From 03b8b9edbcf639cc5c96d532edfb4641754ba4fc Mon Sep 17 00:00:00 2001 From: Nayan Ranjan Paul Date: Thu, 22 Sep 2022 15:17:49 +0530 Subject: [PATCH] Upload New File --- .../vikashpedia_health_odia57.txt | 42 +++++++++++++++++++ 1 file changed, 42 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia57.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia57.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia57.txt new file mode 100644 index 0000000..a90f0e1 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia57.txt @@ -0,0 +1,42 @@ +ପତ୍ର ନୁହେଁ ଅଲୋଡା +ଉପକ୍ରମ +ଫଳ ଓ ପନିପରିବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ସମସ୍ତେ ଜାଣନ୍ତି । +କିନ୍ତୁ ଜାଣିବା କେତେକକ ଫଳ ଓ ପରିବାର ପତ୍ର ମଧ୍ୟରେ ସ୍ଵାସ୍ଥ୍ୟୋପଯୋଗୀ ଅନେକ ଗୁଣ ଅଛି । +ପିଜୁଳି ପତ୍ର +ପିଜୁଳି ଭଳି ଏହାର ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଉପକାରୀ । +ଦାନ୍ତ ଦୁର୍ବଳ ଥିଲେ, ମାଢି ଫୁଲୁଥିଲେ, ଦାନ୍ତବିନ୍ଧୁଥିଲେ, ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପିଜୁଳି ପତ୍ର ସିଝାଇ ସେଇ ପାଣିରେ କୁଲି କଲେ ଉପକାର ମିଳିଥାଏ । +ଡାଇରିଆ ହୋଇଥିଲେ କଅଁଳିଆ ପିଜୁଳି ପତ୍ରକୁ ବାଟି ଦିନକୁ ତିନି ଚାର ଥର ଖାଇଲେ ଉପଶମ ମିଳିଥାଏ । +ପିଜୁଳି ପତ୍ର ଶୁଖାଇ ଗୁଣ୍ଡ କରି ଏହାର ଟାଇଟ୍ ଡବାରେ ରଖନ୍ତୁ । +ଏହି ଗୁଣ୍ଡରୁ ୧ ଚାମଚ ନେଇ କପେ ଗରମ ପାଣିରେ ପକାଇ ପାଞ୍ଚ ମିନିଟ ଫୁଟାନ୍ତୁ । +ଏହି ପାଣିକୁ ଛାଣି ପିଇବା ଦ୍ଵାରା ରକ୍ତରେ ଶର୍କରାର ମାତ୍ର ନିୟନ୍ତ୍ରଣରେ ରହେ । +ଆମ୍ବ ପତ୍ର +ଫଳ ଭିତରେ ରାଜା ହେଉଛି ଆମ୍ବ । +ଏହା କେବଳ ସୁଆଦିଆ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ । +କିନ୍ତୁ ଆମ୍ବ ଭଳି ଏହାର ପତ୍ରରେ ମଧ୍ୟ ଅନେକ ଉପକାରୀ ଗୁଣ ରହିଛି । +ମଧୁମେହ ରୋଗୀଙ୍କ ପାଇଁ ଆମ୍ବାପତ୍ର ଉପକାରୀ । +କଅଁଳିଆ ଆମ୍ବାପତ୍ରରେ ଅନ୍ଥୋସିଆନିଡିନ୍ସ ନାମକ ଏକ ଉପାଦାନ ଥାଏ, ଯାହା ପ୍ରାଥମିକ ପର୍ଯ୍ୟାୟର ଡାଇବେଟିସ୍ ମୁକାବିଲା କରିବାରେ ସହାୟକ ହୋଇଥାଏ । +ଆମ୍ବ ପତ୍ର ଶୁଖାଇ ଗୁଣ୍ଡ କରି ପିଇହେବା । +ନଚେତ୍ କଞ୍ଚା ଆମ୍ବ ପତ୍ର ଶିଖାଇ ଏହାର ପାଣି ମଧ୍ୟ ପିଇ ହେବ । +ଆମ୍ଭ ପତ୍ରରେ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାର କ୍ଷମତା ମଧ୍ୟ ରହିଛି । +ଏହା ବ୍ୟତୀତ ଆମ୍ବ ପତ୍ରରେ ଆହୁରି ଅନେକ ଉପକାରୀ ଗୁଣ ଅଛି । +ଡାଳିମ୍ବ ପତ୍ର +ହଜମଜନିତ ବିଭିନ୍ନ ସମସ୍ୟା, ବାନ୍ତି ଲିଭର୍ ସମସ୍ୟା, ଜଣ୍ଡିସ୍, ଅର୍ଷ ଆଦି ଥିଲେ ଡାଳିମ୍ବ ପତ୍ର ଅନେକାଂଶରେ ସହାୟକ ହୋଇଥାଏ । +ଡାଳିମ୍ବପତ୍ରକୁ ଛାଇଲେ ଶୁଖାଇ ଗୁଣ୍ଡ ରଖନ୍ତୁ । +ଦିନକୁ ତିନିଥର ଏହି ଗୁଣ୍ଡରୁ ଏକ ଚାମଚ ଲେଖାଏଁ ଖାଆନ୍ତୁ । +ଉପକାର ପାଇବେ । +ଏକ୍ ଜିମା ଥିଲେ ସେହି ଜାଗାରେ ଡାଳିମ୍ବ ପତ୍ରର ରସ ଲଗାନ୍ତୁ । +ପାଟିରେ ଘା ହୋଇଥିଲେ କିମ୍ବା ତଣ୍ଡି ଦରଜ ହୋଇଥିଲେ ଦୁଇ ମୁଠା ଡାଳିମ୍ବ ପତ୍ର ପାଣିରେ ଶିଖାଇ ସେଇ ପାଣିକୁ ଥଣ୍ଡା କରି କୁଳୁକୁଚା କଲେ ଉପକାର ମିଳିଥାଏ । +ଜାମୁକୋଳି ପତ୍ର +ଜାମୁକୋଳି ସ୍ୱାସ୍ଥ୍ୟ ପାଇଁ କେତେ ଉପାକାରୀ ତାହା ପ୍ରାୟ ସମସ୍ତେ ଜାଣନ୍ତି । +କିନ୍ତୁ ଜାମୁ ଭଳି ଏହାର ପତ୍ର ମଧ୍ୟ ଉପକାରୀ । +ଜାମୁକୋଳି ପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଅଛି ଯାହା ଦାନ୍ତ, ମାଢି ମଜଭୁତ ରଖିବାରେ ସାହାଜ୍ଯ କରିଥାଏ । +ଏହା ପ୍ରାକୃତିକ ରକ୍ତ ବିଶୋଧକ ଭାବେ ମଧ୍ୟ କାମ ହୋଇଥାଏ । +ଅତି କମ ସମୟ ବ୍ୟବଧାନରେ ପରିଶ୍ରା ଲାଗୁଥିଲେ ଜାମୁକୋଳି ପତ୍ରକୁ ଶୁଖାଇ ଗୁଣ୍ଡ କରି ଦିନକୁ ଦୁଇଥର ଏହି ଗୁଣ୍ଡରୁ ଏକଛୋଟ ଚାମଚ ଲେଖାଏଁ ଖାଇବାକୁ ଚେଷ୍ଟା କରନ୍ତୁ । +କିଛିଦିନ ପରେ ଉପାକାର ଜାଣିପାରିବେ । +ମଦୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହି ପତ୍ର ଉପକାରୀ । +ଅମୃତଭଣ୍ଡା ପତ୍ର +ଅମୃତଭଣ୍ଡାରେ ଭିଟାମିନ୍ ଇ ପର୍ଯ୍ୟାପ୍ତ ମାତ୍ରାରେ ଭାରି ରହିଛି । +ଏହା ଉଭାୟା କଞ୍ଚା ଓ ପାଚିଲା ଅବସ୍ଥାରେ ସ୍ୱାସ୍ଥ୍ୟ ପାଇଁ ଉପକାରୀ କିନ୍ତୁ ଏହାର ପତ୍ରର ଉପକାରିତା ବିଷୟରେ ବିଶେଷ କେହି ଜାଣନ୍ତିନି । +ଏହି ପତ୍ରର ରସରେ ଡେଙ୍ଗୁ ଦୂର କରିବାର କ୍ଷମତା ରହିଛି ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି । +ଏହା ବ୍ୟତୀତ ଏହାର ରସରେ କର୍କଟ ପ୍ରତିରୋଧ କରିବାର କ୍ଷମତା ଅଛି ଋତୁସ୍ରାବଜନିତ ଯନ୍ତ୍ରଣା ଭୋଗୁଥିଲେ ଏହି ପତ୍ରରେ ରସ ପିଇଲେ ଉପକାର ମିଳିବ । +ଏହା ବ୍ୟତୀତ ଅମୃତଭଣ୍ଡା ପତ୍ରରେ ଆହୁରି ଅନେକ ଉପକାରୀ ଗୁଣ ଅଛି । -- GitLab