diff --git a/Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_31_mof_1_final b/Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_31_mof_1_final new file mode 100644 index 0000000000000000000000000000000000000000..52b5f0799295e36513bf7ca0c947535be705eac0 --- /dev/null +++ b/Data Collected/Odia/IIIT-BH/Parallel_corpora/Odia_files/sent_odia_PIB_jan_31_mof_1_final @@ -0,0 +1,149 @@ +ଆର୍ଥିକ ସର୍ବେକ୍ଷଣ ୨୦୨୧-୨୨ର ମୁଖ୍ୟାଂଶ +୨୦୨୧-୨୨ରେ ବାସ୍ତବ ଅଭିବୃଦ୍ଧି ୯.୨ ପ୍ରତିଶତ ରହିବା ସମ୍ଭାବନା +୨୦୨୨-୨୩ରେ ଜିଡିପି ୮.୦-୮.୫ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବାର ପୂର୍ବାନୁମାନ +ମହାମାରୀ : ସରକାର ଯୋଗାଣ କ୍ଷେତ୍ରରେ କରିଥିବା ସଂସ୍କାର ଯୋଗୁ ଅର୍ଥବ୍ୟବସ୍ଥା ସ୍ଥାୟୀ ଦୀର୍ଘକାଳୀନ ସମ୍ପ୍ରସାରଣ ଦିଗରେ ହେଉଅଛି ଅଗ୍ରସର +ଏପ୍ରିଲ-ନଭେମ୍ବର ୨୦୨୧ରେ ପୁଞ୍ଜି ବ୍ୟୟ ବାର୍ଷିକ ଆଧାରରେ ୧୩.୫ ପ୍ରତିଶତ ବୃଦ୍ଧି ପାଇଛି +୩୧ ଡିସେମ୍ବର, ୨୦୨୧ ସୁଦ୍ଧା ବିଦେଶୀ ମୁଦ୍ରା ଭଣ୍ଡାର ୬୩୩.୬ ବିଲିୟନ ଡଲାର ସ୍ତରରେ ପହଞ୍ଚିଛି +୨୦୨୨-୨୩ରେ ବିଭିନ୍ନ ଆହ୍ୱାନ ସମ୍ମୁଖିନ ହେବା ଲାଗି ଅର୍ଥବ୍ୟବସ୍ଥା ପ୍ରସ୍ତୁତ ରହିଛି, ବୃହତ ଆର୍ଥିକ ସ୍ଥାୟିତ୍ୱ ସଙ୍କେତକରୁ ମିଳୁଛି ଆଭାସ +ରାଜସ୍ଵ ସଂଗ୍ରହରେ ମୋଟା ଅଙ୍କର ବୃଦ୍ଧି +ସାମାଜିକ କ୍ଷେତ୍ର : ୨୦୨୧-୨୨ (ବଜେଟ୍‌ ଅନୁମାନ)ରେ ଜିଡିପି ତୁଳନାରେ ସାମାଜିକ ବ୍ୟୟ ବୃଦ୍ଧି ପାଇ ୮.୬ ପ୍ରତିଶତରେ ପହଞ୍ଚିଲା, ଯାହାକି ୨୦୧୪-୧୫ରେ ୬.୨ ପ୍ରତିଶତ ଥିଲା +ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ସହିତ ୨୦୨୦-୨୧ ବର୍ଷର ଅନ୍ତିମ ତ୍ରୈମାସରେ ରୋଜଗାର ସଙ୍କେତକ ମହାମାରୀ ପୂର୍ବ ସ୍ତରରେ ପହଞ୍ଚିଲା +ବାଣିଜ୍ୟିକ ରପ୍ତାନି ଏବଂ ଆମଦାନୀ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ, କୋଭିଡ ପୂର୍ବ ସ୍ତର ଠାରୁ ଆଗକୁ ବଢ଼ିଲା +୩୧ ଡିସେମ୍ବର, ୨୦୨୧ ସୁଦ୍ଧା ବ୍ୟାଙ୍କ ଋଣରେ ୯.୨ ପ୍ରତିଶତ ବୃଦ୍ଧି +ଗତ ଦଶନ୍ଧିରେ ଅନ୍ୟ ବର୍ଷ ତୁଳନାରେ 75 ଟି ଆଇପିଓ ମାଧ୍ୟମରେ 89,066 କୋଟି ଟଙ୍କା ସଂଗ୍ରହ କରାଯାଇଛି | +2021-22 (ଏପ୍ରିଲ-ଡିସେମ୍ବର) ରେ CPI-C ମୁଦ୍ରାସ୍ଫୀତି 5.2 ପ୍ରତିଶତକୁ ହ୍ରାସ ପାଇଛି | +2021-22 (ଏପ୍ରିଲ-ଡିସେମ୍ବର) ରେ ହାରାହାରି 2.9 ପ୍ରତିଶତ ଖାଦ୍ୟ ମୁଦ୍ରାସ୍ଫୀତି | +ପ୍ରଭାବଶାଳୀ ଯୋଗାଣ ପରିଚାଳନା ହେତୁ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ନିୟନ୍ତ୍ରଣରେ ରଖାଗଲା | +କୃଷି: 2021-22 ରେ GVA ରେ 3.9 ପ୍ରତିଶତ ଭଲ ଅଭିବୃଦ୍ଧି | +ରେଳବାଇ: 2020-21 ରେ ପୁଞ୍ଜି ବ୍ୟୟ 1,55,181 କୋଟି ଟଙ୍କାକୁ ବୃଦ୍ଧି ପାଇଛି; 2021-22 ରେ ବଜେଟ୍ ଆହୁରି 2,15,058 କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା 2014 ସ୍ତରଠାରୁ ପାଞ୍ଚ ଗୁଣ ଅଧିକ | +2020-21 ରେ ପ୍ରତିଦିନ ସଡକ ନିର୍ମାଣ 36.5 କିଲୋମିଟରକୁ ବୃଦ୍ଧି ପାଇ ଗତ ବର୍ଷ ତୁଳନାରେ 30.4 ପ୍ରତିଶତ ବୃଦ୍ଧି ପାଇଛି | +SDG: 2020-21 ରେ NITI ଆୟୋଗ ଡ୍ୟାସବୋର୍ଡରେ ମୋଟ ସ୍କୋର 66 କୁ ଉନ୍ନତ ହୋଇଛି | +କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସୋମବାର ଦିନ ସଂସଦରେ ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୧-୨୨ ଉପସ୍ଥାପନ କରିଛନ୍ତି । + ଆର୍ଥିକ ସର୍ବେକ୍ଷଣର ମୁଖ୍ୟ ବିଷୟ ନିମ୍ନରେ ଦିଆଗଲା:- +ଅର୍ଥବ୍ୟବସ୍ଥାର ସ୍ଥିତି : +୨୦୨୦-୨୧ ଆର୍ଥିକ ବର୍ଷରେ ୭.୩ ପ୍ରତିଶତ ହ୍ରାସ ପରେ ୨୦୨୧-୨୨ରେ ଭାରତୀୟ ଅର୍ଥବ୍ୟବସ୍ଥାର ୯.୩ ପ୍ରତିଶତ (ପୂର୍ବ ଅଗ୍ରିମ ଆକଳନ ଅନୁସାରେ) ବଢ଼ିବାର ଆକଳନ କରାଯାଇଛି । +୨୦୨୨-୨୩ରେ ଜିଡିପି ଅଭିବୃଦ୍ଧି ହାର ୮-୮.୫ ପ୍ରତିଶତ ରହିବାର ସମ୍ଭାବନା ରହିଛି । +ଆର୍ଥିକ ପୁନରୁଦ୍ଧାରକୁ ସମର୍ଥନ ଯୋଗାଇ ଦେବା ଲାଗି ଆଗାମୀ ବର୍ଷଗୁଡ଼ିକରେ ଆର୍ଥିକ ପ୍ରଣାଳୀ ସହିତ ଘରୋଇ କ୍ଷେତ୍ରର ନିବେଶ ବୃଦ୍ଧି ପାଇବାର ସମ୍ଭାବନା ରହିଛି । +୨୦୨୨-୨୩ ପାଇଁ କରାଯାଇଥିବା ଏହି ପୂର୍ବାନୁମାନ ବିଶ୍ଵ ବ୍ୟାଙ୍କ ଏବଂ ଏସୀୟ ବିକାଶ ବ୍ୟାଙ୍କର ପୂର୍ବାନୁମାନ ପରିମାଣ ଯଥାକ୍ରମେ ୮.୭ ଏବଂ ୭.୫ ପ୍ରତିଶତ ବାସ୍ତବ ଜିଡିପି ଅଭିବୃଦ୍ଧି ସମ୍ଭାବନା ଅନୁରୂପ କରାଯାଇଛି । +ଆଇଏମଏଫର ସଦ୍ୟତମ ବିଶ୍ଵ ଆର୍ଥିକ ପରିଦୃଶ୍ୟ ଆକଳନ ଅଧୀନରେ, ୨୦୨୧-୨୨ ଏବଂ ୨୦୨୨-୨୩ରେ ଭାରତର ବାସ୍ତବ ଜିଡିପି ଅଭିବୃଦ୍ଧି ହାର ୯ ପ୍ରତିଶତ ଏବଂ ୨୦୨୩-୨୪ରେ ୭.୧ ପ୍ରତିଶତ ରହିବାର ସମ୍ଭାବନା ରହିଛି, ଫଳରେ ଭାରତ ଆସନ୍ତା ତିନି ବର୍ଷ ମଧ୍ୟରେ ବିଶ୍ଵର ସବୁଠୁ ଦ୍ରୁତ ବିକାଶଶୀଳ ଅର୍ଥବ୍ୟବସ୍ଥାରେ ପରିଣତ ହୋଇପାରିବ । +୨୦୨୧-୨୨ରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର ୩.୯ ପ୍ରତିଶତ; ଉଦ୍ୟୋଗ କ୍ଷେତ୍ର ୧୧.୮ ପ୍ରତିଶତ ଏବଂ ସେବା କ୍ଷେତ୍ର ୮.୨ ପ୍ରତିଶତ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି । +ଚାହିଦା ଉପରେ ଆଲୋକପାତ କଲେ ୨୦୨୧-୨୨ରେ ଉପଯୋଗ ୭.୦ ପ୍ରତିଶତ, ସକଳ ସ୍ଥାୟୀ ପୁଞ୍ଜି ନିର୍ମାଣ (ଜିଏଫସିଏଫ) ୧୫ ପ୍ରତିଶତ, ରପ୍ତାନି ୧୬.୫ ପ୍ରତିଶତ ଏବଂ ଆମଦାନୀ ୨୯.୪ ପ୍ରତିଶତ ବୃଦ୍ଧି ପାଇବାର ଆକଳନ କରାଯାଇଛି । +ବୃହତ ଆର୍ଥିକ ସ୍ଥାୟିତ୍ୱ ସଙ୍କେତକ ଚିହ୍ନଟ କରିବା ଲାଗି ଭାରତୀୟ ଅର୍ଥବ୍ୟବସ୍ଥା ୨୦୨୨-୨୩ର ଆହ୍ୱାନକୁ ସମ୍ମୁଖିନ ହେବା ଲାଗି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । +ଉଚ୍ଚ ବିଦେଶୀ ମୂଦ୍ରା ଭଣ୍ଡାର, ଦୀର୍ଘସ୍ଥାୟୀ ପ୍ରତ୍ୟକ୍ଷ ବିଦେଶୀ ନିବେଶ ଏବଂ ରପ୍ତାନିରେ ବୃଦ୍ଧି ଫଳରେ ୨୦୨୨-୨୩ରେ ବିଶ୍ଵ ସ୍ତରରେ ନଗଦ ଅର୍ଥ ଉପଲବ୍ଧତାରେ ସମ୍ଭାବ୍ୟ ହ୍ରାସ ପାଇଁ ଯଥେଷ୍ଟ ସହାୟତା ମିଳିପାରିବ । +୨୦୨୦-୨୧ରେ ଲାଗୁ ହୋଇଥିବା ସମ୍ପୂର୍ଣ୍ଣ ଲକଡାଉନ ତୁଳନାରେ ‘ଦ୍ୱିତୀୟ ଲହରୀ’ରେ ଆର୍ଥିକ ପ୍ରଭାବ କମ ରହିଥିଲା, ତେବେ ସ୍ଵାସ୍ଥ୍ୟ କ୍ଷେତ୍ର ଉପରେ ଏହାର ଯଥେଷ୍ଟ ଗମ୍ଭୀର ପ୍ରଭାବ ପଡ଼ିଥିଲା । +ଭାରତ ସରକାର ଏଥିପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରିଥିଲେ ,ସମାଜର ଦୁର୍ବଳ ବର୍ଗ ଏବଂ ବ୍ୟବସାୟ କ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରିବା ଲାଗି ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିଲା । +ଅଭିବୃଦ୍ଧି ହାରକୁ ଗତିଶୀଳ କରିବା ପାଇଁ ପୁଞ୍ଜିଗତ ବ୍ୟୟରେ ଯଥେଷ୍ଟ ବୃଦ୍ଧି ଏବଂ ସ୍ଥାୟୀ ଦୀର୍ଘକାଳୀନ ସମ୍ପ୍ରସାରଣ ନିମନ୍ତେ ଯୋଗାଣ କ୍ଷେତ୍ରରେ ସୁଧାର ପାଇଁ ପଦକ୍ଷେପ ନିଆଯାଇଥିଲା । +ସରକାରଙ୍କ ନମନୀୟ ଏବଂ ବହୁସ୍ତରୀୟ ପଦକ୍ଷେପ ଆଂଶିକ ଭାବେ ‘ତ୍ୱରିତ’ ରୂପରେଖ ଆଧାରିତ, ଏଥିରେ ଅତ୍ୟନ୍ତ ଅନିଶ୍ଚିତତାପୂର୍ଣ୍ଣ ପରିବେଶରେ ତ୍ରୁଟି ଦୂର କରିବା ଉପରେ ଜୋର ଦିଆଯାଇଛି ଏଥିସହିତ ୮୦ଟି ହାଇଫ୍ରିକୁଏନ୍ସି ଇଣ୍ଡିକେଟର୍ସ (ଏଚଏଫଆଇ) ଉପଯୋଗ କରାଯାଇଛି । +ଆର୍ଥିକ ଦୃଢ଼ତା : +୨୦୨୧-୨୨ ବଜେଟ୍‌ ଆକଳନ (୨୦୨୧-୨୨ ପ୍ରାରମ୍ଭିକ ଆକଳନ ତୁଳନାରେ)ର ୯.