diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia142.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia142.txt new file mode 100644 index 0000000000000000000000000000000000000000..c4e39a69d928f673f786c7dfb878a6570492d4ff --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia142.txt @@ -0,0 +1,160 @@ +ଖାଦ୍ୟ ଓ ବୃଦ୍ଧି +ଉପକ୍ରମ +ମୃତ୍ୟୁ ମୁଖରେ ପଡୁଥିବା ସବୁ ଶିଶୁଙ୍କ ଭିତରୁ ଅଧାରୁ ଅଧିକ ମନ୍ଦପୁଷ୍ଟି ଯୋଗୁଁ ମୃତ୍ୟୁବରଣ କରିଥା’ନ୍ତି । +ମନ୍ଦପୁଷ୍ଟି ଯୋଗୁଁ ସେମାନେ ରୋଗ ପ୍ରତିରୋଧ କରିପାରନ୍ତି ନାହିଁ । +ନିକୃଷ୍ଟ ଧରଣର ଖାଦ୍ୟ , ବାରମ୍ବାର ରୋଗ ଏବଂ ଯତ୍ନରେ ଅବହେଳା କଲେ ଶିଶୁ ମନ୍ଦପୁଷ୍ଟି ହୋଇଥାଏ । +ଯଦି ଜଣେ ମହିଳା ଗର୍ଭଧାରଣ ସମୟରେ ମନ୍ଦପୁଷ୍ଟି ହୋଇଥାଏ ବା ତା’ର ଶିଶୁ ପ୍ରଥମ ଦୁଇ ବର୍ଷରେ ମନ୍ଦପୁଷ୍ଟିର ଶିକାର ହୋଇଥାଏ , ତେବେ ସେହି ଶିଶୁର ଶାରୀରିକ ଓ ମାନସିକ ବୃଦ୍ଧି ତଥା ବିକାଶ ଧୀର ହୋଇପାରେ । +ବୟସ ବଢିଲେ ବି ଏହା ଆଉ ସୁଧୁରି ନଥାଏ – ବାକି ଜୀବନ ସାରା ତାକୁ ଭୋଗିବାକୁ ପଡିଥାଏ । +ଯତ୍ନ , ସୁରକ୍ଷିତ ପରିବେଶ , ପୁଷ୍ଟିକର ଖାଦ୍ୟ ତଥା ରୋଗରୁ ରକ୍ଷା ପାଇବା ପାଇଁ ମୌଳିକ ସ୍ୱାସ୍ଥ୍ୟ ସେବା ପାଇବା ଶିଶୁର ଅଧିକାର । +ଏହା ଫଳରେ ସେମାନଙ୍କର ବୃଦ୍ଧି ଓ ବିକାଶ ବେଶ୍ ଶୀଘ୍ର ହୋଇଥାଏ । +ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର +୧. ଛୋଟ ପିଲାର ବୃଦ୍ଧି ଠିକ ଭାବରେ ହେବା ସହ ଓଜନ ଶୀଘ୍ର ବଢିବା ଉଚିତ । +ଜନ୍ମଠାରୁ ଦୁଇ ବର୍ଷ ହେବା ଯାଏଁ ପରାଇ ମାସରେ ଶିଶୁର ଓଜନ ମାପିବା ଜରୁରୀ । +ଯଦି କ୍ରମାଗତ ଦୁଇ ମାସ ଧରି ଶିଶୁର ଓଜନ ନବଢେ ତେବେ ଶିଶୁର କିଛି ଅସୁବିଧା ରହିଥିବାର ସୂଚନା ମିଳେ । +୨. ଛଅ ମାସ ବୟସର ଯାଏଁ କେବଳ ମା’କ୍ଷୀର ହିଁ ଶିଶୁର ଖାଦ୍ୟ ଓ ପାନୀୟ । +ଏହା ପରେ ଶିଶୁକୁ ମା’କ୍ଷୀର ସହ ଅନ୍ୟ ଖାଦ୍ୟ ଦେବା ଆବଶ୍ୟକ । +୩. ଛଅ ମାସରୁ ଦୁଇ ବର୍ଷ ମଧ୍ୟରେ ଶିଶୁକୁ ମା’କ୍ଷୀର ଦେବା ସହ ଦିନକୁ ପାଞ୍ଚ ଥର ଅନ୍ୟ ଖାଦ୍ୟ ଖାଇବାକୁ ଦେବା ଦରକାର । +୪. ରୋଗ ପ୍ରତିରୋଧ କରିବା ଏବଂ ଆଖିରେ ଅସୁବିଧାରୁ ରକ୍ଷା ପାଇବା ପାଇଁ ଶିଶୁମାନଙ୍କୁ ଜୀବସାର କ ଦେବା ଦରକାର । +ଅନେକ ଫଳ ଓ ପାରିବା , ତେଲ , ଅଣ୍ଡା , କ୍ଷୀରଜାତ ପଦାର୍ଥ , ଜୀବସାର ମିଶା ଖାଦ୍ୟ , ମା’କ୍ଷୀର ବା ଜୀବସାର କ ବଟିକାରୁ ଏହା ମିଳିପାରିବ । +୫. ଶିଶୁର ଶାରୀରିକ ତଥା ମାନସିକ ଦକ୍ଷତାକୁ ଠିକ ରଖିବା ପାଇଁ ଲୁହାଯୁକ୍ତ ଖାଦ୍ୟ ଦରକାର । +ଲୁହା ମୁଖ୍ୟତଃ କଲିଜା , ଚର୍ବିଯୁକ୍ତ ମାଂସ , ଅଣ୍ଡା ଏବଂ ଲୁହାମିଶା ଖାଦ୍ୟରୁ ମିଳିଥାଏ । +୬. ଶିଶୁର ଶିଖିବାର ଅକ୍ଷମତା ଓ ଧୀର ବିକାଶକୁ ରୋକିବା ପାଇଁ ଆୟୋଡିନଯୁକ୍ତ ଲୁଣ ବ୍ୟବହାର କରିବା ଦରକାର । +୭. ରୋଗାକ୍ରାନ୍ତ ଥିବା ସମୟରେ ଶିଶୁଟି ନିୟମିତ ଖାଇବା ଜାରି ରଖିବା ଜରୁରୀ । +ରୋଗରୁ ଭଲ ହେବାପରେ ଏକ ସପ୍ତାହ ପାଇଁ ଦିନକୁ ସେ ଥରେ ଲେଖାଏଁ ଅଧିକ ଖାଇବା ଉଚିତ । +ସହାୟକ ସୂଚନା +ଛୋଟ ପିଲାର ବୃଦ୍ଧି ଠିକ ଭାବରେ ହେବା ସହ ଓଜନ ଶୀଘ୍ର ବଢିବା ଉଚିତ +ଜନ୍ମଠାରୁ ଦୁଇ ବର୍ଷ ହେବା ଯାଏଁ ପ୍ରତି ମାସରେ ଶିଶୁର ଓଜନ ମାପିବା ଜରୁରୀ ଯଦି କ୍ରମାଗତ ଦୁଇ ମାସ ଧରି ଶିଶୁର ଓଜନ ନବଢେ ତେବେ ଶିଶୁର କିଛି ଅସୁବିଧା ରହିଥିବାର ସୂଚନା ମିଳେ +ନିୟମିତ ଓଜନ ବଢୁଥିଲେ ଶିଶୁଟିର ବୃଦ୍ଧି ଓ ବିକାଶ ଠିକ ଭାବରେ ହେଉଥିବାର ସୂଚନା ଦିଏ । +ପ୍ରତିଥର ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ସମୟରେ ଶିଶୁର ଓଜନ ମାପିନେବା ଉଚିତ । +ପ୍ରଥମ ଛଅ ମାସରେ କେବଳ ମା’କ୍ଷୀର ଖାଉଥିଲେ ଶିଶୁର ବୃଦ୍ଧି ଠିକ ଭାବରେ ହୋଇଥାଏ । +ସ୍ତନ୍ୟପାନ ଶିଶୁକୁ ସାଧାରଣ ରୋଗରୁ ରକ୍ଷା କରିଥାଏ । +ଶାରୀରିକ ଏବଂ ମାନସିକ ବୃଦ୍ଧି ଓ ବିକାଶରେ ମଧ୍ୟ ଏହା ସାହାଯ୍ୟ କରିଥାଏ । +ମା’କ୍ଷୀର ଖାଉନଥିବା ଶିଶୁ କୌଣସି କଥାକୁ ମା’କ୍ଷୀର ଖାଉଥିବା ଶିଶୁ ଭଳି ସହଜରେ ଶିଖିପାରନ୍ତି ନାହିଁ । +ଦୁଇମାସ ଧରି ଶିଶୁର ଓଜନ ନବଢିଲେ , ତାକୁ ଅଧିକ ଖାଦ୍ୟ ବା ଅଧିକ ପୁଷ୍ଟିକର ଖାଦ୍ୟ ଦେବା ଆବଶ୍ୟକ ସେ ଅସୁସ୍ଥ ହୋଇଥାଇପାରେ ବା ତା’ର ଅଧିକ ସ୍ନେହ , ଯତ୍ନ ଦରକାର । +ବାପାମା’ ତଥା ସ୍ୱାସ୍ଥ୍ୟକର୍ମୀ ଯଥାଶୀଘ୍ର ଏହି ସମସ୍ୟାର କାରଣ ଖୋଜି ବାହାର କରିବା ଦରକାର । +ପ୍ରତ୍ୟକ ଛୋଟ ପିଲାଙ୍କ ବୃଦ୍ଧିର ରେଖାଚିତ୍ର ରହିବା ଜରୁରୀ । +ଏହି ରେଖାଚିତ୍ର ଉପରେ ଶିଶୁର ପ୍ରତି ଥରର ଓଜନକୁ ବିନ୍ଦୁ ଦେଇ ଚିହ୍ନଟ କରନ୍ତୁ ଏବଂ ଏହି ବିନ୍ଦୁଗୁଡିକୁ ଗାର ପକାଇ ଯୋଡନ୍ତୁ । +ଏହି ରେଖାଟି ଶିଶୁର ବୃଦ୍ଧିକୁ ସୁଚାଇବ । +ରେଖାଟି ଉପର ଆଡକୁ ଗଲେ ଶିଶୁଟି ଭଲ ଅଛି । +ରେଖାଟି ଭୂସମାନ୍ତର ବା ତଳମୁହାଁ ରହିଲେ କିଛି ଅସୁବିଧା ନିଶ୍ଚୟ ରହିଛି । +ଶିଶୁର ଓଜନ ନିୟମିତ ଭାବେ ନବଢିଲେ ବା ଯଥେଷ୍ଟ ବଢୁ ନଥିଲେ , କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିବା ଦରକାର : +ଶିଶୁଟି ଯଥେଷ୍ଟ ଥର ଖାଉଛି କି ? ଶିଶୁ ଦିନକୁ ୩ରୁ ୫ ଥର ଖାଇବା ଦରକାର । + ଅକ୍ଷମ ଶିଶୁଙ୍କ ଖାଇବା ପାଇଁ ଅଧିକ ସାହାଯ୍ୟ ଓ ସମୟ ଦରକାର ହୋଇପାରେ +ଶିଶୁଟି ଯଥେଷ୍ଟ ପରିମାଣର ଖାଦ୍ୟ ଖାଉଛି କି ? ଶିଶୁଟି ତାକୁ ଦିଆଯାଇଥିବା ଖାଦ୍ୟ ଖାଇସାରିବା ପରେ ଆହୁରି ମାଗିଲେ ତାକୁ ଦେବା ଦରକାର +ଶିଶୁର ଖାଦ୍ୟରେ ବୃଦ୍ଧି ବା ଶକ୍ତି ସହାୟକ ଖାଦ୍ୟ ବେଶ୍ କମ୍ ଅଛି କି ? ଶିଶୁର ବୃଦ୍ଧି ପାଇଁ ମାଂସ , ମାଛ , ଅଣ୍ଡା , ବିନ୍ ବାଦାମ , ଶସ୍ୟ ଓ ଡାଲିଜାତୀୟ ଖାଦ୍ୟ ଆବଶ୍ୟକ । +ଲାଲ ପାମ୍ ତେଲ ବା ଅନ୍ୟ ଜୀବସାର ମିଶା ଖାଇବା ତେଲଗୁଡିକ ଶକ୍ତି ଯୋଗାଇବାର ଭଲ ଉତ୍ସ । +ଶିଶୁ ଖାଇବାକୁ ମନା କରୁଛି କି? ଖାଦ୍ୟର ସ୍ଵାଦ ତାକୁ ଭଲ ନାଲାଗିଲେ ଅଲଗା ଖାଦ୍ୟ ଦେବା ଉଚିତ । +ଧୀରେ ଧୀରେ ନୂଆ ଖାଦ୍ୟ ଆରମ୍ଭ କରିବା ଉଚିତ । +ଶିଶୁ ଅସୁସ୍ଥ ଅଛି କି ? ଅସୁସ୍ଥ ଶିଶୁକୁ ଅଳ୍ପ ଏବଂ ଅଧିକ ଥର ଖାଇବାକୁ ଦେବା ଜରୁରୀ । +ସୁସ୍ଥ ହେବା ପରେ ସପ୍ତାହେ ପାଇଁ ଦିନକୁ ଥରେ ଅଧିକ ଖାଇବାକୁ ଦେବା ଦରକାର । +ଛୋଟ ଶିଶୁକୁ ଅତିକମ୍ ରେ ସପ୍ତାହେ ପାଇଁ ଥରେ ଅଧିକ ସ୍ତନ୍ୟପାନ କରାଇବା ଦରକାର । +ଶିଶୁଟି ବାରମ୍ବାର ସୁସ୍ଥ ରହିଲେ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ନେବା ଉଚିତ । +ରୋଗ ପ୍ରତିରୋଧ ପାଇଁ ଶିଶୁଟି ଜୀବସାର କ ଥିବା ଖାଦ୍ୟ ଯଥେଷ୍ଟ ପାଉଛି କି ? ମା’କ୍ଷୀରରେ ପ୍ରଚୁର ପରିମାଣର ଜୀବସାର କ ଥାଏ । +କଲିଜା , ଅଣ୍ଡା , କ୍ଷୀରଜାତ ପଦାର୍ଥ , ଲାଲ ପାମ୍ ତେଲ , ହଳଦିଆ ଓ କମଳା ଜାତୀୟ ଫଳ ଏବଂ ଅଧିକାଂଶ ସବୁଜ ପାଣିପାରିବାରେ ମଧ୍ୟ ଏହା ରହିଛି । +ଅଧିକାଂଶ ବିକାଶମୁଖୀ ଦେଶରେ ଶିଶୁକୁ ଏହି ଖାଦ୍ୟ ଯଥେଷ୍ଟ ମିଳୁନଥିବାରୁ ତାଙ୍କର ବର୍ଷକୁ ଦୁଇଥର ଜୀବସାର କ ବଟିକା ଖାଇବା ଦରକାର ହୁଏ । +ଶିଶୁକୁ ବୋତଲରେ ମା’କ୍ଷୀରର ବିକଳ୍ପ ହେଉଛି କି ? ଛଅମାସରୁ କମ୍ ବୟସର ଶିଶୁ ପାଇଁ କେବଳ ମା’କ୍ଷୀର ହିଁ ସବୁଠାରୁ ଭଲ ଖାଦ୍ୟ । +୬ରୁ ୨୪ ମାସ ଯାଏଁ ଅଧିକାଂଶ ପୋଷଣର ଗୁରୁତ୍ୱପୂର୍ଣ୍ଣ ଉତ୍ସ ଭାବରେ ସ୍ତନ୍ୟପାନ ଜାରି ରଖିବା ଉଚିତ । +ଯଦି ଶିଶୁ ଅନ୍ୟ କ୍ଷୀର ଖାଉଥାଏ , ତେବେ ବୋତଲ ଅପେକ୍ଷା ଗୋଟିଏ ପରିଷ୍କାର , ଖୋଲା କପ୍ ରେ ତାହା ଖୁଆଇବା ଉଚିତ । +ଖାଦ୍ୟ ଓ ପାଣି ପରିଷ୍କାର ଅଛି କି ? ପାଣି ଅପରିଷ୍କାର ଥିଲେ ଶିଶୁ ବାରମ୍ବାର ରୋଗାକ୍ରାନ୍ତ ହେବ । +କଞ୍ଚା ଖାଦ୍ୟଗୁଡିକ ଧୁଆ ବା ରନ୍ଧା ହେବା ଜରୁରୀ । +ରନ୍ଧାଖାଦ୍ୟକୁ ଡେରି ଯାଏଁ ନରଖି ଶୀଘ୍ର ଖାଇଦେବା ଉଚିତ । +ବଳକା ଭଲକରି ପୁଣି ଗରମ କରିବା ଦରକାର । +କୌଣସି ଗୋଟିଏ ସୁରକ୍ଷିତ ଉତ୍ସରୁ ପାଣି ନେବା ଜରୁରୀ । +ନିୟମିତ ରକ୍ଷଣାବେକ୍ଷଣ ହେଉଥିବା , ନିୟନ୍ତ୍ରିତ ଓ କ୍ଳୋରିନଯୁକ୍ତ ଜଳଯୋଗାଣ ବ୍ୟବସ୍ଥାରୁ ପରିଷ୍କାର ପିଇବା ପାଣି ମିଳିପାରିବ । +ନଳକୂଅ , ହାତପମ୍ପ , ସୁରକ୍ଷିତ ଝରଣା ବା କୂଅରୁ ମଧ୍ୟ ପରିଷ୍କାର ପାଣି ମିଳିପାରିବ । +ପୋଖରୀ , ନାଳ , ଝରଣା , କୂଅ ବା ଟାଙ୍କିରୁ ପାଣି ଆଣିଲେ ତାକୁ ବିଶୋଧିତ କରିବା ପାଇଁ ଫୁଟାଇବା ଜରୁରୀ । +ମଳକୁ ପାଇଖାନାରେ ପକା ହେଉଛି ବା ପୋତି ଦିଆଯାଉଛି କି ? ଯଦି ଏହା କାରାଯାଉ ନାହିଁ , ତେବେ ଶିଶୁଟି ବାରମ୍ବାର କୃମି ତଥା ଅନ୍ୟ ରୋଗର ଶିକାର ହେବ । +ସ୍ୱାସ୍ଥ୍ୟକର୍ମୀଙ୍କଠାରେ କୃମିର ଔଷଧ ମିଳିପାରିବ । +ଶିଶୁଟି ଅଧିକାଂଶ ସମୟରେ ଏକା ବା କେଉଁ ବଡ ପିଲାର ଯତ୍ନରେ ରହୁଛି କି ? ଯଦି ଏପରି ହେଉଥାଏ , ତେବେ ଶିଶୁକୁ ବଡମାନଙ୍କଠାରୁ ଅଧିକ ଯତ୍ନ ମିଳିବା ଦରକାର । +ବିଶେଷ କରି ଖାଇବା ସମୟରେ ଏହା ଜରୁରୀ । +ଛଅ ମାସ ବୟସର ହେବା ଯାଏଁ କେବଳ ମା’କ୍ଷୀର ହିଁ ଶିଶୁର ଖାଦ୍ୟ ଓ ପାନୀଯ +ଏହା ପରେ ଶିଶୁକୁ ମା’କ୍ଷୀର ସହ ଅନ୍ୟ ଖାଦ୍ୟ ଦେବା ଆବଶ୍ୟକ +ଜନ୍ମ ପରେ ପ୍ରଥମ କେତେ ମାସ ଶିଶୁ ପ୍ରତି ବିପଦର ସମ୍ଭାବନା ବେଶୀ ଥାଏ । +ଏହି ସମୟରେ କେବଳ ମା’କ୍ଷୀର ହିଁ ଶିଶୁକୁ ତରଳ ଝାଡା ତଥା ଅନ୍ୟ ସାଧାରଣ ରୋଗରୁ ରକ୍ଷା କରିଥାଏ । +ପ୍ରାୟ ଛଅ ମାସ ବେଳକୁ ଶିଶୁକୁ ଅନ୍ୟ ଖାଦ୍ୟ ଓ ପାନୀୟ ଦେବା ଦରକାର ପଡେ । +ଏହା ସହିତ ସ୍ତନ୍ୟପାନ ଦୁଇ ବର୍ଷ ଯାଏଁ ଜାରି ରଖିବା ଉଚିତ । +ଯଦି ଛଅ ମାସରୁ କମ୍ ବୟସର ଶିଶୁର ଓଜନ ବଢୁନାହିଁ , ତେବେ ତାକୁ ଅଧିକ ଥର ସ୍ତନ୍ୟପାନ କରାଇବା ଆବଶ୍ୟକ । +ଛଅ ମାସରୁ କମ୍ ବୟସର ସ୍ତନ୍ୟପାନ କରୁଥିବା ଶିଶୁର ଅନ୍ୟ କୌଣସି ତରଳ ଖାଦ୍ୟର ଆବଶ୍ୟକତା ନାହିଁ । +ଏପରି କି ପାଣି ମଧ୍ୟ ନୁହେଁ । +ସ୍ତନ୍ୟପାନ କରୁଥିବା ଶିଶୁର ଓଜନ ଯଦି ବଢୁନଥାଏ ତେବେ ସେ ଅସୁସ୍ଥ ଅଛି ବା ଯଥେଷ୍ଟ ମା’କ୍ଷୀର ପାଇପାରୁନାହିଁ । +ଜଣେ ସ୍ୱାସ୍ଥ୍ୟକର୍ମୀ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ ଏବଂ କିପରି ଅଧିକ ସ୍ତନ୍ୟପାନ କରାଇ ହେବ ସେ ବିଷୟରେ ମାଆକୁ ପରାମର୍ଶ ଦେଇପାରିବେ । +ପ୍ରାୟ ଛଅ ମାସ ବୟସରୁ ଶିଶୁକୁ ମା’କ୍ଷୀର ସହ ଅନ୍ୟ ଖାଦ୍ୟ ଦେବା ଆବଶ୍ୟକ । +ଏଗୁଡିକୁ ପୂରକ ଖାଦ୍ୟ କୁହାଯାଏ । +ଶିଶୁର ଖାଦ୍ୟରେ ରନ୍ଧା ଓ ଚୋପାଛଡା ପାରିବା ଚକଟା , ଶସ୍ୟ , ଡାଲି ଓ ଫଳ , ଅଳ୍ପ ତେଲ ଏବଂ ଜୀବସାର ଓ ଖଣିଜ ଲବଣ ପାଇଁ ମାଛ , ଅଣ୍ଡା , କୁକୁଡା ବା କ୍ଷୀରଜାତ ପଦାର୍ଥ ରହିବା ଦରକାର । +ଯେତେ ଅଧିକ ପ୍ରକାରର ଖାଦ୍ୟ ଦିଆଯିବ ସେତେ ଭଲ । +୬ ରୁ ୧୨ ମାସର ଶିଶୁ ଅନ୍ୟ ଖାଦ୍ୟ ଖାଇବା ଆଗରୁ ଯଥେଷ୍ଟ ସ୍ତନ୍ୟପାନ କରିବା ଉଚିତ । +ଛଅ ମାସ ବୟସ ପରେ ଶିଶୁଟି ଅନ୍ୟ ଖାଦ୍ୟ ଖାଇବା ଏବଂ ଗୁରୁଣ୍ଡିବା ଆରମ୍ଭ କରୁଥିବାରୁ ସଂକ୍ରମଣର ସମ୍ଭାବନା ବଢିଯାଏ ସେଥିପାଇଁ ଉଭୟ ଶିଶୁର ହାତ ଓ ତା’ର ଖାଦ୍ୟକୁ ପରିଷ୍କାର ରଖିବା ଜରୁରୀ । +୧୨ ରୁ ୨୪ ମାସ ବୟସର ଶିଶୁକୁ ଖାଇସାରିବା ପରେ ବା ତା’ଇଚ୍ଛା ଅନୁସାରେ ସ୍ତନ୍ୟପାନ କରାଇବା ଉଚିତ । +ଛଅ ମାସରୁ ଦୁଇ ବର୍ଷ ମଧ୍ୟରେ ଶିଶୁକୁ ମା’କ୍ଷୀର ଦେବା ସହ ଦିନକୁ ପାଞ୍ଚ ଥର ଖାଇବାକୁ ଦେବା ଦରକାର । +ପ୍ରଥମ ଦୁଇ ବର୍ଷରେ ନିକୃଷ୍ଟ ଖାଦ୍ୟ ଖାଇଲେ ଶିଶୁର ଶାରୀରିକ ଓ ମାନସିକ ବିକାଶ ଧୀର ହୋଇଯାଏ ଏବଂ ସାରା ଜୀବନ ପାଇଁ ସହ ଅସୁବିଧାରେ ପଡେ । +ଶିଶୁର ଉତ୍ତମ ବୃଦ୍ଧି ଓ ସ୍ୱାସ୍ଥ୍ୟ ପାଇଁ ମାଂସ , ମାଛ , ଡାଲି , ଶସ୍ୟ , ଅଣ୍ଡା , ଫଳ ଏବଂ ପାରିବା ଭଳି ବିଭିନ୍ନ ପ୍ରକାର ପୋଷଣଯୁକ୍ତ ଖାଦ୍ୟ ସହ ମା’କ୍ଷୀର ଦେବା ଆବଶ୍ୟକ । +ବୟସ୍କଙ୍କ ତୁଳନାରେ ଶିଶୁର ପାକସ୍ଥଳୀ ଛୋଟ । +ଏକା ଥରେ ସେ ବହୁତ ଖାଇପାରିବ ନାହିଁ । +କିନ୍ତୁ ଶକ୍ତି ଓ ଶରୀର ଗଠନ ସହାୟକ ଖାଦ୍ୟ ଶିଶୁର ବେଶୀ ଦରକାର । +ତେଣୁ ଆବଶ୍ୟକତା ପୂରଣ କରିବା ପାଇଁ ଶିଶୁ ଅଧିକ ଥର ଖାଇବା ଜରୁରୀ । +ସମ୍ଭବ ହେଲେ ଶିଶୁର ଖାଦ୍ୟରେ ଚକଟା ପାରିବା , ଅଳ୍ପ ଛେଚା ହୋଇଥିବା ମାଂସ , ଅଣ୍ଡା ବା ମାଛ ରହିବା ଉଚିତ । +ଲାଲ ପାମ୍ ତେଲ ବା ଅନ୍ୟ ଜୀବସାରଯୁକ୍ତ ତେଲ ଅଳ୍ପ ପରିମାଣରେ ମିଶା ଯାଇପାରେ । +ସମସ୍ତଙ୍କୁ ଗୋଟିଏ ପାତ୍ରରେ ଖାଇବାକୁ ଦିଆଗଲେ ଶିଶୁ ଯଥେଷ୍ଟ ଖାଦ୍ୟ ପାଇ ନପାରେ । +ଶିଶୁ ପାଇଁ ସ୍ଵତନ୍ତ୍ର ଥଳିଆ ବା ଗିନା ରଖିବା ଉଚିତ । +ଫଳରେ ସେ କେତେ ପରିମାଣର ଖାଦ୍ୟ ଖାଇଲା