diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia14.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia14.txt new file mode 100644 index 0000000000000000000000000000000000000000..597fd9d35921729533e8856f59989e5c62bb8a93 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia14.txt @@ -0,0 +1,36 @@ +ଅତୁଳନୀୟ ତୁଲସୀ +ତୁଲସୀ +ହିନ୍ଦୁ ଧର୍ମରେ ତୁଳସୀକୁ ପବିତ୍ର ଏବଂ ବିଷ୍ଣୁଙ୍କ ପତ୍ନୀ ଭାବରେ ସ୍ଵୀକାର କରାଯାଇଅଛ । +ଗଙ୍ଗା ପର ତୁଳସୀ ମଧ୍ୟ ତିନିଲୋକରେ ପବିତ୍ର । +ତୁଳସୀ ସେବନରେ ସମସ୍ତ ଦେବତା ପ୍ରସନ୍ନ ହୋଇଥାନ୍ତି । +ବୈଜ୍ଞାନିକ ମତାନୁସାରେ ତୁଳସୀର ରାସାୟନିକ ସଂରଚନା ଏବଂ ଔଷଧୀୟ ଗୁଣ ମନୁଷ୍ୟ ପାଇଁ ଏତେ ଉପକାରୀ ଯେ ବୈଦିକ ଗ୍ରନ୍ଥରେ ବର୍ଣ୍ଣିତ ତୁଳସୀର ପବିତ୍ରତାକୁ ପ୍ରମାଣିତ କରୁଅଛି । +ଆଣ୍ଟିବାୟୋଟିକ୍ ଗୁଣ +ତୁଳସୀ ପତ୍ରରସ ଗଳାରୋଗ, କାଶ, ଶ୍ୱାସ, ସର୍ଦ୍ଦି, ପେଟ ରୋଗ ଉପସମରେ ସହାୟକ ହୋଇଥାଏ । +ଏହାର କାଣ୍ଡ କେତେକ କ୍ଷେତ୍ରରେ ବିଷମଜ୍ଵର ଉପଚାରରେ ବ୍ୟବହୃତ ହୋଇଥାଏ । +ଚରକ ସଂହିତା ମତରେ ତୁଳସୀ ସାପ, ବିଛା ଆଦିଙ୍କର ବିଷନାଶନ ପାଇଁ ଉପଯୋଗୀ । +ଯେଉଁଠାରେ ପ୍ରତିଦୈବିକି ( ଆଣ୍ଟିବାୟୋଟିକ୍ ) ନିଷ୍ଟ୍ରିୟ ହୋଇଥାଏ । +ସେଠାରେ ତୁଳସୀ ପତ୍ରରସର ଉପଯୋଗ ବିଶେଷ ଫଳପ୍ରଦ ହୋଇଥାଏ । +ତୁଳସୀ ସେବନ ଦ୍ଵାରା ମସ୍ତିଷ୍କର ଜୈବ ରସାୟନ ସ୍ତର ସାମାନ୍ୟ ତଥା ସନ୍ତୁଳିତ ହୋଇଥାଏ ଯଦ୍ଦ୍ଵାରା ମାନସିକ ଉତ୍ତେଜନୀ ଶାନ୍ତ ହୋଇଥାଏ । +ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଯୋଗୁ ଅନେକ ରୋଗ ପ୍ରତିହତ ହୋଇଥାଏ । +ତୁଳସୀ ସେବନ ଦ୍ଵାରା ଶରୀରରେ ସିଗାରେଟ୍ ଧୁଆଁ ପରି ଅନେକ ବିଷାକ୍ତ ଧୂଆଁ ଓ ଅନ୍ୟାନ୍ୟ ପ୍ରଦୂଷଣକୁ ରୋକାଯାଇ ପାରେ । +ଏହାର ରସ ସେବନରେ ରକ୍ତଗତ ଶର୍କରା, ଟ୍ରାଇଗ୍ଲିସେରାଇଡ ଏବଂ ଏଲ୍.ଡି.