From 344c2f56f98718e940d14a7c23a97ace9294c7f9 Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:35:11 +0530 Subject: [PATCH] Upload New File --- .../vikashpedia_health_odia111.txt | 48 +++++++++++++++++++ 1 file changed, 48 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia111.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia111.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia111.txt new file mode 100644 index 0000000..41aa90e --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia111.txt @@ -0,0 +1,48 @@ +ଖରାଦିନର ସମସ୍ୟା +ଖରାଦିନେ ମହିଳାଙ୍କ ସନ୍ ପଏଜନିଂ +ସନପଏଜନିଂ କହିଲେ ପ୍ରକୃତରେ ସୂର୍ଯ୍ୟ କିରଣ ଦ୍ଵାରା ଆମ ଦେହରେ କୌଣସି ବିଷାକ୍ତିକରଣ ହୋଇନଥାଏ, ସୂର୍ଯ୍ୟକିରଣ ଦ୍ଵାରା ଆମ ଚର୍ମରେ ହେଉଥିବା ଅତ୍ୟଧିକ କ୍ଷତି ( ସନ୍ ବର୍ଣ୍ଣ) କୁ ସନ୍ ପଏଜନିଂ କୁହାଯାଇଥାଏ । +ଅଲ୍ଟ୍ରାଭାୟୋଲେଟ ରେଡିଏସନ୍ ଯୋଗୁଁ ଏହି ସନ୍ ପଏଜନିଂ ହୋଇଥାଏ ଯାହାଦ୍ୱାରା ଆମର ଚର୍ମ ଭୀକ୍ଷଣ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ । +ସନ୍ ପଏଜନିଂର ଲକ୍ଷଣ +ଖରା ଦିନେ ଅତିବେଶୀରେ ପନ୍ଦର ମିନିଟ୍ ଖରାରେ ରହିଲେ ଆପଣଙ୍କୁ ସନ୍ ବୁର୍ଣ୍ଣ ହୋଇବା ସମ୍ଭାବନା ରହିଥାଏ କେବେ କେବେ ଏହା ସଙ୍ଗେ ସଙ୍ଗେ ଜଣାପଡିଯାଉଥିବା ବେଳେ ଆଉ କେତେକ ସ୍ଥଳେ ଏହା ଡେରିରେ ଜଣାପଡିଥାଏ । +ଅଧିକ ସମୟ ଆମେ ଖରାରେ ରହିଲେ ଚର୍ମ ନାଲି ପଡିବା, ଚର୍ମରେ ଜ୍ଵଳନ ହେବା ଆଦି ଲକ୍ଷଣ ଦେଖାଦେଇଥାଏ । +ଯଦି ଆପଣଙ୍କ ଚର୍ମ ପତଳା ହୋଇଥାଏ ତେବେ ଅଧିକ ସମୟ ଖରାରେ ରହିବା ଦ୍ଵାରା ସନବର୍ଣ୍ଣର ଶିକାର ହୋଇପାରନ୍ତି । +ଅତ୍ୟଧିକ ସନବର୍ଣ୍ଣ କିମ୍ବା ସନ ପଏଜନିଂ ହେବା ଦ୍ଵାରା ନିମ୍ନଲିଖିତ ଲକ୍ଷଣ ମାନ ପ୍ରକାଶ ପାଇଥାଏ । +ଚର୍ମ ନାଲି ପଡିଯିବା ଏବଂ ଚର୍ମ ଜ୍ଵଳନ ହେବା । +ଯନ୍ତ୍ରଣା ଏବଂ ଚର୍ମ ହାଲକା ଭାବରେ କୁଣ୍ଡାଇ ହେବା । +ଚର୍ମ ଫୁଲିଯିବା । +ଜ୍ଵର ଏବଂ ଥଣ୍ଡା ହେବ ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ଶରୀରର ଜଳୀୟ ଅଂଶ କମିଯିବା, ଦୁର୍ବଳ ଲାଗିବା ଆଦି ଲକ୍ଷଣ ଦେଖାଦେଇଥାଏ । +କିପରି କରିବେ ଚିକିତ୍ସା +ଅତ୍ୟଧିକ ସନବର୍ଣ୍ଣ କିମ୍ବା ସନ ପଏଜନିଂ ହୋଇଥିଲେ ନିମ୍ନଲିଖିତ ଭାବରେ ଉପଚାର କରାଯାଇପାରେ । +ଅଧିକ ସମୟ ଖରାରେ ରୁହନ୍ତୁ ନାହିଁ । +ଥଣ୍ଡା ପାଣିରେ ଗାଧାନ୍ତୁ । +ପର୍ଯ୍ୟାପ୍ତ ପରିମାଣର ତରଳ ଖାଦ୍ୟ କିମ୍ବା ଜୁସ୍ ପିଆନ୍ତୁ । +ସନବର୍ଣ୍ଣ କିମ୍ବା ସନ୍ ପଏଜନିଂ ହୋଇଥିଲେ ତୁରନ୍ତ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । +ଶରୀରର ଯେଉଁ ସ୍ଥାନରେ ସନ୍ ବର୍ଣ୍ଣ ହୋଇଛି ସେଠାରେ ଆଲୋଭେରା ଜେଲ୍ କିମ୍ବା ମଶ୍ଚରାଇଜର ଲଗାନ୍ତୁ । +ଯଦି ବାହାରକୁ ଯିବାର ଥାଏ ତେବେ ଯେଉଁଠାରେ ସନବୁର୍ଣ୍ଣ ହୋଇଛି ତାହାକୁ ସମ୍ପୁର୍ଣ୍ଣ ଭାବରେ ଲୁଗାରେ ଢାଙ୍କି ଯାଆନ୍ତୁ । +ପ୍ରାଥମିକ ଉପଚାର କରିବା ପରେ ନିଶ୍ଚୟ ଚର୍ମ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ । +ସନ ପଏଜନିଂ ହେବା ଦ୍ଵାରା ଚର୍ମ କଟୁ ହେବା ସହିତ ଏହା ଶରୀରର ବ୍ୟାପକ ଅଞ୍ଚଳରେ ବ୍ୟାପିଯାଇଥାଏ ଏବଂ ଯନ୍ତ୍ରଣା ଦେଇଥାଏ, ଏହା ବ୍ୟତୀତ ମୁହଁ ଫୁଲିଯିବା, ଜ୍ଵର ଏବଂ ଥଣ୍ଡା ହେବା, ପେଟ ଯନ୍ତ୍ରଣା ହେବା, ମୁଣ୍ଡ, ଶରୀର ନିସ୍ତେଜ ହେବ । +ଏବଂ ଶରୀର ଶୁଷ୍କତା ଆଦି ଦେଖାଦେଇଥାଏ । +କିପରି ପ୍ରତିହତ କରିବେ? +ଖରାରେ ବାହାରକୁ ଯିବା ପୂର୍ବରୁ ଏକ ସନସ୍କ୍ରିନ୍ ଲୋଶନ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ । +ଆପଣସନସ୍କ୍ରିନ୍ ଲୋଶନ ୟୁଭିଏ ଏବଂ ୟୁଭିବି ପ୍ରୋଟେକ୍ଟଡ୍ ହୋଇଥିବା ଆବଶ୍ୟକ । +ବାହାରକୁ ଯିବାର ପନ୍ଦରରୁ ତିରିଶ ମିନିଟ୍ ପୂର୍ବରୁ ଏହି ଲୋଶନ ବ୍ୟବହାର କରନ୍ତୁ । +ଆବଶ୍ୟକସ୍ଥଳେ ଦୁଇଘଣ୍ଟା ବ୍ୟବଧାନରେ ଲୋଶନ ବ୍ୟବହାର କରିପାରନ୍ତି । +ଦିନ ଦଶଟାରୁ ଚାରିଟା ମଧ୍ୟରେ ଖରାରେ ବାହାରକୁ ନଯିବାକୁ ଚେଷ୍ଟା କରନ୍ତୁ । +ମନେରଖନ୍ତୁ ପାଣି, ବରଫ ଏବଂ ବାଲି ସୂର୍ଯ୍ୟଙ୍କର କ୍ଷତିକାରକ ରଶ୍ମୀର