diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia10.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia10.txt new file mode 100644 index 0000000000000000000000000000000000000000..030954fbb2c6c06cfaa14710fb42dd2186e409c5 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia10.txt @@ -0,0 +1,30 @@ +ହୃତ୍‌ପିଣ୍ଡ +ଉପକ୍ରମ +ହୃତ୍‌ପିଣ୍ଡ ହେଉଛି ସମସ୍ତ ମେରୁଦଣ୍ଡୀ ପ୍ରାଣୀଙ୍କ ଶରୀରରେ ଥିବା ଏକ ମାଂସଳ ଅଙ୍ଗ ଯାହା ମାନବ ଓ ଅନ୍ୟ ପଶୁମାନଙ୍କ ଦେହରେ ଥାଏ ଓ ରକ୍ତ ସଞ୍ଚାଳନ ପ୍ରଣାଳୀରେ ଥିବା ରକ୍ତନଳୀ ଭିତରକୁ ରକ୍ତ ପମ୍ପ କରେ । +ରକ୍ତ ଶରୀରକୁ ଅମ୍ଳଜାନ ଓ ପୋଷକ (nutrients) ଯୋଗାଏ ତ‌ଥା ବିପାକ ଜନିତ ବର୍ଜ୍ୟବସ୍ତୁ ନିଷ୍କାସନରେ ସାହାଯ୍ୟ କରେ । +ଛାତିର ମେଡିଆସ୍ଟାଇନମ୍‌ର ମଧ୍ୟ କୋଠରୀରେ ଏହା ଅବସ୍ଥିତ । +ଅତି ଶକ୍ତ ମାଂସପେଶୀରେ ଗଠିତ ଏହି ଅଙ୍ଗର ଆକାର ହାତମୁଠା ପରି । +ଏହା ନିୟମିତ ସଙ୍କୁଚିତ ଓ ପ୍ରସାରିତ ହୋଇ ଶରୀରରେ ରକ୍ତ ସଞ୍ଚାଳନ କରେ । +ହୃତ୍‌ପିଣ୍ଡ ବିଭକ୍ତ +ମାନବ ଓ ଅନ୍ୟାନ୍ୟ ପଶୁ, ପକ୍ଷୀଙ୍କର ହୃତ୍‌ପିଣ୍ଡ ଚାରୋଟି କୋଠରୀରେ ବିଭକ୍ତ ହୋଇଥାଏ: ଉପର ବାମ ଓ ଡାହାଣ ଅଳିନ୍ଦ, ନିମ୍ନ ବାମ ଓ ଡାହାଣ ନିଳୟ । +ସାଧାରଣତଃ ଡାହାଣ ଅଳିନ୍ଦ ଓ ନିଳୟକୁ ଡାହାଣ ହୃତ୍‌ପିଣ୍ଡ କୁହାଯାଏ ଓ ବାମ ପାଖରେ ଥିବା ଅଳିନ୍ଦ ଓ ନିଳୟକୁ ବାମ ହୃତ୍‌ପିଣ୍ଡ କୁହାଯାଏ । +ମାଛର ଦୁଇଟି କୋଠରୀ ଥାଏ ଓ ସରୀସୃପଙ୍କର ତିନୋଟି କୋଠରୀ ଥାଏ । +ସୁସ୍ଥ ହୃତ୍‌ପିଣ୍ଡରେ ପ୍ରତି କୋଠରୀର ପ୍ରସ୍ଥାନ ପଥରେ ହୃତ୍‌ପିଣ୍ଡ କପାଟିକା (heart valve) ଥାଏ, ତେଣୁ ରକ୍ତ ସଞ୍ଚାଳନ ସର୍ବଦା ଏକ ପଥରେ ହୁଏ ଓ ପଛୁଆ ରକ୍ତ ପ୍ରବାହ ହୁଏ ନାହିଁ । +ହୃତ୍‌ପିଣ୍ଡଟି ଗୋଟିଏ ସୁରକ୍ଷାକାରୀ ମୁଣା ବା ପେରିକାର୍ଡିଅମ (pericardium) ଭିତରେ ଥାଏ ଓ ସେହି ହୃଦାବରଣର ଦୁଇ ସ୍ତର ମଧ୍ୟରେ ସ୍ୱଳ୍ପ ପରିମାଣର ତରଳ ପଦାର୍ଥ ଥାଏ । +ହୃତ୍‌ପିଣ୍ଡର କାନ୍ଥର ତିନୋଟି ସ୍ତର ଥାଏ; ଏପିକାର୍ଡିଅମ୍, ମାୟୋକାର୍ଡିଅମ ଓ ଏଣ୍ଡୋକାର୍ଡିଅମ । +ରକ୍ତ ସଞ୍ଚାଳନ +ହୃତ୍‌ପିଣ୍ଡ ଦୁଇଟି ରକ୍ତ ସଞ୍ଚାଳନ ପ୍ରଣାଳୀରେ ରକ୍ତ ପମ୍ପ କରେ । +ସ୍ୱଳ୍ପ ଅମ୍ଳଜାନ ଥିବା ରକ୍ତ ଶାରୀରିକ ରକ୍ତ ସଞ୍ଚାଳନ ତନ୍ତ୍ରରୁ ସୁପିରିଅର ଭେନାକାଭା ଓ ଇନ୍‌ଫିରିଅର୍ ଭେନାକାଭା ମାଧ୍ୟମରେ ଆସି ଦକ୍ଷିଣ ଅଳିନ୍ଦରେ ପ୍ରବେଶ କରେ ଓ ସେଠାରୁ ଦକ୍ଷିଣ ନିଳୟରେ ପ୍ରବେଶ କରେ । +ଏହା ପରେ ହୃତ୍‌ପିଣ୍ଡ ରକ୍ତକୁ ଫୁସ୍‌ଫୁସିୟ ସଞ୍ଚାଳନକୁ ପମ୍ପ କରେ ଯେଉଁଠାରେ ଫୁସ୍‌ଫୁସ୍‌ରେ ରକ୍ତ ସ‌ହ ଅମ୍ଳଜାନର ମିଶ୍ରଣ ଓ ଅଙ୍ଗାରକାମ୍ଳ ନିଷ୍କାସନ ହୁଏ । +ଅମ୍ଳଜାନ ମିଶ୍ରିତ ରକ୍ତ ଫୁସ୍‌ଫୁସ୍‌ରୁ ବାମ ଅଳିନ୍ଦ ଓ ତାପରେ ବାମ ନିଳୟକୁ ଯାଇ ସେଠାରୁ ଆଓର୍ଟା ଭିତରକୁ ପମ୍ପ ହୁଏ । +ଏହି ରକ୍ତ ଶରୀରର ପ୍ରତ୍ୟେକ ଅଂଶକୁ ଯାଏ, ବିପାକ ପ୍ରକ୍ରିୟାରେ ଅମ୍ଳଜାନ ବ୍ୟବ‌ହୃତ ହେଲାପରେ ଅଙ୍ଗାରକାମ୍ଳ ତ୍ୟକ୍ତ ହୁଏ । +ସାଧାରଣତଃ ପ୍ରତି ହୃତ୍‌ସ୍ପନ୍ଦନରେ ଯେତିକି ରକ୍ତ ଫୁସ୍‌ଫୁସ୍‌ ଭିତରକୁ ଛଡ଼ାଯାଇଥାଏ ସେତିକି ରକ୍ତ ବାମ ନିଳୟ ଶରୀର ମଧ୍ୟକୁ ଛାଡ଼େ । +ଅମ୍ଳଜାନବର୍ଜିତ ରକ୍ତ ହୃତ୍‌ପିଣ୍ଡ ଭିତରକୁ ଶିରା ଆଣେ ଓ ଅମ୍ଳଜାନ ମିଶ୍ରିତ ରକ୍ତ ଶରୀର ମଧ୍ୟକୁ ଧମନୀ ଛାଡ଼େ । +ଶିରା ଅପେକ୍ଷା ଧମନୀରେ ରକ୍ତଚାପ ଅଧିକ ଥାଏ । +ବିଶ୍ରମ ସମୟରେ ପ୍ରତି ମିନିଟ ପିଛା ହୃତ୍‌ପିଣ୍ଡର ସଙ୍କୋଚନ ୭୨ଥର ହୁଏ । +ବ୍ୟାୟାମ କଲେ ଏହି ସଙ୍କୋଚନ ହାର ବଢ଼େ କିନ୍ତୁ ହୃତ୍‌ପିଣ୍ଡ ହାର ଦୀର୍ଘ ସୁତ୍ରରେ କମିଯାଏ ଓ ଏହା ସ୍ୱାସ୍ଥ୍ୟ ପକ୍ଷରେ ଭଲ । +ରୋଗ +ସନ ୨୦୦୮ରେ ହୃତ୍‌ପିଣ୍ଡରକ୍ତନଳୀ ରୋଗ ଅତି ସାଧାରଣ ଓ ହିସାବରେ ୩୦% କେସ୍ ଥିଲା, ଏଥିରୁ ସୁଇ ତୃତୀୟାଂଶ କରୋନାରୀ ଧମନୀ ରୋଗ ଓ ଷ୍ଟ୍ରୋକ ଥିଲା । +ଧୁମ୍ରପାନ, ଅତ୍ୟଧିକ ଓଜନ ବୃଦ୍ଧି, କମ୍ ବ୍ୟାୟାମ, ଅଧିକ କୋଲେଷ୍ଟେରଲ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗର ଅପଚିକିତ୍ସା ଏହି ରୋଗ ସଙ୍କଟସୃଷ୍ଟିକାରୀ ଅଟନ୍ତି । +ଛାତିରେ ସ୍ଟେଥୋସ୍କୋପ୍ ଥୋଇ ହୃତ୍‌ପିଣ୍ଡ-ଶବ୍ଦ ଶୁଣି, ଇସିଜି କରି ରୋଗ ନିର୍ଣ୍ଣୟ କରାଯାଏ । +ହୃଦ୍‌ରୋଗକୁ ହୃତ୍‌ପିଣ୍ଡ ବିଶେଷଜ୍ଞମାନେ ଚିକିତ୍ସା କରନ୍ତି ଯଦିଓ ଅନେକ ସ୍ପେସିଆଲିଷ୍ଟଙ୍କ କାମ ଥାଏ ।