ସୋନିନ (opsonins), ପ୍ରୋପର୍ଡିନ (properdin) ଓ ଟଫ୍ଟସିନ (tuftsin) ତିଆରି ହୁଏ । +ଭୃଣାବସ୍ଥାରେ ୫ମାସ ପର୍ଯ୍ୟନ୍ତ ପ୍ଲୀହାରେ ଲୋହିତ ରକ୍ତ କଣିକା ତିଆରି ହୁଏ । +ଜନ୍ମ ପରେ ଏହା ବନ୍ଦ ହୋଇଯାଏ କିନ୍ତୁ କେତେକ ରୋଗରେ ଏହା ତିଆରି ହୁଏ । +ଏହା ଗୋଟିଏ ଲିମ୍ସଏଡ ଅଙ୍ଗ ଓ ରେଟିକୁଲୋଏଣ୍ଡୋଥେଲିଆଲ୍ ସିସ୍ଟମର (Reticuloendothelial system) ପ୍ରଧାନ ସଞ୍ଚାଳକ । +ଏହା ଲିମ୍ଫୋସାଇଟ ତିଆରି କରେ । +ଏଠାରେ ଲୋହିତ ରକ୍ତ କଣିକା ଓ ଲିମ୍ଫୋସାଇଟ ଷ୍ଟୋର ହୋଇ ରହେ । +ଆବଶ୍ୟକ ସମୟରେ ଲୋହିତ ରକ୍ତ କଣିକା ଏଠାରୁ ନିର୍ଗତ ହୁଏ । +ଏଠାରେ ୨୩୫.୬ ମ୍.ଲି. ଲୋହିତ ରକ୍ତ କଣିକା ଜମା ହୋଇ ରହିପାରେ ଯାହା ଜଳୀୟ ଅଂଶ କମ ହେଲେ (Hypovolumia) ନିର୍ଗତ ହୁଏ । +ଏଠାରେ ଲିମ୍ଫୋସାଇଟ (Lymphocyte) ଓ ପ୍ଲାଟେଲେଟ (Platelets) ମଧ୍ୟ ଜମାହୋଇ ରହିପାରେ ।