From ec9898ce0a96a838f7e8f424d1bf6750bcf28f67 Mon Sep 17 00:00:00 2001 From: Nayan Ranjan Paul Date: Mon, 19 Sep 2022 23:10:54 +0530 Subject: [PATCH] Upload New File --- .../vikashpedia_health_odia26.txt | 38 +++++++++++++++++++ 1 file changed, 38 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia26.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia26.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia26.txt new file mode 100644 index 0000000..3d5ac04 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia26.txt @@ -0,0 +1,38 @@ +ଆୟୁବେର୍ଦରେ ଖଜୁରି +ପ୍ରକୃତିର ବରଦାନ ପୂର୍ବକ ବିଭିନ୍ନ ଗୁଣକାରୀ ଓ ଶକ୍ତିବର୍ତିକ ଫଳ ହାତପାଆନ୍ତାରେ ମିଳୁଛି । +ଶାରୀରିକଦୁର୍ବଳତାକୁ ନଷ୍ଟ କରିବାରେ ଫଳର ଭୂମିକା ଗୁରୁତ୍ଵପୂର୍ଣ୍ଣ । +ଏହି ପରିପ୍ରେକ୍ଷୀରେ ଶରୀର ପାଇଁ ଖଜୁରିର ପୂର୍ଣ୍ଣ ଆବଶ୍ୟକତା ରହିଛି । +ଆୟୁର୍ବେଦ ଅନୁସାରେ ଭାରତରେ ଖଜୁରି ତିନି ପ୍ରକାରର । +ଯଥା-ପିଣ୍ଡ ଖଜୁରି, ଲାଲ ଖଜୁରି ଏବଂ ହଳଦଆ ଖଜୁରି । +ତେବେ ପିଣ୍ଡ, ଖଜୁରିର ବ୍ୟବହାର ବହୁଳ ମାତ୍ରାରେ କରାଯାଇଥାଏ । +ଖଜୁରି ମଧୁର, ସ୍ନିଗ୍ଧ, ଗୁରୁ, ଶୀତଳ ଏବଂ ବାତପୀତ ନାଶକ । +ଖଜୁରି ପୌଷ୍ଟିକ ଏବଂ ଶକ୍ତିବର୍ଦ୍ଧକ । +ନିୟମିତ ଖଜୁରି ଖାଇବା ଦ୍ଵାରା ଶରୀରରେ ହିମୋଗ୍ଲୋବିନ ବା ରକ୍ତ ବୃଦ୍ଧି ହୋଇଥାଏ । +ଖଜୁରିରେ ମାଛ, ମାଂସ ଠାରୁ ଅଧୀକ ଶକ୍ତି ପ୍ରଦାନ କରୁଥିବା ପୌଷ୍ଟିକ ତତ୍ତ୍ଵ ଭରପୁର ରହିଛି । +ନିୟମିତ ଖଜୁରୀ ଖାଇବା ଦ୍ଵାରା ଶାରିରୀକ ଦୁର୍ବଳତା ନଷ୍ଟ ହୋଇଥାଏ । +ଖଜୁରୀକୁ ଶକ୍ତିବର୍ଦ୍ଧକ ଓ ଧାତୁବର୍ଦ୍ଧକ ଫଳରୂପେ ବିବେଚନା କରାଯାଇଛି । +ଖଜୁରୀ ସେବନ ଦ୍ଵାରା କଫ ନଷ୍ଟ ହୋଇଥାଏ । +କୋଷ୍ଠବଦ୍ଧତାରୁ ମୁକ୍ତିପାଇଁ ନିୟମିତ ଖଜୁରି ସେବନ ନିତାନ୍ତ ଆବଶ୍ୟକ । +ହୃଦୟରୋଗୀଙ୍କ ପାଇଁ ଖଜୁରି ବରଦାନ ସଦୃଶ । +ଖଜୁରୀ ସେବନ ଦ୍ଵାରା ଶରୀରରେ ରକ୍ତ ଏବଂ ପିତ୍ତର ବିକୃତି ମଧ୍ୟ ନଷ୍ଟ ହୋଇଥାଏ । +ଖଜୁରି ସେବନ ଦ୍ଵାରା ମସ୍ତିଷ୍କର ଦୁର୍ବଳତା ନଷ୍ଟ ହୋଇ ସ୍ମରଣ ଶକ୍ତି ବୃଦ୍ଧି ପାଏ । +କଟିଶୁଳ, ଗ୍ରୁଧ୍ରୁଶୀ (ସାୟିଟିକା)ବିକୃତି ପାଇଁ ଖଜୁରୀ ସର୍ବୋତ୍ତମ । +ଖଜୁରି ସେବନ ଦ୍ଵାରା ଶରୀରକୁ ପ୍ରାକୃତିକ ଶର୍କରା ମିଳିଥାଏ । +୧୦୦ ଗ୍ରାମ ଖଜୁରୀରେ ପାଖାପାଖି ୮୫ ଗ୍ରାମ ଶର୍କରା ଥାଏ । +ଖଜୁରିରେ କ୍ୟାଲସିୟମ, ଫସଫରସ, ଲୌହ ଏବଂ ଖଣିଜ ତତ୍ତ୍ଵ ଭରପୂର ହୋଇ ରହିଛି । +ଔଷଧୀୟ ଗୁଣ +ଖଜୁରି, ଅଙ୍ଗୁର, ଅଦା, ତେନ୍ତୁଳି ଓ ଗୋଲମରିଚ ଆଦିକୁ +ଏକତ୍ର ବାଟି ଲୁଣ ସହ ଚଟଣି କରି ଖାଦ୍ୟର ଘଣ୍ଟାକ ପୂର୍ବରୁ ଖାଇଲେ ଅରୁଚିରୁ ମୁକ୍ତି ମିଳେ । +ଖଜୁରି ମଞ୍ଜିକୁ ଶିଳରେ ବାଟି ମଥାରେ ଲେପ ଦେଲେ ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ । +ରାତିରେ ୧୦ଟି ଖଜୁରିକୁ ପାଣିରେ ଭିଜାଇ ରଖନ୍ତୁ । +ସକାଳୁ ଉଠି ଖାଲି ପେଟରେ ଖଜୁରୀ ସହ ସେହି ପାଣିକୁ ସେବନ କଲେ ସନ୍ଧି ଶୋଥ ବା ଆଣ୍ଠୁଗଣ୍ଠି ବିନ୍ଧାରୁ ମୁକ୍ତି ମିଳିଥାଏ । +ଖଜୁରି ସହିତ ଅଶ୍ଵଗନ୍ଧା ଚୂର୍ଣ୍ଣ ମିଶାଇ କ୍ଷୀର ସହିତ ସେବନ କଲେ ଶାରୀରିକ ଦୁର୍ବଳତା ଦୂର ହୋଇଥାଏ । +ଯେଉଁ ସ୍ତ୍ରୀଲୋକଙ୍କ ଶାରୀରିକ ଦୁର୍ବଳତା କାରଣରୁ ମାସିକ ଋତୁସ୍ରାବ ଅନିୟମିତ ହୋଇଥାଏ, ସେମାନେ ପ୍ରତ୍ୟେକ ଦିନ ସକାଳେ ଏବଂ ରାତିରେ ୫ଟି ଖଜୁରି ସେବନ କଲେ ମାସିକ ଋତୁସ୍ରାବ ନିୟମିତ ହୋଇଥାଏ । +ଶାରୀରିକ ଶ୍ରମ କରୁଥିବା ସ୍ତ୍ରୀ ଲୋକଙ୍କ ପାଇଁ ଖଜୁରି ଏକ ସର୍ବୋତ୍ତମ ଶକ୍ତି ପ୍ରଦାନ କାରୀ ଫଳ । +ଖଜୁରିକୁ ଶୀଳରେ ବାଟି ଛୋଟପିଲାଙ୍କୁ ଚଟାଇବା ଦ୍ଵାରା ପିଲାଙ୍କ ଦାନ୍ତ ମଜଭୁତ ହେବାସହ ଦାନ୍ତ ଗୁଡିକ ସହଜରେ ଉଠିଯାଇଥାଏ । +କାରଣ ଖଜୁରିରେ ପ୍ରଚୁର ପରିମାଣରେ କାଲସିୟମ ରହିଛି । +ଖଜୁରି ସହିତ ଗୋକ୍ଷୁରା ଚୂର୍ଣ୍ଣ ମିଶାଇ କ୍ଷୀର ସହିତ ସେବନ କଲେ ଉପଦଂଶ ରୋଗରୁ ମୁକ୍ତି ମିଳିଥାଏ । +ଖଜୁରି ସହିତ ଗୋକ୍ଷୁରା ଚୂର୍ଣ୍ଣ ମିଶାଇ ସେବନ କଲେ ସ୍ଵପ୍ନ ଦୋଷ ରୋଗରୁ ମୁକ୍ତି ମିଳିଥାଏ । +ନପୁଂସକତା ରୋଗରୁ ମୁକ୍ତି ପାଇଁ ୪/୫ଟି ଖଜୁରୀ ସହିତ ଡାଳଚିନି ଚୂର୍ଣ୍ଣ ମିଶାଇ ସେବନ କଲେ ଉପକାର ମିଳିଥାଏ । +ପରିସ୍ରାଗତ ସମସ୍ୟା ପାଇଁ ଖଜୁରି ପତ୍ରରସ ସହ ମିଶ୍ରି ମିଶାଇ ସେବନ କଲେ ରୋଗରୁ ମୁକ୍ତି ମିଳିଥାଏ । +ଏହାର ଅନେକ ଔଷଧୀୟ ଗୁଣ ରହିଥିବାରୁ ଖଜୁରିକୁ ନିଃସନ୍ଦେହରେ ଭଗବାନଙ୍କ ସର୍ବୋତ୍ତମ ସୃଷ୍ଟି ବୋଲି କୁହାଯାଏ । -- GitLab