ବାପାମା’ ବା ଯତ୍ନକାରୀ ଜାଣିପାରିବେ । +ଛୋଟ ପିଲାକୁ ଖାଇବା ପାଇଁ ଉତ୍ସାହିତ କରିବା ଦରକାର ଏବଂ ଖାଇବାରେ ତାକୁ ସାହାଯ୍ୟ କରିବା ଆବଶ୍ୟକ । +ଅକ୍ଷମ ପିଲାକୁ ଖାଇବାପିଇବା ପାଇଁ ଅଧିକ ସାହାଯ୍ୟ ଦରକାର ହୋଇପାରେ । +ରୋଗ ପ୍ରତିରୋଧ ଓ ଆଖିର ସୁରକ୍ଷା ପାଇଁ ଶିଶୁକୁ ଜୀବସାର କ ଦେବା ଦରକାର । + ଅନେକ ଫଳ ଓ ପାରିବା , ତେଲ , ଅଣ୍ଡା , କ୍ଷୀରଜାତ ଖାଦ୍ୟ , ମା’କ୍ଷୀର ବା ବାଟିକାରୁ ଏହା ମିଳିପାରେ +ଛଅ ମାସର ହେବା ଯାଏଁ ଶିଶୁ ମା’କ୍ଷୀରରୁ ଯଥେଷ୍ଟ ପରିମାଣର ଜୀବସାର କ ରହିବା ଦରକାର । +ଛଅ ମାସ ବା ତା’ଠୁ ବଡ ଶିଶୁକୁ ଜୀବସାର କ ପାଇଁ ଅନ୍ୟ ଖାଦ୍ୟ ବା ଅନୁପୂରକ ଖାଦ୍ୟ ଦରକାର । +ଜୀବସାର କ ପାଇଁ ଅନ୍ୟ ଖାଦ୍ୟ ବା ଅନୁପୂରକ ଖାଦ୍ୟ ଦରକାର । +ଜୀବସାର କ କଲିଜା , ଅଣ୍ଡା , କ୍ଷୀରଜାତ ଖାଦ୍ୟ , ମାଛତେଲ , ପାଚିଲା ଆମ୍ବ ଓ ଅମୃତଭଣ୍ଡା , ହଳଦିଆ ଶାକରକନ୍ଦା , ସବୁଜ ପନିପରିବା ତଥା ଗାଜର ଆଦିରୁ ମିଳିପାରିବ । +ଜୀବସାର କ ଅଭାବରେ ଅନ୍ଧାରକଣା ରୋଗ ହେବାର ଭୟ ରହିଥାଏ । +ସନ୍ଧ୍ୟା ଓ ରାତିରେ ଦେଖିବାରେ ଶିଶୁର ଯଦି ଅସୁବିଧା ହେଉଥାଏ , ତେବେ ତାର ଅଧିକ ପରିମାଣର ଜୀବସାର କ ଦରକାର ପଡିପାରେ । +ଶିଶୁକୁ ଜୀବସାର କ ବଟିକା ଦେବା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ପାଖକୁ ନେବା ଉଚିତ । +କେତେ ଦେଶରେ ତେଲ ଓ ଅନୁଆ ଖାଦ୍ୟରେ ଜୀବସାର କ ମିଶା ହୋଇଥାଏ । +ଜୀବସାର କ ବଟିକା ବା ପାଣି ଔଷଧ ଆକାରରେ ମିଳେ । +ଅନେକ ଦେଶରେ ଛଅ ମାସରୁ ପାଞ୍ଚ ବର୍ଷ ଯାଏଁ ସମସ୍ତ ଶିଶୁଙ୍କୁ ବର୍ଷକୁ ଥରେ ବା ଦୁଇଥର ଜୀବସାର କ ବଟିକା ବଣ୍ଟା ହୋଇଥାଏ । +ତରଳ ଝାଡା ଓ ମିଳିମିଳା ରୋଗ ଶିଶୁର ଦେହରୁ ଜୀବସାର କ ପରିମାଣ କମାଇ ଦିଏ । +ଜୀବସାର କ ଭରଣା କରିବା ପାଇଁ ଅଧିକ ଥର ସ୍ତନ୍ୟପାନ କରାଇବା ଦରକାର ଏବଂ ଛଅ ମାସରୁ ବଡ ଶିଶୁକୁ ଅଧିକ ଫଳ , ପାରିବା , ଅଣ୍ଡା , କଲିଜା ଓ ଦୁଗ୍ଧଜାତ ପଦାର୍ଥ ଖାଇବାକୁ ଦେବା ଦରକାର । +୧୪ ଦିନରୁ ଅଧିକ ସମୟ ଧରି ତରଳ ଝାଡା ହେଉଥିଲେ ବା ମିଳିମିଳା ହୋଇଥିଲେ ସ୍ୱାସ୍ଥ୍ୟକର୍ମୀଙ୍କ ପାଖରୁ ଜୀବସାର କ ବଟିକା ଆଣି ଶିଶୁକୁ ଖାଇବାକୁ ଦେବା ଉଚିତ । +ଶିଶୁର ଶାରୀରିକ ତଥା ମାନସିକ ଦକ୍ଷତାକୁ ଠିକ ରଖିବା ପାଇଁ ଲୁହାଯୁକ୍ତ ଖାଦ୍ୟ ଦରକାର ଲୁହା ମୁଖ୍ୟତଃକଲିଜା, ଚର୍ବିଯୁକ୍ତ ମାଂସ, ମାଛ , ଅଣ୍ଡା ଏବଂ ଲୁହାମିଶା