From 3df74386c76b5431ace7bb895fc84f63a74ec25c Mon Sep 17 00:00:00 2001 From: Nayan Ranjan Paul Date: Tue, 27 Sep 2022 11:59:28 +0530 Subject: [PATCH] Upload New File --- .../vikashpedia_health_odia209.txt | 70 +++++++++++++++++++ 1 file changed, 70 insertions(+) create mode 100644 Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia209.txt diff --git a/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia209.txt b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia209.txt new file mode 100644 index 0000000..61e2d01 --- /dev/null +++ b/Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia209.txt @@ -0,0 +1,70 @@ +ଜାତୀୟ ଆୟୁଷ ମିଶନ +ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ ଦ୍ଵାଦଶ ଯୋଜନା ଅନ୍ତର୍ଗତରେ ଭାରତ ସରକାରଙ୍କ ଆୟୁଷ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଦ୍ଵାରା ଆୟୁଷ ମିଶନ ଗଠନ କରାଗଲା । +ଆୟୁର୍ବେଦିକ ମେଡ଼ିସିନ ଲୋକଙ୍କୁ ସହଜ ସୁଲଭ ମୂଲ୍ୟରେ ଯୋଗାଇବା, ଆୟୁବେଦ ପାଠ୍ୟକ୍ରମକୁ ସଶକ୍ତି କରାଇବା, ଆୟୁର୍ବେଦିକ ଔଷଧର ଗୁଣବର୍ତ୍ତା ବୃଦ୍ଧି କରିବା, ସିଦ୍ଧ, ୟୁନାନି ଏବଂ ହୋମିଓପାଥି ଔଷଧ ତିଆରି ନିମନ୍ତେ କଞ୍ଚାମାଲ ସୁବିଧାରେ ଯୋଗାଇବା ଆୟୁଷ ମିଶନରେ ଲକ୍ଷ୍ୟ । +ଆୟୁଷ ମିଶନ ସମସ୍ତ ରାଜ୍ୟ ସରକାର ଅଧିନରେ କାର୍ଯ୍ୟ କରିବି । +ଦୃଷ୍ଟିକୋଣ +ସୁଲଭ ମୂଲ୍ୟରେ ଆୟୁଷ ସ୍ୱାସ୍ଥ୍ୟ ସେବା ସାରା ଦେଶରେ ଯୋଗାଇବା । +ଆୟୁର୍ବେଦ ସ୍ୱାସ୍ଥ୍ୟ ସେବାକୁ ଅଧିକ ସଶକ୍ତି କରାଇବା ଏବଂ ସମାଜରେ ଆୟୁଷକୁ ଅଧିକ ପରିଚିତ କରାଇବା । +ଆୟୁର୍ବେଦର ଗୁଣବର୍ତ୍ତା ବୃଦ୍ଧି କରି ଡାକ୍ତରୀ ପାଠ୍ୟକ୍ରମରେ ଏହାକୁ ଅନ୍ତର୍ଭୁକ୍ତ କରାଇବା । +ଆୟୁର୍ବେଦ ଔଷଧ ସମସ୍ତ ବ୍ୟବହାର କରିବେ ଏବଂ ଏହାର କଞ୍ଚାମାଲ ଯେପରି ସୁବିଧାରେ ମିଳିବ । +ଉଦ୍ଦେଶ୍ୟ +ସୁଲଭମୂଲ୍ୟରେ ଆୟୁଷ ସେବା ଯୋଗାଇବା, ଆୟୁର୍ବେଦିକ ହସ୍ପିଟାଲ ଏବଂ ଡ଼ିସପେନସାରୀକୁ ଅପଗ୍ରେଡ କରାଇବା ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁର୍ବେଦିକ ସେବା ଯୋଗାଇବା । +ରାଜ୍ୟରେ ଥିବା ଆୟୁର୍ବେଦିକ ଶିକ୍ଷା ଅନୁଷ୍ଠାନ ଗୁଡିକୁ ସଶକ୍ତି କରାଇବା, ଔଷଧ ପରୀକ୍ଷାଗାର ଇତ୍ୟାଦି ପ୍ରତିଷ୍ଠା କରାଇବା । +ଉତ୍ତମ କୃଷି ଅଭ୍ୟାସ ଦ୍ଵାରା ଔଷଧୀୟ ବୃକ୍ଷ ଚାଷ କରିବା ପାଇଁ ସହାୟତା ପ୍ରଦାନ କରିବା, ଯାହାଦ୍ୱାରା ଔଷଧ ପାଇଁ କଞ୍ଚାମାଲର ଅଭାବ ରହିବନାହିଁ । +ଉତ୍ତମ କୃଷି, ସଂରକ୍ଷଣ ଏବଂ ଆମଦାନୀ ଇତ୍ୟାଦିକୁ ଦେଖାରଖା କରିବା । +ବ୍ୟବସାୟୀଙ୍କ ଭିତ୍ତିଭୂମି ସଜାଡିବା, ବଜାରୀକରଣ ଚାଷ ଇତ୍ୟାଦି ଉପରେ ନଜର ଦେବା । +ମିଶନର ଅଂଶ +ବାଧ୍ୟତାମୂଳକ ଅଂଶ +ଆୟୁର୍ବେଦ ସେବା +ଆୟୁର୍ବେଦ ଶିକ୍ଷା ଅନୁଷ୍ଠାନ +ASUSH ଔଷଧର ଗୁଣକୁ ନିୟନ୍ତ୍ରଣ +ଔଷଧ ବୃକ୍ଷ +ଇଚ୍ଛାଧିନ ଅଂଶ +ରାଜ୍ୟ ଆୟୁଷ ମିଶନର ସମୁଦାୟ ଅର୍ଥରୁ ୨୦ ପ୍ରତିଶତ ଅର୍ଥରେ ନିମ୍ନଲିଖିତ କାର୍ଯ୍ୟକ୍ରମ କରାଯାଇପାରିବ । +ଯୋଗ ଓ ନେଚରପାଥି କେନ୍ଦ୍ର ପ୍ରତିଷ୍ଠା । +ଟେଲିମେଡ଼ିସିନ +ଆୟୁର୍ବେଦ ଅଧିନରେ କ୍ରୀଡା ଔଷଧ । +ପବ୍ଲିକ ପ୍ରାଇଭେଟ ପାଟନରସିପରେ ଆୟୁର୍ବେଦର ନୂତନ ଉଦ୍ଭାବନ । +ପ୍ରାଇଭେଟ ଆୟୁଷ ଶିକ୍ଷା ଅନୁଷ୍ଠାନକୁ ସବସିତ ଯୋଗାଇଦେବା । +ପରୀକ୍ଷା ଦେୟର ପ୍ରତିପୂରଣ । +ଔଷଧୀୟ ବୃକ୍ଷଥିବା ସ୍ଥାନର ଗବେଷଣା ଓ ବିକାଶ । +IEC କାର୍ଯ୍ୟକ୍ରମ । +ସ୍ଵେଚ୍ଛାସେବୀ ସାର୍ଟିଫିକେଟ ଯୋଜନା – ପ୍ରକଳ୍ପ ଅନୁଯାୟୀ । +ବଜାରୀକରଣ, ବଜାର ସମ୍ବନ୍ଧୀୟ ଜ୍ଞାନ । +ଔଷଧୀୟ ବୃକ୍ଷର ଶସ୍ୟ ବୀମା । +ଭାରତ ସରକାରଙ୍କ ଦ୍ଵାରା ବେଳେବେଳେ ଚୁକ୍ତି ଭିତ୍ତିକ ନିଯୁକ୍ତି, ଭିତ୍ତିଭୂମିର ବିକାଶ, ଦକ୍ଷତା ବିକାଶ, ଔଷଧ ଯୋଗାଣ ଇତ୍ୟାଦି କାର୍ଯ୍ୟ ଆପୀନ ଆର୍ଥିକ ସହାୟତା ଦିଆଯାଏ । +ଏହାଦ୍ଵାରା ପୋଗ୍ରାମକୁ ତ୍ୱରାନ୍ୱିତ କରାଇବାରେ ସହାୟକ ହୁଏ । +ମିଶନ ଅନ୍ତର୍ଗତ ସହାୟତା