diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia112.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia112.txt new file mode 100644 index 0000000000000000000000000000000000000000..1b0234ff292d9e9742f844ee8f4d53b06fff422c --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia112.txt @@ -0,0 +1,40 @@ +ଖରାଦିନେ କାନର ଯତ୍ନ +ଉପକ୍ରମ +ଦିନକୁ ଦିନ ଖରାର ପ୍ରକୋପ ବଢି ଚାଲିଛି । +ଅସହ୍ୟ ତାପମାତ୍ରା ବୃଦ୍ଧି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । +ତେବେ ଏହି ସମୟରେ ଶରୀରର ଯତ୍ନ ନିହାତି ଦରକାର ପଡିଥିବାବେଳେ ବିଶେଷକରି କାନ ପ୍ରତି ସ୍ଵତନ୍ତ୍ର ଦ୍ରୁଷ୍ଟି ଦେବାର ଆବଶ୍ୟକତା ରହିଛି । +କାନ ଏକ ଗୁରୁତ୍ଵପୂର୍ଣ୍ଣ ଇନ୍ଦ୍ରିୟ +ଶରୀରର ପଞ୍ଚ ଇନ୍ଦ୍ରିୟ ମଧ୍ୟରୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଆଉ ମୂଲ୍ୟବାନ ହେଉଛି କାନ । +ତେବେ ଆମଅଗୋଚରରେ କାନ ଯେଉଁପରି ଭାବରେ ବାହ୍ୟ ତାପମାତ୍ରା ବା ଧୂଳିକଣାର ସଂସ୍ପର୍ଶ ଆସିଥାଏ, ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । +ଖରାଦିନେ ପିଲାଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତଙ୍କର ଥଣ୍ଡପାଣି ପିଇବା, ଶୀତତାପ ନିୟନ୍ତ୍ରିତ ଘରେ ରହିବା ଏବଂ କିଛି ନ ହେଲେ ଖୋଲା ପାଣିରେ ମନଭରୀ ଗାଧୋଇବା ପାଇଁ ଆଗ୍ରହ ରହିଥାଏ । +କିନ୍ତୁ ଏହାର ପରବର୍ତ୍ତୀ ସ୍ଥିତିକୁ ହୁଏତ କଳନା କରିନଥାଉ । +ଶରୀରର ସୂକ୍ଷ୍ମ ଶରୀରତତ୍ତ୍ଵ ଉପାଦାନକୁ ନେଇ କାନ ତିଆରି ହୋଇଥାଏ । +ଏହି ଉପାଦାନକୁ ପ୍ରାୟ ଦୁଇଶହ ଜିନ୍ ସନ୍ତୁଳିତ କରିଥାନ୍ତି । +ଉପରୋକ୍ତ ଥଣ୍ଡା ପାନୀୟ ଏବଂ ଥଣ୍ଡା ପବନ ଆଦିର ପ୍ରଭାବ ଶରୀର ଉପରେ ପଡିବା ଦ୍ଵାରା