diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia177.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia177.txt new file mode 100644 index 0000000000000000000000000000000000000000..92919bf29edb86863fc0e46e638e918c8902ab62 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia177.txt @@ -0,0 +1,83 @@ +ମେଲେରିଆ +ମୁଖ୍ୟ ସନ୍ଦେଶ +ମେଲେରିଆ ଗୋଟିଏ ସାଂଘାତିକ ରୋଗ ଓ ଏହା ମଶା କାମୁଡାରୁ ବ୍ୟାପିଥାଏ । +ପ୍ରତି ବର୍ଷ ସାରା ପୃଥିବୀରେ ୩୦ ରୁ ୫୦ କୋଟି ଲୋକ ମେଲେରିଆରେ ଆକ୍ରାନ୍ତ ହୋଇଥା’ନ୍ତି ଏବଂ ପ୍ରାୟ ୧୦ ଲକ୍ଷ ଶିଶୁ ଏଥିରେ ମରିଥା’ନ୍ତି । +ମେଲେରିଆ ପ୍ରବଣ ଅଞ୍ଚଳରେ ଶିଶୁ ମୃତ୍ୟୁ ଏବଂ ଦୁର୍ବଳ ସ୍ଵାସ୍ଥ୍ୟର ମୁଖ୍ୟ କାରଣ ହେଉଛି ମେଲେରିଆ । +ମେଲେରିଆ ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ବହୁତ ବିପଦଜନକ । +ଏହାଦ୍ୱାରା ରକ୍ତହୀନତା , ଗର୍ଭପାତ , ମୃତଶିଶୁ ଜନ୍ମ , କମ୍ ଓଜନର ଶିଶୁ ଜନ୍ମ ଏବଂ ମାତୃମୃତ୍ୟୁ ହୋଇଥାଏ । +ମେଲେରିଆର ପ୍ରତିଷେଧକ ଏବଂ ଆଶୁ ଚିକିତ୍ସା ଦ୍ଵାରା ଅନେକ ଜୀବନ ବଞ୍ଚାଯାଇ ପାରିବ । +ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର +୧. ମେଲେରିଆ ମଶା କାମୁଡାରୁ ହୁଏ । +ଉପଯୁକ୍ତ କୀଟନାଶକଯୁକ୍ତ ମଶାରୀରେ ଶୋଇଲେ ମଶା କାମୁଡାରୁ ରକ୍ଷା ମିଳିଥାଏ । +୨. ମେଲେରିଆ ବ୍ୟାପିଥିବା ଅଞ୍ଚଳରେ ଶିଶୁଙ୍କ ପ୍ରତି ବହୁତ ବିପଦ ରହିଛି । +ଶିଶୁକୁ ଜ୍ଵର ହେବା ମାତ୍ରେ ଜଣେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ଵାରା ପରୀକ୍ଷା କରିବା ଏବଂ ଯେତେଶୀଘ୍ର ସମ୍ଭବ ମେଲେରିଆ ରୋଗର ଚିକିତ୍ସା ଆରମ୍ଭ କରିବା ଜରୁରୀ । +୩. ଗର୍ଭବତୀ ମହିଳାଙ୍କ ପାଇଁ ମେଲେରିଆ ବହୁତ ବିପଦଜନକ । +ଏହି ରୋଗ ବ୍ୟାପିଥିବା ଅଞ୍ଚଳରେ ସ୍ଵାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁସାରେ ଗର୍ଭବତୀ ମହିଳା ମେଲେରିଆ ଔଷଧ ଖାଇବା ଉଚିତ । +୪. ମେଲେରିଆ ହୋଇଥିବା ବା ସେଥିରୁ ଭଲ ହୋଇଥିବା ଶିଶୁକୁ ଯଥେଷ୍ଟ ପରିମାଣର ଖାଦ୍ୟ ଓ ପାନୀୟ ଦେବା ଜରୁରୀ । +୫. ଗୋଷ୍ଠୀ ବା ପରିବା ମିଶି ମଶାଙ୍କ ସଂଖ୍ୟା କମାଇବା ଦିଗରେ ଚେଷ୍ଟା କରିପାରିବେ । +ମେଲେରିଆ ମଶା କାମୁଡାରୁ ହୁଏ । +ଉପଯୁକ୍ତ କୀଟନାଶକଯୁକ୍ତ ମଶାରୀରେ ଶୋଇଲେ ମଶା କାମୁଡାରୁ ରକ୍ଷା ମିଳିଥାଏ । +ଗୋଷ୍ଠୀର ସମସ୍ତେ , ବିଶେଷ କରି ଶିଶୁ ଓ ଗର୍ଭବତୀ ମହିଳାମାନେ , ମଶା ଦାଉରୁ ରକ୍ଷା ପାଇବା ଜରୁରୀ । +ପାହାନ୍ତା ଓ ସନ୍ଧ୍ୟା ସମୟରେ ବେଶୀ ମଶା ହେଉଥିବାରୁ ସେତିକିବେଳେ ସୁରକ୍ଷା ବ୍ୟବସ୍ଥା କରିବା ଦରକାର । +ଉପଯୁକ୍ତ କୀଟନାଶକରେ ବୁଡା ଯାଇଥିବା ମଶାରୀ , ପରଦା ଏବଂ ବିଛଣାରେ ମଶା ବସିଲେ ମରିଯାଆନ୍ତି । +ଏଥିପାଇଁ ସ୍ଥାୟୀ ଭାବରେ ବା ନିୟମିତ ଭାବରେ ବୁଡା ଯାଉଥିବା ସ୍ଵତନ୍ତ୍ର ବିଛଣା , ମଶାରୀ ବା ପରଦା ବ୍ୟବହାର କରିବା ଉଚିତ । +ସାଧାରଣତଃ ବର୍ଷାଦିନ ଆରମ୍ଭରୁ ବା ପ୍ରତି ଛଅମାସରେ ଏବଂ ତିନିଥର ସଫା କରିବା ପରେ ମଶାରୀକୁ ପୁଣି ଥରେ କୀଟନାଶକରେ ବୁଡାଇବା ଦରକାର ହୁଏ । +ଏସବୁ ବିଷୟରେ ସ୍ୱାସ୍ଥ୍ୟକର୍ମୀ କହିପାରିବେ । +ଶିଶୁ ଓ ଛୋଟ ପିଲା ମଶାରୀ ଭିତରେ ଶୋଇବା ଜରୁରୀ । +ମଶାରୀ ଯଦି ବହୁତ ଦାମ୍ ହୋଇଥାଏ ତେବେ ଗୋଟିଏ ବଡ ମଶାରୀ କିଣି ସେଥିରେ ଛୋଟ ପିଲାଙ୍କୁ ଶୁଆଇବା ଦରକାର । +ମା’କ୍ଷୀର ଖାଉଥିବା ଛୋଟ ଶିଶୁ ମା’ ସହ ମଶାରୀ ଶୋଇବା ଆବଶ୍ୟକ । +ବର୍ଷସାରା ଏପରିକି ମଶା ନଥିବା ସମୟରେ ବି ମଶାରୀ ବ୍ୟବହାର କରିବା ଉଚିତ । +ମଶାରୀ ବ୍ୟବହାର କରି ନପାରିଲେ ଅନ୍ୟ ଉପାୟ କିଛି ସାହାଯ୍ୟ କରିପାରେ : +ଉପଯୁକ୍ତ କୀଟନାଶକ ଲଗା ପରଦା , ଲୁଗା କିମ୍ବା ଚାଦର ଦୁଆର ମୁହଁରେ ଝୁଲାଇ ରଖିବେ । +ଦୁଆର ଓ ଝରକାରେ ପରଦା ଲଗାଇବେ । +ମଶା ଧୂପ ବ୍ୟବହାର କରିପାରିବେ । +ସନ୍ଧ୍ୟା ହେବା ମାତ୍ରେ ପୂରାହାତ ଜାମା ଓ ପୂରା ପ୍ୟାଣ୍ଟ ପିନ୍ଧିବେ । +ବିଶେଷ କରି ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଏହା ବହୁତ ଗୁରୁତ୍ଵପୂର୍ଣ୍ଣ । +ମେଲେରିଆ ବ୍ୟାପିଥିବା ଅଞ୍ଚଳରେ ଶିଶୁଙ୍କ ପ୍ରତି ବହୁତ ବିପଦ ରହିଛି । +ଶିଶୁକୁ ଜ୍ଵର ହେବା ମାତ୍ରେ ଜଣେ ପ୍ରଶିକ୍ଷିତ ସ୍ଵାସ୍ଥ୍ୟକର୍ମୀଙ୍କ ଦ୍ଵାରା ପରୀକ୍ଷା କରିବା ଏବଂ ଯେତେଶୀଘ୍ର ସମ୍ଭବ ମେଲେରିଆ ରୋଗର ଚିକିତ୍ସା ଆରମ୍ଭ କରିବା ଜରୁରୀ । +ଘରେ କାହାକୁ ଜ୍ଵର ହୋଇଥିଲେ ବା ଶିଶୁ ଖାଇବାକୁ ଇଚ୍ଛା ନକରିବା , ବାନ୍ତି କରିବା ବା ଘୁମାଇବା ଆଦି ଲକ୍ଷଣ ଦେଖାଇଲେ ତାକୁ ମେଲେରିଆ ହୋଇ ଥାଇପାରେ । +ଶିଶୁକୁ ମେଲେରିଆ ଜ୍ଵର ହୋଇଥିଲେ ସାଙ୍ଗେ ସାଙ୍ଗେ ଜଣେ ତାଲିମପ୍ରାପ୍ତ ସ୍ଵାସ୍ଥ୍ୟକର୍ମୀଙ୍କ ଦ୍ଵାରା ମେଲେରିଆ ଔଷଧ ଦେବା ଜରୁରୀ । +ମେଲେରିଆ ହୋଇଥିବା ଶିଶୁକୁ ଦିନାକା ଭିତରେ ଚିକିତ୍ସା ନକଲେ ସେ ମରିଯାଇପାରେ । +କେଉଁ ପ୍ରକାର ଚିକିତ୍ସା ଦରକାର ଓ ତାହା କେତେ ଦିନ ଧରି ଚାଲିବ ସେ ବିଷୟରେ ଜଣେ ସ୍ୱାସ୍ଥ୍ୟକର୍ମୀ କହିପାରିବେ । +ମେଲେରିଆ ହୋଇଥିବା ଶିଶୁର ଜ୍ଵର ଛାଡି ଆସୁଥିଲେ ବି ସେ ପୂରା ମାତ୍ରାର ଔଷଧ ଖାଇବା ଜରୁରୀ । +ପୂରା ଔଷଧ ନଖାଇଲେ ପରେ ମେଲେରିଆ ଆହୁରି ସାଂଘାତିକ ହୋଇପାରେ ଓ ଚିକିତ୍ସା କରିବା କଷ୍ଟକର ହୋଇପାରେ । +ଔଷଧ ଦେଲା ପରେ ବି ଯଦି ମେଲେରିଆର ଲକ୍ଷଣ ରହିଥାଏ ତେବେ ଶିଶୁକୁ ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନେବା ଆବଶ୍ୟକ । + ଏହାର ଅନ୍ୟ କାରଣ ଥାଇପାରେ : +ଶିଶୁ ଯଥେଷ୍ଟ ପରିମାଣର ଔଷଧ ଖାଉନାହିଁ +ମେଲେରିଆ ଛଡା ଆଉ କିଛି ରୋଗ ରହିଛି +ଔଷଧ ପ୍ରତିରୋଧି ମେଲେରିଆ ହୋଇଛି , ତେଣୁ ଅଲଗା ଔଷଧ ଦରକାର । +ଜ୍ଵର ହୋଇଥିବା ଶିଶୁକୁ ସମ୍ଭବ ଥଣ୍ଡା ରଖିବ : +ଥଣ୍ଡା ପାଣିରେ ପୋଛିଦେଇ ବା ଗାଧୋଇ ଦେଇ +ଶିଶୁକୁ ପତଳା ଲୁଗା ଘୋଡାଇଦେଇ । +ଗର୍ଭବତୀ ମହିଳାଙ୍କ ପାଇଁ ମେଲେରିଆ ବହୁତ ବିପଦଜନକ । +ଏହି ରୋଗ ବ୍ୟାପିଥିବା ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁସାରେ ଗର୍ଭବତୀ ମହିଳା ମେଲେରିଆ ଔଷଧ ଖାଇବା ଉଚିତ । +ଅନ୍ୟମାନଙ୍କ ତୁଳନାରେ ଗର୍ଭବତୀ ମହିଳାଙ୍କୁ ମେଲେରିଆ ବେଶୀ ସହଜରେ ହୋଇଥାଏ । +ଗର୍ଭଧାରଣ ବେଳେ , ବିଶେଷ କରି ପ୍ରଥମ ଗର୍ଭ ସମୟରେ , ଏହି ରୋଗ ବହୁତ ବିପଦଜନକ ହୋଇପାରେ । +ଏହାଦ୍ୱାରା ରକ୍ତହୀନତା , ଗର୍ଭପାତ , ଅବିକଶିତ ବା ମଲାଛୁଆ ଜନ୍ମ ହୋଇଥାଏ । +ମେଲେରିଆ ହୋଇଥିବା ମା’ର ଶିଶୁ ଜନ୍ମ ବେଳେ କମ୍ ଓଜନର ହୋଇଥାଏ । +ତା’ର ତେଣୁ ପ୍ରଥମ ବର୍ଷରେ ସଂକ୍ରମଣ ବା ମୃତ୍ୟୁର ସମ୍ଭାବନା ଅଧିକ ଥାଏ । +ଗର୍ଭବତୀ ମହିଳା ପରାମର୍ଶ ଅନୁସାରେ ମେଲେରିଆ ଔଷଧ ଖାଇବା ଉଚିତ । +ସବୁ ମେଲେରିଆ ଔଷଧ ଗର୍ଭବତୀ ମହିଳାଙ୍କ ପାଇଁ ନିରାପଦ ନୁହେଁ । +ନିରାପଦ ଔଷଧ ବିଷୟରେ ସ୍ୱାସ୍ଥ୍ୟକର୍ମୀ ସୂଚନା ଦେଇପାରିବେ । +ମଶା କାମୁଡାରୁ ରକ୍ଷା ପାଇବା ପାଇଁ ଗର୍ଭବତୀ ମହିଳା ନିୟମିତ ମଶାରୀ ଭିତରେ ଶୋଇବା ଜରୁରୀ । +ମେଲେରିଆର ଲକ୍ଷଣ ଦେଖାଯିବା ମାତ୍ରେ ମୃତ୍ୟୁ ରୋକିବା ପାଇଁ ଗର୍ଭବତୀ ମହିଳାଙ୍କୁ ସାଙ୍ଗେ ସାଙ୍ଗେ ଚିକିତ୍ସା କରିବା ଆବଶ୍ୟକ । +ମେଲେରିଆ ହୋଇଥିବା ଗର୍ଭବତୀ ମହିଳା ସ୍ଵାସ୍ଥ୍ୟକର୍ମୀଙ୍କ ପାଖରୁ ଜୀବସାର କ ଓ ଲୁହା ବଟିକା ଖାଇବା ଆବଶ୍ୟକ । +ଖାଦ୍ୟ ଓ ପାନୀୟ +ମେଲେରିଆ ହୋଇଥିବା ବା ସେଥିରୁ ଭଲ ହୋଇଥିବା ଶିଶୁକୁ ଯଥେଷ୍ଟ ପରିମାଣର ଖାଦ୍ୟ ଓ ପାନୀୟ ଦେବା ଜରୁରୀ । +ମେଲେରିଆ ହେଲେ ଶିଶୁର ଅନେକ ଶକ୍ତି ଅପଚୟ ହୋଇଥାଏ ଓ ଦେହରୁ ଜଳୀୟ ଅଂଶ ଚାଲିଯାଏ । +ଏଥିପାଇଁ ଶିଶୁକୁ ଯଥେଷ୍ଟ ପରିମାଣର ଓ ବାରମ୍ବାର ଖାଦ୍ୟ ପାନୀୟ ଦେବା ଜରୁରୀ । +ଅନେକ ଥର ମା’କ୍ଷୀର ଦେଲେ ଜଳଶୂନ୍ୟତା ହୋଇନଥାଏ ଏବଂ ମେଲେରିଆ ଭଳି ରୋଗ ବିରୁଦ୍ଧରେ ଲଢିବା ପାଇଁ ଶକ୍ତି ମିଳିଥାଏ । +ମେଲେରିଆ ହୋଇଥିବା ଶିଶୁ ଯେତେ ଥର ସମ୍ଭବ ମା’କ୍ଷୀର ଖାଇବା ଉଚିତ । +ଗୋଷ୍ଠୀ ଓ ପରିବାର ମିଶି ମଶାଙ୍କ ସଂଖ୍ୟା କମାଇବା ଦିଗରେ ଚେଷ୍ଟା କରିପାରିବେ । +ବାରମ୍ବାର ମେଲେରିଆ ହେଲେ ଶିଶୁର ବୃଦ୍ଧି ଓ ମସ୍ତିସ୍କର ବିକାଶ ବାଧା ପାଇଥାଏ । +ରକ୍ତହୀନତା ମଧ୍ୟ ହୋଇଥାଏ । +ଅନେକ ଥର ମେଲେରିଆ ହୋଇଥିବା ଶିଶୁକୁ ରକ୍ତହୀନତା ପାଇଁ ପରୀକ୍ଷା କରିବା ଦରକାର । +ପୋଖରୀ , ସନ୍ତସନ୍ତିଆ ଜମି , ନାଳ , ଖାଲୁଆ ଅଞ୍ଚଳ ଏବଂ ଲମ୍ବା ଘାସ ଓ ବୁଦାରେ ଥିବା ଜଳୀୟ ଅଂଶ ଆଦିରେ ମଶା ବଢିଥା’ନ୍ତି । +ଝରଣା କୂଳ , ପାଣି ଟାଙ୍କି , ଧାନ ଜମି ଆଦିରେ ମଧ୍ୟ ଏମାନେ ବଢନ୍ତି । +ମଶାଙ୍କ ସଂଖ୍ୟା କମିପାରିବ : +ପାଣି ଜମି ରହୁଥିବା ଅଞ୍ଚଳକୁ ପୋତି ଦେଇ ବା ନାଳ କାଟି ପାଣି ବାହାର କରିଦେଲେ +ପାଣି ଟାଙ୍କିକୁ ଢାଙ୍କି ରଖିଲେ +ଘର ଚାରିପାଖରୁ ଅନାବନା ଘାସ ବୁଡା ସଫା କରିଦେଲେ +ସାରା ଗୋଷ୍ଠୀକୁ ମେଲେରିଆ ପ୍ରଭାବିତ କରିଥାଏ । +ତେଣୁ ସମସ୍ତେ ଏକାଠି ମିଶି ମଶା ବଢିବା ଜାଗାକୁ ସଫା କରିପାରିବେ ଏବଂ ନିୟମିତ ଭାବରେ ମଶାରୀକୁ କୀଟନାଶକରେ ବୁଡାଇପାରିବେ । +ମେଲେରିଆ ନିରାକରଣ ଓ ନିୟନ୍ତ୍ରଣ ପାଇଁ ଗୋଷ୍ଠୀ ସେ ଅଞ୍ଚଳର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ରାଜନୈତିକ ନେତାଙ୍କ ସହାୟତା ନେବେ ।