diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia191.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia191.txt new file mode 100644 index 0000000000000000000000000000000000000000..4b80effbd143e90580cd7ad0a8027ac2e2d87dbb --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia191.txt @@ -0,0 +1,47 @@ +ସୁସ୍ଥ ରହିବାର ସୂତ୍ର +ସୁସ୍ଥ ଜୀବନ +ସମୟ ସହିତ ବଦଳିଛି ଜୀନଧାରଣାର ଶୈଳୀ । +ଆଧୁନିକତାକୁ ଆପଣାଇ ପାରମ୍ପରିକ ଢଙ୍ଗରେ ବଞ୍ଚିବାର ଧାରା ଠାରୁ କ୍ରମେ ଦୁରେଇବାରେ ଲାଗିଛନ୍ତି ଲୋକେ । +ଯେମିତିକି ଶୌଚ ହେବା ଲାଗି ଭାରତୀୟ ପାଇଖାନାର ବ୍ୟବହାର, ଉଷୁମ ଜଳ ପାନ ଓ ପ୍ରାତଃ ଧ୍ୟାନ ଭଳି କାର୍ଯ୍ୟ କରିବାକୁ ଯୁବପିଢିଙ୍କ ମଧ୍ୟରେ ଆଗ୍ରହ କମିବାରେ ଲାଗିଛି । +କିନ୍ତୁ । +ସୁସ୍ଥ ଜୀବନ ପାଇଁ ଜୀବନଧାରଣର ପାରମ୍ପରିକ ଶୈଳୀର ଗୁରୁତ୍ୱ ବହୁତ ବେଶୀ । +ସୁସ୍ଥ ରହିବାର ସୂତ୍ର +ଭାରତୀୟ ପାଇଖାନାର ବ୍ୟବହାର: ଆଧୁନିକ ଜୀବନ ଶୈଳୀକୁ ଆପଣାଇଥିବା ଲୋକେ ଚାକଚକ୍ୟ ମଧ୍ୟରେ ଜୀବନ ବିତାଇବାକୁ ଚାହାନ୍ତି । +ଏଣୁ ଭାରତୀୟ ବସ୍ତୁର ଉପଯୋଗ ପରିବର୍ତ୍ତେ ବିଦେଶୀ ସାମଗ୍ରୀର ବ୍ୟବହାରକୁ ସେମାନେ ଗୁରୁତ୍ଵ ଦିଅନ୍ତି । +ଏହି କ୍ରମରେ ସର୍ବାଗ୍ରେ ରହିଛି ଶୌଚାଳୟ । +ସମ୍ପ୍ରତି ଭାରତୀୟ ପ୍ୟାନ ପରିବର୍ତ୍ତେ ବିଦେଶୀ କମୋଡ ବ୍ୟବହାର କରିବାକୁ ଲୋକେ ପସନ୍ଦ କରୁଛନ୍ତି । +ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ତଥା ମେରୁଦଣ୍ଡ ସମସ୍ୟା ଥିବ । +ଲୋକଙ୍କ ପାଇଁ ଏହା ସୁ ବି ଧ । +ପ୍ରଦ ହୋଇଥାଇପାରେ; ମାତ୍ର ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏହା କୁପ୍ରଭାବ ପକାଏ । +ହିମାଚଳ ପ୍ରଦେଶର କୌଲାନ୍ତକ ପୀଠର ଯୋଗ ଗୁରୁ ଅକ୍ଷର ଏହା କୁହନ୍ତି । +କମୋଡ ବ୍ୟବହାର ଦ୍ଵାରା ପେଟ ସମ୍ପୁର୍ଣ୍ଣ ଭାବେ ପରିଷ୍କାର ହୁଏ ନାହିଁ । +ଏହାଦ୍ଵାରା କୋଷ୍ଠକାଠିନ୍ୟ ଓ ମେଟାବୋଲିଜମ୍ କମ୍ ହେବା ଭଳି ବହୁ ରୋଗ ସୃଷ୍ଟି ହେବାର ଆଶଙ୍କା ଥାଏ । +ସମ୍ପୂର୍ଣ୍ଣ ସ୍ନାନ : ସମ୍ପ୍ରତି ବ୍ୟସ୍ତବହୁଳ ଜୀବନ ଯୋଗୁ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚିବା ଲାଗି ଲୋକେ ତରବରିଆ ଭାବେ ବହୁ କାର୍ଯ୍ୟ କରୁଥିବା ଦେଖାଯାଏ । +ଏଥିପାଇଁ ବିଶେଷ କରି ସ୍ନାନ ଭଳି ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସହିତ ଲୋକେ ବୁଝାମଣା କରନ୍ତି । +ଯୁବପିଢିଙ୍କ ମଧ୍ୟରେ ଏହା ଏକ ଅଭ୍ୟାସରେ ପରିଣତ ହେଲାଣି । +ମାତ୍ର ଯୋଗ ଗୁରୁ ଅକ୍ଷର କୁହନ୍ତି, ପ୍ରତ୍ୟେହ ସ୍ନାନ ନିମନ୍ତେ ଅତିକମରେ ୧୦ ମିନିଟ୍ ସମୟ ନିଧାର୍ଯ୍ୟ ରଖିବା ଉଚିତ । +ସମ୍ପୂର୍ଣ୍ଣ ଶରୀରକୁ ଧିରେ ଧିରେ ଉତ୍ତମ ଭାବେ ଘସି ସଫା କରିବା ଦରକାର । +ଏହାଦ୍ଵାରା ଶରୀରରେ ରକ୍ତ ପ୍ରବାହ ପ୍ରକ୍ରିୟା ଠିକ୍ ଭାବେ ସମ୍ପାଦିତ ହୋଇଥାଏ । +ସ୍ନାନ ପାଇଁ ସାଦା ପାଣି ବ୍ୟବହାର ଅନୁଚିତ । +ଶୀତ ଋତୁରେ ଆବଶ୍ୟକ ସ୍ଥଳେ ସାମାନ୍ୟ ଉଷୁମ ପାଣିରେ ସ୍ନାନ କରିବା ସ୍ୱାସ୍ଥ୍ୟପକ୍ଷେ ହିତକର । +ଉଷୁମ ଖାଦ୍ୟ ସେବନ : ଖାଦ୍ୟ କେବେ ବହୁତ ଥଣ୍ଡା କିମ୍ବା ଅତି ଗରମ ଖାଇବା ଉଚିତ ନୁହେଁ । +ଖାଦ୍ୟର ତାପମାତ୍ର ଶରୀରର ତାପମାତ୍ରା ଅନୁରୂପ ହେବା ଆବଶ୍ୟକ । +ଏହାଦ୍ଵାରା ଶରୀର ସହଜରେ ଖାଦ୍ୟ ସହିତ ତାଳମେଳ କରିପାରେ । +ଫଳରେ ଖାଦ୍ୟ ପାଚନ ସହଜସାଧ୍ୟ ହୁଏ । +ବିଦେଶୀଙ୍କ ପରି ଚାମୁଚରେ ନ ଖାଇ ହାତରେ ଖାଇବା ଦ୍ଵାରା ଖାଦ୍ୟ ସହିତ ଏକ ପ୍ରକାର