୬ ପ୍ରତିଶତ ଆନୁମାନିକ ବୃଦ୍ଧି ତୁଳନାରେ କେନ୍ଦ୍ର ସରକାରଙ୍କ ରାଜସ୍ଵ ସଂଗ୍ରହ (ଏପ୍ରିଲ-ନଭେମ୍ବର, ୨୦୨୧) ୬୭.୨ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । +ବାର୍ଷିକ ଆଧାରରେ ଏପ୍ରିଲ-ନଭେମ୍ବର, ୨୦୨୧ରେ ସକଳ ଟିକସ ରାଜସ୍ଵରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ପରିଲକ୍ଷିତ ହୋଇଛି । +ଏହା ୨୦୧୯-୨୦ର ମହାମାରୀ ପୂର୍ବବର୍ତ୍ତୀ ସ୍ତର ତୁଳନାରେ ମଧ୍ୟ ଉନ୍ନତ ପ୍ରଦର୍ଶନ । +୨୦୨୧ ଏପ୍ରିଲ-ନଭେମ୍ବର ଅବଧିରେ ମୌଳିକ ଭିତ୍ତିଭୂମି ସହ ଜଡ଼ିତ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରାଯାଇ ପୁଞ୍ଜି ବ୍ୟୟରେ ବାର୍ଷିକ ଆଧାରରେ ୧୩.୫ ପ୍ରତିଶତ ବୃଦ୍ଧି କରାଯାଇଛି । +ଦୀର୍ଘସ୍ଥାୟୀ ରାଜସ୍ଵ ସଂଗ୍ରହ ଏବଂ ଏକ ଲକ୍ଷ୍ୟ ଆଧାରିତ ବ୍ୟୟ ନୀତି ଯୋଗୁ ଏପ୍ରିଲ-ନଭେମ୍ବର ୨୦୨୧ରେ ରାଜସ୍ଵ ନିଅଣ୍ଟକୁ ବଜେଟ ଆକଳନ ଅନୁରୂପ ୪୬.୨ ପ୍ରତିଶତ ସ୍ତରରେ ରଖିବାରେ ସଫଳତା ମିଳିଛି । +କୋଭିଡ-୧୯ କାରଣରୁ ଋଣ ବଢ଼ିବା ଫଳରେ ୨୦୨୦-୨୧ରେ କେନ୍ଦ୍ର ସରକାରଙ୍କ ଋଣ ଭାର ବୃଦ୍ଧି ପାଇ ଜିଡିପିର ୫୯.୩ ପ୍ରତିଶତରେ ପହଞ୍ଚିଛି ଏହା ୨୦୧୯-୨୦ରେ ଜିଡିପିର ୪୯.୧ ପ୍ରତିଶତ ସ୍ତରରେ ରହିଥିଲା । +ତେବେ ଅର୍ଥବ୍ୟବସ୍ଥାରେ ସୁଧାର ସହିତ ଏଥିରେ ହ୍ରାସ ଆସିବ ବୋଲି ଆକଳନ କରାଯାଇଛି । +ବାହ୍ୟ କ୍ଷେତ୍ର: +ଭାରତର ବାଣିଜ୍ୟିକ ରପ୍ତାନି ଓ ଆମଦାନୀରେ ସୁଦୃଢ଼ ସୁଧାର ଦେଖିବାକୁ ମିଳିଛି ଏବଂ ଚଳିତ ଆର୍ଥିକ ବର୍ଷରେ ଏହା କୋଭିଡ ପୂର୍ବ ସ୍ତର ଠାରୁ ଅଧିକରେ ପହଞ୍ଚିଥିଲା । +ପର୍ଯ୍ୟଟନ କ୍ଷେତ୍ରରୁ ଦୁର୍ବଳ ରାଜସ୍ଵ ମିଳିଥିବା ସତ୍ତ୍ୱେ ସଂଗ୍ରହ ଏବଂ ପରିଶୋଧ ମହାମାରୀ ପୂର୍ବ ସ୍ତରରେ ପହଞ୍ଚିବା ସହିତ ସକଳ ସେବାରେ ଉନ୍ନତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । +ବିଦେଶୀ ନିବେଶରେ ନିରନ୍ତର ବୃଦ୍ଧି, ସକଳ ବାହ୍ୟ ବାଣିଜ୍ୟିକ ଋଣରେ ବୃଦ୍ଧି, ବ୍ୟାଙ୍କିଙ୍ଗ୍‌ ପୁଞ୍ଜିରେ ସୁଧାର ଏବଂ ଅତିରିକ୍ତ ବିଶେଷ ଉଠାଣ ଅଧିକାର (ଏସଡିଆର) ଆବଣ୍ଟନ ବଳରେ ୨୦୨୧-୨୨ର ପ୍ରଥମ ଛଅ ମାସରେ ସକଳ ପୁଞ୍ଜି ପ୍ରବାହ ବୃଦ୍ଧି ପାଇ ୬୫.୬ ବିଲିୟନ ଡଲାର ହୋଇଯାଇଛି । +ସେପ୍ଟେମ୍ବର ୨୦୨୧ ଶେଷ ସୁଦ୍ଧା ଗୋଟିଏ ବର୍ଷ ପୂର୍ବରୁ ୫୫୬.୮ ବିଲିୟନ ଡଲାର ତୁଳନାରେ ଭାରତର ବାହ୍ୟ ଋଣ ବୃଦ୍ଧି ପାଇଁ ୫୯୩.୧ ବିଲିୟନ ଡଲାରରେ ପହଞ୍ଚିଛି । +ଫଳରେ ଆଇଏମଏଫ ଦ୍ୱାରା ଅତିରିକ୍ତ ଏସଡିଆର ଆବଣ୍ଟନ ସହିତ ଅଧିକ ବାଣିଜ୍ୟିକ ସୁଧାର ପାଇଁ ଆଭାସ ମିଳିଛି । +୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ବିଦେଶୀ ମୁଦ୍ରା ଭଣ୍ଡାର ୬୦୦ ବିଲିୟନ ଡଲାରରୁ ଅଧିକ ହୋଇଛି ଏବଂ ଏହା ଡିସେମ୍ବର ୨୦୨୧ ସୁଦ୍ଧା ୬୩୩.୬ ବିଲିୟନ ଡଲାର ସ୍ତରରେ ପହଞ୍ଚିଯାଇଛି । +ନଭେମ୍ବର, ୨୦୨୧ ଶେଷ ସୁଦ୍ଧା ଚୀନ, ଜାପାନ ଏବଂ ସ୍ୱିଜରଲାଣ୍ଡ ପରେ ଭାରତ ଚତୁର୍ଥ ସର୍ବାଧିକ ବିଦେଶୀ ମୁଦ୍ରା ଭଣ୍ଡାର ଥିବା ଦେବା ଦେଶ ପାଲଟିଛି । +ମୂଦ୍ରୀକରଣ ପରିଚାଳନା ତଥା ଆର୍ଥିକ ମଧ୍ୟସ୍ଥତା +ବ୍ୟବସ୍ଥାରେ ନଗଦ ପରିମାଣ ବଳକା ରହିଲା । +୨୦୨୧-୨୨ରେ ରେପୋ ରେଟ୍‌ ୪ ପ୍ରତିଶତରେ ବଜାୟ ରଖାଗଲା । +ଭାରତୀୟ ରିଜର୍ଭ ବ୍ୟାଙ୍କ ଆହୁରି ଅଧିକ ନଗଦ ଯୋଗାଇ ଦେବା ଲାଗି ଜି-ସେକ୍‌ ଅଧିଗ୍ରହଣ କାର୍ଯ୍ୟକ୍ରମ ତଥା ସାମାଜିକ ଦୀର୍ଘକାଳୀନ ରେପୋ ପରିଚାଳନା ଭଳି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । +ବାଣିଜ୍ୟିକ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଦ୍ୱାରା ଭଲ ଭାବେ ମହାମାରୀର ଆର୍ଥିକ କ୍ଷତିକୁ ଦୂର କରାଯାଇପାରିଛି: +୨୦୨୧-୨୨ରେ ବାର୍ଷିକ ଆଧାରରେ ଋଣ ବୃଦ୍ଧି ଏପ୍ରିଲ, ୨୦୨୧ର ୫.୩ ପ୍ରତିଶତରୁ ବୃଦ୍ଧି ପାଇ ୩୧ ଡିସେମ୍ବର ୨୦୨୧ ସୁଦ୍ଧା ୯.୨ ପ୍ରତିଶତ ହୋଇଯାଇଛି । +ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କ (ଏସସିବି)ଗୁଡ଼ିକର ନନ-ପରଫର୍ମିଂ ଆଡଭାନ୍ସ ବା ମୋଟ ଅଚଳ ଅଗ୍ରିମ ଅନୁପାତ ୨୦୧୭-୧୮ ଶେଷରେ ୧୧.୨ ପ୍ରତିଶତରୁ ହ୍ରାସ ପାଇ ସେପ୍ଟେମ୍ବର, ୨୦୨୧ ଶେଷରେ ୬.୯ ପ୍ରତିଶତରେ ପହଞ୍ଚିଛି । +ସମାନ ଅବଧିରେ ଶୁଦ୍ଧ (ନିଟ୍‌) ନନ-ପରଫର୍ମିଂ ଆଡଭାନ୍ସ ବା ମୋଟ ଅଚଳ ଅଗ୍ରିମ ଅନୁପାତ ୬ ପ୍ରତିଶତରୁ ହ୍ରାସ ପାଇ ୨.୨ ପ୍ରତିଶତ ହୋଇଯାଇଛି । +ଅନୁସୂଚିତ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ପୁଞ୍ଜି ବିପତ୍ତି ଭାରାଙ୍କ ପରିସମ୍ପତ୍ତି ଅନୁପାତ ୨୦୧୩-୧୪ର ୧୩ ପ୍ରତିଶତରୁ ବୃଦ୍ଧି ପାଇ ସେପ୍ଟେମ୍ବର ୨୦୨୧ ଶେଷରେ ୧୬.୫୪ ପ୍ରତିଶତ ରହିଥିଲା । +ସେପ୍ଟେମ୍ବର ୨୦୨୧ରେ ଶେଷ ହୋଇଥିବା ଅବଧି ପାଇଁ ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କ ଲାଗି ସମ୍ପତ୍ତି କ୍ଷେତ୍ରର ରିଟର୍ଣ୍ଣ ଏବଂ ଇକୁଇଟି ଉପରେ ରିଟର୍ଣ୍ଣ ସକାରାତ୍ମକ ରହିଥିଲା । +ପୁଞ୍ଜି ବଜାର ପାଇଁ ଅସାଧାରଣ ବର୍ଷ +ଏପ୍ରିଲ-ନଭେମ୍ବର, ୨୦୨୧ରେ ୭୫ଟି ପ୍ରାରମ୍ଭିକ ପବ୍ଲିକ୍‌ ଅଫରିଂ (ଆଇପିଓ) ଜରିଆରେ ୮୯,୦୬୬ କୋଟି ଟଙ୍କା ସଂଗ୍ରହ କରାଯାଇଥିଲା, ଯାହାକି ବିଗତ ଏକ ଦଶନ୍ଧି ମଧ୍ୟରେ କୌଣସି ବର୍ଷରେ ସର୍ବାଧିକ । +୧୮ ଅକ୍ଟୋବର, ୨୦୨୧ରେ ସେନସେକ୍ସ ଓ ନିଫଟି ଯଥାକ୍ରମେ ୬୧,୭୬୬ ଏବଂ ୧୮,୪୭୭ ପଏଣ୍ଟରେ ପହଞ୍ଚିଥିଲା । +ପ୍ରମୁଖ ବିକାଶଶୀଳ ବଜାର ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତୀୟ ବଜାର ଏପ୍ରିଲ-ଡିସେମ୍ବର, ୨୦୨୧ରେ ସମକକ୍ଷ ବଜାରଗୁଡ଼ିକ ତୁଳନାରେ ଉନ୍ନତ ପ୍ରଦର୍ଶନ କରିଥିଲା । +ମୂଲ୍ୟ ଓ ମୁଦ୍ରାସ୍ଫୀତି: +୨୦୨୧-୨୨ (ଏପ୍ରିଲ-ଡିସେମ୍ବର)ରେ ହାରାହାରୀ ଶୀର୍ଷ ସିପିଆଇ-ସଂଯୁକ୍ତ ମୂଦ୍ରାସ୍ଫୀତିରେ ସୁଧାର ଆସି ୫.୨ ପ୍ରତିଶତରେ ପହଞ୍ଚିଥିଲା, ଯାହାକି ୨୦୨୦-୨୧ର ଏହି ଅବଧିରେ ୬.୬ ପ୍ରତିଶତ ରହିଥିଲା । +ଖାଦ୍ୟ ମୂଦ୍ରାସ୍ଫୀତିରେ ସୁଧାର କାରଣରୁ ଖୁଚୁରା ମୂଦ୍ରାସ୍ଫୀତିରେ ହ୍ରାସ ଦେଖାଦେଇଥିଲା । +୨୦୨୧-୨୨ (ଏପ୍ରିଲ ଠାରୁ ଡିସେମ୍ବର)ରେ ହାରାହାରୀ ଖାଦ୍ୟ ମୂଦ୍ରାସ୍ଫୀତି ୨.୯ ପ୍ରତିଶତର ନିମ୍ନ ସ୍ତରରେ ରହିଥିଲା, ଅନ୍ୟପକ୍ଷରେ ବିଗତ ବର୍ଷର ସମାନ ଅବଧିରେ ଏହା ୯.୧ ପ୍ରତିଶତ ଥିଲା । +ଏହି ବର୍ଷ ପ୍ରଭାବୀ ଯୋଗାଣ ପରିଚାଳନା କାରଣରୁ ଅଧିକାଂଶ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ନିୟନ୍ତ୍ରିତ ରହିଥିଲା । +ଡାଲି ଏବଂ ଖାଇବା ତେଲର ମୂଲ୍ୟ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବା ପାଇଁ ସକ୍ରିୟ ପଦକ୍ଷେପ ଗ୍ରହଣ କରାଯାଇଥିଲା । +ସେଣ୍ଟ୍ରାଲ ଏକ୍ସସାଇଜ ବା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କରେ ହ୍ରାସ ଏବଂ ପରେ ଅଧିକାଂଶ ରାଜ୍ୟ ପକ୍ଷରୁ ଲାଗୁ ହୋଇଥିବା ମୂଲ୍ୟ ସଂଯୁକ୍ତ ଟିକସ (ଭାଟ୍‌) ହ୍ରାସ କରାଯିବା ଫଳରେ ପେଟ୍ରୋଲ ଓ ଡିଜେଲ ଦର କମିଥିଲା । +ପାଇକାରୀ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ) ଉପରେ ଆଧାରିତ ପାଇକାରୀ ମୂଦ୍ରାସ୍ଫିତୀ ୨୦୨୧-୨୨ (ଏପ୍ରିଲରୁ ଡିସେମ୍ବର) ସମୟରେ ୧୨.୫ ପ୍ରତିଶତ ବୃଦ୍ଧି ପାଇଛି । +ନିମ୍ନଲିଖିତ କାରଣରୁ ଏହା ହୋଇଛି: +ବିଗତ ବର୍ଷରେ ନିମ୍ନ ଆଧାର, +ଆର୍ଥିକ କାରବାରରେ ଗତିଶୀଳତା, +ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଏବଂ ଅନ୍ୟ ଆମଦାନୀ ସାମଗ୍ରୀ ମୂଲ୍ୟ ବୃଦ୍ଧି ଏବଂ +ଉଚ୍ଚ ମାଲ ପରିବହନ ଖର୍ଚ୍ଚ । +ସିପିଆଇ-ସି ଏବଂ ଡବ୍ଲୁ ପିଆଇ ମୂଦ୍ରାସ୍ଫୀତି ମଧ୍ୟରେ ପାର୍ଥକ୍ୟ: +୨୦୨୦ ମଇ ମାସରେ ଏହି ପାର୍ଥକ୍ୟ ଶୀର୍ଷ ସ୍ତର ୯.୬ ପ୍ରତିଶତ ରହିଥିଲା । +କିନ୍ତୁ ଚଳିତ ବର୍ଷ ଖୁଚୁରା ମୂଦ୍ରାସ୍ଫୀତି, ଡିସେମ୍ବର, ୨୦୨୧ର ପାଇକାରୀ ମୁଦ୍ରାସ୍ଫୀତି ୮.୦ ପ୍ରତିଶତ ତୁଳନାରେ କମ ସ୍ତରକୁ ଖସିଆସିବା ଫଳରେ ଏହି ପାର୍ଥକ୍ୟରେ ଓଲଟପାଲଟ ଦେଖିବାକୁ ମିଳିଥିଲା । +ନିମ୍ନଲିଖିତ କାରକଗୁଡ଼ିକ ଜରିଆରେ ଏହି ପାର୍ଥକ୍ୟକୁ ବ୍ୟାଖ୍ୟା କରାଯାଇପାରିବ: +ବେସ୍‌ ପ୍ରଭାବ କାରଣରୁ ପାର୍ଥକ୍ୟ +ଦୁଇ ସୂଚକାଙ୍କର ସ୍କୋପ ଏବଂ କଭରେଜରେ ପାର୍ଥକ୍ୟ +ମୂଲ୍ୟ ସଂଗ୍ରହ +କଭର କରାଯାଇଥିବା ସାମଗ୍ରୀ +ବସ୍ତୁ ଭାରରେ ପାର୍ଥକ୍ୟ ଏବଂ ଆମଦାନୀ ହୋଇଥିବା କଞ୍ଚାମାଲ ଅଧିକ ହୋଇଥିବା କାରଣରୁ ଡବ୍ଲୁପିଆଇ ଆଧାରିତ ମୂଦ୍ରାସ୍ଫୀତି ଅଧିକ ସମ୍ବେଦନଶୀଳ ହୋଇଯିବା । +ଡବ୍ଲୁପିଆଇରେ ବେସ୍‌ ପ୍ରଭାବର କ୍ରମିକ ସମାପ୍ତି ଫଳରେ ସିପିଆଇ-ସି ଏବଂ ଡବ୍ଲୁପିଆଇରେ ପାର୍ଥକ୍ୟ କମ ହେବ ବୋଲି ଆଶା କରାଯାଉଛି । +ଦୀର୍ଘସ୍ଥାୟୀ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନ: +ନୀତି ଆୟୋଗ ଏସଡିଜି ଇଣ୍ଡିଆ ସୂଚକାଙ୍କ ଏବଂ ଡାଶବୋର୍ଡରେ ଭାରତର ସାମଗ୍ରିକ ସ୍କୋର ୨୦୨୦-୨୧ରେ ଉନ୍ନତ ହୋଇ ୬୬ରେ ପହଞ୍ଚିଛି, ଯାହାକି ୨୦୧୯-୨୦ରେ ୬୦ ଏବଂ ୨୦୧୮-୧୯ରେ ୫୭ ରହିଥିଲା । +ଫ୍ରଣ୍ଟ ରନର୍ସ (୬୫-୯୯ ସ୍କୋର) ସଂଖ୍ୟା ୨୦୨୦-୨୧ରେ ୨୨ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ବୃଦ୍ଧି ପାଇଛି, ଯାହାକି ୨୦୧୯-୨୦ରେ ୧୦ ରହିଥିଲା । +ନୀତି ଆୟୋଗ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ର ଜିଲ୍ଲା ଏସଡିଜି ସୂଚକାଙ୍କ ୨୦୨୧-୨୨ରେ ପୂର୍ବୋତ୍ତର ଭାରତର ୬୪ଟି ଜିଲ୍ଲା ଫ୍ରଣ୍ଟ ରନର୍ସ ଏବଂ ୩୯ଟି ଜିଲ୍ଲା ପରଫର୍ମର ରହିଥିଲେ । +ଭାରତ ବିଶ୍ଵର ଦଶମ ସର୍ବବୃହତ ଜଙ୍ଗଲ କ୍ଷେତ୍ର ବିଶିଷ୍ଟ ଦେଶ । +୨୦୧୦ ଠାରୁ ୨୦୨୦ ସମୟରେ ବନ କ୍ଷେତ୍ର ବୃଦ୍ଧି ମାମଲାରେ ଭାରତ ୨୦୨୦ରେ ବିଶ୍ଵରେ ତୃତୀୟ ସ୍ଥାନ ହାସଲ କରିଥିଲା । +୨୦୨୦ରେ ଭାରତର ମୋଟ୍‌ ଭୌଗଳିକ କ୍ଷେତ୍ରରେ ପରିବ୍ୟାପ୍ତ ଜଙ୍ଗଲ ୨୪ ପ୍ରତିଶତ ଥିଲା ଅର୍ଥାତ୍‌ ବିଶ୍ଵର ମୋଟ ବନ କ୍ଷେତ୍ରର ୨ ପ୍ରତିଶତ । +ଅଗଷ୍ଟ, ୨୦୨୧ରେ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୨୧, ବିଜ୍ଞପିତ କରାଯାଇଥିଲା, ଯାହାର ଉଦ୍ଦେଶ୍ୟ ୨୦୨୨ ସୁଦ୍ଧା ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ସମାପ୍ତ କରିବା । +ପ୍ଲାଷ୍ଟିକ୍‌ ପ୍ୟାକେଜିଂ ଲାଗି ସମ୍ପ୍ରସାରିତ ଉତ୍ପାଦକ ଦାୟିତ୍ୱ ଉପରେ ଡ୍ରାଫ୍ଟ ନିୟାମକ ବିଜ୍ଞପିତ କରାଯାଇଥିଲା । +ଗଙ୍ଗା ଏବଂ ଏହାର ସହାୟକ ନଦୀ କୂଳରେ ଅଧିକ ପ୍ରଦୂଷଣ ସୃଷ୍ଟିକାରୀ ଉଦ୍ୟୋଗଗୁଡ଼ିକର (ଜିପିଆଇ) ଅନୁପାଳନ ସ୍ଥିତି ୨୦୧୭ରେ ୩୯ ପ୍ରତିଶତ ରହିଥିଲା ଏଥିରେ ସୁଧାର ଆସି ୨୦୨୦ରେ ୮୧ ପ୍ରତିଶତରେ ପହଞ୍ଚିଥିଲା । +ନିଷ୍କାସିତ ବର୍ଜ୍ୟବସ୍ତୁ ପରିମାଣ ଦୈନିକ ୩୪୯.୧୩ ମିଲିୟନ ଲିଟର (ଏମଏଲଡି)ରୁ ହ୍ରାସ ପାଇ ୨୦୨୦ରେ ୨୮୦.୨୦ ଏମଏଲଡିରେ ପହଞ୍ଚିଛି । +ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର, ୨୦୨୧ରେ ଗ୍ଲାସଗୋ ଠାରେ ଆୟୋଜିତ ୨୬ତମ ସିଓପି ସମ୍ମିଳନୀରେ ରାଷ୍ଟ୍ରୀୟ ବକ୍ତବ୍ୟର ଅଂଶବିଶେଷ ଭାବେ ନିର୍ଗମନ ପରିମାଣ ହ୍ରାସ କରିବା ଲାଗି ମହତ୍ୱାକାଂକ୍ଷୀ ଲକ୍ଷ୍ୟ ଘୋଷଣା କରିଥିଲେ । +ପରିବେଶ ଅନୁକୂଳ ଜୀବନଶୈଳୀ ପାଇଁ ସେ ‘ଲାଇଫ’ (ଲାଇଫଷ୍ଟାଇଲ୍‌ ଫର ଇନଭାଇର୍ଣ୍ଣମେଣ୍ଟ) ଅଭିଯାନ ଆରମ୍ଭ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ , ବେପରୁଆ ଭାବେ ବିନାଶକାରୀ ଉପଯୋଗ ପରିବର୍ତ୍ତେ ଭାବିଚିନ୍ତି ସମ୍ବଳର ଉପଯୋଗ ନିମନ୍ତେ ସେ ସମସ୍ତଙ୍କୁ ନିବେଦନ କରିଥିଲେ । +କୃଷି ଏବଂ ଖାଦ୍ୟ ପରିଚାଳନା +ବିଗତ ଦୁଇ ବର୍ଷ ମଦ୍ୟରେ କୃଷି କ୍ଷେତ୍ରରେ ବ୍ୟାପକ ବିକାଶ ଦେଖିବାକୁ ମିଳିଛି । +ଦେଶର ମୋଟ ମୂଲ୍ୟବୃଦ୍ଧି (ଜିଭିଏ)ରେ ଗୁରୁତ୍ୱପୂର୍ଣ୍ଣ ୧୮.୮ ପ୍ରତିଶତ (୨୦୨୧-୨୨) ବୃଦ୍ଧି ଦେଖିବାକୁ ମିଳିଛି, ଅନୁରୂପ ଭାବେ ୨୦୨୦-୨୧ରେ ୩.୬ ପ୍ରତିଶତ ଏବଂ ୨୦୨୧-୨୨ରେ ୩.୯ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି । +ଫସଲ ବିବିଧକରଣ ପ୍ରୋତ୍ସାହିତ କରିବା ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ନୀତିର ଉପଯୋଗ କରାଯାଉଛି । +୨୦୧୪ର ସିଚୁଏସନ ଆସେସମେଣ୍ଟ ସର୍ଭେ (ଏସଏଏସ) ରିପୋର୍ଟ ତୁଳନାରେ ନୂତନ ଏସଏଏସ ରିପୋର୍ଟରେ ଫସଲ ଉତ୍ପାଦନରୁ ନିଟ୍‌ ସଂଗ୍ରହ ପରିମାଣ ୨୨.୬ ପ୍ରତିଶତ ବୃଦ୍ଧି ପାଇଛି । +ପଶୁପାଳନ, ଡାଏରୀ ଏବଂ ମତ୍ସ୍ୟପାଳନ ସହିତ ସମ୍ପୃକ୍ତ କ୍ଷେତ୍ର ଦ୍ରୁତ ଗତିରେ ଉଚ୍ଚ ଅଭିବୃଦ୍ଧି କ୍ଷେତ୍ର ଭାବେ ବିକାଶ ଲାଭ କରୁଛନ୍ତି ଏବଂ କୃଷି କ୍ଷେତ୍ରର ସାମଗ୍ରିକ ଅଭିବୃଦ୍ଧିରେ ପ୍ରମୁଖ ପ୍ରେରକ ଭାବେ କାର୍ଯ୍ୟ କରୁଛନ୍ତି । +୨୦୧୯-୨୦ରେ ଶେଷ ହୋଇଥିବା ବିଗତ ପାଞ୍ଚ ବର୍ଷର ଅବଧିରେ ପ୍ରାଣୀଧନ କ୍ଷେତ୍ର ୮.୧୫ ପ୍ରତିଶତ ସିଜିଆର ହାରରେ ବୃଦ୍ଧି ପାଇଥିଲା । +ଏହା ବିଭିନ୍ନ ବର୍ଗର ଚାଷୀ ପରିବାର ପାଇଁ ଏକ ସ୍ଥିର ଆୟ ଉତ୍ସରେ ପରିଣତ ହୋଇଥିଲା ଯାହାକି ସେମାନଙ୍କ ମାସିକ ଆୟରେ ୧୫% ଯୋଗଦାନ ଦେଇଥିଲା । +ଭିତ୍ତିଭୂମି ବିକାଶ, ରିହାତି ପରିବହନ ଏବଂ ଲଘୁ ଖାଦ୍ୟ ଉଦ୍ୟୋଗମାନଙ୍କର ଔପଚାରିକକରଣ ପାଇଁ ସହାୟତା ଭଳି ବିଭିନ୍ନ ଉପାୟ ମାଧ୍ୟମରେ ସରକାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ପ୍ରୋତ୍ସାହନ ଦେଉଛନ୍ତି । +ଭାରତ ବିଶ୍ଵର ସବୁଠୁ ବଡ଼ ଖାଦ୍ୟ ପ୍ରକ୍ରିୟାକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି । +ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ଭଳି ଯୋଜନା ମାଧ୍ୟମରେ ଖାଦ୍ୟ ସୁରକ୍ଷା ନେଟୱର୍କ କଭରେଜକୁ ଆହୁରି ଅଧିକ ସମ୍ପ୍ରସାରିତ କରାଯାଇଛି । +ଉଦ୍ୟୋଗ ଏବଂ ମୌଳିକ ଭିତ୍ତିଭୂମି +୨୦୨୧ ଏପ୍ରିଲ-ନଭେମ୍ବରରେ ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ବୃଦ୍ଧି ପାଇଁ ୧୭.