ଖାଦ୍ୟରୁ ମିଳିଥାଏ । +ଖାଦ୍ୟରେ ଲୁହାର ଅଭାବରୁ ରକ୍ତହୀନତା ହୁଏ । +ଏହା ଶିଶୁର ଶାରୀରିକ ଓ ମାନସିକ ବିକାଶରେ ବାଧା ଆଣିପାରେ । +ରକ୍ତହୀନତାର ଲକ୍ଷଣଗୁଡିକ ହେଲା ଜିଭ , ହାତପାପୁଲି ଓ ଓଠର ଭିତର ପାଖ ଶେତା ଦେଖାଯିବା , ହାଲିଆ ଲାଗିବା ଓ ଅଣନିଶ୍ଵାସୀ ଲାଗିବା । +ରକ୍ତହୀନତା ହେଉଛି ପୃଥିବୀର ଖାଦ୍ୟ ଅଭାବଜନିତ ସବୁଠାରୁ ସାଧାରଣ ରୋଗ । +ସାମାନ୍ୟ ରକ୍ତହୀନତା ମଧ୍ୟ ଶିଶୁ ଓ ଛୋଟ ପିଲାଙ୍କ ବୌଦ୍ଧିକ ବିକାଶରେ ବାଧା ସୃଷ୍ଟି କରିପାରେ । +ଦୁଇ ବର୍ଷରୁ କମ ବୟସର ଛୋଟ ଶିଶୁଙ୍କ ରକ୍ତହୀନତା ହେଲେ ତାଙ୍କ ଦେହର ସନ୍ତୁଳନ ବିଗିଡିଯାଏ । +ଫଳରେ ଶିଶୁଟି ଲାଜକୁଳା ଓ ଭୟାଳୁ ହୋଇଯାଏ । +ଶିଶୁର ଭାବ ଆଦାନପ୍ରଦାନ କରିବାରେ ଦକ୍ଷତା କମିଯାଏ ଏବଂ ବୌଦ୍ଧିକ ବିକାଶରେ ବାଧା ଆଣିପାରେ । +ଗର୍ଭବତୀ ଥିବା ସମୟରେ ରକ୍ତହୀନତା ଦେଖାଦେଲେ ରକ୍ତସ୍ରାବକୁ ଗୁରୁତର କରିଥାଏ ଏବଂ ପ୍ରସବ ସମୟରେ ସଂକ୍ରମଣ ହେବାର ଭୟ ରହେ । +ତେଣୁ ରକ୍ତହୀନତା ମାତୃମୃତ୍ୟୁର ଗୋଟିଏ ମୁଖ୍ୟ କାରଣ ହୁଏ । +ରକ୍ତହୀନତା ଥିବା ମା’ର ଶିଶୁ ସାଧାରଣତଃ କମ୍ ଓଜନର ହେବା ସହ ରକ୍ତହୀନତା ଭୋଗିଥାଏ । +ଗର୍ଭବତୀ ମହିଳାଙ୍କୁ ଅଧିକା ଲୁହା ବଟିକା ଦେଲେ ଉଭୟ ମହିଳା ଓ ଶିଶୁ ଲାଭ ପାଇଥା’ନ୍ତି । +କଲିଜା , ଚର୍ବିଯୁକ୍ତ ମାଂସ , ଅଣ୍ଡା ଓ ଡାଲି ଜାତୀୟ ଖାଦ୍ୟରେ ଯଥେଷ୍ଟ ପରିମାଣର ଲୁହା ଥାଏ । +ଲୁହାମିଶା ଖାଦ୍ୟ ମଧ୍ୟ ରକ୍ତହୀନତାରୁ ରକ୍ଷା କରିଥାଏ । +ମେଲେରିଆ ଓ କୃମି ରୋଗ ରକ୍ତହୀନତା କରିପାରନ୍ତି ବା ତାକୁ ବଢେଇ ଦିଅନ୍ତି । +ଗ୍ରହଣୀୟ କୀଟନାଶକରେ ବୁଡା ଯାଇଥିବା ମଶାରୀ ଟାଣି ଶୋଇବା ଦ୍ଵାରା ମେଲେରିଆକୁ ରୋକାଯାଇ ପାରିବ । +କୃମି ସଂକ୍ରମଣ ଅଧିକ ଥିବା ଅଞ୍ଚଳର ଶିଶୁମାନେ ଉପଯୁକ୍ତ କୃମିରୋଧୀ ଔଷଧ ବର୍ଷକୁ ଦୁଇ ତିନି ଥର ଖାଇବା ଉଚିତ । +ଉତ୍ତମ ପରିମଳ ଅଭ୍ୟାସ କୃମି ରୋକିଥାଏ । +କୃମି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପିଲାମାନେ ପାଇଖାନା ଆଖପାଖରେ ଖେଳିବା ଉଚିତ ନୁହେଁ , ଭଲ ଭାବରେ ଗୋଡାହାତ ଧୋଇବା ଏବଂ ଜୋତା ପିନ୍ଧିବା ଉଚିତ । +ଶିଶୁର ଶିଖିବାର ଅକ୍ଷମତା ଓ ଧୀର ବିକାଶକୁ ରୋକିବା ପାଇଁ ଆୟୋଡିନଯୁକ୍ତ ଲୁଣ ବ୍ୟବହାର କରିବା ଦରକାର +ଶିଶୁର ବୃଦ୍ଧି ଓ ବିକାଶ ପାଇଁ ଅଳ୍ପ ପରିମାଣର ଆୟୋଡିନ ଆବଶ୍ୟକ । +ଗର୍ଭବତୀ ଥିବାବେଳେ ମା’ର ଆୟୋଡିନ ଅଭାବ ହୋଇଥିଲେ ଜନ୍ମ ବେଲାରୁ ଶିଶୁର ମାନସିକ ଦକ୍ଷତା କିମ୍ବା ଶୁଣିବା ବା କଥା କହିବାର କ୍ଷମତା କମ ରହିପାରେ । +ଜନ୍ମ ପରେ ଯଦି ସେ ଯଥେଷ୍ଟ ପରିମାଣର ଆୟୋଡିନ ନପାଏ ତେବେ ତା’ର ଶାରୀରିକ ବା ମାନସିକ ବିକାଶ ଧୀର ହୋଇପାରେ । +ଖାଦ୍ୟରେ ଆୟୋଡିନର ଅଭାବ ହେଲେ ଗଲା ଫୁଲିଥାଏ । +ଏହା ଗଳଗଣ୍ଡ ରୋଗର ସଙ୍କେତ । +ଗଳଗଣ୍ଡରେ ଆକ୍ରାନ୍ତ ଗର୍ଭବତୀ ମହିଳାଙ୍କର ଗର୍ଭନଷ୍ଟ ହୋଇପାରେ କିମ୍ବା ମୃତଶିଶୁ ବା ମସ୍ତିସ୍କ ବିକୃତି ଥିବା ଶିଶୁ ପ୍ରସବର ସମ୍ଭାବନା ବେଶୀ ଥାଏ । +ଗର୍ଭବତୀ ମହିଳା ଓ ଶିଶୁଙ୍କର ଆୟୋଡିନ ଆବଶ୍ୟକତା ପୂରଣ କରିବା ପାଇଁ ତାଙ୍କ ଖାଦ୍ୟରେ ସାଧାରଣ ଲୁଣ ବଦଳରେ ଆୟୋଡିନଯୁକ୍ତ ଲୁଣ ବ୍ୟବହାର କରିବା ଭଲ । +ଯଦି ଆୟୋଡିନଯୁକ୍ତ ଲୁଣ ନମିଳେ , ତେବେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଆୟୋଡିନ ଅନୁପୂରକ ଆଣିବା ଆଉଚିତ । +ରୋଗାକ୍ରାନ୍ତ ଥିବା ସମୟରେ ଶିଶୁଟି ନିୟମିତ ଖାଇବା ଜାରି ରଖିବା ଜରୁରୀ । +ରୋଗରୁ ଭଲ ହେବା ପରେ ଏକ ସପ୍ତାହପାଇଁ ଦିନକୁ ସେ ଥରେ ଲେଖାଏଁ ଅଧିକ ଖାଇବା ଉଚିତ । +ଅସୁସ୍ଥ ଥିବା ବେଳେ , ବିଶେଷ କରି ତରଳ ଝାଡା ଓ ମିଳିମିଳା ରୋଗ ହେଉଥିଲେ , ଶିଶୁର ଭୋକ କମିଯାଇଥାଏ । +ସେ ଖାଉଥିବା ଖାଦ୍ୟକୁ ଶରୀର ମଧ୍ୟ ଠିକ ଗ୍ରହଣ କରିପାରେ ନାହିଁ । +ଯଦି ଏ ପ୍ରକାର ଅସୁବିଧା ବର୍ଷକ ଭିତରେ ବାରମ୍ବାର ହୁଏ , ତେବେ ଶିଶୁର ବୃଦ୍ଧି ଧୀର ହୁଏ ବା ବନ୍ଦ ହୋଇଯାଏ । +ଅସୁସ୍ଥ ଶିଶୁକୁ ଖାଇବା ପାଇଁ ଉତ୍ସାହିତ କରିବା ଜରୁରୀ । +ଏହା ଅବଶ୍ୟ ବେଶ୍ କଷ୍ଟକର । +କାରଣ ଶିଶୁକୁ ମୋତେ ଭୋକ ନାଲାଗୁ ଥାଇପାରେ । +କିନ୍ତୁ ପିଲାକୁ ଅଳ୍ପ ଅଳ୍ପ ଖାଦ୍ଯ ବାରମ୍ବାର ବା ଯେତେବେଳେ ସୁବିଧା ଦେବାକୁ ପଡିବ । +ଅତିରିକ୍ତ ସ୍ତନ୍ୟପାନ ସବୁଠାରୁ ବେଶୀ ଜରୁରୀ । +ଅସୁସ୍ଥ ଶିଶୁକୁ ବେଶ୍ ଅଧିକ ପିଇବା ଉତ୍ସାହିତ କରିବା ଆବଶ୍ୟକ । +ତରଳ ଝାଡା ହେଉଥିବା ଶିଶୁ ପାଇଁ ଜଳଶୂନ୍ୟତା ଗୋଟିଏ ଜଟିଳ ସମସ୍ୟା । +ଯଥେଷ୍ଟ ପରିମାଣର ତରଳ ପାନୀୟ ପିଇବା ଦ୍ଵାରା ଜଳଶୂନ୍ୟତା ରୋକାଯାଇ ପାରିବ । +ଯଦି କିଛିଦିନ ଧରି ଶିଶୁ ଅସୁସ୍ଥ ରହେ ଏବଂ ତାକୁ ଭୋକ ନଲାଗେ , ତେବେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖାଇବା ଜରୁରୀ । +ଅସୁସ୍ଥ ହେବାର ପୂର୍ବ ଓଜନ ଫେରି ନଆସିବା ଯାଏଁ ଶିଶୁ ପୂରାପୂରି ରୋଗମୁକ୍ତ ହୋଇନାହିଁ ବୋଲି ଧରିବାକୁ ହେବ ।