From 323d8180ba7fd7c0fa892fb46f106c1699d8896f Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:51:24 +0530 Subject: [PATCH] Upload New File --- .../vikashpedia_health_odia166.txt | 37 +++++++++++++++++++ 1 file changed, 37 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia166.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia166.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia166.txt new file mode 100644 index 0000000..bc2ea3b --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia166.txt @@ -0,0 +1,37 @@ +ବିଦ୍ୟାଳୟରେ ରକ୍ତହୀନତା ନିୟନ୍ତ୍ରଣ କାର୍ଯ୍ୟକ୍ରମ +ଉପକ୍ରମ +ରକ୍ତହୀନତା ବିଶ୍ଵର ଏକ ବୃହତ ଜନସ୍ୱାସ୍ଥ୍ୟ ସମସ୍ୟା । +ରକ୍ତହୀନତା ଯୋଗୁଁ ଶାରୀରିକ ଏବଂ ମାନସିକ ଦକ୍ଷତା ହ୍ରାସ ପାଇଥାଏ । +ଲୋହିତ ରକ୍ତକଣିକାରେ ଥିବା ଲାଲ ଅଂଶକୁ ହିମୋଗ୍ଲୋବିନ କୁହାଯାଏ, ଯାହାକି ମୁଖ୍ୟତଃ ଲୌହସାର ଏବଂ ପ୍ରୋଟିନ୍ ( ପୁଷ୍ଟିସାର) ରେ ତିଆରି ହୋଇଥାଏ । +ଏହା ଶରୀରର ବିଭିନ୍ନ ଅଂଶକୁ ଅମ୍ଳଯାନ ଯୋଗାଇଥାଏ, ଫଳରେ ଶରୀର ଫୁର୍ତ୍ତୀ ଓ ସତେଜ ରହେ । +ଲୌହସାର ଅଭାବରେ ହିମୋଗ୍ଲୋବିନର ପରିମାଣ କମିଯାଏ । +ଏଣୁ ରକ୍ତର ଅମ୍ଳଯାନ ଧାରଣ କ୍ଷମତା କମିଯାଏ । +ଶରୀରରେ ହିମୋଗ୍ଲୋବିନ ପ୍ରସ୍ତୁତିରେ ବାଧା ଉପଜିଲେ ମନୁଷ୍ୟ ରକ୍ତହୀନତାର ଶିକାର ହୋଇଥାଏ । +ରକ୍ତହୀନତା ପ୍ରଭାବ +ଶାରୀରିକ ଏବଂ ମାନସିକ ବିକାଶ ବାଧାପ୍ରାପ୍ତ ହୁଏ । +ଶାରୀରିକ କାର୍ଯ୍ୟଦକ୍ଷତା କମିଯାଏ । +ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ବାରମ୍ବାର ରୋଗାକ୍ରାନ୍ତ ହୁଏ । +ଶିକ୍ଷାଗତ ଦକ୍ଷତା ହ୍ରାସ ପାଏ । +ରକ୍ତହୀନତା ଦୁରିକରଣ +ସୁଷମ ଖାଦ୍ୟ ସେବନ ( ପୁଷ୍ଟିସାର, ସ୍ନେହସାର, ଜିବସାର) ଡାଲି, ସବୁଜ ପନିପରିବା ଫଳ, କ୍ଷୀର, ମାଛ, ମାଂସ, ଅଣ୍ଡା ଇତ୍ୟାଦି । +ବିଭିନ୍ନ ପ୍ରକାର କୃମିର ସଂକ୍ରମଣ ଋଅକିବା ଲାଗି ପରିଚ୍ଛନ୍ନତା ଓ ସୁଅଭ୍ୟାସ ହାତଧୋଇବା । +ଚପଲ ପିନ୍ଧି ପାଇଖାନା ଯିବା । +ଆଇରନ୍ ଓ କୃମିନାଶକ ବଟିକା ସେବନ କରିବା । +ଆଇରନ୍ ଓ କ୍ରୁମିନାଶକ ବଟିକା ସେବନ କରିବା +ନିର୍ଦ୍ଦେଶାବଳୀ +ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟରେ ପ୍ରତି ସୋମବାର ମଧ୍ୟାହ୍ନ ଭୋଜନ ପରେ ଶିକ୍ଷକ / ଶିକ୍ଷୟତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବଟିକା ଖାଇବେ ଏବଂ ଅନ୍ତତଃ ଏକ ଗ୍ଳାସ ପାଣି ପିଇବେ । +ଛାତ୍ରଛାତ୍ରୀମାନଙ୍କ ବଟିକାଦେବା ପୂର୍ବରୁ ପ୍ରତ୍ୟକ ଶ୍ରେଣୀ ଶିକ୍ଷକ / ଶିକ୍ଷାତ୍ରୀ ପ୍ରଥମେ ନିଜେ ଗୋଟିଏ ଆଇରନ୍ (ବଡ) ବଟିକା ଖାଇବା । +ସୋମବାର ଛୁଟି ପଡୁଥିଲେ ଛାତ୍ରଛାତ୍ରୀଙ୍କୁ ଘରେ ଖାଇବା ପାଇଁ ବଟିକା ଦିଆଯିବ । +କ’ଣ କରିବା ଉଚିତ୍ +ମଧ୍ୟାହ୍ନ ଭୋଜନ ପରେ ଶିକ୍ଷକ / ଶିକ୍ଷୟିତ୍ରୀଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନରେ ଆଇରନ୍ ବଟିକା ଖାଇବା ଉଚିତ୍ । +ବୈଦ୍ଧତା ତାରିଖ ( expiry date) ଦେଖି ଔଷଧ ସେବନ କରିବା ଉଚିତ୍ । +ଆଇରନ୍ ବଟିକା ପାଣି ସହିତ ସେବନ କରିବା ଉଚିତ୍ ଏବଂ ପରେ ଯଥେଷ୍ଟ ପରିମାଣରେ ପାଣି ପିଇବା ଉଚିତ । +ସୂଚନା +ଆଇରନ୍ନ ବଟିକା ଖାଇଲେ ବେଳେବେଳେ କିଛି ପିଲାମାନଙ୍କୁ ସାମାନ୍ୟ ପାର୍ଶ୍ଵପ୍ରତିକ୍ରିୟା ( ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ପେଟବଥା, କୋଷ୍ଠକାଠିନ୍ୟ ଓ କଳାଝାଡା ଇତ୍ୟାଦି) ହୋଇପାରେ । +କିନ୍ତୁ ସମୟାନୁକ୍ରମେ ଏହା କମିଯାଏ । +ଏଣୁ ଏହାର ପାଶ୍ଵପ୍ରତିକ୍ରିୟା ଚିନ୍ତାଜନକ ନୁହେଁ । +ଏଥିରେ ଭୟ ନକରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । +ବିଦ୍ୟାଳୟ ପରିଚାଳନା କମିଟିର ଭୂମିକା +ରକ୍ତହୀନତା ଦୁରିକରଣ କାର୍ଯ୍ୟକ୍ରମ ଓ ଆଇରନ୍ ବଟିକା ସେବନର ଉପକାରିତା ବିଷୟରେ ଗ୍ରାମବାସୀ ମାନଙ୍କୁ ତଥା ଛାତ୍ରଛାତ୍ରୀ ମାନଙ୍କୁ ସଚେତନା କରାଇବେ । +ପିଲାମାନେ ଯେପରି ନିୟମିତ ଆଇରନ୍ ଓ କୃମିନାଶକ ବଟିକା ସେବନ କରିବେ ଏଥିପ୍ରତି ଧ୍ୟାନଦେବେ । +ଏହି କାର୍ଯ୍ୟକ୍ରମର ସମୀକ୍ଷା ଓ ସୁପରିଚାଳନା ସୁନିଶ୍ଚିତ କରାଇବେ ଏବଂ ବିଦ୍ୟାଳୟର ଶିକ୍ଷକମାନଙ୍କୁ ସହଯୋଗ କରିବେ ଏବଂ ନିର୍ଦ୍ଧିଷ୍ଟ ଦିନରେ ପିଲାଙ୍କ ଉପସ୍ଥିତି ସୁନିଶ୍ଚିତ କରାଇବେ । -- GitLab