diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia23.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia23.txt new file mode 100644 index 0000000000000000000000000000000000000000..8da3f60a85805e37a1ee16c9e5087bab00f4808e --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia23.txt @@ -0,0 +1,23 @@ +ଆମ୍ବପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ +ଆମ୍ବପତ୍ର +ଆମ୍ୱ ଏପରି ଏକ ସୁସ୍ୱାଦୁ ଫଳ, ଯାହାକୁ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । +ଏଥିପାଇଁ ଆମ୍ୱକୁ ଫଳମାନଙ୍କ ରାଜା ବୋଲି ମଧ୍ୟ କୁହାଯାଏ । +ଗ୍ରୀଷ୍ମ ଦିନରେ ପ୍ରଚୁର ମାତ୍ରାରେ ଫଳୁଥିବା ଆମ୍ୱ କେବଳ ସ୍ୱାଦିଷ୍ଟ ନୁହେଁ ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । +ମୋତିଆବିନ୍ଦୁ, ମୋଟାପଣ ଆଦି ସହ କ୍ୟାନସର ଭଳି ରୋଗରୁ ରକ୍ଷା କରିବାର ଶକ୍ତି ଆମ୍ୱ ପାଖରେ ରହିଛି । +ତେବେ ଆମ୍ବ ପରି ଆମ୍ବପତ୍ରରେ ମଧ୍ୟ ରହିଛି ଅନେକ ଔଷଧୀୟ ଗୁଣ । +ମଧୁମେହ, ଶ୍ୱାସ ରୋଗ ଭଳି ଅନେକ ରୋଗ ପାଇଁ ଆମ୍ବପତ୍ର ବେଶ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । + ତେବେ ଆସନ୍ତୁ ଜାଣିବା ଆସନ୍ତୁ ଜାଣିବା ଆମ୍ବପତ୍ର ଆମ ସ୍ୱାସ୍ଥ୍ୟ ପାଇଁ କିପରି ଲାଭଦାୟକ ହୋଇଥାଏ ଓ ଏହାକୁ କେମିତି ବ୍ୟବହାର କରିବା +ଔଷଧୀୟ ଗୁଣ +ଆମ୍ୱପତ୍ରକୁ ପାଣିରେ ପକାଇ ସେହି ପାଣିରେ ସ୍ନାନ କଲେ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ । +ପେଟରେ ହେଉଥିବା ଷ୍ଟୋନର ଚିକିତ୍ସା ପାଇଁ ଆମ୍ବପତ୍ର ଖୁବ୍ ଉପକାରୀ । +ଆମ୍ୱପତ୍ରକୁ ଗୁଣ୍ଡକରି ପ୍ରତିଦିନ ସେବନ କଲେ ପେଟରୁ ଷ୍ଟୋନ ବାହାରିଯାଏ । +କିଛି ଲୋକଙ୍କର ବାରମ୍ବାର ହାକୁଟି ହୁଏ । +ହାକୁଟି ସମସ୍ୟାରୁ ଆମ୍ୱପତ୍ର ମୁକ୍ତି ଦେଇ ପାରିବ । +ଆମ୍ୱପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ କୁଳି କଲେ ହାକୁଟି ସମସ୍ୟା ଦୂର ହୋଇଥାଏ । +ଶ୍ୱାସ ସମ୍ୱଦ୍ଧୀୟ ସମସ୍ୟା ଥିଲେ ଆମ୍ୱପତ୍ର ଲାଭକାରୀ ହୋଇଥାଏ । +ଆମ୍ୱପତ୍ରର କାଢ଼ା ବନାଇ ପିଇଲେ ଏହି ସମସ୍ୟାରୁ ଆରାମ ମିଳେ । +ଆମ୍ୱପତ୍ରରେ ଆଣ୍ଟି ଡାଏବେଟିସ୍ ଗୁଣ ରହିଥାଏ । +ଏହା ଶରୀରର ସୁଗାର ସ୍ତରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ । +ଆମ୍ୱପତ୍ରକୁ ଶୁଖାଇ ତାହାର ଗୁଣ୍ଡକୁ ନିୟମିତ ସେବନ କଲେ ସୁଗାର ନିୟନ୍ତ୍ରଣରେ ରହେ । +ସତେଜ ଆମ୍ବପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଖାଇଲେ ଟ୍ୟୁମର ପରି ରୋଗରୁ ମୁକ୍ତି ମିଳିପାରିବ । +ଏହାଛଡା ଆମ୍ୱପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଥାଏ ଯାହା ଇନଫେକ୍ସନ୍ ବା ସଂକ୍ରମଣରୁ ଆମକୁ ସୁରକ୍ଷା ଦେଇଥାଏ ।