From 2100ea36d813da003757f80f13efcd6630b55fff Mon Sep 17 00:00:00 2001 From: Nayan Ranjan Paul Date: Mon, 19 Sep 2022 23:05:43 +0530 Subject: [PATCH] Upload New File --- .../vikashpedia_health_odia6.txt | 49 +++++++++++++++++++ 1 file changed, 49 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia6.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia6.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia6.txt new file mode 100644 index 0000000..60db8ba --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia6.txt @@ -0,0 +1,49 @@ +ବୃକ୍‌କ +ଉପକ୍ରମ +ବୃକକ ବା କିଡନୀ ମାନବ ଶରୀରରେ ଥିବା ନିଷ୍କାସନ ବିଭାଗର ଦୁଇଟି ଅଙ୍ଗ, ଦେଖିବାକୁ ଶିମ୍ବ ମଞ୍ଜି ଭଳି ଓ ଆକାର ମୁଠା ହୋଇଥିବା ହାତ ଭଳି । +ଅଣ୍ଟା ପାଖରେ ପେଟ ଭିତରେ ମେରୁ ଅସ୍ଥି ଦୁଇ ପଟରେ [୧] ପେରିଟୋନିଅମ ପଛ ପାଖରେ ଦୁଇଟି କିଡନୀ ଥାଏ । +ବାମ କିଡନି ଅପେକ୍ଷା ଡାହାଣ କିଡନୀ ସାମାନ୍ୟ ତଳକୁ ଥାଏ ଓ ବାମ କିଡନି ମେରୁ ଅସ୍ଥିର ଅଧିକ ପାଖକୁ ଥାଏ [୨] । +ପ୍ରତ୍ୟେକ କିଡନୀକୁ ଗୋଟିଏ ‘କିଡନୀ ଧମନୀ’ ପ୍ରବେଶ କରେ ଓ ଗୋଟିଏ ‘କିଡନୀ ଶିରା’ ବାହାରେ । +କିଡନୀରୁ ଗୋଟିଏ ନଳୀ ବାହାରେ ଯାହାକୁ ୟୂରେଟର କହନ୍ତି । +ଏହି ୟୂରେଟର ମଧ୍ୟ ଦେଇ କିଡନୀରୁ ପରିସ୍ରା ବାହାରି ମୂତ୍ରାଶୟରେ ଜମା ହୁଏ । +ଏକ ରକ୍ତ ଶୋଧନ ଯନ୍ତ୍ର ଭାବେ ଜଣାଶୁଣା ଥିଲେ ମଧ୍ୟ ଏହା ଶରୀରରେ ଅନେକ କାର୍ଯ୍ୟ ସାଧନ କରେ । +ଏହା ଇଲେକ୍ଟ୍ରୋଲାଇଟ ନିୟନ୍ତ୍ରଣ କରେ, ଏସିଡ-ବେସ ସନ୍ତୁଳନ ରଖେ, ରକ୍ତ ଚାପ ନିୟନ୍ତ୍ରଣ କରେ । +ଏହା ରକ୍ତକୁ ପ୍ରାକୃତିକ ଉପାୟରେ ଶୋଧନ କରି ୟୁରିଆ ଓ ଆମୋନିଅମ ଭଳି ଶରୀରର ହାନି କାରକ ପଦାର୍ଥ ଗୁଡିକୁ ନିଷ୍କାସନ କରେ । +ରକ୍ତର ଫିଲଟର ବା ପରିସ୍ରବଣ ଦ୍ଵାରା ଅଧିକ ପରିମାଣରେ ବାହାରି ଯାଉଥିବା ଜଳ, ଗ୍ଳୁକୋଜ ଓ ଆମିନୋ ଏସିଡ ଭଳି ପଦାର୍ଥକୁ ପୁନର୍ବାର ଶରୀରକୁ ପ୍ରବେଶ କରାଏ । +କ୍ୟାଲସିଟ୍ରଲ, ଏରିଥ୍ରୋପଏଟିନ ଓ ରେନିନ ଭଳି ଏନଯାଇମ ଏହା ପ୍ରସ୍ତୁତ କରେ । +ଗଠନ +ଶିମ୍ବ ମଞ୍ଜି ଆକାରର କିଡନିର ଗୋଟିଏ ଅବତଳ ଓ ଗୋଟିଏ ଏକ୍ସଏକ୍ସଏକ୍ସ ପ୍ରୁଷ୍ଠ ଥାଏ । +ଗୋଟିଏ ଗାତ ଭଳି ସ୍ଥାନକୁ ହାଇଲମ କହନ୍ତି । +ଏହି ହାଇଲମଠାରେ କିଡନୀ ସହା ଧମନୀ, ଶିରା ଓ ୟୂରେଟର ସଂଯୁକ୍ତ ହୋଇଥାଏ । +କିଡନୀ ଚାରି ପାଖରେ ଏକ ସଂଯୋଜକ ତନ୍ତୁ ନିର୍ମିତ ଆବରଣ ଥାଏ । +ଯାହାକୁ କିଡନୀ କ୍ୟାପ ସ୍ୟୁଲ କହନ୍ତି । +କିଡନୀ ଚାରି ପାଖରେ ଚର୍ବି ଥାଏ । +କିଡନୀ ଆଗରେ ପେରିଟୋନିଅମ, ପଛରେ ଟ୍ରାନ୍ସଭରସାଲିସ ଫାସା, ଡାହାଣ କିଡନୀ ଉପର ପାଖରେ ଲିଭର ବା ଯକୃତ, ବାମ କିଡନି ଉପର ପାଖରେ ପ୍ଳିହା ଥାଏ । +କିଡନୀ ପଦାର୍ଥକୁ ପାରେନାକାଇମା କହନ୍ତି । +ଏହାର ବାହ୍ୟ ଅଂଶକୁ କର୍ଟେକ୍ସ ଓ ଅଭ୍ୟନ୍ତର ଅଂଶକୁ ମେଡୁଲା କହନ୍ତି । +ଆଠରୁ ଅଠରଟି କୋନ ସଦୃଶ ରେନାଲ ଲୋବ ଏଥିରେ ଥାଏ ଓ ପ୍ରତ୍ୟେକ ଲୋବରେ କର୍ଟେକ୍ସ ଓ ମେଡୁଲା ଥାଏ । +ପରିସ୍ରା ତିଆରି କରିବା ନିମନ୍ତେ ଅନେକ ଗୁଡିଏ ଏକକ (Unit) ଥାଏ ଯାହାକୁ ନେଫ୍ରନ (Nephron) କହନ୍ତି । +ପ୍ରତ୍ୟେକ ନେଫ୍ରନରେ ଗୋଟିଏ ଫିଲଟର ଥାଏ ଓ ଏଥିରୁ ଗୋଟିଏ ଲମ୍ବା ନଳୀ ବାହାରି ଥାଏ । +କର୍ଟେକ୍ସରେ ଫିଲଟର ଥାଏ ଓ ନଳୀ ମେଡୁଲାରେ ଥାଏ । +ନଳୀଟି ଇଂରାଜୀ ‘u’ ଭଳି ଦେଖାଯାଏ । +ଫିଲଟରରୁ ଯେଉଁ ନଳୀ ବାହାରେ ତାହାକୁ ଡିସେଣ୍ଡି ଲୁପ ଅଫ ହେନଲେ, ତା ପର ଅଂଶକୁ ଲୁପ ଅଫ ହେନଲେ ଓ ତା ପର ଅଂଶକୁ ଆସେଣ୍ଡି ଲୁପ ଅଫ ହେନଲେ କହନ୍ତି । +ଏହି ଶେଷ ଅଂଶଟି ଯାଇ କଲେକଟିଙ୍ଗ ଡକ୍ଟରେ ମିଶିଛି । +ଏହି ଶେଷ ଅଂଶଟି ଯାଇ ପର୍ଯ୍ୟାୟକ୍ରମେ ଆହୁରି କେତେକ ନଳୀ ସହ ମିଶି କଲେକଟିଙ୍ଗ ଡକ୍ଟରେ ପରିଣତ ହୋଇଛି । +ଏହି ପରି ଅନେକ ଡକ୍ଟ ମିଶି ପାପିଲା, ମାଇନର କାଲିକ୍ସ, ମେଜର କାଲିକ୍ସ ହୋଇ ଶେଷରେ ରେନାଲ ପେଲଭିସରେ ପରିଣତ ହୁଏ ଯେଉଁଠାରୁ ୟୁରେଟର ଆରମ୍ଭ ହୁଏ । +ପ୍ରତି କିଡନିରୁ ଗୋଟିଏ ୟୁରେଟର ବାହାରି ଶେଷରେ ମୂତ୍ରାଶୟ ସହ ସଂଯୁକ୍ତ ହୋଇଥାଏ । +ନେଫ୍ରନର ଆରମ୍ଭ ସ୍ଥାନଟିର ଆକାର ଗୋଟିଏ ଫୁଟବଲ ବ୍ଲାଡରକୁ ହାତରେ ଚିପି ଧରି ଦୁଇ ପ୍ରସ୍ତ କଲେ ଯେପରି ଦେଖାଯିବ ସେହିପରି ଥାଏ ଓ ଏହାକୁ ବାଓମେନ୍ସ କ୍ୟାପସ୍ୟୁଲ କହନ୍ତି । +ସେହି ଭିତର ସ୍ଥାନରେ ରେନାଲ ଧମନୀ ଶାଖା ବିସ୍ତାର କରି ଶେଷରେ ଗୋଟିଏ ଆଫରଣ୍ଟ ଅର୍ଟେରିଓଲରେ ପରିଣତ ହୋଇ ଗୋଟିଏ ରକ୍ତ ନଳୀ ପ୍ରବେଶ କରି ଶାଖା ପ୍ରଶାଖା ମେଲେଇ ଯାଏ ଓ ଧିରେ କ୍ଷୁଦ୍ର ଶିରାରେ ପରିଣତ ହୁଏ । +ଏହାକୁ ଗ୍ଲୋମେରୁଲସ କହନ୍ତି । +କିଡନିର କାର୍ଯ୍ୟ +ଅଦରକାରୀ ପଦାର୍ଥର ନିଷ୍କାସନ +ଶରୀରର ବିପାକ ବା ମେଟାବୋଲିଜ୍ମ ଦ୍ଵାରା ଜାତ ହେଉଥିବା ଅଦରକାରୀ ତଥା କ୍ଷତିକାରକ ପଦାର୍ଥକୁ ନିଷ୍କାସନ କରିବାରେ କିଡନି ମୂଖ୍ୟ ଭୂମିକା ନିର୍ବାହ କରେ । +ପ୍ରୋଟିନ ବା ପୁଷ୍ଟିସାର ଜାତୀୟ ଖାଦ୍ୟରୁ ବିପାଚନ ଦ୍ଵାରା ଯବକ୍ଷାରଜାନ ପଦାର୍ଥ ଯଥା ୟୁରିଆ, ଓ ନ୍ୟୁକ୍ଲିକ ଏସିଡର ବିପାଚନରୁ ୟୁରିକ ଏସିଡ ଜାତ ହୁଏ । +ଏହି ପଦାର୍ଥ ଫିଲଟର ହୋଇ କିଡନି ଦ୍ଵାରା ପରିସ୍ରାରେ ବାହାରି ଯାଏ । +ଅତ୍ୟାବଶ୍ୟକ ପୋଷକମାନଙ୍କର ଅବଶୋଷଣ +ନିମ୍ନରେ କେତେକ ପୋଷକମାନଙ୍କର ନେଫ୍ରନର କେଉଁ ସ୍ଥାନରେ କଅଣ ଅବଶୋଷଣ ହୁଏ ତାହାର ତାଲିକା ଦିଆ ଯାଇଛି । +ଏସିଡ-ବେସ ସମତୁଲ +କିଡନି ଓ ଫୁସଫୁସ ଏହି ଦୁଇ ଅଙ୍ଗ ଦେହର ଏସିଡ- ବେସ ବା pH ସମତୁଲ କରିବା ନିମନ୍ତେ କାମ କରନ୍ତି । +ଫୁସଫୁସ ଅଙ୍ଗାରକାମ୍ଳ ନିସ୍କାସନ କରି ଓ କିଡନି ଉଦଜାନ ଆୟନ ନିଷ୍କାସନ କରିବା ସହ ପରିସ୍ରାରୁ ବାଇକାର୍ବୋନେଟ ପୁନଃଶୋଷଣ କରି ଏହି ଏସିଡ- ବେସ ସମତୁଲ କରେ । +ଅସମୋଲାଲିଟି ନିୟନ୍ତ୍ରଣ +ପ୍ଲାଜ୍ମା ଅସମୋଲାଲିଟି ବୃଦ୍ଧି ଘଟିଲେ ମସ୍ତିଷ୍କର ହାଇପୋଥାଲାମସ ଜାଣିପାରେ ଓ ପୋସ୍ଟିରିଅର ପିଟୁଇଟାରି ଗ୍ରନ୍ଥି ବା ଗ୍ଲାଣ୍ଡ ସହ ସମ୍ପର୍କ ସ୍ଥାପନ କରେ ଓ ଏହି ଗ୍ରନ୍ଥିରୁ ଆଣ୍ଟିଡାଇୟୁରେଟିକ ହରମୋନ କ୍ଷରିତ କରାଏ । +ଏହି ହରମୋନ ପ୍ରଭାବରେ ପରିସ୍ରାରୁ ଜଳ ଶୋଷିତ ହୁଏ ଓ ପରିସ୍ରାର କନସେଣ୍ଟ୍ରେସନ ବୃଦ୍ଧି ପ୍ରାପ୍ତ ହୁଏ ବା ପରିସ୍ରା ଗାଢ଼ ହୁଏ । -- GitLab