୪ ପ୍ରତିଶତ (ବର୍ଷ ପରେ ବର୍ଷ) ହୋଇଯାଇଛି । +ଏହା ଏପ୍ରିଲ-ନଭେମ୍ବର, ୨୦୨୦ରେ (-) ୧୫.୩ ପ୍ରତିଶତ ଥିଲା । +ଭାରତୀୟ ରେଳବାଇ ପାଇଁ ପୁଞ୍ଜିଗତ ବ୍ୟୟ ୨୦୦୯-୨୦୧୪ରେ ୪୫,୯୮୦ କୋଟି ଟଙ୍କା ବାର୍ଷିକ ହାରାହାରୀରୁ ବୃଦ୍ଧି ପାଇ ୨୦୨୦-୨୧ରେ ୧୫୫,୧୮୧ କୋଟି ଟଙ୍କାରେ ପହଞ୍ଚିଛି , ୨୦୨୧-୨୨ରେ ଏହାକୁ ୨୧୫,୦୫୮ କୋଟି ପର୍ଯ୍ୟନ୍ତ ବଢ଼ାଇବା ଲାଗି ବଜେଟ୍‌ ରଖାଯାଇଛି , ୨୦୧୪ ତୁଳନାରେ ଏଥିରେ ପାଞ୍ଚଗୁଣା ବୃଦ୍ଧି ପାଇଛି । +୨୦୨୦-୨୧ରେ ଦୈନିକ ସଡ଼କ ନିର୍ମାଣ ସୀମାକୁ ବଢ଼ାଇ ୩୬.୫ କିଲୋମିଟର କରାଯାଇଥିଲା ଯାହାକି ୨୦୧୯-୨୦ରେ ଦୈନିକ ୨୮ କିଲୋମିଟର ଥିଲା ଫଳରେ ଏଥିରେ ୩୦.୪ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି । +ମହାମାରୀ ପ୍ରଭାବ ସତ୍ତ୍ୱେ ୨୦୨୧-୨୨ ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ବିକ୍ରିରୁ ବୃହତ କର୍ପୋରେଟଗୁଡ଼ିକର ନିଟ୍‌ ଲାଭ ଅନୁପାତ ସର୍ବକାଳୀନ ଉଚ୍ଚ ସ୍ତର ୧୦.୬ ପ୍ରତିଶତରେ ପହଞ୍ଚିଛି । + (ଆରବିଆଇ ଅଧ୍ୟୟନ) +ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାର ପ୍ରଚଳନ, ଭୌତିକ ଓ ଡିଜିଟାଲ ଭିତ୍ତିଭୂମିକୁ ବୃହତ ପ୍ରୋତ୍ସାହନ ପ୍ରଦାନ ସହିତ କାରବାର ଖର୍ଚ୍ଚ କମାଇବାକୁ ପଦକ୍ଷେପ ଏବଂ ଇଜ୍‌ ଅଫ ଡୁଇଂ ବିଜନେସ ବା ବ୍ୟବସାୟିକ ସୁଗମତାରେ ଉନ୍ନତି ଆର୍ଥିକ ସୁଧାରକୁ ସମର୍ଥନ ଯୋଗାଇ ଦିଆଯିବ । +ସେବା କ୍ଷେତ୍ର : +ସେବା କ୍ଷେତ୍ରର ଜିଭିଏ ୨୦୨୧-୨୨ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ପୂର୍ବ ମହାମାରୀ ସ୍ତରକୁ ଅତିକ୍ରମ କରି ଯାଇଛି । +ବ୍ୟବସାୟ, ପରିବହନ ଆଦି ଭଳି କଣ୍ଟାକ୍ଟ ଇଣ୍ଟେନସିଭ୍‌ କ୍ଷେତ୍ରର ଜିଭିଏ ଏବେ ସୁଦ୍ଧା ପ୍ରାକ୍‌-ମହାମାରୀ ସ୍ତର ଠାରୁ ତଳେ ରହିଛି । +ସାମଗ୍ରିକ ସେବା କ୍ଷେତ୍ରର ଜିଭିଏ ୨୦୨୧-୨୨ରେ ୮.୨ ପ୍ରତିଶତ ବୃଦ୍ଧି ପାଇବାର ଆଶା କରାଯାଉଛି । +୨୦୨୧ ଏପ୍ରିଲ ଡିସେମ୍ବର ସମୟରେ ରେଳ ମାଲ ଭଡ଼ା ପ୍ରାକ୍‌ ମହାମାରୀ ସ୍ତରକୁ ଅତିକ୍ରମ କରି ଯାଇଛି ଅନ୍ୟ ପକ୍ଷରେ ବିମାନ ମାଲଭଡ଼ା ଓ ବନ୍ଦର ଯାତାୟାତ ସ୍ତର ପ୍ରାୟ ପ୍ରାକ୍‌ ମହାମାରୀସ୍ତରରେ ପହଞ୍ଚି ଯାଇଛି । +ବିମାନ ଏବଂ ରେଳ ଯାତ୍ରୀଙ୍କ ଯାତାୟାତ ଧୀରେ ଧୀରେ ବୃଦ୍ଧି ପାଉଛି ଯାହା ଏହା ଦର୍ଶାଏ ମହାମାରୀର ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ପ୍ରଭାବ କମ ରହିଥିବା ଏଥିରୁ ଜଣାପଡ଼ିଛି । +୨୦୨୧-୨୨ର ପ୍ରଥମ ଛଅ ମାସରେ ସେବା କ୍ଷେତ୍ର ୧୬.୭ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ପରିମାଣର ପ୍ରତ୍ୟେକ୍ଷ ବିଦେଶୀ ନିବେଶ (ଏଫଡିଆଇ) ହାସଲ କରିଥିଲା ଯାହାକି ଭାରତର ମୋଟ୍‌ ଏଫଡିଆଇ ପ୍ରବାହ ତୁଳନାରେ ପାଖାପାଖି ୫୪ ପ୍ରତିଶତ । +ଆଇଟି-ବିପିଏମ ସେବା ରାଜସ୍ଵ ୨୦୨୦-୨୧ରେ ୧୯୪ ବିଲିୟନ ଆମେରିକୀୟ ଡଲାର ସ୍ତରରେ ପହଞ୍ଚି ଯାଇଥିଲା । +ଏହି ଅବଧି ସମୟରେ ଏହି କ୍ଷେତ୍ରରେ ୧.