ପ୍ରଭାବକୁ ବଢାଇ ଦେଇଥାଏ । +ବାହାରକୁ ଯିବା ସମୟରେ ସନବୁର୍ଣ୍ଣ କିମ୍ବା ସନ ପଏଜନିଂରୁ ରକ୍ଷା ପାଇବା ପାଇଁ ସନ୍ ଗ୍ଲାସ, ଟୋପି ଏବଂ ଉପଯୁକ୍ତା ପୋଷାକ ପରିଧାନ କରନ୍ତୁ ଯେପରି ପୋଷାକ ଆପଣଙ୍କ ଶରୀରକୁ ସମ୍ପୂର୍ଣ୍ଣ ଆବୃତ କରି ରଖିବ । +ଯଦି ଆପଣଙ୍କ ଚର୍ମ ଅଧିକ ସ୍ପର୍ଶକାତର ହୋଇଥାଏ ତେବେ ପୂର୍ବରୁ ଡାକ୍ତରଙ୍କ ସହିତ ନିଶ୍ଚିତ ପରାମର୍ଶ କରନ୍ତୁ । +କାରଣ କେତେକ ଔଷଧ ରହିଛି ଯାହା ଚର୍ମର ସ୍ପର୍ଶକାତରତାକୁ ବଢାଇ ଦେଇଥାଏ । +ଏହି ଔଷଧ ଗୁଡିକ ମଧ୍ୟରେ ଆଣ୍ଟିବୟୋଟିକ୍, ଆଣ୍ଟିଡିପ୍ରେସାଣ୍ଟ, ଡ୍ୟୁରେଟିକ୍, ହାର୍ଟ ଡ୍ରଗ୍ସ, ବାର୍ଥ କଣ୍ଟ୍ରୋଲ ପିଲ ଆଦି ଔଷଧ ଚର୍ମକୁ ସ୍ପର୍ଶକାତର କରିଥାଏ । +ଖରାଦିନେ ମହିଳାଙ୍କ କର୍ମବ୍ୟସ୍ତତା ପାଇଁ ପ୍ରାୟତଃ ସେମାନେ ନିଜ ତ୍ଵଚାର ଯତ୍ନ ନେବା ପାଇଁ ହେଲା କରିଥାନ୍ତି । +କିନ୍ତୁ ସ୍ୱାସ୍ଥ୍ୟଗତ ଦ୍ରୁଷ୍ଟିକୋଣ ବିଶେଷକରି ଚର୍ମ ସମ୍ବନ୍ଧୀୟ ସ୍ୱାସ୍ଥ୍ୟଗତ ଦ୍ରୁଷ୍ଟିକୋଣରୁ ଖରାଦିନଟି ସତର୍କତାର ସମୟ । +ମହିଳାମାନେ ପ୍ରଚୁର ପାଣି ପିଅନ୍ତୁ । +ଅତ୍ୟଧିକ ଖରାକୁ ସେପରି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ନଥିଲେ ଯାଆନ୍ତୁ ନାହିଁ । +ପ୍ରତ୍ୟୁଷରୁ ଉଠିବା ଖୁବ୍ ଭଲ ଅଭ୍ୟାସ । +କୋଷ୍ଠ କାଠିନ୍ୟ ସମସ୍ୟା ଠାରୁ ଦୂରେଇ ରୁହନ୍ତୁ । +ନିଶାଦ୍ରବ୍ୟ ସେବନ ସର୍ବାଦୌ ବର୍ଜନୀୟ । +ତୁଟୁକା ତୁଟୁକି କିମ୍ବା ଚେରମୂଳୀ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନନେଇ ମୁହଁରେ ଲଗାନ୍ତୁନାହିଁ । +ଶରୀରର ବିଶେଷ କରି ତ୍ଵଚା କୁଣ୍ଡାଇ ହେଲେ ରଗଡା ରଗଡି କରନ୍ତୁ ନାହିଁ ବା କୁଣ୍ଡାନ୍ତୁ ନାହିଁ । +ସ୍ୱାସ୍ଥ୍ୟ ଅନୁକୂଳ ପାଉଡର ବ୍ୟବହାର କରନ୍ତୁ । +ତୀବ୍ରଗନ୍ଧଯୁକ୍ତ ଅତର ବ୍ୟବହାର କରନ୍ତୁ ନାହିଁ । +ଖୋଲା ସ୍ଥାନରେ ରାତିରେ ଶୋଇବା ଅଭ୍ୟାସ ଚର୍ମଗତ କାରଣ ପାଇଁ ଭଲ ନୁହେଁ । +ସନବୁର୍ଣ୍ଣ ବା ପଏଜନିଂ ସମସ୍ୟା ପାଇଁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଅଭିଜ୍ଞ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । -- GitLab