diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia27.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia27.txt new file mode 100644 index 0000000000000000000000000000000000000000..a2f5205a2dbd9078284bb8fbe625b0e9fd0dae81 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia27.txt @@ -0,0 +1,28 @@ +ଆୟୁର୍ବେଦରେ ରହିଛି ରୋଗକୁ ସମୂଳ ନାଶର ପ୍ରକ୍ରିୟା +ଆୟୁର୍ବେଦ +ଆଧୁନିକ ଚିକିତ୍ସା ବିଶେଷଜ୍ଞ ରୋଗବ୍ୟାଧିରୁ ରକ୍ଷା ପାଇଁ ଏବେ ଆୟୁର୍ବେଦ ଆଡକୁ ମୁହାଁଇଲେଣି । +ଏଲୋପଥିରେ ରୋଗର ଉପଚାର ନିଶ୍ଚୟ ଅଛି , କିନ୍ତୁ ରୋଗରୁ ରକ୍ଷା ହୋଇପାରିନଥାଏ । +କିନ୍ତୁ ଆୟୁର୍ବେଦରେ ରୋଗର ଉପଚାର ସହ ଏଥିରୁ ରକ୍ଷା ବି ମିଳେ । +ଏଥିପାଇଁ ଏଲୋପଥିର ଡାକ୍ତର ମଧ୍ୟ ଆୟୁର୍ବେଦର ଔଷଧକୁ ପ୍ରୋତ୍ସାହିତ କରୁଛନ୍ତି । +ବିଶେଷଜ୍ଞଙ୍କ ଅନୁସାରେ ଏଲୋପଥି ଓ ଆୟୁର୍ବେଦ ର ସମାବେଶରେ ବେମାରୀର ପ୍ରଭାବକୁ ନାଶ କରିହେବ ଓ ରୋଗରୁ ଉପଶମ ମିଳିପାରିବ । +ଆୟୁଷ ମନ୍ତ୍ରାଳୟ ଏହି ପଥିଗୁଡିକର ସମାବେଶକୁ ଖୁବ୍ ଜୋରଦେଇଛନ୍ତି । +ମନ୍ତ୍ରାଳୟ ଚାହୁଁଛି କି ଆୟୁର୍ବେଦ ର ଔଷଧକୁ ପ୍ରୋତ୍ସାହିର କରାଯାଉ । +ମନ୍ତ୍ରାଣୟ ଅନେକ ଏମିତି ଔଷଧକୁ ଚିହ୍ନିତ କରିଛି , ଯାହା ବଜାରରେ ବଡ ଜୋରସୋରରେ ଏଲୋପଥି ଚିକିତ୍ସକଙ୍କ ଦ୍ୱାରା ଲେଖାଯାଉଛି । +ଏଥିମଧ୍ୟରେ ଡାଇବେଟିସ୍ ଔଷଧ ମଧ୍ୟ ଅଛି । +ଯାହାକୁ ସିଏସଆଇଆର୍ ର ବୈଜ୍ଞାନିକମାନେ ପ୍ରସ୍ତୁତ କରିଛନ୍ତି । +ଏହି ଔଷଧ ରୋଗୀର ସୁଗାର ଲେବଲକୁ କମ୍ କରିଦିଏ , ଯିଏ ଡାଇବେଟିସର ପ୍ରାରମ୍ଭିକ ଅବସ୍ଥାରେ ଥିବେ । +ଆଉ ଏହା ରୋଗ ବଢିବାରେ ରୋକି ଥାଏ । +ଏଥିରେ ଆହୁରି ଏମିତି ତତ୍ତ୍ୱ ଅଛି , ଯାହା ଆଣ୍ଟିଅକ୍ସିଡେଂଟ ଯୁକ୍ତ ହୋଇଥାଏ । +ଏହା ପୋଷଣ ଦୃଷ୍ଟିରୁ ଉପଯୋଗୀ ଅଟେ । +ଉପକାରିତା +ଆୟୁର୍ବେଦ ଦ୍ୱାରା କିଡନୀ ରୋଗର ଚିକିତ୍ସା ନିକଟରେ କିଡନୀ ରୋଗର ବିଶେଷଜ୍ଞଙ୍କର ଏକ ସମ୍ମିଳନୀରେ ଏଲୋପଥିର ଚିକିତ୍ସକମାନେ ଆୟୁର୍ବେଦ ଔଷଧ ନିରି କିଏଫଟିକୁ ପ୍ରସ୍ଥାବିତ କରିଛନ୍ତି । +ପ୍ରକୃତରେ ଏହି ଔଷଧ କିଡନୀ ଖରାପକକୁ ରୋକିଥାଏ । +ଯଦି କୈାଣସି ବ୍ୟକ୍ତିଙ୍କର କିଡନୀରେ ଖରାପ ଅବସ୍ଥା ଆସେ ତ ନିରି କିଏଫଟି ର ସେବନ ଦ୍ୱାରା ଏହାକୁ କମାଯାଇଥାଏ । +ଦିଲ୍ଲୀର ସର ଗଙ୍ଗାରାମ ଡାକ୍ତରଖାନାର କିଡନୀ ରୋଗ ବିଶେଷଜ୍ଞ ଡା. ଉନୀଷ ମଲିକ୍ କହିଛନ୍ତି ଏଲୋପଥିରେ କିଡନୀ ବେମାରୀ ଠିକ୍ କରିବା ଔଷଧ କମ୍ ଅଛି । +ଏଲୋପଥିରେ ଚିକିତ୍ସା ଡାୟଲିସିସ୍ ଓ ଟ୍ରାନ୍ସପ୍ଲାଟ ମଧ୍ୟ ଅଛି । +କିନ୍ତୁ ଆୟୁର୍ବେଦ କୁ ଯଦି ଗ୍ରହଣ କରାଯାଏ ନିରି କିଏଫଟି କିଡନୀ ଖରାପ ହୋବରୁ ରୋକି ଥାଏ । +ଏହି ଔଷଧ ଆଜି ବି କିଡନୀ ରୋଗ ବିଶେଷଜ୍ଞଙ୍କ ଦ୍ୱାରା ବ୍ୟବହାର କରାଯାଉଛି । +ରୋଗୀକୁ ମିଳିପାରେ ଲମ୍ବା ଆୟୁଷ ଜଣାଶୁଣା ଆୟୁର୍ବେଦ ବିଶେଷଜ୍ଞ ଡା.ରାମନିବାସ ପରାଶରଙ୍କ ଅନୁସାରେ ଏମିତି ଔଷଧର ତାଲିକା ଖୁବ୍ ଲମ୍ବା ଅଟେ । +ଯାହା ଏଲୋପଥିର ଡାକ୍ତରଙ୍କ ଦ୍ୱାରା ନିଜର ରୋଗୀଙ୍କୁ ଲେଖା ଯାଏ । +ଡା. ପରାଶରଙ୍କ ଅନୁସାରେ ମାନସିକ ଅବସାଦରୁ ବଂଚିବା ପାଇଁ ଆଜି ମଧ୍ୟ ଅଶ୍ୱଗନ୍ଧାକୁ ଲୋକେ ବ୍ୟବହାର କରୁଛନ୍ତି । +ପରାଶରଙ୍କ ଅନୁସାରେ , ଏଲୋପଥି ଓ ଆୟୁର୍ବେଦର ସମାବେଶ ଲୋକଙ୍କୁ ରୋଗରୁ ରକ୍ଷା କରି ରୋଗୀଙ୍କୁ ଲମ୍ବା ଆୟୁଷ ଦେଇପାରିବ ।