From ac59a5f8b1655da197160f723918ab3cdb1b70ce Mon Sep 17 00:00:00 2001 From: Nayan Ranjan Paul Date: Mon, 19 Sep 2022 23:11:08 +0530 Subject: [PATCH] Upload New File --- .../vikashpedia_health_odia25.txt | 23 +++++++++++++++++++ 1 file changed, 23 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia25.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia25.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia25.txt new file mode 100644 index 0000000..fa70a04 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia25.txt @@ -0,0 +1,23 @@ +ଆଳୁରେ ରହିଛି ଅନେକ ରୋଗର ଔଷଧ +ଆଳୁ +ଆଳୁ ଏକ ଏମିତି ପରିବା ଯାହାର ବ୍ୟବହାର ପ୍ରାୟ ସବୁ ଘରେ ହୋଇଥାଏ । +ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଦେଖିବାକୁ ମିଳେ ଆଳୁ । +କିନ୍ତୁ ଅନେକଙ୍କ ବିଶ୍ୱାସ ଆଳୁ ଖାଇଲେ ମୋଟାପଣ ବଢିଥାଏ । +କାରଣ ଆଳୁରେ ଶର୍କରା ଅଧିକ ଥାଏ । +ହେଲେ ଆଳୁରେ ମଧ୍ୟ ଲୁଚି ରହିଛି ଅନେକ ରୋଗର ଔଷଧ । +ଏବେ ନଜର ପକାନ୍ତୁ ଆଳୁର ଔଷଧୀୟ ଗୁଣ ଏବଂ ଏହାର ବ୍ୟବହାର ଉପରେ । +ଔଷଧୀୟ ଗୁଣ +ଓଜନ କମାଇଥାଏ ଆଳୁ : +ଆଳୁ ରସ ଓଜନ କମାଇବାରେ ସାହାଯ୍ୟ କରିଥାଏ । +ତେଣୁ ପ୍ରତିଦିନ ସକାଳ ଖାଦ୍ୟ ଖାଇବା ପୂର୍ବରୁ ଆଳୁ ରସ ବା ଜୁସ୍ ସେବନ କରନ୍ତୁ । +ବଢୁଥିବା ଓଜନକୁ କମାଇବାରେ ଏହା ସାହାଯ୍ୟ କରେ ବୋଲି ଏକ ରିପୋର୍ଟ ପ୍ରକାଶ ପାଇଛି । +ଆଣ୍ଠୁ ଗଣ୍ଠି ପୀଡାରୁ ମୁକ୍ତି : +ଆଳୁ ରସ ଖାଇଲେ ଆଣ୍ଠୁ ଗଣ୍ଠି ପୀଡାରୁ ମୁକ୍ତି ମିଳିଥାଏ । +ଆଳୁ ଜୁସ୍ ସେବନ ଶରୀରରେ ଥିବା ୟୁରିକ୍ ଏସିଡ୍ କେବଳ ବାହାରକୁ ବାହାରିନଥାଏ ବରଂ ଗଣ୍ଠିରେ ହେଉଥିବା ପୀଡା ମଧ୍ୟ କମିଥାଏ । +ଏସିଡିଟିରୁ ମିଳେ ଆରାମ : +ଯେଉଁ ମାନଙ୍କୁ ଏସିଡିଟିର ସମସ୍ୟା ଥାଏ ସେମାନେ ଆଳୁ ରସ ସେବନ କରି ଶୀଘ୍ର ଏଥିରୁ ମୁକ୍ତି ପାଇ ପାରିବେ । +ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରତିଦିନ ଅଧାକପ୍ ଆଳୁ ରସ ପିଅନ୍ତୁ । +ପେଟ ପୋଡିବା : +ଅନେକ ଲୋକ ପେଟ ପୋଡିବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । +ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ପ୍ରତିଦିନ ଆଳୁ ରସ ବା ଜୁସ୍ ପିଅନ୍ତୁ । +ଏପରି ନିୟମିତ କଲେ ଶୀଘ୍ର ଏଥିରୁ ଆରାମ ମିଳିବ । -- GitLab