ସୁବିଧା +କାର୍ଯ୍ୟକ୍ରମ ପରିଚାଳନା ୟୁନିକ ପାଇଁ ଉଭୟ କେନ୍ଦ୍ର ରାଜ୍ୟ ତରଫରୁ ସହଯୋଗ ଯୋଗାଇ ଦିଆଯାଏ । +ପରିଚାଳନା ୟୁନିଟରେ ପରିଚାଳନା ଏବଂ ବୈଷୟିକ ବୃତ୍ତିଧାରୀ ମାନଙ୍କୁ ନିଯୁକ୍ତି ଦିଆଯାଏ । +ମିଶନ କାର୍ଯ୍ୟକାଳ ମଧ୍ୟରେ ପରିଚାଳନା ୟୁନିଟର କର୍ମଚାରିଙ୍କୁ ସର୍ତ୍ତମୂଳକ ଭାବରେ କିମ୍ବା ଆଉଟସୋର୍ସ ଦ୍ଵାରା କରାଯାଏ । +ଏମାନଙ୍କ ବେତନ ପ୍ରଶାସନିକ ବ୍ୟୟରୁ ଦିଆଯାଏ । +ଏହାଛଡା MBA, CA, ଆକାଉଣ୍ଟ, ବୈଷୟିକ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଏ ଯାହାଙ୍କ ବେତନ କେନ୍ଦ୍ର ସରକାର ବହନ କରନ୍ତି । +କର୍ମଚାରୀଙ୍କ ବେତନ ଛଡା ପରିଚାଳନା ୟୁନିକ ପାଇଁ ଅଫିସଖର୍ଚ୍ଚ, ଗ୍ରସ୍ତ ଖର୍ଚ୍ଚ, କଣ୍ଟିଜେନସି, ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ, ଭିତ୍ତି ଭୂମି ପାଇଁ ଯେପରି କମ୍ପ୍ୟୁଟର, HMIS ପାଇଁ ସଫ୍ଟୱୟାର ଇତ୍ୟାଦି ଯୋଗାଇ ଦିଆଯାଏ । +ସାଧନ ବଣ୍ଟନ କାର୍ଯ୍ୟକ୍ରମ +ଆୟୁଷ ସେବା ପାଇଁ ଶିକ୍ଷା ଅନୁଷ୍ଠାନ ଏବଂ ଆୟୁଷ ଔଷଧର ଗୁଣବର୍ତ୍ତା ପରୀକ୍ଷା - +ବିଶେଷ ଦର୍ଜା ପାଇଥିବା ରାଜ୍ୟ ଯେପରି ( ଉତ୍ତର ପୂର୍ବ ରାଜ୍ୟ, ପାହାଡିଆ ଅଞ୍ଚଳ, ହିମାଞ୍ଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର ) ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ୯୦% ରାଶି ଦିଆଯାଏ ଅବଶିଷ୍ଟ ୧୦%, ରାଶି ରାଜ୍ୟ ବହନ କରେ । +ଅନ୍ୟାନ୍ୟ ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳରେ ୭୫% : ୨୫% ଭାବରେ ରାଶି ବଣ୍ଟନ ହୋଇଥାଏ । +ଔଷଧୀୟ ବୃକ୍ଷ ପାଇଁ – +ଔଷଧୀୟ ବୃକ୍ଷ ପାଇଁ କେନ୍ଦ୍ର ସରକାରଙ୍କ ଦ୍ଵାରା ଉତ୍ତର ପୂର୍ବ ରାଜ୍ୟ, ହିମାଞ୍ଚଳ ପ୍ରଦେଶର ପାହାଡିଆ ଅଞ୍ଚଳ, ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀରରେ ୧୦୦% ଅର୍ଥ ପ୍ରଦାନ କରାଯାଏ । +ଅନ୍ୟାନ୍ୟ ରାଜ୍ୟରେ ଏହା ୯୦:୧୦ ଭାବେ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ମଧ୍ୟରେ ବଣ୍ଟାଯାଇଥାଏ । +କେନ୍ଦ୍ର ତରଫରୁ ରାଜ୍ୟକୁ ମିଳୁଥିବା ସାଧାନ ପାଇଁ ରାଜ୍ୟର ଯୋଗ୍ୟତା - +ଉତ୍ତରପୂର୍ବ ରାଜ୍ୟ, ପାହାଡିଆ ଅଞ୍ଚଳ ପାଇଁ ୭୦% ଲୋକସଂଖ୍ୟାକୁ ବିବେଚନା କରାଯାଏ । +ପଛୁଆ ରାଜ୍ୟର ମୁଣ୍ଡପିଚ୍ଛା ଆୟ ୧୫% ବିବେଚନା କରାଯାଏ । +ଜାତୀୟ ଆୟୁଷ ମିଶନ ଆପୀନ କେତେକ ଇଚ୍ଛାଧିନ ଏବଂ ବାଧ୍ୟତାମୂଳକ ମାନଦଣ୍ଡ ରହିଛି । +ରାଜ୍ୟ ଦ୍ଵାରା ୮୦% ସାଧନ ବ୍ୟବହାର କରାଯିବ । +ଇଚ୍ଛାଧିନ ମାନଦଣ୍ଡ ମଧ୍ୟରେ, ବାକି ରହୁଥିବା ୨୦% ରାଶିକୁ ରାଜ୍ୟ ତା ମନ ମୁତାବକ ଖର୍ଚ୍ଚ କରିପାରିବ । +କେନ୍ଦ୍ର ଦ୍ଵାରା ରାଜ୍ୟକୁ ରାଶି ବଣ୍ଟନ କାର୍ଯ୍ୟ ଯୋଜନା +୩୧ ଡ଼ିସେମ୍ବର ସୁଦ୍ଧା ରାଜ୍ୟ ମାନଙ୍କୁ କେନ୍ଦ୍ର ଆୟୁଷ ବିଭାଗ ଦ୍ଵାରା ରାଶି ପ୍ରଦାନ କରାଯାଏ । +ରାଜ୍ୟ ବଜେଟକୁ ରାଜ୍ୟର ଭାଗ ସହ ୩୧ ମାର୍ଚ୍ଚ ସୁଦ୍ଧା ମିଳାଯାଏ । +ରାଜ୍ୟ ବାର୍ଷିକ ଯୋଜନା ଯାହା ଏକଜୁକେଟିଭ କମିଟି ଦ୍ଵାରା ୩୦ ଏପ୍ରିଲ ମଧ୍ୟରେ ନିର୍ଦ୍ଧାରଣ କରାଯାଏ । +ରାଜ୍ୟ ବାର୍ଷିକ କାର୍ଯ୍ୟଯୋଜନା ଭାରତ ସରକାରଙ୍କ ଆୟୁଷ ବିଭାଗକୁ ମେ ପ୍ରଥମ ସପ୍ତାହ ସୁଦ୍ଧା ପ୍ରଦାନ କରାଯାଏ । +ତଦାରଖ ଓ ମୂଲ୍ୟନିର୍ଦ୍ଧାରଣ +ତଦାରଖ ଓ ମୂଲ୍ୟନିର୍ଦ୍ଧାରଣ କମିଟି ରାଜ୍ୟ / କେନ୍ଦ୍ର ଦ୍ଵାରା ଗଠନ ହେବ । +ଜାତୀୟ ସ୍ତରରେ ସ୍ୱାସ୍ଥ୍ୟ ପରିଚାଳନା ସୂଚନା ସିଷ୍ଟମ ଗଠନ କରାହେବ, ୩ଟି HMIS ମ୍ୟାନେଜର ଏବଂ HMIS ମ୍ୟାନେଜର ରାଜ୍ୟରେ ଗଠନ କରାହେବ । +ମିଶନ କାର୍ଯ୍ୟକାରିତାର ୨ବର୍ଷ ପରେ ଏକ ତୃତୀୟ ପକ୍ଷ ଦ୍ଵାରା କାର୍ଯ୍ୟର ଅଗ୍ରଗତି, ବିକାଶର ଅନ୍ୟାନ୍ୟ ଦିଗ ପ୍ରତି ତଦାରଖ କରାଯିବ । +ଆନୁମାନିକ ଫଳାଫଳ +ଆୟୁଷ ଶିକ୍ଷାକୁ ତ୍ୱରାନିତ୍ଵ ପାଇଁ ଆୟୁଷ ଶିକ୍ଷାନୁଷ୍ଠାନର ପାହ୍ୟବୃଦ୍ଧି କରାହେବ । +ଆୟୁଷ ସେବା ଦ୍ଵାରା ଆୟୁଷ ହସ୍ପିଟାଲ ଏବଂ ଡ଼ିସପେନସାରୀ ଗୁଡିକର ସଂଖ୍ୟା ବୃଦ୍ଧି, ଔଷଧ ଏବଂ ମାନବ ସମ୍ବଳର ପ୍ରାପ୍ତି । +ଆୟୁର୍ବେଦିକ ଔଷଧ ପାଇଁ ଗୁଣବର୍ତ୍ତା କଞ୍ଚାମାଲ ସୁବିଧାରେ ମିଳିବା । +ଆୟୁରବେଦିକ ଔଷଧ ପାଇଁ ଅଧିକା ଲାବରୋଟରୀ ସୃଷ୍ଟି ହେବା -- GitLab