From 191d96f4c3d8222b086398effdbc02400a823486 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:26:34 +0530 Subject: [PATCH] Upload New File --- .../vikashpedia_health_odia78.txt | 26 +++++++++++++++++++ 1 file changed, 26 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia78.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia78.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia78.txt new file mode 100644 index 0000000..2dfc5d8 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia78.txt @@ -0,0 +1,26 @@ +ଭିଟାମିନ୍ ସିରେ ଭରପୁର ଅଁଳା ରସ +ଅଁଳା ରସ +ସୁସ୍ଥ ରହିବା ପାଇଁ ପ୍ରତିଦିନ ଜଣେ ବ୍ୟକ୍ତିଙ୍କୁ ୫୦ ମିଲିଗ୍ରାମ୍ ଭିଟାମିନ୍ ସି ଆବଶ୍ୟକ ହୋଇଥାଏ । +ଆଉ ଭିଟାମିନରେ ଭରପୁର ଅଁଳା । +ଯଦି ଆପଣ ପ୍ରତିଦିନ ଅଁଳା ରସ ସେବନ କରନ୍ତି ତେବେ ଶରୀରରେ ଥିବା ଭିଟାମିନ୍ ସି ର ଅଭାବ ଦୂର ହୋଇଥାଏ । +ଏବେ ନଜର ପକାନ୍ତୁ ଅଁଳା ଔଷଧୀୟ ଗୁଣ ଉପରେ । +ଅଁଳା ଔଷଧୀୟ ଗୁଣ +ପ୍ରତିଦିନ ଅଁଳା ରସ ସହ ମହୁ ମିଶାଇ ଖାଆନ୍ତୁ । +ଏହି ରସ ନିୟମିତ ଖାଇଲେ ଆଜମା ଏବଂ ବ୍ରୋଙ୍କାଇଟସ୍ ଭଳି ରୋଗରୁ ମୁକ୍ତି ମିଳିଥାଏ । +ନଡିଆ ପାଣି ସହ ଅଁଳା ରସ ମିଶାଇ ପିଇଲେ ଆମ୍ବିଳା ହାକୁଟି ବନ୍ଦ ହୋଇଯାଏ । +ଅଁଳା ରସ ପାଚନ କ୍ରିୟାକୁ ବଢାଇ ଥାଏ । +ଏହା ସହ କୋଷ୍ଠକାଠିନ୍ୟ ଭଳି ଭୟଙ୍କର ରୋଗରୁ ମୁକ୍ତି ଦେଇଥାଏ । +ସେହିପରି ପିଲାଙ୍କ ଦାନ୍ତ ଉଠିବା ସମୟରେ ପ୍ରତିଦିନ ମହୁ ସହ ଅଁଳା ରସ ମିଶାଇ ଦେଲେ ଲାଭ ମିଳିଥାଏ । +ଦାନ୍ତ ବିନ୍ଧା ପାଇଁ ଲାଭଦାୟକ ଅଁଳା । +ଅଳ୍ପ କପୁର ସହ ଅଁଳା ରସ ମିଶାଇ ଦାନ୍ତରେ ଲଗାଇଲେ ତୁରନ୍ତ ଦାନ୍ତ ବିନ୍ଧା ଭଲ ହୋଇଯାଏ । +ଏହା ସହ ଦାନ୍ତ ପୋକ ଲାଗିଥିଲେ ଭଲ ହୋଇଯାଏ । +ଯଦି ମାସିକଧର୍ମ ସମୟରେ ଅତ୍ୟଧିକ ରକ୍ତସ୍ରାବ ହେଲେ ଦିନକୁ ତିନି ଥିର କଦଳୀ ସହ ଅଁଳା ରସ ଖାଆନ୍ତୁ । +ପ୍ରତିଦିନ ସକାଳେ ମହୁ ସହ ଅଁଳା ରସ ସହ ପିଇଲେ ତ୍ୱଚାରେ ଚମକ ଆସିଥାଏ । +କେଶକୁ ସୁନ୍ଦର ,ମୁଲାୟମ, ମଜଭୁତ ଓ ସିଲ୍କି କରିବା ପାଇଁ ଅଁଳା ମଧ୍ୟ ବ୍ୟବହାର କରନ୍ତୁ । +ଅଁଳାକୁ ନଡିଆ ତେଲରେ ମିଶାଇ କେଶ ମୂଳରେ ମାଲିସ କରନ୍ତୁ । +ସପ୍ତାହରେ ଥରେ ଏପରି କଲେ ଆପଣଙ୍କ କେଶ ମଜଭୁତ ହେବା ସହ ସିଲ୍କି ରହେ । +ଅଁଳା, ଶିକାକାଇ, ଭୃଗରାଜକୁ ଗୁଣ୍ଡ କରି ରଖନ୍ତୁ ଓ ଏହି ଗୁଣ୍ଡକୁ ପାଣିରେ ଗୋଳାଇ ଲୁହା ପାତ୍ରର ରଖନ୍ତୁ । +ନିୟମିତ ବ୍ୟବଧାନରେ ଏହି ଲେପକୁ କେଶରେ ଲଗାନ୍ତୁ କିଛି ସମୟ ପରେ କେଶ ଧୋଇ ଦିଅନ୍ତୁ । +ଏପରି କରିବା ଦ୍ୱାରା କେଶର ସବୁ ସମସ୍ୟାରୁ ରକ୍ଷା ପାଇପାରିବେ । +ଏହା ବ୍ୟତୀତ କେବଳ ଅଁଳା ଗୁଣ୍ଡକୁ ମଧ୍ୟ ଚୁଟିରେ ଲଗାଇଲେ, କେଶ ମଜଭୁତ ହୁଏ । +କେବଳ ଏତିକି ନୁହଁ ଅଁଳା ରସକୁ ସେବନ କଲେ ମଧ୍ୟ କେଶର ବିଭିନ୍ନ ସମସ୍ୟାରୁ ରକ୍ଷା ପାଇପାରିବେ । -- GitLab