ଆଲର୍ଜି ହୋଇ କାନ ସମସ୍ୟାସୃଷ୍ଟି ହୋଇଥାଏ । +ଏହା ସାଧାରଣତଃ ମଧ୍ୟକର୍ଣ୍ଣକୁ ଅଧିକ ଭାବରେ ପ୍ରଭାବିତ କରିଥିବାବେଳେ ଅନ୍ତଃକର୍ଣ୍ଣ ମଧ୍ୟ କିଛିମାତ୍ରାରେ ପ୍ରଭାବିତ ହୋଇଥାଏ । +ବର୍ଷାଦିନେ ଏବଂ ଶୀତ ଦିନେ ଆଲର୍ଜିର ମାତ୍ରା ଅଧିକ ଥିବାରୁ କାନ ସମ୍ଭନ୍ଧୀୟ ଅସୁବିଦା ଭୋଗିବାକୁ ପଡିଥାଏ । +ମାତ୍ରା ଖରାଦିନିଆ କାନ ସମସ୍ୟା ମଧ୍ୟ ସାଧାରଣ ଘଟଣା; ଯାହା ଲୋକଲୋଚନକୁ ଖୁବ୍ କମ୍ ଆସିଥାଏ । +ଖରାଦିନେ ସାଧାରଣତଃ ବାୟୁମଣ୍ଡଲରେଧୂଳିକଣା ଏବଂ ଜଳୀୟବାଷ୍ପର ପ୍ରଭାବ ରହିଥାଏ । +ଧୂଳିକଣା ସହିତ ଜଳୀୟବାଷ୍ପର ଆର୍ଦ୍ରତାର ମିଶ୍ରଣ ହେଲେ ଏହା ସଂସ୍ପର୍ଶରେ ଆସିଥିବାକାନ ସ୍ଵାଭାବିକ ଭାବରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । +କାନ ପ୍ରଥମେ ଏହି ଆର୍ଦ୍ର ଧୂଳିକଣା ଓ ଜଳୀୟବାଷ୍ପ ସଂସ୍ପର୍ଶରେ ଆସି ନାକର ପ୍ରଦାନ ସୃଷ୍ଟି ହୋଇଥାଏ । +କେତେକ କ୍ଷେତ୍ରରେ ନାକ ଭିତରର ଝିଲ୍ଲୀ ମଧ୍ୟ କ୍ଷତ୍ରିଗ୍ରସ୍ତ ହୋଇଥାଏ । +ପ୍ରାରମ୍ଭିକ ସମୟରୁ ଏହା ହାଲକା ବା ସ୍ଵାଭାବିକ ଲାଗୁଥିଲେ ବି ପରବର୍ତ୍ତୀ ସମୟରେ ଏହା ଯନ୍ତ୍ରଣାର କାରଣ ପାଲଟିଥାଏ । +ପ୍ରଦାହ +ନାକର ଏହି ପ୍ରଦାହ ଦ୍ଵାରା ନାକରୁ ମଧ୍ୟକର୍ଣ୍ଣକୁ ଯାଇଥିବା ନଳୀଟି ମଧ୍ୟରେ ପ୍ରଦାହ ସୃଷ୍ଟି ହୋଇଥାଏ । +ଫଳରେ ମଧ୍ୟକର୍ଣ୍ଣର ପ୍ରଦାହ ହୋଇ କାନ ବିନ୍ଧିବା, କାନ କୁଣ୍ଡେଇ ହେବା, କାନରେ ଶବ୍ଦ ହେବା, କାନକୁ କମ୍ ଶୁଭିବା ଏବଂ ପରିଶେଷରେ କେତେକ କ୍ଷେତ୍ରରେ କାନରୁ ପାଣି ବାହାରିଥାଏ । +ବେଳେ ବେଳେ ପୂଜରେ ରକ୍ତ ବି ଆସିଥାଏ । +ଏହି କାରଣରୁ କାନର ପରଦାରେ ବହୁତ ସମୟରେ କଣା ହୋଇଥାଏ । +ଏହାଦ୍ୱାରା ଅନ୍ତଃକର୍ଣ୍ଣରେ ଥିବା ସ୍ନାୟୁକୋଷ ଗୁଡିକ ପ୍ରଭାବିତ ହୋଇ ସ୍ରବନହାନି ହେବାର ସମ୍ଭାବନା ରହିଥାଏ । +ଆଉ କେତେକ କ୍ଷେତ୍ରରେ ଯେଉନମାନଙ୍କ ପୂର୍ବରୁ ମୁଣ୍ଡରେ ପାଣି କମି ଥାଏ, ଖରାଦିନରେ ସେମାନେ କାନବିନ୍ଧାରସମ୍ମୁଖୀନ ହୋଇଥାନ୍ତି । +ତେବେ ଏ କ୍ଷେତ୍ରରେ ଅବିଳମ୍ବେ ବାକ୍ ଶ୍ରବଣ ବିଶେଷଜ୍ଞଙ୍କ ପରାମର୍ଶନିହାତି ନାବା ଜରୁରୀ । +ଖରାଦିନେ କେତେକ କ୍ଷେତ୍ରରେ ଏସି ବା କୁଳରର ଥଣ୍ଡା କମ୍ପ୍ରେସନ୍ କୁ ସାମ୍ନା କରି କେତେକ ଲୋକ କାନ ଆଉ ମୁହଁକୁ ତାପରୁ ମୁକ୍ତି ପାଇବା ପାଇଁ କିଛି ସମୟ ରଖିଥାନ୍ତି । +କିନ୍ତୁ ଏହି ଦୁଇଟି ଅଙ୍ଗପାଇଁ ଏହା ବହୁତ ବିପଜ୍ଜନକ । +କାରଣ ଥଣ୍ଡାବାୟୁ କାନର ଅଭ୍ୟନ୍ତରୀଣ କୋଷକୁ ସିଧାସଳଖ ପ୍ରଭାବିତ କରିଥାଏ । +ଖରାଦିନେ ନଦୀ ବା ପାଖରୀରେ ସ୍ନାନ କଲାବେଳେ କାନ ବା ନାକ ଯେପରି ବୁଡା ପାଣି ସଂସ୍ପର୍ଶରେ ନ ଆସିବ, ସେଥିପ୍ରତି ଯତ୍ନବାନ ହୁଅନ୍ତୁ । +ସେହିପରି ଅତ୍ୟଧିକ କୌଣସି ଥଣ୍ଡାପାନୀୟ ବା ଖାଲି ପାଣି ତତ୍ କାଳ ପିଅନ୍ତୁ ନାହିଁ କାରଣ ଏହା ଗଳା ପ୍ରଦାହ କରିବା ସହ ନାକ ଓ କାନର ଯନ୍ତ୍ରଣାର କାରଣ ସହ ନାକ ଓ କାନର ଯନ୍ତ୍ରଣାର କାରଣ ପାଲଟିଥାଏ । +ଧୂଳିକଣା ଥିବା ବାର୍ଯ୍ୟବସ୍ତୁ ବା ଯେ କୌଣସି ଧୂଆଁ ଠାରୁ ଆପଣଙ୍କ କାନ ଓ ନାକକୁ ଦୂରେଇ ରଖିବା ବହୁତ ଭଲ । +ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ଶୋଉଥିଲେ ରାତିରେ ବିଶୋଧିତ ତୁଳାର ଏକ ଗୋଳା ଦୁଇ କାନରେ ଦିଅନ୍ତୁ । +କୁଳର ବ୍ୟବହାର କରୁଥିଲେ ଝରକା କବାଟ ଖୋଲା ରଖନ୍ତୁ । +କାନ କୁଣ୍ଡେଇ ହେଲେ ବିଶୋଧିତ ତୁଳାର ଷ୍ଟିକ ବ୍ୟବହାର କରନ୍ତୁ ନାକ ଭିତରେ କାଠି ପୁରାଇ ଛିଙ୍କିବା ବଦଭ୍ୟାସକୁ ଦୂରେଇ ଦିଅନ୍ତୁ । +ଆଉ ଗୋଟିଏ ଗୁରୁତ୍ଵପୂର୍ଣ୍ଣ କଥା, ଯେଉଁମାନେ ଶ୍ରବଣଯନ୍ତ୍ର ବ୍ୟବହାର କରୁଛନ୍ତି ଖରା ସଂସ୍ପର୍ଶ ଯେଉଁ ଝାଳ ନିର୍ଗତ ହୋଇଥାଏ ସେମାନେ କିଛି ଘଣ୍ଟାର ବ୍ୟବଧାନ ଭିତରେ ଯନ୍ତ୍ରକୁ ଭଲ ଭାବରେ ପୋଛି ବ୍ୟବହାର କରନ୍ତୁ । +ବେଳେ ବେଳେ ଯନ୍ତ୍ରର ବ୍ୟାଟେରୀ କମ୍ପାଟମେଣ୍ଟରେ ଝାଳ ପଶି ମେସିନ୍ କୁ ଅଚଳ କରିଥାଏ ।