୩୮ ଲକ୍ଷ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା । +ପ୍ରମୁଖ ସରକାରୀ ସଂସ୍କାରଗୁଡ଼ିକ ମଧ୍ୟରେ ଆଇଟି-ବିପିଓ କ୍ଷେତ୍ରରେ ଟେଲିକମ ବିନିୟମକୁ ହଟାଇବା ଏବଂ ଘରୋଇ କ୍ଷେତ୍ରର ବୃହତ ଉଦ୍ୟୋଗ ପାଇଁ ମହାକାଶ କ୍ଷେତରକୁ ଖୋଲିବା ଏଥିରେ ସାମିଲ ରହିଛି । +ସେବା ରପ୍ତାନି ୨୦୨୦-୨୧ର ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ମହାମାରୀ ପୂର୍ବସ୍ତରକୁ ଅତିକ୍ରମ କରି ଯାଇଥିଲା ଏବଂ ଏଥିରେ ୨୦୨୧-୨୨ ବର୍ଷର ପ୍ରଥମ ଛଅ ମାସରେ ୨୧.୬ ପ୍ରତିଶତ ବୃଦ୍ଧି ଘଟିଥିଲା । +ସଫ୍ଟୱେର ଏବଂ ଆଇଟି ସେବା ରପ୍ତାନି ପାଇଁ ବିଶ୍ଵସ୍ତରରେ ଚାହିଦା ବୃଦ୍ଧି ଫଳରେ ଏହି ଦୃଢ଼ତା ଆସିଥିଲା । +ଆମେରିକା ଓ ଚୀନ ପରେ ଭାରତ ବିଶ୍ଵର ତୃତୀୟ ସବୁଠୁ ବଡ଼ ଷ୍ଟାର୍ଟଅପ୍‌ ଇକୋସିଷ୍ଟମରେ ପରିଣତ ହୋଇଛି । +ନୂତନ ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ସଗୁଡ଼ିକର ସଂଖ୍ୟା ୨୦୨୧-୨୨ରେ ବୃଦ୍ଧି ପାଇ ୧୪ ହଜାରରୁ ଅଧିକ ହୋଇଯାଇଛି ଯାହାକି ୨୦୧୬-୧୭ରେ ମାତ୍ର ୭୩୫ ଥିଲା । +୪୪ଟି ଭାରତୀୟ ଷ୍ଟାର୍ଟ-ଅପ୍ ୨୦୨୧ରେ ୟୁନିକର୍ଣ୍ଣ ମାନ୍ୟତା ହାସଲ କରିଛନ୍ତି ଫଳରେ ୟୁନିକର୍ଣ୍ଣ ଷ୍ଟାର୍ଟଅପ୍‌ଗୁଡ଼ିକର ମୋଟ୍‌ ସଂଖ୍ୟା ୮୩ରେ ପହଞ୍ଚିଛି ଏବଂ ଏଥିମଧ୍ୟରୁ ଅଧିକାଂଶ ସେବା କ୍ଷେତ୍ର ସହ ଜଡ଼ିତ । +ସାମାଜିକ ମୌଳିକ ଭିତ୍ତିଭୂମି ଏବଂ ରୋଜଗାର : +ଜାନୁୟାରୀ ୧୬, ୨୦୨୨ ସୁଦ୍ଧା, କୋଭିଡ -୧୯ ଟିକାର ୧୫୭.୯୪ କୋଟି ଡୋଜ ଦିଆଯାଇଛି । +ଏଥିରେ ୯୧.୩୯ କୋଟି ପ୍ରଥମ ଡୋଜ ଏବଂ ୬୬.୦୫ କୋଟି ଦ୍ୱିତୀୟ ଡୋଜ ସାମିଲ ରହିଛି । +ଅର୍ଥବ୍ୟବସ୍ଥାର ପୁନରୁଦ୍ଧାର ସହିତ ରୋଜଗାର ସୂଚକାଙ୍କ ୨୦୨୦-୨୧ ବର୍ଷର ଶେଷ ତ୍ରୈମାସିକରେ ପ୍ରାକ୍-ମହାମାରୀ ସ୍ତରକୁ ଫେରି ଆସିଛି । +ମାର୍ଚ୍ଚ ୨୦୨୧ ସୁଦ୍ଧା ପ୍ରାପ୍ତ ତ୍ରୈମାସିକ ଅବଧିର ଶ୍ରମ ଶକ୍ତି ସର୍ବେକ୍ଷଣ (ପିଏଫଏଲଏସ) ତଥ୍ୟ ଅନୁଯାୟୀ, ମହାମାରୀ ଦ୍ୱାରା ପ୍ରଭାବିତ ସହରାଞ୍ଚଳରେ ନିଯୁକ୍ତି ପ୍ରାୟ ପ୍ରାକ୍-ମହାମାରୀ ସ୍ତରକୁ ଫେରି ଆସିଛି । +କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫ୍ଓ) ତଥ୍ୟ ଅନୁଯାୟୀ, ଦ୍ୱିତୀୟ କୋଭିଡ୍ ଲହରୀ ସମୟରେ ନିଯୁକ୍ତିର ଔପଚାରିକରଣ ଜାରି ରହିଥିଲା । +କୋଭିଡର ପ୍ରଥମ ଲହରୀ ତୁଳନାରେ ରୋଜଗାର ଔପଚାରିକରଣ ଉପରେ ଦ୍ୱିତୀୟ ଲହରୀର ପ୍ରତିକୂଳ ପ୍ରଭାବ କମ ରହିଥିଲା । +ସାମାଜିକ ସେବା (ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ) ଉପରେ ଜିଡିପିର ଅନୁପାତ ରୂପରେ କେନ୍ଦ୍ରୀୟ ଏବଂ ରାଜ୍ୟଗୁଡିକର ବ୍ୟୟ ୨୦୧୪-୧୫ରେ ୬.୨ ପ୍ରତିଶତରୁ ବୃଦ୍ଧି ପାଇ ୨୦୨୧-୨୨ରେ ୮.୬ ପ୍ରତିଶତରେ ପହଞ୍ଚିଛି (ବଜେଟ୍ ଆକଳନ) । +ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫ ଅନୁଯାୟୀ :- +ମୋଟ୍‌ ପ୍ରଜନନ ହାର (ଟିଏଫଆର) ୨୦୧୯-୨୦ରେ ହ୍ରାସ ପାଇ ୨ରେ ପହଞ୍ଚିଛି ଯାହାକି ୨୦୧୫-୧୬ରେ ୨.୨ ରହିଥିଲା । +୨୦୧୫-୧୬ ତୁଳନାରେ ୨୦୧୯-୨୧ରେ ଶିଶୁ ମୃତ୍ୟୁହାର (ଆଇଏମଆର), ପାଞ୍ଚ ବର୍ଷରୁ କମ୍‌ ଶିଶୁଙ୍କ ମୃତ୍ୟୁହାର ଏବଂ ଡାକ୍ତରଖାନାରେ ପ୍ରସବ ହାରରେ ସୁଧାର ଆସିଛି । +ଜଳ ଜୀବନ ମିଶନ ଅଧୀନରେ ୮୩ଟି ଜିଲ୍ଲା ‘ହର୍‌ ଘର ଜଲ୍‌’ ଜିଲ୍ଲାରେ ପରିଣତ ହୋଇଛନ୍ତି । +ମହାମାରୀ ସମୟରେ ଗ୍ରାମୀଣ କ୍ଷେତ୍ରରେ ଅସଂଗଠିତ ଶ୍ରମିକମାନଙ୍କୁ ଅଧିକ ରୋଜଗାର ଦେବା ପାଇଁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମଏନଆରଇଜିଏସ)ରେ ଅଧିକ ଅର୍ଥ ଆବଣ୍ଟନ କରାଯାଇଛି ।