From c138251031212738acf7da3ee120fd758a6b020c Mon Sep 17 00:00:00 2001 From: Nayan Ranjan Paul Date: Mon, 19 Sep 2022 23:04:49 +0530 Subject: [PATCH] Upload New File --- .../vikashpedia_health_odia2.txt | 22 +++++++++++++++++++ 1 file changed, 22 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia2.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia2.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia2.txt new file mode 100644 index 0000000..4692d17 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia2.txt @@ -0,0 +1,22 @@ +ଦୃଷ୍ଟିଶକ୍ତି ବଢାଇବା କେମିତି +ଦୃଷ୍ଟିଶକ୍ତି ବଢାଇବା +ଆଜିକାଲି ଦୈନନ୍ଦିନ ଜୀବନରେ ସମସ୍ତଙ୍କ ପାଇଁ ଆଖିର ସମସ୍ୟା ଏକ ନିତିଦିନିଆ ସମସ୍ୟା ହୋଇଯାଇଛି । +ଆଖିର ସମସ୍ୟା ଆମର ଖାଦ୍ୟ ଖାଇବା ଉପରେ ନିର୍ଭର କରିଥାଏ । +ଆମେ ଦୈନନ୍ଦିନ ପ୍ରାୟତଃ ୮ରୁ ୧୦ ଘଂଟା କମ୍ପ୍ୟୁଟର ସାମ୍ନାରେ ବସି ବିତାଇଥାଉ, ସେଥିପାଇଁ ଏହା ଆମ ଆଖି ଉପରେ ପ୍ରଭାବ ପକାଇଥାଏ, ଆମ ଆଖିକୁ ବିଶ୍ରାମ ମଧ୍ୟ ମିଳିନ’ଥାଏ । +ଆମେ ଖାଉଥିବା ଖାଦ୍ୟରେ ମଧ୍ୟ ସେମିତି କିଛି ଖାସ୍ ନଥାଏ, ଯାହାଦ୍ୱାରା ଆମ ଆଖିକୁ ପୋଷଣ ମିଳିଥାଏ । +ଆମର ନିତିଦିନିଆ ଖାଇବାରେ ଆମେ ଏମିତି କିଛି ଖାଦ୍ୟ ବ୍ୟବହାର କରିବା ଯାହାଦ୍ୱାରା ଆମର ଦୃଷ୍ଟିଶକ୍ତି ବଢିବା ସହିତ ଯାହାକିଛି ସମସ୍ୟା ଆଖିରେ ରହିଥିବ ତାହା ମଧ୍ୟ ଦୂର ହୋଇପାରିବ । +ଉପାୟ +ଅଁଳାର ବ୍ୟବହାର କରିବା ଦ୍ୱାରା ଦୃଷ୍ଟିଶକ୍ତି କୁ ବର୍ଷବର୍ଷ ଧରି ଠିକ୍ ରଖିଥାଏ । +ଆମେ ଚାହିଁଲେ କଂଚା ଅଁଳାକୁ ଆମ ଖାଦ୍ୟରେ ବ୍ୟବହାର କରିପାରିବା । +ଏହାବ୍ୟତିତ ଖାଲି ପେଟରେ ଅଁଳା ରସକୁ ପିଇବାଦ୍ୱାରା ଏହା ବହୁତ ଉପକାରରେ ଆସିଥାଏ । +ଅଳେଇଚ ଶରୀରର ତାପମାତ୍ରାକୁ ସନ୍ତୁଳିତ ଅବସ୍ଥାରେ ରଖିଥାଏ । +ଏହାର ନିୟମିତ ବ୍ୟବହାର କରିବା ଦ୍ୱାରା ଆଖିକୁ ଥଣ୍ଡା ମିଳିବା ସହିତ ଦୃଷ୍ଟିଶକ୍ତିକୁ ବଢାଇଥାଏ । +ଆମେ ଅଳେଇଚକୁ ପାଉଡର କରି ଏହାକୁ ଥଣ୍ଡା ଖିର ସହିତ ମିଶାଇ ବ୍ୟବହାର କରିପାରିବା ଏହାଦ୍ୱାରା ଆଖି ଠିକ୍ ରହିଥାଏ । +ଖାଦ୍ୟରେ ବହୁଳ ପରିମାଣର ସବୁଜ ପନିପରିବାର ବ୍ୟବହାର କରିବା ଦ୍ୱାରା ଆଖିକୁ ପ୍ରଚୁର ପରିମାଣରେ ଆଇରନ ମିଳିପାରିଥାଏ । +ଦୃଷ୍ଟିଶକ୍ତି ଅଖରୋଟର ବ୍ୟବହାର କରିବା ଦ୍ୱାରା ମଧ୍ୟ ବଢିଥାଏ । +ଭିଟାମିନ୍-ଇ ଏବଂ ଫ୍ୟାଟି ଏସିଡ୍ ଅଖରୋଟରେ ରହିଛି, ଏହା ଆଖି ପାଇଁ ବହୁତ ଜରୁରୀ ଅଟେ । +ଅଧିକ ସମୟ ପାଇଁ ଆଖିକୁ ଠିକ୍ ରଖିବାପାଇଁ ଆମ ଖାଦ୍ୟରେ ଅଖରୋଟର ବ୍ୟବହାର କରିବା ଜରୁରୀ ଅଟେ । +ଗାଜରର ଜୁସ୍ କରି ପିଇବା ଦ୍ୱାରା ଆଖିକୁ ପୃଷ୍ଟି ମିଳିଥାଏ । +ଦୈନନ୍ଦିନ ଏକ ଗ୍ଲାସ୍ ଗାଜରର ରସ ପିଇବା ଦ୍ୱାରା ଆଖି ପାଇଁ ଆମେ ବ୍ୟବହାର କରୁଥିବା ଚଷମା ମଧ୍ୟ ଆମକୁ ଆଉ ବ୍ୟବହାର କରିବାକୁ ପଡିବନି । +ଶରୀର ପାଇଁ ପିସ୍ତାବାଦାମର ଆବଶ୍ୟକତା ବହୁତ ଅଧିକ । +ପାଣିରେ ପିସ୍ତା ବାଦାମକୁ ଭିଜାଇ ଖାଇବାଦ୍ୱାରା ଏହା ଆଖିପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ ଏବଂ ଦୃଷ୍ଟିଶକ୍ତି ମଧ୍ୟ ବଢାଇଥାଏ । -- GitLab