diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia91.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia91.txt new file mode 100644 index 0000000000000000000000000000000000000000..47f52ff89bd108499b5025ee5b8b506ee72a3a71 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia91.txt @@ -0,0 +1,33 @@ +ଶରୀର କ୍ଷତ ହେଲେ ପ୍ରତିକାର +ଉପକ୍ରମ +ଶରୀରର କୌଣସି ଅଙ୍ଗ ଅସ୍ତ୍ର ଦ୍ଵାରା କଟିଗଲେ ବା ଛେଚି ହୋଇଗଲେ କିମ୍ବା ଦୁର୍ଘଟଣାଦ୍ଵାରା କ୍ଷତ ହେଲେ ତହିଁରୁ ରକ୍ତ ସ୍ରାବ ହୋଇଥାଏ । +ଏହି ଅବସ୍ଥାରେ ପ୍ରଥମେ ଗେଣ୍ଡୁପତ୍ର ପୁଳାଏ ଆଣି ତହିଁରୁ ଅଧେ ଛେଚି ରସ ବାହାର କରି ସେହି ରସକୁ ତୁଳାରେ ବୁଡାଇ କ୍ଷତସ୍ଥାନକୁ ପରିଷ୍କାର କରି ପୋଛିବ । +ଆଉ ଅଧେ ଗେଣ୍ଡୁପତ୍ର ଛେଚି ସେହି ପତ୍ରକୁ କ୍ଷତ ଉପରେ ସ୍ଥାପନ କରି ତୁଳା ଓ କପଡା ଦ୍ଵାରା ପଟି ବାନ୍ଧି ରଖିବା । +ରକ୍ତସ୍ରାବ ଅଧିକ ହେଉଥିଲେ ପଇଡ ପାଣି ପିଇବାକୁ ଦେବା ଉଚିତ୍ କିମ୍ବା ବିଶଲ୍ୟକରଣୀ ପତ୍ର ରସ ପଚିଶିଗ୍ରାମ ସହିତ ସମାନଭାଗ ଚିନି ମିଶାଇ ଖାଇବାକୁ ଦେଲେ ରକ୍ତସ୍ରାବ ବନ୍ଦ ହୋଇଥାଏ । +ଏହାଦ୍ଵାରା ଯନ୍ତ୍ରଣା ଉପଶମ ହୋଇ ଦୁଇଦିନରେ ଘା ଶୁଖିଯାଏ । +ସିଲାଇ କରିବା ଦରକାର ହୁଏ ନାହିଁ । +ରୋଗୀକୁ ଦୁଗ୍ଧ ପାନ କରାଇବା ଉଚିତ୍ । +କ୍ଷତ ଅଧିକ ଥିଲେ ଦୁଇଦିନ ପରେ ଆଉଥରେ ଗେଣ୍ଡୁପତ୍ର ରସରେ ପଟି ବାନ୍ଧିବା ଉଚିତ୍ । +ଆଘାତଦ୍ଵାରା ମକଚି ହୋଇ ଫୁଲା ଓ ବିନ୍ଧା ହେଲେ ଉପାୟ +ଶରୀରର କୌଣସି ସ୍ଥାନରେ ଆଘାତ ହେଲେ ଅସ୍ଥିଭଗ୍ନର ଆଶଙ୍କା କମ୍ ଥାଏ । +କିନ୍ତୁ ଗଣ୍ଠି ଓ ଅସ୍ଥିମୟ ସ୍ଥାନରେ ଯନ୍ତ୍ରଣା ଅଧିକ ହେଲେ ଅସ୍ଥିଭଗ୍ନ ଆଶଙ୍କା ଅଧିକ ଥାଏ । +ଏହିଭଳି ପରିସ୍ଥିତିରେ ଏକ୍ସରେ କରାଇ ପଟି ବାନ୍ଧିଲେ ଭଲ । + ଯଦିକେବଳ ଫୁଲା ଓ ଦରଜ ଉପସ୍ଥିତ ହୋଇଥାଏ ତେବେ ନିମ୍ନଲିଖିତ ବ୍ୟବସ୍ଥା ଗ୍ରହଣ କରିବା ଉଚିତ୍ +କଞ୍ଚା ତେନ୍ତୁଳିକୁ ନେଇ ରଡ ନିଆଁରେ ପକାଇବ । +ଦଶମିନିଟ୍ ପରେ ଆଣି ଶିଳରେ ଛେଚି ତହିଁରେ ଦଶ ଗ୍ରାମ୍ ଲୁଣ ମିଶାଇ ଫୁଲା ସ୍ଥାନରେ ଲେପଦେଇ ପଟି ବାନ୍ଧିରଖିବ । +ରାତିରେ ଶୋଇଲାବେଳେ ଏହି ପଟିବାନ୍ଧି ସକାଳୁ ଖୋଲିଦେବା ଉଚିତ୍ । +ଏହିପରି ତିନିଦିନ ବାନ୍ଧି ରଖିଲେ ଫୁଲା ଦରଜ ଆରୋଗ୍ୟ ହୋଇଥାଏ ଏବଂ ସଦ୍ୟ ଗାଈ ଗୋବରକୁ ଫୁଲା ସ୍ଥାନରେ ବାନ୍ଧି ରଖିଲେ ଉତ୍ତମ ଫଳ ମିଳିଥାଏ । +ଅସ୍ଥିଭଗ୍ନକୁ ଉପାୟ +ହାଡ ଭାଙ୍ଗି ଯାଇଥିଲେ ଏକ୍ସରେ କରାଇ ପ୍ରଥମେ ହାଡକୁ ଠିକ୍ ଯାଗାରେ ସେଟ୍ କରି ପଟିବାନ୍ଧିବା ପରେ ନିମ୍ନଲିଖିତ ଔଷଧ ସେବନ କରିବା ଉଚିତ୍ । +ହାଡଶିଖୁଲା ପତ୍ର, ଅର୍ଜୁନଛେଲି, ଲାକ୍ଷା, ଗହମ, ଘିଅ, ମହୁ ପ୍ରତ୍ୟେକ ଶହେଗ୍ରାମ ମାତ୍ରାରେ ନେଇ ଏକତ୍ର ମର୍ଦ୍ଦନ କରି ରଖିବ । +ମାତ୍ରା ଦଶଗ୍ରାମ । +ଦିନକୁ ଦୁଇପାନ ସେବନ କଲେ ଭଙ୍ଗାହାଡ ଯୋଡିହୁଏ ଏବଂ ଇଟାକୁ ଗୁଣ୍ଡ କରି ଦୁଧରେ ଗୋଳାଇ ପ୍ରଲେପ ଦେଲେ ଅସ୍ଥିଭଗ୍ନ ଦୂର ହୁଏ । +ଅଗ୍ନିଦଗ୍ଧକୁ ଉପାୟ +ଶରୀରର କୌଣସି ସ୍ଥାନ ଅଗ୍ନିରେ ପୋଡ଼ିଗଲେ ବା ଗରମପେଜ ବା ଗରମ ତେଲ ପଡି କ୍ଷତ ସୃଷ୍ଟି ହେଲେ ଜ୍ଵାଳା ଓ ଯନ୍ତ୍ରଣା ଉପସ୍ଥିତ ହୋଇଥାଏ । +ଏହାର ପ୍ରତିକାର ପାଇଁ ସଙ୍ଗେ ସଙ୍ଗେ ଖଣିଜତୈଳ ଯଥା- କିରୋସିନ, ଡିଜେଲ ବା ପେଟ୍ରୋଲକୁ କ୍ଷତସ୍ଥାନରେ ଢାଳିବେ କିମ୍ବା ତୁଳାରେ ବୁଡାଇ ଭିଜାଇରଖିବେ । +ଏହାପରେ କଞ୍ଚାଆଳୁକୁ ବାଟି ପ୍ରଲେପ ଦେଲେ ଯନ୍ତ୍ରଣା ଶାନ୍ତ ହୁଏ ଓ ଫୋଟକା ହୁଏ ନାହିଁ । +କ୍ଷତ ସୃଷ୍ଟି ହେଲେ – ଅଶ୍ଵତଥ ବୃକ୍ଷର ଛେଲିକୁ ସୂକ୍ଷ୍ମ ଚୂର୍ଣ୍ଣ କରି କ୍ଷତଉପରେ ପ୍ରଲେପ ଦେଲେ ଖୁବ୍ ଶୀଘ୍ର ଆରୋଗ୍ୟ ମିଳିଥାଏ । +କୁକୁର, ବିଲୁଆ, ମାଙ୍କଡ କାମୁଡିଲେ +କଲରାପତ୍ର ରସ ଦଶଗ୍ରାମ ସକାଳୁ ଖାଲିପେଟରେ ପାନ କରିବ ଏବଂ ଏହି କଲରା ପତ୍ର ରସକୁ କ୍ଷତସ୍ଥାନରେ ଲଗାଇବ କିମ୍ବା ସାତଗୋଟି ଅରଖ ଫୁଲ ଅରୁଆ ଚାଉଳ ଦଶଗ୍ରାମ ସହିତ ଚୋବାଇ ଖାଇବ । +ଏହା ପ୍ରଥମ ଦିନର ବ୍ୟବସ୍ଥା । +ଦ୍ଵିତୀୟ ଦିନ ଛଅଟି ଫୁଲ, ତୃତୀୟ ଦିନ ପାଞ୍ଚଟି ଫୁଲ ଏହିପରି ଗୋଟିଏ ଲେଖା କମାଇ ସାତଦିନ ପର୍ଯ୍ୟନ୍ତ ଖାଇବ ଏବଂ କ୍ଷତସ୍ଥାନରେ ଅର୍କକ୍ଷୀର ଲଗାଇବ ।