diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia205.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia205.txt new file mode 100644 index 0000000000000000000000000000000000000000..d70895670f6c169158c4520ca52ffd7300bf46e4 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia205.txt @@ -0,0 +1,32 @@ +ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ +ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ଏବଂ ଏହାର ଚିକିତ୍ସା ଯଦି ବ୍ୟୟ ସାପେକ୍ଷ ହୋଇଥାଏ ତେବେ ଜଣେ ସାଧାରଣ ଲୋକ ପାଇଁ ଏହା ସମସ୍ୟା ସୃଷ୍ଟି କରେ । +ଆର୍ଥିକ ଭାବରେ ଦୁର୍ବଳ ଥିବା ବ୍ୟକ୍ତିଟି ପାଇଁ ବୋଝ ଉପରେ ନଳିତା ବିଡ଼ା ହୋଇଯାଏ । +ତେଣୁ ୨୦୧୧ ଜୁନ ମାସରେ କେନ୍ଦ୍ର ସରକାରଙ୍କ ଦ୍ଵାରା ‘ଜନନୀ ଶିଶୁ ସୁରକ୍ଷା କାର୍ଯ୍ୟକ୍ରମ’ ଆରମ୍ଭ କରାଗଲା । +ଏହି ଯୋଜନା ଅନ୍ତର୍ଗତ ସଙ୍କଟାପନ୍ନ ଗର୍ଭବତୀ ମହିଳା ଓ ଅସୁସ୍ଥ ନବଜାତ ଶିଶୁଙ୍କୁ ମାଗଣାରେ ଚିକିତ୍ସା କରାଯିବ । +ଗର୍ଭବତୀ ମହିଳାଙ୍କ ମାଗଣା ସେବା +ମୁକ୍ତ, ମାଗଣା ପ୍ରସବ +ମୁକ୍ତ ସି- ବିଭାଗ +ମାଗଣା ଔଷଧ ଓ ଅନ୍ୟାନ୍ୟ ଉପକରଣ +ମାଗଣା ପରୀକ୍ଷା, ନିରୀକ୍ଷା +ଡାକ୍ତରଖାନାରେ ଥିବା ପର୍ଯ୍ୟନ୍ତ ମାଗଣା ଭୋଜନ +ମାଗଣା ରକ୍ତ ଯଦି ଦରକାର ହୁଏ । +ୟୁର୍ଜସ ଫି ଦେବାକୁ ପଡେ ନାହିଁ । +ମାଗଣାରେ ଘରଠାରୁ ଡାକ୍ତରଖାନା ଆସିବା । +ଯଦି ଅନ୍ୟ କୌଣସି ହସ୍ପିଟାଲକୁ ଯିବାକୁ ପଡ଼େ ତାହାହେଲେ ଯିବା ଆସିବା ମାଗଣା । +୪୮ଘଣ୍ଟା ରହିବା ମାଗଣାରେ ଘରେ ଛାଡିବା । +ଜନ୍ମର ୩୦ଦିନ ପରେ ଅସୁସ୍ଥ ନବଜାତ/ ଜନ୍ମରୁ ଅସୁସ୍ଥ ଶିଶୁଙ୍କ ପାଇଁ ମାଗଣା ସୁବିଧା +ମାଗଣା ଚିକିତ୍ସା +ମାଗଣାରେ ଔଷଧ ଓ ଅନ୍ୟାନ୍ୟ ସୁବିଧା +ମାଗଣା ପରୀକ୍ଷା +ମାଗଣା ରକ୍ତ ଯୋଜନା +ୟୁଜର୍ସ ଫି ଦେବାକୁ ପଡ଼େ ନାହିଁ । +ଘରଠାରୁ ହସ୍ପିଟାଲ ଯିବା ଆସିବା ମାଗଣା । +ଅନ୍ୟ ହସ୍ପିଟାଲକୁ ଯିବା ଆସିବା ମାଗଣା । +ହସ୍ପିଟାଲରୁ ଘରକୁ ମାଗଣାରେ ଯିବା । +ଯୋଜନାର ମୁଖ୍ୟ ଅଂଶ +ସରକାରୀ ଡାକ୍ତରଖାନାରେ ମାଗଣାରେ ପ୍ରସବ । +ଏହି ଯୋଜନାରେ ମାଗଣା ଔଷଧ, ମାଗଣା ଖାଦ୍ୟ ସାଧାରଣ ପ୍ରସବ ହେଲେ ୩ଦିନ ଅପରେସନ ହେଲେ ୭ଦିନ ପର୍ଯ୍ୟନ୍ତ ମିଳିବ । +ଏହାଛଡା ଯଦି ରକ୍ତ, କିମ୍ବା ଅନ୍ୟକୌଣସି ପରୀକ୍ଷା ଦରକାର ତା ମଧ୍ୟ ମାଗଣାରେ କରାଯାଏ । +ସେଇଭଳି ନବଜାତ ଶିଶୁ ଅସୁସ୍ଥ ହେଲେ ୩୦ ଦିନ ପର୍ଯ୍ୟନ୍ତ ତାର ଚିକିତ୍ସା ମାଗଣାରେ କରାଯାଏ । +ଗର୍ଭବତୀ ମହିଳା କିମ୍ବା ନବଜାତ ପାଇଁ ବ୍ୟକ୍ତି ନିଜ ପାଣ୍ଠିରୁ କିଛି ଖର୍ଚ୍ଚନକରି କିପରି ସୁବିଧା ପାଇବ ସେ ହେଉଛି ଏହି ଯୋଜନାର ଲକ୍ଷ୍ୟ । +ଏହି ଯୋଜନା ଦ୍ଵାରା ୧୨ ଲକ୍ଷ ଗର୍ଭବତୀ ମହିଳା ଉପକୃତ ହେଉଛନ୍ତି ଏବଂ ଏହି ଯୋଜନା ଦ୍ଵାରା ଗର୍ଭବତୀ ମହିଳା ଘରେ ପ୍ରସବ ପାଇଁ ଉତ୍ସାହିତ ହେଉଛନ୍ତି ।