diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia182.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia182.txt new file mode 100644 index 0000000000000000000000000000000000000000..bac0a0818fd81b0f239436453eeb37442df891d7 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia182.txt @@ -0,0 +1,22 @@ +ଯାତ୍ରା ସମୟରେ ବାନ୍ତି ଲାଗୁଛି କି +ଯାତ୍ରା ସମୟରେ ବାନ୍ତି ଲାଗୁଛି କି +ଅନେକ ଲୋକ ବୁଲିବାକୁ ତ ପସନ୍ଦ କରନ୍ତି କିନ୍ତୁ ବାନ୍ତି ଭୟରେ ଯାଆନ୍ତି ନାହିଁ । +ତେବେ ଚିନ୍ତା କରନ୍ତୁ ନାହିଁ । +କାରଣ ଆପଣଙ୍କ ରୋଷେଇ ଘରେ ହିଁ ଅଛି ଏହାର ଉପଚାର । +ଯାହାକୁ ବ୍ୟବାହାର କଲେ ଯାତ୍ରା ସମୟରେ ବାନ୍ତି ସମସ୍ୟାରୁ ମୁକ୍ତି ପାଇପାରିବେ । +ଘରୋଇ ଉପଚାର +ଅଦା : ଅଦାରେ ଆଣ୍ଟିମେନିକ୍ ଗୁଣ ଥାଏ । +ଆଣ୍ଟିମେନିକ୍ ବାନ୍ତି ଏବଂ ମୁଣ୍ଡ ବିନ୍ଧାରୁ ଆରାମ୍ ଦେଇଥାଏ । +ତେଣୁ ଯାତ୍ରା ସମୟରେ ପାଟିରେ ଅଦାର ଜାକନ୍ତୁ କିମ୍ବା ଅଦାର ଚା’ ପିଅନ୍ତୁ । +ପିଆଜ ରସ : ଯାତ୍ରାରେ ଯିବାର ଠିକ୍ ଅଧଘଂଟା ପୂର୍ବରୁ ଏକ ଚାମଚ ପିଆଜ ରସ ସହ ଏକ ଚାମଚ ଅଦା ରସ ମିଶାଇ ଖାଆନ୍ତୁ । +ଏପରି କଲେ ବାନ୍ତି ହେବ ନାହିଁ । +ଯଦି ଆପଣଙ୍କ ଲମ୍ବା ବାଟ ଯାତ୍ରା କରୁଛନ୍ତି ତେବେ ସାଥିରେ ଏହି ରସ ନେଇ ଯାଆନ୍ତୁ । +ଲବଙ୍ଗ : ବାହାରକୁ ଯିବା ସମୟରେ ଲବଙ୍ଗ ସାଥିରେ ରଖିଥାନ୍ତୁ । +ବାନ୍ତି ଲାଗିଲେ ସଙ୍ଗେ ସଙ୍ଗେ ପାଟିରେ ଲବଙ୍ଗ ପକାନ୍ତୁ । +ଏପରି କଲେ ବାନ୍ତି ଲାଗିବା ବନ୍ଦ ହୋଇଯାଏ । +ପୁଦିନା : ପୁଦିନା ପେଟା ମାଂସପେଶୀକୁ ଆରାମ ଦେଇଥାଏ । +ପୁଦିନା ତେଲ ବାନ୍ତି ରୋକିବାରେ ସାହାଯ୍ୟ କରିଥାଏ । +କିଛି ବୁନ୍ଦା ପୁଦିନା ତେଲ ରୁମାଲରେ ପକାଇ ଯାତ୍ରା ସମୟରେ ଶୁଂଘିଲେ ବାନ୍ତି ଲାଗିନଥାଏ । +ସେହିପରି ପୁଦିନା ପତ୍ରରେ ଚା’ ତିଆରି କରି ସେଥିରେ ଏକ ଚାମଚ ମହୁ ପକାନ୍ତୁ । +ଯିବା ପୂର୍ବରୁ ଏହାକୁ ପିଇଲେ ବାନ୍ତି ଲାଗି ନଥାଏ । +ଲେମ୍ବୁ : ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ବାନ୍ତିକୁ ରୋକି ଥାଏ ।