ସମ୍ପର୍କ ସ୍ଥାପନ ହୋଇଥାଏ; ଅର୍ଥାତ୍ ଖାଦ୍ୟ ପ୍ରତି ଆଗ୍ରହ ବଢିଥାଏ ବୋଲି କୁହନ୍ତି ଯୋଗଗୁରୁ ଅକ୍ଷର । +ସାଧାରଣ ତାପମାତ୍ରାର ପାଣି ପିଅନ୍ତୁ; ଆଜିର ଯୁବପିଢି ଉଷ୍ମ ତଥା ମୃଦୁ ପାନୀୟ ନାମରେ କଫି, କୋକାକୋଲା ଅଥବା ପେପସୀ ଭଳି ପନୀୟ ପ୍ରତି ମୋହିତ ହେଉଛନ୍ତି । +ମାତ୍ର ଶୀତ ଅବା ଗ୍ରୀଷ୍ମ, ଯେକୌଣସି ଋତୁରେ ଘରର ତାପମାତ୍ର ଅନୁରୂପ ଉଷ୍ମତା ବହନ କରୁଥିବା ଜଳ ପାନ କରିବା ଉଚିତ । +ଅତି ଥଣ୍ଡା କିମ୍ବା ଗରମ ପାଣି ଶରୀର ପକ୍ଷେ ହିତକର ନୁହେଁ । +ତେବେ ସର୍ଦ୍ଦି ବା ଥଣ୍ଡାରେ ଆକ୍ରାନ୍ତ ଥିଲେ ସାମାନ୍ୟ ଉଷୁମ ପାଣି ପିଇପାରିବେ । +ସୂର୍ଯ୍ୟ ନମସ୍କାର:ମୋବାଇଲ୍ ଯୁଗରେ ଲୋକେ ବିଳମ୍ବରେ ନିଦ୍ରା ଯିବା ଏବଂ ସୂର୍ଯ୍ୟୋଦୟର ବହୁ ପରେ ଶଯ୍ୟାତ୍ୟାଗ କରୁଥ୍ ବା ଦେଖାଯାଉଛି । +ମାତ୍ର ପ୍ରତ୍ୟହ ପ୍ରାତଃ ସମୟରେ ଅନ୍ତତଃ ୪ ଥର ସୂର୍ଯ୍ୟ ନମସ୍କାର କରିବା ଉଚିତ । +ଅଧିକ ଥର କରିପାରିଲେ ଉତ୍ତମ । +ସୂର୍ଯ୍ୟ ନମସ୍କାରକୁ ଏକ ସମ୍ପୂର୍ଣ୍ଣ ବ୍ୟାୟାମ କହିଲେ ଅତ୍ୟୁକ୍ତି ହେବ ନାହିଁ । +ଏହାଦ୍ଵାରା ସମଗ୍ର ଶରୀରର ବ୍ୟାୟାମ ହୋଇଥାଏ । +୧୦ ମିନିଟ୍ ପ୍ରାଣାୟାମ: ପ୍ରାତଃ ସମୟରେ ଅନ୍ତତଃ ୧୦ ମିନିଟ ସମୟ ପ୍ରାଣାୟାମ ପାଇଁ ବାହାର କରିବା ଦରକାର । +ଅନୁଲୋମ-ବିଲୋମ, ଭ୍ରାମରୀ, ଭାସ୍ତ୍ରୀକା ଭଳି ଯେକୌଣସି ପ୍ରାଣାୟାମ କରିପାରିବେ । +ଏହାଦ୍ଵାରା ମନ ଏବଂ ଶରୀର ଉଭୟ ଆରାମ ପାଇଥାଏ । +ନିଯମିତ ଧ୍ୟାନ: ନିୟମିତ ଭାବେ ସକାଳେ ଅନ୍ତତଃପକ୍ଷେ ୫ ମିନିଟ ଧ୍ୟାନ କରିବା ଉଚିତ । +ଶ୍ରାସ ଉପରେ କେନ୍ଦ୍ରୀତ କିମ୍ବା ତ୍ରାଟକ ଧ୍ୟାନ; ଯାହା ପସନ୍ଦ ସେଭଳି ଧ୍ୟାନ କରନ୍ତୁ । +ଏହାଦ୍ଵାରା ମନ ଏକାଗ୍ରତିତ୍ତ ହୋଇଥାଏ । +ତ୍ରାଟକ ଧ୍ୟାନ ଦ୍ଵାରା ଦୃଷ୍ଟିଶକ୍ତି ଉନ୍ନତ ହୋଇଥାଏ ।