diff --git a/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_khabar_5 b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_khabar_5 new file mode 100644 index 0000000000000000000000000000000000000000..93bea72e3daba6382e0b7efefe87a45ade7543cc --- /dev/null +++ b/Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_khabar_5 @@ -0,0 +1,140 @@ +ରାଜ୍ୟର ବିଭିନ୍ନ ଶକ୍ତିପୀଠ ଉପରେ ନୂତନ ପୁସ୍ତକ “ଦେବୀ” ଉନ୍ମୋଚିତ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଅକ୍ଟୋବର୍ ୩, ୨୦୧୧ +ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର → +ଭୁବନେଶ୍ବର : ଚଳିତ ଦୁର୍ଗାପୂଜା ଅବସରରେ ଓଡ଼ିଶାର ଶକ୍ତିପୀଠସମୂହର ଏକ ସଂଙ୍କଳନ “ଦେବୀ” ମହାଷଷ୍ଠୀରେ ଉନ୍ମୋଚିତ ହୋଇଛି । +devi pustakaହିନ୍ଦୁସ୍ଥାନ ସମାଚାର ସମ୍ବାଦ ସରବରାହ ସଂସ୍ଥା ତରଫରୁ ସଙ୍କଳିତ ଏହି ପୁସ୍ତକୁ ବରିଷ୍ଠ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର ଓ ରତିକାନ୍ତ ମହାନ୍ତି ରବିବାର ଦିନ ଏକ ଉତ୍ସବରେ ଉନ୍ମୋଚିତ କରିଥିଲେ । +ଏହି ପୁସ୍ତକର ସମ୍ପାଦନା କରିଛନ୍ତି ପଣ୍ଡିତ ସନ୍ତୋଷ ଦାଶ । +ଏହି ଉନ୍ମୋଚନ ଉତ୍ସବରେ ଉଦ୍‌ବୋଧନ ଦେଇ ଶ୍ରୀ ମହାପାତ୍ର ରାଜ୍ୟର କୋଣ ଅନୁକୋଣରେ ଥିବା ଦେବୀ ମନ୍ଦିର ଏବଂ ଏହା ସହ ଜଡ଼ିତ କିମ୍ବଦନ୍ତୀ ଏବଂ ଲୋକକଥାକୁ ଲିପିବଦ୍ଧ କରିବା ପାଇଁ ଦେବୀ “ଦେବୀ ପୁସ୍ତକ” ମାଧ୍ୟମରେ କରାଯାଇଥିବା ଉଦ୍ୟମର ପ୍ରଶଂସା କରିଥିଲେ । +ରାଜ୍ୟର ଗାଁ ଗାଁରେ ଗ୍ରାମଦେବୀ ଭାବରେ ପୂଜିତ ହଜାର ହଜାର ଦେବୀ ମନ୍ଦିର ମାନଙ୍କରେ ସଙ୍କଳନ ଏବଂ ମହିମା ବିଷୟକୁ ଲିପିବଦ୍ଧ କରାଯାଇପାରିଲେ ଏହା ଏକ ଉପାଦେୟ ଏବଂ ପ୍ରଶଂସନୀୟ କାର୍ଯ୍ୟ ହୋଇପାରିବ ବୋଲି ବରିଷ୍ଠ ସାମ୍ବାଦିକ ରତିକାନ୍ତି ମହାନ୍ତି ଉତ୍ସବରେ ଉଦ୍‌ବୋଧନ ଦେଇ ମତ ପ୍ରକାଶ କରିଥିଲେ । +ଦେବୀ ସମ୍ପାଦନା ମଣ୍ଡଳୀ ସଦସ୍ୟ ଦିଲ୍ଲୀପ ସୁବୁଦ୍ଧି ସୂଚନା ଦେଇ କହିଲେ ଯେ ଏହି ପୁସ୍ତକରେ ରାଜ୍ୟର ୫୦ଟିରୁ ଊର୍ଦ୍ଧ୍ବ ଦେବୀ ମନ୍ଦିରକୁ ସ୍ଥାନିତ କରାଯାଇଛି । +ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ସରବରାହ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ଥିଲେ । +ଉତ୍ସବରେ ସମ୍ପାଦନା ମଣ୍ଡଳୀର ସଦସ୍ୟ ଏବଂ ହି.ସ.ର ଓଡ଼ିଶା ମୁଖ୍ୟ‌ ସଞ୍ଜୟ ଜେନା ପୁସ୍ତକ ପ୍ରକାଶନ ପାଇଁ ଶୁଭେଚ୍ଛୁ ଓ ବିଜ୍ଞାପନଦାତା ମାନଙ୍କୁ ଧନ୍ୟବାଦ ଦେଇଥିଲେ । +ଓଡ଼ିଆ ଅନୁବାଦରେ ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳୀ ବ୍ୟବହାର ଉପରେ ଗୁରୁତ୍ବାରୋପ + ଓଡ଼ିଆସାହିତ୍ୟ ପ୍ରବନ୍ଧକ +ତା: ସେପ୍ଟେମ୍ବର୍ ୧୭, ୨୦୧୧ +ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର → +ଭୁବନେଶ୍ବର : ଓଡ଼ିଆ ଅନୁବାଦରେ ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳୀ ବ୍ୟବହାର ଉପରେ ଶିକ୍ଷାବିତ୍‌ମାନେ ଗୁରୁତ୍ବାରୋପ କରିଛନ୍ତି । +ଶୁକ୍ରବାର ଦିନ ଭୁବନେଶ୍ବରଠାରେ ବୈଜ୍ଞାନିକ ତଥା ବୈଷୟିକ ଶବ୍ଦାବଳୀ ଆୟୋଗ ପକ୍ଷରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହାୟତାରେ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ବାରା ଆୟୋଜିତ ଏକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ସ୍ବାଧୀନ ପଟ୍ଟନାୟକ ଏହାର ଯଥାର୍ଥତା ଉପରେ କହିଥିଲେ । +୩ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳା ଉଦ୍‌ଘାଟନ କରିବା ସହ ସେ ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ “ଓଡ଼ିଆ ପ୍ରବାଦ, ପ୍ରବଚ଼ନ ଓ ରୂଢ଼ିକୋଷ ପୁସ୍ତକକୁ ଉନ୍ମୋଚନ କରିଥିଲେ । +କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ପାଠ୍ୟପୁସ୍ତକ ସଂସ୍ଥାର ନିର୍ଦ୍ଦେଶକ ତଥା ବିଶିଷ୍ଟ କବି ଡ. ହର ପ୍ରସାଦ ପରିଚ୍ଛା ପଟନାୟକ ସ୍ବାଗତ ଭାଷଣ ଦେଇ କର୍ମଶାଳା ଆୟୋଜନର ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ । +ବୈଜ୍ଞାନିକ ତଥା ବୈଷୟିକ ଶବ୍ଦାବଳୀ ଆୟୋଗର ଅଧ୍ୟକ୍ଷ ପ୍ରଫେସର କେ.ବିଜୟ କୁମାରଙ୍କ ସମେତ ପ୍ରଫେସର କୁଳମଣି ସାମଲ, ପ୍ରଫେସର ସୁରେନ୍ଦ୍ର ନାଥ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଥିରେ ଉଦ୍‌ବୋଧନ ଦେଇଥିଲେ । +ପାଠ୍ୟ ପୁସ୍ତକ ପ୍ରକାଶନ ସଂସ୍ଥାର ଉପ ନିର୍ଦ୍ଦେଶକ ବିରାଜ ଭୂଷଣ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଓଡ଼ିଶାର ବହୁ ମାନ୍ୟଗଣ୍ୟ ଶିକ୍ଷାବିତ୍, ଭାଷାତତ୍ତ୍ବବିତ୍, ସାହିତ୍ୟିକ, ବୈଜ୍ଞାନିକ, ଅଧ୍ୟାପକ, ସମାଲୋଚକ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । +ସଂସ୍ଥା ତରଫରୁ ବୈଜ୍ଞାନିକ ଅଧିକାରୀ ଡ. ଭୀମସେନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । +ଝାଡ଼ଖଣ୍ଡରେ ଓଡ଼ିଆକୁ ଦ୍ବିତୀୟ ରାଜଭାଷା ମାନ୍ୟତା ବିଲ୍‌ ଗୃହୀତ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ସେପ୍ଟେମ୍ବର୍ ୬, ୨୦୧୧ +ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର → +ରାଜ୍ୟ ବିଧାନସଭାରେ ଓଡ଼ିଆକୁ ରାଜଭାଷା ସମ୍ପର୍କିତ ବିଲ୍‌ ଗୃହୀତ +ଭୁବନେଶ୍ବର : ଝାଡ଼ଖଣ୍ଡ ବିଧାନସଭାର ମୌସୁମୀ ଅଧିବେଶନର ଶେଷ ଦିନରେ ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ପ୍ରଦାନ ସମ୍ପର୍କିତ ବିଲ୍‌ ଗୃହୀତ ହୋଇଛି । +ଫଳରେ ଝାଡ଼ଖଣ୍ଡରେ ବସବାସ କରୁଥିବା ଲକ୍ଷାଧିକ ଓଡ଼ିଆଙ୍କ ସମେତ ସମଗ୍ର ଓଡ଼ିଶାବାସୀଙ୍କ ମନରେ ଗଭୀର ଆନନ୍ଦ ପ୍ରକାଶ ପାଇଛି । +ଝାଡ଼ଖଣ୍ଡ ରାଜ୍ୟ ସୃଷ୍ଟି ଦିନରୁ ହିଁ ଓଡ଼ିଆକୁ ଦ୍ବିତୀୟ ରାଜଭାଷାର ମର୍ଯ୍ୟଦା ଦେବା ପାଇଁ ସେହି ରାଜ୍ୟରେ ଜୋରଦାର ଦାବି ହୋଇ ଆସୁଥିଲା । +ଝାଡ଼ଖଣ୍ଡର ଓଡ଼ିଆ ଅଧ୍ୟୁଷିତ ପ୍ରାୟ ଅର୍ଦ୍ଧେକ ଅଞ୍ଚଳ ଯଥା- ସଢ଼େଇକଳା, ଖରସୁଆଁ, ପୂର୍ବ ସିଂହଭୂମ୍‌ ଜିଲ୍ଲା ଓ ପଶ୍ଚିମ ସିଂହଭୂମ୍‌ ଜିଲ୍ଲା ସ୍ଥାନର ଓଡ଼ିଆ ସଙ୍ଗଠନ ଗୁଡ଼ିକ ବାରମ୍ବାର ଓଡ଼ିଆକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦେବା ପାଇଁ ଜୋର ଦେଉଥିଲେ । +ତେବେ ବିଭିନ୍ନ ଆଳରେ ଓଡ଼ିଆମାନଙ୍କର ଏହି ଦାବିକୁ ଝାଡ଼ଖଣ୍ଡ ସରକାର ଟାଳି ଦେଉଥିଲେ । +ଅର୍ଜୁନ ମୁଣ୍ଡା ପ୍ରଥମ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବାବେଳେ ଓଡ଼ିଆକୁ ରାଜଭାଷାର ମାନ୍ୟତା ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । +ମାତ୍ର ମୁଣ୍ଡା ସରକାର କେତେକ ଅସୁବିଧାର ସମ୍ମୁଖୀନ ହୋଇ ସେହି ପ୍ରତିଶ୍ରୁତି ପାଳନ କରିପାରି ନଥିଲେ । +ବର୍ତ୍ତମାନ ଅର୍ଜୁନ ମୁଣ୍ଡା ଦ୍ବିତୀୟ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି । +ମୁଖ୍ୟମନ୍ତ୍ରୀ ଭାବେ ସେ ଓଡ଼ିଆ ଅଧ୍ୟୁଷିତ ଖରସୁଆଁ ବିଧାନସଭା ଆସନରୁ ଝାଡ଼ଖଣ୍ଡ ବ୍ୟବସ୍ଥାପକ ସଭାକୁ ପ୍ରତିନିଧିତ୍ବ କରୁଛନ୍ତି । +ଖରସୁଆଁ ଆସନରେ ଉପନିର୍ବାଚନ ଲଢ଼ିବା ବେଳେ ମଧ୍ୟ ସେ ଓଡ଼ିଆ ଭୋଟରମାନଙ୍କୁ ଓଡ଼ିଆ ଭାଷାକୁ ସରକାର ଦ୍ବିତୀୟ ରାଜଭାଷାର ମର୍ଯ୍ୟଦା ଦେବେ ବୋଲି ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । +ଗତ ଅଗଷ୍ଟ ୬ ତାରିଖ ଦିନ ମୁଣ୍ଡା ସରକାର ଝାଡ଼ଖଣ୍ଡରେ ଦ୍ବିତୀୟ ରାଜଭାଷା ସମ୍ପର୍କରେ ବିଧିବଦ୍ଧ ନିଷ୍ପତ୍ତି ନେଇଥିଲେ । +କେବଳ ସାନ୍ତାଳି ଓ ବଙ୍ଗଳାକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦିଆଯିବ ବୋଲି ସିଦ୍ଧାନ୍ତ ହୋଇଥିଲା । +ଅଗଷ୍ଟ ୧୬ ତାରିଖ ଦିନ ତତ୍‌ସମ୍ପର୍କିତ ବିଲ୍‌ର ଚିଠା ଖସଡ଼ାକୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ମଞ୍ଜୁର କରିଥିଲେ । +ଫଳରେ ଓଡ଼ିଆ ରାଜଭାଷା ମାନ୍ୟତାକୁ ବାଦ୍‌ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । +ସରକାରଙ୍କ ଏଭଳି ଆଚରଣ ବିରୁଦ୍ଧରେ ଉଭୟ ଝାଡ଼ଖଣ୍ଡର ଲକ୍ଷାଧିକ ଓଡ଼ିଆ ଏବଂ ସମଗ୍ର ଓଡ଼ିଶାବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । +ଫଳରେ ଓଡ଼ିଶାରେ ବିଚ୍ଛନ୍ନାଞ୍ଚଳ ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ରାଜ୍ୟ ବିଧାନସଭା ସମ୍ମୁଖରେ ଗଣଧାରଣାର ଆୟୋଜନ କରାଯାଇଥିଲା ଏବଂ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନରେ ମଧ୍ୟ ଏ ସମ୍ପର୍କରେ ସରଗରମ ଆଲୋଚନା ପାଇଁ ଦୃଢ଼ ଦାବି ଉପସ୍ଥାପନ କରାଯାଇଥିଲା । +ଅନ୍ୟପକ୍ଷରେ ସୁରକ୍ଷା ମଞ୍ଚର ପ୍ରାୟ ୫୦ ଜଣ ପ୍ରତିନିଧି ରାଞ୍ଚି ଯାତ୍ରା କରି ଓଡ଼ିଶାର ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଠାରୁ ଏକ ପତ୍ର ନେଇ ଝାଡ଼ଖଣ୍ଡ ବିଧାନସଭା ବାଚସ୍ପତିଙ୍କୁ ପ୍ରଦାନ କରିଥିଲେ । +ସୁରକ୍ଷା ମଞ୍ଚର ପ୍ରତିନିଧିମାନେ ରାଞ୍ଚିରେ ପହଞ୍ଚିବା ପରେ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳର ଓଡ଼ିଆ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଆୟୋଜିତ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଓ ଝାଡ଼ଖଣ୍ଡ ବିଧାନସଭା ସମ୍ମୁଖରେ ୪ ଘଣ୍ଟା ପାଇଁ ଧାରଣା ଦେଇଥିଲେ । +ସେହି ଗଣଧାରଣାରେ ଖରସୁଆଁର ଯୁବରାଜ, ସଢ଼େଇକଳାର ରାଜା, ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ଦିନେଶ ଷଡ଼ଙ୍ଗୀ, ମନୋହରପୁର ବିଧାୟକ ଗୁରୁଚରଣ ନାୟକଙ୍କ ଭଳି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । +ଏହାପରେ ସୁରକ୍ଷା ମଞ୍ଚର ପ୍ରତିନିଧି ଦଳ ଝାଡ଼ଖଣ୍ଡର ବିଶିଷ୍ଟ ଓଡ଼ିଆ ନେତାମାନଙ୍କ ସହିତ ମିଶି ବାଚସ୍ପତି ସି.ପି. ସିଂହ, ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଉପ-ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ସୁଦେଶ ମାହାତୋଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ । +ଏହିଭଳି ଭାବେ ବିଭିନ୍ନ ଆଡ଼ୁ ଚାପର ସମ୍ମୁଖୀନ ହେବା ପରେ ପ୍ରଥମେ ଝାଡ଼ଖଣ୍ଡର କ୍ୟାବିନେଟ୍‌ ୩ ଦିନ ତଳେ ଓଡ଼ିଆକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । +ଔପଚାରିକତା ଦୃଷ୍ଟିରୁ ବିଧାନସଭାରେ ଏ ସମ୍ପର୍କିତ ବିଲ୍‌ ପାସ୍‌ ହେବାର ଆବଶ୍ୟକତା ବାକି ରହିଥିଲା । +ଶନିବାର ଦିନ ଝାଡ଼ଖଣ୍ଡ ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିବସରେ ଏ ସମ୍ପର୍କିତ ବିଲ୍‌ ଗୃହୀତ ପାଶ୍‌ ହୋଇଛି । +ଝାଡ଼ଖଣ୍ଡ ସରକାରଙ୍କ ଏଭଳି କ୍ରାନ୍ତିକାରୀ ପଦକ୍ଷେପକୁ ସ୍ବାଗତ ଜଣାଇ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଙ୍ଗଠନର କର୍ମକର୍ତ୍ତାଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । +ସେହିଭଳି ଭାଜପା ଓଡ଼ିଶା ରାଜ୍ୟ ସଭାପତି ଜୁଏଲ୍‌ ଓରାମ, ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦୀପ କୁମାର ଅମାତ ଏବଂ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଉପ-ମୁଖ୍ୟମନ୍ତ୍ରୀ ଦ୍ବୟ ହେମନ୍ତ ସୋରେନ ଓ ସୁଦେଶ ମାହାତୋ ଏବଂ ବାଚସ୍ପତି ସି.