From c6df91477d4487c3116659d28e570b25af5a256d Mon Sep 17 00:00:00 2001 From: Nayan Ranjan Paul Date: Sat, 17 Sep 2022 12:53:31 +0530 Subject: [PATCH] Upload New File --- .../odiasahitya.com/sent_odiasahitya_lekha_6 | 62 +++++++++++++++++++ 1 file changed, 62 insertions(+) create mode 100644 Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_6 diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_6 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_6 new file mode 100644 index 0000000..5d313d4 --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_6 @@ -0,0 +1,62 @@ +ଧର୍ମନିରପେକ୍ଷ ରାଜନୀତି +ମହାପାତ୍ର ନୀଳମଣି ସାହୁ +ତା: ଏପ୍ରିଲ୍ ୨୫, ୨୦୧୯ +ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ → +ଗୋଟିଏ ବାପର ଥିଲେ ତିନିପୁଅ । +ସେମାନେ ସବୁ ବଡ଼ ହୋଇଗଲେ । +ବାହାହେଲେ । +ଘରକୁ ଆସିଲେ ତିନିବୋହୂ । +ତିନି ବୋହୂଙ୍କର ମଧ୍ୟ ଗୋଟିଏ ଗୋଟିଏ ପିଲା ଜନ୍ମ ହେଲେ । +କ୍ରମେ ଘରଟି ହୋଇଗଲା ଗୋଟିଏ ଏକାନ୍ନବର୍ତ୍ତୀ ପରିବାର । +ସବୁ ଭାଇଙ୍କ ଭିତରେ ସାଧାରଣ ଭାବେ ସ୍ନେହ ସୌହାର୍ଦ୍ଦ୍ୟ ଥିଲା । +ବୋହୂମାନେ ମଧ୍ୟ ମିଳିମିଶି ଚଳୁଥିଲେ । +ସୌଭାଗ୍ୟର କଥା ଯେ- ପରିବାରଟିରେ କୌଣସି ମନୋମାଳିନ୍ୟ ନଥିଲା । +କିନ୍ତୁ ତିନିଭାଇ ଧର୍ମରେ ହିନ୍ଦୁ ହେଲେ ବି ପ୍ରତ୍ୟେକେ ନିଜ ନିଜ ମତାନୁସାରେ ଧର୍ମ ପାଳୁଥିଲେ । +ବଡ଼ଭାଇ ଥିଲେ ପରମ ବୈଷ୍ଣବ । +ମଥାରେ ତିଳକ, ବେକରେ ତୁଳସୀମାଳି, ବାଁ ହାତରେ ତମ୍ବା କଡ଼ା ଓ ପାଞ୍ଚଆଙ୍ଗୁଳିରେ ରାମ ଓ କୃଷ୍ଣଙ୍କ ନାମ ଖୋଦିତ ତମ୍ବା ମୁଦି । +ତାଙ୍କ ଠାକୁର ଘର ଅଲଗା । +ସେଠି ରାମାଭିଷେକ ଫଟୋ ରଖି ପୂଜା କରାଯାଏ । +ଶାଳଗ୍ରାମ ପୁଜା ହୁଏ ଓ ହନୁମାନଜୀଙ୍କର ଫଟୋକୁ ମଧ୍ୟ ପୁଷ୍ପ ତୁଳସୀ ଦେଇ ପୁଜା କରାଯାଏ । +ପ୍ରତିଦିନ କର୍ପୂର ଆଳତି ହୁଏ ଓ ତିଳକଲାଗି ହୁଏ । +କ୍ଷୀରୀ, ଖେଚୁଡ଼ି ଡାଲମା, ପିଠା, ପଣା ଭୋଗହୁଏ । +ସବାସାନ ପୁଅ ଶାକ୍ତମତରେ ପୁଜା ଉପାସନା କରନ୍ତି । +ତାଙ୍କର ଠାକୁରଘର ଅଲଗା । +ସେ ରୁଦ୍ରାକ୍ଷ ମାଳା ଓ ରକ୍ତଚନ୍ଦନ ମାଳା ପିନ୍ଧିଥାନ୍ତି । +ଦେହଯାକ ଚନ୍ଦନରେ ଓଁ ହ୍ଲିଂ କ୍ଲୀଂ ଛପା ହୋଇଥାଏ । +ସେ ନାଲିପାଟ ପିନ୍ଧନ୍ତି । +ଠାକୁରଘରେ ଶାୟିତ ଶିବଙ୍କ ଉପରେ ଉଲ୍ଲଗ୍ନା, ଆଲୁଳାୟିତା କେଶ, ଭୟଙ୍କରୀ କାଳୀ ହାତେ ଜିଭ କାଢ଼ି ଠିଆ ହୋଇଥିବାର ଏକ ଫଟୋ ପୂଜାହୁଏ । +ମହିଷାମର୍ଦ୍ଦିନୀ ଦୁର୍ଗା ଓ ବ୍ୟାଘ୍ରବାହିନୀ ମଙ୍ଗଳା ଠାକୁରାଣୀଙ୍କ ଫଟୋ ମଧ୍ୟ ପୂଜାହୁଏ । +ତାଙ୍କ ପାଖେ ମନ୍ଦାର ଫୁଲ ସଜାହୋଇଥାଏ ଏବଂ ପ୍ରତିଦିନ ମାଛମାଂସ ତରକାରି ସହ ଦିନେ ଦିନେ ସାମାନ୍ୟ ମଦ ମଧ୍ୟ ଭୋଗ ହୁଏ । +ମାତ୍ର ମଝିଆଁ ଭାଇଙ୍କର କୌଣସି ସ୍ୱତନ୍ତ୍ର ମତ ନଥିଲା କି ତାଙ୍କର ସେ ଆଡ଼କୁ ମନ ନଥିଲା । +ସେଥିପାଇଁ ତାଙ୍କର ସ୍ୱତନ୍ତ୍ର ଠାକୁର ଘର ନ ଥିଲା । +କିନ୍ତୁ ତାଙ୍କର ଥିଲା ଏକ ସ୍ୱତନ୍ତ୍ର ବୈଠକ ଘର । +ସେ ବୈଠକ ଘରେ ସେ ସବୁ ଦେବଦେବୀଙ୍କର ଫଟୋ ରଖିଥିଲେ । +ବୁଦ୍ଧ ଓ ଯିଶୁଖ୍ରିଷ୍ଟଙ୍କ ଫଟୋ ବି ରଖିଥିଲେ । +ପବିତ୍ର କୋରାନ୍‌ର କେତେକ ମନ୍ତ୍ର ମଧ୍ୟ ଫଟୋ ବନ୍ଧାଇ କରି ରଖିଥିଲେ । +ମୋଟ ଉପରେ ସେ କାନ୍ଥଯାକ ସବୁ ଦେବଦେବୀ ଓ ସାଧୁସନ୍ଥ ବାବାଜି ବେଷ୍ଣବମାନଙ୍କ ଫଟୋ ଟଙ୍ଗା ହୋଇଥିଲା । +ମଝିଆ ଭାଇ କାହାକୁ ପୂଜାଧ୍ୱଜା କରୁ ନଥିଲେ । +ମାତ୍ର ସବୁ ଫଟୋରେ ସବୁଦିନ ଲାଗି ନାଇଲନ୍‌ ଫାଇବର୍‌ ନିର୍ମିତ ବିଭିନ୍ନ ରଙ୍ଗର କୃତ୍ରିମ ଫୁଲର ମାଳା ଲମ୍ବିଥିଲା । +ହଁ-ମୁଁ କହିବାକୁ ଭୁଲିଯାଇଛି ଯେ, ମଝିଆଁ ଭାଇ ରାଜନୀତି କରୁଥିଲେ ଓ ଦୁଇଥର ଚେୟାର୍‌ମେନ୍‌ ହେଲାପରେ ଓ ମାତ୍ର ଥରେ ଭୋଟରେ ହାରିଗଲା ପରେ ଏବେ ଗୋଟିଏ ଧର୍ମ-ନିରପେକ୍ଷ ରାଜନୈତିକ ଦଳର ନେତା ରୂପେ ଏମ୍‌. ଏଲ. ଏ. ହୋଇଛନ୍ତି । +ତେଣୁ ସେ ତାଙ୍କର ବୈଠକଖାନାଟିକୁ ମନେକରନ୍ତି ଏକ ଧର୍ମ-ନିରପେକ୍ଷ ଉପାସନା ଗୃହ । +କାରଣ ସେ ଗୋଟିଏ ଗୃହରେ ରାସଲୀଳା ପ୍ରମତ୍ତ ଶ୍ରୀକୃଷ୍ଣଙ୍କ ସହିତ କ୍ରୁଶବିଦ୍ଧ ଯିଶୁଖ୍ରୀଷ୍ଟ ଓ ଧ୍ୟାନରତ ବୁଦ୍ଧଙ୍କ ସହିତ ଉଲଗ୍ନ ମହାବୀରଙ୍କୁ ଏକ ଧର୍ମନିରପେକ୍ଷ ସୂତ୍ରରେ ବାନ୍ଧି ରଖିଛନ୍ତି । +ଏଥିପାଇଁ ରାଜନୀତିକ ନେତା ମଝିଆଁଭାଇ ଖୁବ୍‌ ଗର୍ବ ମଧ୍ୟ ଅନୁଭବ କରୁଥିଲେ ଏବଂ ସେଥିପାଇଁ ସବୁ ଧର୍ମ ଓ ସମ୍ପ୍ରଦାୟର ଭୋଟଦାତାମାନେ ତାଙ୍କ ବୈଠକ ଖାନାରେ ଆସି ରୁଣ୍ଡ ହେଉଥିଲେ । +କିନ୍ତୁ ସେ ଘରେ କେବେ ଗୀତା, ଭାଗବତ, ଚଣ୍ଡୀ, ବାଇବେଲ୍‌, କୋରାନ୍‌ ଆଦି ପାଠ ହେଉ ନ ଥିଲା । +ଦିନକର କଥା! ସେଦିନ ବଡ଼ଭାଇ ତାଙ୍କର କେତେକ ବୈଷ୍ଣବ ବନ୍ଧୁଙ୍କୁ ସଂକୀର୍ତ୍ତନ ଓ ପ୍ରସାଦସେବନ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ଠିକ୍‌ ସେହିଦିନ ସାନଭାଇ ତାଙ୍କର କେତେକ ଶାକ୍ତ ବନ୍ଧୁଙ୍କୁ ଚଣ୍ଡୀପାଠ ଓ ପ୍ରସାଦ ସେବନ ଲାଗି ନିମନ୍ତ୍ରଣ କରିଥିଲେ ଏବଂ ସେହିଦିନ ମଧ୍ୟ ମଝିଆଁଭାଇ ଆସନ୍ତା ନିର୍ବାଚନ ଲାଗି ପ୍ରସ୍ତୁତି ପାଇଁ ତାଙ୍କର କେତେଜଣ ମିନିନେତା ବନ୍ଧୁଙ୍କୁ ତାଙ୍କ ଗୃହରେ ଆଲୋଚନା ଓ ଭୋଜନ ଲାଗି ନିମନ୍ତ୍ରଣ କରିଥିଲେ । +କିନ୍ତୁ ବର୍ତ୍ତମାନ ଦୁଇଭାଇଙ୍କ ଭିତରେ ଆମିଷ ନିରାମିଷ ରନ୍ଧନ ଲାଗି ବିବାଦ ଦେଖାଦେଲା । +ବୈଷ୍ଣବ ଉପାସକ ବଡ଼ଭାଇ କହିଲେ- “ମୁଁ ଆଜି ଭାଗବତ ପାରାୟଣ ଓ ସଂକୀର୍ତ୍ତନ ଲାଗି ବୈଷ୍ଣବ ଭାଇମାନଙ୍କୁ ପ୍ରସାଦ ସେବନ କରାଇବି । +ତେଣୁ ଆମଘରେ ଆଜି ନିରାମିଷ ରନ୍ଧାହେବ । +” ଶାକ୍ତ ଉପାସକ ସାନଭାଇ କହିଲେ- “ଆଜି ମୁଁ ମୋର ଶାକ୍ତ ଭାଇମାନଙ୍କୁ ଚଣ୍ଡୀପାଠ ପାଇଁ ଓ ଆମିଷପ୍ରସାଦ ସେବନ ପାଇଁ ଡାକିଛି । +ତେଣୁ ନିଶ୍ଚୟ ମାଛ ତରକାରି ହେବ । +କାରଣ ମାଛମାଂସ ନ ଥିଲେ କାଳୀମାତା ସେ ତରକାରୀ ଚାହିଁବେ ନାହିଁ ।” +ରାଜନୈତିକ ନେତା ମଝିଆଭାଇ ଏକଥା ଶୁଣୁଥିଲେ ଚୁପ୍‌ ହୋଇ । +କିଛି କ୍ଷଣ ପରେ ସାମାନ୍ୟ ମୁରୁକି ହସି ବଡ଼ଭାଇ ଓ ସନଭାଇଙ୍କ ଉଦ୍ଦେଶ୍ୟରେ କହିଲେ- “ଠିକ୍‌ ଅଛି । +ଏଇ ସାମାନ୍ୟ କଥା ନେଇ ଆମର ଏକ ଏକନ୍ନବର୍ତ୍ତୀ ପରିବାରରେ ବିଭେଦ ସୃଷ୍ଟି ହେବ? ତା’ ହେଲେ-ଆମେ ଆମର ଏଇ ମହାନ୍‌ ଦେଶ ଭାରତକୁ ଏକାଠି ରଖିବା କିପରି? ତୁମେମାନେ ଗୋଟେ କଥା କର । +ସବୁ ପରିବା, ଡାଲି ଓ ମାଛ କି ମାଂସ ଏକାଠି ମିଶାଇ ଗୋଟେ ଘାଣ୍ଟ ବା ଜନ୍ତାଳ କରି ରାନ୍ଧ । +ଶେଷରେ ଗରମମସଲା ପକାଇ ଯେଝା ଠାକୁରମାନଙ୍କ ପାଖେ ଭୋଗ ଲଗାଅ । +କେବଳ-ବୈଷ୍ଣବ ପୂଜାଗୃହରେ ଯେଉଁ ତରକାରି ଭୋଗ ଲଗାଇବ ସେଥିରୁ ପରିବାତକ କାଢ଼ିଦେବ । +ବାସ୍‌-ଦୁଇଭାଇଙ୍କ କଥା ରହିଲା । +ଏବେ ସେଇ ଘାଣ୍ଟ ବା ଜନ୍ତାଳ ତରକାରି ମୋର ରାଜନୀତିକ ବନ୍ଧୁମାନଙ୍କୁ ଖାଇବାକୁ ଦିଅ । +ଆମ ଧର୍ମନିରପେକ୍ଷ ନେତେମାନେ ସବୁକୁ ଏକାଠି ମିଶାଇ ଖାଇଦେବୁ । +ଆମର କିଛି ବାଛବିଚାର ନାହିଁ । +ବୁଝିଲ ।” +ପାଠକେ! ଏବେ ଆପଣମାନେ ସବୁକଥାର ମର୍ମ ବୁଝିଲେ ତ? -- GitLab