ଏଲ୍ ସ୍ତର ସନ୍ତୁଳିତ ହୋଇଥାଏ । +ଏଣୁ ମଧୁମେହ ନିୟନ୍ତ୍ରଣରେ ତୁଳସୀ ବିଶେଷ ଉପଯୋଗୀ । +ତୁଳସୀ ମଶା ଦୂର କରିବା ଏବଂ ତା’ର ଲାର୍ଭା ନଷ୍ଟ କରିବାର ଅଦ୍ଭୁତ ଶକ୍ତି ବହନ କରେ । +ଏଥିରୁ ଉତ୍ପନ୍ନ ତୈଳରେ ଥିବା ରସାୟନ ତତ୍ତ୍ଵ ଇଉରେଗନଲ୍ ମଶା, ମାଛି ଓ ଅନ୍ୟ ହାନିକାରକ, କୀଟ ଦମନ କରିବାରେ ସାହାଯ୍ୟ କରେ । +ସମ୍ଭବତଃ ଏଥିପାଇଁ ଘର ଅଗଣାରେ ତୁଳସୀ ଲଗାଇବାର ପ୍ରଥା ଚଳିଆସିଛି । +ଧାର୍ମିକ ମତାନୁସାରେ ଘର ଅଗଣାରେ ତୁଳସୀ ଚଉଁରା ସ୍ଥାପନ କରି ପ୍ରତିନିତ୍ୟ ପୂଜାକଲେ ସ୍ଵାସ୍ଥ୍ୟ ସମୃଦ୍ଧି ତଥା ଖୁସି ମିଳିଥାଏ । + ଯାହା ଘର ସାମ୍ନାରେ ତୁଳସୀ ବଗିଚା, ଥାଏ ତା’ ଘର ତୀର୍ଥ ସମାନ ପବିତ୍ର ଅଟେ ଏବଂ ଯମର ଦୂତ ସମାନ +"ତୁଳସୀ ସେବନ ଦ୍ଵାରା ମସ୍ତିଷ୍କର ଜୈବ ରସାୟନ ସ୍ତର ସାମାନ୍ୟ ତଥା ସନ୍ତୁଳିତ ହୋଇଥାଏ ଯଦ୍ଦ୍ଵାରା ମାନସିକ ଉତ୍ତେଜନ । +ଶାନ୍ତ ହୋଇଥାଏ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଯୋଗୁ ଅନେକ ରୋଗ ପ୍ରତିହତ ହୋଇଥାଏ । + ତୁଲସୀ ସେବନ ଦ୍ଵାରା ଶରୀରରେ ସିଗାରେଟ୍ ଧୂଆଁ ପରି ଅନେକ ବିଷାକ୍ତ ଧୂଆଁ ଓ ଅନ୍ୟାନ୍ୟ ପ୍ରଦୂଷଣକୁ ରୋକାଯାଇ ପାରୋ” +ପ୍ରାଣ ନାଶକ ବ୍ୟାଧି କଦାପି ଗ୍ରାସ କରି ନ ଥାଏ । +ତୁଳସୀକୁ ସ୍ପର୍ଶ କରି ବହୁଥିବା ବାୟୁ ପରିବେଶକୁ ତତ୍‌କ୍ଷଣାତ ଶୁଦ୍ଧ କରିଥାଏ । +ତୁଳସୀ ବଗିଚାରେ ବୈଦ୍ୟୁତିକ ଶକ୍ତି ସଂଚାରିତ ହେଉଥାଏ ଯାହାକି ୧୦୦ ଗଜ ପର୍ଯ୍ୟନ୍ତ ପ୍ରବାହିତ ହେଉଥାଏ । +ସେଠରେ କେବେବି ବଜ୍ରପାତ ହୋଇ ନ ଥାଏ । +ତୁଳସୀର ସବୁଠାରୁ ବଡଗୁଣ ବାୟୁ, ଶୁଦ୍ଧ କରିବା । +ତୁଳସୀରୁ ଜୀବସାର କ, ଖା ଏବଂ ଗ ମିଳିଥାଏ । +ଆୟୁର୍ବେଦ ମତାନୁସାରେ ଏହା କଫବାତ ଶାମକ, ଜ୍ଵରଘ୍ନ, କଣ୍ଠ୍ୟ, ଶୋଥହର, ମୂତ୍ରଳ, କୃମିନାଶକ, ଶରୀର ଦୁର୍ଗନ୍ଧ ନାଶ, ଶିରପୀଡାନାଶକ, ସ୍ଵେଦଜନନ, ବିଷମଜ୍ଵରଘ୍ନ, ପାଚକ ଏବଂ ଅଗ୍ନିଦୀପକ । + ଏହା ବାନ୍ତି, ଶ୍ୱାସ, କାଶ, ଜ୍ଵର, ଅପସ୍କାର, ଅରୁଚି ତଥା ହୃଦୟ ରୋଗ ଦୂରକରିବା ସହ ଏହା କୁଷ୍ଠଘ୍ନ, ରକ୍ତବିକାର ନାଶକ ଓ ବଳକାରକ ଅଟେ | +ତୁଳସୀ ସମସ୍ତ ପ୍ରକାର ଜୁଗରେ ପ୍ରୟୋଗ କରାଯାଏ, ବିଶେଷକରି କଫବାତଜ ଓ ବିଷମଜ୍ଵରରେ ଏହା ଉପଯୋଗୀ । +ପ୍ରତିଦିନ ଏହାର ପତ୍ର ସେବନ କଲେ ବିଷମଜ୍ଵର ହେବାର ଆଶଙ୍କା ନ ଥାଏ । +୪-୫ ଗ୍ରାମ ତୁଳସୀ ରସ ଅଳ୍ପ ସୌନ୍ଧବ ଲବଣ ମିଶାଇ ସକାଳ ଓ ସନ୍ଧ୍ୟାରେ ନସ୍ୟ ନେଲେ ସମସ୍ତ ମାନସିକ ରୋଗ ଏବଂ ସ୍ନାୟୁବିକାର ନଷ୍ଟ ହୋଇଥାଏ ।