ପି. ସିଂହଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । +ଓଡିଆ ଭାଷାକୁ ଝାଡଖଣ୍ଡରେ ଦ୍ବିତୀୟ ଭାଷାଭାବେ ମାନ୍ୟତା ନେଇ ପଦକ୍ଷେପ ଆରମ୍ଭ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ସେପ୍ଟେମ୍ବର୍ ୧, ୨୦୧୧ +ମୂଳ ପୃଷ୍ଠା → ଭାଷା ଓ ସାହିତ୍ୟ ଆଲୋଚନା → +ଭୁବନେଶ୍ବର: ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷା ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛନ୍ତି । +ଏଥିପାଇଁ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନୁମୋଦନ ହୋଇଛି । +ଆସନ୍ତା କାଲି ବିଧାନସଭାରେ ଏନେଇ ଆବଶ୍ୟକ ବିଲ୍ ଉପସ୍ଥାପିତ ହୋଇ ଏହା ଗୃହୀତ ହେଲା ପରେ ପୁଣି ଓଡ଼ିଆ ଝାଡଖଣ୍ଡର ଦ୍ବିତୀୟ ରାଜଭାଷା ମାନ୍ୟତା ଫେରିପାଇବ ବୋଲି ଜଣାପଡ଼ିଛି । +ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ଓଡ଼ିଆ ଲୋକ ରହୁଛନ୍ତି । +ଏହା ସହିତ ଏହି ରାଜ୍ୟର ମୋଟ ଲୋକ ସଂଖ୍ୟାର ଏକ ସିଂହଭାଗ ଲୋକ ସଂଖ୍ୟା ହେଉଛନ୍ତି ଓଡ଼ିଆ ଭାଷାଭାଷିର ଲୋକ । +ତେଣୁ ୨୦୦୩ ମସିହାରେ ଝାଡ଼ଖଣ୍ଡ ଏକ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠିତ ହେଲା ପରେ ସେଠାରେ ଦ୍ବିତୀୟ ଭାଷା ଭାବେ ଓଡ଼ିଆ ଭାଷାକୁ ମାନ୍ୟତା ମିଳିଥିଲା । +କିନ୍ତୁ କିଛି ଦିନ ତଳେ ଏହି ମାନ୍ୟତାକୁ ପ୍ରତ୍ୟାହାର କରି ରାଜ୍ୟ ସରକାର ବଙ୍ଗଳାକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦେଇଥିଲେ । +ଏହା ବିରୋଧରେ ଓଡ଼ିଶା ଏବଂ ଝାଡଖଣ୍ଡରେ ତୀବ୍ର ସ୍ବର ଉତ୍ତୋଳନ ହୋଇଥିଲା । +ଏ ନେଇ ନିକଟରେ ସମାପ୍ତ ହୋଇଥିବା ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନରେ ଦଳମତ ନିର୍ବିଶେଷରେ ବିଧାୟକମାନେ ଝାଡ଼ଖଣ୍ଡରେ ଓଡ଼ିଆ ଭାଷାର ମାନ୍ୟତା ଲୋପ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ । +ଏହା ସହିତ ବିଧାୟକମାନେ ଏ ନେଇ ପ୍ରସଙ୍ଗ ଉତ୍‌ଥାପନ କରିବା ସହିତ ଏହି ପ୍ରସଙ୍ଗରେ ତୁରନ୍ତ ସରକାର ଏବଂ ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ । +ଏହା ବ୍ୟତୀତ ଉତ୍କଳ ସମ୍ମିଳନୀ ପକ୍ଷରୁ ଏ ନେଇ ଅଭିଯାନ ମଧ୍ୟ କରାଯିବା ବିଧାନସଭା ସମ୍ମୁଖରେ ଧାରଣା ମଧ୍ୟ ଦିଆଯାଇଥିଲା । +ଗତ ସପ୍ତାହରେ ଓଡ଼ିଆ ଭାଷାର ସୁରକ୍ଷା ଲାଗି କାର୍ଯ୍ୟ କରୁଥିବା ବହୁ ବୁଦ୍ଧିଜୀବୀ, ଉତ୍କଳ ସମ୍ମିଳନୀ କାର୍ଯ୍ୟକର୍ତ୍ତା ଓ ସାହିତ୍ୟିକମାନେ ଝାଡ଼ଖଣ୍ଡ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଉକ୍ତ ପ୍ରସଙ୍ଗରେ ଭେଟିଥିଲେ । +ସେହିଭଳି ଝାଡ଼ଖଣ୍ଡ ବିଧାନସଭା ସମ୍ମୁଖରେ ମଧ୍ୟ ଏହି ପ୍ରସଙ୍ଗରେ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା । +ଶେଷରେ ରାଜ୍ୟ କ୍ୟାବିନେଟ ବୈଠକରେ ଝାଡ଼ଖଣ୍ଡ ସରକାର ଓଡିଆ ଭାଷାକୁ ପୁଣି ଦ୍ବିତୀୟ ରାଜଭାଷାର ମାନ୍ୟତା ଦେବା ପାଇଁ ଅନୁମୋଦନ ଦେଇଛନ୍ତି । +ଏହାକୁ ଉତ୍କଳ ସମ୍ମିଳନୀ ପକ୍ଷରୁ ସ୍ବାଗତ କରାଯାଇଛି । +ଝାଡ଼ଖଣ୍ଡ କ୍ୟାବିନେଟ୍ର ଏହି ନିଷ୍ପତ୍ତି ସଂପର୍କରେ ଜଣାପଡିବା ପରେ ଏହାକୁ ଓଡ଼ିଶାର ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । +ଏହି ପ୍ରସଙ୍ଗରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଝାଡ଼ଖଣ୍ଡ ସରକାରଙ୍କୁ ପତ୍ର ମଧ୍ୟ ଲେଖିଥିଲେ । +ପାଠ୍ୟକ୍ରମକୁ ସରଳ କରିବା ପାଇଁ ଅନୁବାଦ ଜରୁରୀ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଅଗଷ୍ଟ୍ ୧୯, ୨୦୧୧ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ଭୁବନେଶ୍ବର: ଭାଷା ହିଁ ଭାବ ବିନିମୟର ସର୍ବୋତ୍ତମ ମାଧ୍ୟମ । +ମାତୃଭାଷା ଦ୍ବାରା ଯେତେ ସହଜରେ ଭାବର ଆଦାନ ପ୍ରଦାନ କରାଯାଇପାରିବ ତାହା ଅନ୍ୟକୌଣସି ଭାଷା ମାଧ୍ୟମରେ ସମ୍ଭବ ନୁହେଁ । +ତେଣୁ ଓଡ଼ିଆ ଭାଷାର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଆମକୁ ବିଭିନ୍ନ ଅନ୍ୟ ଭାଷାର ପୁସ୍ତକଗୁଡ଼ିକୁ ବ୍ୟାପକ ସଂଖ୍ୟାରେ ଓଡିଆରେ ଅନୁବାଦ କରାଯିବା ଉଚିତ୍ । +ସ୍ଥାନୀୟ ପୁସ୍ତକ ଭବନଠାରେ ଓଡିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ପକ୍ଷରୁ “ଉଚ୍ଚଶିକ୍ଷା ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଅନୁବାଦର ଭୂମିକା” ଶୀର୍ଷକରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଉପରୋକ୍ତ ମତ ପ୍ରକାଶ ପାଇଛି । +ବିଶେଷ କରି ଉଚ୍ଚଶିକ୍ଷା ପାଇଁ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସମୟରେ ବିଭିନ୍ନ ଅନ୍ୟ ଭାଷାର ଉତ୍କୃଷ୍ଟ ପୁସ୍ତକଗୁଡ଼ିକୁ ଓଡ଼ିଆରେ ଅନୁବାଦିତ କରାଇପାରିଲେ ଏହା ମାଧ୍ୟମରେ ଜ୍ଞାନର ପ୍ରସାର ଅଧିକ ହୋଇପାରିବ ବୋଲି ବିଶିଷ୍ଠ ଶିକ୍ଷାବିତ୍‌ମାନେ ମତ ଦେଇଥିଲେ । +ରାଜ୍ୟ ପାଠ୍ୟ ପୁସ୍ତକ ପ୍ରକାଶନ ଓ ପ୍ରଣୟନ ସଂସ୍ଥା ଦ୍ବାରା ଆୟୋଜିତ ଦୁଇଦିନିଆ ଆଲୋଚନା ଚକ୍ରରେ ପ୍ରଫେସର୍ ଯତୀନ୍ଦ୍ର କୁମାର ନାୟକ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରି ବର୍ତ୍ତମାନ ସୁଦ୍ଧା ଓଡିଆ ଭାଷା ଜ୍ଞାନ ସର୍ଜନାର ଭାଷା ଭାବେ ଆବଶ୍ୟକ ଅଗ୍ରଗତି କରି କରିପାରିନି ବୋଲି କହିଥିଲେ । +ଏହି ଆଲୋଚନାଚକ୍ରକୁ ଉଚ୍ଚଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଉଦ୍‌ଘାଟନ କରି ପାଠ୍ୟ ପୁସ୍ତକରେ ବିଶେଷ କରି ଉଚ୍ଚଶିକ୍ଷା ପାଇଁ ପ୍ରଣୀତ ପାଠ୍ୟ ପୁସ୍ତକଗୁଡ଼ିକରେ ବ୍ୟାପକ ଅନୁବାଦର ଆବଶ୍ୟକତା ରହିଛି । +ତେଣୁ ଓଡ଼ିଆ ଭାଷାର ଅଧିକ ଉନ୍ନତି ପାଇଁ ଏହାର ବ୍ୟାପକ ପ୍ରଚାର ପ୍ରସାର ଆବଶ୍ୟକ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ । +ଏଥିରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମହମ୍ମଦ କମରୁଦ୍ଦିନ ଖାନ୍ ସମ୍ମାନିତ ଅତିଥିଭାବେ ଯୋଗଦେଇ ଅନୁବାଦ ମାଧ୍ୟମରେ ଜଣେ ଅନ୍ୟ ଜଣଙ୍କ ସହିତ ପରୋକ୍ଷରେ ପରିଚିତ ହୋଇଥାଏ ବୋଲି କହିଥିଲେ । +ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ପାଠ୍ୟ ପୁସ୍ତକ ପ୍ରଣୟନ ସଂସ୍ଥା ପକ୍ଷରୁ ଅନୁବାଦିତ ହୋଇଥିବା ୧୧ଟି ପୁସ୍ତକକୁ ଉନ୍ମୋଚନ କରିଥିଲେ । +ଏହି ପୁସ୍ତକଗୁଡ଼ିକ ହେଉଛି “ବୈଦିକ ତଥ୍ୟର ବୈଜ୍ଞାନିକ ବିଶ୍ଳେଷଣ”, “ଅର୍ଥକାରୀ ଫସଲ”, “ବିଶ୍ବ ସାହିତ୍ୟ ପରିଚୟ”, “ଗଣିତଜ୍ଞ ରାମାନୁଜନ”, “ଶଙ୍କରାଚାର୍ଯ୍ୟ”, “ଭାଷା ପରୀକ୍ଷଣ”, “ଉପନିଷଦ ଦର୍ଶନ”, “ଲିଓ ଟଲ୍‌ଷ୍ଟୟ”, “ଭାରତୀୟ ଦର୍ଶନ” “ବୈଜ୍ଞାନିକ ଜୀବନୀ ଭାଗ ୧ ଓ ୨” । +ଏହି ଅବସରରେ ଦୁଇଦିନ ଧରି ଆୟୋଜିତ କର୍ମଶାଳାର ମୋଟ ୪ଟି ଅଧିବେଶନରେ ରାଜ୍ୟର ବହୁ ଲବ୍ଧ ପ୍ରତିଷ୍ଠିତ ଶିକ୍ଷାବିତ ଏବଂ ସାହିତ୍ୟିକ ଯଥା: ଖଗେଶ୍ବର ମହାପାତ୍ର, ଡ.ନଗେନ୍ଦ୍ରନାଥ ପ୍ରଧାନ, ଡ. ରତ୍ନାକର ଚଇନି,ଡ. କୈଳାଶ ଚନ୍ଦ୍ର ଟିକାୟତ ରାୟ, ପ୍ରମୋଦ ମହାପାତ୍ର, ଡ.