diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia198.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia198.txt new file mode 100644 index 0000000000000000000000000000000000000000..7f1085167edf05f90bfad74ea0ad71667bbd99e4 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia198.txt @@ -0,0 +1,56 @@ +ହୃଦୟ ପାଇଁ କ୍ଷତିକାରକ +ଉପକ୍ରମ +ସ୍ୱଳ୍ପ ସମୟରେ ଅଧିକ ଅର୍ଥ ରୋଜଗାର ଓ ପ୍ରାଶ୍ଚିତ୍ୟ ଜୀବନଶୈଳୀ ପ୍ରତି ଆଜିର ଯୁବପିଢିଙ୍କୁ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି । +ଏଭଳି ଆଗ୍ରହ ସେମାନଙ୍କୁ ଯେ ହୃଦ୍ ଘାତପ୍ରବଣତା ଆଡକୁ ଟାଣି ନେଉଛି, ତାହା ସେମାନେ ଜାଣିପାରୁ ନାହାଁନ୍ତି । +ଏହି ଜୀବନଶୈଳୀର କେତେକ ବଦ୍ ଭ୍ୟାସ ଯୁବପିଢିଙ୍କ ହୃଦ୍ ପନ୍ତ୍ର ପାଇଁ ଘାତକ ସାଜିଛି ତେବେ ଆସନ୍ତୁ ଜାଣିବା କାରଣଗୁଡିକ କ’ଣ କ’ଣ ? ଆଉ ଏଗୁଡିକଠାରୁ ଦୂରେଇ ରହି ନିଜର ହୃଦୟକୁ ସୁସ୍ଥତା ଆଡକୁ ଆଗେଇ ନେଇ ଚାଳନ୍ତୁ ନା । +ଆଧୁନିକ ଜୀବନ ଯାପନ ହିଁ ହୃଦ୍ ଘାତକୁ ନିମନ୍ତ୍ରଣ କରୁଛି ବୋଲି ବହୁ ସମୟରେ ପ୍ରମାଣ ମିଳିଛି । +ତେବେ ଏଥିପାଇଁ ପ୍ରତିଥର ହେଉଥିବା ରିସର୍ଚ୍ଚରେ ନୂଆ ନୂଆ ତଥ୍ୟ ପ୍ରକାଶ କରାଯାଇଥାଏ । +କିନ୍ତୁ ଲାଇଫଷ୍ଟାଇଲ ହିଁ ହୃଦ୍ଘାତର ପ୍ରମୁଖ କାରଣ ବୋଲି ଜଣାପଡିଛି । +ମୁଖ୍ୟତଃ ଧୂମପାନ, ଆଲକହଲ, ମାତ୍ରାଧିକ ଖାଦ୍ୟ ଗ୍ରହଣ ଏକ୍ସରସାଇଜ୍ ର ଅଭାବ ଆଦି ହୃଦଘାତର ମୁଖ୍ୟକାରଣ ଏଗୁଡ଼ିକୁ ଦୂରେଇ ରଖିପାରିଲେ, ଆପଣ ଏକ ସୁସ୍ଥା ଜୀବନଜାପାନ କରିପାରିବେ । +କ୍ଷତିକାରକ +ଅଧିକା ଟିଭି ଦେଖିବା : +ଅଧିକା ସମୟ ଟିଭି ଦେଖିବା ହୃଦୟପାଇଁ କ୍ଷତିକାରକ । +୨୦୧୧ ରେ ‘ଆମେରିକାନ୍ କଲେଜ ଅଫ୍ କାର୍ଡିଓଲୋଜି’ ପକ୍ଷରୁ ପ୍ରକାଶିତ ଜର୍ନାଲରେ ଏହା ପ୍ରକାଶ ପାଇଥିଲା । +ଏପରିକୁ ଯଦି ଆପଣ ନିୟମିତ ଏକ୍ସରସାଇଜ୍ କରିବା ସହ ଦିନକୁ ୪ ଘଣ୍ଟା ଟିଭି ଦେଖନ୍ତୁ, ତେବେ ବି ତାହା ହାଟ୍ ଷ୍ଟ୍ରୋକ୍ ଆଶଙ୍କାକୁ ଦ୍ଵିଗୁଣିତ କରିଥାଏ । +କେବଳ ଏମିତି ନୁହେଁ ବରଂ ଏହା ଆପଣଙ୍କ ମୃତ୍ୟୁର କାରଣ ବି ସାଜିପାରେ । +ଡାଏଟ୍ ସୋଢା : +ସୋଢାର ଅତ୍ୟଧିକ ବ୍ୟବହାର ହୃଦୟକୁ ହାନି ପହଞ୍ଚାଇଥାଏ । +ଏହାର ନିୟମିତ ବ୍ୟବହାର ହୃଦୟଘାତ ଓ ଷ୍ଟ୍ରୋକ୍ ର ଆଶଙ୍କା ଦ୍ଵିଗୁଣିତ କରିଥାଏ । +ଏପରିକି ପରିବାର ହୃଦ୍ ଘାତର ଇତିହାସ ଣ ଥିଲେ ମଧ୍ୟ ଏହି ରୋଗର ଆଶଙ୍କା ସୃଷ୍ଟି ହୋଇଥାଏ । +ଆଲକହଲ: +ରେଡ୍ ୱାଇନ୍ ବା ମଦ ହୃଦୟ ପାଇଁ କେତେକ ଦୃଷ୍ଟିକୋଣରୁ ଭଲ ହୋଇଥିଲେ ମଧ୍ୟ ଅତ୍ଯାଧିକ ମାତ୍ରାରେ ମଦ୍ୟପାନ ହାନିକାରକ ହୋଇପଡିଥାଏ । +ଆଲକହଲର ଅତ୍ୟାଧିକ ବ୍ୟବହାର ଶରୀରର କ୍ୟାଲୋରୀକୁ ବଢାଇବା ସହ ଶୋଇବାଶୈଳୀକୁ ପ୍ରଭାବିତ କରିଥାଏ । +ଜୀବନଶୈଳୀ ଉପରେ ଏହାର କୁପ୍ରଭାବ ପକାଇବା ସହିତ ହୃଦୟକୁ କ୍ଷତି ପହଞ୍ଚାଇବାରେ ସହାୟକ ହୋଇଥାଏ । +ଶୋଇବା (ଅଧିକ ବା କମ୍) +୫ ଘଣ୍ଟାର କମ୍ ବା ୯ ଘଣ୍ଟାରୁ ଅଧିକ ଶୋଇବା ଫଳରେ ଶରୀରରରକ୍ତଚାପ ଓ ଷ୍ଟ୍ରୋକ୍ ବୃଦ୍ଧି ପାଇଥାଏ । +ତା ସହିତ ଶରୀରରେ ହୃଦ୍ ରୋଗଜନିତ ରୋଗର ଆଶଙ୍କାକୁ ମଧ୍ୟା ବଢିଥାଏ । +ଘୁଙ୍ଗୁଡି +ଶୋଇବା ସମୟରେ ଅଧିକାଂଶ ଲୋକ ଖୁବ୍ ଜୋରରେ ଘୁଙ୍ଗୁଡି ମାରିଥାନ୍ତି । +ଏମାନଙ୍କ କ୍ଷେତ୍ରରେ ହୃଦ୍ ରୋଗ ହେବାର ଆଶଙ୍କା ଅଧିକ ଥାଏ । +ଏହି ଲୋକମାନେ ଶୋଇଥିବା ବେଳେ ମଝିରେ ମଝିରେ ହୁଦ୍ ସ୍ପନ୍ଦନ ଅତ୍ୟଧିକ କମ୍ ବା ଅଧିକ ହୋଇଥାଏ । +ଫଳରେ ରକ୍ତଚାପ ବଢିବାର ସମ୍ଭାବନା ଥାଏ । +ନିରାଶା +ଅତ୍ୟଧିକ ମାନସିକ ଚାପରୁ କେବେ କେବେ ଅବସାଦ ଓ ନିରାଶା ସୃଷ୍ଟି ହୋଇଥାଏ । +ପରେ ଏହା ଅନ୍ୟ ରୋଗକୁ ଟାଣି ଆଣିଥାଏ । +ଆପଣ ଚାହିଁଲେ ଏହି ନିରାଶା ବା ଅବସାଦରୁ ନିଜକୁ ସହଜରେ ଦୂରେଇ ରଖିପାରିବେ । +ନଚେତ୍ ଆପଣ ହୃଦ୍ ଘାତର ଶିକାର ହୋଇପାରନ୍ତି । +ଅଧିକ ବ୍ୟାୟାମ +ବ୍ୟାୟାମ ଶରୀର ପାଇଁ ହିତକାରକ ମାତ୍ରା ଆବଶ୍ୟକଠାରୁ ଅଧିକ ବ୍ୟାୟାମ ଶରୀରକୁ ପ୍ରଭାବିତ କରିବା ସହ ହୃଦୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । +ତେଣୁ ବ୍ୟାୟାମ କରିବା ସମୟରେ ଏଥିପ୍ରତି ଧ୍ୟାନ ଦିଅନ୍ତୁ । +ଅଧିକାଂଶ ଲୋକ ଅଧିକ ସମୟ ପର୍ଯ୍ୟନ୍ତ ଉପରତଳ ହୋଇ ବ୍ୟାୟାମ କରୁଥିବାର ଦେଖିବାକୁ ମିଳିଥାଏ । +ସେମାନଙ୍କ ମଧ୍ୟରୁ ବହୁ ଲୋକ ଏଭଳି ହୃଦ୍ ଘାତର ଶିକାର ହୋଇଥାନ୍ତି । +ମୁଖର ଯତ୍ନ +ମୁଖର ସଠିକ୍ ଯତ୍ନ ନ ନେଲେ ଶ୍ଵାସକ୍ରିୟା ଉପରେ ଏହାର କୁପ୍ରଭାବ ପଡିଥାଏ । +ଯାହା ଆପଣଙ୍କ ଶରୀରରେ ହୃଦ୍ ରୋଗଜନିତ ଆଶଙ୍କାକୁ ବୃଦ୍ଧି କରିଥାଏ । +ମୁଖ ଓ ହୃଦୟର ସଂପର୍କ ରହିଛି । +ତେଣୁ ମୁଖରେ ଦୂଷିତ ବ୍ୟାକ୍ଟୋରିଆ ରହିବା ଫଳରେ ତାହା ରକ୍ତକଣିକା ମଧ୍ୟରେ ପ୍ରବେଶ କରିଥାଏ । +ଫଳରେ ରକ୍ତ ପ୍ରବାହର ବେଗ ଧୀମା ହୋଇଥାଏ । +ଆଉ ଏହା ପ୍ରଭାବ ହୃଦୟ ଉପରେ ହିଁ ପଡିଥାଏ । +ଅଧିକ ଖାଦ୍ୟ ଗ୍ରହଣ +ମୋଟାପଣ ହୃଦ୍ ଘାତର ପ୍ରମୁଖ କାରଣ ବୋଲି କୁହାଯାଇପାରେ । +ଆଉ ମୋଟାପଣ ହେଉଛି ଅତ୍ୟଧିକ ଖାଇବା ସହ ଏକ୍ସରସାଇଜ୍ ନ କରିବାର ଫଳାଫଳ ତେଣୁ କମ୍ ମିଠା ଖାଇବା ସହ ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟଠାରୁ ଦୂରେଇ ରହିବା ଚେଷ୍ଟା କରନ୍ତୁ । +ଫଳରେ ଏକ ସୁସ୍ଥ ଶରୀରର ଅଧିକାରୀ ହୋଇପାରିବେ । +ଧୂମପାନ +ଯଦି ଦିନକୁ ଗୋଟିଏ ସିଗାରେଟ୍ ଶରୀରରେ ହୃଦ୍ଘାତଜନିତ ରୋଗର ଆଶଙ୍କାକୁ ଦ୍ଵିଗୁଣିତ କରିଥାଏ । +କେବଳ ହୃଦ୍ ଘାତ ନୁହେଁ କ୍ୟାନସରକୁ ମଧ୍ୟ ଡାକି ଆଣିଥାଏ । +ତା ସହିତ ଅନ୍ୟାନ୍ୟ ବହୁ ରୋଗକୁ ନିୟନ୍ତ୍ରଣ ହୋଇଥାଏ ।