diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia53.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia53.txt new file mode 100644 index 0000000000000000000000000000000000000000..f3eb4a5a5ccab290678d5dc7b4d16dcb4e518bfc --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia53.txt @@ -0,0 +1,33 @@ +ନିଜ ପାଇଁ ସ୍ୱାସ୍ଥ୍ୟକର ପାନୀଯ ତିଆରି କରନ୍ତୁ +ଉପକ୍ରମ +ତାଜଜା ଫଳ, ପନିପରିବା ଏବଂ ଡାଲି ଆଦି ପୁଷ୍ଟିକରଖାଦ୍ୟ ଆମକୁ ସହଜରେ ମିଳିପାରିଥାଏ । +ଏଗୁଡ଼ିକୁ ବ୍ୟବହାର କରାଯାଇ ପାରିଲେ ଆମେ ସୁସ୍ଵାଦ ସହିତ ସ୍ୱାସ୍ଥ୍ୟ ପାଇ ପାରିବା । +ଋତୁ କାଳୀନ ଉପଲବ୍ଧ ଫଳ ପାରିବା ଗୁଡିକ ଆମ ପ୍ରକୃତିର ସର୍ବଶ୍ରେଷ୍ଟ ଅବଦାନ । +ସେଇ ସବୁ ଋତୁ ଗିଡିକରେ ହେଉଥିବା ରୋଗ ଗୁଡିକ ବିରୁଦ୍ଧରେ ଆମର ବିଜୟକୁ ଏହା ସୁନିଶ୍ଚିତ କରିଥାଏ । +ତରଭୁଜ ଖରାଦିନେ ମିଳିଥାଏ, ଏହାର ରସ ଆମ ଶରୀରକୁ ଶୀତଳତା ପ୍ରଦାନ କରିଥାଏ । +ତାଜା ଫଳରେ ବହୁଳ ପରିମାଣରେ ଖାଦ୍ୟପ୍ରାଣ ଓ ଖଣିଜ ସାର ରହିଥାଏ । +ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଆମକୁ ସାମର୍ଥ୍ୟ ଦେଇଥାଏ । +ଫଳଟିକୁ ଖାଇବା ଅପେକ୍ଷା ରସରେ ଏହାର ଅଧିକ ଖାଦ୍ୟପ୍ରାଣ ମିଳି ପାରିଥାଏ । +ଏହାର ରସ ସହଜରେ ହଜମ ହୋଇ ପାରିଥାଏ । +କମଳା ଲେମ୍ବୁ, ଅମୃତଭଣ୍ଡା ଆପେଳ( ସେଓ) ଆଦିରେ ମଞ୍ଜି ସବୁ ରହିଥାଏ । +ମଞ୍ଜି ଗୁଡିକର ସ୍ଵାଦ ତିକ୍ତ । +ଭୁଲରେ ଯଦି ଆମେ ମଞ୍ଜିଟିଏ ଖାଇଦେଉ ତେବେ ପାଟି ପିତା ହୋଇଯାଏ । +ଏଣୁ ଏଗୁଡ଼ିକର ରସ ନିର୍ଗତ କରି ପିଇଲେ ଦେହ ପାଇଁ ଭଲ । +କାକୁଡି ସୁପ୍ ( ଥଣ୍ଡା) +ଉପକରଣ- +୨ କପ ଛୋଟ କଟା କାକୁଡି, ୩ ପାଖୁଡା ରସୁଣ, ୧/୨ କପ୍ ଲେମ୍ବୁରସ, ୧ କପ ଦହି ୩/୪ ଚାମୁଚ ଗୋଲମରିଚ ଚୂର୍ଣ୍ଣ ୨ ଚାମୁଚ ଧନିଆ ପତ୍ର, ୧ ଚାମୁଚ ତେଲ ଶ୍ଵାସ ଅନୁଯାୟୀ ଆବଶ୍ୟକୀୟ ଲୁଣ । +ତିଆରି ପ୍ରଣାଳୀ- +ଦହି ବ୍ୟତୀତ ସମସ୍ତ ଉପକରଣ ମିଶାନ୍ତୁ , ୧ କପ୍ ପାଣି ଦେଇ ଗ୍ରାଇଣ୍ଡରରେ ମୁଣ୍ଡ ତିଆରି କରନ୍ତୁ । +ଫ୍ରିଜରେରାଖୀଥଣ୍ଡା କରନ୍ତୁ । +ପରସିବା ପୂର୍ବରୁ ଦହି ମିଶାନ୍ତୁ । +କାକୁଡି ଓ ଦହି ପାକସ୍ଥଳୀ ପାଇଁ ଲାଭଦାୟକ । +ଅମ୍ଳନାଶ କରିବାରେ ଏହାର ଗୁଣ ରହିଛି । +ଆଡ ଲେମ୍ବୁ ସରବତ +ଉପକରଣ- +୩-୪ କପ୍ ଚିନି, ୬୦୦ ମି.ଲି. ପାଣି, ୧/୨ ଚାମୁଚ ଆଡ ବଟା, ୧/୨ କପ୍ ଲେମ୍ବୁ ରସ, ଛୋଟ ଛୋଟ ବରଫ ଖଣ୍ଡ +ପ୍ରଣାଳୀ +ଏକ ପ୍ରତିରେ ଚିନି, ପାଣି ଓ ଅଦାକୁ ରଖନ୍ତୁ +ନିଆଁରେ ଗରମ କରି ସିରା ହେବା ପର୍ଯ୍ୟନ୍ତ ରଖନ୍ତୁ +ଲେମ୍ବୁରସ ପକାନ୍ତୁ +ଥଣ୍ଡାକରି ବୋତଲରେ ଢାଳନ୍ତୁ +୨ ଚାମୁଚରେ ଏକ ଗ୍ଲାସ ପାଣି ମିଶାଇ ଛୋଟ ବରଫ ଖଣ୍ଡ ପକାଇ ବିତରଣ କରନ୍ତୁ ।