diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_18 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_18 new file mode 100644 index 0000000000000000000000000000000000000000..e471e955f7fe1d3ed4c32c196feae8c42e6fa6cf --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_18 @@ -0,0 +1,171 @@ +ମନ୍ଦାରଗଡ଼ର ମମତାମୟୀ +ରାଜେନ୍ଦ୍ର ପ୍ରସାଦ ଦାଶ +ତା: ଜାନୁଆରୀ ୪, ୨୦୧୬ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଅଧ୍ୟାପକ ସୁମନ୍ତ ମହାନ୍ତି ମନ୍ଦାରଗଡ଼ର ସାମନ୍ତ ଶ୍ରୀଚନ୍ଦନ ରାୟ ମହାପାତ୍ରଙ୍କ ବାଟଘର ତକ୍ତପୋଷ ଉପରେ ନିଘୋଡ଼ ନିଦରୁ ଉଠିପଡ଼ିଲା । +କ’ଣ ଗୋତେ ବିକଟାଳ ରଡ଼ି ଶୁଣିଥିବାପରି ଲାଗିଲା । +ଆରପଟ ଖଟରେ ଶ୍ରୀଚନ୍ଦନ ମଧ୍ୟ ବସିପଡ଼ିଲା ପରି ତାକୁ ଦିଶିଗଲା । +ଘନ ଘନ ବିଜୁଳି । +ଘଡ଼ଘଡ଼ି । +ସାଇଁ ସାଇଁ ପବନ ! କିଟି କିଟି ଅନ୍ଧାର । +ସକାଳୁ ପ୍ରାୟ ଦୁଇଶ କିଲୋମିଟର ଆସିଚି । +ପ୍ରତାପପୁର କଲେଜ୍‌ର ମୁଖ୍ୟ ଅତିଥି । +ଖାଲି କଥା ଦେଇଥିଲା ବୋଲି ସେ ସକାଳୁ ଭୁବନେଶ୍ୱର ଛାଡ଼ିଥିଲା, ଯଦିଓ ଜାଣିଥିଲା ଯେକୌଣସି ମୁହୂର୍ତ୍ତରେ ଝଡ଼ଟା ଆସିଯିବ । +ପ୍ରତାପପୁର ଆଉ ସତର କିଲୋମିଟର ଅଛି, ଗାଡ଼ିଟା ବିଗିଡ଼ିଗଲା । +ସେ ଓ ଡ୍ରାଇଭର୍‌ ବର୍ଷା ଭିତରେ ଗାଡ଼ିଟା ଠେଲି ଠେଲି ଅଧକିଲୋମିଟର ନେଲା ପରେ ଅଟକିବାକୁ ବାଧ୍ୟ ହେଲେ । +ରାସ୍ତାଟା କଟିଯାଇଥିଲା । +ହାତେ ଗହୀର ଦିହାତ ଚଉଡ଼ାରେ ଘୁ ଘୁ ହୋଇ ପାଣିସୁଅ ଛୁଟୁଥିଲା । +ତିନ୍ତିବୁଡ଼ି ସାହାଯ୍ୟ ସନ୍ଧାନରେ ଦେଢ଼ କିଲୋମିଟର ଚାଲି ମନ୍ଦାରଗଡ଼ର ଶ୍ରୀଚନ୍ଦନ ଦୁଆରେ ଛିଡ଼ା ହୋଇଥିଲା । +ସାମନ୍ତ ଶ୍ରୀଚନ୍ଦନ ରାୟ ମହାପାତ୍ର । +ତ୍ରିପଣ୍ଡ କଳା । +ଠିଆ ଠିଆ ଟାଆଁସା ବାଳ, ଚିତାବାଘ ଆଖିପରି ସ୍ଥିର, ଗଭୀର ଜଳନ୍ତା ଦିଇଟା ଆଖି । +ବାଘୁଆ ନିଶ ମେଦବର୍ଜିତ ସୁଗଠିତ ସୁଠାମ ବୃଷସ୍କନ୍ଧ ଶାଳପ୍ରାଂସ ଭୁଜ ପୁରୁଷର୍ଷଭ । +କଣ୍ଠସ୍ୱର ବଜ୍ର ନିର୍ଘୋଷ । +ମିତବାକ୍‌ । +ପଦେ ଦିପଦ କଥାରେ ଏମନ୍ତ ପାଗରେ ସୁମନ୍ତର ଘରୁ ଗୋଡ଼ କାଢିବାର ହେତୁ, ରାସ୍ତାର କଦର୍ଥନା ଓ ଏବର ଅସହାୟତା ବୁଝି ଦିଇଟା ମଜ୍‌ବୁତ୍‌ ମୋଟା ତାକ୍‌ଡ଼ା ତିନିଜଣ ଭେଣ୍ଡା ଓ ଗୋଟେ ଟର୍ଚ୍ଚ ଯୋଗାଡ଼ କରି ଗାଡ଼ିଟାକୁ ଉଦ୍ଧାର କରି ବାହାର ଅଗଣାରେ ପହଞ୍ଚାଇଥିଲେ । +ରାତି ନଅଟା । +ଜଣକୁ ପ୍ରତାପପୁର ପଠେଇ ଦେଇଛି । +ଆଜି ଆଉ କି ସଭା ? ଆପଣ ବରଂ ରାତିଟା ଏଇଠି ରହନ୍ତୁ । +ସୁମନ୍ତ ଅଗତ୍ୟା ରାଜି ହୋଇଥିଲା । +ରାତିରେ ରୁଟି କୁକୁଡ଼ା । +ତକ୍ତପୋଷ ଉପରେ ମୋଟା ନଡ଼ିଆକତା ଗଦି । +ତା ଉପରେ ମଖମଲି ତୋଷକ । + ସୁମନ୍ତକୁ ଖଣ୍ଡେ ହଳଦିଆ ଦୋସୂତି ଘୋଡ଼ିହେବା ବଢ଼େଇ ଦଉ ଦଉ ଶ୍ରୀଚନ୍ଦନ କହିଲେ, +ରାତିବିକାଳି କାଳେ ଡରିବେ । +ଅନୁମତି ହେଲେ ମୁଁ ସେପଟେ ଖଟଟାରେ ଶୋଇବି । +ସୁମନ୍ତ ଆଶର୍ଯ୍ୟ । +କି ଅଦ୍ଭୁତ ଲୋକ । + ବଳେପଶା ଅତିଥିର ଅନୁମତି ଲୋଡ଼ୁଛନ୍ତି ! କହିଲା , +ମୋର ଡରଭୟ ନାହିଁ ଆଜ୍ଞା +ଭୂତପ୍ରେତ ? +ହସି ଉଠିଥିଲା ସୁମନ୍ତ । +ଭୂତପ୍ରେତ ଯଦିବା କେବେ ଥିଲେ ଆଉ ନାହାଁନ୍ତି । +ସବୁଗୁରା ମଣିଷ ହୋଇଯାଇଚନ୍ତି । + ନହେଲେ ଏତେ ହାଉଯାଉ ହୁଅନ୍ତେ କିମିତି ? +ଆପଣଙ୍କ କଥାକୁ ତାରିଫ୍‌ କଲେବି ମତେ କହିବାକୁ ହଉଛି ଯେ, ଭୂତ ସତରେ ଅଛନ୍ତି । +ଆଜି ହୁଏତ ଆପଣ ଜାଣିବେ । +ଜାଣିବି ନା ଦେଖିବି ? ସେମାନେ କ’ଣ ଏଇଘରେ ଚଳପ୍ରଚଳ ହଉଚନ୍ତି ? ଶ୍ରୀଚନ୍ଦନଙ୍କ ଆଖି ଦି’ଟା ଆହୁରି ଜଳି ଉଠିଲା, +ମତେ ବା ଏ ଘରର ଲୋକଙ୍କୁ ପହଳରେ ବି ଭୂତ କହିବା ଶୋଭା ପାଇଲା ନାହିଁ ମହାଶୟ । +ଛାଡ଼ନ୍ତୁ ଆପଣ ନୂଆ ଲୋକ । +ଏ ଘର ନୁହେଁ । +ଏଇ ଗାଁରେ । +ସବୁଦିନେ ନୁହେଁ । +ବର୍ଷରେ ଥରେ । +ଦଶବର୍ଷ ହେଲା । +ଶ୍ରାବଣ ଅମାବାସ୍ୟା ରାତିରେ । +ସୁମନ୍ତ ଅନୁତପ୍ତ ହେଲେ ବି ଭୂତ ସ୍ୱୀକାର କରିବାକୁ ନାରାଜ । + ପଚାରିଲା, +କେଉଁ ବିଦେହୀ ଆତ୍ମା । +ମନେ ହେଉଛି ଆପଣ ପ୍ରେତତ୍ତ୍ୱରେ ଅବଗ୍ରାହୀ । +ତଥାପି ଏପରି ପ୍ରଗଳ୍ଭ କାହିଁକି ? କେବଳ ମୁଁ ନୁହେଁ । +ଏ ଖଣ୍ଡମଣ୍ଡଳରେ ସମସ୍ତେ ଜଣନ୍ତି । +ଆମ ସାନ ସାଆନ୍ତାଣୀ । +ଏପରି ମମତାମୟୀ କମ୍‌ ଥିବେ । +ଦୁର୍ଘଟଣାରେ ଦଶବର୍ଷ ତଳେ କାଳ ହୋଇଗଲା , ଶ୍ରାବଣ ଅମାବାସ୍ୟା ଉପରଓଳି । +ସେଇ ରାତିରେ ସେ ଆଉ ଗୋଟିଏ ପ୍ରାଣି ଦେହରେ ଆବିର୍ଭୂତା ହେଲେ । +ସେଇ ଆରମ୍ଭ । +ୟା ଭିତରେ ନାନା ଗୁଣିଗାରେଡ଼ି, ମନ୍ତ୍ର ଯନ୍ତ୍ର,ଶାନ୍ତି-ସ୍ୱସ୍ଥ୍ୟୟନ , ପୁଜା-ଅର୍ଚ୍ଚନା, ଯାଗଯଜ୍ଞ କରାଯାଇଛି । +ଏଇଟା ଦଶମ ବର୍ଷ । +ଅନେକଙ୍କର ବିଶ୍ୱାସ ଯେ, ଦଶବର୍ଷରେ ପ୍ରେତଯୋନିରୁ ମୁକ୍ତି ସମ୍ଭବ । +ଆଉ ହୁଏତ ତାଙ୍କର ଆବିର୍ଭାବ ହେବନାହିଁ । +ତଥାପି ମହାଶୟ, ହନୁମାନ ଚାଳିଶା ଆବୃତ୍ତି କରୁଛି । +ଅନୁରୋଧ , ଆବୃତ୍ତିର ଅନୁସରଣ କରିବା ହେବେ । +ଶ୍ରୀଚନ୍ଦନ ହନୁମାନ ଚାଳିଶା ଗାଇଲେ । +ତାଙ୍କ ପଛେ ପଛେ ସୁମନ୍ତ । +“ ଭୂତ ପିଚାଶ ନିକଟ ନେହିଁ ଆୱେ, ମହାବୀର ଜବ ନାମ ଶୁନାୟେ ।” +ପଦଟି ଆଉଡେଇଲା ବେଳେ ସୁମନ୍ତ ଏକ ପରମ ନିଶ୍ଚିନ୍ତତା ଅନୁଭବ କଲା । +ପରେ ପରେ କ୍ଳାନ୍ତ ଅବସନ୍ନ ସୁମନ୍ତ ପ୍ରାୟ ସାଙ୍ଗେ ସାଙ୍ଗେ ଶୋଇପଡ଼ିଲା । +ଶବ୍ଦଟା ଶୁଣି ଉଠିପଡ଼ି ସୁମନ୍ତ ଟର୍ଚ୍ଚଟା ଟିପିଦେଲା ବେଳକୁ ଶ୍ରୀଚନ୍ଦନ କହିଲେ ; +ଅଧ୍ୟାପକ ମହାଶୟ, ଆଜି ଶ୍ରାବଣ ଅମାବାସ୍ୟା ମନେ ଅଛି ? ଆମର ସବୁ ପ୍ରଚେଷ୍ଟା ବ୍ୟର୍ଥ ହୋଇଛି । +ସାଆନ୍ତାଣୀ ପ୍ରେତ ଯୋନିରେ ହିଁ ଅଛନ୍ତି । +ଶ୍ରୀଚନ୍ଦନ ମହାଶୟ, ଆପଣତ ଏଇ ମାତ୍ର ଉଠିଲେ । + ଜାଣିଲେ କିପରି ? +ସୁମନ୍ତବାବୁ, ଆପଣ କାହିଁକି ଉଠିପଡ଼ିଲେ ? +କ’ଣ ଗୋଟେ ବିକଟାଳ ଶବ୍ଦ ଶୁଣିଲାପରି ଲାଗିଲା । +ବିକଟାଳ ! ମତେ ତ ବିକଳ କ୍ରନ୍ଦନ ପରି ଶୁଭିଲା । +ଶୁଭେ । +ଆଉ ଟିକକ ପରେ ଶୁଣିବେ । +ବିରାମହୀନ ଆକୁଳ କ୍ରନ୍ଦନ । +ନାନା ସ୍ୱରଗ୍ରାମରେ । + ସମୁଦ୍ରର ପାଣି ଗୋଟିଏ ଆବର୍ତ୍ତରେ ରସାତଳଗାମୀ ହେଲେ ବା ପୃଥିବୀର ସବୁ ପବନ ଗୋଟିଏ ରନ୍ଧ୍ରରୁ ବିନିର୍ଗତ ହେଲେ କିପରି ଶୁଭନ୍ତା ସୁମନ୍ତ ବାବୁ ? +ବୁଝିପାରିଲେ ନାଇଁ ଆଜ୍ଞା । +ସୁମନ୍ତ ସତରେ ବୁଝିପାରୁ ନଥିଲା । +ଭାବୁଥିଲା – କି କଳ୍ପନାରେ ବାବା ! କି ଭାଷା ! କିନ୍ତୁ ତା’ ପାଇଁ ଅସଲ ପ୍ରହେଳିକା ସେଇ ମମତାମୟୀଟି । +ଦୁର୍ଘଟଣାରେ ମଲେ । + କି ଦୁର୍ଘଟଣା ? ପ୍ରେତ କାହିଁକି ହେଲେ ? ପୁଣି କୋଉ ପ୍ରାଣୀଟିକୀ ଆଦରିଚନ୍ତି ? ସେଇ ନିର୍ଦ୍ଦିଷ୍ଟ ପ୍ରାଣିଟି କ’ଣ ଦଶବର୍ଷ ହେଲା ବଞ୍ଚିଚି ? ତା ପ୍ରଶ୍ନ ଶୁଣିଲାପରି ଶ୍ରୀଚନ୍ଦନ କହି ଚାଲିଲେ , +ସାନ ସାଆନ୍ତାଣୀ ପଚିଶ ବର୍ଷରେ ବିଧବା ହେଲେ । +ସତୀ ହେବାକୁ ଚାହୁଁଥିଲେ । +ଦଶବର୍ଷର ଏକାମାତ୍ର ପୁଅଟି ପାଇଁ ବଞ୍ଚିଲେ । +ପୁଅ ଯୋଗ୍ୟ ହୋଇ ବିଦେଶ ଗଲେ । +ସେଠାରେ ଘର ସଂସାର କରି ରହିଲେ । +ସାଆନ୍ତାଣୀ ଆରମ୍ଭରୁ ଦିଅରକୁ ବହୁତ ସ୍ନେହ କରୁଥିଲେ । +ପୁଅ ନ ଫେରିବାରେ ଆହୁରି ବେଶୀ ସ୍ନେହ କଲେ । +କ’ଣ କିମିତି ହେଇଗଲା ! ସାଆନ୍ତାଣୀ ଗର୍ଭବତୀ ହେଇଗଲେ । +ଗୋଟେ କାହାକୁ ଡକେଇ ଗର୍ଭନଷ୍ଟ କରାଇବାରେ ପ୍ରଚୁର ରକ୍ତଶ୍ରାବ ହେଲା । +ମରିଗଲେ । +ଆମେ ସବୁ କୁଳକୁଟୁମ୍ବ ଲାଜରୁ ଚୁପ୍‌ଚାପ୍‌ ଶବସତ୍କାର କରିଦେଲୁ । +ସେଇ ରାତିରେ ସାରସଟିଏ ମଶାଣିର ଓସ୍ତଗଛରେ ବସି ବିଳାପ କରିବାରେ ଲାଗିଲା । +ବାସ୍‌ ଖାଲି ରାତିଟା । +ସକାଳୁ ନଥିଲା । +ପ୍ରତିବର୍ଷ ଶ୍ରାବଣ ଅମାବାସ୍ୟାରେ ଏପରି ଘଟିଲା । +ସାରସ ଡାକ ଶୁଣିଛନ୍ତି ଆଜ୍ଞା ? ତୁରୀପରି ! ତୁର୍‌ ତୁର୍‌ ତୁର୍‌ ତୁରର୍‌ । +ସାଆନ୍ତାଣି-ସାରସଟା କିନ୍ତୁ ମଣିଷ ପରି ବାହୁନେ । +ଅବଶ୍ୟ ଭୟଙ୍କର ବଡ଼ପାଟିରେ । +କ’ଣ ସେଇ ଏକା ସାରସ ? +ନାଇଁ ଆଜ୍ଞା । +ପ୍ରତିବର୍ଷ ଗୋଟିଏ ନୂଆ ସାରସ ବୋଧହୁଏ । +ଦି ତିନିବର୍ଷ ଆମେ ବାଣୁଆ ଲଗେଇଲୁ । +ଚାରି ଚାରିଟା ସାରସ ମରାହେଲେଣି । +ସାରସ ଦେଖିଛନ୍ତି ଆଜ୍ଞା ? ମଣିଷ ଉଞ୍ଚା ବିରାଟ ପକ୍ଷୀ । +ଲମ୍ବା ଲମ୍ବା ନାଲିଗୋଡ଼ । +ମୁଣ୍ଡ ଓ ପାଖକୁ ଲାଗିଥିବା ବେକ ବି ନାଲି । +ନାଲି ପଗଡ଼ି ପିନ୍ଧିଥିବା ମଣିଷ ଯେମମିତି ! ଆଶ୍ଚର୍ଯ୍ୟ କଥା କ’ଣ କହିବି ଆଜ୍ଞା, ଆମେ ଯଉଗୁରାଙ୍କୁ ମରେଇଲୁଣି ସବୁଗୁଡ଼ାଙ୍କ ଥଣ୍ଟ ବକଟେ ବକଟେ । +ବେକମୁଣ୍ଡ ମିଶାମିଶି । +ଢିମାଢିମା ଗୋଲ ଆଖି । +ପେଚାପରି ମୁହଁ, ଅବିକଳ ମଣିଷ ପରି । +ଦେଖିଲେ ଡର ମାଡ଼େ । +ସୁମନ୍ତ ମନରେ ନାନା ପ୍ରଶ୍ନ । +ସାରସମାନେ ଯୋଡ଼ିବାନ୍ଧି ରହନ୍ତି । +ଜଳା ଭୂମିରେ ବସା ବାନ୍ଧନ୍ତି । +ଭୁଲ ବୁଝିଛନ୍ତି ଶ୍ରୀଚନ୍ଦନ । +ଆଉ କି ଚଢ଼େଇ ହେଇଥିବ । +ଅମାବାସ୍ୟା ଦିନ ଚଢ଼େଇଦଳ ଏଇ ବାଟଦେଇ ଉଡ଼ିଯାଉଥିବେ । +ଗୋଟିଏ ଦଳଛଡ଼ା ହେଇ ଅଟକି ଯାଇଥିବ । +କହିଲା । +ଆଉ କୋଉ ଚଢେଇ ହେଇଥିବ ଆଜ୍ଞା । +ସାରସ ଗଛରେ ରହେନା । +ଏକୁଟିଆ ବି ନୁହେଁ । +ସୁମନ୍ତ ବାବୁ ! ସାରସ ଚିହ୍ନିବାରେ ଆମର ଭୁଲ୍‌ ହେବ? ଆମ ପାଟରେ ଭେଳା ଭେଳା ସାରସ ଆଜ୍ଞା । +ଅନ୍ୟ ଚଢ଼େଇ ନୁହେଁ, ସାଆନ୍ତାଣୀ ଗୋଟେ ବେଯୋଡ଼ ସାରସ ବାଛି ବିଜେ ହୋଇ ପଡ଼ୁଛନ୍ତି । +ଭାରି ଭଲ ଗାଉଥିଲେ ସିଏ । +କେତେଥର ମୁଁ ନିଜେ ଦୂରରୁ ଶୁଣିଛି, ଗୋପାଳକୃଷ୍ଣଙ୍କ ‘‘ସାର ସଜ ସାରସ ଲପନାରେ ’’ । +ଦିଅରର ନାଆଁ ମଧ୍ୟ ସାରଙ୍ଗ । +ଯୋଉଥିରେ ହେଉ, ସାଆନ୍ତାଣୀ ଜାଣିଶୁଣି ଏଇ ଚଢ଼େଇଟିକୁ ବାଛିଛନ୍ତି । +ସୁମନ୍ତ କହିବାକୁ ବାହାରୁଥିଲା ଯେ, ‘ ସାରସ ଲପନା’ ର ସାରସାଟା ଚଢେଇ ନୁହଁ , ଫୁଲ । +ପଦ୍ମଫୁଲ । +ମାତ୍ର ତା’ର ମନେ ପଡ଼ିଗଲା, ସାରସ ଓ ସାରଙ୍ଗ ଉଭୟ ଶବ୍ଦ ପଦ୍ମ ଓ ରାଜହଂସ ପାଇଁ ମଧ୍ୟ ପ୍ରଯୁଜ୍ୟ । +ଠିକ୍‌ ସେତିକିବେଳକୁ ତାକୁ ଲାଗିଲା, ଚାରିଆଡ଼େ ଗୋତେ ଅଦ୍ଭୁତ ସ୍ତବ୍‌ଧତା ଛାଇଯାଉଛି । +ମେଘ, ପବନ, ବିଜୁଳି ସବୁ ଯେମିତି ହଠାତ୍‌ ବନ୍ଦ ହେଇଯାଇଚି । +ସେଇ ନିମିଷକର ଅଖଣ୍ଡ ନିରନ୍ଧ୍ର ସ୍ତବ୍‌ଧତାକୁ ଚୂର୍‌ମାର କରି ଗୋଟେ କ୍ରମବର୍ଦ୍ଧିଷ୍ଣୂ ବିଳାପ ଧ୍ୱନି ଦିଗବିଦିଗ ବ୍ୟାପିଗଲା- ଆଁ ଆଁ ଆ ଆ । +ହଠାତ୍‌ ଆଉ ଗୋଟେ ଶବ୍ଦ । +ଗୁଳି । +ଶ୍ରୀଚନ୍ଦନ ଖଟରୁ ଡେଇଁପଡ଼ି ଦଉଡ଼ିଲେ । +ପଛେ ପଛେ ସୁମନ୍ତ । +ଆଗରେ ବିରାଟ ଓସ୍ତଗଛ । +ଚଢ଼େଇ ଡେଣାର ଫଡ଼ଫଡ଼ ସାଙ୍ଗକୁ ଗୋଟିଏ ମଣିଷର ଗଁ ଗଁ ଶବ୍ଦ । +ସୁମନ୍ତ ଟର୍ଚ୍ଚଟା ଜାଳିଲା । +ସବୁ ଶବ୍ଦ ବନ୍ଦ ହୋଇଗଲା । +ଓସ୍ତମୂଳେ ଗୋଟେ ବିରାଟ ଚଢ଼େଇ । +ତା ତଳେ ମଣିଷଟିଏ । +ମଣିଷଟିଏ ଚିତ୍‌ହୋଇ ପଡ଼ିଛି । +ତା ମୁହଁ ଉପରେ ଚଢ଼େଇ ମୁହଁ । +ଦେହ ଉପରେ ଚଢ଼େଇ ଦେହ । +ଗୋଡ଼ ଉପରେ ଚଢ଼େଇର ଗୋଡ଼ । +ଚଢ଼େଇ ଡେଣା ଦି’ଟା ତେର୍ଚ୍ଛେଇ ଯାଇ ମଣିଷଟାକୁ ଆବୋରି ପକେଇଚି । +ଉଭୟ ରକ୍ତ ଜୁଡ଼ୁବୁଡ଼ୁ । +ଖଣ୍ଡେ ଦୂରରେ ଗୋଟେ ଶକ୍ତିଶାଳୀ ରାଇଫଲ୍‌ । +ସୁମନ୍ତ ଅନୁମାନ କଲା ଯେ, ଲୋକଟା ଚଢ଼େଇ ମାରିବାକୁ ରାଇଫଲ୍‌ ଫୁଟେଇଚି । +ଚଢ଼େଇଟା ଖସି ପଡ଼ିଚି ଠିକ୍‌ ତା’ରି ଉପରେ । +ଚଢ଼େଇ ମରିଚି ଗୁଳିରେ । +ଲୋକଟା ମରିଚି ଗଛ ଶିଅରେ ମୁଣ୍ଡ ପିଟିହେଇ । + ଶ୍ରୀଚନ୍ଦନ ଆଗେଇଯାଇ ଚଢ଼େଇ ଡେଣାଟା ଆଡ଼େଇଦେଇ ଚିତ୍କାର କରିଉଠିଲେ ସାରଙ୍ଗ !