ସୌଭାଗ୍ୟ ମିଶ୍ର ପ୍ରମୁଖ ଯୋଗ ଦେଇ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ତଥା ଅନୁବାଦର ଉପଯୋଗୀତା ଓ ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । +ଏଥିରେ ଆୟୋଜକ ସଂସ୍ଥାର ନିର୍ଦ୍ଦେଶକ ଡ.ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । +ପ୍ରତିଷ୍ଠାନର ସହକାରୀ ନିର୍ଦ୍ଦେଶକ ବିରାଜ ଭୂଷଣ ମହାନ୍ତି ଧନ୍ୟବାଦ ଦେଇଥିଲେ । +ରାଜ୍ୟସ୍ତରୀୟ ସାରସ୍ବତ ସାହିତ୍ୟ ସମାରୋହ ଏବଂ ସମ୍ବର୍ଦ୍ଧନା ସଭା + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଜୁନ୍ ୨୧, ୨୦୧୧ +ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର → +* ଓଡ଼ିଆ ଭାଷାର ସୁରକ୍ଷା ପାଇଁ କ୍ରମାଗତ ଉଦ୍ୟମ ଆବଶ୍ୟକ * +ରାଉରକେଲା: ଆମ ଓଡ଼ିଆ ସଂସ୍କୃତି ଭିତରକୁ ବହୁ ଅପସଂସ୍କୃତି ପଶିଆସୁଛି । +ତେଣୁ କ୍ରମାଗତ ଉଦ୍ୟମ ମାଧ୍ୟମରେ ହିଁ ଓଡିଆ ଭାଷା ଓ ସାହିତ୍ୟକୁ ସୁରକ୍ଷିତ ରଖାଯାଇପାରିବ ବୋଲି ଇସ୍ପାତ ସହରର ସାରନଗରୀରେ ଆୟୋଜିତ ରାଜ୍ୟସ୍ତରୀୟ ସାରସ୍ବତ ରଜ ମହୋତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । +ସହରର ଅଗ୍ରଣୀ ସାମାଜିକ ଓ ସାହିତ୍ୟ ଅନୁଷ୍ଠାନ ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ସାରନଗରୀସ୍ଥିତ ସାମାଜିକ କେନ୍ଦ୍ରଠାରେ ଆୟୋଜିତ ଉତ୍ସବରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପାନ୍ତ ଅଞ୍ଚଳରେ ଓଡିଆ ଭାଷା, ସାହିତ୍ୟକୁ ବଞ୍ଚାଇରଖିବା ପାଇଁ ସମସ୍ତେ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ । +ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ରାଜୀବ ପାଣି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀ ଏବଂ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ନାରାୟଣ ପତି ପ୍ରମୁଖ ଯୋଗଦେଇଥିଲେ ପରିଷଦର ସଭାପତି ଡା. ରାହାସ ବିହାରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲା ବେଳେ ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ଦାଶ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଥିଲେ । +ରଜ ଉପଲକ୍ଷେ ଆୟୋଜିତ ଏହି ସମାବେଶରେ ପରିଷଦ ପକ୍ଷରୁ ଏକ ସ୍ବତନ୍ତ୍ର ସାହିତ୍ୟ ବିଶେଷାଙ୍କ(ବେଦବ୍ୟାସ)କୁ ଅତିଥିମାନେ ଉନ୍ମୋଚିତ କରିଥିଲେ । +ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କୃତୀ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । +ଏହି କ୍ରମରେ କେନ୍ଦୁଝରର ମଦନ ମୋହନ ମିଶ୍ରଙ୍କୁ ୨୦୧୦ ବର୍ଷ ପାଇଁ ବେଦବ୍ୟାସ ସମ୍ମାନ, ଡ. ଗୋପୀନାଥ ବାଗଙ୍କୁ ବେଦବ୍ୟାସ କଥା ସମ୍ମାନ, ଅଧ୍ୟାପକ ରବି ଶତପଥୀଙ୍କୁ ବେଦବ୍ୟାସ କାବ୍ୟ ସମ୍ମାନ, ରାମାଶିଷ ପ୍ରସାଦଙ୍କୁ ବେଦବ୍ୟାସ ଶିଳ୍ପୀ ସମ୍ମାନ, ବିଦ୍ୟାଧର ବାରିକ ଓ ସୁରମା ମିଶ୍ରଙ୍କୁ ବେଦବ୍ୟାସ ନାଗରିକ ସମ୍ବର୍ଦ୍ଧନା, କୁମାରୀ ବି.ମାଧୁରୀ ଓ କୁମାରୀ ମନସ୍ବିନୀ ସାହୁଙ୍କୁ ବେଦବ୍ୟାସ ଶିଶୁ ପ୍ରତିଭା ସମ୍ମାନ, ରବୀନ୍ଦ୍ର ନାଥ ପଟ୍ଟନାୟକ, ତ୍ରିନାଥ ଦାଶ ଓ ଗଂଗାଧର ମିଶ୍ରଙ୍କୁ ବେଦବ୍ୟାସ ସାରସ୍ବତ ସମ୍ମାନ ଏବଂ ରାଉରକେଲାର ଅଚ୍ଛୁ ପ୍ରଧାନଙ୍କୁ ବୀରେନ୍ଦ୍ର ସ୍ମୃତି ନାଟ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । +ଅଜୟ କୁମାର ବିଶ୍ବାଳ, ଶ୍ରୀମତୀ ବିଷ୍ଣୁପ୍ରିୟା ବିଶ୍ବାଳ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । +ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବକୁ ଶ୍ୟାମା ପ୍ରକାଶ ସେନାପତି ଓ ସୁଧାଂଶୁ ଅଶୋକ ସଂଯୋଜନା କରିଥିଲେ । +ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ଜୁନ୍ ୬, ୨୦୧୧ +ମୂଳ ପୃଷ୍ଠା → ପ୍ରଚ୍ଛଦ → +sahitya_academy ଭୁବନେଶ୍ବର: ଗତ ୪ ତାରିଖ ଦିନ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୦୭-୨୦୦୮ ଏବଂ ୨୦୦୮ – ୨୦୦୯ ବର୍ଷ ପାଇଁ ପୁରସ୍କାର ପ୍ରଦାନ କରାଯାଇଛି । +ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଭାଷା ହିଁ ଗୋଟିଏ ଜାତିର ପରିଚୟ ବୋଲି କହିଥିଲେ । +ଓଡ଼ିଆ ଭାଷା ଏକ କାଳଜୟୀ ଭାଷା ଯାହା ଦେଶର ଅନ୍ୟ କେତେକ ଭାଷାକୁ ମଧ୍ୟ ପ୍ରଭାବିତ କରିଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଥିଲେ । +ଏହି ଅବସରରେ ଏକାଡେମୀ ପକ୍ଷରୁ ପୂର୍ବଘୋଷିତ ୯ ଗୋଟି ବିଭାଗରେ ୧୮ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ । +ଓଡିଆ ସାହିତ୍ୟର ଉପନ୍ୟାସ, ଗଳ୍ପ, କାବ୍ୟକବିତା, ନାଟକ ଓ ଏକାଙ୍କିକା, ପ୍ରବନ୍ଧ ଓ ସମାଲୋଚନା, ଜୀବନୀ ଓ ଭ୍ରମଣ ସାହିତ୍ୟ, ଅନୁବାଦ, ଶିଶୁ ସାହିତ୍ୟ, ଗୀତି କବିତା ଆଦି ୯ଟି ବିଭାଗ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । +ଏଥିରେ ୨୦୦୭ ମସିହା ପାଇଁ ମନୋଜ କୁମାର ମହାପାତ୍ରଙ୍କ ଉପନ୍ୟାସ ‘ନିର୍ବାଣ’, ବିଷ୍ଣୁ ସାହୁଙ୍କ ଗଳ୍ପ ‘ଗୋଟିଏ ଗାଁର ଚିତ୍ରପଟ’, ଅପର୍ଣ୍ଣା ମହାନ୍ତିଙ୍କ କାବ୍ୟକବିତା ‘ଝିଅ ପାଇଁ ଝର୍କାଟିଏ’, ରାମଚନ୍ଦ୍ର ମିଶ୍ରଙ୍କ ନାଟକ ଓ ଏକାଙ୍କିକା ‘ଏକାନ୍ତ ନିଜସ୍ବ’, ରବୀନ୍ଦ୍ର ପ୍ରସାଦ ପଣ୍ଡାଙ୍କ ପ୍ରବନ୍ଧ ଓ ସମାଲୋଚନା ‘ମଧ୍ୟବିତ୍ତର ଆତ୍ମବିଚାର’, ରବି ତ୍ରିପାଠୀଙ୍କ ଜୀବନୀ ଓ ଭ୍ରମଣ ସାହିତ୍ୟ ‘କାଦମ୍ବିନୀ ଆମରି ଗାଁ ଝିଅ’, ମୋନାଲିସା ଜେନାଙ୍କ ଅନୁବାଦ ‘ଅସ୍ତରାଗ’, ରମେଶ ପତ୍ରୀଙ୍କ ଶିଶୁ ସାହିତ୍ୟ ‘ଚିକୁନ୍ ଓ ଚଢେଇ’ ଏବଂ ଅଲେଖ ଚନ୍ଦ୍ର ପଢିଆରୀଙ୍କ ଗୀତି କବିତା ‘ଗୀତି ବର୍ଣ୍ଣାଳୀ’ ପୁରସ୍କାର ପାଇଛି । +ସେହିଭଳି ୨୦୦୮ ମସିହା ପାଇଁ ଭୀମ ପୃଷ୍ଟିଙ୍କ ଉପନ୍ୟାସ ‘ସମୁଦ୍ର ମଣିଷ’ ପ୍ରକାଶ ମହାପାତ୍ରଙ୍କ ଗଳ୍ପ ‘କୀଟ ଓ ଅନ୍ୟାନ୍ୟ’, ସୁନୀଲ କୁମାର ପୃଷ୍ଟିଙ୍କ କାବ୍ୟକବିତା ‘ତନୁଲତାର କବିତା’, ପ୍ରସନ୍ନ ଦାସଙ୍କ ନାଟକ ଓ ଏକାଙ୍କିକା ‘କିମ୍ବଦନ୍ତୀ’, ଗୌରାଙ୍ଗ ଚରଣ ଦାସଙ୍କ ପ୍ରବନ୍ଧ ଓ ସମାଲୋଚନା ‘ସଂସ୍କୃତି, ଜଗତୀକରଣ ଓ ମଞ୍ଚ ରାଜନୀତି’, ମନୋରଞ୍ଜନ ପ୍ରଧାନଙ୍କ ଜୀବନୀ ଓ ଭ୍ରମଣ ସାହିତ୍ୟ ‘ଗୋଦାବରୀଶ ମିଶ୍ର’, ଅସିତ ମହାନ୍ତିଙ୍କ ଅନୁବାଦ ‘ବାପୁ-ମୋ ମାଆ’, ମାନସ ରଞ୍ଜନ ସାମଲଙ୍କ ଶିଶୁ ସାହିତ୍ୟ ‘ମନଛୁଆଁ ଗୀତ’ ଓ ବୃନ୍ଦାବନ ଜେନାଙ୍କ ଗୀତି କବିତା ‘ପ୍ରୀତି ସ୍ମୃତି ହୋଇ ଫେରିଆସେ ଯେବେ’ ଆଦି ପୁସ୍ତକ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । +ବେଶ୍ କିଛି ବର୍ଷ ହେଲା ଏକାଡେମୀ ପକ୍ଷରୁ ଠିକ୍ ସମୟରେ ବାର୍ଷିକ ପୁରସ୍କାର ପ୍ରଦାନ କରାଯାଉ ନ ଥିବାରୁ ବ୍ୟାପକ ଅସନ୍ତୋଷକୁ ଦୃଷ୍ଟିରେ ରଖି ଖୁବ୍ ଶୀଘ୍ର ୨୦୦୯-୧୦ ବର୍ଷର ପୁରସ୍କାର ଘୋଷଣା କରାଯିବ ବୋଲି ଏକାଡେମୀର ସଭାପତି ଡ. ରାମ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି । +ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ମନ୍ତ୍ରୀ ପ୍ରଫୁଲ ସାମଲ ଯୋଗଦେଇ କୌଣସି ଭାଷାକୁ ସମୃଦ୍ଧ କରିବା ପାଇଁ ସାହିତ୍ୟିକମାନଙ୍କର ଗୁରୁଦାୟିତ୍ବ ଥିବା କଥା କହିଥିଲେ । +ଏଥିରେ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଅଶୋକ ତ୍ରିପାଠୀ ଯୋଗ ଦେଇ ଚଳିତ ବର୍ଷ ବିଶ୍ବ ଓଡ଼ିଆ ସମ୍ମିଳନୀ କରାଯିବା ପାଇଁ ଆପାତତଃ ସ୍ଥିର ହୋଇଥିବା ଏବଂ ଓଡ଼ିଆ ସାହିତ୍ୟିକମାନଙ୍କର ମହାନ କୃତିଗୁଡ଼ିକୁ ଅନ୍ୟାନ୍ୟ ଭାଷାରେ ଅନୁବାଦ କରିବା ପାଇଁ ଅର୍ଥ ବ୍ୟବସ୍ଥା ଯୋଗାଯାଇଥିବା କଥା କହିଥିଲେ । +ଉତ୍ସବରେ ଏକାଡେମୀର ଉପସଭାପତି ଗିରି ଦଣ୍ଡସେନା ଧନ୍ୟବାଦ ପ୍ରସ୍ତାବ ଦେଇଥିଲାବେଳେ ସଚିବ ବିଜୟ ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । +କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ପାଳିତ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ମେ ୧୬, ୨୦୧୧ +ମୂଳ ପୃଷ୍ଠା → ପ୍ରଚ୍ଛଦ → +ରାଉରକେଲା: ଗତକାଲି ଇସ୍ପାତ ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ଆଦର୍ଶ ପାଠାଗାର ଏବଂ ଭଞ୍ଜ କଲ୍ଚରାଲ୍ ଟ୍ରଷ୍ଟ୍‌ର ମିଳିତ ଆନୁକୂଲ୍ୟରେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଜୟନ୍ତୀ ପାଳିତ ହୋଇଯାଇଛି । +ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ନିର୍ଦ୍ଦେଶକ ପ୍ରଫେସର୍‌ ପି.ସି.ପଣ୍ଡା ଯୋଗଦେଇ ଭଞ୍ଜ ସାହିତ୍ୟର ତୁଳନା ନାହିଁ ଏବଂ ତାଙ୍କ ରଚନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ ଓ ରୁଦ୍ଧିମନ୍ତ କରିବାରେ ବିଶେଷ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ । +ତେଣୁ ଏହାର ପ୍ରଚାର ଓ ପ୍ରସାର ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବା ସହିତ ତାଙ୍କ ଉପରେ ଏକ ୱେବ୍‌ ସାଇଟ୍‌ କରାଯିବା ଆବଶ୍ୟକ ବୋଲି ପ୍ରଫେସର ପଣ୍ଡା ଆହ୍ବାନ ଦେଇଥିଲେ । +ଇଣ୍ଡୋନେସିଆରୁ ଗୋଟିଏ କାର୍ଯ୍ୟକ୍ରମରେ ଆସିଥିବା ବେଳେ ଭଞ୍ଜଙ୍କ ରଚନାରେ ଉଦ୍‌ବୁଦ୍ଧ ହୋଇଥିବା ସେଠାକାର ଜଣେ ନାଗରିକ କିପରି ଘୁଙ୍ଗୁର ବାନ୍ଧି ନାଚିଥିଲେ, ତାହା ସେ ବର୍ଣ୍ଣନା କରିଥିଲେ । +ଭଞ୍ଜ ସାହିତ୍ୟ ବିଶାରଦ ପ୍ରଫେସର କୃଷ୍ଣଚନ୍ଦ୍ର ଭୂୟାଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭଞ୍ଜ ସାହିତ୍ୟ ସହିତ ଅନ୍ୟାନ୍ୟ ସାହିତ୍ୟର ତୁଳନା କରିବା ସହିତ ଭଞ୍ଜ ସାହିତ୍ୟର ଐତିହାସିକ ଦିଗ ଉପରେ ଆଲୋଚନା କରିଥିଲେ । +ସଭାରେ ସଭାପତିତ୍ବ କରି ବରିଷ୍ଠ ସାମ୍ବାଦିକ ଅଦ୍ବୈତ ପ୍ରସାଦ ବିଶ୍ବାଳ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ସମ୍ଭାର ଉପରେ ଆଲୋଚନା କରିଥିଲେ । +ଶେଷରେ ଆଶାଲତା ଷଡ଼ଙ୍ଗୀ, ବୀଣା ରଥ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । +ଗିରି ଦଣ୍ଡସେନା ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ପଦରେ ନିଯୁକ୍ତ + ଓଡ଼ିଆସାହିତ୍ୟ ପ୍ରେସ୍‌ +ତା: ମେ ୧୪, ୨୦୧୧ +ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର → +ରାଉରକେଲା: ନିକଟରେ ସୁନ୍ଦରଗଡ଼ ଜିଲ୍ଲାର ବରିଷ୍ଠ ଗାଳ୍ପିକ ଗିରି ଦଣ୍ଡସେନା ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଭାବେ ନିଯୁକ୍ତି ପାଇଛନ୍ତି । +ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଭାବେ କାର୍ଯ୍ୟ କରିଥିବା ଶ୍ରୀ ଦଣ୍ଡସେନା ଅନେକ ତରୁଣ ପିଢୀର ଲେଖକମାନଙ୍କୁ ପ୍ରେରଣା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି । +ତାଙ୍କ ଲେଖାଗୁଡ଼ିକରେ ପ୍ରେମ, ମାଟିର ବାସନା ଏବଂ ଦଳିତ ସମାଜର ନିଚ୍ଛକ ପ୍ରତିଛବି ଦେଖିବାକୁ ମିଳିଥାଏ । +ସୂଚନାଯୋଗ୍ୟ ଯେ, ଶ୍ରୀ ଦଣ୍ଡସେନାଙ୍କ ପୂର୍ବରୁ ଜିଲ୍ଲାର ମାଟିର କବି ଭାବେ ପରିଚିତ ବିନୋଦ ନାୟକ ୧୯୮୮ରୁ ୧୯୯୪ ପର୍ଯ୍ୟନ୍ତ ଜିଲ୍ଲାର ପ୍ରଥମ ସାହିତ୍ୟିକ ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ ।